ସରକାରୀ ଗାଡିରେ ବାବୁଙ୍କ ବଦଳେ ଯାଉଛି କୁକୁର, ଉପାନ୍ତ ଇଲାକାର ଘଟଣାକୁ ନେଇ ଚର୍ଚ୍ଚା techguruodia


ମାଲକାନଗିରି ୧୯/୦୧:ସରକାରୀ ଗାଡିରେ ବାବୁଙ୍କ ବଦଳରେ ବୁହା ହେଉଛି କୁକୁର । ଆପଣଙ୍କୁ ଚକିତ କଲା ପରି ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଉପାନ୍ତ ମାଲକାନଗିରି ଜିଲ୍ଲାରେ । ହେଲେ ଦର୍ଶକ ବନ୍ଧୁ ଏହି ଦୃଶ୍ୟ ଦିନେ କି ଦୁଇ ଦିନର ନୁହେ ମାସ ମାସ ଧରି ଏହି ସରକାରୀ ଗାଡିରେ ଏପରି ଭାବେ କୁକୁର ବୁହା ଚାଲିଛି ।

ମାଲକାନଗିରି ଜିଲ୍ଲାରେ ଥିବା ଉଠା ଜଳ ସେଚନ ପ୍ରକଳ୍ପର ସହକାରୀ ଯନ୍ତ୍ରୀ ତାପସ ଜେନାଙ୍କୁ ରାଜ୍ୟ ସରକାର ମାଲକାନଗିରି ଜିଲ୍ଲାରେ ଚାଲିଥିବା ସରକାରୀ କାର୍ଯ୍ୟର ତଦାରଖ କରିବା ଲାଗି ଏହି ବୋଲେରୋ ଗାଡିଟି ଯୋଗାଇ ଦେଇଛନ୍ତି । ହେଲେ ବାବୁଙ୍କ ବଦଳରେ କୁକୁର ବୁହା ହେଉଥିବା ଏହି ବୋଲେରୋ ଗାଡିର କାଗଜ ପତ୍ର ଠିକ୍ ନଥିବା ଜଣାପଡିଛି ।

ଗାଡିର ବିମା ଅବଧି ସମାପ୍ତ ହୋଇ ଯାଇଥିବା ବେଳେ ଅନେକ ବର୍ଷ ଧରି ଗାଡିରେ ଫିଟନେସ ସାର୍ଟିଫିକେଟ ମଧ୍ୟ ନାହିଁ । ସରକାରୀ କାର୍ଯ୍ୟାଳୟରେ ଲାଗିଥିବା ଏହି ଗାଡି ପ୍ରତି ପରିବହନ ବିଭାଗର କେମିତି ଦୃଷ୍ଟି ପଡିନାହିଁ ତାହାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହେଲେ ଯନ୍ତ୍ରୀ ମହାଶୟ କିନ୍ତୁ ସବୁ ଆଇନ୍ କାନୁନକୁ ଫୁ କରି ଏହି ଗାଡିଟିକୁ ନିଜ କାର୍ଯ୍ୟାଳୟରେ ଲଗାଇଛନ୍ତି ।

The post ସରକାରୀ ଗାଡିରେ ବାବୁଙ୍କ ବଦଳେ ଯାଉଛି କୁକୁର, ଉପାନ୍ତ ଇଲାକାର ଘଟଣାକୁ ନେଇ ଚର୍ଚ୍ଚା appeared first on Prameya News7.



Leave a Comment