ସାଉଦି ଆରବ ଏବଂ ବ୍ରିଟେନ୍‌କୁ ଟପିଲା ଭାରତ, ରହିଛି ଏତିକି ଟନ୍‌ ସୁନା… techguruodia


ନୂଆଦିଲ୍ଲୀ ୧୯।୦୧ : ସୁନା ଏପରି ଏକ ଜିନିଷ , ଯାହାକି ସମସ୍ତେ ରଖିବାକୁ ପସନ୍ଦ କରନ୍ତି । ଦୁନିଆର  ସବୁ ଦେଶ ନିଜ ଭଣ୍ଡାରରେ ଅଧିକରୁ ଅଧିକ ସୁନା ରଖିବାକୁ ଉଦ୍ୟମ କରିଥାନ୍ତି।  ଏହିକ୍ରମରେ  ସାଉଦି ଆରବ, ବ୍ରିଟେନ୍‌ ଏବଂ ସ୍ପେନକୁ ପଛରେ ପକାଇଛି ଭାରତ । ଏହି ସବୁ ଦେଶ ତୁଳନାରେ ଭାରତ ପାଖରେ ଅଧିକ ସୁନା ମହଜୁଦ୍‌ ରହିଛି ।

ବିଶ୍ୱ ସୁନା ପରିଷଦ ପକ୍ଷରୁ ଏକ ତାଜା ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ କେଉଁ ଦେଶ ପାଖରେ  କେତେ ପରିମାଣରେ ସୁନା ମହଜୁଦ ରହିଛି । ତାକୁ ନେଇ ଏହି ରିପୋର୍ଟରେ ଉଲ୍ଲେଖ ରହିଛି । ପ୍ରଥମ ସ୍ଥାନରେ ଆମେରିକା ରହିଛି । ଭାରତ ମଧ୍ୟ ପୂର୍ବ ରାଙ୍କିଂ ଅପେକ୍ଷା ଉନ୍ନତ ହୋଇଛି । ତେବେ ଆସନ୍ତୁ ଜାଣିବା ଟପ୍‌-୧୦ ମଧ୍ୟରେ କେଉଁ କେଉଁ ଦେଶ ରହିଛନ୍ତି । ଆଉ କେତେ ପରିମାଣର ସୁନା ମହଜୁଦ ରଖିଛନ୍ତି ।

ଅଧିକ ସୁନା ରଖିଥିବା ଶ୍ରେଷ୍ଠ ୧୦ ଦେଶ :-

ଯୁକ୍ତରାଷ୍ଟ୍ର ଆମେରିକା- ୮,୧୩୩.୪୬ ଟନ୍‌

ଜର୍ମାନୀ- ୩,୩୫୨.୬୫ ଟନ୍‌

ଇଟାଲୀ- ୨,୪୫୧.୮୪ ଟନ୍‌

ଫ୍ରାନ୍ସ- ୨, ୪୩୬.୮୮ ଟନ୍‌

ରୁଷିଆ- ୨,୩୩୨.୭୪ ଟନ୍‌

ଚୀନ୍‌- ୨, ୧୯୧.୫୩ ଟନ୍‌

ସ୍ୱିଜରଲ୍ୟାଣ୍ଡ- ୧,୦୪୦.୦୦ ଟନ୍‌

ଜାପାନ- ୮୪୫.୯୭ ଟନ୍‌

ଭାରତ- ୮୦୦. ୭୮ ଟନ୍‌

ନେଦରଲାଣ୍ଡସ୍‌ – ୬୧୨. ୪୫ ଟନ୍‌

ସେହିପରି ୧୬ ତମ ସ୍ଥାନରେ ସାଉଦି ଆରବ ରହିଛି । ସାଉଦି ପାଖରେ ୪୭୭.୭୧ ଟନ୍‌ର ସୁନା ରହିଛି। ଏହାପଛକୁ ମାନେ ୧୭ ତମ ସ୍ଥାନରେ ବ୍ରିଟେନ୍‌ ରହିଛି ।  ବ୍ରିଟେନ୍‌ ପାଖରେ ୪୯୦.୪୯ ଟନ୍‌ ସୁନା ରହିଥିବା ବେଳେ ୨୦ ତମ ସ୍ଥାନରେ ରହିଛି ସ୍ପେନ । ଏହି ଦେଶ ପାଖରେ ୫୧୯.୨ଟନ୍‌ରୁ ଅଧିକ ସୁନା ରହିଛି ।

The post ସାଉଦି ଆରବ ଏବଂ ବ୍ରିଟେନ୍‌କୁ ଟପିଲା ଭାରତ, ରହିଛି ଏତିକି ଟନ୍‌ ସୁନା… appeared first on Prameya News7.



Leave a Comment