ସାମ୍ନାକୁ ଆସିଲା ଅଯୋଧ୍ୟା ରାମମନ୍ଦିର ଗର୍ଭ ଗୃହରେ ବିରାଜିତ ରାମ ଲଲାଙ୍କ ପ୍ରଥମ ଛବି, ଦେଖନ୍ତୁ କେତେ ଭବ୍ୟ techguruodia


ଅଯୋଧ୍ୟା  ୧୯।୧: ରାମ ମନ୍ଦିର ଗର୍ଭ ଗୃହରେ ବିରାଜିତ ରାମ ଲଲାଙ୍କ ଅଚଳ ମୂର୍ତ୍ତିର ପ୍ରଥମ ଛବି ଆସିଛି। ଏହି ଛବିରେ ଶ୍ୟାମ ରଙ୍ଗର ପ୍ରସ୍ତରରେ ନିର୍ମିତ ରାମ ଲଲାଙ୍କ ଆଖିରେ ପଟି ବନ୍ଧା ହୋଇଥିବାର ଦେଖାଯାଉଛି, ଯାହା ପ୍ରାଣ ପ୍ରତିଷ୍ଠା ପରେ ଖୋଲିବ। ୫୧ ଇଞ୍ଚ ଉଚ୍ଚତାର ଅଚଳ ପ୍ରତିମାକୁ ରାମମନ୍ଦିର ଗର୍ଭ ଗୃହରେ ସ୍ୱର୍ଣ୍ଣ ଜଡିତ ସିଂହାସନରେ ଗୁରୁବାର ସ୍ଥାପିତ କରାଯାଇଛି। ମନ୍ଦିରରେ ଏବେ ପରବର୍ତ୍ତି ପୂଜାର୍ଚ୍ଚନା ଜାରି ରହିଛି। ତେବେ ମନ୍ଦିରର କବାଟ ଏବେ ୩ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ।

ରାମ ଲଲାଙ୍କ ଏହି ଦିବ୍ୟ ମୂର୍ତ୍ତିକୁ କର୍ଣ୍ଣାଟକର କାରିଗର ଅଋଣ ଯୋଗୀରାଜ ନିର୍ମାଣ କରିଛନ୍ତି। ରାମ ଲାଲାଙ୍କ ଏହି ମୂର୍ତ୍ତି ବାସ୍ତବିକ ମନମୋହକ। ଜାନୁୟାରୀ ୨୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତରେ ବୈଦିକ ବିଦ୍ୱାନ ମାନେ ପ୍ରାଣ ପ୍ରତିଷ୍ଠା କରିବେ। ଏହା ପୂର୍ବରୁ ରାମ ଲଲାଙ୍କ ପ୍ରତିମାକୁ ୧୮ ଜାନୁୟାରୀ ବୁଧବାର ଦିନ ବିବେକ ସୃଷ୍ଟି ଟ୍ରଷ୍ଟରୁ ଏକ ଟ୍ରକ୍ ଦ୍ୱାରା ରାମ ମନ୍ଦିରକୁ ଅଣାଯାଇଥିଲା। ମନ୍ଦିର ଭିତରକୁ ମୂର୍ତ୍ତି ନେବା ପାଇଁ କ୍ରେନର ସହାୟତା ନିଆଯାଇଥିଲା।

ଏବେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଶୁଭ ସଂସ୍କାର କାର୍ଯ୍ୟ କରାଯାଉଛି, ଯାହା ୧୬ ଜାନୁୟାରୀ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଏହି ଅନୁଷ୍ଠାନ ଜାନୁୟାରୀ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ଓ ଜାନୁୟାରୀ ୨୨ରେ ମୁଖ୍ୟ ଆୟୋଜନ ହେବ। ରାମ ଲାଲାଙ୍କ ମୂର୍ତ୍ତିର ପ୍ରଥମ ଛବି ଏବେ ସୋସିଆଲ ମିଡିଆରେ ସେୟାର ହୋଇଥିବା ବେଳେ ଏହା ଭାଇରାଲ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଛବିକୁ ତାଙ୍କ ଏକ୍ସ ହ୍ୟାଣ୍ଡଲରେ ସେୟାର କରି ‘ଅଯୋଧ୍ୟା ଗର୍ଭ ଗୃହରେ ଶ୍ରୀରାମଙ୍କ ପ୍ରଥମ ଦର୍ଶନ’  ବୋଲି ଉଲ୍ଲେଖ କରିଛନ୍ତି।

ଚମତ୍କାରୀ ପ୍ରତିମା; କ୍ରମାଗତ ଭାବରେ ବୃଦ୍ଧି ପାଉଛି ଏହାର ଆକାର

The post ସାମ୍ନାକୁ ଆସିଲା ଅଯୋଧ୍ୟା ରାମମନ୍ଦିର ଗର୍ଭ ଗୃହରେ ବିରାଜିତ ରାମ ଲଲାଙ୍କ ପ୍ରଥମ ଛବି, ଦେଖନ୍ତୁ କେତେ ଭବ୍ୟ appeared first on Prameya News7.



Leave a Comment