ସିକ୍ସର କିଂଙ୍ଗ ରୋହିତ ଶର୍ମା; ମାତ୍ର ୩ ଟି ଛକ୍କା ମାରିଲେ କରିବେ ବିରଳ ରେକର୍ଡ, ୩୦ ବର୍ଷ ପରେ ସମସ୍ତଙ୍କୁ ପକାଇଲେ ପଛରେ techguruodia


ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି -୨୦ ମ୍ୟାଚରେ ଶତକ ହାସଲ କରିବା ପରେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡରେ ଅଛନ୍ତି  ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା। ଏହି ଇନିଂସରେ ରୋହିତ ଶର୍ମା ବିସ୍ଫୋରକ ବ୍ୟାଟିଂ କରି ପ୍ରଶଂସକମାନଙ୍କୁ ବିଶ୍ୱକପ ପରାଜୟର ଦୁଃଖ ଭୁଲାଇବାକୁ ଚେଷ୍ଟା କରିଥିଲେ।

ସେଦିନ ରୋହିତଙ୍କ ବ୍ୟାଟିଂ ଦେଖି ସମସ୍ତେ ଖୁସି ହୋଇଥିଲେ। ବୟସ ୩୦ ଟପିବା ପରେ ବି ରୋହିତ ଯେଉଁଭଳି ଚମତ୍କାର ବ୍ୟାଟିଂ କରୁଛନ୍ତି ଏଭଳି ବ୍ୟାଟିଂ ବିଶ୍ୱର ଅନ୍ୟ କୌଣସି ବ୍ୟାଟର କରିପାରି ନଥିଲେ। ସେ ଯେ କ୍ରିକେଟର ସିକ୍ସର କିଂ ଏକଥା ରୋହିତ ପ୍ରମାଣିତ କରିଛନ୍ତି। କ୍ରିସ୍ ଗେଲ୍, ସନଥ ଜୟସୁରିଆ, ମ୍ୟାକୁଲମ ଓ ଗିଲ୍‌ଖ୍ରୀଷ୍ଟ ଭଳି ବିଶ୍ୱର ଅନ୍ୟ ଶ୍ରେଷ୍ଟ ବ୍ୟାଟରଙ୍କୁ ବି ପଛରେ ପକାଇ ନମ୍ବର ୱାନ୍ ହୋଇଛନ୍ତି ରୋହିତ ଶର୍ମା।   

ପଢ଼ନ୍ତୁ-ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଟିମ୍‌ରେ ପରିବର୍ତ୍ତନ କଲା ଇଂଲଣ୍ଡ: ହ୍ୟାରି ବ୍ରୁକ୍‌ଙ୍କ ସ୍ଥାନରେ ଖେଳିବେ ଡେନ୍ ଲରେନ୍ସ

୩୦ ବର୍ଷ ପୂରା ହେବା ପରେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକ୍କା ମାରିଥିବା କ୍ରିକେଟର ହୋଇଛନ୍ତି ରୋହିତ ଶର୍ମା। ବୟସ ୩୦ ଟପିବା ପରେ ରୋହିତ ୩୯୭ଟି ଛକ୍କା ମାରିଛନ୍ତି। ଆଗକୁ ଜାନୁଆରୀ ୨୫ ରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ହେବାକୁ ଯାଉଛି। ରୋହିତ ଶର୍ମା ଏଥିରେ ସହଜରେ ୪୦୦ ଟି ଛକ୍କା ପୂରା କରିଦେବେ। ଏହାପରେ ୩୦ ବର୍ଷ ବୟସ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏହି ମାଇଲଖୁଣ୍ଟ ହାସଲ କରିବାରେ ପ୍ରଥମ କ୍ରିକେଟର ହେବାର ଗୌରବ ଅର୍ଜନ କରିବେ ରୋହିତ ଶର୍ମା।

ରୋହିତ ଶର୍ମାଙ୍କ ପଛରେ ବଡ଼ ବଡ଼ କ୍ରିକେଟର

ରୋହିତ ଶର୍ମାଙ୍କ ପୂର୍ବରୁ ୩୦ ବର୍ଷ ବୟସ ପରେ ସର୍ବାଧିକ ଛକା ମାରିବାର ରେକର୍ଡ ୱେଷ୍ଟଇଣ୍ଡିଜ୍ ବ୍ୟାଟର କ୍ରିସ୍ ଗେଲଙ୍କ ନାଁରେ । କ୍ରିସ ଗେଲ ୩୦ ବର୍ଷ ବୟସ ଅତିକ୍ରମ କରିବା ପରେ ଅନ୍ତର୍ଜାତୀୟ କ୍ରିକେଟରେ ୩୨୧ ଛକା ମାରିଛନ୍ତି। ଏହି ତାଲିକାର ତୃତୀୟ ସ୍ଥାନ ରହିଛି ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ସନଥ ଜୟସୁରିଆ। ସିଏ ୨୨୭ ଟି ଛକା ମାରିଛନ୍ତି।

ଜୟସୁରିଆଙ୍କ ପଛରେ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଷ୍ଟାର ବ୍ୟାଟର ବ୍ରେନ୍‌ଡନ  ମ୍ୟାକକୁଲମ୍ ୨୦୩ ଛକା ମାରିଥିଲେ। ପାକିସ୍ତାନର ମହମ୍ମଦ ହାଫିଜ ୩୦ ବର୍ଷ ବୟସ ଅତିକ୍ରମ କରିବା ପରେ ୧୯୮ ଛକା ମାରିଥିଲେ। ଏହି ତାଲିକାରେ ଅଷ୍ଟ୍ରେଲିଆ ବ୍ୟାଟର ଆଡାମ ଗିଲଖ୍ରିଷ୍ଟଙ୍କ ନାଁ ବି ରହିଛି। ଗିଲଖ୍ରିଷ୍ଟ ୩୦ ବର୍ଷ ବୟସ ଅତିକ୍ରମ କରିବା ପରେ ଅନ୍ତର୍ଜାତୀୟ କ୍ରିକେଟରେ ୧୯୪ ଛକା ମାରିଥିଲେ।

The post ସିକ୍ସର କିଂଙ୍ଗ ରୋହିତ ଶର୍ମା; ମାତ୍ର ୩ ଟି ଛକ୍କା ମାରିଲେ କରିବେ ବିରଳ ରେକର୍ଡ, ୩୦ ବର୍ଷ ପରେ ସମସ୍ତଙ୍କୁ ପକାଇଲେ ପଛରେ appeared first on Prameya News7.



Leave a Comment