ସିରିଆରେ ବୈଠକ କରୁଥିଲେ ଇରାନ କମାଣ୍ଡର, ଇସ୍ରାଏଲ୍ ମିସାଇଲ୍ ମାଡ଼ରେ ୪ ମୃତ techguruodia


ନୂଆଦିଲ୍ଲୀ: ଇସ୍ରାଏଲ୍ ଆକ୍ରମଣରେ ଶନିବାର ଦମିସ୍କର ଏକ ବିଲ୍ଡିଂ ଧ୍ୱଂସ ହୋଇଛି । ଏହି ଆକ୍ରମଣରେ ଚାରି ଜଣଙ୍କ ମୃତ୍ୟୁ ହୋଇଛି । ସିରିଆନ୍ ଅବଜରର୍ଭେଟରୀ ଫର୍ ହ୍ୟୁମନ୍ ରାଇଟ୍ସର ସୂଚନା ଅନୁସାରେ ଏଠାରେ ଇରାନର ନେତା ବୈଠକ କରୁଥିଲେ । ଇସ୍ରାଏଲ୍ ଏବଂ ହମାସ ଯୁଦ୍ଧ ମଧ୍ୟରେ ଏହି ଆକ୍ରମଣ ଅଞ୍ଚଳରେ ଉତ୍ତେଜନାକୁ ବଢାଇ ଦେଇଛି । ସଂସ୍ଥା ଅନୁସାରେ, ଇସ୍ରାଏଲ୍ ନିଜ ମିସାଇଲରେ ଏକ ଚାରି ମହଳା ବିଶିଷ୍ଟ କୋଠାକୁ ଟାର୍ଗେଟ୍ କରିଛି, ଏଥିରେ ପାଞ୍ଚ ଜଣ ପ୍ରାଣ ହରାଇଥିବା ବେଳେ ପୂରା ବିଲ୍ଡିଂ ନଷ୍ଟ ହୋଇଛି ।

ସିରିଆର ରାଜଧାନୀ ଦମିସ୍କର ଯେଉଁ ଅଞ୍ଚଳରେ ଏହି ବୋମାମାଡ ହୋଇଛି, ଯାହା ଉଚ୍ଚ ସୁରକ୍ଷା ଘେରରେ ଥିବା ଅଞ୍ଚଳ । ଏହି ଅଞ୍ଚଳକୁ ଇସଲାମିକ୍ ରିଭଲ୍ୟୁସନରୀ ଗାର୍ଡ ଏବଂ ଇରାନ ସମର୍ଥିତ ଫିଲିସ୍ତିନୀ ନେତାଙ୍କ ଗଡ଼ ବୋଲି କୁହାଯାଏ । ମାନବାଧିକାର ସମୂହର ନିର୍ଦ୍ଦେଶକ ରାମ ଅବ୍ଦେଲ କହିଛନ୍ତି ଯେ ଇରାନ ସମର୍ଥିତ ଗୋଷ୍ଠୀର ବରିଷ୍ଠ ନେତାଙ୍କୁ ସେମାନେ (ଇସ୍ରାଏଲ୍) ଟାର୍ଗେଟ୍ କରିଛନ୍ତି ।

ପଢନ୍ତୁ: ଇସ୍ରାଏଲ ସୈନିକଙ୍କ ମୁଣ୍ଡକୁ ୮ ଲକ୍ଷ ଟଙ୍କାରେ ନିଲାମ କରିଥିଲା ହମାସ, ପିତା ବଖାଣିଲେ ବର୍ବରତାର କାହାଣୀ

ସମାଚାର ଏଜେନ୍ସି ସନା ଅନୁସାରେ ଇସ୍ରାଏଲ ଦମିସ୍କର ଯେଉଁ ବିଲ୍ଡିଂକୁ ଟାର୍ଗେଟ୍ କରିଛି, ସେଠାରେ ଜାତିସଂଘ କାର୍ଯ୍ୟାଳୟ, ଦୂରାବାସ ଏବଂ ରେସ୍ତୋରାଁ ମଧ୍ୟ ରହିଛି । ସେହିପରି ଏପି ଅନୁସାରେ ଇସ୍ରାଏଲୀ ମିସାଇଲ୍ ପୂରା ବିଲ୍ଡିଂକୁ ନଷ୍ଟ କରିଛି, ଏଥିରେ ଅତି କମରେ ୧୦ ଜଣ ମରିଛନ୍ତି କିମ୍ୱା ଆହତ ହୋଇଛନ୍ତି ।

The post ସିରିଆରେ ବୈଠକ କରୁଥିଲେ ଇରାନ କମାଣ୍ଡର, ଇସ୍ରାଏଲ୍ ମିସାଇଲ୍ ମାଡ଼ରେ ୪ ମୃତ appeared first on Prameya News7.



Leave a Comment