ସୂର୍ଯ୍ୟବଂଶୀ ଠାକୁରମାନେ ୫୦୦ ବର୍ଷ ପରେ ପୁଣି ଥରେ ପିନ୍ଧିଲେ ପଗଡ଼ି, ରାମ ମନ୍ଦିର ପାଇଁ ନେଇଥିଲେ ଶପଥ techguruodia


ନୂଆଦିଲ୍ଲୀ: ପାଞ୍ଚ ଶତାବ୍ଦୀର ଅପେକ୍ଷା ପରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଅନୁଷ୍ଠାନ ଚାଲିଛି । ଜାନୁଆରୀ ୨୨ରେ ମନ୍ଦିର ଉଦ୍‌ଘାଟନ ଏବଂ ଭଗବାନ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ହେବ । ଏହାକୁ ନେଇ ଦେଶ ଏବଂ ସାରା ଦୁନିଆରେ ହିନ୍ଦୁଙ୍କ ମଧ୍ୟରେ ଖୁସିର ମାହୋଲ ରହିଛି । ଏସବୁ ଭିତରେ ଅଯୋଧ୍ୟାକୁ ଲାଗି ରହିଥିବା ସରାୟ ରାସି ଗ୍ରାମବାସୀଙ୍କ ୫୦୦ ବର୍ଷ ପ୍ରତିଜ୍ଞା ପୂରଣ ହୋଇଛି । ଗ୍ରାମବାସୀ ପାଞ୍ଚ ଶହ ବର୍ଷ ପରେ ପୁଣି ଥରେ ପଗଡ଼ି ପିନ୍ଧିଛନ୍ତି ।

ଏଠାକାର ସୂର୍ଯ୍ୟବଂଶୀ ଠାକୁରମାନଙ୍କ କହିବା ଅନୁସାରେ ସେମାନଙ୍କ ପୂର୍ବଜ ଗଜରାଜ ସିଂ ଶପଥ ନେଇଥିଲେ ଯେ ଯେପର୍ଯ୍ୟନ୍ତ ଭଗବାନ ରାମ ନିଜ ମନ୍ଦିରରେ ପୁଣି ଥରେ ବିରାଜମାନ ନହୁଅନ୍ତି, ସେଯାଏ ପଗଡ଼ି ପିନ୍ଧିବେ ନାହିଁ । ଏହାସହ ବିବାହ ପାଇଁ ଯେଉଁ ମଣ୍ଡପ ନିର୍ମାଣ କରାଯିବା, ତାହା ଉପର ଖୋଲା ରହିବ ।

ପଢନ୍ତୁ: ସାମ୍ନାକୁ ଆସିଲା ଅଯୋଧ୍ୟା ରାମମନ୍ଦିର ଗର୍ଭ ଗୃହରେ ବିରାଜିତ ରାମ ଲଲାଙ୍କ ପ୍ରଥମ ଛବି, ଦେଖନ୍ତୁ କେତେ ଭବ୍ୟ

ରାମ ମନ୍ଦିର ନିର୍ମାଣ ପରେ ଏଠାକାର ୧୧୫ ଗାଁର ସୂର୍ଯ୍ୟବଂଶୀ ଠାକୁରମାନେ ପଗଡ଼ି ପିନ୍ଧିଛନ୍ତି । ଗାଁ ଲୋକଙ୍କ କହିବା ଅନୁସାରେ ବାବର ଶାସନକାଳରେ ରାମ ମନ୍ଦିର ଭଙ୍ଗାଯିବା ବେଳେ ଠାକୁର ଗଜରାଜ ସିଂ ପ୍ରାୟ ୯୦ ହଜାର ଲୋକଙ୍କୁ ନେଇ ଆନ୍ଦୋଳନ ବାହାର କରିଥିଲେ । ଏହାସହ ଶପଥ ନେଇଥିଲେ ଯେ ଯେପର୍ଯ୍ୟନ୍ତ ଭଗବାନ ରାମ ପୁଣି ଥରେ ମନ୍ଦିରରେ ବିରାଜମନ ନହୁଅନ୍ତି, ସେଯାଏ ପଗଡ଼ି, ପାଦରେ ଜୋତା, ମୁଣ୍ଡରେ ଛତା ଏବଂ ମଣ୍ଡପର ଛାତ କରିବେ ନାହିଁ । ଏବଂ ଆଜି ସେହି ଶୁଭ ମୁହୂର୍ତ୍ତ ଆସିଛି, ରାମଲାଲା ମନ୍ଦିରରେ ବିରାଜମାନ ହେଉଛନ୍ତି ଏବଂ ଆମେ ପୁଣି ଥରେ ମୁଣ୍ଡରେ ପଗଡ଼ି ପିନ୍ଧିଛୁ ।

The post ସୂର୍ଯ୍ୟବଂଶୀ ଠାକୁରମାନେ ୫୦୦ ବର୍ଷ ପରେ ପୁଣି ଥରେ ପିନ୍ଧିଲେ ପଗଡ଼ି, ରାମ ମନ୍ଦିର ପାଇଁ ନେଇଥିଲେ ଶପଥ appeared first on Prameya News7.



Leave a Comment