୩ ବର୍ଷ ଯାଏଁ ପୁରୋହିତ ସଞ୍ଚୟ କଲେ ୧.୩ ଲକ୍ଷର କଏନ୍‌, ଏବେ କିଣିଲେ ଡ୍ରିମ୍‌ ସ୍କୁଟର techguruodia


ନୂଆଦିଲ୍ଲୀ ୨୧।୦୧: ଜଣେ ମନ୍ଦିର  ପୁରୋହିତ ଦୀର୍ଘ  ବର୍ଷର ସଞ୍ଚୟ ପରେ  ନିଜ ସ୍ୱପ୍ନର ସ୍କୁଟର  କିଣିଛନ୍ତି । ଦୁଇ  ଚକିଆ ଯାନ କିଣିବାକୁ ଗତ ୩ ବର୍ଷ ଧରି ଭକ୍ତମାନଙ୍କଠାରୁ ଦକ୍ଷିଣାରେ ମିଳୁଥିବା  କଏନ୍‌ ସେ ପ୍ରତିଦିନ ସଞ୍ଚୟ କରିଆସୁଥିଲେ । ଏହି କଏନ୍‌ ୧.୩୦ ଲକ୍ଷ ହେବା  ପରେ ତାକୁ ବଡ଼ ବଡ଼ ବ୍ୟାଗ୍‌ରେ ଭର୍ତ୍ତି କରି ସେ ଏକ ଟିଭିଏସ୍‌ ଶୋ’ରୁମ୍‌ରେ  ପହଞ୍ଚିଲେ । ବ୍ୟାଗ୍‌ ଭର୍ତ୍ତି ୧, ୨ ଓ ୫ ଟଙ୍କିଆ କଏନ୍‌ ଦେଖି ଚିତ୍ତୁର୍‌ର ପାଲମାନର  ସ୍ଥିତ ଅଟୋମୋବାଇଲ ଶୋ’ରୁମ୍‌ ପ୍ରତିନିଧିମାନେ ଚକିତ ହେଲେ ।

 କଏନ୍‌ ଗଣିବା କଷ୍ଟକର କାମ ବୋଲି କହି ଟିଭିଏସ୍‌ ଡିଲର୍‌ ପ୍ରଥମେ ଏହାକୁ  ଗ୍ରହଣ କରିବାକୁ ମନା କରୁଥିଲେ । କିନ୍ତୁ ପୁରୋହିତଙ୍କ ଦୃଢ଼ ସଂକଳ୍ପ ଦେଖି  କଏନ୍‌ ଗ୍ରହଣ କଲେ । କର୍ମଚାରୀମାନେ କଏନ୍‌ ଗଣୁଥିବାବେଳେ ଶୋ’ରୁମ୍‌ରେ  ଠିଆ ହୋଇଥିବା ପୁରୋହିତଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ  ହେଉଛି । ମୂରଲୀଧର ଆଚାର‌୍ୟୁଲୁ ନାମକ ଏହି ପୁରୋହିତ ଆନ୍ଧ୍ରପ୍ରଦେଶ କର୍ଣ୍ଣାଟକ-ତାମିଲନାଡୁ ସୀମା ନିକଟସ୍ଥ ବାଇରିଡିପାଲ୍ଲି ଗାଁର କାଳଭୈରବ ସ୍ୱାମୀ  ମନ୍ଦିରରେ ପୂଜା କରନ୍ତି ।

The post ୩ ବର୍ଷ ଯାଏଁ ପୁରୋହିତ ସଞ୍ଚୟ କଲେ ୧.୩ ଲକ୍ଷର କଏନ୍‌, ଏବେ କିଣିଲେ ଡ୍ରିମ୍‌ ସ୍କୁଟର appeared first on Prameya News7.



Leave a Comment