4 law students plea rejected by Bombay High Court know why techguruodia


Image Courtesy : stock photo

ମୁମ୍ବାଇ ୨୧।୧: ବମ୍ବେ ହାଇକୋର୍ଟ ଆଇନ ଅଧ୍ୟୟନ କରୁଥିବା ୪ ଛାତ୍ରଙ୍କ ପିଟସନକୁ ରବିବାର ଅଗ୍ରାହ୍ୟ କରିଦେଇଛନ୍ତି। ଏହି ପିଟିସନରେ ଛାତ୍ରମାନେ ୨୨ ଜାନୁୟାରୀ ଅଯୋଧ୍ୟା ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ନିମନ୍ତେ ମହାରାଷ୍ଟ୍ର ସରକାରଙ୍କ ସାର୍ବଜନିକୁ ଛୁଟି ଘୋଷଣାକୁ ଚ୍ୟାଲେଞ୍ଜ କରିଥିଲେ। ଆବେଦନକାରୀମାନେ ଏପରି ଛୁଟି ସମ୍ବିଧାନର ଅନୁଚ୍ଛେଦ ୧୪,୧୫ ଓ ୨୫ର ଉଲ୍ଲଂଘନ କରୁଥିବା ଓ ଏପରି ଛୁଟି ଦେଶରେ ଧାର୍ମିକ ଭେଦଭାବକୁ ପ୍ରୋତ୍ସାହିତ କରିବ ବୋଲି ତର୍କ ଦେଇଥିଲେ।

ତେବେ ଶିବାଙ୍ଗୀ ଅଗ୍ରୱାଲ ଓ ଅନ୍ୟ ବନାମ ଭାରତ ସଂଘ ଓ ଅନ୍ୟଙ୍କ ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଜି.ଏସ୍. କୁଲକର୍ଣ୍ଣି ଓ ଜଷ୍ଟିସ୍ ନିଲା ଗୋଖଲେଙ୍କ ଦୁଇ ସଦସୀୟ ପୀଠ ଛୁଟିକୁ ଏକ ନୀତିଗତ ନିଷ୍ପତ୍ତି ଓ ଏହାକୁ ଚ୍ୟାଲେଞ୍ଜ କରିବାର କୌଣସି ଆଇନଗତ ଆଧାର ନଥିବା କହି ଅଗ୍ରାହ୍ୟ କରିଦେଇଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଛୁଟି ଯୋଗୁ କୌଣସି ବ୍ୟକ୍ତିର ଅଧିକାର ଉଲ୍ଲଂଘନ ହେଉଥିବାର ଆବେଦନକାରୀମାନେ ସେମାନଙ୍କ ଆବେଦନରେ ସୂଚିତ କରିନାହାନ୍ତି।

କୋର୍ଟ ଏପରି ଛୁଟି ନିଷ୍ପତ୍ତିକୁ କାର୍ଯ୍ୟକାରୀ ନିଷ୍ପତ୍ତି ବୋଲି କହିଥିବା ବେଳେ ଏପରି ନିଷ୍ପତ୍ତି ଧର୍ମନିରପେକ୍ଷର ସିଦ୍ଧାନ୍ତ ଅନୁରୂପ ନୁହେଁ କି ଶକ୍ତି ପ୍ରୟୋଗର ମନଇଛା ମାମଲା ମଧ୍ୟ ନୁହେଁ ବୋଲି କହିଛନ୍ତି। ଏହା ଛଡା ହାଇକୋର୍ଟ ଆବେଦନକାରୀଙ୍କ ପିଟିସନରେ ୨୦୧୯ ସୁପ୍ରିମକୋର୍ଟ ଦ୍ୱାରା ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ନିଷ୍ପତ୍ତି ଉପରେ ପ୍ରଶ୍ନ କରିଥିବାରୁ ବିରକ୍ତ ମଧ୍ୟ ହୋଇଛନ୍ତି। ପୀଠ କହିଛନ୍ତି ଯେ ଆବେଦନକାରୀମାନେ ସୁପ୍ରିମକୋର୍ଟଙ୍କ ବୁଦ୍ଧିମତା ଉପରେ ମଧ୍ୟ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି, ଯାହା ଏକ ଖାସ ଉଦ୍ଦେଶ୍ୟରେ କରାଯାଇଥିଲା। ତେବେ ବୁଦ୍ଧିଥିବା କୌଣସି ବ୍ୟକ୍ତି ଏପରି ଅଭିଯୋଗ କରିନପାରନ୍ତି ବୋଲି ପୀଠ କହିଛନ୍ତି।

ପୀଠ କହିଛନ୍ତି ଯେ ଏପରି ଲାଗୁଛି ଏହି ପିଟିସନ ରାଜନୀତି ପ୍ରେରିତ ଓ ପ୍ରଚାର ର ଇଛା ରଖୁଥିବା ଲୋକେ ଦାୟର କରିଛନ୍ତି। କାରଣ ପିଆଇଏଲ ପୀଠଙ୍କ ସମ୍ମୁଖକୁ ଆସିବା ପୂର୍ବରୁ ଗଣମାଧ୍ୟମରେ ଆସି ସାରିଥିଲା। ତେବେ ଏହା ଲିକ୍ କିପରି ହେଲା ବୋଲି ପୀଠ ଆବେଦନକାରୀଙ୍କୁ ପ୍ରଶ୍ନ କରିଥିଲେ। ଏ ବାବଦରେ ଆବେଦନକାରୀ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ପୀଠ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି, ଏହା ସହିତ ଆବେଦନକାରୀମାନେ ଆଇନ ଛାତ୍ର ହୋଇଥିବାରୁ ଏପରି ପ୍ରସଙ୍ଗରେ ନିଜ ବିବେକକୁ ଭଲ ଭାବେ ପଚାରି କାମ କରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି ।

ରାମମନ୍ଦିର ଉଦ୍‌ଘାଟନ ଉତ୍ସବ ଛୁଟିକୁ ନେଇ ବିବାଦ, କୋର୍ଟଙ୍କ ଦ୍ୱାରସ୍ଥ ହେଲେ ୪ ଛାତ୍ର




Leave a Comment