5 judges will attend the funeral ceremony- techguruodia

Image Courtesy : livehindustan

ନୂଆଦିଲ୍ଲୀ: ରାମଜନ୍ମ ଭୂମି-ବାବରି ମସଜିଦ ମାମଲାରେ ଐତିହାସିକ ନିଷ୍ପତ୍ତି ଶୁଣାଇଥିବା ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠରେ ସାମିଲ୍ ୫ ଜଜ ବର୍ତ୍ତମାନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ସାକ୍ଷୀ ହେବାକୁ ଯାଉଛନ୍ତି। ଏହି ଖଣ୍ଡପୀଠର ନେତୃତ୍ଵ ନେଇଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ। ଏଥିରେ ପୂର୍ବତନ ସିଜେଆଇ ଏସଏ ବୋବଡ଼େ, ସିଜେଆଇ ଡିଓ୍ଵାଇ ଚନ୍ଦ୍ରଚୂଡ଼, ବିଚାରପତି ଅଶୋକ ଭୂଷଣ ଓ ବିଚାରପତି ଏସ ଅବଦୁଲ ନଜୀର ମଧ୍ୟ ସାମିଲ୍। ଲ ଟୁଡେର ରିପୋର୍ଟ ଅନୁଯାୟୀ,  ସମଗ୍ର ଦେଶରୁ ନାମୀ ୫୦ ଆଇନଜୀବୀ ଏବଂ ଜଜଙ୍କୁ ପ୍ରାଣ ପ୍ରତିଷ୍ଠା ଆୟୋଜନରେ ଯୋଗ ଦେବେ। ଏଥିରେ ଅନେକ ପୂର୍ବତନ ଜଷ୍ଟିସ ଓ ନାମୀ ଓକିଲ ମଧ୍ୟ ସାମିଲ୍।

Also read- ସାମ୍ନାକୁ ଆସିଲା ଅଯୋଧ୍ୟା ରାମମନ୍ଦିର ଗର୍ଭ ଗୃହରେ ବିରାଜିତ ରାମ ଲଲାଙ୍କ ପ୍ରଥମ ଛବି, ଦେଖନ୍ତୁ କେତେ ଭବ୍ୟ

ବିଶେଷ କରି ୨୦୧୯ ନଭେମ୍ବର ୯ରେ ରାମଜନ୍ମ ଭୂମି ମାମଲାରେ ଐତିହାସିକ ନିଷ୍ପତ୍ତି ଶୁଣାଇଥିବା ଜଜଙ୍କ ଉପସ୍ଥିତି ଗୁରୁତ୍ଵପୂର୍ଣ୍ଣ ରହିବ। ଅଦାଲତ ବିବାଦୀୟ ଭୂମିର ପୂରା ଅଂଶକୁ ରାମଲାଲା ବିରାଜମାନକୁ ଦେବାକୁ ନିଷ୍ପତ୍ତି ନେଇଥିଲେ। ଏହା ବ୍ୟତୀତ ମୁସଲିମ ପକ୍ଷଙ୍କୁ ଅଯୋଧ୍ୟାରେ ଅନ୍ୟ ଏକ ସ୍ଥାନରେ ୫ ଏକର ଜାଗା ମସଜିଦ ପାଇଁ ଯୋଗାଇ ଦେବାକୁ ଆଦେଶ ଦିଆଯାଇଥିଲା। ହିନ୍ଦୁ ପକ୍ଷ ଦାବି କରିଥିଲେ ଯେ, ଯେଉଁ ସ୍ଥାନରେ ବାବରି ମସଜିଦ ରହିଥିଲା, ସେଠାରେ ରାମଲାଲାଙ୍କ ଜନ୍ମ ହୋଇଥିଲା। ବାବରି ମସଜିଦକୁ ସେଠାରେ ଥିବା ପ୍ରାଚୀନ ରାମ ମନ୍ଦିରକୁ ଭଙ୍ଗା ଯାଇ ନିର୍ମାଣ କରାଯାଇଥିଲା।  ତେଣୁ ଉକ୍ତ ସ୍ଥାନରେ ରାମ ମନ୍ଦିର ନିର୍ମାଣ ହେବା ଉଚିତ୍। ଅଦାଲତ ଉକ୍ତ ଦାବିକୁ ଉଚିତ୍ ଦର୍ଶାଇ ହିନ୍ଦୁ ପକ୍ଷଙ୍କ ସପକ୍ଷରେ ରାୟ ଦେଇଥିଲେ।

୨୦୧୯ରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ସରକାରଙ୍କ ପକ୍ଷରୁ ଏକ ଟ୍ରଷ୍ଟ ଗଠନ ହୋଇଥିଲା। ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟରେ ଚମ୍ପତ ରାୟ ଓ ନୃପେନ୍ଦ୍ର ମିଶ୍ରଙ୍କ ପରି ବ୍ୟକ୍ତି ସାମିଲ୍ ଅଛନ୍ତି। ଉଭୟଙ୍କ ତତ୍ଵାବଧାନରେ ମନ୍ଦିର ନିର୍ମାଣର କାମ ଚାଲିଛି। ଉଲ୍ଲେଖନୀୟ ରାମ ମନ୍ଦିର ଆନ୍ଦୋଳନ ଭାରତ ରାଜନୀତିର ଦିଗ ଓ ଦଶା ବଦଳାଇ ଦେଇଛି। ୧୯୮୦ରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନର ସବୁଠୁ ଗୁରୁତ୍ଵପୂର୍ଣ୍ଣ ତାରିଖ ୧୯୯୨ ଡିସେମ୍ବର ୬ ରହିଥିଲା। ଏହି ଦିନ ଅଯୋଧ୍ୟାରେ ଏକଜୁଟ ହୋଇଥିବା ହଜାର ହଜାର କାର ସେବକ ବାବରି ମସଜିଦ ଭାଙ୍ଗି ଦେଇଥିଲେ। ଏହି ଘଟଣା ପରେ ସମଗ୍ର ଦେଶରେ ୬ ରାଜ୍ୟରୁ ବିଜେପି ସରକାର ହଟିଥିଲା।

Leave a Comment