against England India Test series:Dan Lawrence join-PrameyaNews7 techguruodia


Image Courtesy : abp news

ନୂଆଦିଲ୍ଲୀ: ଜାନୁଆରୀ ୨୫ ତାରିଖରେ ଖେଳାଯିବାକୁ ଥିବା ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ ଟିମ୍‌ରେ ପରିବର୍ତ୍ତନ କରିଛି। ହ୍ୟାରି ବ୍ରୁକଙ୍କ ବଦଳରେ ଟିମ୍‌ରେ ଡାନିଏଲ ୱିଲିୟମ ଲରେସନ୍ ଡେନ ଲରେନ୍ସଙ୍କୁ ସାମିଲ୍ କରାଯାଇଛି।  

ଇଂଲଣ୍ଡ କ୍ରିକେଟ ବୋର୍ଡ(ଇସିବି)ର ସୂଚନା ଅନୁସାରେ, ବ୍ୟକ୍ତିଗତ କାରଣରୁ ହ୍ୟାରି ବ୍ରୁକ୍ ଟେଷ୍ଟ ସିରିଜ୍‌ ନ ଖେଳି ଇଂଲଣ୍ଡ ଫେରିଯାଇଛନ୍ତି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲରେନ୍ସ ଭାରତରେ ପହଞ୍ଚି ଦଳରେ ଯୋଗଦେବେ। ହ୍ୟାରି ବ୍ରୁକ୍‌ ସିରିଜ୍‌ରୁ ବାହାରିଯିବା ପରେ ଇସିବି ତୁରନ୍ତ ରିପ୍ଲେସ୍‌ମେଣ୍ଟ ଘୋଷଣା କରିଥିଲା। ଲରେନ୍ସ ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ଖେଳିବେ ବୋଲି ବୋର୍ଡ କହିଥିଲା।

ପଢ଼ନ୍ତୁ-ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ସମସ୍ତ ୫ ଟେଷ୍ଟରୁ ବାଦ୍ ପଡ଼ି ପାରନ୍ତି ମହମ୍ମଦ ଶାମି

କ’ଣ ହେବ ଭାରତ ପାଇଁ ଡେନ୍ ଲରେନ୍ସଙ୍କ ଭୂମିକା ?

ସୂଚନା ଥାଉକି ଡେନ୍ ଲରେନ୍ସ ଦ୍ୱିତୀୟ ଥର ପାଇଁ ଟିମ୍ ଇଣ୍ଡିଆ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ଭାରତ ଆସୁଛନ୍ତି। ସେ ୨୦୨୧ରେ ଶେଷଥର ଭାରତ ବିପକ୍ଷରେ ୪ ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରଜ୍‌ ଖେଳିଥିଲେ। ଏଥିରେ ସେ ହାଇଦ୍ରାବାଦରେ ଖେଳାଯାଉଥିବା ଚତୁର୍ଥ ମ୍ୟାଚ୍‌ରେ ୪୬ ଓ ୫୦ ରନ୍‌ର ଜବରଦସ୍ତ ପାଳି ଖେଳିଥିଲେ। ହେଲେ ଇଂଲଣ୍ଡ ଏହି ସିରିଜ୍ ହାରିଯାଇଥିଲା। ଲରେନ୍ସ ୨୦୨୧ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ କରିଥିଲେ। ମିଡିଲ୍ ଅର୍ଡରରେ ବ୍ୟାଟିଂ କରୁଥିବା ଲରେନ୍ସ ଡେବ୍ୟୁ ହେବା ଦିନଠାରୁ ୧୧ ଟି ଟେଷ୍ଟ ଖେଳିବାବେଳେ ୨୯ ହାରରେ ୫୫୧ ରନ୍ କରିଛନ୍ତି।

ବ୍ୟାଟିଂ ବ୍ୟତୀତ ଲରେନ୍ସ ବୋଲିଂ ମଧ୍ୟ କରନ୍ତି। ଟେଷ୍ଟ କ୍ରିକେଟରେ ସେ ତିନୋଟି ୱିକେଟ୍ ନେଇଥିବା ବେଳେ  ଲରେନ୍ସ ଜଣେ ଅଫ୍ ସ୍ପିନର। ନିକଟରେ ବିଗ୍ ବସ୍‌ ଲିଗରେ ହୋବର୍ଟ ବିପକ୍ଷରେ ୪ ୱିକେଟ୍ ନେଇଥିଲେ।




Leave a Comment