ଆଜି ଆମେ ପରିବେଶ ପ୍ରଦୂଷଣ air pollution essay in odia pdf ବିଷୟରେ ଏହି ସମ୍ପୂର୍ଣ ରଚନାଟି ପଢିବା।
ଉପକ୍ରମ :
ବିଶାଳ ପୃଥିବୀରେ ଈଶ୍ବରଙ୍କ ସୃଷ୍ଟି ହେଉଛି ଅମୃତମୟ। ପ୍ରକୃତିର ଅପରୂପ ଶୋଭା ଓ ସୌନ୍ଦର୍ଯ୍ୟ ମନୁଷ୍ୟକୁ ବିମୋହିତ କରିଥାଏ; କିନ୍ତୁ ସାଂପ୍ରତିକ ଯୁଗ ହେଉଛି ବିଜ୍ଞାନର ଯୁଗ। ବିଜ୍ଞାନର ଦ୍ରୁତ ଅଗ୍ରଗତି ଫଳରେ ଆଜିର ମନୁଷ୍ୟ ଶୂନ୍ୟ ଆକାଶରେ ଉଡ଼ିପାରୁଛି, ଜଳରେ ବୁଡ଼ିପାରୁଛି ଓ ସ୍ଥଳପଥରେ ବିଭିନ୍ନ ଯାନରେ ଯାତାୟାତ କରିବାର ସୁବିଧାସୁଯୋଗ ପାଇପାରୁଛି। ମନୁଷ୍ୟ ଯେଉ ଚନ୍ଦ୍ରକୁ ଦେବତା ରୂପରେ ପୂଜା କରିଆସୁଛି, ତା’ର ନିକଟସ୍ଥ ହୋଇ ସେଠାରୁ ଉପାଦାନ ସଂଗ୍ରହ କରିବାରେ ମଧ୍ୟ ସଫଳକାମୀ ହୋଇପାରିଛି; କିନ୍ତୁ ପରିତାପର ବିଷୟ ଏହିକି ଯେ, ଯେଉ ପ୍ରାକୃତିକ ପରିବେଶ ମଧ୍ୟରେ ଆଜିର ମନୁଷ୍ୟ ଜୀବନ ନିର୍ବାହ କରୁଛି, ତାହା କ୍ରମଶଃ କଳୁଷିତ ହେବାରେ ଲାଗିଛି। ଏପରିକି ଦ୍ରୁତ ଯାନବାହନ ପ୍ରଚଳନ, ଶିଳ୍ପ ସଂପ୍ରସାରଣ, ଜନସଂଖ୍ୟା ବିସ୍ଫୋରଣ, ମାରଣାସ୍ତ୍ରର ପ୍ରୟୋଗ, ଅବାଧ ଗଛକଟା, ଅରଣ୍ୟସମ୍ପଦ କ୍ଷୟ, କୀଟନାଶକ ଔଷଧ ପ୍ରୟୋଗ, ବୈଜ୍ଞାନିକ ପରୀକ୍ଷା ପ୍ରଭୃତି ବିବିଧ କାରଣ ଯୋଗୁଁ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି। ସୃଷ୍ଟିର ଅମୃତମୟ ପୃଥିବୀ ଧ୍ସଂ ହେବାକୁ ଯାଉଛି। ଏହା କେବଳ ଆମ ଦେଶର ସମସ୍ୟା ନୁହେଁ, ପ୍ରତ୍ୟେକ ପ୍ରଗତିଶୀଳ ଦେଶମାନଙ୍କର ପ୍ରଧାନ ସମସ୍ୟା ହୋଇ ପୃଥିବରୀରେ ମୁଣ୍ଡ ଟେକିଛି। ଏଣୁ ପ୍ରଦୂଷଣମୁକ୍ତ ପରିବେଶର ସୁରକ୍ଷା ହେଉଛି ଆମ୍ଭମାନଙ୍କର କର୍ତ୍ତବ୍ୟ। ସେଥିନିମନ୍ତେ ଆମେ ସଜାଗ ରହିବା ବିଧେୟ। ଏହାର ନିରାକରଣ ନିମନ୍ତେ ବ୍ୟକ୍ତିସଚେତନତା ସର୍ବାଗ୍ରେ ବିଚାର୍ଯ୍ୟ।
ପରିବେଶର ସଂଜ୍ଞା ଓ ସ୍ଵରୂପ :
ଆମର ଚତୁପାର୍ଶ୍ବ ହେଉଛି ଆମ ପରିବେଶ। ଏପରିକି ମନୁଷ୍ୟର ଦୈନନ୍ଦିନ ଜୀବନ ପ୍ରବାହ, ଆଚାର ବ୍ୟବହାର, ସମାଜ ଉପରେ ପ୍ରଭାବ ପକାଉଥିବା ବାହ୍ୟଶକ୍ତି ସମୂହକୁ ପରିବେଶ କୁହାଯାଏ। ମୋଟାମୋଟି ଭାବରେ ପୃଥିବୀର ଜଳ, ସ୍ଥଳ, ବାୟୁମଣ୍ଡଳକୁ ପରିବେଶର ଅନ୍ତର୍ଭୁକ୍ତ କରାଯାଇଥାଏ। ଏସବୁ ଦୃଷ୍ଟିରୁ ବିଚାର କଲେ ଏହା ଆମେ ରହୁଥିବା ଘରର ପରିବେଶ, ଗ୍ରାମର ପରିବେଶ, ସହରର ପରିବେଶକୁ ମଧ୍ୟ ବୁଝାଇଥାଏ। ଶରୀରକୁ ସୁସ୍ଥସବଳ ରଖିବା ନିମନ୍ତେ ସୁଷମ ଖାଦ୍ୟର ଯେପରି ଆବଶ୍ୟକତା ପଡ଼ିଥାଏ, ମନକୁ ପ୍ରଫୁଲ୍ଲ ଓ ଜୀବନକୁ ସରସ ସୁନ୍ଦର କରିବା ନିମନ୍ତେ ସୁନ୍ଦର ପରିବେଶ ଦରକାର ହୋଇଥାଏ। ଏଣୁ ପରିବେଶ ପ୍ରଦୂଷଣରୁ ମୁକ୍ତି ସମସ୍ତଙ୍କ ପାଇଁ ଶୁଭଙ୍କର ଅଟେ।
ପରିବେଶ ପ୍ରଦୂଷଣ ହୁଏ କିପରି ? air pollution essay in odia
ପରିବେଶ ଦୂଷିତ ହେବା ନିମନ୍ତେ ବିବିଧ କାରଣ ଥିଲେ ହେଁ ମୁଖ୍ୟତଃ ଜଳ, ବାୟୁ ଓ ଶବ୍ଦ ପ୍ରଦୂଷଣ ଯୋଗୁଁ ଏହା ଘଟିଥାଏ। ଏକ ଦୃଷ୍ଟିରୁ ଏସବୁ ଏଠାରେ ଆଲୋଚ୍ୟର ବିଷୟ।
ଜଳ ପ୍ରଦୂଷଣର ବିବିଧ କାରଣ :
- ଜଳ ମଧ୍ୟକୁ ବାହ୍ୟ ବର୍ଜ୍ୟବସ୍ତୁ କ୍ଷେପଣ : କଳକାରଖାନାର ଅନାବଶ୍ୟକ ବର୍ଜ୍ୟବସ୍ତୁ ତରଳ ଆକାରରେ ନିଷ୍କାସିତ ହୋଇ ନଦୀ, ପୁଷ୍କରିଣୀ ଓ କେନାଲର ଜଳଗର୍ଭକୁ ଛାଡ଼ିଦିଆଯାଏ। ଏହାଦ୍ବାରା ଜଳ ଦୂଷିତ ହୁଏ। ବିଷାକ୍ତ ଜଳ ସେବନ କରି ଜଳଚର ପ୍ରାଣୀମାନେ ମୃତ୍ୟୁମୁଖରେ ପତିତ ହୁଅନ୍ତି। ଗ୍ରାମାଞ୍ଚଳରେ ଲୋକମାନେ ନଦୀ ଜଳରେ ମଇଳା, ଆବର୍ଜନା ପକାଇବା ସହିତ ଗୋରୁ, ଗାଈ, ମଇଁଷି ଓ ମେଣ୍ଢା ଇତ୍ୟାଦି ଗୃହପାଳିତ ପଶୁମାନଙ୍କୁ ଗାଧୋଇଦେବାଦ୍ବାରା ଜଳ ପ୍ରଦୂଷିତ ହୋଇଥାଏ। ନଦୀ, ପୁଷ୍କରିଣୀ ଓ କେନାଲ ନିକଟରେ ଲୋକମାନେ ମଳମୂତ୍ର ତ୍ୟାଗ କରି ଜଳକୁ ଦୂଷିତ କରିଥାନ୍ତି। ନଦୀତଟରେ ବସବାସ କରୁଥିବା ଲୋକମାନେ ସଂକ୍ରାମକ ରୋଗୀର ଲୁଗାପଟା ଧୋଇବା, ମୃତ ଜୀବଜନ୍ତୁ ଓ ମୃତ ବ୍ୟକ୍ତିମାନଙ୍କୁ ନଦୀଗର୍ଭକୁ ନିକ୍ଷେପ କରିବାଦ୍ବାରା ଜଳ ଦୂଷିତ ହୋଇଥାଏ।
- ଭୂଗର୍ଭରେ ବୈଜ୍ଞାନିକ ପରୀକ୍ଷଣ : ଅନେକ ସମୟରେ ଭୂଗର୍ଭରେ ବୈଜ୍ଞାନିକ ପରୀକ୍ଷଣଦ୍ବାରା ଭୂଗର୍ଭସ୍ଥ ଜଳ ପ୍ରଦୂଷିତ ହୋଇଥାଏ। ଫଳରେ ଭୂଗର୍ଭସ୍ଥ କୌଣସି ରାସାୟନିକ ପଦାର୍ଥ ମିଶ୍ରଣ ବା ବାୟୁମଣ୍ଡଳ ଅତ୍ୟଧିକ ଉତ୍ତପ୍ତ ହେବା ଫଳରେ ଜଳ ଦୂଷିତ ହୋଇ ଜଳଚର ପ୍ରାଣୀମାନେ ମୃତ୍ୟୁମୁଖରେ ପତିତ ହୁଅନ୍ତି।
- ଜଳଜ ଉଦ୍ଭିଦ ଜଳ ପ୍ରଦୂଷଣର ଅନ୍ୟ ଏକ କାରଣ : ଅନେକ ସମୟରେ ଜଳରେ ବଢୁଥିବା ଉଦ୍ଭିଦମାନେ ସୂର୍ଯ୍ୟଙ୍କ ପ୍ରଖର କିରଣରେ ଉତ୍ତାପ ପାଇ ପଚିଯାଆନ୍ତି। ଫଳରେ ଜଳ ଦୁର୍ଗନ୍ଧ ହୋଇ ଦୂଷିତ ହୋଇଯାଏ।
- ବୈଜ୍ଞାନିକ ଉଦ୍ଭାବନ : ବେଳବଳେ ବୈଜ୍ଞାନିକ ଉଦ୍ଭାବନଦ୍ବାରା ନଦୀ, ପୁଷ୍କରିଣୀ ଓ କେନାଲ ଜଳ ଦୂଷିତ ହେବାରେ ଲାଗିଥାଏ। ଫଳରେ ଜଳଚର ପ୍ରାଣୀମାନେ ମୃତ୍ୟୁମୁଖରେ ପଡ଼ିଥା’ନ୍ତି।
- କୀଟନାଶକ ଔଷଧ ପ୍ରୟୋଗ : କୀଟନାଶକ ଔଷଧ ପ୍ରୟୋଗ ଫଳରେ ଜଳ ପ୍ରଦୂଷିତ ହେବା ସହିତ ଜଳଚର ପ୍ରାଣୀମାନେ ମୃତ୍ୟୁମୁଖରେ ପଡ଼ିଥା’ନ୍ତି। ଦୂଷିତ ଜଳର ମାଛ ଭକ୍ଷଣ କରି ଲୋକମାନେ ନାନାଦି ରୋଗର ଶିକାର ହୋଇଥା’ନ୍ତି।
ବାୟୁ ପ୍ରଦୂଷଣର ବିବିଧ କାରଣ :
- ଶିଳ୍ପ ପ୍ରସାର : ବିକାଶଶୀଳ ରାଷ୍ଟ୍ରମାନଙ୍କରେ କଳକାରଖାନାର ପ୍ରତିଷ୍ଠା ଓ ଦ୍ରୁତ ପ୍ରସାର ଫଳରେ ବାୟୁ ପ୍ରଦୂଷଣ ହେବା ସହିତ ପରିବେଶ ପ୍ରଦୂଷିତ ହେବାକୁ ଲାଗିଛି। ଏପରିକି ଶିଳ୍ପ ବିପ୍ଳବ ସମୟରେ ବାୟୁମଣ୍ଡଳରେ 295 ନିୟୁତାଂଶ ଅଙ୍ଗାରକାମ୍ଳ ଥିବା ସମୟରେ ସାଂପ୍ରତିକ ଯୁଗରେ ତାହା ବୃଦ୍ଧିପାଇ 330 ନିୟୁତରୁ ଊର୍ଦ୍ଧ୍ବରେ ପହଞ୍ଚିଛି। ଫଳରେ କଳକାରଖାନାମାନଙ୍କର ଚିମିନିରୁ ନିର୍ଗତ ଧୂଆଁ ବାୟୁମଣ୍ଡଳରେ ପ୍ରବେଶ କରି ବାୟୁକୁ ଦୂଷିତ କରିବାରେ ଲାଗିଛି। ପ୍ରକାଶଥାଉ କି କଳକାରଖାନାରୁ ନିର୍ଗତ ଧୂଆଁରେ ଅଙ୍ଗାରକାମ୍ଳ ବାୟୁମଣ୍ଡଳରେ ପ୍ରବେଶ କରିବାରୁ ବାୟୁ ବିଷାକ୍ତ ହୋଇ ପ୍ରଦୂଷିତ ହେଉଛି।
- ଅତ୍ୟଧିକ ଯାନବାହନ ଯାତାୟତା : ଶିଳ୍ପପ୍ରଧାନ ରାଷ୍ଟ୍ରମାନଙ୍କରେ ସ୍ଥଳଭାଗରେ ବିବିଧ ଯାନବାହନ ପ୍ରଚଳନ ହେବା ଫଳରେ ପ୍ରତିବର୍ଷ ବାୟୁମଣ୍ଡଳରେ ପ୍ରାୟ 1500 ଟନ୍ ରୁ ଅଧିକ ଅଙ୍ଗାରକାମ୍ନ ମିଶୁଥିବା ସର୍ବେକ୍ଷଣ ରିପୋର୍ଟରୁ ଜଣାପଡ଼ିଛି। ସାଂପ୍ରତିକ କାଳରେ ବୈଜ୍ଞାନିକମାନଙ୍କର ଆବଶ୍ୟକୀୟ ପରୀକ୍ଷା, ରାସାୟନିକ ବିସ୍ଫୋରଣ, କୀଟନାଶକ ଦ୍ରବ୍ୟର ବହୁଳ ବ୍ୟବହାର, ଯାନବାହନ ଚଳାଚଳ ଫଳରେ ନିର୍ଗତ ଧୂଆଁ ଓ କଳକାରଖାନାର ଚିମିନିରୁ ନିର୍ଗତ ଧୂଆଁ ବାୟୁ ପ୍ରଦୂଷିତ ହେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି।
- ଆଣବିକ ବିସ୍ଫୋରଣ : ପୃଥିବୀପୃଷ୍ଠରୁ ପ୍ରାୟ 32 କି.ମି. ଊର୍ଦ୍ଧ୍ବରେ ବାୟୁମଣ୍ଡଳରେ ଓଜୋନ ନାମକ ଏକ ଗ୍ୟାସୀୟ ସ୍ତର ରହିଛି। ଏହା ସୂର୍ଯ୍ୟଙ୍କଠାରୁ ଆସୁଥିବା ଅତି ବାଇଗଣୀ ରଶ୍ମି (ଟକ୍ଷଗ୍ଧକ୍ସବ ଠସକ୍ଟକ୍ଷରଗ୍ଧ ଜବଚ୍ଚ) ଏବଂ ରଞ୍ଜନରଶ୍ମି (ଢ-କ୍ସବଚ୍ଚ)କୁ ସଂଶ୍ଳେଷଣ କରିଥାଏ। ଏହି ଓଜୋନ ପ୍ରତି ମୁହୂର୍ତ୍ତରେ ଗଠିତ ଓ ବିଘଟିତ ହୋଇଥାଏ। ସୌରରଶ୍ମି ମାଧ୍ୟମରେ ଓଜୋନ୍ କୁ ଅମ୍ଳଜାନ ଓ ଅମ୍ଳଜାନକୁ ଓଜୋନ୍Ùରେ ପରିବର୍ତ୍ତନ କରିବା କାର୍ଯ୍ୟ ଅବିରାମ ଗତିରେ ଚାଲିଥାଏ; କିନ୍ତୁ ଆଣବିକ ବିସ୍ଫୋରଣ ଓ ଅଗ୍ନିକାଣ୍ଡଦ୍ବାରା ବାୟୁମଣ୍ଡଳ ଉତ୍ତପ୍ତ ହୋଇଯାଏ। ଫଳରେ ଅମ୍ଳଜାନ ଓ ଯବକ୍ଷାରଜାନ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ସଂଘଟିତ ହୋଇ ନାଇଟ୍ରୋଜେନ୍ ଅକ୍ସାଇଡ୍ ସୃଷ୍ଟି ହୁଏ। ଏହି ଅକ୍ସାଇଡ୍ ଓଜୋନ୍ କୁ ବିଘଟିତ କରି ନଷ୍ଟ କରିଦିଏ।
- ବିବିଧ ଜାଳେଣି ବ୍ୟବହାର : ବହୁ ଉଚ୍ଚରେ ଉଡ଼ାଜାହାଜ ଉଡ଼ିବା ଫଳରେ ସେଥିରୁ ନିର୍ଗତ ହେଉଥିବା ଅଙ୍ଗାରକାମ୍ଳଦ୍ବାରା ଷ୍ଟ୍ରାଟୋସ୍ପିୟରରେ ଉତ୍ତାପ ବୃଦ୍ଧି ହୁଏ। ଏହା ଯୋଗୁଁ ନାଇଟ୍ରୋଜେନ୍ ଅକ୍ସାଇଡ୍ ସୃଷ୍ଟି ହୁଏ। ସେହିପରି ଖଣିଜତୈଳ, କୋଇଲା ଇତ୍ୟାଦି ଜଳିଲେ ସେଥିରୁ ଅଙ୍ଗାରକାମ୍ଳ ନିର୍ଗତ ହୋଇ ବାୟୁମଣ୍ଡଳରେ ମିଶିଯାଏ। ଅଙ୍ଗାରକାମ୍ଳର ଏହି ଘନ ଆସ୍ତରଣ ଭେଦି ସୌରରଶ୍ମି ପୃଥିବୀପୃଷ୍ଠରେ ପତିତ ହୁଏ; କିନ୍ତୁ ପୃଥିବୀପୃଷ୍ଠର ଉତ୍ତାପ ଏହି ସ୍ତର ଅତିକ୍ରମ କରି ବହିର୍ଗତ ହୋଇପାରେ ନାହିଁ। ସୁତରାଂ ମିଥେନ୍, ଅଙ୍ଗାରକାମ୍ଳ, ନାଇଟ୍ରିକ୍ ଅକ୍ସାଇଡ୍ ପ୍ରଭୃତି ଗ୍ୟାସ୍ ବାୟୁମଣ୍ଡଳରେ ବୃଦ୍ଧି ହେବାଦ୍ବାରା ପୃଥିବୀରେ ତାପମାତ୍ରା ବୃଦ୍ଧି ହୁଏ। ଏହାଦ୍ବାରା ପାଗର ପରିବର୍ତ୍ତନ ଘଟେ।
ଶବ୍ଦ ପ୍ରଦୂଷଣର ବିବିଧ କାରଣ :
ରେଳ, ମଟର, ବିମାନ ଚଳାଚଳର ଅତ୍ୟୁଚ୍ଚ ଶବ୍ଦ ସହିତ ଡାକବାଜି ଯନ୍ତ୍ରର କର୍କଶ ଶବ୍ଦ, କଳକାରଖାନାରେ ଚାଳିତ ମେସିନ୍, ଘର୍ଷଣ, ବେତାର, ଦୂରଦର୍ଶନରେ ପ୍ରସାରିତ ସଙ୍ଗୀତର ଲହରୀ ଓ ତା’ସହିତ ଆକାଶ ମାର୍ଗରେ ରକେଟ୍ ପ୍ରେରଣର ଭୈରବ ନାଦ ବାୟୁମଣ୍ଡଳକୁ ପ୍ରକମ୍ପିତ କରୁଛି। ଫଳରେ ନୀରବ ଆକାଶ ବିକ୍ଷୁବ୍ଧ ହୋଇ ପାର୍ଥିବ ମନୁଷ୍ୟର ଶାନ୍ତି ଭଙ୍ଗ କରୁଛି।
ଜନସଂଖ୍ୟା ବୃଦ୍ଧି :
ପରିବେଶ ପ୍ରଦୂଷଣ କରିବାରେ ଜନବିସ୍ଫୋରଣ ଆଉ ଏକ କାରଣ। ପ୍ରତିବର୍ଷ ଜନସଂଖ୍ୟା ଦ୍ରୁତଗତିରେ ବଢ଼ି ବଢ଼ି ଚାଲିଛି। ଲୋକମାନେ ଚାକିରି ଅନ୍ବେଷଣରେ ସହରାଭିମୁଖୀ ହେବାରୁ ଗ୍ରାମ୍ୟ ସଭ୍ୟତା ଲୋପପାଇ ସହରୀ ସଭ୍ୟତା ଗଢ଼ିଉଠିବାରେ ଲାଗିଛି। ଗୋଟିଏ ସ୍ଥାନରୁ ଯାଇ ଅନ୍ୟସ୍ଥାନରେ ଅବସ୍ଥାନ କରିବାକୁ ହେଲେ ଖାଦ୍ୟ, ଜଳ, ବାୟୁ ଓ ବାସଗୃହର ଆବଶ୍ୟକତା ପଡ଼ୁଛି। ଏପରିକି ନୂତନ ବାସଗୃହ ନିର୍ମାଣ ନିମନ୍ତେ ଜଙ୍ଗଲ ସଂପଦକୁ ନଷ୍ଟ କରିବାକୁ ପଶ୍ଚାତ୍ପଦ ହେଉନାହାନ୍ତି। ଫଳରେ ସହରଗୁଡ଼ିକର ପରିବେଶ ଅସ୍ବାସ୍ଥ୍ୟକର ହେଉଛି। ଜଙ୍ଗଲ ନଷ୍ଟହେବା ଫଳରେ ବାୟୁମଣ୍ଡଳରୁ ଅମ୍ଳଜାନ କ୍ରମଶଃ ସରି ଆସିବା ସହିତ ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧି ପରିଲକ୍ଷିତ ହେଉଛି।
ପରିବେଶ ପ୍ରଦୂଷଣଜନିତ କ୍ଷତି :
ପରିବେଶ ପ୍ରଦୂଷଣଦ୍ବାରା ଜୀବଜଗତ, ଉଦ୍ଭିଦଜଗତ ଓ ପ୍ରାଣୀଜଗତର ଅଶେଷ କ୍ଷତିସାଧନ ହେଉଛି। ଯଥା –
- ଯାନବାହନ ଚଳାଚଳ ଯୋଗୁଁ ବାୟୁମଣ୍ଡଳ ବିଷାକ୍ତ ହୋଇଯାଏ। ଯାନବାହନରୁ ନିର୍ଗତ ବାଷ୍ପରେ ଅଙ୍ଗାରକାମ୍ଳ ଥାଏ। ଏପରିକି ଜଣେ ବ୍ୟକ୍ତି ଏକ ମିନିଟ୍ ରେ ଯେଉ ପରିମାଣରେ ଅମ୍ଳଜାନ ଗ୍ରହଣ କରନ୍ତି, ପ୍ରତି ଗାଡ଼ି ସେହି ପରିମାଣରେ ଅଙ୍ଗାରକାମ୍ଳ ତ୍ୟାଗ କରୁଥିବାର ନଜିର ଅଛି। ଏହାଦ୍ବାରା କର୍କଟ ରୋଗ ହୁଏ।
- କଳକାରଖାନାରୁ ନିର୍ଗତ ଧୂଆଁଦ୍ବାରା ବାୟୁମଣ୍ଡଳରେ କ୍ରମଶଃ ଅଙ୍ଗାରକାମ୍ଳ ବୃଦ୍ଧି ପାଇଥାଏ, ଯାହା କ୍ଷତିକାରକ ଅଟେ।
- ପେଟ୍ରୋଲଜାତ ଦ୍ରବ୍ୟର ଇନ୍ଧନ ଦହନ ଫଳରେ ବାୟୁମଣ୍ଡଳ ବିଷାକ୍ତ ହୋଇଯାଏ। ତା’ଫଳରେ ଉଦ୍ଭିଦ ଜଗତର ପରିପାକ କ୍ରିୟାରେ ବ୍ୟାଘାତ ଘଟେ।
- ଅବାରିତ ବୃକ୍ଷ ଛେଦନଦ୍ବାରା ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବୃଦ୍ଧି ପାଇ ଅମ୍ଳଜାନ ହ୍ରାସ ପାଇବାରେ ଲାଗିଛି।
- ଜଳ ପ୍ରଦୂଷଣ ଯୋଗୁଁ ମହାମାରୀ ଓ ରକ୍ତ ଆମାଶୟ ରୋଗ ବ୍ୟାପିଥାଏ। ସେହିପରି ଜଳରେ ଆଣବିକ ପରୀକ୍ଷା, ଆବର୍ଜନା ନିଷ୍କାସନ, କଳକାରଖାନାରୁ ବର୍ଜ୍ୟବସ୍ତୁ ନିକ୍ଷେପଣ, ଜଳଜ ଉଦ୍ଭିଦ ପଚିଯିବା ସହିତ ଜଳ ମଧ୍ୟକୁ ମୃତ ଜୀବଜନ୍ତୁ କ୍ଷେପଣ ଜଳ ପ୍ରଦୂଷଣର ମୁଖ୍ୟ କାରଣ ହୋଇଥାଏ। ଜଳ ପ୍ରଦୂଷଣ ଯୋଗୁଁ ଚକ୍ଷୁ ରୋଗ ବ୍ୟାପିଥାଏ।
- ଭୂଗର୍ଭରେ ଆଣବିକ ପରୀକ୍ଷା ଯୋଗୁଁ ଭୂଅଭ୍ୟନ୍ତରସ୍ଥିତ ଜଳ ପ୍ରଦୂଷଣ ହେବା ସହିତ ମାଟି ଭିତରେ ଥିବା ଅନେକ ଜୀବ ନଷ୍ଟ ହୋଇଯାଆନ୍ତି।
- କଳକାରଖାନାର ଉତ୍କଟ ଧ୍ବନି, ଯାନବାହନର କର୍କଶଧ୍ବନି ଶବ୍ଦ ପ୍ରଦୂଷଣ ସୃଷ୍ଟି କରିଥାଏ।
ପରିବେଶ ପ୍ରଦୂଷଣରେ ଆମର ଯେଉ ପରିମାଣରେ କ୍ଷତି ଘଟେ, ତାହା ଆକଳନ କରିବା ଦୁରୂହ ବ୍ୟାପାର। ଏଣୁ ଏହାର ପ୍ରତିକାର ସର୍ବାଦୌ ବିଚାର୍ଯ୍ୟ।
ପରିବେଶ ପ୍ରଦୂଷଣର ପ୍ରତିକାର ବ୍ୟବସ୍ଥା :
- ପରିବେଶର ସୁରକ୍ଷା ପାଇଁ ବୃକ୍ଷରୋପଣ ସର୍ବାଦୌ କରଣୀୟ। ଏପରିକି ‘ଛୁଆ କମ୍ ଓ ଗଛ ଅଧିକ’ ଏହି ସ୍ଲୋଗାନ ସମସ୍ତଙ୍କ ପାଖରେ ପହଞ୍ଚାଇବା ଆବଶ୍ୟକ। ଏହି ସଂକ୍ରାନ୍ତୀୟ କର୍ମଶାଳା, ଚିତ୍ରାଙ୍କନ ପ୍ରତିଯୋଗିତା ଓ ବକ୍ତୃତା ପ୍ରତିଯୋଗିତା ହେବା ବିଧେୟ।
- ପରିବେଶ ପ୍ରଦୂଷଣର କୁପରିଣାମ ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଇବା ଦରକାର। ଏଥିପାଇଁ ଗଣମାଧ୍ୟମ ଜରିଆରେ ପ୍ରଚାରର ଆବଶ୍ୟକତା ରହିଛି। ସରକାରୀ ଓ ବେସରକାରୀ ସଂସ୍ଥା ମାଧ୍ୟମରେ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବା ଉଚିତ।
- ସାମାଜିକ ବନୀକରଣ ବ୍ୟବସ୍ଥାକୁ ତ୍ବରାନ୍ବିତ କରାଯିବା ଆବଶ୍ୟକ। ସବୁଜ ପୃଥିବୀ ଗଢ଼ିବାର ସ୍ବପ୍ନ ସମସ୍ତେ ସାକାର କରିବା ଉଚିତ। ବୃକ୍ଷ ଛେଦନକୁ ପ୍ରତିରୋଧ କରିବା ସହିତ ବୃକ୍ଷରୋପଣ ଉପରେ ଅଧିକ ଗୁରୁତ୍ବ ଦିଆଯିବା ବିଧେୟ।
- ପାଠ୍ୟପୁସ୍ତକରେ ପରିବେଶ ପ୍ରଦୂଷଣର ଭୟାବହତା ଓ ପ୍ରତିକାର ସମ୍ପର୍କରେ ବିଷୟମାନ ସ୍ଥାନ ପାଇବା ଉଚିତ।
- ସ୍ବେଚ୍ଛାସେବୀ ଦଳ ମାଧ୍ୟମରେ ଗାଁମାନଙ୍କରେ କର୍ମଶାଳା ଓ ବକ୍ତୃତା ପ୍ରତିଯୋଗିତା ସଂଗଠିତ ହେବା ବିଧେୟ।
- ରାସ୍ତାଘାଟରେ ଯାନବାହନ ଚଳାଚଳକୁ ନିୟନ୍ତ୍ରଣ କରିବା ଉଚିତ।
- ଶବ୍ଦ ପ୍ରଦୂଷଣ ପ୍ରତିରୋଧ ଉପରେ ଗୁରୁତ୍ବ ଆରୋପ କରିବା ସମସ୍ତଙ୍କର ଧ୍ୟେୟ ହେବା ବିଧେୟ।
- ଚିଙ୍ଗୁଡ଼ିଚାଷ ଯୋଗୁଁ ପରିବେଶ ପ୍ରଦୂଷିତ ହେଉଥିବାରୁ ତାହା ରୋକାଯିବା ନିମନ୍ତେ ବିହିତ ପଦକ୍ଷେପ ନେବା ଆବଶ୍ୟକ।
- କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁକୁ ଜଳରେ ନିକ୍ଷେପ କରାନଯିବା ନିମନ୍ତେ ସତର୍କତା ଅବଲମ୍ବନ କରାଯିବା ଉଚିତ।
- କେନ୍ଦ୍ର ଓ ରାଜ୍ୟସ୍ତରରେ ପରିବେଶ ସୁରକ୍ଷା ନିମନ୍ତେ ବିହିତ ପଦକ୍ଷେପ ନେବା ବିଧେୟ। ସେହିପରି ବେସରକାରୀ ସ୍ତରରେ ମଧ୍ୟ ପ୍ରଚେଷ୍ଟା ଜାରି ରହିବା ଆବଶ୍ୟକ।
ଉପରୋକ୍ତ ବିହିତ ପଦକ୍ଷେପମାନ ଗ୍ରହଣ କରାଗଲେ ପରିବେଶ ପ୍ରଦୂଷଣକୁ ସହଜରେ ପ୍ରତିରୋଧ କରାଯାଇପାରିବ ବୋଲି ଆଶା କରାଯାଏ। ଏଥିପାଇଁ ସମସ୍ତଙ୍କର ପ୍ରଚେଷ୍ଟା ଅବ୍ୟାହତ ରହିବା ଆବଶ୍ୟକ।
ଆହୁରି ପଢନ୍ତୁ : Guru Divas Odia Essay, Earn Money Tips in Odia, odia gapa kahani
ଉପସଂହାର :
ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ, ରାଜନୈତିକ ତଥା ପ୍ରାକୃତିକ ପରିବେଶ ଧ୍ଵଂସ ହେଲେ ମାନବ ସଭ୍ୟତାର ଧ୍ଵଂସ ଅବଶ୍ୟମ୍ଭାବୀ। ସୁତରାଂ ଏସବୁ ପରିବେଶକୁ ବିଶୁଦ୍ଧ କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ। ନଚେତ୍ ଜୀବଜଗତ, ପ୍ରାଣୀଜଗତ ଓ ଉଦ୍ଭିଦଜଗତ ସମୂଳେ ନଷ୍ଟ ହୋଇଯିବ। ଏଥିପାଇଁ ସମସ୍ତେ ସତର୍କତା ଅବଲମ୍ବନ କରିବା ବିଧେୟ। ପୁନଃ ସମସ୍ତେ ସବୁଜ ପୃଥିବୀର ସ୍ବପ୍ନ ଦେଖିଲେ ଓ ସେଥିପାଇଁ ପ୍ରଚେଷ୍ଟା ଜାରି ରଖିଲେ ଭବିଷ୍ୟତରେ ଏ ସୁନ୍ଦର ପୃଥିବୀ ନିଶ୍ଚୟ ଧ୍ଵଂସମୁଖରୁ ମୁକ୍ତି ପାଇବ ବୋଲି ଆଶା କରାଯାଏ।
ଆହୁରି ଅନ୍ୟ ପ୍ରକାର ଗପ, କାହାଣୀ, ପଦ୍ୟ, ଗଦ୍ୟ ପାଇଁ odiatopics.in ରେ ଯାଇ ଦେଖିପାରିବେ।