America’s failed Moon mission has crashed on Earth techguruodia


Image Courtesy : gadgets360

ୱାସିଂଟନ ୧୯।୧: ଆମେରିକାର ବିଫଳ ହୋଇଥିବା ମୁନ ମିସନ ପୃଥିବୀରେ କ୍ରାସ କରିଯାଇଛି। ପାଖାପାଖି ୫୦ ବର୍ଷ ପରେ ଆମେରିକା ଜାନୁୟାରୀ ୮ ତାରିଖ ଦିନ ଚନ୍ଦ୍ରରେ ଅବତରଣ କରିବା ପାଇଁ ଐତିହାସିକ ଉଡାଣ କରିଥିଲା। ୟୁନାଇଟେଡ ଲଞ୍ଚ ଆଲାଏନ୍ସ  (ୟୁଏଲଏ) ନାମକ ଏକ ପ୍ରାଇଭେଟ ମେନୁଫେକ୍ଚରରଙ୍କ ସେଣ୍ଟୌର ରକେଟ ସହାୟତାରେ ନାସାଙ୍କ ପେରିଗ୍ରିନ-୧ ଲୁନାର ଲ୍ୟାଣ୍ଡରକୁ ଅର୍ବିଟରେ ପହଞ୍ଚା ଯାଇଥିଲା। ତେବେ ଲଞ୍ଚିଂର ମାତ୍ର କିଛି ଘଣ୍ଟା ପରେ ମିସନରେ ତ୍ରୁଟି ଦେଖା ଦେଇଥିଲା।

ମିସନ ସମ୍ପର୍କରେ ଅପଡେଟ ଦେଉଥିବା ଆଷ୍ଟ୍ରୋବୋଟିକ୍ ପାରିଗ୍ରିନ ଲ୍ୟାଣ୍ଡର ସହ ସମ୍ପର୍କ ବିଛିନ୍ନ ହୋଇଥିବା କହିଛନ୍ତି। ଏହାର ଅର୍ଥ ଲ୍ୟାଣ୍ଡର ବିଳମ୍ବିତ ରାତ୍ରିରେ ନିୟନ୍ତ୍ରିତ ଉପାୟରେ ଦକ୍ଷିଣ ପ୍ରଶାନ୍ତ ମହାସାଗର ଉପରେ ପୃଥିବୀକୁ ପୁନଃ ପ୍ରବେଶ କରିଯାଇଛି। ତେବେ ଏ ନେଇ ବିସ୍ତୃତ ବିବରଣୀ ନିମନ୍ତେ ସରକାରୀ ସଂସ୍ଥାଙ୍କଠାରୁ ମିଳିବାକୁ ଥିବା କନଫର୍ମେସନକୁ ଅପେକ୍ଷା କରାଯାଇଛି। ଏହି ମିସନ ଲଞ୍ଚ ହେବାର କିଛି ଘଣ୍ଟା ପରେ ଏହାର ପ୍ରପଲ୍ୟୁସନରେ ତ୍ରୁଟି ଦେଖାଦେଇଥିଲା। ଫଳରେ ପେରିଗ୍ରୀନ ଲ୍ୟାଣ୍ଡରର ସୋଲାର ପ୍ୟାନେଲଗୁଡିକୁ ସୂର୍ଯ୍ୟଙ୍କ ଦିଗରେ ଖୋଲାଯାଇ ପାରିନଥିଲା।     

ଏଥିଯୋଗୁ ମହାକାଶ ଯାନର ବାହ୍ୟ ଅଂଶ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଏହି ମିସନ ନିମନ୍ତେ ନାସା ୧୦୦ ନିୟୁତ ଡଲାର ବ୍ୟୟ କରିଥିଲେ। ପେରିଗ୍ରୀନ-୧ ଲୁନାର ଲ୍ୟାଣ୍ଡର ଜରିଆରେ ନାସା ଚନ୍ଦ୍ର ପୃଷ୍ଠର ସଂରଚନା ଓ ଲ୍ୟାଣ୍ଡିଂ କରିବାକୁ ଥିବା ସ୍ଥାନର ପରିବେଶରେ ବିକିରଣର ସୂଚନା ସଂଗ୍ରହ କରିବାକୁ ଚାହୁଁଥିଲେ। ତେବେ ମିସନ ବିଫଳ ହୋଇଥିବାରୁ ନାସାଙ୍କୁ ଝଟକା ଲାଗିଛି।  ହେଲେ ଚନ୍ଦ୍ରକୁ ପହଞ୍ଚିବା ପାଇଁ  କୌଣସି ଘରୋଇ କମ୍ପାନୀଙ୍କ ଏହା ପ୍ରଥମ ଉଦ୍ୟମ ନୁହେଁ।

ଏହା ପୂର୍ବରୁ ଏପ୍ରିଲ ୨୦୧୯ରେ ଇସ୍ରାଏଲର ବେୟରସିଟ୍ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଦୁର୍ଘଟଣାର ଶିକାର ହୋଇଥିଲା। ସେହିପରି ଗତବର୍ଷ ଏପ୍ରିଲ ମାସରେ ଜାପାନୀ କମ୍ପାନୀ ଆଇ ସ୍ପେସ୍‌ର ହୁକାତୋ ମିସନ ଚନ୍ଦ୍ରରେ କ୍ରାସ କରିଯାଇଥିଲା। ଏଣୁ ଚନ୍ଦ୍ର ମିସନରେ ଘରୋଇ କମ୍ପାନୀଙ୍କର ଏହା ତୃତୀୟ ଉଦ୍ୟମ ଥିଲା, ଯାହା ଏବେ ବିଫଳ ହୋଇଛି।  

ରହସ୍ୟମୟୀ ବେଳାଭୂମୀ; ଦେଖିବାକୁ ମିଳେ ସବୁଜ ବାଲି, କଣ ରହିଛି ଏହାର ରହସ୍ୟ ?




Leave a Comment