Australia will soon be home to the world’s tallest Ram temple techguruodia


ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ଏବେ ଦୁନିଆର ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି । ଜାନୁଆରୀ ୨୨ରେ ପ୍ରାଣ ପ୍ରତିଷ୍ଠା ପରେ ରାମଲାଲା ନିଜ ମନ୍ଦିରରେ ବିରାଜମାନ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । ଏହାରି ଭିତରେ ଅଷ୍ଟ୍ରେଲିଆର ପର୍ଥ ସହରରେ ମଧ୍ୟ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି । ପ୍ରାୟ ୭୨୧ ଫୁଟ୍ ଉଚ୍ଚର ଏହି ରାମ ମନ୍ଦିର ବିଶ୍ୱର ସବୁଠୁ ଉଚ୍ଚ ମନ୍ଦିର ହେବ ।

ଅଷ୍ଟ୍ରେଲିଆର ପର୍ଥ ସହରରେ ରାମ ମନ୍ଦିର ନିର୍ମାଣ ଶ୍ରୀରାମ ବୈଦିକ ଏବଂ ସାଂସ୍କୃତିକ ଟ୍ରଷ୍ଟ ଦ୍ୱାରା ନିର୍ମାଣ କରାଯିବ । ଶ୍ରୀ ସୀତାରାମ ଟ୍ରଷ୍ଟର ଟେପୁଟୀ ଡା.ହରେନ୍ଦ୍ର ରାଣା କହିଛନ୍ତି ଯେ ପର୍ଥ ସହରରେ ୧୫୦ ଏକର ଜମିରେ ୬୦୦ କୋଟି ଟଙ୍କା ଖର୍ଚ୍ଚରେ ଶ୍ରୀରାମ ମନ୍ଦିର ନିର୍ମାଣ କରାଯିବ । ଏହି ଟ୍ରଷ୍ଟର ଅଧ୍ୟକ୍ଷ ଡ.ଦିଲାୱର ସିଂ ଦୀର୍ଘ ୩୫ ବର୍ଷ ଧରି ଅଷ୍ଟ୍ରେଲିଆରେ ବାସ କରୁଛନ୍ତି ।

ପଢନ୍ତୁ: ପରଦା ପଛର ନାୟକ; ରାମ ମନ୍ଦିର ନିର୍ମାଣରେ ନିଭାଇଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା, ଆସନ୍ତୁ ଜାଣିବା ସେମିତି ୫ ଜଣଙ୍କ ବିଷୟରେ

ଡ.ହରେନ୍ଦ୍ର ରାଣା କହିଛନ୍ତି ଯେ ଏହି ପ୍ରୋଜେକ୍ଟ ମନ୍ଦିରର ପାରମ୍ପାରିକ ଅବଧାରଣା ଉପରେ ଆଧାରିତ ହେବ । ମନ୍ଦିରକୁ ସାଂସ୍କୃତିକ, ଆଧ୍ୟାତ୍ମିକ ଏବଂ ସାମଗ୍ରୀକ ଗତିବିଧିକୁ ସାମିଲ କରୁଥିବା ଏକ ବହୁମୁଖୀ କେନ୍ଦ୍ର ରୂପେ ନିର୍ମାଣ କରାଯିବ ।

ଅଷ୍ଟ୍ରେଲିଆ ରାମ ମନ୍ଦିର ପରିସରରେ ହନୁମାନ ବାଟିକା, ସୀତା ବାଟିକା, ଜଟାୟୁ ବାଗ, ସବରୀ ବନ, ଜାମମ୍ୱନ୍ତ ସଦନ ଏବଂ ଗୁରୁ ବଶିଷ୍ଠ ଜ୍ଞାନ କେନ୍ଦ୍ର ରହିବ । ସେହିପରି ଚିତ୍ରକୂଟ ବାଟିକା, ପଞ୍ଚବଟୀ ବାଟିକା ଉଦ୍ୟାନ ଏବଂ ପ୍ରାସ୍ତାବିତ ରାମ ନିବାସ ହୋଟେଲ ମଧ୍ୟ ନିର୍ମାଣ କରାଯିବ । ମନ୍ଦିରରେ ସୀତା ରୋଷେଇ ରେସ୍ତୋଁରା, ରାମାୟଣ ସଦନ ଲାଇବ୍ରେରୀ ଏବଂ ତୁଳସୀଦାସ ହଲ୍ ପରି ସାଂସ୍କୃତିକ ସ୍ଥଳୀ ନିର୍ମାଣ କରାଯିବ ।

ମନ୍ଦିର ପରିସରରେ ୫୫ ଏକର ଭୂ-ଭାଗରେ ସନାତନ ବୈଦିକ ବିଶ୍ୱବିଦ୍ୟାଳୟ ନିର୍ମାଣ କରାଯିବ । ଏହାସହ ହନୁମାନ ବାଟିକାରେ ପ୍ରଭୁ ହନୁମାନଙ୍କ ୧୦୮ ଫୁଟ୍ ଉଚ୍ଚ ମୂର୍ତ୍ତି ସ୍ଥାପନ କରାଯିବ । ମନ୍ଦିରରେ ଶିବସପ୍ତ ସାଗର ନାଁରେ ଏକ କୁଣ୍ଡ ନିର୍ମାଣ କରାଯିବ, ଯେଉଁଥିରେ ଭଗବାନ ରାମଙ୍କ ୫୧ ଫୁଟ୍ ଉଚ୍ଚ ମୂର୍ତ୍ତି ସ୍ଥାପନ କରାଯିବ । ଟ୍ରଷ୍ଟ କହିଛି ଯେ ମନ୍ଦିର ନିର୍ମାଣରେ ଜିରୋ କାର୍ବନ ଫୁଟପ୍ରିଣ୍ଟ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । ବାୟୋ-ସ୍ୱିରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବଂ ଏକ ସୋଲାର ଏନର୍ଜୀ ପ୍ଲାଣ୍ଟକୁ ମଧ୍ୟ ପ୍ରୋଜେକ୍ଟରେ ସାମିଲ କରାଯାଇଛି ।

Also Read: ଚଟାଣରେ ଶୋଉଛନ୍ତି, କେବଳ ପଇଡ଼ ପାଣି ପିଉଛନ୍ତି; ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ କଠୋର ନିୟମ ପାଳୁଛନ୍ତି ପିଏମ୍ ମୋଦୀ




Leave a Comment