Bollywood actress Nora Fatehi deepfake video of advertising techguruodia


ନୂଆଦିଲ୍ଲୀ: ଡିପ୍‌ଫେକ୍‌ ଭିଡିଓ ଲଗାତାର ବଢ଼ିବାରେ ଲାଗିଛି। ଆଧୁନିକ ଟେକ୍ନୋଲୋଜିର ଅପବ୍ୟବହାର କରି କରାଯାଉଥିବା ଡିପ୍‌ଫେକ୍‌ ଭିଡିଓର ପ୍ରଭାବ ବିଭିନ୍ନ ଦେଖିବାକୁ ମିଳିଛି। ଯେଉଁଥିରେ ରହିଛି ଫିଲ୍ମ ଇଣ୍ଡଷ୍ଟ୍ରୀ । ଏମିତି ଅନେକ ମାମଲାରେ ଅଭିନେତା-ଅଭିନେତ୍ରୀ ମଧ୍ୟ ଏହାର ଶିକାର ହୋଇଛନ୍ତି। ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ମଧ୍ୟ ଏକ ଡିପ୍‌ଫେକ ଭିଡିଓ ଭାଇରାଲ ହୋଇଥିଲା। ମାମଲା ବଢ଼ିବା ପରେ ପୋଲିସ୍‌ ଅଭିଯୋଗ ରୁଜୁ କରି ତଦନ୍ତ କରିଥିଲା। ଆଉ ଶନିବାର ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ ମଧ୍ୟ ହୋଇଛି।

ବଡ଼ କଥା ହେଉଛି ଏହି ଅଭିଯୁକ୍ତକୁ ଗିରଫର କିଛି ସମୟ ହୋଇଛି କି’ ନାହିଁ, ଏବେ ବଲିଉଡ ଅଭିନେତ୍ରୀ ନୋରା ଫତେହୀଙ୍କ ଡିପଫେକ୍‌ର ଶିକାର ହୋଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ଏହି ଭିଡିଓକୁ ଦେଖିବା ପରେ ନୋରା ଫତେହୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ପ୍ରକୃତରେ ଏହି ଭିଡିଓ ଅନଲାଇନ ସପିଂ ବ୍ରାଣ୍ଡ୍‌ ସହ ଜଡ଼ିତ ରହିଛି। ଏହି ଭିଡିଓର ସତ୍ୟତା ସାମ୍‌ନାକୁ ଆସିବା ପରେ ଅଭିଯୋଗ ନିଜର କ୍ରୋଧ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ରଶ୍ମିକାଙ୍କ ଡିଫେକ୍ ଭିଡିଓ କରିଥିବା ବ୍ୟକ୍ତି ଜଣେ ବିଟେକ୍ ଛାତ୍ର, ଟେକ୍ନୋଲୋଜୀରେ ରହିଛି ପ୍ରଗାଢ଼ ଜ୍ଞାନ

ଏଥିରେ ଦେଖାଯାଉଛି ଯେ, ‘ଲୁଲୁମେଲୋନ’ ନାମକ ଏକ ଫ୍ୟାସନ ବ୍ରାଣ୍ଡକୁ ଏକ ଭିଡିଓରେ ନୋରା ଫତେହୀ ପ୍ରମୋଟ କରୁଛନ୍ତି। ଏହା ସହ ଏଥିରେ ଲେଖାଯାଇଛି ଯେ, ବ୍ରାଣ୍ଡ୍‌ ୪୦-୬୦ ପ୍ରତିଶତ ଡିସ୍କାଉଟ ଦେଉଛି। ଅବଶ୍ୟ ନୋରା ନିଜର ଅଫିସିଆଲ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ସେୟାର କରି ଏହାକୁ ଫେକ୍‌ ବୋଲି କହିଛନ୍ତି। ଆହୁରି ମଧ୍ୟ ଏହି ବିଜ୍ଞାପନକୁ ଦେଖି ସେ ଚକିତ ହୋଇଛନ୍ତି ଏବଂ ଏହା ସହ କୌଣସି ସମ୍ପର୍କ ନଥିବା କହିଛନ୍ତି।




Leave a Comment