ଉପକ୍ରମ chatra o rajaniti odia essay :
ରାଷ୍ଟ୍ର ପରିଚାଳନାର ମହାନ୍ ନୀତିକୁ ‘ରାଜନୀତି’ କୁହାଯାଏ। ସାମ୍ପ୍ରତିକ ସମୟରେ ରାଜନୀତିର ମହତାକାଙ୍କ୍ଷା ଲୋପ ପାଇବାକୁ ବସିଲାଣି। ରାଜନୀତିର ପଶାପାଲିରେ ସ୍ବାର୍ଥପର ମଣିଷମାନେ ବିଚରଣ କରୁଛନ୍ତି।
ଫଳସ୍ବରୂପ ଦେଶର ଗତି ନିମ୍ନାଭିମୁଖୀ ହୋଇପଡ଼ିଛି। ରାଷ୍ଟ୍ରର ସୃଷ୍ଟି ସହିତ ରାଷ୍ଟ୍ରନୀତି ନିର୍ଦ୍ଧ।ରିତ ହୋଇଛି। ରାଜତନ୍ତ୍ର ଓ ଗଣତନ୍ତ୍ର ମଧ୍ୟରେ ରାଜନୀତିକୁ ରାଷ୍ଟ୍ରବାସୀଙ୍କ ମଙ୍ଗଳବିଧାନ ନିମନ୍ତେ ସ୍ଥିର କରାଯାଇଛି।
ରାମାୟଣ, ମହାଭାରତ ଆଦି ପୁରାଣଶାସ୍ତ୍ରଗୁଡ଼ିକରୁ ପ୍ରାଚୀନ କାଳରେ ରାଜାଗଣ ରାଜନୀତି ଶିକ୍ଷା କରୁଥିଲେ। କାଳକ୍ରମେ ଚାଣକ୍ୟ, ପ୍ଲାଟୋ, ଆରିଷ୍ଟୋଟଲ୍ ଆଦି ବ୍ୟକ୍ତିବିଶେଷ ରାଜନୀତି ବିଷୟକ ବହୁ ପୁସ୍ତକ ରଚନାକଲେ। କାଳକ୍ରମେ ସେଗୁଡ଼ିକର ପ୍ରଭାବ ସମାଜ ଉପରେ ପଡ଼ିବାର ଦେଖାଗଲା।

ଛାତ୍ରଜୀବନରେ ରାଜନୀତିର ସ୍ଥାନ :
ଛାତ୍ରମାନଙ୍କ ଉପରେ ଦେଶର ଭବିଷ୍ୟତ ନିର୍ଭର କରିଥାଏ; କିନ୍ତୁ ‘ଛାତ୍ରାଣାଂ ଅଧ୍ୟୟନଂ ତପଃ।’ ଅଧ୍ୟୟନ ହେଉଛି ଛାତ୍ରର ପ୍ରଥମ କାର୍ଯ୍ୟ।
ଅଧ୍ୟୟନ ବ୍ୟତୀତ ଦେଶ ପ୍ରତି ତା’ର ଗୁରୁଦାୟିତ୍ବ ରହିଛି। କେହିକେହି ରାଜନୀତିରେ ଛାତ୍ରର ପ୍ରବେଶକୁ ବିରୋଧ କରି କହନ୍ତି ଯେ ଆଜିର ରାଜନୀତିର ପଙ୍କିଳ ପରିବେଶରେ ପ୍ରବେଶ ସ୍ବାର୍ଥପର ନେତାରୂପକ ବୃଦ୍ଧ ବ୍ୟାଘ୍ରର ଶିକାର ହେବା ସାର ହେବ।
ଏହାଦ୍ବାରା ଅଧ୍ୟୟନ ପ୍ରୟାସୀ ଓ ଅଧ୍ୟବସାୟୀ ଛାତ୍ରମାନଙ୍କ ପୋଥୀରେ ଡୋରି ବନ୍ଧାହେବ। ଭାରତୀୟ ରାଜନୀତି ଛାତ୍ରପାଇଁ ଅଛୁଆଁ ନୁହଁେ ଛାତ୍ରଜୀବନରେ ରାଜନୀତିର ଆକର୍ଷଣ ପ୍ରଚୁର; କିନ୍ତୁ ତା’ର ବୌଦ୍ଧିକ ବିକାଶ ହୋଇନଥିବାରୁ ନାନା ସମସ୍ୟା ତା’ପାଇଁ ସୃଷ୍ଟି ହେବା ସ୍ବାଭାବିକ।
ଅନେକ ସମୟରେ ଦେଖାଯାଏ ଯେ କେତେକ ଛାତ୍ର ସକ୍ରିୟ ରାଜନୀତିରେ ଅଂଶଗ୍ରହଣ ନିଜର ତା’ର ଭବିଷ୍ୟତ ଜୀବନକୁ ଲକ୍ଷ୍ୟାଭିମୁଖୀ ହୋପାରିବରେ ନାନା ସମସାର ସମ୍ମୁଖୀନ ହୁଅନ୍ତି।
ତେଣୁ ରାଜନୀତିରୁ ଦୂରେଇ ରହୁଥିବା ଛାତ୍ରଛାତ୍ରୀମାନେ ଅତୀତର ତଥା ବର୍ତ୍ତମାନର ଇତିହାସ ସମ୍ପର୍କରେ ସମ୍ୟକ୍ ଜ୍ଞାନଲାଭ କରିପାରନ୍ତି ବୋଲି କେତେକ ମତପ୍ରକାଶ କରିଥାଆନ୍ତି।
ଅତୀତରେ ମହାତ୍ମାଗାନ୍ଧୀଙ୍କ ଆହ୍ବାନରେ ଶହଶହ ଛାତ୍ର ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସେମାନେ ସ୍କୁଲ, କଲେଜ ପରିତ୍ୟାଗପୂର୍ବକ ଦେଶର ସ୍ବାର୍ଥ ଦୃଷ୍ଟିରୁ ରାଜନୀତିରେ ଲମ୍ଫପ୍ରଦାନ କରି ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ କରିଥିଲେ।
ଦେଶ ସ୍ବାଧୀନ ହେବାରେ ସେମାନଙ୍କ ଦାନ ଅତୁଳନୀୟ। ଛାତ୍ରମାନଙ୍କ ତ୍ୟାଗର କାହାଣୀ ଅବର୍ଣ୍ଣନୀୟ। ତେଣୁ ଦେଶର ଅବସ୍ଥାକୁ ଚାହିଁ ଛାତ୍ରମାନେ କାର୍ଯ୍ୟ କରିବା ଉଚିତ। ଦେଶ ଯେତେବେଳେ ବିପଥଗାମୀ, ଛାତ୍ରମାନେ ସେହି ସମୟରେ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିବା ଉଚିତ।
ଛାତ୍ରଜୀବନରେ ରାଜନୀତିର କୁପ୍ରଭାବ :
ରାଜନୀତିର କୁପ୍ରଭାବ ଛାତ୍ରଜୀବନରେ ବହୁଳ ଭାବରେ ଦେଖିବାକୁ ମିଳେ। ରାଜନୀତିରେ ଅଂଶଗ୍ରହଣ କରୁଥିବା ଛାତ୍ରଟିଏ ବିନା ବାଧାରେ ଶିକ୍ଷା ସଂପୂର୍ଣ୍ଣ କରିବା ସହଜସାଧ୍ୟ ନୁହଁେ ଉଭୟ ନାବରେ ପାଦ ଥାପି ଜୀବନଯାତ୍ରା କରୁଥିବା ଛାତ୍ରଟିଏ ନା ଶିକ୍ଷାରେ ନା ରାଜନୀତିରେ ପରିପକ୍ବତା ପ୍ରାପ୍ତ ହୋଇ ନ ଥାଆନ୍ତି। ଅଧା ରାସ୍ତାରେ ଅଟକି ଯାଏ ଜୀବନ।
ରାଜନୀତି କ୍ଷେତ୍ରରେ ମହାତ୍ମାଗାନ୍ଧୀ, ଜବାହରଲାଲ ନେହରୁ, ଡଃ ରାଧାକ୍ରିଷ୍ଣନ, ସର୍ଦ୍ଦ।ରବଲ୍ଲଭ ଭାଇ ପଟେଲଙ୍କ ନାମ ସର୍ବ।ଗ୍ରେ ସ୍ମରଣୀୟ। ଏମାନେ ସମସ୍ତେ ଉଚ୍ଚଶିକ୍ଷିତ ଥିଲେ। ତେଣୁ ସେମାନେ ରାଜନୀତି କ୍ଷେତ୍ରରେ ସଫଳତା ପାଇଥିଲେ।
ବ୍ରିଟିଶ ରାଜନୀତିଜ୍ଞ ଚର୍ଚ୍ଚିଲଙ୍କୁ ମଧ୍ୟ ଏ କ୍ଷେତ୍ରରେ ଉଦାହରଣ ଭାବରେ ଗ୍ରହଣ କରାଯାଇପାରେ। ଆଉ ଯେଉମାନେ ଛାତ୍ରଜୀବନରେ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିଥିଲେ, ସେମାନେ ଜୀବନରେ କେହି ଯଶସ୍ବୀ ହୋଇପାରିନାହାନ୍ତି।
କଲେଜ ସ୍ତରରେ ରାଜନୀତି ସମ୍ପର୍କରେ ଜ୍ଞାନାର୍ଜନ ନିମନ୍ତେ ଛାତ୍ର ସଂସଦମାନ ଗଠନ ହୋଇଛି। ଛାତ୍ରମାନଙ୍କ ଦ୍ବାରା ନିର୍ବ।ଚିତ ପ୍ରତିଟି ରାଜନୈତିକ ଦଳ ଲୁକ୍କାୟିତ ଭାବରେ ଛାତ୍ରଛାତ୍ରୀମାନଙ୍କୁ ଏ କ୍ଷେତ୍ରରେ ପ୍ରଲୋଭିତ କରିଥାଆନ୍ତି।
ବହୁଳ ଭାବରେ ଅର୍ଥ ଓ କ୍ଷମତାର ଅପବ୍ୟବହାର କରାଯାଇଥାଏ। କେତେକ ସ୍ଥଳରେ ହିଂସାତ୍ମକ ପନ୍ଥା ଅବଲମ୍ବନ କରାଯାଇଥାଏ।
ସାମାନ୍ୟ କଥାରୁ ବଚସା, ବଚସାରୁ ଆକ୍ରମଣ ପୁଣି ଆକ୍ରମଣରୁ ପ୍ରତିଆକ୍ରମଣ, ଜଳାପୋଡ଼ା, ଅପହରଣ, ହତ୍ୟା ଆଦି ଘୃଣିତ କାର୍ଯ୍ୟମାନ ସଂଘଟିତ ହୋଇଥାଏ। କଲେଜମାନଙ୍କରେ ଗଣ୍ଡଗୋଳ ଘଟିଲେ ବହୁ ଧନସମ୍ପତ୍ତି ନଷ୍ଟ ହୋଇଥାଏ।
ରାଜନୈତିକ ନେତାମାନେ ନିଜନିଜର ସ୍ବାର୍ଥସ୍ବାଧନ ପାଇଁ ଛାତ୍ରମାନଙ୍କୁ ବିପଥଗାମୀ କରାଉଥିବାର ଦେଖାଯାଏ। ଯୋଜନାବଦ୍ଧ ଭାବରେ ସେମାନଙ୍କର ଉଜ୍ଜ୍ବଳ ଭବିଷ୍ୟତକୁ ନଷ୍ଟ କରିଦିଆଯାଏ।
ଉପସଂହାର :
ଛାତ୍ରମାନଙ୍କର ସେବା ମନୋବୃତ୍ତି ରହିବା ଉଚିତ। ରାଜନୈତିକ ଦଳସହିତ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରି ନିଜର ଶିକ୍ଷା କ୍ଷେତ୍ରରେ କୁଠାରାଘାତ କରିବା ଅନୁଚିତ।
ନିର୍ଦ୍ଦିଷ୍ଟ ଲକ୍ଷ୍ୟରଖି ଛାତ୍ରମାନେ ଅଗ୍ରସର ହେଲେ ସେମାନଙ୍କର ମଙ୍ଗଳ ସାଧନ ହେବ। ବିଭିନ୍ନ ରାଜନୈତିକ ଦଳମାନଙ୍କର ପ୍ରଲୋଭନରୁ ନିଜକୁ ଦୂରେଇ ରଖିବାକୁ ହେବ।
ଜାତିର ଜନକ ମହାତ୍ମାଗାନ୍ଧି ଓ ଉତ୍କଳମଣି ଗୋପବନ୍ଧୁଙ୍କ ପରି ବ୍ୟକ୍ତିଙ୍କୁ ଆଦର୍ଶ କରି ରାଜନୀତିରେ ପ୍ରବେଶ କଲେ ଦେଶର ପ୍ରକୃତ ମଙ୍ଗଳ ସାଧନ ହୋଇପାରିବ।
ଆହୁରି ପଢନ୍ତୁ :: chatra o rajaniti odia essayair pollution essay in odia pdf, Guru divas odia essay ଗୁରୁ ଦିବସ, Top 10 Online Earn Money Tips in ODIA 2023