children’s day speech in odia

ଶିଶୁ ଦିବସ ବିଷୟରେ ଭାଷଣ (children’s day speech in odia)

(ଉପକ୍ରମତାତ୍ପର୍ଯ୍ୟଆତ୍ମ ନିର୍ଭରଶୀଳତାଉପସଂହାର )

ଶିଶୁପ୍ରେମୀ ଚାଚା ନେହେରୁଙ୍କ ଅମୀୟ କବିତା ପଂକ୍ତିରୁ ଆମେ ବୁଝିପାରିବା ମଣିଷ ଜନ୍ମର ଲକ୍ଷ୍ୟ କ’ଣ ? ସାର୍ଥକତା କେଉଠାରେ ? ସଫଳତା କିପରି ମିଳେ ? ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ପବିତ୍ର ସ୍ଵ-ନକ୍ଷତ୍ର ବା ଜନ୍ମଦିବସକୁ ଶିଶୁ ଦିବସ ରୂପେ ପ୍ରତ୍ୟକ ଶିଶୁ, ବୃଦ୍ଧ, ବୃଦ୍ଧା ପାଳନ କରିଥାନ୍ତି । ପ୍ରତ୍ୟେକ ରାଜ୍ୟରେ ଶିଶୁମାନଙ୍କ ଦ୍ବାରା ବିଭିନ୍ନ ପ୍ରତିଯୋଗିତା, କୌତୁକ ପୋଷାକ ପ୍ରତିଯୋଗିତା, ଦେଶାତ୍ମକବୋଧକ ସଙ୍ଗୀତ ଆବୃତ୍ତି କରାଯାଏ ।

ବିଦ୍ୟାଳୟରେ ପଣ୍ଡିତ ନେହେରୁଙ୍କ ଜୀବନ, ଜୀବନୀ, ଧର୍ମକର୍ମକୁ ନେଇ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥାଏ । କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଏ । ମିଷ୍ଟାନ୍ନ ବଣ୍ଟନ କରାଯାଏ । ଆଶ୍ଚର୍ଯ୍ୟର କଥା ବିଶ୍ବର ଜଣେ ତୁଙ୍ଗ ରାଜନୀତିଜ୍ଞ ସଫଳ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ କାହିଁକି ଶିଶୁ ଦିବସ ରୂପେ ପାଳନ କରାଯାଏ ?

ପ୍ରକୃତରେ ସେହି ମହାମାନବ ଥିଲେ ଶିଶୁଙ୍କ ଭିତରେ ଶିଶୁ । ଶିଶୁଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରି ସେ କହିଥିଲେ-ତୁମ ସହିତ ଗପ କଲେ ଜୀବନର ସକଳ ଦୁଖ ଭୁଲିଯାଏ । ଭୁଲିଯାଏ ବାର୍ଦ୍ଧକ୍ୟ ।

ଶିଶୁର ନାଚ, ଖେଳ, ଗୁଲୁଗୁଲିଆ ଦରୋଟି କଥା ଶତ୍ରୁକୁ ବଶ କରିଦିଏ । ବୈରୀ ବିନାଶକ ଶିଶୁ ହସରେ ସାରା ଦୁନିଆ ହସି ଉଠେ । ସେ କହୁଥିଲେ-ଶିଶୁମାନଙ୍କ ପ୍ରତି ଅବହେଳା ଅକ୍ଷମଣୀୟ ଅପରାଧ ।

1899 ନଭେମ୍ବର ଚଉଦ ତାରିଖ ବିଶ୍ବରେ କେତେ ଶିଶୁ ଜନ୍ମ ହୋଇଥିବେ ନିଶ୍ଚିତ । କିନ୍ତୁ ସେହି ଶିଶୁମାନଙ୍କ ମଧ୍ୟରେ ଜଣେ ଥିଲେ ଜବାହର । ଆମ ସମସ୍ତଙ୍କର ହୃଦୟ ଦେବତା ଚାଚାଜୀ । ବାପା ମୋତିଲାଲ ନେହେରୁ ଥିଲେ ଏହ୍ଲାବାଦ ହାଇକୋର୍ଟରୁ ବରିଷ୍ଠ ଓକିଲ । କ’ଣ ବା ଅଭାବ ଥିଲା ତାଙ୍କର ? ଆୟ ଥିଲା ପ୍ରଚୁର ।

ବ୍ୟୟ ମଧ୍ୟ ଥିଲା ପ୍ରଚୁର । ଅର୍ଜିତ ଧନରାଶିରେ ତିଆରି ହେଲା-ଆନନ୍ଦ ଭବନ । ଆନନ୍ଦ ଭବନର ଆନନ୍ଦ ଥିଲେ ଜବାହର । ସେଦିନ ମୋତିଲାଲ ପୁଅ ଜବାହରଙ୍କ ଓଜନର ମିଠେଇ ବାଣ୍ଟିଲେ । ଦରିଦ୍ର ନାରାୟଣଙ୍କୁ ଅନ୍ତ ବସ୍ତ୍ର ବଣ୍ଟନ କରାଗଲା । ଚନ୍ଦ୍ରକଳା ପରି ଜବାହର ଛୋଟରୁ ବଡ଼ ହେଲେ ।

 ବାଳକ ଜବାହର ଥରେ ବାପାଙ୍କ ଅଫିସରେ ପଶି ତାଙ୍କ କଲମ ନେଇ ଆସିଲେ । ବାଲ୍ୟ ଚପଳତା ଯୋଗୁଁ ବାପା କଲମ କଥା ପଚାରିବାରୁ ମନା କଲେ । ମିଛ କହିଲେ । କିନ୍ତୁ ବାପା ଥିଲେ ଶୃଙ୍ଖଳିତ । ପୁଆ ଆଗେ ଆଗେ ଗଲେ ବାପା ପଛେ ପଛେ ଯାଉଥିଲେ । ପୁଅ ଡାଳେ ଡାଳେ ଗଲେ ବାପା ପତ୍ରେ ପତ୍ରେ ଯାଉଥିଲେ । ସେ ଠିକ୍ ଜାଣିପାରିଲେ ଜବାହର ହିଁ କଲମ ନେଇଛନ୍ତି ଓ ମିଛ କହୁଛନ୍ତି ।

ଗୋଟିଏ ମିଛକୁ ଲୁଚାଇବାକୁ ହେଲେ ଶହେ ମିଛ କହିବାକୁ ପଡ଼େ । ସେଦିନ ବାପାଙ୍କଠାରୁ ଜବାହର ଶକ୍ତ ଚାପୁଡ଼ା ଖାଇଲେ । ସେହିଦିନ ସେହିଠାରେ ଜବାହର ଶିଖିଲେ-“ଜୀବନରେ କଦାପି ମିଛ କହିବେ ନାହିଁ । କାହାକୁ ନକହି କିଛି ନେବେ ନାହିଁ । ଯେଉ କଥା ସେଦିନ ଜବାହରଲାଲ ଜୀବନର ବ୍ରତ କରିଥିଲେ, ସେ ବ୍ରତ ଆମ ପାଇଁ ପାଳନୀୟ ତଥା ଗ୍ରହଣୀୟ ।

children’s day quotes in odia

          ଆଗରେ ପଡ଼ିଛି ପଥ ବହୁଦୂର ଆହୁରି କେତେ ଯେ ବାକି       

          ଚାଲିବି ଚାଲିବି ନ ପଡ଼ିବି ଥକି ମୁଦିବା ଆଗରୁ ଆଖି । – ନେହେରୁ

          ମୋତିଲାଲ ଠିକ୍ କଲେ ଜବାହର ଜବାହର ଫରେନ୍ ଯିବେ । ବିଦେଶ ମାଟିରେ ବିଦେଶୀ ପାଠ ପଢ଼ିବେ । 1905 ମସିହାରେ ଜବାହର ‘ହାରୋ’ ସ୍କୁଲରେ ନାଁ ଲେଖାଇଲେ । ଲାଜକୁଳା ଜବାହର କ୍ଲାସରେ ଫାଷ୍ଟ ହେଲେ । ସେ ଥିଲେ ସ୍ଵତନ୍ତ୍ର । ବିଜ୍ଞାନ ଥିଲା ତାଙ୍କର ପ୍ରିୟ ବିଷୟ ଘୋଡ଼ାଚଢ଼ା, ପାଣି ପହଁରା, କ୍ରିକେଟ୍ ମ୍ୟାଚ୍, ଟେନିସ୍ ଖେଳରେ ନେହେରୁଙ୍କ ଦକ୍ଷତା ଥିଲା ଅନନ୍ୟ । ଗୋଲାପ ପ୍ରିୟ ନେହେରୁ ଗୋଲାପ ପରି ହସି ଉଠିଲେ । ବାସି ଉଠିଲେ ।

          ହାରୋ ସ୍କୁଲରେ ସମସ୍ତ ଛାତ୍ର ଆତ୍ମନିର୍ଭରଶୀଳ ଥିଲେ । ନିଜ କାମ ନିଜେ କରୁଥିଲେ । ଥରେ ମୋତିଲାଲ ତାଙ୍କ ଅଧ୍ୟକ୍ଷଙ୍କୁ ଜଣାଇ ହେଲେ-ତାଙ୍କ ପୁଅ ଜୋତା ପଲିସ୍ କରିବ ନାହିଁ । କିନ୍ତୁ ‘ହାରୋ’ ନିୟମ ଅନୁସାରେ ସମସ୍ତେ ନିଜ ଜୋତା ପିଲସ୍ କରିବାକୁ ବାଧ୍ୟ । କଠୋର ଶୃଙ୍ଖଳା । ସ୍କୁଲ ଅଧ୍ୟକ୍ଷ ଆଦେଶ ଦେଲେ-କେବଳ ନିଜର ନୁହେଁ ସାଙ୍ଗମାନଙ୍କ ଜୋତା ମଧ୍ୟ ଜବାହର ପଲିସ୍ କରିବେ । ସେୟା ହେଲା । ସାତ ଦିନ କାଳ ଜବାହର ନିଜ ଜୋତା ସହିତ ସାଙ୍ଗମାନଙ୍କ ଜୋତା ମଧ୍ୟ ପଲିସ୍ କଲେ । ସେହି ଦିନ ହିଁ ଶିଖିଲେ ଈଶ୍ବରଙ୍କ ରଚିତ ବିଶ୍ବରେ କୌଣସି କାମ ଛୋଟ ନୁହେଁ, ଘୃଣ୍ୟ ନୁହେଁ । କାମକୁ ଘୃଣା କରିବା ଅର୍ଥ ନାମକୁ ଘୃଣା କରିବା । ସେଥିପାଇଁ କୁହାଯାଇଛି-

children’s day quotes in odia

                    ମାନବ ଜୀବନ ନୁହଁଇ କେବଳ ବର୍ଷ ମାସି ଦିନ ଦଣ୍ଡ

                    କର୍ମେ ଜୀଏଁ ନର କର୍ମ ଏକା ତା’ର ଜୀବନର ମାନଦଣ୍ଡ ।

ଇଂଲଣ୍ଡରେ ସାତବର୍ଷ ରହିବା ପରେ ଜବାହର ଭାରତ ଫେରିଲେ । ଭାରତରେ ରହିଲେ ମଧ୍ୟ ତାଙ୍କୁ ବିଲାତି ଆଦବ କାଏଦା ଘାରିଥିଲା । ଥରେ ଶିକାର କରିବାକୁ ଯାଇ ଜବାହର ଗୋଟିଏ ମୃଗ ଶିଶୁକୁ ଗୁଳିକରି ହତ୍ୟା କଲେ । ଗୁଳି ବାଜିବା ପରେ ନୀରିହ ନିରପରାଧ ମୃଗଶିଶୁ ଅର୍ଦ୍ଧମୁଦ୍ରିତ ଆଖିରେ ଭାରତର ଭାବୀ ପ୍ରଧାନମନ୍ତ୍ରୀଙ୍କୁ ନୀରବରେ କହୁଥିଲା-ମତେ ମାରି କି ଲାଭ ପାଇଲ ? କି ଯଶ ଲଭିଲ? ପାଟିରେ ଥିଲା କେରାଏ ଶାଗୁଆ ଘାସ । ଦେହରୁ ଝରୁଥିଲା ଧାର ଧାର ଲହୁ, ଆଖିରୁ ଝରୁଥିଲା ଧାର ଧାର ଲୁହ । ନେହେରୁଙ୍କ ଆଖିରେ ଲୁହ ଜକେଇ ଆସିଲା ।

ହୃଦୟରୁ କୋହ ଉଛୁଳି ପଡ଼ିଲା । ସେଦିନ ନେହେରୁ ଶିଖିଲେ-ପଶୁହତ୍ୟା କରିବେ ନାହିଁ । ପଶୁ ହତ୍ୟା ମହାପାପ । ସେଥିପାଇଁ କହୁଥିଲେ-ନେହେରୁ ସ୍ଫଟିକ ପରି ସ୍ଵଚ୍ଛ । ନେହେରୁ ଏକାଧାରାରେ ଥିଲେ ଜାତିପ୍ରାଣ, ବକ୍ତା, ନେତା, ପଣ୍ଡିତ, ଲେଖକ, ସଙ୍ଗଠକ, ସାମ୍ବାଦିକ, ବୈଜ୍ଞାନିକ, ଶାନ୍ତିଦୂତ, ବ୍ୟବସ୍ଥାପକ ଓ ରାଜନୀତିଜ୍ଞ।

1954 ମସିହାର କଥା । ଚାଚା ନେହେରୁ ଭାରତର ପ୍ରଧାନମନ୍ତ୍ରୀ । ହଠାତ୍ କେଉଆଡ଼େ ଅନ୍ତର୍ଦ୍ଧ।ନ ହୋଇଗଲେ । ତାଙ୍କର ପତ୍ତା ମିଳିଲା ନାହିଁ । ସମସ୍ତଙ୍କ ବ୍ୟଗ୍ରତା ବଢ଼ିଲା । ଦେଖାଗଲା ପାଖ ପାର୍କରେ ଚାଚାଜୀ ପିଲାଙ୍କ ସହିତ ଖେଳୁଛନ୍ତି । 1964 ମସିହା ମେ 27 ତାରିଖ ଦିନ ବିଶ୍ବର ମହାନ୍ ଶିଶୁଭକ୍ତ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ହେଲା । ସାରା ବିଶ୍ବ କାନ୍ଦି ଉଠିଲା । ବିଶ୍ବ ଶିଶୁ ଚାଚା ହେହେରୁଙ୍କୁ କୁନି କୁନି ହାତରେ ଶେଷ ପ୍ରଣତି ଜଣାଇଲେ ।

ଥରେ ଶିଶୁପ୍ରିୟ, ନେହେରୁ ଗୋଟିଏ ଛୋଟ ପିଲାପାଖକୁ ଚିଠିରେ ଲେଖିଥିଲେ-ମୋର ମନେ ହେଉଛି, ଆଖୁ କିଆରିରେ ପଶି ଆଖୁ ଭାଙ୍ଗିଥାନ୍ତି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଗହିର ବିଲର ଆଖୁ କିଆରିର ସ୍ଵପ୍ନ ଦେଖିବା ଯେତିକି ଚମତ୍କାର ସେତିକି ହୃଦୟସ୍ପର୍ଶୀ । ସେହି ଶିଶୁପ୍ରେମୀଙ୍କ ଉଦ୍ଦେଶ୍ୟରେ ଆମେ ଆମର ଅଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଉଚିତ୍ ।

ଶିଶୁମାନଙ୍କ ପାଇଁ ଆମ ମନ କେତେ ଦୂର ଡହଳ ବିକଳ ତା’ର ପ୍ରମାଣ ସବୁଦିନ ସମ୍ବାଦପତ୍ର ପୃଷ୍ଠାରୁ ମିଳିଥାଏ । ଶିଶୁବଳିଠାରୁ ଆରମ୍ଭ କରି ଶିଶୁ ଶ୍ରମିକ, ଶିଶୁହତ୍ୟା, ରାଜପ୍ରାସାଦରେ ଶିଶୁ ପ୍ରତି ବର୍ବର ଅତ୍ୟାଚାର, ଆମ ଘରେ କୁନି କୁନି ଚାକରଙ୍କ ପ୍ରତି ନିର୍ମମ ଅତ୍ୟାଚାର ରାଜପଥରେ ଦୀନ ଦରିଦ୍ର ଶିଶୁର ରୋଗଗ୍ରସ୍ତ ଅବୟବ ଦେଖିଲେ ମନରେ ଆସିଥାଏ ଅତିବଡ଼ିଙ୍କ ସତର୍କବାଣୀ-

                    ସ୍ତିରୀ ଗର୍ଭିଣୀ, ଶିଶୁବଧ

                    ଏ ବଧ ବଧରେ ପ୍ରମାଦ । (ଭାଗବତ)

children’s day quotes in odia

sishu dibas odia application, sishu divas odia application

sishu dibas odia application

ତୁମ ବିଦ୍ୟାଳୟରେ ଶିଶୁ ଦିବସ କିପରି ପାଳନ କରିଥିଲ ତାହା ବର୍ଣ୍ଣନା କରି ତୁମ ସାଙ୍ଗ ନିକଟକୁ ପତ୍ର ଲେଖ ।

ତା14/11/2023

କଟରପଡ଼ା

ପ୍ରିୟ ଦେବେନ୍ଦ୍ର,

ମୋର ଶୁଭେଚ୍ଛା ନେବୁ । ଗୁରୁଜନମାନଙ୍କୁ ମୋର ପ୍ରଣାମ ଓ ସାନ ଭାଇ ଭଉଣୀଙ୍କୁ ମୋର ସ୍ନେହ ଜଣାଇଦେବୁ । ତୋ ଚିଠି ପାଇଛି । କିନ୍ତୁ ପାଠପଢ଼ାରେ ବ୍ୟସ୍ତ ଥିବାରୁ ମୋର ଚିଠି ଦେବାର ବିଳମ୍ବ ହେଲା ।

ତୁ ଜାଣିଛୁ ଯେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଦିବସ ନଭେମ୍ବର ମାସ 14 ତାରିଖକୁ ଆମେ ଶିଶୁଦିବସ ରୂପେ ପାଳନ କରୁ । ସେ ଥିଲେ ମୁକ୍ତ ଭାରତର ମଉଡ଼ମଣି । ସେ ପିଲାମାନଙ୍କୁ ଭାରି ଭଲ ପାଉଥିଲେ । ପିଲାଏ ଖୁସିରେ ତାଙ୍କୁ ଚାଚା ନେହେରୁ ବୋଲି କହୁଥିଲେ । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଆମେ ଶିଶୁ ଦିବସଟିକୁ ଜାକଜମକରେ ପାଳନ କଲୁ । ଏହିଦିନ ସକାଳେ ଆସି ବିଦ୍ୟାଳୟରେ ଉପସ୍ଥିତ ହେଲୁ । ନେହେରୁଙ୍କ ଫଟୋଚିତ୍ରରେ ଫୁଲମାଳ ଦେଇ ସଜାଇଲୁ । ଧୂପ ଦେଲୁ । ଦେଶାତ୍ମବୋଧକ ସଙ୍ଗୀତ ଗାନ କଲୁ ।

ପିଲାମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା କରାଯାଇଥିଲା । ମୁଁ ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିଲି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନେହେରୁଙ୍କ ଜୀବନୀ କହି ଅନେକ ଉପଦେଶ ଦେଲେ । ବର୍ତ୍ତମାନ ଦେଶର ଘଡ଼ିସନ୍ଧି ସମୟରେ ଆମର କର୍ତ୍ତବ୍ୟ କ’ଣ ହେବା ଉଚିତ ସେ ସମ୍ପର୍କରେ ଗୁରୁଜୀ ଓ ଗୁରୁମାତାମାନେ ଅନେକ କଥା କହିଲେ । ତା’ପରେ ଆମକୁ ମିଠାଇ ଦିଆଗଲା ।

ଏହିପରି ଭାବରେ ଆମେ ଶିଶୁଦିବସ ପାଳନ କରିଥିଲୁ । ଆଉ ଅଧିକ କିଛି ଲେଖୁ ନାହିଁ । ପତ୍ରପାଇ ପତ୍ରଦେବୁ । ଏତିକିରେ ରହିଲି ।।ଇତି।।

                    ତୋର ସାଙ୍ଗ

                      ସୁରେନ୍ଦ୍ର

ଠିକଣା

ପ୍ରେରକ/ପ୍ରେରିକା……………….          ଗ୍ରାହକ                                        ଟିକଟ
ଶ୍ରୀ/ଶ୍ରୀମତୀ …………………..  ଶ୍ରୀଯୁକ୍ତ………………………..
ଗ୍ରାମ…………………………           ଗ୍ରାମ…………………………..
ପୋଷ୍ଟ……………………….        ପୋଷ୍ଟ………………………….
ଭାୟା ……………………….          ଭାୟା ………………………….
ଜିଲ୍ଲା………………………..           ଜିଲ୍ଲା…………………………..
ପିନକୋଡ଼୍…………………..       ପିନକୋଡ଼ ………………………

Tags – children’s day speech in odia language pdf, shishu divas date, Sisu Divas Odia Rachana, Odia Essay on Sishu Dibasa, Sisu Divas Odia Prabandha, Sisu divas Odia Speech in Odia Language, Sisu dibasa Odia speech and Essay on Sisu divas, sisu divas in odia essay, shishu divas speech in odia, children’s day essay in odia, children’s day quotes in odia, children’s day speech in odia short, children’s day bhashan

Leave a Comment