Congress bharat jodo nyay yatra attacked in assam techguruodia


ଦିଶପୁର: ଆସାମରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ଆକ୍ରମଣ । ଉତ୍ତର ଲକ୍ଷ୍ମୀପୁରରେ ଏହି ହମଲା ହୋଇଥିବା କଂଗ୍ରେସ ନେତା ଅଭିଯୋଗ କରିଛନ୍ତି। ନ୍ୟାୟ ଯାତ୍ରା ବେଳେ ବିଜେପିକର୍ମୀ ବହୁ ସଂଖ୍ୟାରେ ପୋଷ୍ଟର ଓ ବ୍ୟାନର ପୋଡ଼ିଛନ୍ତି । ଏନେଇ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ନିଜ ଏକ୍ସରେ ଭିଡିଓ ପୋଷ୍ଟ କରି ଅସନ୍ତୋଷ ଝାଡ଼ିଛନ୍ତି ।   

କାଶ୍ମୀରରୁ କନ୍ୟାକୁମାରୀ ଭାରତ ଯୋଡ଼ୋ ଯାତ୍ରାର ସଫଳତା ପରେ କଂଗ୍ରେସ ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ମଣିପୁରରୁ ମୁମ୍ବାଇ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି । ପ୍ରଥମେ ମଣିପୁର ଓ ପରେ ନାଗାଲାଣ୍ଡ ଏହି ଶୋଭାଯାତ୍ରା ପାର୍ କରିଛି । ଆରୁଣାଚଳ ପ୍ରଦେଶ ଯିବା ପୂର୍ବରୁ ଏହି ଯାତ୍ରା ଆସାମର ଉତ୍ତର ଲକ୍ଷ୍ମୀପୁରରେ କିଛି ଅଞ୍ଚଳ ଦେଇଯିବ । ମାତ୍ର ଲକ୍ଷ୍ମୀପୁରରେ ନ୍ୟାୟ ଯାତ୍ରା ଉପରେ ହମଲା ହୋଇଥିବା ଅଭିଯୋଗ ହୋଇଛି ।

କଂଗ୍ରେସ ବରିଷ୍ଠ ନେତା ଜୟରାମ ରମେଶ ନିଜ ଏକ୍ସରେ ଟ୍ବିଟ୍ କରି ଲେଖିଛନ୍ତି, ଆସାମରେ ବିଜେପି ଗୁଣ୍ଡା ଆକ୍ରମଣ କରିଛନ୍ତି । ନ୍ୟାୟ ଯାତ୍ରା ବ୍ୟାନର ଓ ପୋଷ୍ଟର ଚିରିବା ସହିତ ଗାଡ଼ି ଭଙ୍ଗାରୁଜା କରିଛନ୍ତି । ଏହା ଲଜ୍ଜାଜନକ ବୋଲି ସେ କହିଛନ୍ତି । ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ଲୋକଙ୍କ ସମର୍ଥନ ମିଳୁଥିବାରୁ ଭାରତୀୟ ଜନତା ପାର୍ଟି ବିଚଳିତ ହୋଇଛି । ଆସାମ୍ ସିଏମ୍ ଜାଣି ନେଇଛନ୍ତି ଅନ୍ୟାୟ ବିରୋଧରେ ଏହି ନ୍ୟାୟ ଯାତ୍ରା ଚାଲିଛି । ତେଣୁ ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ ଚଳାଇଛନ୍ତି ବୋଲି ଜୟରାମ ରମେଶ ନିଜ ଏକ୍ସ ହ୍ୟାଣ୍ଡଲରେ ପୋଷ୍ଟ କରିଛନ୍ତି ।




Leave a Comment