Congress fought on 300 seats, left remaining for the alliance said Mamata techguruodia


Image Courtesy : file

କୋଲକାତା ୨୩।୧: ’ଇଣ୍ଡିଆ ’ ଆସନ ଭାଗବଣ୍ଟାକୁ ନେଇ ଟଣାଓଟରାରେ ତୃଣମୂଳ କଂଗ୍ରେସ (ଟିଏମସି) ନେତ୍ରୀ ମମତା ବାନାର୍ଜୀ ବିଜେପି ବିରୋଧରେ କେତେକ ବିଶେଷ କ୍ଷେତ୍ରରେ ଲଢେଇର ନେତୃତ୍ୱ ଆଞ୍ଚିଳିକ ନେତାଙ୍କ ଦ୍ୱାରା କରିବା ପାଇଁ ବିଚାର ବ୍ୟକ୍ତ କରିଛନ୍ତି ଓ କହିଛନ୍ତି ଯେ କଂଗ୍ରେସ ସ୍ୱତନ୍ତ୍ର ରୂପେ ୩୦୦ ଲୋକସଭା ଆସନରେ ଲଢେଇ କରୁ। ଏହା ସହିତ ବାନାର୍ଜୀ କହିଛନ୍ତି ଯେ ବାମ ଦଳ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଏଜେଣ୍ଡା ଉପରେ ନିଜର ନିୟନ୍ତ୍ରଣ ସ୍ଥାପନା କରିବାକୁ ଉଦ୍ୟମ କରୁଛନ୍ତି।

ମମତା ତାଙ୍କ ବୟାନରେ ଦାବି କରିଛନ୍ତି ଯେ ତୃଣମୂଳକୁ ଛାଡି ଦେଲେ ବିଜେପିକୁ କେହି ସିଧା ଟକ୍କର ଦେଉ ନାହାନ୍ତି। କୋଲକାତାରେ ଅନୁଷ୍ଠିତ ସର୍ବଧର୍ମ ରାଲିକୁ ସମ୍ବୋଧିତ କରି ମମତା କହିଛନ୍ତି ଯେ ‘ମୁଁ ଏହି କଥା ଉପରେ ଜୋର ଦେଉଛି ଯେ କିଛି ବିଶେଷ କ୍ଷେତ୍ରକୁ ଆଞ୍ଚଳିକ ଦଳଙ୍କ ଉପରେ ଛାଡି ଦିଆଯିବା ଦରକାର।  କଂଗ୍ରେସ ଏକାକୀ ୩୦୦ ଆସନରେ ଲଢୁ ଓ ମୁଁ ଏଥିରେ କଂଗ୍ରେସକୁ ସହାୟତା କରିବି। ମୁଁ ସେହି ସହୁ ଆସନରୁ ନିର୍ବାଚନ ଲଢିବି ନାହିଁ। ’

ତେବେ ମମତା କଂଗ୍ରେସକୁ ସ୍ପଷ୍ଟ ରୂପେ ଉଲ୍ଲେଖ ନ କରି ରାଜ୍ୟରେ ଆସନ ଭାଗବଣ୍ଟାରେ ହେଉଥିବା ବିଳମ୍ବ ନିମନ୍ତେ କଂଗ୍ରେସକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ମୋ ପାଖରେ ବିଜେପିର ମୁକାବିଲା କରିବାକୁ ଓ ତା ବିରୋଧରେ ଲଢିବାକୁ ଶକ୍ତି ଓ ଜନାଧାର ରହିଛି। ହେଲେ କିଛି ଲୋକ ଆସନ ବଣ୍ଟାକୁଣ୍ଟାକୁ ନେଇ ଆମ କଥା ଶୁଣିବାକୁ ଚାହୁଁ ନାହାନ୍ତି। ମମତା କହିଛନ୍ତି ଯେ ଯଦି ତୁମେ ବିଜେପି ବିରୋଧରେ ଲଢିବାକୁ ଚାହୁଁନ ତେବେ ଅନୁନ୍ୟ ସେମାନଙ୍କ ଖାତାକୁ ସିଟ୍ ବି ଯିବାକୁ ଦିଅନି।

ତେବେ ମେଣ୍ଟ ଉପରେ ବାମ ଦଳଙ୍କ ନିୟନ୍ତ୍ରଣକୁ ମମତା ଆଦୌ ବରଦାସ୍ତ କରିପାରୁ ନାହାନ୍ତି। ସେ କହିଛନ୍ତି ଯେ ମେଣ୍ଟର ନାମ ‘ଇଣ୍ଡିଆ’ ରଖିବାକୁ ମୁଁ ପରାମର୍ଶ ଦେଲି, ହେଲେ ଯେବେବି ବୈଠକ ହେଉଛି ବାମ ଦଳ ଏହାକୁ ନିୟନ୍ତ୍ରିତ କରିବାକୁ ଉଦ୍ୟମ କରୁଛନ୍ତି। ତେବେ ଏହା ସ୍ୱୀକାର ନୁହେଁ ବୋଲି କହିଛନ୍ତି ମମତା।




Leave a Comment