Congress leader Rahul Gandhi banned from entering Batadrava techguruodia


Image Courtesy : gfx

ଗୌହାଟୀ ୨୧।୧:  ଅଯୋଧ୍ୟା ରାମ ମନ୍ଦିରର ୨୨ ଜାନୁୟାରୀ ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶ ଏବେ ଉତ୍ସବ ମୁଖର।  ଏହି ଉତ୍ସବରେ ଯୋଗ ଦେବା ପାଇଁ ଜଣାଶୁଣା ବ୍ୟକ୍ତିତ୍ୱ ଏବେ ଅଯୋଧ୍ୟା ମୁହାଁ। ତେବେ ବିଭିନ୍ନ ବିରୋଧୀ ଦଳ ନେତାମାନେ ଏବେ ଅଧିକାରୀକ ଭାବେ ସେମାନେ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଛନ୍ତି। ଏହା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ନୁହେଁ ବିଜେପି ଓ ଆରଏସଏସ୍‌ର କାର୍ଯ୍ୟକ୍ରମ ବୋଲି ସେମାନେ କହୁଛନ୍ତି। ତେବେ ଏହି ଦିନ ବିରୋଧୀ ଦଳ ନେତାମାନେ ଅନ୍ୟ କୌଣସି ଦେବସ୍ଥାନକୁ ଯାଇ ଠାକୁର ଦର୍ଶନ ନିମନ୍ତେ କାର୍ଯ୍ୟକ୍ରମ ରଖିଛନ୍ତି।

ଏହିକ୍ରମରେ ‘ଭାରତ ଯୋଡୋ ନ୍ୟାୟଯାତ୍ରା’ରେ ଆସାମ ପହଞ୍ଚିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଆସାମର ପ୍ରମୁଖ ତୀର୍ଥ ସ୍ଥଳ ବଟଦ୍ରଭା ଥାନ ଯିବାକୁ କାର୍ଯ୍ୟକ୍ରମ ନିର୍ଦ୍ଧାରିତ କରିଛନ୍ତି। ତେବେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ତୀର୍ଥ ସ୍ଥଳର ପୂଜକ ସମିତି ରାହୁଲଙ୍କ ପ୍ରବେଶ ଉପରେ ରୋକ ଲଗାଇଥିବା ଜଣାପଡିଛି। ଅଯୋଧ୍ୟା ରାମମନ୍ଦିରର ପ୍ରାଣପ୍ରତିଷ୍ଠା କାଳରେ ରାହୁଲଙ୍କୁ ଏଠାରେ ମନ୍ଦିରକୁ ପ୍ରବେଶ ଅନୁମତି ଦିଆଯିବନି ବୋଲି ପ୍ରବନ୍ଧନ କହିଛି।

ଆସାମର ତୀର୍ଥ ସ୍ଥଳ ବଟଦ୍ରଭା ଥାନର ପ୍ରବନ୍ଧନ କମିଟି ସୋମବାର ରାହୁଲ ଗାନ୍ଧିଙ୍କ ମନ୍ଦିର ଆସିବା ଉପରେ ବୟାନ ରଖି କହିଛନ୍ତି ଯେ କଂଗ୍ରେସ ସାଂସଦଙ୍କୁ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ମନ୍ଦିର ପ୍ରବେଶ ଅନୁମତି ମିଳିପାରିବ। କାରଣ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଅବସରରେ ସୋମବାର ବହୁ ସଂଖ୍ୟାରେ ଲୋକେ ମନ୍ଦିରକୁ ଆସିବେ। ଏଣୁ ମନ୍ଦିର ପ୍ରବନ୍ଧନ କମିଟି ପକ୍ଷରୁ ରାହୁଲଙ୍କ ସ୍ୱାଗତରେ ତ୍ରୁଟି ହୋଇପାରେ, ଏହା ଛଡା ଭକ୍ତଙ୍କ ମନ୍ଦିର ଦର୍ଶନରେ ମଧ୍ୟ ବାଧା ଉପୁଜି ପାରେ। ତେବେ ରାହୁଲ ଅପରାହ୍ନ ୩ଟା ପରେ କେତେବେଳେ ବି ମନ୍ଦିରକୁ ଆସିପାରନ୍ତି ବୋଲି ପ୍ରବନ୍ଧନ କମିଟି କହିଛି।

ବଟଦ୍ରଭା ଥାନ ପ୍ରବନ୍ଧନ କମିଟି ଅଧ୍ୟକ୍ଷ ଯୋଗେନ୍ଦ୍ର ନାରାୟଣ ଦେବ ମହନ୍ତଙ୍କ ଅନୁସାରେ ସୋମବାର ମନ୍ଦିରକୁ ପାଖାପାଖି ୧୦ ହଜାର ଲୋକେ ଆସି ପାରନ୍ତି। ଏଣୁ ସେହି ସମୟରେ ରାହୁଲ ଏଠାକୁ ନ ଆସନ୍ତୁ ବୋଲି ମହନ୍ତ କହିଛନ୍ତି। କାରଣ ତାଙ୍କ ସ୍ୱାଗତ ପ୍ରକ୍ରିୟାରେ କୌଣସି ପ୍ରକାର ସମସ୍ୟା ଉପୁଜୁ ତାହା ପ୍ରବନ୍ଧନ ଚାହେଁନାହିଁ ବୋଲି କହିଛନ୍ତି। ଯଦି ଅପରାହ୍ନ ୩ଟା ପରେ ସେ ଆସନ୍ତି ତେବେ ଆମେ ତାଙ୍କର ଭବ୍ୟ ସ୍ୱାଗତ କରିବୁ ବୋଲି ପ୍ରବନ୍ଧନ କହିଛନ୍ତି। ଏହା ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ହିମାନ୍ତ ବିଶ୍ୱ ସରମା ରାହୁଲଙ୍କୁ ବଟଦ୍ରଭା ନ ଆସିବା ପାଇଁ ସେ ଅନୁରୋଧ କରିବେ ବୋଲି କହିଛନ୍ତି। କାରଣ ମନ୍ଦିରରେ ଭକ୍ତଙ୍କ ଭିଡ ସମୟରେ ରାହୁଲ ପହଞ୍ଚିଲେ ସାଧାରଣ ଲୋକଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ଓ ଆସାମର ଭୁଲ ଛବି ଦେଶକୁ ଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।   

‘ତାମିଲନାଡୁରେ ପ୍ରାଣ ପ୍ରତିଷ୍ଠା ପ୍ରସାରଣ ଉପରେ ରୋକ୍‌’: ଷ୍ଟାଲିନ ସରକାର ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ନିର୍ମଳା ସୀତାରମଣ




Leave a Comment