Crowds gather in Ayodhya for Darshan of Ramlala techguruodia


ନୂଆଦିଲ୍ଲୀ: ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ଜନସମୁଦ୍ର। ମଙ୍ଗଳବାର ରାମଲାଲାଙ୍କ ଦର୍ଶନ ପାଇଁ ମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ସ୍ଥିତି ଏଭଳି ହୋଇଥିଲା ଯେ, ପୋଲିସ୍‌ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ମୃଦୁ ଲାଠି ଚାଳନା କରିବାକୁ ପଡ଼ିଥିଲା। ତଥାପି ସ୍ଥିତି ନିୟନ୍ତ୍ରଣ ହୋଇପାରିନଥିଲା। ଏମିତିରେ କମିଶନର, ଆଇଜି ଏବଂ ଏଡିଜି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍‌ କରିଥିଲେ। ପ୍ରବଳ ଭିଡ଼କୁ ଦେଖି ଅନ୍ୟ ଜିଲ୍ଲାରୁ ମଧ୍ୟ ଅଯୋଧ୍ୟା ଯାଆସ କରୁଥିବା ସବୁ ଗାଡ଼ିକୁ ଅଟକାଯାଇଛି ।

ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ମନ୍ଦିର ଖୋଲିବା ମାତ୍ରେ ଲୋକମାନେ ଭିତରକୁ ଯିବା ପାଇଁ ବ୍ୟାକୁଳ ହୋଇପଡ଼ିଥିଲେ। ସାଢ଼େ ୧୧ଟା ବେଳକୁ ଭିଡ଼ ଅତ୍ୟଧିକ ବଢ଼ି ଯାଇଥିଲା। ଦିନ ୨ଟା ବେଳକୁ ରାମପଥରେ ଭକ୍ତ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲେ। ସମସ୍ତେ ଯଥାଶୀଘ୍ର ଦର୍ଶନ କରିବାକୁ ଚାହୁଥିଲେ। ଆଉ ସେତେବେଳେକୁ ଭିଡ଼କୁ ସମ୍ଭାଳିବା ପୋଲିସ୍ ପାଇଁ ଚିନ୍ତାର କାରଣ ପାଲଟିଥିଲା। ଦେଖୁ ଦେଖୁ ନିୟନ୍ତ୍ରଣ ହୋଇଯାଇଥିଲା ଭିଡ଼ । ଆଉ ନିୟନ୍ତ୍ରଣ ପାଇଁ ପୋଲିସକୁ ମୃଦୁ ଲାଠି ଚାର୍ଜ କରିଥିଲା।

ଆହୁରି ପଢ଼ନ୍ତୁ: ପଦ୍ମଶ୍ରୀ ବୀରେନ୍ ବସାକିଙ୍କ କମାଲ୍, ଅଯୋଧ୍ୟା ଯିବ ତାଙ୍କ ହାତ ତିଆରି ରାମାୟଣ ଶାଢୀ

ଏଥିରେ ସେଠାରେ ହଇଚଇ ସୃଷ୍ଟି ହୋଇଥିଲା । ଆଉ ଏଥିରେ ଅନେକ ଲୋକ ତଳେ ପଡ଼ିଯାଇ ଆହତ ହୋଇଛନ୍ତି। ତେବେ ଘଟଣାକୁ ନେଇ ମଣ୍ଡଳାୟୁକ୍ତ, ଆଇଜି, ଡିଆଇଜି ପହଞ୍ଚି ସ୍ଥିତି ପରଖିଥିଲେ। ଜନ୍ମଭୂମି ପଥରେ ଭିଡ଼ ନିୟନ୍ତ୍ରଣ ପାଇଁ ଶ୍ରଦ୍ଧାଳୁଙ୍କୁ ଲାଉଡସ୍ପିକର ଦ୍ବାରା ଧୈର୍ଯ୍ୟ ରଖିବାକୁ ଅପିଲ୍‌ କରିଥିଲେ ଏଡିଜି । ତେବେ ଅଧିକାରୀଙ୍କ ସ୍ଥିତି ନିୟନ୍ତ୍ରଣ କରିବା ପରେ ମୁଖ୍ୟ ପ୍ରବେଶ ଦ୍ବାରାରୁ ଧାଡ଼ିରେ ଜଣ ଜଣ କରି ଭିଡ଼ ଭକ୍ତଙ୍କୁ ଭିତରକୁ ପ୍ରବେଶ କରିବାକୁ ଦିଆଯାଉଥିଲା । ଅବଶ୍ୟ କିଛି ସମୟ ପରେ ପୁଣି ଭିଡ଼ ବେକାବୁ ହୋଇଛି।




Leave a Comment