Delhi High Court rejects Mahua Moitra’s plea-prameyaNews7 techguruodia


Image Courtesy : indiatoday

ନୂଆଦିଲ୍ଲୀ: ଲୋକସଭାରୁ ବହିଷ୍କୃତ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଝଟକା। ସରକାରୀ ବଙ୍ଗଳା ଖାଲି କରିବା ନେଇ ମିଳିଥିବା ନୋଟିସ୍ ବିରୋଧରେ ମହୁଆଙ୍କ ଆବେଦନକୁ ଖାରଜ କଲେ କୋର୍ଟ। ସାଂସଦ ହିସାବରେ ମିଳିଥିବା ସରକାରୀ ବଙ୍ଗଳା ଖାଲି କରିବାକୁ ମହୁଆଙ୍କୁ ନୋଟିସ୍ କରାଯାଇଥିଲା। ହେଲେ ମହୁଆ ନୋଟିସ୍ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଗୁରୁବାର (ଜାନୁୟାରୀ ୧୮, ୨୦୨୪) କୋର୍ଟ ମାମଲାର ଶୁଣାଣି କରି ଆବେଦନକୁ ଖାରଜ କରିଦେଇଛନ୍ତି। ସାଂସଦ ପଦରୁ ନିଲମ୍ବିତ ହେବା ପରେ ତାଙ୍କର ସରକାରୀ ବଙ୍ଗଳାର କୌଣସି ଅଧିକାର ନାହିଁ ବୋଲି କୋର୍ଟ କହିଛନ୍ତି।

ଟଙ୍କା ନେଇ ପ୍ରଶ୍ନ କରିବା ଅଭିଯୋଗରେ ୨୦୨୩ ଡିସେମ୍ବର ୮ ତାରିଖରେ ମହୁଆଙ୍କୁ ଲୋକସଭାରୁ ନିଲମ୍ବିତ କରାଯାଇଥିଲା। ଏହାପରେ ତାଙ୍କୁ ସରକାରୀ ବଙ୍ଗଳା ମଧ୍ୟ ଖାଲି କରିବାକୁ ନୋଟିସ୍ ପଠାଯାଇଥିଲା।

ପଢ଼ନ୍ତୁ-ବ୍ୟାଙ୍କର ଚାକିରୀ ଛାଡି ରାଜନୀତିକୁ ଆସିଥିଲେ ମହୁଆ ମୋଇତ୍ରା, ଜାଣନ୍ତୁ ନେଟୱର୍ଥ କେତେ?

ମାମଲାର ଶୁଣାଣି ବେଳେ ମହୁଆଙ୍କ ଓକିଲ କୋର୍ଟରେ କହିଛନ୍ତି ଯେ ବର୍ତ୍ତମାନ ମହୁଆଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି। ଦିଲ୍ଲୀରେ ରହିବାକୁ ଅନ୍ୟ କୌଣସି ସ୍ଥାନ ନାହିଁ। ତେଣୁ ତାଙ୍କୁ ବାସଭବନରେ ରହିବାକୁ ଦିଆଯାଉ ବୋଲି ଓକିଲ ଦାବି କରିଥିଲେ। ହେଲେ କୋର୍ଟ ମହୁଆଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।




Leave a Comment