ED sent summons to Tejashwi Yadav and Lalu Yadav techguruodia


Image Courtesy : stock photo

ପାଟନା ୧୯।୧: ବିହାର ଉପମୁଖ୍ୟମନ୍ତ୍ରୀ ତାଜସ୍ୱୀ ଯାଦବ ଓ ଲାଲୁ ଯାଦବଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର ଲ୍ୟାଣ୍ଡ ଫର ଜବ୍ ମାମଲାରେ ନୂଆ ସମନ ଜାରି କରିଛନ୍ତି। ଇଡି ଅଧିକାରୀମାନେ ପାଟନାସ୍ଥିତ ରାବଡୀ ନିବାସକୁ ଯାଇ ଏହି ସମନ ଦେଇଛନ୍ତି। ମିଳୁଥିବା ସୂଚନା ଅନୁସାରେ ଚାକିରୀ ବଦଳରେ କଥିତ ଜମି ଦୁର୍ନୀତି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ପଚରା ଉଚରା ନିମନ୍ତେ ଲାଲୁ ପରିବାରଙ୍କୁ ଏହି ସମନ ପଠାଯାଇଛି।

କୁହାଯାଉଛି ଇଡି ଲାଲୁ ଯାଦବ ଓ ତେଜସ୍ୱୀ ଯାଦବଙ୍କୁ ଜାନୁୟାରୀ ୨୯ ଓ ୩୦ ତାରିଖରେ ପଚରା ଉଚରା ପାଇଁ ଅଲଗା ଅଲଗା ଡକାଇଛି। ଏଥି ପାଇଁ ଉଭୟ ନେତାଙ୍କୁ ପାଟନାସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ଏଥି ପାଇଁ ସମନ ସେମାନଙ୍କୁ ବ୍ୟକ୍ତିଗତ ରୂପେ ସେମାନଙ୍କ ବିହାର ସ୍ଥିତ ବାସଭବନକୁ ପଠାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଜମି ବଦଳେ ଚାକିରୀ ଦୁର୍ନୀତିର ଏକ ମାମଲାରେ ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ଲାଲୁ ପ୍ରସଦା ଯାଦବ, ତାଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀ, ତାଙ୍କ ଝିଅ ମିସା ଭାରତୀ ଓ ପୁଅ ତେଜସ୍ୱୀ ଯାଦବ ଏବେ ଜାମିନରେ ଅଛନ୍ତି।

ଏହି ମାମଲା ଲାଲୁ ଯାଦବ ୨୦୦୪ରୁ ୨୦୦୯ ମସିହା ପର୍ଯ୍ୟନ୍ତ କେନ୍ଦ୍ର ରେଳମନ୍ତ୍ରୀ ଥିବା ବେଳେ ହୋଇଥିଲା। ଲାଲୁଙ୍କ ପରିବାରକୁ କଥିତ ରୂପେ ଉପହାରରେ ଦିଆଯାଇଥିବା ଜମି ବା ବିକ୍ରି କରାଯାଇଥିବା ଜମି ବଦଳେ ରେଳବାଇରେ କରାଯାଇଥିବା ନିଯୁକ୍ତି ସମ୍ପର୍କିତ। ଏହି ମାମଲାର ତଦନ୍ତ କରିଥିବା ସିବିଆଇ ଅଭିଯୋଗ ଫର୍ଦ୍ଦରେ କହିଥିଲା ଯେ ଭାରତୀୟ ରେଳବାଇ ନିର୍ଦ୍ଧାରିତ ନିଯୁକ୍ତି ମାନଦଣ୍ଡ ଓ ପ୍ରକ୍ରିୟା ଉଲ୍ଲଂଘନ କରି ରେଳବାଇରେ ନିଯୁକ୍ତି କରିଥିଲେ।

ଜମି ବଦଳେ ଚାକିରୀ ପାଇବା ପାଇଁ ଆଶାୟୀମାନେ ସିଧାଶଳଖ ଅଥବା ନିକଟ ସମ୍ପର୍କୀ ଓ ଲାଲୁଙ୍କ ପରିବାର ସଦସ୍ୟଙ୍କ ମାଧ୍ୟମରେ ତତ୍କାଳୀନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାର ସଦସ୍ୟଙ୍କୁ ବଜାର ଦରରୁ ଢେର କମ ମୂଲ୍ୟରେ ଜମି ବିକ୍ରି କରିଥିବାର ଅଭିଯୋଗ ହୋଇଥିଲା।    

ସାଂସଦ ପଦ ଯିବା ପରେ ସରକାରୀ ବଙ୍ଗଳାକୁ ଖାଲି କଲେ ଟିଏମ୍‌ସି ନେତ୍ରୀ ମହୁଆ ମୋଇତ୍ର 




Leave a Comment