England in trouble before test series- prameyanews7 techguruodia

[ad_1]

Image Courtesy : abp live

ନୂଆଦିଲ୍ଲୀ: ଇଂଲଣ୍ଡ କ୍ରିକେଟ୍ ଦଳ ଜାନୁଆରୀ ୨୫ରୁ ଆରମ୍ଭ ହେଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପାଇଁ ରବିବାର ଭାରତ ପହଞ୍ଚି ଯାଇଛି। ମାତ୍ର ଇଂଲଣ୍ଡ ଅଫ ସ୍ପିନର ଶୋଏବ ବଶିର ଦଳରେ ଯୋଗ ଦେଇ ପାରି ନାହାନ୍ତି. ଶୋଏବ ଇଂଲଣ୍ଡ ଟେଷ୍ଟ ଦଳର ସଦସ୍ୟ। ଏ ପର୍ଯ୍ୟନ୍ତ ତାଙ୍କୁ ଭାରତର ଭିସା ମିଳି ନ ଥିବାରୁ ଏମିତି ସମସ୍ୟା ଉପୁଜିଛି।

ବଶିର କାଉଣ୍ଟି କ୍ରିକେଟ୍ କ୍ଲବ ସମରସେଟ୍ ପାଇଁ ଖେଳନ୍ତି। ସେ ଏ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ମୁକାବିଲା ଖେଳି ନାହାନ୍ତି। ଇଂଲଣ୍ଡରେ ତାଙ୍କର ଜନ୍ମ ହୋଇଥିଲା। ମାତ୍ର ତାଙ୍କ ବାପା-ମାଆ ପାକିସ୍ତାନର ମୂଳ ନିବାସୀ ଅଟନ୍ତି। ବର୍ତ୍ତମାନ ଭିସା ନ ମିଳିବା କାରଣରୁ ବଶିର ୟୁଏଇରେ ଅଟକିଛନ୍ତି।

Also read- ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ପ୍ରଥମ ଦୁଇଟି ମୁକାବିଲା ଖେଳିବେ ନାହିଁ ବିରାଟ କୋହଲି

ଇଂଲଣ୍ଡ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ କହିଛନ୍ତି, ଆଶା କରୁଛୁ ବଶିର ଆସନ୍ତାକାଲି ଦଳରେ ଯୋଗ ଦେବେ। ତାଙ୍କର ଭିସା ସଂପର୍କିତ କିଛି ସମସ୍ୟା ରହିଛି। ଆମକୁ ବିସିସିଆଇ ଓ ଭାରତ ସରକାରଙ୍କଠୁ ସାହାଯ୍ୟର ପୁରା ଭରସା ରହିଛି। ଉଲ୍ଲେଖନୀୟ ଇଂଲଣ୍ଡ ଦଳ ହାଇଦ୍ରାବାଦ ପହଞ୍ଚିବା ପୂର୍ବରୁ ଆବୁଧାବିରେ ପ୍ରଶିକ୍ଷଣ ଶିବିର ଲଗାଇଥିଲା।

ଇଂଲଣ୍ଡର କୋଚ୍ କହିଛନ୍ତି, କିଛି କାମ ସମୟ ଲାଗିଥାଏ। ଏହା ଏକ ପ୍ରକ୍ରିୟା, ଯେଉଁଥିରେ ଆମକୁ ଗତି କରିବାକୁ ପଡିଥାଏ। ଭରସା ରହିଛି ଭିସା ସଂପର୍କିତ ସମସ୍ୟା ଶୀଘ୍ର ଦୂର ହେବ। ଆଶା କରୁଛୁ ଆସନ୍ତାକାଲି ସୁଦ୍ଧା ବଶିଙ୍କୁ ଭିସା ମିଳିଯିବ ଏବଂ ସେ ଦଳରେ ଯୋଗ ଦେବେ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ, ଯାହା ଜାନୁଆରୀ ୨୫ରୁ ଆରମ୍ଭ ହେବ। ସିରିଜ୍‌ର ଶେଷ ମୁକାବିଲା ମାର୍ଚ୍ଚ ୭ରୁ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଖେଳାଯିବ।



[ad_2]

Leave a Comment