gandhi jayanti odia rachana

gandhi jayanti odia rachana (ଉପକ୍ରମ) :

gandhi jayanti odia rachana : ଭାରତବର୍ଷରେ ଯେତେ ମହାପୁରୁଷ ଜନ୍ମଗ୍ରହଣ କରିଛନ୍ତି, ସେମାନଙ୍କ  ମଧ୍ୟରେ ଜାତିର ଜନକ ମହାତ୍ମାଗାନ୍ଧି ଅନ୍ୟତମ। କୌଣସି ଦେଶ କିମ୍ବା ଜାତି ଯେତେବେଳେ ଅସୁବିଧାର ସମ୍ମୁଖୀନ ହୋଇଥା’ନ୍ତି, ସେତେବେଳେ ପାର୍ଥିବ ଜଗତରେ ମହାପୁରୁଷମାନଙ୍କର ଆବିର୍ଭ।ବ ଘଟିଥାଏ। ସେମାନଙ୍କ ମହତବାଣୀ ଜାତିକୁ ସଙ୍କଟରୁ ଉଦ୍ଧାର କରିଥାଏ।

ଏ ପରିପ୍ରେକ୍ଷୀରେ ମହାମାନବ ମହାତ୍ମାଗାନ୍ଧି ଆବିର୍ଭୂତ ହୋଇ ପରାଧୀନତାରୁ ରାଷ୍ଟ୍ରର ସ୍ଵାଧୀନତା ଆଣିବାକୁ ଅକ୍ଳାନ୍ତ ଉଦ୍ୟମ କରିଥିଲେ। ବିନା ରକ୍ତପାତରେ ଅହିଂସାମୂଳକ ମହାମନ୍ତ୍ରରେ ପରାଧୀନ ରାଷ୍ଟ୍ର ଭାରତ ମହାତ୍ମାଗାନ୍ଧିଙ୍କ ପ୍ରଚେଷ୍ଟାରେ ସ୍ଵାଧୀନତା ଲାଭ କରିଥିଲା। ଜାତିର ଜନକ ମହାତ୍ମାଗାନ୍ଧିଙ୍କର ଐକାନ୍ତିକ ନିଷ୍ଠା, ନିରବଚ୍ଛିନ୍ନ ଉଦ୍ୟମରେ ଇଂରେଜମାନେ ଭାରତ ଛାଡ଼ି ସ୍ଵଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ଫଳରେ 1947 ମସିହା ଅଗଷ୍ଟ 15 ତାରିଖରେ ଭାରତ ସ୍ଵାଧୀନତା ପାଇଲା। ପରବର୍ତ୍ତୀ କାଳରେ ମହାତ୍ମାଗାନ୍ଧି ମୃତ୍ୟୁ ମୁଖରେ ପତିତ ହୋଇଥିଲେ ହେଁ ଦେଶବାସୀଙ୍କ ପାଇଁ ସେ ଆଜି ଅମର ହୋଇ ରହିଛନ୍ତି। ସେଥିପାଇଁ ସେ ମହାମାନବ ଆସନର ଅଧିକାରୀ ହେବା ସହିତ ଜାତିର ଜନକ ଭାବରେ ସର୍ବଜନବିଦିତ।  ପ୍ରସଙ୍ଗ ଦୃଷ୍ଟିରୁ ତାଙ୍କର ଜୀବନୀ ଏଠାରେ ଆଲୋଚ୍ୟର ବିଷୟ।  

ମହାତ୍ମାଗାନ୍ଧିଙ୍କ ପରିଚୟ (gandhi jayanti odia rachana)

ମହାତ୍ମାଗାନ୍ଧି 1869 ମସିହା ଅକ୍ଟୋବର ଦୁଇ ତାରିଖରେ ଗୁଜୁରାଟର ପୋରବନ୍ଦରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିଲାଦିନର ନା ଥିଲା ମୋହନଦାସ। ତାଙ୍କର ପିତାଙ୍କ ନାମ କରମଚାନ୍ଦ ଗାନ୍ଧି ଓ ମାତାଙ୍କ ନାମ ପୁତଲି ବାଈ। ମୋହନଦାସ ପିତା-ମାତାଙ୍କର ସର୍ବକନିଷ୍ଠ ସନ୍ତାନ। ସେ ପିଲାଦିନରୁ ମାତାଙ୍କ ଆଦର୍ଶରେ ଜୀବନ ଗଢ଼ିବାକୁ ବ୍ରତୀ ହୋଇଥିଲେ। ତୁଳସୀ ଦୁଇପତ୍ରରୁ ବାସିଲା ପରି ତାଙ୍କର ଉଦାର ଗୁଣ, ସେବା ମନୋବୃତ୍ତି, ଆଧ୍ୟାତ୍ମିକ ଭାବ ଛାତ୍ରାବସ୍ଥାରୁ ହିଁ ଜଣାପଡ଼ିଥିଲା।  

ମହାତ୍ମାଗାନ୍ଧିଙ୍କ ଶିକ୍ଷାଦୀକ୍ଷା (gandhi jayanti odia speech)

ମହାତ୍ମାଗାନ୍ଧି ଜଣେ ମେଧାବୀ ଛାତ୍ର ଥିଲେ। ସେ ଗାଁ ଚାଟଶାଳିରେ ପ୍ରାଥମିକ ଶିକ୍ଷା ସମାପ୍ତ କରି ସହରରେ ଉଚ୍ଚଶିକ୍ଷା ଲାଭ କଲେ। ମାଟ୍ରିକ୍ ପରୀକ୍ଷାରେ କୃତକାର୍ଯ୍ୟ ହେଲାପରେ କୃତିତ୍ବର ସହିତ କଲେଜ ଶିକ୍ଷା ସମାପ୍ତ କଲେ। ମହାତ୍ମାଗାନ୍ଧି 1888 ମସିହାରେ ବାରିଷ୍ଟରୀ ପଢ଼ିବା ନିମନ୍ତେ ବିଲାତ ଯାତ୍ରା କରିଥିଲେ। ସେଠାରୁ ଓକିଲାତି ପାଶ୍ କରି ସ୍ଵଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ।  

ଯଦି ଆପଣମାନେ gandhi jayanti odia rachana କିମ୍ବା ଭାଷଣ ପଢିବାକୁ ଚାହାନ୍ତି ତାହେଲେ ଏହି ଭିଡିଓ ଦେଖନ୍ତୁ।

ମହାତ୍ମାଗାନ୍ଧିଙ୍କ କର୍ମମୟ ଜୀବନ :

ମହାତ୍ମାଗାନ୍ଧି ବାରିଷ୍ଟରୀ ପାଶ୍ କରି ତିନିବର୍ଷ ଆଇନ ବ୍ୟବସାୟରେ ଲିପ୍ତ ରହିଲେ। ପ୍ରଥମେ ଭାଇଙ୍କ ପାଖରେ ରହି ଓକିଲାତି  ବ୍ୟବସାୟରେ ମନୋନିବେଶ କଲେ। ପରେ ତାଙ୍କୁ 1893 ମସିହାରେ ଦକ୍ଷିଣ ଆଫ୍ରିକା ଯାତ୍ରା କରିବାକୁ ପଡ଼ିଥିଲା। ଗାନ୍ଧୀଜୀଙ୍କ ଉପରେ english ରେ post ପଢିବା ପାଇଁ ଏଠାରେ click କରନ୍ତୁ ।

ସେଠାରେ ଥିବା ଭାରତୀୟମାନେ ଗୋରା ଲୋକମାନଙ୍କ ଦ୍ଵାରା ଅତ୍ୟାଚାରିତ ହେଉଥିଲେ। ଭାରତୀୟମାନଙ୍କର ଦୁଖ, କଷ୍ଟ ସହ୍ୟକରି ନପାରି ସେ ଅନ୍ୟାୟ ବିରୁଦ୍ଧରେ ସ୍ଵର ଉତ୍ତୋଳନ କଲେ।

ଏପରିକି ଶାସକଙ୍କ ଅନ୍ୟାୟ କାର୍ଯ୍ୟର ପ୍ରତିବାଦ କରି ଅତ୍ୟାଚାରର ଶିକାର ହେଲେ। ସେଠାରେ ସେ ସତ୍ୟାଗ୍ରହ ଆନ୍ଦୋଳନ କରି ଅହିଂସା ବଳରେ କୃତକାର୍ଯ୍ୟ ହେଲେ। 1914ରେ ମହାତ୍ମାଗାନ୍ଧି ସ୍ଵ ଦେଶକୁ ପ୍ରତ୍ୟାବର୍ତ୍ତନ କରି ଦେଶର ବିଭିନ୍ନ ସମସ୍ୟା ବିଷୟରେ ଅବଗତ ହୋଇ ତା’ର ସମାଧାନ ନିମନ୍ତେ ପ୍ରଚେଷ୍ଟା ଜାରି ରଖିଲେ।

1915 ମସିହାରେ ସାବରମତୀଠାରେ ସତ୍ୟାଗ୍ରହ ଆଶ୍ରମ ପ୍ରତିଷ୍ଠା କରି ସାଙ୍ଗଠନିକ କାର୍ଯ୍ୟରେ ମନୋନିବେଶ କଲେ। 1919 ମସିହାରେ ଭାରତୀୟମାନଙ୍କୁ ମେଳି କରି ଇଂରେଜ ସରକାରଙ୍କର ‘ରାଉଲତ୍ ଆଇନ ବିରୋଧରେ ଆନ୍ଦୋଳନ କରି କୃତକାର୍ଯ୍ୟ ହେଲେ। ଗାନ୍ଧିଜୀଙ୍କ ନେତୃତ୍ବରେ ଭାରତୀୟ ମାନଙ୍କର ଅସହଯୋଗ ଆନ୍ଦୋଳନ ବ୍ରିଟିଶ୍ ସରକାରଙ୍କୁ ବିଚଳିତ କରି ଦେଇଥିଲା।

1922 ମସିହାରେ ଗାନ୍ଧିଜୀ ଗିରଫ ହୋଇ 1924 ମସିହାରେ ଜେଲରୁ ମୁକ୍ତି ପାଇଥିଲେ ହେଁ ଆନ୍ଦୋଳନରୁ ବିରତ ହୋଇ ନଥିଲେ। 1925 ମସିହାରେ ବେଲୁଚିସ୍ତାନରେ ହିନ୍ଦୁ-ମୁସଲମାନ ମଧ୍ୟରେ ଲାଗିଥିବା ଗଣ୍ଡଗୋଳର ସମାଧାନ ନିମନ୍ତେ ପ୍ରଚେଷ୍ଟା କରି କୃତକାର୍ଯ୍ୟ ହେଲେ। ଏଥିପାଇଁ ତାଙ୍କୁ ଏକ ସପ୍ତାହ ଅନଶନ କରିବାକୁ ପଡ଼ିଥିଲା।

1926 ମସିହାରେ ସେ କଂଗ୍ରେସ ଦଳର ଗଠନମୂଳକ କାର୍ଯ୍ୟ କରିବାରେ ଦାୟିତ୍ବ ବହନ କରିଥିଲେ। 1930 ମସିହାରେ ଗାନ୍ଧିଜୀ ‘ଲବଣ ସତ୍ୟାଗ୍ରହ’ ଆରମ୍ଭ କରି କୃତକାର୍ଯ୍ୟ ହେଲେ। ଫଳରେ 1931 ମସିହାରେ ଭାରତୀୟମାନେ ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ଲୁଣ ମାରିବାର ଅଧିକାର ପାଇଲେ। ଏଥିପାଇଁ ଇଂରେଜ ଶାସକ ବଡ଼ଲାଟଙ୍କ ସହିତ ଗାନ୍ଧିଜୀଙ୍କର ଏକ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଥିଲା।  

1934 ଖ୍ରୀଷ୍ଟାବ୍ଦରେ ମହାତ୍ମାଗାନ୍ଧି କଂଗ୍ରେସ ରାଜନୀତିରୁ ବିଚ୍ୟୁତ ହୋଇ ହରିଜନ ଆନ୍ଦୋଳନରେ ବ୍ରତୀ ହେଲେ। ତା’ସହିତ ସେ ଗ୍ରାମ୍ୟ ସଙ୍ଗଠନ କାର୍ଯ୍ୟକ୍ରମରେ ମୁଖ୍ୟ ଭୂମିକା ଗ୍ରହଣ କରି ଲୋକମାନଙ୍କର ସେବାରେ ନିଜକୁ ନିୟୋଜିତ କଲେ।

1942 ମସିହାରେ ଗାନ୍ଧିଜୀଙ୍କ ନେତୃତ୍ବରେ ‘ଭାରତଛାଡ଼ ଆନ୍ଦାଳନ’ ଭାରତବାସୀଙ୍କୁ ଉତ୍ସାହିତ କଲା। ଫଳରେ ଗାନ୍ଧିଜୀ ବ୍ରିଟିଶ୍ ସରକାରଙ୍କ କୋପଦୃଷ୍ଟିରେ ପଡ଼ି ଏକାଧିକବାର କାରାବରଣ କଲେ। ତାଙ୍କ ସହିତ ବହୁ କଂଗ୍ରେସ ନେତା ଏହିଁ ଯଜ୍ଞରେ ଆହୁତି ପ୍ରଦାନ କରି ଜେଲ ଗଲେ। 1944 ମସିହା ଫେବୃୟାରୀ 22 ତାରିଖରେ ତାଙ୍କ ଧର୍ମପତ୍ନୀ ଇହଲୀଳା ସମ୍ବରଣ କରିଥିଲେ।

ଏଥିରେ ଗାନ୍ଧିଜୀ ବିଚଳିତ ହୋଇ ରୋଗଗ୍ରସ୍ତ ହେଲେ। କିଛିଦିନ ପରେ ସେ ରୋଗମୁକ୍ତ ହୋଇ ପୁନଃ ନିଜର ସାଙ୍ଗଠନିକ କର୍ମପଥରେ ଅଗ୍ରସର ହେଲେ। ଭାରତକୁ ସ୍ଵାଧୀନତା ଆଣିବା ନିମନ୍ତେ ଗାନ୍ଧିଜୀ ବ୍ରିଟିଶ ବଡ଼ଲାଟଙ୍କ ସହିତ ଆଲୋଚନା କଲେ। ଆଲୋଚନାର ଫଳପ୍ରାପ୍ତି ଆଶା ଦେଖି ଗାନ୍ଧିଜୀ ନିଜର କର୍ମପଥରେ ଅଗ୍ରସର ହେଲେ।

ସମୟାନୁକ୍ରମେ ମହାତ୍ମାଗାନ୍ଧି ନିଜର ଅହିଂସାମନ୍ତ୍ର ବଳରେ ବହୁ ଶ୍ରମ ସ୍ଵୀକାର କରି ଭାରତୀୟମାନଙ୍କୁ ମେଳି କରି 1947 ମସିହା ଅଗଷ୍ଟ 15 ତାରିଖରେ ପରାଧୀନ ଭାରତର ସ୍ଵାଧୀନତା ଆଣିବାରେ ସଫଳକାମୀ ହେଲେ। ଏ କ୍ଷେତ୍ରରେ ଗାନ୍ଧିଜୀଙ୍କର ଅବଦାନ ଅବିସ୍ମରଣୀୟ। ଏଥିପାଇଁ ଗାନ୍ଧିଜୀଙ୍କୁ ଇଂରେଜମାନଙ୍କଠାରୁ ବହୁ ନିର୍ଯ।ତନା ସହ୍ୟ କରି ବହୁବାର କାରାବରଣ କରିବାକୁ ପଡ଼ିଥିଲା। ଶେଷରେ ସେ ମହାତ୍ମା ନାମରେ ପରିଚିତ ହୋଇ ଲୋକମୁଖରେ ଜାତିର ଜନକ ଭାବେ ଆଦୃତ ହେଲେ।  

ଆହୁରି ପଢନ୍ତୁ : gandhi jayanti odia rachana

Swain Flu ସ୍ଵାଇନ୍ ଫ୍ଲୁ | Influenza (ଏଚ୍1 ଏନ୍1) ରୋଗ ସମ୍ପର୍କରେ କିଛି ଜାଣିବା କଥା, ganesh puja odia essay ଗଣେଶ ପୂଜା, pradhan mantri jeevan jyoti bima yojana 2023 ପ୍ରଧାନ ମନ୍ତ୍ର ଜୀଭନ୍ ଜ୍ୟୋତି ବିମା ଯୋଜନା (PMJJBY), air pollution essay in odia pdf

ଗାନ୍ଧିଜୀଙ୍କ ଜୀବନୀ ଆଲେଖ୍ୟର ବୈଶିଷ୍ଟ୍ୟ :

ସମୟାନୁବର୍ତ୍ତିତା ଗାନ୍ଧିଜୀଙ୍କ ଜୀବନର ପ୍ରଧାନ ମନ୍ତ୍ର ଥିଲା। ସେ ଘଣ୍ଟା ଦେଖି ନିର୍ଦ୍ଧ।ରିତ ସମୟରେ ନିଜର କାର୍ଯ୍ୟ କରୁଥିଲେ। ଏପରିକି ଠିକ୍ ସମୟରେ ଶଯ୍ୟାତ୍ୟାଗ, ନିଜର ନିତ୍ୟକର୍ମ, ଠାକୁର ସେବା, ପୁରାଣ ପାଠ, ଜଳଯୋଗ, ମଧ୍ୟାହ୍ନ ଭୋଜନ, ସନ୍ଧ୍ୟାରେ ପୁରାଣ ପାଠ, ରାତ୍ରିଭୋଜନ, ନିଦ୍ରାଯିବା ଇତ୍ୟାଦି ନିର୍ଦ୍ଦିଷ୍ଟ ସମୟରେ କରୁଥିଲେ। ଗାନ୍ଧିଜୀ ସମୟର ସଦୁପଯୋଗ କରୁଥିଲେ। ତା’ ସହିତ ସମାଜସେବା, ବିଭିନ୍ନ ବ୍ୟକ୍ତିଙ୍କୁ ସାକ୍ଷାତକାର କ୍ଷେତ୍ରରେ ସମୟାନୁବର୍ତ୍ତୀ ହୋଇ ଲୋକପ୍ରିୟତା ହାସଲ କରୁଥିଲେ। ସେ କୌଣସି କାର୍ଯ୍ୟରେ ବିଳମ୍ବ ଘଟିବାକୁ ପସନ୍ଦ କରୁନଥିଲେ। ଠିକ୍ ସମୟରେ ସଭାସମିତିରେ ଭାଷଣ ଦେବା ତାଙ୍କର ଅଭ୍ୟାସଗତ କାର୍ଯ୍ୟ ଥିଲା।  For articles in Enlish click Here

ଅସ୍ପୃଶ୍ୟତା ନିବାରଣ ନିମନ୍ତେ ସ୍ଵର ଉତ୍ତୋଳନ କରି ସବର୍ଣ୍ଣ ଲୋକମାନଙ୍କର ଅସୂୟାର ଶିକାର ହେଉଥିଲେ। ସେ ଯଥାସାଧ୍ୟ ‘ଛୁଆଁ ଅଛୁଆଁ’ ଭେଦଭାବକୁ ଭୁଲିଯିବା ନିମନ୍ତେ ଜନସାଧାରଣଙ୍କୁ ବୁଝାଉଥିଲେ। ଅସବର୍ଣ୍ଣ, ହରିଜନ ଓ ନୀଚ ବ୍ୟକ୍ତିମାନେ କିପରି ସମାଜରେ ସ୍ଥାନ ପାଇ ସବର୍ଣ୍ଣଙ୍କ ସହିତ ସମକକ୍ଷ ହେବେ, ସେଥିପାଇଁ ସେ ବିଶେଷ ଯତ୍ନବାନ୍ ଥିଲେ।  

ଅହିଂସାର ମୋହନ ମନ୍ତ୍ର ତାଙ୍କ ଜୀବନର ଆଦର୍ଶ ଥିଲା। ଏପରିକି ନିଜର ଅହିଂସାମନ୍ତ୍ର ବଳରେ ସେ ଭାରତୀୟମାନଙ୍କୁ ମେଳି କରି ଇଂରେଜମାନଙ୍କୁ ଦେଶରୁ ବିତାଡ଼ିତ କରିଥିଲେ। ଫଳରେ ପରାଧୀନ ରାଷ୍ଟ୍ର ଭାରତବର୍ଷ ସ୍ଵାଧୀନତା ଲାଭ କରିପାରିଥିଲା।  

ଚରିତ୍ରଗଠନ ଉପରେ ଗାନ୍ଧିଜୀ ବିଶେଷ ଦୃଷ୍ଟି ଦେଇଥିଲେ। ସେଥିପାଇଁ ବ୍ରହ୍ମଚର୍ଯ୍ୟ ପାଳନ ନିମନ୍ତେ ଛାତ୍ରମାନଙ୍କୁ ଉପଦେଶ ଦେବା ତାଙ୍କର ମୁଖ୍ୟ କାର୍ଯ୍ୟ ଥିଲା। ତାଙ୍କ ଦୃଷ୍ଟିରେ ଚରିତ୍ରଗଠନ ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ ଅଟେ। ଜଣେ ଉତ୍ତମ ଛାତ୍ର ହେବାକୁ ହେଲେ ପିଲାଟିର ଉତ୍ତମ ଚରିତ୍ର ରହିବା ଦରକାର। ଏ ପରିପ୍ରେକ୍ଷୀରେ କୁହାଯାଇ ପାରେ ଯେ, ମହାତ୍ମାଜୀଙ୍କ ଚରିତ୍ର ଅନେକ ଭାରତୀୟ ଓ ବିଦେଶୀ ବ୍ୟକ୍ତିଙ୍କୁ ପ୍ରଭାବିତ କରିଥିବାର ନଜିର ରହିଛି।  

ଉପସଂହାର :

ମହାତ୍ମାଗାନ୍ଧି ଥିଲେ ଏକ ବିରାଟ ବ୍ୟକ୍ତିତ୍ବ। ଗାନ୍ଧିଜୀଙ୍କ ଦର୍ଶନ ଆଜି ସାରା ବିଶ୍ବରେ ଆଦୃତି ଲାଭ କରିଛି। ସେହି ମହାପୁରୁଷଙ୍କର ଜୀବନ ପ୍ରଦୀପ 1948 ମସିହା ଜାନୁୟାରୀ 30 ତାରିଖରେ ନିର୍ବ।ପିତ ହୋଇଥିଲା। ଯଦିଓ ସେ ଆଜି ଇହଜଗତରେ ନାହାନ୍ତି, ତାଙ୍କର ଆଦର୍ଶ ଭାରତବାସୀଙ୍କ ହୃଦୟରେ ଅମର ହୋଇ ରହିଯାଇଛି। ସେ ଏକାଧାରରେ ଥିଲେ ଜଣେ ନିଷ୍ଠାପର କର୍ମୀ, ଅହିଂସାର ପୂଜାରୀ, ସେବାର ମୂର୍ତ୍ତିମନ୍ତ ପ୍ରତୀକ, ଶାନ୍ତିର ଦେବଦୂତ, ଚରିତ୍ର ଗଠନରେ ସହାୟକ।

ଶାନ୍ତିର ବାର୍ତ୍ତ।ପ୍ରଚାରକାରୀ ମହାମାନବ ମହାତ୍ମାଗାନ୍ଧି ଭାରତବାସୀଙ୍କ ମାନସପଟରେ ଚିର ଉଜ୍ଜୀବିତ ହୋଇ ରହିଛନ୍ତି ଓ ଭବିଷ୍ୟତରେ ମଧ୍ୟ ରହିବେ, ଏଥିରେ ଦ୍ବିଧାମତର କାରଣ ନାହିଁ। ମହାତ୍ମାଗାନ୍ଧି ଆତତାୟୀ ଗୁଳିରେ ନିହତ ହେଲେହେଁ ଭାରତବାସୀଙ୍କ ହୃଦୟ କନ୍ଦରରେ ସର୍ବଦା ବିରାଜମାନ। ଏକଥାକୁ ସମସ୍ତେ ସମସ୍ଵରରେ ସ୍ଵୀକାର କରିଛନ୍ତି। ଗାନ୍ଧିଜୀଙ୍କ ବାଣୀ ଭାରତବାସୀଙ୍କଠାରେ ଉନ୍ମାଦନା ସୃଷ୍ଟି କରିଥିବାରୁ କାନ୍ତକବି ଲକ୍ଷ୍ମୀକାନ୍ତ ଯଥାର୍ଥରେ ଉଲ୍ଲେଖ କରିଛନ୍ତି ଯେ-

          “ଲଗାଇଲ ବାପୁ କୋଟି ପ୍ରାଣେ ଉଦ୍ଦୀପନା

            ଖେଳିଗଲା ସାରା ଦେଶେ ତପ୍ତ ଉନ୍ମାଦନା।”

ଏହି କବିତାଂଶଟି ବାପୁଜୀଙ୍କ ପ୍ରତି ପ୍ରଣିଧାନଯୋଗ୍ୟ, ଯାହାକି ସତ୍ୟର ଆଦୌ ଅପଳାପ ନୁହେଁ ।

Read More :: gandhi jayanti odia rachana

Top 10 Online Earn Money Tips in ODIA 2023, ଗୁଗଲ ରୁ ଟଙ୍କା କିପରି ରୋଜଗାର କରିବେ। How to Earn Money from Google, Artificial Intelligence in Odia ଆର୍ଟିଫ଼ିଶିୟାଲ ଇନ୍ଟେଲିଜେନ୍ସ ଶିଖନ୍ତୁ ଓଡିଆରେ

Leave a Comment