ganesh puja odia essay ଗଣେଶ ପୂଜା

ଉପକ୍ରମ ganesh puja odia essay :

ମୁଁ ପୁରୁଷୋତ୍ତମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼େ । ପ୍ରତିବର୍ଷ ଆମ ସ୍କୁଲରେ ଗଣେଶ ପୂଜା ହୁଏ । ଏ ବର୍ଷ ଆମ ସ୍କୁଲରେ ଖୁବ୍ ଜାକଜମକରେ ଗଣେଶ ପୂଜା ପାଳିତ ହୋଇଥିଲା ।

ପ୍ରସ୍ତୁତି :

ଗଣେଶ ପୂଜା ପୂର୍ବରୁ ଆମେ ସବୁ ଶ୍ରେଣୀର ପିଲାମାନେ ଚାନ୍ଦା ଦେଉ । ଆମ ଶିକ୍ଷକମାନେ ଚାନ୍ଦା ଆଦାୟ କରନ୍ତି । ଆମେ ଶିକ୍ଷକଙ୍କ ସହିତ ଯାଇ ଗଣେଶ ମୂର୍ତ୍ତି କାରିଗର ପାଖରେ ବରାଦ ଦେଇ ଆସୁ । ପୂଜା ପୂର୍ବଦିନ ଗଣେଶ ମୂର୍ତ୍ତିକୁ ଆଣି ଆମେ ସ୍କୁଲ ଘରେ ଗୋଟିଏ ମେଜ ଉପରେ ରଖି ସଜାଇ ଦେଉ । ସ୍କୁଲ ଘର ଓ ହତାକୁ ଉତ୍ତମ ରୂପେ ସଫା କରୁ ।  ସ୍କୁଲ ଘର ଆଗରେ କଦଳୀ ଗଛ ପୋତୁ। ସ୍କୁଲର ଫାଟକରେ ଦେବଦାରୁ ପତ୍ର ଆଣି ସଜାଇ ଦେଉ । ନାଲି, ନେଳି କାଗଜ କାଟି ସ୍କୁଲ ବାରଣ୍ଡା ସଜାଇ ଦେଉ । ନାନା ରକମର ଫୁଲରେ ମାଳା କରି ଟଙ୍ଗାଇ ଦେଉ । ଫାଟକ ପାଖରୁ ସ୍କୁଲ ଘର ପର୍ଯ୍ୟନ୍ତ ଦୁଇ ଧାଡ଼ି ଖୁଣ୍ଟ ପୋତି ସେଥିରେ ବାଣି ବାନ୍ଧି ଦେଉ ଓ ତାହାକୁ ପତାକା ପରି କଟାଯାଇଥିବା ନାନା ରଙ୍ଗର କାଗଜରେ ସଜାଇ ଦେଉ । ଗଣେଶ ପୂଜା ପାଇଁ ଜଣେ ବ୍ରାହ୍ମଣଙ୍କୁ ବରାଦ କରୁ । ପୂଜା ପାଇଁ ସମସ୍ତ ସାମଗ୍ରୀ ବଜାରରୁ କିଣି ଆଣୁ । ଭୋଜି ପାଇଁ ମଧ୍ୟ ନାନା ପଦାର୍ଥ କିଣି ଆଣି ରଖୁ ।

ବର୍ଣ୍ଣନା :

ଗଣେଶ ପୂଜା ଦିନ ଆମ୍ଭେମାନେ ବଢ଼ି ଭୋରରୁ ଉଠି ଫୁଲ ତୋଳି ଆଣୁ । ତା’ପରେ ଆମେ ଗାଧୋଇ ସାରି ନୂଆ ଜାମା ପ୍ୟାଣ୍ଟ ପିନ୍ଧୁ ।  ଭୋଗଡ଼ାଲା, ବହି କଲମ, ସ୍ଲେଟ, ଖଡ଼ି ପ୍ରଭୃତି ନେଇ ସ୍କୁଲକୁ ଆସୁ । ଠିକ୍Ù ସମୟରେ ଆମ ସ୍କୁଲରେ ଏ ବର୍ଷ ପୂଜା ହେଲା । ଆମ୍ଭେମାନେ ଗଣେଶଙ୍କ ପାଖରେ ନଡ଼ିଆ ବାଡ଼େଇଲୁ । ତାହାପରେ ପୁଷ୍ପାଞ୍ଜଳି ଦେଲୁ, ଘଣ୍ଟ, ମୃଦଙ୍ଗ, ଢୋଲ, ଶଙ୍ଖ, ଝାଞ୍ଜ ଆଦି ବାଦ୍ୟ ବାଜିଲା । ସମସ୍ତେ ଏକ ସ୍ବରରେ ଗାଇଲେ-

ନମୋ ଗଣେଶ ବିଘ୍ନେଶ ଗିରିଜା ନନ୍ଦନ ପ୍ରଭୋ ।

ନମୋ ବିଘ୍ନ ବିନାଶାୟ ଗଣାଧିପତୟେ ନମଃ ।।

ପୂଜା ସରିଲା ପରେ ଆମ୍ଭେମାନେ ବାଳଭୋଗ ଖାଇଲୁ । ସନ୍ଧ୍ୟା 5ଟା ବେଳେ ପ୍ରସାଦ ପ୍ରସ୍ତୁତ ହୋଇସାରିଥିଲା । ଆମ୍ଭେମାନେ ଶେଷରେ ପ୍ରସାଦ ସେବନ କରି ଘରକୁ ଆସିଲୁ । ପୂଜାବାସୀ ଦିନ ଗଣେଶ ମୂର୍ତ୍ତିକୁ ଶୋଭାଯାତ୍ରାରେ ନେଇ ନଦୀରେ ବିସର୍ଜନ କଲୁ ।

ଶେଷକଥା :

ଏ ବର୍ଷ ଆମ ସ୍କୁଲରେ ଗଣେଶ ପୂଜା ଖୁବ୍ ସୁନ୍ଦର ଭାବରେ ହୋଇଥିଲା । ମୋତେ ଏହି ପୂଜା ଅତି ଆନନ୍ଦ ଦେଇଥିଲା ।

ganesh puja essay in odia 10 lines

1.         Ganesh is the god of learning and knowledge.

               ଗଣେଶ ବିଦ୍ୟା ଓ ଜ୍ଞାନ ଦାତା ଅଟନ୍ତି। 

2.            Every year we observe Ganesh Puja in our school.

               ଆମେ ପ୍ରତିବର୍ଷ ଆମ ବିଦ୍ୟାଳୟରେ ଗଣେଶ ପୂଜା ପାଳନ କରୁ। 

3.            This puja generally falls in the month of August or September.

               ଏହି ପୂଜା ସାଧାରଣତଃ ଅଗଷ୍ଟ କିମ୍ବା ସେପ୍ଟେମ୍ବର ମାସରେ ପଡ଼େ।

4.            On the day of Ganesh Puja we collect flowers.   

               ଗଣେଶ ପୂଜା ଦିନ ଆମେ ଫୁଲ ସଂଗ୍ରହ କରୁ।

5.            We decorate our school building with colourful paper and flowers.   

               ରଙ୍ଗୀନ କାଗଜ ଓ ଫୁଲରେ ଆମେ ବିଦ୍ୟାଳୟ ସଜାଉ।

6.            The idol of Lord Ganesh is placed on a pandal.

               ଗଣେଶଙ୍କର ମୂର୍ତ୍ତି ଗୋଟିଏ ମଣ୍ଡପ ଉପରେ ରଖାଯାଇଥାଏ। 

7.            We decorate the idol with garlands.   

               ମାଳରେ ଆମେ ମୂର୍ତ୍ତିକୁ ସଜାଇ ଥାଉ।

8.            The priest performs the worship.   

               ପୁରୋହିତ ପୂଜା କାମ କରନ୍ତି।

9.            At the end of the Puja we all offer handful of flowers to the god.

               ପୂଜା ଶେଷରେ ଆମେ ସମସ୍ତେ ଠାକୁରଙ୍କୁ ପୁଷ୍ପାଞ୍ଜଳୀ ଦେଉ। 

10.         Then we take the Prasad.

               ତା’ପରେ ଆମେ ପ୍ରସାଦ ସେବନ କରୁ।

Leave a Comment