gopabandhu das

ଆସନ୍ତୁ ଜାଣିବା ନିଜ ମାତୃଭାଷାରେ ଆମ ମାଟିର ବରପୁତ୍ର ବିଷୟରେ। “Gopabandhu Das: Explore the life and legacy of the eminent Indian freedom fighter, social reformer, and poet, Gopabandhu Das in ODIA LANGUAGE. Discover his pivotal role in the struggle for independence and his contributions to education and social upliftment. Learn more about Gopabandhu Das‘s profound impact on India’s history and his enduring influence on the nation’s cultural and political landscape.” Here you will also find gopabandhu das photo, gopabandhu das drawing, gopabandhu das image etc. and complete biography of gopabandhu das.

gopabandhu das photo, gopabandhu das drawing, gopabandhu das image

ଉତ୍କଳମଣି ଗୋପବନ୍ଧୁ ଦାସ utkalmani gopabandhu das biography in odia

gopabandhu das date of birth : October 9, 1877

gopabandhu das date of death : 1928 ମସିହା ଜୁନ୍ ମାସ 17 ତାରିଖ

ଗୋପବନ୍ଧୁ 1877 ମସିହା ଅକ୍ଟୋବର 9 ତାରିଖରେ ଦୈତ୍ୟାରି ଦାସଙ୍କ ଔରସରୁ ସ୍ଵର୍ଣ୍ଣମୟୀ ଦେବୀଙ୍କ ଗର୍ଭରୁ ପୁରୀ ଜିଲ୍ଲାର ସୁଆଣ୍ଡୋ ନାମକ ଗ୍ରାମରେ ଜନ୍ମଗ୍ରହଣ କରନ୍ତି। ରୂପଦେଇପୁରର ଭର୍ଣ୍ଣ।କୁଲାର ଶିକ୍ଷା ସମାପ୍ତି ପରେ ସେ ପୁରୀ ଜିଲ୍ଲା ସ୍କୁଲରେ ଅଧ୍ୟୟନ କରନ୍ତି। ପରବର୍ତ୍ତୀ ସମୟରେ ସେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ଆଇନ ଅଧ୍ୟୟନ ସମାପନ କରନ୍ତି। ତରୁଣ ଜୀବନରେ ସେ ନୀଳକଣ୍ଠ, ଗୋଦାବରୀଶ, ଅନନ୍ତ, ହରିହର ପ୍ରଭୃତି ସଂକଳ୍ପବଦ୍ଧ ତରୁଣମାନଙ୍କୁ ଜାତୀୟ ଜୀବନ ସ୍ରୋତରେ ଝାସ ଦେବା ପାଇଁ ଶପଥ କରାନ୍ତି। “ଆମେ ପାଠ ପଢ଼ି ସରକାରୀ ଚାକିରି କରିବା ନାହିଁ, ଦେଶ ପାଇଁ କିଛି କାମ କରିବା, ଜନ୍ମ ବେଳେ ଦେଶକୁ ଯାହା ଦେଖିଥାଇଁ ମଲାବେଳେ ତା’ଠାରୁ ଉନ୍ନତ ଦେଖି ମରିବା।” ଏହି ଦୁର୍ବ।ର ଆହ୍ବାନରେ ଏପରି ଯାଦୁ ଥିଲା ଯେ ତରୁଣମାନେ ବଶ ହେଲେ। ଫଳରେ ସ୍ବୟଂ ଗୋପବନ୍ଧୁ କିଛିକାଳ ଶିକ୍ଷକତା ଓ ଓକିଲାତି ପରେ ଶେଷରେ ଦେଶ ସେବାରେ ମନ ପ୍ରାଣ ଢାଳି ଦେଲେ। ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା, ସମାଜ ଖବର କାଗଜର ପ୍ରତିଷ୍ଠା, ଅନେକ କାବ୍ୟ କବିତା ରଚନା, ଅସହଯୋଗ ଆନ୍ଦୋଳନରେ ଯୋଗଦାନ, ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଉଦ୍ୟମ, ବନ୍ୟା ପ୍ରପୀଡ଼ିତ ଓଡ଼ିଶାର ସେବା ମାଧ୍ୟମରେ ସେ ନିଜର ପରିପୂର୍ଣ୍ଣ ତ୍ୟାଗପୂତ ଜୀବନର ନିଦର୍ଶନ ରଖିଯାଇଛନ୍ତି।

ପୁଣ୍ୟତ୍ମା ଗୋପବନ୍ଧୁ ଓଡ଼ିଶାର ରାଜନୀତିରେ ଭାଗ ନେଇଥିଲେ ସତ;  ମାତ୍ର କ୍ଷମତା ରାଜନୀତିଠାରୁ ସେ ଥିଲେ ଅନେକ ଦୂରରେ। ଆଣ୍ଠୁ ନଲୁଚା ଖଦୀ ଲୁଗା ଓ ଚାଦର ଥିଲା ତାଙ୍କର ପରିଧାନ। ଲାଟ ସଭାର ସଦସ୍ୟ ଥିଲାବେଳେ ମଧ୍ୟ ଏତିକି ପରିଚ୍ଛଦ ନେଇ ସେ ନିଜ ରାଜ୍ୟର ଦାବୀ ଉପସ୍ଥାପନ କରୁଥିଲେ। ରାଜନୀତିକୁ ତ୍ୟାଗସର୍ବସ୍ବ କରିବା ଥିଲା ତାଙ୍କର ଆଦର୍ଶ। ସେ ନିଜକୁ କେବେ ବି ନେତା ବୋଲି ଗଣୁ ନଥିଲେ। ତାଙ୍କ ଭାଷାରେ- 

“ବିଶେଷ ଉତ୍କଳ ନାହିଁ ପ୍ରୟୋଜନ

          ଉତ୍କଳର ନେତା ନିଜେ ନାରାୟଣ।”

ତ୍ୟାଗପୂତ ଜୀବନର ଚରମ ପରାକାଷ୍ଠା ସ୍ବରୂପ ସେ ସ୍ବରାଜ୍ୟର ଅନ୍ବୟ ସାଧନ ପାଇଁ ନିଜ ରକ୍ତ ମାଂସର ଶରୀରକୁ ବଳି ଦେବାକୁ ପ୍ରସ୍ତୁତ ଥିଲେ। ତାଙ୍କ ଭାଷାରେ-

“ମିଶୁ ମୋର ଦେହ ଏ ଦେଶ ମାଟିରେ 

ଦେଶ ବାସୀ ଚାଲି ଯାଆନ୍ତୁ ପିଠିରେ।

ଦେଶର ସ୍ବରାଜ୍ୟ ପଥେ ଯେତେ ଗାଡ଼ 

ପୁରୁ ତହିଁ ପଡ଼ି ମୋର ମାଂସ ହାଡ଼।” 

ଓଡ଼ିଶାରେ କଂଗ୍ରେସର ଅସହଯୋଗ ଆନ୍ଦୋଳନର ସେ ଥିଲେ ଭଗୀରଥ। ତାଙ୍କ ସମ୍ପର୍କରେ ମହାତ୍ମାଗାନ୍ଧି କହିଥିଲେ – “ଗୋପବନ୍ଧୁ ପରି ଦଶ ଜଣ ଲୋକଥିଲେ ଭାରତର ସ୍ବାଧୀନତା ଗୋଟିଏ ଦିନରେ ସମ୍ଭବ।” 

ଗୋପବନ୍ଧୁ ବୁଝିଥିଲେ ଯେ ତାହା ହେଉଛି ଶିକ୍ଷା ଯାହା ମାଧ୍ୟମରେ ମଣିଷର ଆତ୍ମିକ ମୁକ୍ତି ସମ୍ଭବ ହୁଏ। ତେଣୁ ସେ ସତ୍ୟବାଦୀଠାରେ ବନ ବିଦ୍ୟାଳୟ ସ୍ଥାପନ କରିଥିଲେ। ନୀଳକଣ୍ଠ, ଗୋଦାବରୀଶ, ହରିହର, କୃପାସିନ୍ଧୁ ପ୍ରଭୃତିଙ୍କୁ ନିଜ ଯାଦୁବଳରେ ସେ ସେଠାରେ ବାନ୍ଧି ରଖିଥିଲେ। ବନ ବିଦ୍ୟାଳୟରେ ପାଠ୍ୟ ପୁସ୍ତକ ଶିକ୍ଷା ସହିତ ଧନ୍ଦାମୂଳକ ଶିକ୍ଷା ଓ ଦେଶସେବା ଶିକ୍ଷା ପ୍ରଦାନ କରାଯାଉଥିଲା। ପରବର୍ତ୍ତୀ କାଳରେ ସେହି ବିଦ୍ୟାଳୟ ପ୍ରସ୍ତୁତ ଅନେକ ଛାତ୍ର ଓଡ଼ିଶାର କୋଣ ଅନୁକୋଣରେ ନିଜର ବୃହତ୍ତର ପ୍ରତିଭା ଓ ଗୁରୁମାନଙ୍କ ଆଦର୍ଶରେ ପ୍ରତୀକରୂପେ ପରିଚୟ ଦେଇଛନ୍ତି। ବନ ବିଦ୍ୟାଳୟର ଅନୁକରଣରେ ଦେଶର ଅନ୍ୟାନ୍ୟ ସ୍ଥାନରେ ଶାନ୍ତିନିକେତନ ତଥା ଅନ୍ୟ କେତେକ ଅନୁଷ୍ଠାନ ପ୍ରତିଷ୍ଠିତ ହୋଇଛି। 

ସାହିତିୟକ ହିସାବରେ ଗୋପବନ୍ଧୁ ବିଶେଷ ସଂଖ୍ୟକ ଗ୍ରନ୍ଥ ପ୍ରଣୟନ କରିନାହାନ୍ତି। ତେବେ ବନ୍ଦୀର ଆତ୍ମକଥା, କାରା କବିତା, ଅବକାଶ ଚିନ୍ତା, ଗୋମହାତ୍ମ୍ୟ, ଧର୍ମପଦ ଓ କେତେକ ପ୍ରବନ୍ଧ ତାଙ୍କର ସ୍ବକୀୟ ମୌଳିକ ପ୍ରତିଭାର ପରିଚୟ ବହନ କରିଥାଏ। ବନ୍ଦୀର ଆତ୍ମକଥାରେ ସ୍ବରାଜ୍ୟର କଥା ଉଠେଇଥିଲାବେଳେ କାରାକବିତାରେ ନିଜର ସୌନ୍ଦର୍ଯ୍ୟପ୍ରୀତି ଓ କବି ପ୍ରାଣର ପରିଚୟ ଦେଇଛନ୍ତି। କାରାକବିତାରେ ଗୋପବନ୍ଧୁଙ୍କ ଭିତରେ କବିମନଟି ସହଜରେ ପ୍ରକଟିତ ହୋଇଛି। ତାଙ୍କର ପ୍ରବନ୍ଧ ଗୁଡ଼ିକ ମଧ୍ୟ ବିପୁଳ ବୌଦ୍ଧିକତାର ସରଳ ପରିପ୍ରକାଶ। ସାହିତ୍ୟକୁ ସାମାଜିକ ଅଙ୍ଗୀକାରରେ ପ୍ରୟୋଗ କରିବା ଥିଲା ତାଙ୍କର ପ୍ରମୁଖ ଲକ୍ଷ୍ୟ। ସେଥିପାଇଁ ସେ ଓ ତାଙ୍କର ସାହିତ୍ୟ ବେଶ୍Ù ଲୋକପ୍ରିୟ। ସାହିତ୍ୟକୁ ଯଦି ସମାଜ ପ୍ରତି ଉପଯୋଗୀ କରି ନୋହିଲା ତେବେ ତାହା ସାହିତ୍ୟ ପଦବାଚ୍ୟ ନୁହେଁ। ଏହା ଥିଲା ତାଙ୍କର ଆଦର୍ଶ।

ଓଡ଼ିଶା ମୁଖ୍ୟତଃ ଏକ ବନ୍ୟା ପ୍ରପୀଡ଼ିତ ରାଜ୍ୟ। ବନ୍ୟା, ବାତ୍ୟା ଓ ମରୁଡ଼ିର କରାଳ କବଳରେ ନିଷ୍ପେଷିତ ହେଉଥିବା ଏ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତି ଗୋପବନ୍ଧୁଙ୍କ ଶ୍ମଶ୍ରୁଘେରା ଛଳ ଛଳ ମୁହଁ ଦେଖିଲେ ଆଶ୍ବାସନା ପାଉଥିଲେ। ବନ୍ୟା ସମ୍ବାଦ ପାଇଲା ମାତ୍ରେ ସେ ନିଜର ଘରଦ୍ବାର ଛାଡ଼ି ଧାଇଁ ଯାଉଥିଲେ। କଥିତ ଅଛି ଏକଦା ନିଜର ପ୍ରିୟ ପୁତ୍ରକୁ ମଧ୍ୟ ମୃତ୍ୟୁ ମୁଖରେ ଛାଡ଼ି ସେ ବନ୍ୟାଞ୍ଚଳ ପରିଦର୍ଶନରେ ମାତିଥିଲେ। ଫେରି ଆସିଲା ବେଳକୁ ପୁତ୍ର ମୃତ। ମାତ୍ର ସେ ଥିଲେ ଆଶ୍ବସ୍ତ। ତାଙ୍କ ମତରେ, “ଜଣେ ପୁଅ ସିନା ଚାଲିଗଲା ତେଣେ ଅନେକ ପୁଅ ବଞ୍ଚତ୍ଗଲେ ଯେ।” ଏ ପ୍ରକାର ସେବା ମନୋଭାବ ଆଜି ବିରଳ। 

ଗୋପବନ୍ଧୁ ଥିଲେ ଋଷି ପ୍ରତିମ, କବିପ୍ରାଣ। ନହେଲେ କି ତରୁଣ ବୟସରେ ପତ୍ନୀ ବିୟୋଗ ପରେ ସେ ପୁନର୍ବିବାହକୁ ଅସ୍ବୀକାର କରିଥାଆନ୍ତେ ? ନହେଲେ କି କଥା କଥାରେ ପରକୁ ଆପଣାର କହି କଇଁ କଇଁ କାନ୍ଦି ପାରୁଥା’ନ୍ତେ ? ନ ହେଲେ ବି ବନ୍ଧୁଙ୍କ ସହ ମନୋମାଳିନ୍ୟ ବେଳେ ଗାଇ ପାରିଥା’ନ୍ତେ।

“ଜୀବନ କି ଖାଲି ନିରାଶାର ବାଲି 

          ମରୁ ମରୀଚିକା ସେନେହ ପ୍ରୀତି 

ତେବେ କି ଆଶାରେ କହ ଏ ସଂସାର

          ପର ଲାଗି ନର ମରୁଚି ନୀତି। 

ଗୋପବନ୍ଧୁ 1928 ମସିହା ଜୁନ୍ ମାସ 17 ତାରିଖରେ ଇହଜଗତରୁ ବିଦାୟ ନେଇଥିଲେ। ଆଜି ଗୋପବନ୍ଧୁ ନାହାନ୍ତି। ଭାରତୀୟ ରାଜନୀତି ହୋଇ ପଡ଼ିଛି ଭୋଗ ସର୍ବସ୍ବ ସାହିତ୍ୟ ଅଙ୍ଗୀକାରଚ୍ୟୁତ। ଦେଶସେବା ହୋଇ ପଡ଼ିଛି ପରସ୍ବ ହରଣ। 

ବଙ୍ଗଳାର ପ୍ରସିଦ୍ଧ ବିଜ୍ଞାନୀ ସାର୍ ପ୍ରଫୁଲ୍ଲ ଚନ୍ଦ୍ର ରାୟ ଗୋପବନ୍ଧୁଙ୍କୁ ‘ଉତ୍କଳମଣି’ ଉପାଧିରେ ଭୂଷିତ କରିଥିଲେ।

ଏହିପରି ଆହୁରି article ପଢିବାପାଇଁ ଏଠାରେ click କରନ୍ତୁ ।

Leave a Comment