IMS & SUM Hospital’s Second Campus Inaugurated in Phulnakhara techguruodia


ଭୁବନେଶ୍ବର: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । ଲୋକାର୍ପିତ ହେଲା ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍। ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବିତୀୟ କ୍ୟାମ୍ପସର ଉଦ୍‌ଘାଟନ କରିଛନ୍ତି । ଏହା ସହ ଜନସାଧାରଣଙ୍କୁ ଉତ୍ତମମାନର ସ୍ବାସ୍ଥ୍ୟ ସେବା ଯୋଗାଇଦେବା ଲକ୍ଷ୍ୟରେ ଆଉ ପାଦେ ଆଗେଇଛି ସମ୍‌ ହସ୍ପିଟାଲ।

ଏହି ନୂଆ କ୍ୟାମ୍ପସ ଭୁବନେଶ୍ବର ଓ କଟକ ମଧ୍ୟବର୍ତ୍ତୀ ଜାତୀୟ ରାଜପଥ ୧୬ ନିକଟରେ ରହିଛି। ସ୍ବାସ୍ଥ୍ୟସେବାରେ ଏହା ହେବ ରାଜ୍ୟର ସବୁଠୁ ଅତ୍ୟାଧୁନିକ ହସ୍ପିଟାଲ। ସମ୍ ହସ୍ପିଟାଲର ଫୁଲନଖରା କ୍ୟାମ୍ପସରେ ସମସ୍ତ ବିଭାଗ ସହିତ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ସମ୍ମିଳିତ ସରଞ୍ଜାମ ସହ ସ୍ବାସ୍ଥ୍ୟସେବା ପ୍ରଦାନ କରାଯିବ। ଏହି ହସ୍ପିଟାଲରେ ରାଜ୍ୟର ଯେ କୌଣସି ସ୍ଥାନରୁ ରୋଗୀଙ୍କୁ ପହଞ୍ଚିବାରେ ସୁବିଧା ହେବ । ଜନସାଧାରଣଙ୍କୁ ସର୍ବୋକୃଷ୍ଟ ଓ ଉତ୍ସର୍ଗୀକୃତ ସେବା ଯୋଗାଇବାରେ ସମ୍‌ର ଏହି ଫୁଲନଖରା କ୍ୟାମ୍ପସ ବେଶ୍ ସହାୟକ ହେବ ।

ଆହୁରି ପଢ଼ନ୍ତୁ: କେଉଁ ମନ୍ତ୍ରୀ କରିବେ କେଉଁ ସ୍ଥାନରେ ପତାକା ଉତ୍ତୋଳନ ? ତାଲିକା ଜାରି କଲା ଗୃହ ବିଭାଗ




Leave a Comment