India start campaign with victory-prameyanews7 techguruodia


Image Courtesy : bcci

ନୂଆଦିଲ୍ଲୀ: ଭାରତ ୧୯ ବର୍ଷରୁ କମ ବିଶ୍ଵକପ୍ ୨୦୨୪ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ବ୍ଲୋମଫୋଣ୍ଟେନର ମେଙ୍ଗୋଗ ଓଭାଲରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ପଡୋଶୀ ବାଂଲାଦେଶକୁ ୮୪ ରନରେ ହରାଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ଅଧିନାୟକ ଉଦୟ ଶାହାରନଙ୍କ ୬୪ ରନ ଓ ଆର୍ଦଶ ସିଂଙ୍କ ୭୬ ରନ ବଳରେ ନିର୍ଦ୍ଧାରିତ ୫୦ଓଭରରେ ୭ ଓ୍ଵିକେଟ୍ ହରାଇ ୨୫୧ ରନ କରିଥିଲା। ଜବାବରେ ବାଂଲାଦେଶ ୪୫.୫ ଓଭରରେ ୧୬୭ ରନରେ ଅଲଆଉଟ୍ ହୋଇଛି। ବାଂଲାଦେଶ ପକ୍ଷରୁ ମହମ୍ମଦ ଜେମ୍ସ ୫୪ ରନର ଇନିଂସ ଖେଳିଥିଲେ। ଭାରତ ପକ୍ଷରୁ ସୌମ୍ୟ ପାଣ୍ଡେ ସର୍ବାଧିକ ୪ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି।

Also read- ସାନିଆଙ୍କ ସହ ଛାଡପତ୍ର ଚର୍ଚ୍ଚାରେ ଶୋଏବ କଲେ ତୃତୀୟ ବିବାହ, ଏହି ଅଭିନେତ୍ରୀଙ୍କର ଧରିଲେ ହାତ

୨୫୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ବାଂଲାଦେଶର ଆରମ୍ଭ ଭଲ ଥିଲେ ହେଁ ପାଓ୍ଵାର ପ୍ଲେରେ ଦଳ ୩ଟି ଓ୍ଵିକେଟ୍ ହରାଇଥିଲା। ଦଳ ପ୍ରଥମ ଓ୍ଵିକେଟ୍ ୭ ରନ ସ୍କୋରରେ  ହରାଇଥିଲା। ଆଲମ ୧୪ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ରିଜଓ୍ଵାନ(୦) ଓ ରେହମାନ(୧୪)ଙ୍କୁ ସୌମ୍ୟ ପାଣ୍ଡେ ପାଭିଲିୟନ ପଠାଇଥିଲେ। ଅହରାର ୧୫ ବଲ୍‌ରୁ ୫ ରନ କରିଥିଲେ। ଅରିଫୁଲ ୭୧ ବଲ୍‌ରୁ ୪୧ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ରେହମାନ ୪ ରନ ନିରାଶ କରିଥିଲେ। ଜେମ୍ସନ ୫୪ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳି ପାଭିଲିୟନ ଫେରିଥିଲେ। ରୋହନନ ଓ ଇକବାଲ ଖାତା ଖୋଲି ପାରି ନ ଥିଲେ। ମାରୁଫଙ୍କୁ ବୋଲ୍ଡ କରି ସୌମ୍ୟ ବାଂଲାଦେଶ ଇନିଂସର ଅନ୍ତ ଘଟାଇଥିଲେ।

livehindusthan

ଟସ୍  ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ନୈରାଶ୍ୟଜନକ ରହିଥିଲା। ଅରଶିନ କୁଲକର୍ଣ୍ଣି(୭) ଆଉଟ୍ ହୋଇଥିଲେ। ମୁଶିର ଖାନ(୩) ଅଧିକ ସମୟ କ୍ରିଜରେ ତିଷ୍ଠି ପାରି ନ ଥିଲେ। ଏହା ପରେ ଆଦର୍ଶ ସିଂ  ଓ ଅଧିନାୟକ ଉଦୟ ଦଳର ଇନିଂସ ସମ୍ଭାଳିଥିଲେ। ଦୁଇ ବ୍ୟାଟର ଧୈର୍ଯ୍ୟର ସହ ବ୍ୟାଟିଂ କରି ସ୍କୋର ଆଗକୁ ବଢାଇଥିଲେ। ଦୁଇ ବ୍ୟାଟର ୩ୟ ଓ୍ଵିକେଟ୍ ପାଇଁ ୨୩.୫ ଓଭରରେ ୧୧୬ ରନ ଯୋଡ଼ିଥିଲେ। ତଥାପି ଏହି ଦୁଇ ବ୍ୟାଟର ବାଂଲାଦେଶର ସ୍ପିନର ମହଫୁଜୁର ରେହମାନ ରବିଙ୍କ ସାମ୍ନାରେ ଅସହଜ ଲାଗିଥିଲେ।

୧୪୭ ରନ ସ୍କୋରରେ ଆଦର୍ଶ ୯୬ ବଲ୍‌ରୁ ୬ ଚୌକା ସହ ୭୬ ରନ କରି ଆଉଟ୍ ହୋଇଥିଲେ। ତାଙ୍କ ପରେ ପରେ ଅଧିନାୟକ ଉଦୟ ୯୪ ବଲ୍‌ରୁ ୪ ଚୌକା ସହ ୬୪ ରନ କରି ପାଭିଲିୟନ ଫେରିଥିଲେ। ଆରାଭେଲି ଅବନିଶ ୨୩ ରନର ଦ୍ରୁତ ଇନିଂସ ଖେଳିଥିଲେ। ପ୍ରିୟାଂଶୁ ମୋଲିଆ ୨୩ ରନ କରି ଆଉଟ୍ ହୋଇଥିଲେ। ସଚିନ ଦାସ ୨୦ ବଲ୍‌ରୁ ୨୬ ରନ କରି ଅପରାଜିତ ଥିଲେ। ଶେଷରେ ଭାରତ ୭ ଓ୍ଵିକେଟ୍ ବିନିମୟରେ ୨୫୧ ରନ କରିଥିଲା। ବାଂଲାଦେଶ ପକ୍ଷରୁ ମାରୁଫ ମୃଦ୍ଧା ୪୩ ରନ ଦେଇ ୫ଟି ଓ୍ଵିକେଟ୍ ନେଇଥିଲେ।




Leave a Comment