Iran launched satellite techguruodia


Image Courtesy : stock photo

ନୂଆଦିଲ୍ଲୀ ୨୦।୧:  ପାକିସ୍ତାନ ସହ ଯୁଦ୍ଧ ବିପଦ ଓ ମଧ୍ୟ ପ୍ରାଚ୍ୟରେ ବ୍ୟାପକ ଉତ୍ତେଜନା ମଧ୍ୟରେ ଇରାନ ଉପଗ୍ରହ ଉତକ୍ଷେପଣ କରି ସମସ୍ତଙ୍କୁ  ଚକିତ କରିଛି। ଇରାନର ଏହି ପଦକ୍ଷେପକୁ ବିଶେଷଜ୍ଞମାନେ ଏବେ ପରମାଣୁ କ୍ଷେପଣାସ୍ତ୍ର ତିଆରିର ସଂକେତ ଭାବେ ଦେଖୁଛନ୍ତି। ଇରାନ ଶନିବାର କହିଛି ଯେ ସେ ସଫଳତାର ସହ ଉପଗ୍ରହ ଉତକ୍ଷେପଣ  ହୋଇଛି ଏବଂ ଏହାକୁ ସର୍ବୋଚ୍ଚ କକ୍ଷପଥରେ ସ୍ଥାପିତ କରାଯାଇଛି। ଏହା ସେହି କାର୍ଯ୍ୟକ୍ରମର ଅଂଶ ବିଶେଷ ଯାହାକୁ ନେଇ ପାଶ୍ଚାତ୍ୟ ଦେଶମାନେ ଏବେ ତେହେରାନ ଉନ୍ନତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିର୍ମାଣ କରୁଥିବାର ସନ୍ଦେହ କରୁଛନ୍ତି। 

ଇରାନର ଏହି ଘୋଷଣା ଏପରି ଏକ ସମୟରେ ଆସିଛି ଯେତେବେଳେ ଗାଜା ଷ୍ଟ୍ରିପରେ ହାମାସ ବିରୁଦ୍ଧରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି  ଏବଂ ନିକଟରେ ଇରାନ ଏବଂ ପାକିସ୍ତାନ ପରସ୍ପର ଉପରକୁ କ୍ଷେପଣାସ୍ତ୍ର ଓ ବିମାନ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ପରଠାରୁ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇଛି । ଇରାନ ସମ୍ବାଦ ସରବରାହ ସଂସ୍ଥା ଆଇଆରଏନଏ ଅନୁସାରେ ସୋରାୟା ଉପଗ୍ରହକୁ ପୃଥିବୀ ପୃଷ୍ଠରୁ ପ୍ରାୟ ୭୫୦ କିଲୋମିଟର ଉଚ୍ଚ କକ୍ଷପଥରେ ସ୍ଥାପନା କରାଯାଇଛି। ଏଥିପାଇଁ ତିନି ପର୍ଯ୍ୟାୟ ରକେଟ୍ ର ବ୍ୟବବହାର କରାଯାଇଥିଲା।

ତେବେ ଉପଗ୍ରହ କେଉଁ କ୍ଷେତ୍ର ପାଇଁ ବ୍ୟବହାର ହେବ ସେ ବାବଦେ ଇରାନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।  ହେଲେ ଆମେରିକା ଇରାନର ଉପଗ୍ରହ ପ୍ରେରଣକୁ ବିରୋଧ କରିଛି। ଏହି ଉତକ୍ଷେପଣ ଇରାନର ବେସାମରିକ ମହାକାଶ କାର୍ଯ୍ୟକ୍ରମ ତଥା ରିଭଲ୍ୟୁସନାରୀ ଗାର୍ଡସ୍ ଙ୍କ କାର୍ଯ୍ୟକ୍ରମର ଅଂଶବିଶେଷ ବୋଲି କୁହାଯାଇଛି। ତେବେ ଏହା ପୂର୍ବରୁ  ଆମେରିକା  କହିଛି ଯେ ଇରାନର ଉପଗ୍ରହ ଉତକ୍ଷେପଣ ଜାତିସଂଘ ସୁରକ୍ଷା ପରିଷଦର ନିଷ୍ପତ୍ତିକୁ ଉଲ୍ଲଂଘନ କରୁଛି।

ସେହିପରି ଆଣବିକ ଅସ୍ତ୍ରଶସ୍ତ୍ର ପରିବହନ ସକ୍ଷମ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହିତ ଜଡିତ କୌଣସି କାର୍ଯ୍ୟକଳାପରୁ ଦୂରେଇ ରହିବାକୁ ଆମେରିକା ତେହେରାନକୁ ବାରଣ  ବାରଣ କରିଛି । ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ସହ ଜଡିତ ଜାତିସଂଘର କଟକଣା ଗତ ଅକ୍ଟୋବରରେ ଶେଷ ହୋଇଥିଲା।

ପାକିସ୍ତାନ ସେନାଙ୍କୁ କେତେ ମିଳିଥାଏ ଦରମା ? ଜାଣନ୍ତୁ…




Leave a Comment