Man held for Rashmika Mandanna deepfake a techie-PrameyaNews7 techguruodia


ନୂଆଦିଲ୍ଲୀ: ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କର ଡିଫେକ୍ ଭିଡିଓ ତିଆରି କରିଥିବା ବ୍ୟକ୍ତି ଗିରଫ ହେବା ପରେ ପୁଲିସ ଆଗରେ ଅପରାଧ ସ୍ୱୀକାର କରିଥିବା ସୂଚନା ମିଳିଛି। ସେ ତା’ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଫଲୋଅର୍ସ ବଢ଼ାଇବା ପାଇଁ ଏହି ଭିଡିଓ ତିଆରି କରିଥିଲା ବୋଲି ଅଭିଯୁକ୍ତ କହିଛି। ଗିରଫ ବ୍ୟକ୍ତି ହେଲେ ଇମାନୀ ନବୀନ। ସେ ଜଣେ ଇଞ୍ଜିନିୟର ହୋଇଥିବା ବେଳେ ତା ଘର ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ।

ଗତବର୍ଷ ଭାଇରାଲ୍ ହୋଇଥିବା ଡିଫେକ୍ ଭିଡିଓରେଭି ବ୍ରିଟିସ୍-ଇଣ୍ଡିଆନ ଜାରା ପଟେଲ୍‌ଙ୍କ ଭିଡିଓରେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କୁ ଫଟୋ ଯୋଡ଼ାଯାଇ ନକଲ କରାଯାଇଥିଲା। ଜାରାଙ୍କୁ ରଶ୍ମିକା ବୋଲି ଦେଖାଇବାକୁ ପ୍ରୟାସ କରାଯାଇଥିଲା।

ଅଭିଯୁକ୍ତ ଇମାନୀକୁ ପଚରାଉଚାର କରିବା ପରେ ସେ କହିଥିଲା ଯେ ସେ ରଶ୍ମିକାଙ୍କ ଫ୍ୟାନ୍।  ରଶ୍ମିକାଫ୍ୟାନ୍ ପେଜ୍ ନାମରେ ଏକ ପେଜ୍ ଚଳାଉଛନ୍ତି। ଏହାର ଫଲୋଅର୍ସ ବଢାଇବା ପାଇଁ ସେ ଏହି ଭିଡିଓ ବନାଇଥିଲେ ବୋଲି ସ୍ୱୀକାର କରିଛନ୍ତି। ୨୦୨୩ ଅକ୍ଟୋବର ୧୩ ତାରିଖରେ ସେ ଏହି ଭିଡିଓ ତଆରି କରି ପେଜ୍‌ରେ ପୋଷ୍ଟ କରିଥିଲେ। ତାଙ୍କର ଯୋଜନା ବି ସଫଲ ହୋଇଥିଲା। ଏଥିରେ ଫ୍ୟାନ୍ ଫଲୋଅର୍ସ ମାତ୍ର ଦୁଇ ସପ୍ତାହ ଭିତରେ ୯୦.୦୦୦ରୁ ୧,୦୮,୦୦୦ ବଢ଼ିଯାଇଥିଲେ।

ପରେ ଏହି ଭିଡିଓ ଭାଇରାଲ୍ ହୋଇଥିଲା। ଏହାକୁ ନେଇ ନିଜେ ରଶ୍ମିକାଙ୍କ ସହ ସାରା ଦେଶରେ ଏହାର ବିରୋଧ କରାଯାଇଥିଲା। ଏହାପରେ ନବୀନ ଏହାକୁ ପେଜ୍‌ରୁ ଡିଲିଟ୍ କରି ଦେଇଥିଲେ। ଏହାପରେ ସେ ଚ୍ୟାନେଲ୍ ନାଁ ବଦଳାଇ ଦରକାରୀ ଡାଟା ମଧ୍ୟ ଡିଲିଟ୍ କରିଦେଇଥିଲେ ବୋଲି ନବୀନ ସ୍ୱୀକାର କରିଛନ୍ତି।

ନବୀନ ହେଉଛନ୍ତି ବିଟେକ ଇଲେକ୍ଟ୍ରୋନିକ କମ୍ୟୁନିକେସନରେ ପାଠ ପଢ଼ିବା ସହ ୨୦୧୯ରେ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ ଗୁଗଲ ଗେରେଜ୍‌ରୁ ଡିଜିଟାଲ୍ ମାର୍କେଟିଂ ସାର୍ଟିଫିକେଟ୍ ପାଇଛନ୍ତି। ଏଥିସହିତ ସେ ୱେବ୍‌ସାଇଟ୍ ଡେଭଲପ୍‌ମେଣ୍ଟ,ଫଟୋସପ, ଭିଡିଓ ଏଡିଟିଂ ଓ ସର୍ଚ୍ଚ ଇଞ୍ଜିନ ଗୁଗଲ ଅପ୍‌ଟିମାଇଜେସନ କୋର୍ସ ମଧ୍ୟ କରିଛନ୍ତି। ୨୦୨୪ ମାର୍ଚ୍ଚ ନବୀନ ଗାଁକୁ ଫେରି ଘରୁ ଥାଇ ଲୋକଙ୍କ ଇନ୍‌ଷ୍ଟାଗ୍ରାମ ଚ୍ୟାନେଲ୍ ପ୍ରମୋସନ, ୟୁଟ୍ୟୁବ ଭିଡିଓ ତିଆରି କରିବା ସହ ସର୍ଚ୍ଚ ଇଞ୍ଜିନ ଅପ୍‌ଟିମାଇଜେସନ କରୁଥିଲେ।

ଡିପ୍‌ଫେକ୍ ଭିଡିଓ କ’ଣ ?

ମେସିନ ଲର୍ଣ୍ଣିଂ( Machine Learning) ପାଠରେ ଡିପ୍‌ଫେକ୍ (Deepfake) ନାମକ ଏକ ବିଷୟ ରହିଛି। ଡିପ୍‌ଫେକ୍ ଟର୍ମ ଡିପ୍ ଲର୍ଣ୍ଣିଂ(Deep Learning)ରୁ ଆସିଛି। ଏଥିରେ ଅକାଧିକ ଲେୟର ରହିଥାଏ। ଏହା ଆର୍ଟିଫିସିଆଲ୍ ନ୍ୟୁରୋଲ ନେଟ୍‌ୱାର୍କ ବେସ୍‌ଡ ହୋଇଥାଏ। ଏହି ଆଲ୍‌ଗୋରିଦମରେ ଅନେକ ଡାଟା ଦେଇ ନକଲି କେଣ୍ଟେକ୍ଟକୁ ଅସଲିରେ ପରିଣତ କରିଦିଆଯାଇ ଥାଏ। ସରଳ ଭାଷାରେ କହିବାକୁ ଗଲେ ଏହି ଟେକ୍ନୋଲୋଜୀ ଦ୍ୱାରା ଅରଜିନାଲ୍ ଫଟୋ, ଭିଡିଓ ଓ ଅଡିକୁ ନକଲି କରି ଅବିକଳ ଅସଲି ପରି ଦେଖାଯାଇଥାଏ।

ଏହାର ସଦୁପଯୋଗ ନ ହୋଇ ଅଧିକ ଦୁରୁପ ଯୋଗ କରାଯାଉଛି। ଲୋକଙ୍କୁ ଧାକା ଦେବା ପାଇଁ ଏହି ଟେକ୍ନୋଲୋଜୀର ବ୍ୟବହାର ହେଉଛି। ତେବେ ଅରଜିନାଲ୍ ଲୋକଙ୍କର ହାବଭାବ, ଯେମିତିକ ଆଖି ପତା ପକାଇବା, କଥା କହିବା ବେଳେ ଓଠର ଗତି ବଦଳିବା, ବିଶେଷ କରି ନକଲି ଭିଡିଓ ଜାଣିବାର ସବୁଠାରୁ ବଡ଼ ଦିଗ ହେଲା ଆଖି। କାରଣ ଏଡିଟ୍‌ରେ ଏହା ମୁଣ୍ଡର ଗତି ସହ ସମାନ ଭାବରେ ଗତି କରେ ନାହଁ। ଏସବୁ କାରଣରୁ ଆପଣ ନକଲି ଓ ଅସଲି ଜାଣିପାରିବେ।




Leave a Comment