Muslim community people beat ram bhakt in rajasthan techguruodia


ନୂଆଦିଲ୍ଲୀ: ରାଜସ୍ଥାନର ଯୋଧପୁର ଜିଲ୍ଲାର ନନ୍ଦବାନ ଗାଁରେ ଭଗବାନ ରାମଙ୍କ ବାନା ଲଗାଇବାକୁ ନେଇ ମୁସଲିମ ସମ୍ପ୍ରଦାୟର ଲୋକମାନେ ମାରପିଟ୍ କରିଛନ୍ତି । ବିବାଦ ବଢିବା ପରେ ଗାଁରେ ଆରଏସି ବାଟାଲିୟନ ମୁତୟନ କରାଯାଇଛି । ସାଲାବାସ ନିବାସୀ ଧନ୍ନାରାମଙ୍କ ଅଭିଯୋଗ ଆଧାରରେ ପୋଲିସ ଚାରି ଜଣଙ୍କୁ ହେପାଜତକୁ ନେଇଛି । ଏହାସହ ସିସିଟିଭି ଫୁଟେଜକୁ ଯାଞ୍ଚ କରି ଅନ୍ୟମାନଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ।

ଦୈନିକ ଜାଗରଣର ରିପୋର୍ଟ ଅନୁସାରେ ବିବେକ ବିହାର ପୋଲିସ ଅଧିକାରୀ ରାଜେନ୍ଦ୍ର ସିଂ ଚାରଣ କହିଛନ୍ତି ଜାନୁଆରୀ ୨୨ରେ ଶ୍ରୀରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ଧନ୍ନାରାମ ଶନିବାର ଅପରାହ୍ଣରେ ନିଜ ସହଯୋଗୀଙ୍କ ସହ ସାଲାବାସ ଗୋ-ଶାଳା ଏବଂ ଗାଁରେ ଭଗବାନ ରାମଙ୍କ ପତାକା ଲଗାଉଥିଲେ । ତେବେ ଏହି ସମୟରେ କିଛି ମୁସଲମାନ ଲୋକ ଏହାକୁ ବିରୋଧ କରିଥିଲେ । କେବଳ ଏତିକି ନୁହେଁ ଗାଁର ମୁବାରକ ଖାନ, ଅଲାଉ ଖାନ, ସଫି ଖାନ, ଅତିଫ୍ ଖାନ, ଇକବାଲ ଖାନ, ଦୀଲାବର ଖାନ, ସହାବୁଦ୍ଦୀନ ସଦ୍ଦାମ, ଇରଫାନ, ମୋହସୀନ, ମେନା ଖାନ, ଅଫି ଏବଂ ଅନ୍ୟମାନେ ଧନ୍ନାରାମ ଏବଂ ତାଙ୍କ ସହଯୋଗୀଙ୍କ ସହ ମାରପିଟ୍ କରିଥିଲେ ।

ପଢନ୍ତୁ: କାଶୀ ଡୋମ ରାଜାଙ୍କ ସହ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ୍ ହେବେ ଆଦିବାସୀ ବର୍ଗର ୧୫ ଯଜମାନ

ବିବେକ ବିହାର ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା । ଲୋକଙ୍କ ଅଧିକ ଭିଡ଼ ଦେଖି ଅତିରିକ୍ତ ପୋଲିସ ବଳ ମୁତୟନ କରାଯାଇଛି । ସ୍ଥିତି ବର୍ତ୍ତମାନ ଶାନ୍ତ ଥିବା ବେଳେ ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଘଟଣାସ୍ଥଳକୁ ଡକାଯାଇଛି ।




Leave a Comment