Muslim population growing Fastest in world techguruodia


ନୂଆଦିଲ୍ଲୀ ୨୦।୧: ଇସ୍ଲାମ ହେଉଛି ବିଶ୍ୱରେ ଦ୍ରୁତତମ ପ୍ରସାରିତ ଧର୍ମ। ବିଶ୍ୱରେ ଯେଉଁ ହାରରେ ମୁସଲମାନଙ୍କ ଜନସଂଖ୍ୟା ବୃଦ୍ଧି  ହେଉଛି,୨୦୭୦ ସୁଦ୍ଧା ଇସ୍ଲାମ ଅନୁଗାମୀମାନଙ୍କ ସଂଖ୍ୟା ବିଶ୍ୱରେ ସର୍ବାଧିକ ହେବ ଏବଂ ଏହା ଇସାୟୀ ଧର୍ମକୁ ମଧ୍ୟ ପଛରେ ପକାଇଦେବ। ‘ପ୍ୟୁ ରିସର୍ଚ୍ଚ ସେଣ୍ଟର’ର ଏକ ରିପୋର୍ଟ ଅନୁଯାୟୀ, ୨୦୬୦ ସୁଦ୍ଧା ସମଗ୍ର ବିଶ୍ୱରେ ମୁସଲମାନମାନଙ୍କର ମୋଟ ଜନସଂଖ୍ୟା  ୨୦୧୫ ତୁଳନାରେ  ୭୦ପ୍ରତିଶତ ବୃଦ୍ଧି ପାଇବ ଏବଂ  ସେତେବେଳେ ବିଶ୍ୱରେ  ପ୍ରାୟ ୩ ବିଲିୟନ ମୁସଲମାନ ଥିବେ। ୨୦୧୫ ରେ ମୁସଲମାନ ଜନସଂଖ୍ୟା ୧.୮ ବିଲିୟନ ଥିଲା।

୨୦୧୦ ମସିହାରେ, ମୁସଲମାନ ଜନସଂଖ୍ୟା ବହୁଳ ଦେଶମାନଙ୍କ ମଧ୍ୟରେ ଇଣ୍ଡୋନେସିଆ, ପାକିସ୍ଥାନ ଏବଂ ଭାରତ କ୍ରମାନୁସାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିଲେ। ପ୍ୟୁ ରିସର୍ଚ୍ଚ ଅନୁଯାୟୀ ୨୦୩୦ ସୁଦ୍ଧା ଇଣ୍ଡୋନେସିଆକୁ  ପଛରେ ପକାଇ ପାକିସ୍ତାନ ବିଶ୍ୱର ସର୍ବାଧିକ ମୁସଲମାନ ଜନସଂଖ୍ୟାର ଦେଶ ହୋଇଥିବ। ଯଦି ଏହି ସ୍ଥିତି ଜାରି ରହେ, ତେବେ ୨୦୫୦ ସୁଦ୍ଧା ପାକିସ୍ତାନ ମଧ୍ୟ ଜନସଂଖ୍ୟାରେ ପଛରେ  ପଡିବ ଓ ସେତେବେଳେ ଭାରତ ବିଶ୍ୱର ମୁସଲମାନ ବହୁଳ ଦେଶରେ ପରିଣତ ହୋଇଥିବ। ତଥାପି, ସେତେବେଳେ ମଧ୍ୟ ଭାରତର ସର୍ବାଧିକ ଜନସଂଖ୍ୟା ହିନ୍ଦୁ ହିଁ ଥିବେ।

ଭାରତରେ ମୋଟ ମୁସଲମାନଙ୍କ ସଂଖ୍ୟା କେତେ?
୨୦୧୧ ଜନଗଣନା ଅନୁଯାୟୀ, ଭାରତରେ ୧୭.୨୨କୋଟି ମୁସଲମାନ ଥିଲେ, ଯାହା ଦେଶର ମୋଟ ଜନସଂଖ୍ୟାର୧୪.୨ ପ୍ରତିଶତ ଥିଲା। ନିକଟରେ ସରକାର କହିଛନ୍ତି ଯେ ୨୦୨୩ ଶେଷ ସୁଦ୍ଧା ଦେଶର ମୋଟ ମୁସଲମାନ ଜନସଂଖ୍ୟା (ମୁସ୍ଲିମ ପପୁଲେସନ ଇନ୍ ଇଣ୍ଡିଆ ଲାଟେଷ୍ଟ ଡାଟା) ୨୦ କୋଟିରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ସେହି ଦେଶମାନଙ୍କ ମଧ୍ୟରେ ଭାରତବି ଅଛି ଯେଉଁଠାରେ ମୁସଲମାନ ଜନସଂଖ୍ୟା ଦ୍ରୁତ  ବୃଦ୍ଧି ହେଉଛି। ଦେଶର ବହୁ ସଂଖ୍ୟକ ହିନ୍ଦୁ ଜନସଂଖ୍ୟା ତୁଳନାରେ ଏହି ହାର ଯଥେଷ୍ଟ ଅଧିକ ଅଟେ।

୨୦୧୦ର ୨.୬  ନିୟୁତ ତୁଳନାରେ ୨୦୩୦ ସୁଦ୍ଧା ଆମେରିକାର ମୁସଲମାନ ଜନସଂଖ୍ୟା ୬.୨ ନିୟୁତ ହେବ। ପ୍ୟୁ ରିସର୍ଚ୍ଚ ଆକଳନ କରିଛି ଯେ ୨୦୩୦ ସୁଦ୍ଧା ଆମେରିକାର ମୋଟ ମୁସଲମାନ ଜନସଂଖ୍ୟା ସେଠାରେ ଥିବା ମୋଟ ଜନସଂଖ୍ୟାର ୧.୭ ପ୍ରତିଶତ ହେବ। ଫଳରେ ୨୦୫୦ ସୁଦ୍ଧା ଆମେରିକାର ପ୍ରତି ୫୦ ଜଣଙ୍କ ମଧ୍ୟରେ ଜଣେ ମୁସଲମାନ ହେବେ।

କାନାଡାର ଜନସଂଖ୍ୟା ୩ ଗୁଣରୁ ଅଧିକ ହେବେ ମୁସଲମାନ
ସେହିଭଳି କାନାଡାରେ ୨୦୩୦ ମସିହାରେ ମୁସଲମାନ ଜନସଂଖ୍ୟା ୨୦୧୦ ତୁଳନାରେ ତିନି ଗୁଣ ଅଧିକ ହେବ। ଯେଉଁଠାରେ ୨୦୧୦ ରେ କାନାଡାରେ ମୋଟ ୯.୪ ଲକ୍ଷ ମୁସଲମାନ ଥିଲେ। ୨୦୩୦ରେ  ସେମାନଙ୍କ ସଂଖ୍ୟା ପ୍ରାୟ ୨୭ ଲକ୍ଷ ହେବ ବୋଲି ଆକଳନ କରାଯାଇଛି।

ମୁସଲମାନ ଜନସଂଖ୍ୟାରେ ଦ୍ରୁତ ବୃଦ୍ଧିର କାରଣ କ’ଣ?
ଜନସଂଖ୍ୟା ରେଫରେନ୍ସ ବ୍ୟୁରୋ ( ପିଆରବି)ଙ୍କ ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱରେ ଦ୍ରୁତ ଗତିରେ ବଢୁଥିବା ମୁସଲମାନ ଜନସଂଖ୍ୟା ପଛରେ ଅନେକ କାରଣ ରହିଛି । ଏଥିରେ ପ୍ରଥମ କାରଣଟି ହେଉଛି  ଯଦିଓ ନିକଟ ଅତୀତରେ ମୁସଲମାନ ମହିଳାମାନଙ୍କର ପ୍ରଜନନ ହାର ହ୍ରାସ ହୋଇଛି, ତଥାପି ମୁସଲମାନ ସଂଖ୍ୟାଲଘୁ ଦେଶ ମାନଙ୍କରେ ମହିଳାମାନେ ଅଣ-ମୁସଲମାନଙ୍କ ତୁଳନାରେ ଅଧିକ ସନ୍ତାନ ପ୍ରାପ୍ତ କରୁଛନ୍ତି। ସେହିପରି ଦ୍ୱିତୀୟ କାରଣଟି ହେଉଛି  ପୂର୍ବରୁ ମୁସଲମାନ ମହିଳାମାନଙ୍କର ପ୍ରଜନନ ହାର ବହୁତ ଅଧିକ ଥିଲା, ସେତେବେଳେ ଜନ୍ମ ହୋଇଥିବା ଅଧିକାଂଶ ପିଲା ବର୍ତ୍ତମାନ ଯୁବକ ଏବଂ ବିବାହ ଯୋଗ୍ୟ କିମ୍ବା ପିତାମାତା ହେବାକୁ ଯାଉଛନ୍ତି। 

ତୃତୂୀୟ କାରଣଟି ହେଉଛି  ମୁସଲମାନ ଦେଶମାନଙ୍କରେ, ଅଣ-ମୁସଲମାନ ଦେଶଙ୍କ ତୁଳନାରେ ଜନସଂଖ୍ୟା ନିୟନ୍ତ୍ରଣ ନିୟମ ନାହିଁ, ଯଦି ବି ଅଛି ତାହା ପାଳନ ହୁଏନି।  ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ମୁସଲମାନ ମହିଳାମାନେ ଶିଶୁ ଜନ୍ମ ନିୟନ୍ତ୍ରଣ ପାଇଁ ଆବଶ୍ୟକ ତୁଳନାତ୍ମକ ଭାବେ କମ୍ ଉତ୍ସ ବ୍ୟବହାର କରନ୍ତି। ଜନସଂଖ୍ୟା ରେଫରେନ୍ସ ବ୍ୟୁରୋ ଅନୁଯାୟୀ, ଅଣ-ମୁସଲମାନ ଦେଶରେ ୬୩ ପ୍ରତିଶତ ମହିଳା ଶିଶୁ ଜନ୍ମ ନିୟନ୍ତ୍ରଣ ସହ ଜଡିତ ପଦକ୍ଷେପ ଗ୍ରହଣ କରୁଥିବାବେଳେ ମୁସଲମାନ ଦେଶରେ କେବଳ ୪୮ ପ୍ରତିଶତ ମହିଳା ଏହା ଉପରେ ବିଶ୍ୱାସ କରନ୍ତି।

ଏଥିରେ ଚତୁର୍ଥ କାରଣଟି ହେଉଛି ପିଆରବି ଅନୁଯାୟୀ, ମୁସଲମାନ ଜନସଂଖ୍ୟା ବୃଦ୍ଧି ହେବାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ସେମାନଙ୍କର ସାମାଜିକ-ଅର୍ଥନୈତିକ ଅବସ୍ଥା।  ନିକଟ ଅତୀତରେ ମୁସଲମାନମାନଙ୍କର ସାମାଜିକ-ଅର୍ଥନୈତିକ ଅବସ୍ଥାରେ ଉନ୍ନତି ଆସିଛି। ଶିକ୍ଷା ମଧ୍ୟ ଉନ୍ନତ ହୋଇଛି । ଏଭଳି ପରିସ୍ଥିତିରେ ଶିଶୁ ମୃତ୍ୟୁହାର ଭଳି ଜିନିଷ ହ୍ରାସ ପାଇଛି।

ପାକିସ୍ତାନ ସେନାଙ୍କୁ କେତେ ମିଳିଥାଏ ଦରମା ? ଜାଣନ୍ତୁ…




Leave a Comment