Neelam Azad, accused of breaching the security of Parliament, did not get bail techguruodia


Image Courtesy : stock photo

ନୂଆଦିଲ୍ଲୀ ୧୮।୧: ପଟିୟାଲା ହାଉସ୍ କୋର୍ଟ ଗୁରୁବାର ସଂସଦ ଭବନ ସୁରକ୍ଷା ଉଲ୍ଲଂଘନ ମାମଲାରେ ଅଭିଯୁକ୍ତ ନିଲମ ଆଜାଦଙ୍କ ଜାମିନ ନିବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ମାମଲାର ଶୁଣାଣି କରୁଥିବା ଅତିରିକ୍ତ ଦୌରା ଜଜ୍ ହରଦୀପ କୌର ନିଲମ ଆଜାଦଙ୍କ ଜାମିନ ନିବେଦନକୁ ଅଗ୍ରାହ୍ୟ କରି ମାମଲାର ଯାଞ୍ଚ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବା ଓ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ଗୁରୁତ ପ୍ରକୃତିର ହୋଇଥିବା,  କାରଣ ତାଙ୍କ ବିରୋଧରେ ଦେଶର ସାର୍ବ ଭୌମତା ଓ ଅଖଣ୍ଡତାକୁ ବାଧିତ କରିବା ଭଳି ଅଭିଯୋଗ ଥିବା କହିଛନ୍ତି।

କୋର୍ଟ ଆଦେଶ ଦେଇ କହିଛନ୍ତି ଯେ ଅଭିଯୁକ୍ତଙ୍କ ବିରୋଧରେ ହୋଇଥିବା ଅଭିଯୋଗର ପ୍ରକୃତି ଓ ଗୁରୁତ୍ୱ ତଥା ତଦନ୍ତର ପ୍ରାରମ୍ଭିକ ପର୍ଯ୍ୟୟକୁ ନଜରରେ ରଖି ଲାଗୁନି ଆବେଦନକାରୀ ଅଥବା ଅଭିଯୁକ୍ତଙ୍କୁ ଜାମିନରେ ମୁକ୍ତ କରିବାର ଏହା ଉପଯୁକ୍ତ ମାମଲା। ଏଣୁ କୋର୍ଟ ଜାମିନ ନିବେଦନକୁ ଅଗ୍ରାହ୍ୟ କରୁଥିବା କହିଛନ୍ତି। ନିଲମ ଆଜାଦଙ୍କ ଜାମିନ ନିବେଦନର ଶୁଣାଣିକୁ କୋର୍ଟରେ ଦିଲ୍ଲୀ ପୋଲିସ ବିରୋଧ କରିଥିଲା। ପୋଲିସ ପକ୍ଷରୁ ରଖାଯାଇଥିବା ତର୍କରେ ଅପରାଧରେ ତାଙ୍କର ସମ୍ପୃକ୍ତି ପ୍ରମାଣିତ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ରହିଛି। ଏଣୁ ତାଙ୍କର ମୁକ୍ତି ତଦନ୍ତରେ ବାଧା ସୃଷ୍ଟି କରିବ।

ଉଲ୍ଲେଖଯୋଗ୍ୟ ଯେ ସଂସଦ ଭବନ ସୁରକ୍ଷା ଉଲ୍ଲଂଘନ ଅଭିଯୋଗରେ ଦିଲ୍ଲୀ ପୋଲିସ ୧୩ ଡିସେମ୍ବର ୨୦୨୩ରେ ନିଲମ ଆଜାଦ ଓ ଅନ୍ୟ ୩ ଜଣଙ୍କୁ ଗିରଫ କରିଥିଲା। ଏଥିରୁ ନିଲମଙ୍କ ସହିତ ଗିରଫ ଯୁବକ ଅମୋଲ ସିନ୍ଦେ ସଂସଦ ଭବନ ବାହାରେ ପ୍ରଦର୍ଶନ କରୁଥିଲେ। ଅନ୍ୟ ଦୁଇଜଣ ସାଗର ଶର୍ମା ଓ ମନୋରଞ୍ଜନ ଡି ସଂସଦ ଭବନ ଭିତରେ ଉତ୍ପାତ କରିଥିଲେ। ଏହି ୪ ଜଣଙ୍କ ଗିରଫ ପରେ ଦିଲ୍ଲୀ ପୋଲିସ ପୁରା ଷଡ଼ଯନ୍ତ୍ରର ମାଷ୍ଟର ମାଇଣ୍ଡ ଲଳିତ ଝା ଓ ଅନ୍ୟ ଜଣେ ମହେଶ କୁମାବତଙ୍କୁ ମଧ୍ୟ ଗିରଫ କରିଛି।

ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ନିଲମ ଆଜାଦଙ୍କ ଦ୍ୱାରା ରୁଜୁ ହେଭିୟସକରପସ୍‌ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଥିଲେ। କୋର୍ଟ ଟ୍ରାୟଲ କୋର୍ଟଙ୍କ ସେହି ଆଦେଶ ଉପରେ ମଧ୍ୟ ରୋକ ଲଗାଇଥିଲେ, ଯେଉଁଥିରେ ଦିଲ୍ଲୀ ପୋଲିସକୁ ତାର ଏତଲା କପି ଉପଲବ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।  

ମହଙ୍ଗା ପଡ଼ିଲା ଯାତ୍ରୀଙ୍କୁ ଚାପୁଡା ମାରିବା, ଭିଡିଓ ଭାଇରାଲ ପରେ TTEଙ୍କୁ ସସପେଣ୍ଡ୍ କଲା ରେଲଓ୍ୱେ




Leave a Comment