NLC India inaugurated rehabilitation colony- prameyanews7 techguruodia


ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ହିର୍ମାରେ  କେନ୍ଦ୍ର ସରକାରଙ୍କ ନବରତ୍ନ  କମ୍ପାନୀ NLC India limited  ୨୪୦୦ ମେଗାୱାଟ ତାପଜ ବିଦ୍ୟୁତ କେନ୍ଦ୍ର ସ୍ଥାପନ କରିବା ଯୋଜନା କାର୍ଯ୍ୟକାରୀ ହେଉଛି । ଝାରସୁଗୁଡାର ହିର୍ମା ଗ୍ରାମ ନିକଟରେ ଏହି ତାପଜ ବିଦ୍ୟୁତ ପ୍ରକଳ୍ପ ସ୍ଥାପନ କରାଯିବ।ଏହି ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହେଉଥିବା ପରିବାର ପାଇଁ ଗୃହ ନିର୍ମାଣ କରି ଆବଣ୍ଟନ ପ୍ରକ୍ରିୟା ଆରମ୍ଭ କରିଛି NLC।

Also read- ୨୨ ତାରିଖ ହାଫ୍‌ ଡେ ଛୁଟି: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ରାଜ୍ୟ ସରକାରଙ୍କ ଘୋଷଣା

ଝାରସୁଗୁଡା ଜିଲ୍ଲା ହିର୍ମା ରେ ଆଗାମୀ ୪ ବର୍ଷ ମଧ୍ୟରେ ୨୪୦୦ ମେଗାୱାଟ ବିଜୁଳି ଉତ୍ପାଦନ ଆରମ୍ଭ କରିବ ଭାରତ ସରକାରଙ୍କ ନବରତ୍ନ କଂପାନୀ NLC ଇଣ୍ଡିଆ ଲିମିଟେଡ଼ ।  ଏହି ପ୍ରକଳ୍ପ ଦ୍ବାରା  ବିସ୍ଥାପିତ ହେଉଛନ୍ତି ହିର୍ମା, ତରେଇକେଲା, ଗରିଆଡ଼ିହିର ୫୩୫ ପରିବାର।ସେମାନଙ୍କୁ  ପୁନର୍ବାସ ଓ  ଥଇଥାନ କାର୍ଯ୍ୟ ଆରମ୍ଭ କରାଯାଇଛି ।  ପୁନର୍ବାସ କଲୋନୀରେ  ଦୁଇ ବଖରା ଶୟନ କକ୍ଷ ବିଶିଷ୍ଟ ରୋଷେଇ ଘର ଓ ଶୌଚାଳୟ ବ୍ୟବସ୍ଥା ସହ ଗାଈ ଗୁହାଳ ମଧ୍ୟ ନିର୍ମାଣ କରଯାଇଛି । ପୁନର୍ବାସ କଲୋନୀରେ  ସୁବ୍ୟବସ୍ଥିତ ପକ୍କା ରାସ୍ତା ଘାଟ, ବିଜୁଳି, ତଥା ପାନୀୟ ଜଳ ଓ ଅନ୍ୟାନ୍ୟ ସମସ୍ତ  ଆନୁଷଙ୍ଗିକ  ବ୍ୟବସ୍ଥା କରାଯିବ।

ଆଜି  ପ୍ରଥମ  ପର୍ଯ୍ୟାୟରେ ୫୦ ଜଣ ହିତାଧିକାରୀଙ୍କୁ  ନବନିର୍ମିତ ଘର ହସ୍ତାନ୍ତର କରଯାଇଛି । ଏଥିପାଇଁ ହିର୍ମା ଗାଁରେ ନିର୍ମାଣ ହୋଇଥିବା ପୁନର୍ବାସ କଲୋନୀରେ ପୂଜା ଅର୍ଚ୍ଚନା ଓ ଘର ପ୍ରତିଷ୍ଠା କରିବା ପରେ ଆନୁଷ୍ଠାନିକ ଭାବେ ଘର ମାଲିକଙ୍କୁ ଘରର ପଟ୍ଟା ସହ ଚାବି ହସ୍ତାନ୍ତର କରିଥିଲେ ଜିଲ୍ଲାପାଳ।

ହିର୍ମା ଠାରେ ନିର୍ମାଣ ଆରମ୍ଭ ହେବ ୨୪୦୦ ମେଗାୱାଟ ବିଶିଷ୍ଟ ଥର୍ମାଲ ପାୱାର ପ୍ଲାଣ୍ଟ। ଏହି ନିର୍ମାଣ କାର୍ଯ୍ୟ ଭେଲ୍‌କୁ ଦିଆଯାଇଛି। ଫେବ୍ରୁଆରୀ ମାସ ପ୍ରଥମ କିମ୍ବା ଦ୍ଵିତୀୟ ସପ୍ତାହରେ ଏହି ପାୱାର ପ୍ଲାଣ୍ଟର ଭିତ୍ତି ପ୍ରସ୍ତର ସ୍ଥାପନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡା ଆସିବେ।

ଏହି ପ୍ରକଳ୍ପ ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ NLC କର୍ତ୍ତୃପକ୍ଷ ପ୍ରସ୍ତୁତ ହେଉଥିବା ବେଳେ ପ୍ରକଳ୍ପ ପାଇଁ ଭିଟାମାଟି ହରାଇ ନୂଆ ଘରକୁ ଆସିବାକୁ ଚାବି ପାଇଥିବା ହିତାଧିକାରୀଙ୍କ ମନରେ ଖୁସୀ ଥିଲେ ମଧ୍ୟ ନିଜ ଜନ୍ମ ମାଟି ଛାଡିବାକୁ ନେଇ କଷ୍ଟ ରହିଛି। କାରଖାନା ଆରମ୍ଭ ପୂର୍ବରୁ ବିସ୍ଥାପିତ ଙ୍କୁ ପୁନର୍ବାସ ଯୋଜନାରେ ସାମିଲ କରି ଲୋକଙ୍କ ବିଶ୍ବାସଭାଜନ ହେବାକୁ ପ୍ରୟାସ କରିଛି NLC ଇଣ୍ଡିଆ ଲିମିଟେଡ଼।




Leave a Comment