odia application

Odia Application writing involves the creation of formal documents or digital forms to request or apply for something, such as a job, admission to an educational institution, funding, or participation in a program. It requires careful attention to detail, clarity in expressing intent or qualifications, and adherence to specific guidelines or formats as prescribed by the recipient or institution. A well-crafted application can significantly influence the decision-making process and increase the chances of achieving the desired outcome. Here you can find different application format of odia application.

(odia application) ତୁମ ଅଞ୍ଚଳରେ ଏକ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଶିକ୍ଷାବିଭାଗ ନିର୍ଦ୍ଦେଶକଙ୍କ ନିକଟକୁ ଦରଖାସ୍ତ ଲେଖ ।

ମାନନୀୟ,

ଶ୍ରୀଯୁକ୍ତ ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା, ଓଡ଼ିଶା, ଭୁବନେଶ୍ୱର ।

ବିଷୟ: ଏକ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ନିମିତ୍ତ ଆବେଦନ

(ମହୋଦୟ………………………..ସମୀପେଷୁ)

ମହାଶୟ,

ନିବେଦନର ଅଭିପ୍ରାୟ ଏହି କି ଆମ୍ଭେ ନିମ୍ନ ସ୍ୱାକ୍ଷରକାରୀଗଣ କଟକ ଜିଲ୍ଲା, ସାଲେପୁର ଥାନା ଅନ୍ତର୍ଗତ ମିର୍ଜାପୁର ଗ୍ରାମପଞ୍ଚାୟତର ଅଧିବାସୀ ଅଟୁ । ଆମ ଗ୍ରାମର ଲୋକସଂଖ୍ୟା ପ୍ରାୟ ଏକ ହଜାରରୁ ଅଧିକ । ଏଠାରେ ସବର୍ଣ୍ଣ, ଅସବର୍ଣ୍ଣ, ଧନୀ, ଦରିଦ୍ର ଓ କୃଷିଜୀବୀ ଆଦି ବହୁ ପରିବାର ବାସ କରନ୍ତି । କିନ୍ତୁ ଦୁଃଖର ବିଷୟ ଏହି କି ଏହି ଗ୍ରାମରେ ପ୍ରାଥମିକ ବିଦ୍ୟାଳୟଟିଏ ନାହିଁ । ଛୋଟ ଛୋଟ ପିଲାମାନେ ପାଖ ଗ୍ରାମରେ ଥିବା ବିଦ୍ୟାଳୟକୁ ପଢ଼ିବାକୁ ଯିବାକୁ ବାଧ୍ୟ ହେଉଛନ୍ତି । ବର୍ତ୍ତମାନ ରାସ୍ତାଘାଟର ଯେଉଁ ଅବସ୍ଥା ସେଥିରେ ପିଲାମାନଙ୍କର ଗମନାଗମନ ଜନିତ ଆଶଙ୍କାରେ ଆମ୍ଭେମାନେ ଆଶଙ୍କିତ ହେଉଛୁ ।

ଏଣୁ ବିନୀତ ପ୍ରାର୍ଥନା କରୁକି ଆପଣ ଦୟାପରବଶ ହୋଇ ଆମ ଗ୍ରାମରେ ପ୍ରାଥମିକ ବିଦ୍ୟାଳୟଟିଏ ପ୍ରତିଷ୍ଠା କରିବା ନିମିତ୍ତ ବିହିତ ପଦକ୍ଷେପ ଗ୍ରହଣ କଲେ ଆମ୍ଭେମାନେ ଚିରୋପକୃତ ହେବୁ ।

ତୁମ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍‌କାଟ ହେଉଛି । ଏହାର ପ୍ରତିକାର ପାଇଁ ବିଦ୍ୟୁତ୍ ବିଭାଗୀୟ ଅଧିକାରୀଙ୍କ ନିକଟକୁ ଦରଖାସ୍ତ ଲେଖ ।

ପ୍ରାପ୍ତେଷୁ,

ନିର୍ବାହୀ ଯନ୍ତ୍ରୀ, ବିଦ୍ୟୁତ୍ ଆବଣ୍ଟନ ବିଭାଗ ।

ନିଶ୍ଚିନ୍ତକୋଇଲି ବିଦ୍ୟୁତ୍ ଡିଭିଜନ୍‌, ନିଶ୍ଚିନ୍ତକୋଇଲି, କଟକ

ବିଷୟ: ବାରମ୍ବାର ବିଦ୍ୟୁତ୍‌କାଟ ସମ୍ବନ୍ଧରେ ଆବେଦନ

(ମହୋଦୟ…………………………………ସମୀପେଷୁ)

ମହାଶୟ,

ନିମ୍ନ ସ୍ୱାକ୍ଷରକାରୀ ଉମର ଗ୍ରାମର ଅଧିବାସୀ ଅଟୁ । ଏହି ଗ୍ରାମ ଏକ ଜନବହୁଳ ଗ୍ରାମ । ଏଠାକାର ଅଧିବାସୀମାନେ ସ୍ୱଚ୍ଛଳ ନହେଲେ ମଧ୍ୟ ବିଶେଷ ଶାନ୍ତିପ୍ରିୟ । ସମସ୍ତେ ସେମାନଙ୍କର ବିଦ୍ୟୁତ୍ ଦେୟ ଠିକ୍ ସମୟରେ ପଇଠ କରନ୍ତି । କିନ୍ତୁ ଦୀର୍ଘ ଦୁଇମାସ ହେବ ଅଘୋଷିତ ବାରମ୍ବାର ବିଦ୍ୟୁତ୍ କାଟ ହେତୁ ଆମ୍ଭେମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛୁ । ପିଲାମାନଙ୍କର ପରୀକ୍ଷା ସମୟ ହେତୁ ସେମାନଙ୍କର ପାଠପଢ଼ା ବ୍ୟାଘାତ ହେଉଛି । ପମ୍ପ୍ ହାଉସ୍‌ରୁ ପାଣି ଆସୁନାହିଁ । ଉଠା ଜଳସେଚନ ପଏଣ୍ଟରୁ ଜଳ ଉଠି ପାରୁୁ ନଥିବାରୁ ଫସଲ ହାନୀର ସମ୍ଭାବନା ସୃଷ୍ଟି ହୋଇଛି । ଅସହ୍ୟ ଗ୍ରୀଷ୍ମତାପ ସାଙ୍ଗକୁ ବିଦ୍ୟୁତ୍ କାଟ କିଭଳି ପରିସ୍ଥିତିରେ ପହଞ୍ଚାଉଛି ତାହା ଆପାର ହୃଦୟଙ୍ଗମ କରି ଏହାର ବିହିତ ପଦକ୍ଷେପ ନେବାକୁ ଅନୁରୋଧ ।

ତୁମ ବିଦ୍ୟାଳୟରେ ସରସ୍ୱତୀ ପୂଜା କିପରି ପାଳନ କଲ ସେ ବିଷୟରେ ବର୍ଣ୍ଣନା କରି ବାପାଙ୍କ ନିକଟକୁ ପତ୍ର ଲେଖ ।

ବାଙ୍କୋଇ

ତା……………..

ପୂଜନୀୟ ବାପା,

ମୋର ସଭକ୍ତି ପ୍ରଣାମ ଗ୍ରହଣ କରିବେ ଏବଂ ବୋଉଙ୍କୁ ଜଣାଇଦେବେ । ଲିଟୁ ଏବଂ ଶ୍ରାବଣୀଙ୍କୁ ମୋର ସ୍ନେହାଶିଷ । ଏ ବର୍ଷ ଆମ ବିଦ୍ୟାଳୟରେ ସରସ୍ୱତୀପୂଜା କିଭଳିଭାବେ ପାଳିତ ହେଲା, ତାହା ଆପଣ ଜାଣିବାକୁ ଚାହିଁଛନ୍ତି । ମୁଁ ତା’ର ଏକ ସଂକ୍ଷିପ୍ତ ବିବରଣୀ ଦେଉଛି । ପୂଜାର ୮/୧୦ ଦିନ ପୂର୍ବରୁ ସବୁଶ୍ରେଣୀର ପ୍ରତିନିଧିମାନେ ମିଳି ହୋଇ ଏକ ସଭା କରିଥିଲେ । ସେଥିରେ ପିଲାଙ୍କ ଉପରେ କେତେଟଙ୍କା ଲେଖାଏଁ ଚାନ୍ଦା ପଡ଼ିବ ଏବଂ କେଉଁ ଶ୍ରେଣୀର ପିଲା କେଉଁ ଦାୟିତ୍ୱ ବହନ କରିବେ, ତାହା ସ୍ଥିର ହୋଇଥିଲା । ଜଣେ ଶିକ୍ଷକ ପିଲାମାନଙ୍କ ପାଇଁ ଉପଦେଷ୍ଟା ଭାବରେ ରହିଲେ ।

ପୂର୍ବଦିନ ଅତି ପ୍ରତ୍ୟୁଷରୁ ଆମେମାନେ ନିତ୍ୟକର୍ମ ସମାପନ କରି ସ୍କୁଲ୍‌ରେ ଉପସ୍ଥିତ ହେଲୁ । ଆମ ଅଷ୍ଟମ ଶ୍ରେଣୀ ପିଲାଙ୍କ ଉପରେ ଦେବୀ ସରସ୍ୱତୀଙ୍କର ପୂଜା ଆସ୍ଥାନ ସଜାଇ ତାଙ୍କୁ ସୁନ୍ଦର ଭାବେ ବସାଇବାର ଦାୟିତ୍ୱ ଥିଲା । ସବୁପିଲା ନୂଆ ପୋଷାକପତ୍ର ପିନ୍ଧି ଖୁବ୍ ସତେଜ ଏବଂ ଉତ୍ସାହଦୀପ୍ତ ଜଣାପଡ଼ୁଥିଲେ । ନୂଆପୋଷାକ କିଣିବାପାଇଁ ଆପଣ ମୋ ପାଇଁ ପଠାଇଥିବା ଟଙ୍କାତକ ମୁଁ ମୋ ପାସ୍‌ବୁକ୍‌ରେ ଜମା କରିଦେଇଛି । ପରୀକ୍ଷା ଫିସ୍ ଦେଲାବେଳକୁ ମୋତେ ଆଉ ଆପଣଙ୍କୁ ବ୍ୟସ୍ତ କରିବାକୁ ପଡ଼ିବ ନାହିଁ । ପୁରୁଣା ପରିଷ୍କାର ପୋଷାକ ପିନ୍ଧି ମୁଁ ମଧ୍ୟ ବେଶ୍ ଉତ୍ସାହ ଓ ଉଦ୍‌ବେଳନରେ ଭାଙ୍ଗିପଡ଼ୁଥିଲି । ଯଥା ସମୟରେ ଆମ ବିଦ୍ୟାଳୟର ପଣ୍ଡିତ ମହାଶୟ ଦେବୀଙ୍କର ପୂଜା ଆରାଧନା କଲେ ଏବଂ ସମସ୍ତେ ପୁଷ୍ପାଞ୍ଜଳି ଦେଇସାରିବା ପରେ ପ୍ରସାଦ ସେବନର ବ୍ୟବସ୍ଥା କରାଗଲା । ନିମନ୍ତ୍ରିତ ଅତିଥିମାନଙ୍କୁ ଗୋଟିଏ କକ୍ଷରେ ବସାଇ ଅନ୍ୟ କକ୍ଷମାନଙ୍କରେ ବିଭିନ୍ନ ଶ୍ରେଣୀର ଛାତ୍ରମାନଙ୍କୁ ଶୃଙ୍ଖଳାର ସହିତ ବସାଗଲା । ଆମେ ଅଷ୍ଟମ ଶ୍ରେଣୀର ପିଲାମାନେ ପରିବେଷଣ ଦାୟିତ୍ୱରେ ଥିଲୁ । ସମସ୍ତଙ୍କ ଶେଷରେ ପ୍ରସାଦ ସେବନ କରି ଆମେମାନେ ଖୁସିମନରେ ଘରକୁ ଫେରିଲୁ ।

।। ଇତି ।।

ଆପଣଙ୍କର ସ୍ନେହାଧୀନ

ଅଜୟ

ତୁମ ବିଦ୍ୟାଳୟରେ ସ୍ୱାଧୀନତା ଦିବସ କିପରି ପାଳନ କରାଯାଇଥିଲା ବର୍ଣ୍ଣନା କରି ସାନଭଉଣୀ ନିକଟକୁ ପତ୍ର ଲେଖ ।

ଭଦ୍ରକ

ତା……………..

ସ୍ନେହର ଦେବୀ,

ମୋର କଲ୍ୟାଣ ଗ୍ରହଣ କରିବୁ, ନନା ଓ ବୋଉଙ୍କୁ ମୋର ପ୍ରଣାମ ଜଣାଇଦେବୁ । ତୋର ଚିଠି ପାଇ ମୋତେ ବହୁତ ଆନନ୍ଦ ଲାଗିଲା । ତୁ ଗୀତ ଗାଇ ପ୍ରଥମ ହୋଇଥିବାରୁ ତୋତେ ମୋର ପୁରସ୍କାର ଦେବାଟା ବାକି ରହିଲା । ପରୀକ୍ଷା ପରେ ଘରକୁ ଗଲେ ତାହା ନିଶ୍ଚୟ ପାଇବୁ । ଯେଉଁ ସ୍ୱାଧୀନତା ଦିବସରେ ଗୀତ ଗାଇ ତୁ ସମସ୍ତଙ୍କ ମନକୁ ଛୁଇଁ ପାରିଛୁ ଆମ ବିଦ୍ୟାଳୟରେ ସେହି ସ୍ୱାଧୀନତା ଦିବସଟି କିପରି ପାଳିତ ହୋଇଥିଲା ସେ ବିଷୟରେ ମୁଁ ଲେଖୁଛି ।

ସ୍ୱାଧୀନତା ଉତ୍ସବ ପାଳନ ପାଇଁ ବଡ଼ି ଭୋରରୁ ଆସି ଆମେ ପିଲାମାନେ ଆମ ବିଦ୍ୟାଳୟକୁ ରଙ୍ଗିନ୍ କାଗଜ ଓ ଦେବଦାରୁ ପତ୍ର ପ୍ରଭୃତିରେ ସଜାଇ ଦେଇଥିଲୁ । ଫାଟକ ସାମ୍ନାରେ ଦୁଇଟି କଳସ ରଖି ଦୁଇଟି କଦଳୀଗଛ ପୋତିଥିଲୁ । ତୋରଣର ଉପରି ଭାଗରେ “ସ୍ୱାଗତଂ” ଜରି କାଗଜରେ ଚିକ୍ ଚିକ୍ ଦେଖାଯାଉଥିଲା । ତୋରଣର ସାଜସଜ୍ଜାରୁ ଉତ୍ସବର ମହତ୍ତ୍ୱ ଓ ଗାମ୍ଭୀର୍ଯ୍ୟ ବେଶ୍ ବାରି ହୋଇପଡ଼ୁଥିଲା । ଶିକ୍ଷକବର୍ଗ ଓ ପ୍ରଧାନଶିକ୍ଷକ ସ୍କୁଲ୍‌ରେ ଠିକ୍ ସମୟରେ ଆସି ପହଞ୍ଚିଲେ । ଠିକ୍ ସାତଟାରେ ଆମର ପ୍ରଧାନଶିକ୍ଷକ ଜାତୀୟପତାକା ଉତ୍ତୋଳନ କଲେ ଏବଂ ଆମେ ପିଲାମାନେ ଶୃଙ୍ଖଳିତ ଭାବରେ ଜାତୀୟ ସଂଗୀତ ଗାନ କଲୁ । ପ୍ରଧାନଶିକ୍ଷକ ମହୋଦୟ ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କର ତ୍ୟାଗ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ଆମର ଆଧୁନିକ ଜନପ୍ରତିନିଧି ଓ ରାଜନେତାଗଣଙ୍କର ଭୋଗସ୍ଫୃହା, କ୍ଷମତା ଲିପ୍‌ସା ସ ଅପରାଧ ପ୍ରବଣତା ଉପରେ ଏକ ଗାମ୍ଭୀର୍ଯ୍ୟପୂର୍ଣ୍ଣ ବତ୍କୃତା ପ୍ରଦାନ କଲେ ।

ସଭା ସାଙ୍ଗ ହେବା ପରେ ମିଷ୍ଟାନ୍ନ ବଣ୍ଟନ କରାଗଲା । କିନ୍ତୁ ସାର୍‌ଙ୍କର ଭାଷଣ ଶୁଣି ମୋ ମନଟା ଏତେ ଭାରୀ ହୋଇଯାଇଥିଲା ଯେ ମୁଁ ସେ ମିଷ୍ଟାନ୍ନର ଗୋଟିଏ ଦାନା ମଧ୍ୟ ପାଟିରେ ଦେଇପାରିଲି ନାହିଁ । ଯେଉଁମାନେ ଏତେ କଷ୍ଟ ସ୍ୱୀକାର କରି ଆମପାଇଁ ସ୍ୱାଧୀନତା ଦେଇଗଲେ ଆମେ ସେମାନଙ୍କ ପାଇଁ କିଛି କରିନାହୁଁ, ଅନ୍ୟପକ୍ଷରେ ସେମାନଙ୍କ ସ୍ୱପ୍ନକୁ ଧ୍ୱଂସ କରିଦେଇଛୁ । ବାସ୍ତବିକ୍ ଦେବକୀ ଆମେ ସ୍ୱାଧୀନ ଭାରତୀୟ ବୋଲି ନିଜକୁ କହିବାର ଦାବୀଦାର ନୋହୁଁ । ଛାଡ଼ ସେକଥା, ତୁ ଭଲ ଭାବରେ ପଢ଼ାପଢ଼ି କରିବୁ । ବାପା ବୋଉଙ୍କ କଥା ମାନି ଚଳିବୁ ।

।। ଇତି।।

ତୋର ବଡ଼ ନନା

ତୁମ ସ୍କୁଲ୍‌ରେ ଶିଶୁ ଦିବସ କିପରି ପାଳନ କଲ ସେ ବିଷୟରେ ସାଙ୍ଗ ନିକଟକୁ ପତ୍ର ଲେଖ ।

ଗୁଣୁପୁର

ତା……………..

ପ୍ରିୟ ବିବେକ,

ମୋର ଶୁଭେଚ୍ଛା ଗ୍ରହଣ କରିବୁ । ମଉସା ମାଉସୀଙ୍କୁ ମୋର ସଭକ୍ତି ପ୍ରଣାମ ଜଣାଇଦେବୁ । ମାମା ଓ ମିଟୁକୁ ମୋର ସ୍ନେହାଶିଷ ଜଣାଇବୁ । ଗତକାଲି ତୋ ଚିଠିପାଇ ମୋତେ ଖୁବ୍ ଆନନ୍ଦ ଲାଗିଲା । ତୁମ ସ୍କୁଲ୍‌ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେଇଥିବା ନିଶ୍ଚୟ ଗୌରବର କଥା । ଆମ ସ୍କୁଲ୍‌ରେ ମଧ୍ୟ ଆମେ ବିଭିନ୍ନ ଉତ୍ସବ ପାଳନ କରୁଛୁ । ଗତ ୧୪ ତାରିଖରେ ଆମେ କିଭଳି ଶିଶୁ ଦିବସ ପାଳନ କଲୁ ସେ ବିଷୟରେ ମୁଁ ତୋତେ ଜଣାଇବାକୁ ଚାହୁଁଛି । ତୁ ନିଶ୍ଚୟ ଏଥିରେ ଖୁସି ହେବୁ ।

ଆମ ସ୍କୁଲ୍‌ରେ ବିଭିନ୍ନ ଜନନାୟକମାନଙ୍କର ଜନ୍ମଦିବସ ପାଳିତ ହୁଏ । ତେଣୁ ମହାନ୍ ଜନନାୟକ ଚାଚା ନେହେରୁଙ୍କ ଜନ୍ମ ଦିବସ ଯାହାକୁ ଶିଶୁ ଦିବସ ରୂପେ ପାଳିତ ହୋଇ ଆସୁଛି ଆମେ ଆଡ଼ମ୍ବର ସହିତ ତାହା ପାଳନ କରିଥିଲୁ । ସେହିଦିନ ନିର୍ଦ୍ଧାରିତ ସମୟରେ ଆମ୍ଭେମାନେ ସ୍କୁଲ୍‌ରେ ପହଞ୍ଚିଥିଲୁ । ଆମ ସ୍କୁଲ୍‌ର ପଣ୍ଡିତ ସାର୍‌ଙ୍କୁ ଉତ୍ସବ ପରିଚାଳନା ଦାୟିତ୍ୱ ଦିଆଯାଇଥିଲା । ଆମେ ଅଷ୍ଟମ ଶ୍ରେଣୀର ଛାତ୍ର ହୋଇଥିବାରୁ ସାର୍ ଆମକୁ ବିଶେଷ ଗୁରୁତ୍ୱ ଦେଇ ବିଭିନ୍ନ କାର୍ଯ୍ୟକ୍ରମ କରାଇଥିଲେ । ଚାଚା ନେହେରୁଙ୍କ ଫଟୋଚିତ୍ର ମଣ୍ଡିିତ ସୁନ୍ଦର ମଣ୍ଡପଟିଏ ନିର୍ମାଣ କରାଯାଇଥିଲା । ଆମ ସ୍କୁଲ୍‌ର ସବୁ ଶିକ୍ଷକ ଓ ଶିକ୍ଷାକର୍ମୀମାନଙ୍କୁ ନେଇ ଛାତ୍ରଛାତ୍ରୀମାନଙ୍କ ଗହଣରେ ସଭାଟିଏ ଅନୁଷ୍ଠିତ ହୋଇଥିଲା । ପିଲାମାନେ ଓ ସାର୍‌ମାନେ ସଭାରେ ସୁନ୍ଦର ଭାଷଣ ଦେଇଥିଲେ । ପ୍ରାୟ ୩ଘଣ୍ଟା ଧରି ସଭା ଚାଲିଥିଲା । ସଭା ଶେଷରେ ସାର୍‌ମାନେ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଏକ ମନୋରଞ୍ଜନ କାର୍ଯ୍ୟ ଅନୁଷ୍ଠିତ ହେବା ପରେ ଦିନଟି ଆନନ୍ଦର ସହିତ କଟିଗଲା । ମୋର ଆଶା ଓ ବିଶ୍ୱାସ ତୁ ସେଠାରେ ଭଲରେ ଥିବୁ । ଚିଠି ପାଇ ଚିଠି ଦେବୁ । ତୁମେ ଆସିଲେ ତୁମ ସହିତ ବିଶେଷ ଖୁସି ଗପ ଅଛି ।

।। ଇତି ।।

ତୋର ଅନ୍ତରଙ୍ଗ ସାଙ୍ଗ

ବିଜୟ

ବଡ଼ଦିନ ଛୁଟି କିପରି କଟାଇଲ ବର୍ଣ୍ଣନା କରି ତୁମର ବନ୍ଧୁଙ୍କ ନିକଟକୁ ଏକ ପତ୍ର ଲେଖ ।

ଅସ୍ତରଙ୍ଗ

ତା……………..

ପ୍ରିୟ ସଞ୍ଜୟ,

ମୋର ସ୍ନେହ ନେବୁ ଏବଂ ମଉସା ଓ ମାଉସୀଙ୍କୁ ମୋର ସଭକ୍ତି ପ୍ରଣିପାତ ଜଣାଇଦେବୁ । ବବି ଓ ରୀତାକୁ ମୋର ସ୍ନେହାଶିଷ ଜଣାଉଛି ।

ଗତ ବଡ଼ଦିନ ଛୁଟିରେ ତୁ ଆମ ଗାଁକୁ ଆସିବୁ ବୋଲି ତୋତେ କେତେକରି କହିଥିଲି । କିନ୍ତୁ ତୁ ଆସିଲୁ ନାହିଁ । ଏବେ ଜାଣିବାକୁ ଚାହିଁଛୁ ଯେ ବଡ଼ଦିନ ଛୁଟି ମୋର କିପରି କଟିଲା । ବଡ଼ଦିନ ଛୁଟିରେ ମୁଁ ଅନୁଭବ କଲି ଯେ ଆମ ଗାଁ ଗହଳିରେ ମାଆ ଲକ୍ଷ୍ମୀ କିପରି ତାଙ୍କର ସ୍ୱର୍ଣ୍ଣ ସିଂହାସନ ଉପରେ ବସିରହିଥା’ନ୍ତି । କଥା ହେଲା ଯେ ବଡ଼ଦିନ ହେଉଛି ଫସଲ ଅମଳର ଋତୁ । କ୍ଷେତରୁ ଶଗଡ଼ ଶଗଡ଼ ଧାନ କରେଇ ବୁହାହୋଇ ଗ୍ରାମବାସୀମାନଙ୍କର ଖଳାରେ ଜମାହେଉଥାଏ । ମୁଁ ଆମ ବିଲକୁ ମୋ ବାପାଙ୍କ ସାଙ୍ଗରେ ଯାଇ ତାଙ୍କୁ କାମରେ ସାହାଯ୍ୟ କଲି । ମୋର ସେ ଗୁଣ୍ଡୁଚି ମୂଷାର ସାହାଯ୍ୟ ପାଇ ସେ ଭାରି ଖୁସି ହେଲେ । ଏସବୁ ଭିତରେ ମୁଁ ଆମ ଜମିବାଡ଼ିକୁ ଚିହ୍ନିବାରେ ଲାଗିଲି । ତା’ଛଡ଼ା ଆମେ ଗାଁରେ ପିଲାମାନେ ମିଶି ଏକ ନାଟକର ଆୟୋଜନ କରିଥିଲୁ । ନାଟକର ନାଁ ଥିଲା ‘ଗାଁ ମାଟି’ । ନାଟକର ଅଭିନୟ ଅତୀବ ଚମତ୍କାର ହୋଇଥିଲା ଏବଂ ମୋର ଅଭିନୟ ହୋଇଥିଲା ବେଶ୍ ମନଛୁଆଁ । ଗାଁର ପ୍ରାଇମେରୀ ସ୍କୁଲ୍‌ର ବଗିଚାକୁ ମନୋଲୋଭା କରିବା ପାଇଁ ମୁଁ ମୋର କେତେଜଣ ସାଙ୍ଗଙ୍କ ସହିତ ମିଶି ସୁନ୍ଦର ଫୁଲଗଛସବୁ ଆଣି ପୋତିଥିଲି । ମୁଁ ଜୀବନରେ ଯେତେ ଉଚ୍ଚ ଶିକ୍ଷା ପାଇଲେ ମଧ୍ୟ ମୋ ଜୀବନରେ ଥିବା ଆମ ଗାଁ ପ୍ରାଇମେରୀ ସ୍କୁଲ୍‌ର ପ୍ରଭାବକୁ ମୁଁ କେବେ ହେଲେ ବି ଭୁଲିପାରିବି ନାହିଁ । ଏସବୁ କାମଗୁଡ଼ିକ ଛୋଟବୋଲି ବିବେଚିତ ହୋଇପାରେ କିନ୍ତୁ ବଡ଼ଦିନରେ ଏ ଚୋଟକାମ ମୋ ପ୍ରାଣରେ ଭରି ଦେଇଥିଲା ଅଶେଷ ପୁଲକ ଓ ପ୍ରାଣସ୍ପନ୍ଦନ ।

ତୋ ବଡ଼ଦିନ ଛୁଟି କିପରି କଟାଇଲୁ ଲେଖି ମୋତେ ଜଣାଇବୁ । ଶ୍ରୀଜଗନ୍ନାଙ୍କ ଦୟାରୁ ମୁଁ ଏଠାରେ ଭଲରେ ଅଛି । ତୁମେ ମହାପ୍ରଭୁଙ୍କ ଦୟାରୁ ଭଲରେ ଥିବ ।

।। ଇତି ।।

ତୋର ସ୍ନେହର ସାଥୀ

ଅନନ୍ତ

ଆହୁରି ପଢନ୍ତୁ : odia language odia essay, nrts question paper 2023 | 2022 with answer, sikhya vikash samiti odisha question paper 2023 class 5, Various forms of Martial arts in Odisha, gopabandhu das, children’s day speech in odia,

Leave a Comment