odia bhuta gapa- ଡେଙ୍ଗା ଭୂତକୁ ଠେଙ୍ଗା ମାଡ଼

odia bhuta gapa (ଓଡିଆ ଭୂତ ଗପ) : ଗାଆଁ ମୁଣ୍ଡରେ ଫଳ ବଗିଚାଟିଏ। ଆମ୍ବ, ପଣସ, ନଡ଼ିଆ, ଜାମୁ, ଜାମୁରୋଳ, ଡାଳିମ୍ବ, ନାସପାତି ଆଦି ଫଳ ଗଛରେ ବଗିଚାଟି ପୂର୍ଣ୍ଣ। ବଗିଚା ଭିତରେ ବିଶାଳ ଘରଟିଏ। ରକ୍ଷଣା ବେକ୍ଷଣ ଅଭାବରୁ ଘରଟି ଭାଙ୍ଗିରୁଜି ଗଲାଣି। ଦିନେ ଏଇ ଘରଟି ଥିଲା ଜମିଦାର ସ୍ବର୍ଗତ ବୀରବର ହରିଚନ୍ଦନଙ୍କ ଗ୍ରୀଷ୍ମ ନିବାସ। ଜମିଦାର ଖରା ଦିନଟା ଏଇ ଘରେ କଟାନ୍ତି। ଏବେ ଘରଟି ସାପ, ବେଙ୍ଗ, ଚେମେଣିଙ୍କ ବାସ ଭୂଇଁ। କେତେକ କହନ୍ତି ଏଇ ଘରେ ଭୂତ ରହେ। ତେଣୁ ରାତି ବେଳାତ ଦୂରର କଥା ଦିନବେଳେ ବି ଲୋକେ ବଗିଚା ଭିତରକୁ ଆସିବାକୁ ଭୟ କରନ୍ତି।
ସ୍ବାଧୀନତା ପରେ ପରେ ଜମିଦାରୀ ପ୍ରଥାର ବିଲୋପ ଘଟିଲା। ତେଣୁ ଜମିଦାରଙ୍କ ପୁଅ ହରିହର ଜମିବାଡ଼ି ସବୁ ବିକିଦେଇ ରାଜଧାନୀରେ ଯାଇ ଘର ବାଡ଼ି କରି ରହିଲା। ମାତ୍ର ବୃଦ୍ଧ ଜମିଦନାର ବୀରବର ରାଜଧାନୀକୁ ନଯାଇ ଏଇ ବଗିଚାରେ ଜୀବନର ଶେଷ ପର୍ଯ୍ୟନ୍ତ ରହିଥିଲେ। କେତେକ କହନ୍ତି ଜମିଦାର ଏକୁଟିଆ ଏଇ ଘରେ ଥିବାବେଳେ ଦିନେ ଭୂତ ହାବୁଡ଼ରେ ପଡ଼ିଗଲେ। ଭୂତ ତାଙ୍କୁ ହାଡ଼ରେ ପିଟିବାରେ ଲାଗିଲା। ଜମିଦାର ରକ୍ତବାନ୍ତି କରି ମୃତ୍ୟୁବରଣ କଲେ। ସେଦିନ ରାତିରେ ଜମିଦାର ଏକା ସେଇ ଘରେ ଥିଲେ। ତାଙ୍କ ଚାକର ରଘୁଆ ସେଦିନ କୌଣସି କାମରେ ଘରକୁ ଚାଲି ଯାଇଥିଲା। ପରଦିନ ସେ ଆସି ଦେଖେତ ଜମିଦାର ମୁହଁ ମାଡ଼ି ପଡ଼ିଛନ୍ତି। ପାଟିରୁ ରକ୍ତ ଝରି ଆସି ଭୂଇଁ ତିନ୍ତିଯାଇଛି। ପାଖରେ ପଡ଼ିଛି ଦୁଇଖଣ୍ଡ ଲମ୍ବା ହାଡ଼। ସେ ଦୌଡ଼ିଯାଇ ଗାଁ ଲୋକମାନଙ୍କୁ କଥାଟା ଜଣେଇ ଦେଲା। ଲୋକେ ଧାଇଁ ଆସିଲେ। ହରିହରଙ୍କ ପାଖକୁ ଖବରଗଲା। ସେ ଆସିଲେ। ସେଇ ବଗିଚା ମଝିରେ ଜମିଦାରଙ୍କ ଶବକୁ ପୋତିଦେଇ ପୁଣି ରାଜଧାନୀ ରୂଲିଗଲେ। ସେଇଠି ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା କଲେ।
ବଗିରୂର ଦାୟିତ୍ବ ରହିଲା ରଘୁଆ ଉପରେ। ହେଲେ ସେହିଦିନ ରାତିରେ ରଘୁଆ ଏକ ବିଚିତ୍ର ଦୃଶ୍ୟ ଦେଖିଲା। ବଗିଚାର ଗହଳିଆ ଗଛ ପତ୍ରର ଫାଙ୍କ ଦେଇ ଝାପ୍ସା ଜହ୍ନ ଆଲୁଅ ପଡ଼ିଥାଏ। ସେ ଦେଖିଲା ଧୋବ ଫର ଫର ପୋଷାକ ପିନ୍ଧା ଲୋକଟାଏ ବଗିରୂ ଭିତରେ ବୁଲୁଛି। କିଏ ତୁମେ – କିଏ ତୁମେ ବୋଲି ରଘୁ ପାଟି କରି ଉଠିଲା ବେଳକୁ ତା’ ପିଠିରେ ଆସି କ’ଣ ଗୋଟାଏ ବାଜିଲା। ସେ ଚମକି ପଡ଼ି ଦେଖେତ ଖଣ୍ଡେ ହାଡ଼। ଭୟରେ ରଗୁ।ର ଦେହ ଶିହରି ଉଠିଲା। ସେଇ ଧୋବ ଫରଫର ମୁର୍ତ୍ତିଟା ଯେ ଭୂତ ଏକଥା ବୁଝିବାକୁ ଆଉ ବିଳମ୍ବ ହେଲାନାହିଁ। ଏଇ ଭୂତ ତା’ହେଲେ ଜମିଦାରଙ୍କୁ ମାରିଛି। ଏଥର ପାଳି ତା’ର। ଭୂତ ଖାଇଗଲା। ଦଉଡ଼ି ଆସ… ଦଉଡ଼ି ଆସ ବୋଲି ଡାକି ଡାକି ଦଉଡ଼ିବାରେ ଲାଗିଲା।
ସେ ଦଉଡ଼ି ଦଉଡ଼ି ଯାଇ ଗାଆଁ ଭିତରେ ପହଞ୍ଚତ୍ଲା ବେଳକୁ ତା’ ଡାକ ଶୁଣି କିଛି ଲୋକ ଦଉଡ଼ା ଦଉଡ଼ି ହେଇ ଆସୁଥାନ୍ତି। ସେମାନଙ୍କୁ ଦେଖି ରଘୁଆ ମନରେ ସାହସ ହେଲା। ସେ ଗାଆଁ ଲୋକଙ୍କୁ ସବୁ କଥା କହିଦେଇ ମୂର୍ଚ୍ଛ। ହେଇ ପଡ଼ିଗଲା। ଲୋକେ ତା’ ମୁହଁ ଓ ମୁଣ୍ଡରେ ପାଣି ଛିଞ୍ଚତ୍ ସାଷ୍ଟମ କରାଇଲେ।
ରଘୁଆ କଥାର ସତ ମିଛ ପରୀକ୍ଷା କରିବା ପାଇଁ ତା’ ପରଦିନ ରାତିରେ କେତେକ ଲୋକ ସେଇ ବଗିରୂକୁ ଆସିଲେ। ଦେଖିଲେ ସେଇ ଝାପ୍ସା ଜହ୍ନ ଆଲୁଅରେ ଧୋବ ଫରଫର ମୂର୍ତ୍ତିଟାଏ ବୁଲୁଛି। ଦେହ ତାଙ୍କର ଶୀତେଇ ଉଠିଲା। ଏ ନିଶ୍ଚୟ ଜମିଦାର ବୀରବରଙ୍କ ପ୍ରେତ। କାରଣ ଜମିଦାର ସବୁବେଳେ ଧଳା ଟ୍ରାଉଜର ପଞ୍ଜାବୀ ପିନ୍ଧୁଥିଲେ। ଲୋକମାନେ ଆଉ ଆଗକୁ ନଯାଇ ସେଇଠୁ ଫେରି ଯିବାକୁ ବାହାରିଲା ବେଳକୁ ଶୂନ୍ୟରୁ ଖଣ୍ଡେ ହାଡ଼ ଆସି ସେମାନଙ୍କ ପାଖରେ ପଡ଼ିଲା। ଭୂତ ଖାଇଲା ଖାଇଲା କହି ସେମାନେ ଜୀବନ ବିକଳରେ ପଡ଼ି ଉଠି ଘରକୁ ଦଉଡ଼ିବାରେ ଲାଗିଲେ।
ସେଇ ଦିନ ରାତିରେ କଥାଟା ଚାରିଆଡ଼େ ପ୍ରଘଟ ହୋଇଗଲା। ଲୋକେ ଜାରିଳେ ବଗିଚାରେ ଜମିଦାରଙ୍କ ଭୂତ ଅଛି। ତେଣୁ ତା’ ପର ଦିନଠାରୁ ସେ ବଗିଚାକୁ କେହି ଆସନ୍ତି ନାହିଁ।
ୟା’ ଭିତରେ ଅନେକ ବର୍ଷ ବିତି ଗଲାଣି। ଏବେବି କେହି ଅଜଣା ଲୋକଟିଏ ରାତିରେ ସେ ବାଟେ ଆସିଲେ ବଗିଚାରେ ଧୋବ ଫରଫର ମୂର୍ତ୍ତିଟିଏ ବୁଲୁଥିବାର ଦେଖେ। ଜମିଦାରଙ୍କ ପୁଅ ବଗିଚାଟିକୁ ବିକ୍ରି କରିବାକୁ ଚାହିଁଲେ ହେଲେ ଭୂତ ଭୟରେ କେହି କିଣିବାକୁ ସାହସ କଲେନାହିଁ। ସହଜେ ଜମିଦାରଙ୍କ ଶବ ସେଠି ପୋତାହୋଇଛି। ଭୂତକୁ ବା କାହାର ଭୟ ନାହିଁ। ଜାଣି ଜାଣି ମରଣକୁ ବରଣ କରିବାକୁ କେତେଜଣ ବା ଭଲ ପାଆନ୍ତି।
ସେଦିନ ହୋଇଥାଏ ଅମାବାସ୍ୟା। ସଂଜବେଳକୁ ଝିପିଝପି ବର୍ଷ। ଲାଗି ରହିଥାଏ। ଚାରିଆଡ଼ କିଟି ମିଚି ଅନ୍ଧାର। ମୁହଁକୁ ମୁହଁ ଦିଶୁନଥା,।
ଧଡ଼ିଆ ଗାଁର ମଢ଼ିଆ ଘରକୁ ଫେରୁଥାଏ। ଦୈବାତ୍ ବାଟବଣା ହୋି ସେଇ ବଗିଚା ଭିତରକୁ ପଶିଆସିଲା। ନାଁଟା ସିନା ମଢ଼ିଆ କିନ୍ତୁ ସେ ଭାରି ସାହସୀ ଥିଲା। ଭୂତ ପ୍ରେତରେ ତା’ର ବିଶ୍ବାସ ନଥିଲା। ସେ ବଗିଚା ଭିତର ଦେଇ ଯାଉଥାଏ। ହଠାତ୍ ଧୋବ ଫରଫର ମୂର୍ତ୍ତିଟାଏ ଗଛ ଉଡାଡ଼ରୁ ଆସି ତା’ ଆଗରେ ଠିଆ ହୋଇଗଲା।
ମଢ଼ିଆ ତଳେ ପଡ଼ିଲା। ଏ ମୂର୍ତ୍ତିଟା କିଏ? ଏ କ’ଣ ସେହି ଭୂତ? ତଥାପି ମନରେ ସାହସ ବାନ୍ଧି ପ୍ରୂରିଲା, କିଏ ତୁ? କିଏ?
ଏଥର ମୂର୍ତ୍ତିଟା ବିକଟାଳ ହସ ହସି ମଢ଼ିଆ ଆଡ଼କୁ ଆଗେଇ ଆସିଲା। ଆସନ୍ନ ବିପଦ ଜାଣି ମଢ଼ିଆ ହାତରେ ଧରିଥିବା ବାଡ଼ିଟାକୁ ଖୁବ୍ ଜୋର୍ ରେ ବୁଲାଇବାରେ ଲାଗିଲା। ଅନ୍ଧାରରେ ବାଡ଼ିଟା ଦିଶୁ ନଥାଏ। ହଠାତ୍ ବାଡ଼ିଟା ସେହି ମୂର୍ତ୍ତି ଦେହରେ ପିଟି ହେଇଗଲା। ଓଃ ବୋପାଲୋ ମଲି କହି ମୂର୍ତ୍ତିଟା କଚାଡ଼ି ହୋଇ ତଳେ ପଡ଼ିଗଲା।
ଏଥର ମଢ଼ିଆ ନିଶ୍ଚିତ ହେଲା ଯେ, ମୂର୍ତ୍ତିଟା ଭୂତ ନୁହେଁ ଜଣେ ମଣିଷ। ସେ ବାଡ଼ି ବୁଲା ବନ୍ଦ କରିଦେଲା। ହଠାତ୍ ମୂର୍ତ୍ତିଟା ଉଠି ପଡ଼ି ପଳାଇବାକୁ ଚେଷ୍ଟା କଲାବେଳକୁ ମଢ଼ିଆ ତାକୁ ମାଡ଼ି ବସି ଖୁବ୍ ଜୋର୍ ରେ ଡାକ ଛାଡ଼ିଲା। ତା’ ଡାକ ଶୁଣି ଗାଆଁ ଲୋକ ଠେଙ୍ଗା ବାଡ଼ି, ଟର୍ଚ୍ଚ, ଲଣ୍ଠନ ଧରି ଦଉଡ଼ି ଆସିଲେ। ଦେଖିଲେ ଧଳା ପାଇଜାମା ପଞ୍ଜାବୀ ପିନ୍ଧା ଲୋକଟାଏ ତଳେ ପଡ଼ିଚି। ତା’ ଉପରେ ବସିଚି ମଢ଼ିଆ। ପାଖରେ ପଡ଼ିଛି ଖଣ୍ଡେ ଲମ୍ବା ବାଡ଼ି।
ଲୋକମାନଙ୍କୁ ଦେଖି ମାଢ଼ିଆ କହିଲା, ଏ ହେଉଚି ସେଇ ଭୂତ, ଯିଏ କି ଦୀର୍ଘ ଦିନ ହେଲା ଲୋକମାନଙ୍କୁ ଭୟଭୀତ କରାଇ ଏ ବଗିଚାରେ ରାଜୁତି କରି ଆସୁଛି। ଏତିକି କହି ଲୋକଟିକୁ ଉଠାି ବସାଇ ଦେଲା।
ସେ ଲୋକଟିକୁ ଦେଖି ସମସ୍ତେ ଯେମିତି ଆକାଶରୁ ଖସି ପଡ଼ିଲେ। ସେ ଥିଲା ଜମିଦାରଙ୍କର ଚାକର ରଘୁଆ। ତାକୁ କିଚି ପଚାରିବା ପୂର୍ବରୁ କେତେଜଣ ଟୋକାଟାକଳିଆ ଉତ୍ତମ ମଧ୍ୟମ ଦି’ପୁଞ୍ଜା ତା’ ଗାଲ ମୁଣ୍ଡରେ ବସେଇ ଦେଲେ। ମାନ ଭୟରେ ରଘୁଆ ସବୁ କଥା ମାନିଗଲା। ସମ୍ପତ୍ତି ଲୋଭରେ ସେ ଜମିଦାରଙ୍କୁ ହାଡ଼ରେ ପିଟି ହତ୍ୟା କରିବା ଓ ତାଙ୍କ ମୃତ୍ୟୁ ପରଠାରୁ ଦୈନିକ ରାତିରେ ଧଳା ପୋଷାକ ପିନ୍ଧ ବଗିଚାରେ ବୁଲି ଭୟଭୀତ କରୁଥିବା କଥା ମାନିଗଲା। ଭୂତ ଭୟରେ ବଗିଚାକୁ କେହି ନ ଆସିବା ଦ୍ବାରା ବଗିଚାରେ ହେଉଥିବା ସମସ୍ତ ଫଳକୁ ସେ ତୋଳି ନେଇ ବଜାରରେ ବିକ୍ରି କରୁଥିଲା। ବଗିଚାରୁ ମୂଲ୍ୟବାନ ଗଛ କାଟିନେ ଅନ୍ୟକୁ ଦେଇ ବେଶ ଦି’ପଇସା ଆୟ କରୁଥିଲା।
ଗାଁ ଲୋକେ ପୋଲିସକୁ ଖବର ଦେଲେ। ପୋଲିସ ଆସି ରଘୁଆକୁ ବାନ୍ଧି ନେଇଗଲେ। ଦୀର୍ଘ ଦିନ ହେଲା ଯେଉ ରାହସ୍ୟକୁ କେହି ଉନ୍ମୋଚନ କରି ପାରି ନଥିଲେ ମଢ଼ିଆ ତାହା କରିପାରିଥିବାରୁ ସମସ୍ତେ ତାକୁ ପ୍ରଶଂସା କଲେ। हिन्दी में कहानी पढ़ने के लिए यहाँ क्लिक करें

ଆହୁରି ପଢନ୍ତୁ : ଓଡିଆ କାଲଣ୍ଡେର, ହନୁମାନ ଚାଳିଶା ଓଡିଆ pdf

Leave a Comment