odia gapa story

ଚଳାନ୍ତୁ ଆଜି ଏକ odia gapa story ପଢିବା। ଓଡିଆ ଭାଷାରେ ଲିଖିତ ଏକ କାଳ୍ପନିକ ବା ଅଣ-କାଳ୍ପନିକ କାହାଣୀ । ଏହି କାହାଣୀଗୁଡିକ ସାଧାରଣତ odia gapa story, ଓଡିଆ ସଂସ୍କୃତି ଏବଂ ସାତିହ୍ୟକୁ ପ୍ରତିଫଳିତ କରିଥାଏ ଏବଂ ଓଡିଆ ଲୋକଙ୍କ ମନ ଏବଂ ହୃଦୟକୁ ଚିତ୍ରଣ କରିଥାଏ। odia gapa story ବା ଓଡିଆ ଗପା କଥା ଉଭୟ ଶିଶୁ ଏବଂ ବୟସ୍କଙ୍କ ପାଇଁ ଚିତ୍ତାକର୍ଷକ ଏବଂ ପ୍ରେରଣାଦାୟକ।

ଜୀବନ ସାଥୀ (odia gapa story)

ମନୁଆ ଭକ୍ତିରେ, ହନୁମାନ ପ୍ରୀତ। ହନୁମାନ ହେଉଛନ୍ତି ବ୍ରହ୍ମଚାରୀ। ମନୁଆ ମଧ୍ୟ ବ୍ରହ୍ମଚାରୀ। ମନୁଆର ବାପା ବହୁତ ଆଗରୁ ଚାଲି ଯାଇଥିଲେ। ମାଆ ବାପାଙ୍କର ଏକମାତ୍ର ସନ୍ତାନ ମନୁଆ। ମନୁଆର ଯେତେବେଳେ ପର ଲାଗିଲା ସେତେବେଳେ ମନୁଆ ପୁନର୍ବାର ମା’କୁ ହରାଇଲା। ମା’, ବାପ ଛେଉଣ୍ଡ ମନୁଆ ଏକା ବୁକା। କେବଳ ଖଟିବା ଖାଇବା ଛଡ଼ା ଅନ୍ୟ କିଛି ଜାଣେ ନାହିଁ ମନୁଆ। ନିଜ ଜମିରେ ଚାଷବାସ କରିଦେଲେ ମନୁଆ ଆସ୍ୱସ୍ତି ମାରେ। କାହାରି କଥାରେ ମୁଣ୍ଡ ଖେଳାଇବା ତା’ର ଅଭ୍ୟାସ ନାହିଁ। ମା’ ବେମାରରେ ଥିବାବେଳେ ମନୁଆକୁ ହାତରୁ ଦୁଇହାତ କରିବାପାଇଁ ବହୁବାର ଚେଷ୍ଟା କରିଛି। ମନୁଆର ହନୁମାନ ଭକ୍ତି ଓ ନାସ୍ତିବାଣୀ ମା’କୁ ବେଶି ରୋଗାକ୍ରାନ୍ତ କଲା। ମନୁଆ ମା’ର ଆରୋଗ୍ୟ ପାଇଁ ହନୁମାନଙ୍କୁ ବହୁବାର ପ୍ରାର୍ଥନା କରି ଆରୋଗ୍ୟ କଲେ ମଧ୍ୟ ମା’ବା କେତେକାଳ ବଞ୍ଚିଥାନ୍ତା। ଦିନେ ହଠାତ୍ ମନୁଆ ମା’ ପାଖରେ ଥାଏ। ମା’ ଆଦରରେ ପାଖକୁ ଡାକିଲା ଓ କହିଲା– “ମନୁଆ ତୋ କଥା ତୁ ନିଜେ ବୁଝିବୁ, ହାତକୁ ଦି’ହାତ ହେବୁ। ସଂସାର କରିବୁ। ତୋର ହସିଲା ସଂସାର ଦେଖିଲେ ସ୍ୱର୍ଗରେ ଥାଇ ମୁଁ ଖୁସି ହେବି। ମୁଁ ଖୁସି ହେବିରେ ଧନ।” ତା’ପରେ ପାଟି ପଡ଼ିଗଲା। ମନୁଆ ପାଣି ଟିକେ ପାଟିରେ ଦେଲା। ମା’ ଶେଷ ଥର ଅନାଇ ଆଖି ପୁରାଇ ଦେଖି ଆଖି ବୁଜି ଦେଲା ସବୁଦିନ ପାଇଁ।

ମା’ର ଅନ୍ତିମ ସଂସ୍କାର କରିବା ଚାରିବର୍ଷ ହୋଇଗଲାଣି। ସେହି ଏକା କଥା। ଭକ୍ତିରେ ଅବହେଳା ନାହିଁ କି ପ୍ରାର୍ଥନାରେ। ହନୁମାନଙ୍କୁ ଡାକିବାରେ କେବେ ହେଲେ ମନୁଆ ଅବହେଳା କରିନାହିଁ। କେହି କେହି ଯଦି ମନୁଆର ବାହାଘର କଥା କୁହନ୍ତି ତେବେ ମନୁଆ କହେ କି ବଜରଙ୍ଗବାଲିର ଆଦେଶ ବିନା ସେ କିପରି ବିବାହ ହେବ। କହିଥିବା ଲୋକ ଏକାଥରେ ଚୁପ୍ ହୋଇଯାଏ। ଏହିପରି ସମସ୍ତଙ୍କୁ ଜବାବ ଦେବାକୁ ହୋଇଥାଏ। ଘରୁ ବାହାରିଲେ ଏହିପରି କଥା। ସମସ୍ତଙ୍କୁ ଏକା କଥା କହି କହି ମନୁଆ ଥକିଗଲାଣି, ବିରକ୍ତିଭାବ ବି ଆସିଲାଣି। ସେଥିପାଇଁ ମନୁଆ ବହୁତ ଚିନ୍ତିତ। ସେ କେବେ ଜବାବ ଦେବ। ତା’ର ବାହା ହେବାକୁ ଇଚ୍ଛା ନାହିଁ। ହନୁମାନଙ୍କ ପରି ସେ ବ୍ରହ୍ମଚାରୀ ହୋଇ ରହିବାକୁ ଚାହେଁ।

ଦିନେ ମନୁଆ ପ୍ରାର୍ଥନା କରି ଜଣାଉଛି ହନୁମାନଙ୍କୁ। “ଠାକୁରେ ଏ  ଲୋକମାନଙ୍କ ମୁହଁକୁ କ’ଣ ବନ୍ଦ କରିପାରୁ ନାହଁ। ମୋର ତ ଇଚ୍ଛା ନାହିଁ କି ଦରକାର ନାହିଁ, ଲୋକମାନଙ୍କର କଥା ଶୁଣି ଶୁଣି ମୁଁ ଅତିଷ୍ଟ ହୋଇପଡ଼ିଲିଣି। ହେ ପ୍ରଭୁ ଏ କଥାକୁ ବନ୍ଦ କର। ମୋର କାଦୁଅରେ ପଶିବାର ନାହିଁ କି ଗୋଡ଼ ଧୋଇବାର ନାହିଁ। ରକ୍ଷାକର ପ୍ରଭୁ ରକ୍ଷାକର।”

ଏକଥା ଗୋଟେ ଝିଅ ମନ୍ଦିରକୁ ଆସି ହନୁମାନଙ୍କୁ ଦୁଃଖ ଜଣାଇବାକୁ ଆସି ଶୁଣିଲା। ଝିଅଟି ଆର ଗାଁର ନୟନା। ମା’ଛେଉଣ୍ଡ, ବାପା ମଦୁଆ। ଭାଇ ବିବାହିତ ହୋଇ ବାହାରେ ରହେ ସ୍ତ୍ରୀକୁ ନେଇ। ବାପା ମଦୁଆ ହେତୁ ଭାଇ ଘରକୁ ଆସେ ନାହିଁ। ନୟନାର ମା’ ମଲାପରେ ବାପା ବେଶି ବେଶି ମଦପିଇ ବୁଲୁଛି। ଆସ୍ତେ ଆସ୍ତେ ଜମି ବାଡ଼ି ମଧ୍ୟ ବିକ୍ରି କରିବାରେ ଲାଗିଛି। ଝିଅଟିକୁ ବିବାହ କରାଇବାରେ କେହିବି ମନ ଦେଉନାହାଁନ୍ତି। ବର୍ତ୍ତମାନ ନୟନାକୁ ସତେଇଶ ବର୍ଷ ହେଲାଣି। ବାପାଙ୍କର ଏପରି ଭାବ ପାଇଁ ଝିଅ ନୟନା ଅତିଷ୍ଟ ହୋଇ ହନୁମାନଙ୍କ ନିକଟକୁ ଦୁଃଖ ଜଣାଇବାକୁ ଧାଇଁ ଆସିଛି। ଝିଅର ଗୁହାରି, ତା’ର ବିବାହ ପଛେ ନହେଉ ବାପା ମଦ ଛାଡ଼ି ଘର ପ୍ରତି ନଜର ଦିଅନ୍ତୁ।

ହନୁମାନ ଭକ୍ତିର ଦେବତା। ଯେ ମନ ଦେଇ ପ୍ରାର୍ଥନା କରେ ତା’ ଦୁଃଖ ହନୁମାନ ନିଶ୍ଚିତ ଶୁଣନ୍ତି। ପ୍ରତିଦିନ ଏକା ସମୟରେ ମନୁଆ ଏବଂ ନୟନା ହନୁମାନଙ୍କୁ ପ୍ରାର୍ଥନା କରନ୍ତି। ପ୍ରତିଦିନ ଏହିପରି ହେବାକ୍ଷଣି ମନୁଆ ବିରକ୍ତିରେ ସମୟ ବଦଳାଇ ଦେଲା। ସ୍ନେହ ସହାନୁଭୂତିରେ ମଣିଷ ତା’ର ଦୁଃଖ ଲାଘବ କରେ। ନୟନା ମନୁଆକୁ ଦେଖିଲେ ତା’ ପ୍ରତି ସ୍ନେହ ଭାବ ପୋଷଣ କରେ। କାରଣ ମନୁଆ ତା’ ଅପେକ୍ଷା ବେଶି ଦୁଃଖୀ। ନୟନା କେବେ ଭଲ ପାଇନାହିଁ। କେବଳ ସ୍ନେହ ଓ ମମତା, ସୁହାଗ, ଅନ୍ୟପ୍ରତି ଅନୁରାଗ।

ଭଲଲୋକ, ନିଜର ଯେତେ ଦୁଃଖ ଥିଲେ ମଧ୍ୟ ଅନ୍ୟର ଦୁଃଖରେ ଦୁଃଖିତ ହୋଇଥାଏ। ନୟନା ନିଜ ଦୁଃଖ ଭୁଲି ମନୁଆର ଦୁଃଖରେ ଦୁଃଖିତ। ସେଦିନ ନୟନା ମନୁଆ ପାଇଁ ହନୁମାନଙ୍କ ପାଖରେ ହାତଯୋଡ଼ି ପ୍ରାର୍ଥନା କଲା, ଲୁହ ଝରାଇଲା। କହିଲା, “ପ୍ରଭୁ ମୋ ଦୁଃଖ ନ ଶୁଣିଲ ନାହିଁ ନିରିମାଖି ପିଲା ପ୍ରତି ସହାୟ ହୁଏ।”

ବେଳେବେଳେ ଠାକୁରେ ମଧ୍ୟ ଅଡ଼ୁଆରେ ପଡ଼ନ୍ତି। ମନୁଆର ଇଚ୍ଛା ସେ ହନୁମାନଙ୍କ ପରି ହେବ। ବିବାହ କରି ଘର ସଂସାର କରିବ ନାହିଁ। ନୟନାର ଗୁହାରି ତା’ ବାପା ଭଲ ମଣିଷ ହୁଅନ୍ତୁ ଏବଂ ମନୁଆର ଦୁଃଖ ଦୂର ହେଉ। ଠାକୁର କାହା ଡାକ ଶୁଣିବେ ଏବଂ କାହା ପ୍ରତି ସଦୟ ହେବେ। ନୟନା ଓ ମନୁଆ ଏକା ସମୟରେ ହନୁମାନଙ୍କ ମନ୍ଦିରକୁ ଆସୁଥିବାରୁ ମନୁଆ ତା’ ସମୟ ବଦଳାଇ ଦେଇଛି। ମନୁଆ ଚାହୁଁନାହିଁ କି ସେ ଝିଅ ସହିତ ହନୁମାନଙ୍କୁ ଆରାଧନା କରିବାପାଇଁ। ହନୁମାନ ତ ବ୍ରହ୍ମଚାରୀ। ମନୁଆ ମଧ୍ୟ ବ୍ରହ୍ମଚାରୀ ହେବାପାଇଁ ଚାହେଁ।

ସେଦିନ ମନୁଆ ଓ ନୟନା ଏକା ସମୟରେ ପହଞ୍ଚି ଯାଇଥିଲେ। ନୟନା ସେଦିନ ଘର କାମ ସାରି ଆସି ଥିବାରୁ ଡେରି ହୋଇଯାଇଛି। ହନୁମାନଙ୍କୁ ଦର୍ଶନ କରିବା ତଥା ଗୁହାରି କରିବାରେ ସବୁବେଳେ ଦୁହିଁଙ୍କର କିଛିଦିନ ହେବ ଅଭ୍ୟାସରେ ପରିଣତ ହୋଇଯାଇଛି। ଆଗରୁ କେବଳ ମନୁଆ ଏକା ସବୁଦିନେ ଦର୍ଶନ କରେ ଓ ଗୁହାରି କରେ ଏବେ ଦୁଇମାସ ହେବ ନୟନା ହନୁମାନଙ୍କ ପାଖକୁ ଆସୁଛି। ଏକା ସମୟରେ ଗୁହାରି କରିବାରେ ନୟନାର କିଛି ଫରକ୍ ନାହିଁ। ମନୁଆ ମନେ ମନେ ବିରକ୍ତି ଭାବ ହେଉଥିଲା। ମୁହଁରେ କହି ନପାରୁଥିଲେ ମଧ୍ୟ ତା’ର ଆଚାର ଜଣାଇ ଦେଉଥିଲା।

ସେହି ଗାଁର ମଧୁଆ ବୁଢ଼ା ପ୍ରାୟତଃ ହନୁମାନ ମନ୍ଦିର ନିକଟରେ ବଉଳ ଗଛ ପିଣ୍ଡି ଉପରେ ବସି ସମସ୍ତଙ୍କୁ ପରିଲକ୍ଷିତ କରୁଥାନ୍ତି। ଏ ଦୁହିଁଙ୍କୁ ମଧ୍ୟ ଦେଖନ୍ତି ଏବଂ ଭଲ ଭାବରେ ଏ ଦୁହିଁଙ୍କର ସମ୍ପର୍କରେ ଜାଣିଥାନ୍ତି।

ଦୁହିଁଙ୍କର ପ୍ରାର୍ଥନା ଆରାଧନା ସରିଲା, ଘରକୁ ଫେରିବା ସମୟରେ ଦୁହିଁଙ୍କୁ ଡାକିଲେ ମଧୁଆ ବୁଢ଼ା ଏବଂ ମିଛରେ ଏକ ଚାଲ ଖେଳିଲେ।

ମିଛରେ କେତେକ କାର୍ଯ୍ୟ କଲେ ପାପ ପରିବର୍ତ୍ତେ ପୂର୍ଣ୍ଣ୍ୟ ହୋଇଥାଏ। ସେଥିମଧ୍ୟରୁ ଝିଅ ବାହାଘର ପ୍ରଧାନ। ମଧୁଆ ବୁଢ଼ା ମିଛରେ ମନେଇବା ପାଇଁ କହିଲେ।

ତୁମେ ଏ ହନୁମାନ ମହାବୀରଙ୍କୁ ବିଶ୍ୱାସ କର, ଦୁହେଁ ମୁଣ୍ଡ ହଲାଇ ସମ୍ମତି ଜଣାଅ। ତୁମେ ପ୍ରତିଦିନ ଆସି ଠାକୁରଙ୍କୁ ପ୍ରାର୍ଥନା କରୁଛ। ଠାକୁର କାଲି ମୋତେ ସ୍ୱପ୍ନରେ କହିଲେ “”ଏ ଦୁହିଁଙ୍କର ବିବାହ କରାଇ ଦିଅ। ଏହା ଶୁଣି ମନୁଆ ମୁହଁ ଆଡ଼େଇ ଫେରି ଯାଉଥିଲା। ମଧୁଆ ବୁଢ଼ା ଯେତେ ଡାକିଲେ ମଧ୍ୟ ମନୁଆ ଆଉ ଫେରି ଚାହିଁଲା ନାହିଁ। ତାକୁ ଆଉ ହନୁମାନ କେବେ ହେଲେ ବିବାହ କଥା ସ୍ୱପ୍ନରେ କହି ନାହାଁନ୍ତି। ଆଉ ଏ ବୁଢ଼ାକୁ କହିଲେ। ଏକଥା ମିଛ ଭାବି ମନୁଆ ଫେରି ନ ଚାହିଁ ପଳାଇଲା। ମଧୁଆ ବୁଢ଼ା ଝିଅକୁ ପଚାରିଲା “”ତୋର ମତ କ’ଣ?”

ଝିଅଟି ଲାଜେଇ ଯାଇ ହସିଦେଇ ପଳେଇ ଗଲା। ମଧୁଆ ବୁଢ଼ା ଜାଣିଲେ ଝିଅଟିର ମତ ଅଛି। କେବଳ ମନୁଆର ସମ୍ମତି ଆବଶ୍ୟକ। ମଧୁଆ ବୁଢ଼ା ଠାକୁରଙ୍କୁ ପ୍ରାଥର୍ନା କଲେ ହେ ଠାକୁର ତୁମେ ଯଦି ଠିକ୍ ତେବେ ଆଜି ରାତିରେ ହିଁ ମନୁଆକୁ ସ୍ୱପ୍ନରେ କୁହ। ଦୁଇଟି ଜୀବନ କୂଳରେ ଲାଗିଯାଉ। ମଧୁୁଆ ବୁଢ଼ା ଦୁଇକୁଳ ଉଧାର ପାଇଁ ଠାକୁରଙ୍କୁ ଭକ୍ତିର ସହିତ ପ୍ରାର୍ଥନା କଲେ। କଳିଯୁଗର ଜୀବନ୍ତ ଠାକୁର ମହାବୀର ହନୁମାନ।

ମନୁଆ ମନରେ ଆଶଙ୍କା ସେ ଝିଅ କାହାପାଇଁ ଓ କ’ଣ ପାଇଁ ପ୍ରାର୍ଥନା କରୁଛି।

ସେଦିନ ମନୁଆ ନୟନା କଥା ଭାବି ଚାଲିଥାଏ। ମନୁଆର ଭାବନା ନୟନାତାକୁ ବିବାହ କରିବା ପାଇଁ ମହାବୀରଙ୍କୁ ପ୍ରାର୍ଥନା କରୁନାହିଁତ?

ଏହିପରି ଭାବନାରେ ରହିଥିଲା। ମନୁଆ ରାତିରେ ଖାଇପିଇ ଶୋଇଲା। ରାତିରେ ସ୍ୱପ୍ନ ଦେଖିଲା ମନୁଆ। ମହାବୀର ହନୁମାନ ପ୍ରକଟ ହୋଇ ମନୁଆକୁ କହୁଛନ୍ତି। ମଣିଷ ଜନ୍ମ ହୋଇ ବିବାହ କରେ। ବିବାହଟା ବଂଶ ରକ୍ଷା କରିବାପାଇଁ ଉଦ୍ଦିଷ୍ଟ। ତୋର ମାଆର ଆଶା ଥିଲା କି ତୁ ବିବାହ କରିବୁ। ତୁ ବିବାହ କଲେ ସ୍ୱର୍ଗରେ ଥାଇ ତୋ ମାଆ ଖୁସି ହେବ। ତୋତେ ସେ ସ୍ୱର୍ଗରେ ଥାଇ ଆଶିଷ ଦେବ। ବିବାହ କଲେ ତୋର ଭକ୍ତିରେ କୌଣସି ଫରକ୍ ପଡ଼ିବ ନାହିଁ। ତୋର ଭକ୍ତି ଥାଉ ତୁ ବିବାହ କର। ତୁ ଉଧାର ପାଇବୁ, ଆଉ ସେ ଝିଅଟିର ଭାଗ୍ୟ ମଧ୍ୟ ବଦଳେଇ ଦେବୁ। ତୁ ଜଣେ ସରଳ ନିଷ୍ଠାପର ସତ୍ୟବାଦୀ ଲୋକ। ସେ ଝିଅ ନୟନା ମଧ୍ୟ ଜଣେ ସରଳା ବାଳିକା। ଠାକୁରଙ୍କ ଇଚ୍ଛା ତୁ ତାକୁ ବିବାହ କଲେ ସେ ଖୁସି ହେବ। ଯଦି ସେ ଝିଅ ତରଫରୁ ପ୍ରସ୍ତାବ ଆସେ ବା କିଏ ତୋତେ ପ୍ରସ୍ତାବ ଦିଏ ତେବେ ଅବମାନନା କରିବା ଅପରାଧ ହେବ। ମନୁଆ ମୋର ଇଚ୍ଛା ତୁ ତାକୁ ବିବାହ କର। ଏହା ସ୍ୱପ୍ନ ଦେଖିଲା ମନୁଆ। ମନୁଆ ଶୁଣିଥିଲା ଠାକୁର ସ୍ୱପ୍ନରେ ହିଁ ଦେଖା ଦିଅନ୍ତି ଏବଂ ନିର୍ଦ୍ଦେଶ ଦିଅନ୍ତି। ସ୍ୱପ୍ନ ଯଦି ପାହାନ୍ତାରେ ଦେଖାଯାଏ ତେବେ ତାହା ସତ୍ୟ। ଏକଥା ଆଗରୁ ଜାଣିଥିଲା ମନୁଆ। ହଠାତ୍ ମନୁଆ ଉଠି ପଡ଼ି ଭାବିଲା ଏପରି ସ୍ୱପ୍ନ ସେ ଦେଖିଲା କାହିଁକି? ସତରେ କ’ଣ ତା’ ବଜରଙ୍ଗବାଲିଙ୍କର ଏହା ଇଚ୍ଛା?

ମନଟା ମନୁଆର ଭାବନାରେ ପୂରିଗଲା। କେବଳ ସେହି ସ୍ୱପ୍ନ କଥା ଭାବି ଚାଲିଲା। ସକାଳୁ ଉଠି ନିତ୍ୟ କର୍ମ ସାରି ହନୁମାନଙ୍କ ପାଖକୁ ଚାଲିଲା ମନୁଆ। ତେଣେ ନୟନା ମଧ୍ୟ ମନୁଆ ଯିବା ଆଗରୁ ମନ୍ଦିରରେ ହନୁମାନଙ୍କୁ ହାତ ଯୋଡ଼ି ଗୁହାରି କରୁଛି। ମନୁଆ ଦେଖୁଛି ମଧୁଆ ବୁଢ଼ା ସେହି ପିଣ୍ଡି ଉପରେ ବସିଛି। ପାକୁଆ ପାଟିରେ ମୁରୁକି ମୁରୁକି ହସୁଛି। ମନୁଆ, ନୟନା ଓ ମଧୁଆ ବୁଢ଼ାକୁ ଦେଖି ଠାକୁର ପାଖକୁ ନଯାଇ ଦୁହିଁଙ୍କୁ ଅନାଇ ରହିଗଲା। ତା’ପରେ ନୟନା ଠାକୁରଙ୍କୁ ନମସ୍କାର କରି ଆସି ମଧୁୁଆ ବୁଢ଼ାକୁ ନମସ୍କାର କଲା। ସେଦିନ ଥାଏ ମଙ୍ଗଳବାର। ମଧୁୁଆ ବୁଢ଼ା ଆଶୀର୍ବାଦ ଦେଲେ “ତୋ ଇଚ୍ଛା… ପୂରଣ ହେବ। ହନୁମାନଙ୍କୁ ମୁଁ ମନ ପ୍ରାଣ ଦେଇ ଡାକିଛି। ମନୁଆ ଏହା ଶୁଣି ସିଧା ମନ୍ଦିରକୁ ଗଲା ଏବଂ ଠାକୁରଙ୍କୁ ଅନାଇ କାନ୍ଦି ପକାଇଲା। ତା’ ପାଟିରୁ ବାହାରି ପଡ଼ିଲା କାହିଁକି ମୋତେ ତୁମେ ସ୍ୱପ୍ନରେ କହିଲ? ମୁଁ ତ ଚାହେଁ ନାହିଁ। ତୁମର ଇଚ୍ଛା କ’ଣ? ଏକଥା ମଧୁୁଆ ବୁଢ଼ା ଶୁଣିଲେ। ତା’ପରେ ମନୁଆକୁ ପାଖକୁ ଡାକିଲେ ଏବଂ ଆଖିରୁ ଲୁହପୋଛି ଦେଇ କହିଲେ “ଠାକୁରଙ୍କ ଇଚ୍ଛା ତୁ କ’ଣ ଜାଣି ନାହୁଁ ସେ ସମସ୍ତଙ୍କର ମଙ୍ଗଳ ଚାହାଁନ୍ତି। ତୁ କିପରି ପିଲା ସମସ୍ତେ ଜାଣନ୍ତି। ଉଧାର କର ଗୋଟେ ନିରିମାଖି ଝିଅର ଜୀବନ ବଞ୍ଚାଇ ଦେ। ତା’ ବାପା ମଦୁଆ ଭାଇ ବିଦେଶରେ, ଝିଅଟି ବିଚରା ମା’ ଛେଉଣ୍ଡ। ଏପରି ପିଲା ଭାଗ୍ୟରେ ଥିଲେ ମିଳେ। ତୁ ରାଜି ହୋଇଗଲେ ଏହି ଆଗାମୀ ତିଥିରେ ତୋ ବାହାଘର କାମ ସାରିଦେବି।

ମନୁଆ ବୋକାଙ୍କ ପରି ସବୁ ଶୁଣୁ ଥିଲା ହଁ କି ନା ତା’ ପାଟିରୁ ବାହାରିପାରୁ ନଥିଲା। ନୟନା କେବଳ ମୁଖରେ ସ୍ମିତ ହାସ୍ୟ ନେଇ ଘରକୁ ଫେରିଲା।

ତା’ପରେ ମନୁଆ ନୟନା ସହିତ ବିବାହ ବନ୍ଧନରେ ବାନ୍ଧି ହେଲା। ନୂଆ ବଧୂ ବେଶରେ ନୟନା ମନୁଆର ଜୀବନ ସାଥୀ ଭାବରେ ବାନ୍ଧିହେଲା। ଅପଣମାନଙ୍କୁ ଏହି odia gapa story କିପରି ଲାଗିଲା ଆମକୁ contact form ରେ ଜାଣନ୍ତୁ।

ଏହିପରି ଆହୁରି odia gapa story ପଢିବା ପାଇଁ ତଳେ ଦିଆଯାଇଥିବା link ରେ click କରନ୍ତୁ

chatra o rajaniti odia essay, Aladdin O Kuhuka Dipa Odia Book

ଉତ୍ତରାଧିକାରୀ (odia gapa story)

ଚାଲନ୍ତୁ ଆଉ ଏକ odia gapa story ପଢିବା।

“ଆକାଶ କଇଁଆ, ଚିଲିକା ମାଛ।” କଥାଟା ଅସମ୍ଭବ ଲାଗିଲେ ମଧ୍ୟ ସତ୍ୟ। ଚିଲିକା ମାଛ ମିଳୁଛି ଆଉ ଆକାଶ କଇଁଆ ମିଳୁ ନାହିଁ କହିଲେ ଭୁଲ ହେବ। ମିଳୁଛି କହିଲେ ମଧ୍ୟ ଭୁଲ ହେବ।

କଥାଟା ଏକ ଢଗ। ଏହି ଢଗଟି କହିଲା ପାରମା ବୁଢ଼ି। ପାରମା କହିଲେ ସଂସାରରେ ଏକା। କେଉଁ କାଳରୁ ତା’ର ସ୍ୱାମୀ ଇହଲୀଳା ସମ୍ବରଣ କରିଛନ୍ତି। ଗୋଟିଏ ମାତ୍ର ଝିଅ। ଝିଅକୁ ସେ ସ୍ୱାମୀ ମଲାପରେ ବିବାହ ଦେଇ ଥିଲା। ପାର କହିଲା ତୁ ଜମି ବିକ୍ରି କରି ବିବାହ କରି ଦେ ତୋ କଥା ମୁଁ ବୁଝିବି। ସବୁତକ ଚାଷଜମି ବିକ୍ରି କରିଦେଲା ପାରମା। କେବଳ ରହିଲା ଗୋଟେ ଲୁଆଣିଆ ଚାଳଘର ଓ ଘରଢିଅ ଖଣ୍ଡକ। ପାରମା ଭତ୍ତା ପାଏ ଏବଂ ଏକଟଙ୍କିଆ ଚାଉଳ ପାଏ। ଏସବୁ ପାଇଲେ ମଧ୍ୟ ଅନ୍ୟର ପାଇଟି କରି ଚଳିଯାଏ। ଅନେକ ଥର ପାର କହିଲାଣି କି ଘର ଢିଅ ବିକ୍ରି କରି ମୋ ପାଖକୁ ଚାଲିଆ। ପାରମା କହେ ମୁଁ ମଲା ପରେ ତୁ ବିକ୍ରିକର ବା ଏଠି ଘର କରି ରହ କିନ୍ତୁ ମଲା ପୂର୍ବରୁ ନୁହେଁ।

ପାର ବିବାହ କରିଛି ନୀତିଶକୁ, ଯେ କି ଜଣେ ମଦ୍ୟପ। କମ୍ପାନୀ କାମରେ ଯାହା ଯାଏ, ଘରେ ବସି ମଦ ପିଇ ସାରି ଦେବା ପରେ ପୁନର୍ବାର କାମରେ ଯୋଗ ଦିଏ। ପାରକୁ ବାଡ଼େଇବା ଘର ଢିଅ ବିକ୍ରି ପାଇଁ ସବୁବେଳେ ଧମକ ଚମକ ଦେଇଥାଏ। ପାର ଯେତେ ପ୍ରକାର ତା’ ମା’କୁ କହିଲେ ମଧ୍ୟ ମା’ ସେ କଥାରେ ରାଜି ହୋଇ ନଥାଏ।

ସରକାରଙ୍କର ଯୋଜନା ଅନୁଯାୟୀ ପରମା ଇନ୍ଦିରା ଆବାସ ଘର ପାଇବାକୁ ଯୋଗ୍ୟ ହେଲା। ଘର ବଖୁରିଏ କରିବା ପାଇଁ ମନସ୍ଥ କଲା। ପ୍ରଥମ କିସ୍ତି ମିଳିବ ତା’ପରେ ଘର କଲେ ଅନ୍ୟ ଅର୍ଥ। ଏ କଥା ପାର ଆସି ଜାଣିଲା। ଘର ନ କରିବା ପାଇଁ ପରାମର୍ଶ ଦେଲା। ଏକଥା ଆଲୋଚନା ମା’ ଝିଅ ହେଉଥିବାବେଳେ ଗାଁର ୱାର୍ଡ଼ ସଭ୍ୟ ଉପସ୍ଥିତ ରହି ସବୁକଥା ବୁଝାଇ ଦେଲେ। ପାର ଆସିଥିଲା ଘରଢିଅ ବିକ୍ରି କରିବାପାଇଁ। ଏକଥା ଶୁଣି ପାର ଫେରିଗଲା। ତା’ ସ୍ୱାମୀ ଠାରୁ ଅର୍ଥ ପାଇଁ ଗାଳିମାଡ଼ ଖାଇଲା। ପାରର ଗୋଟିଏ ପୁଅ ଚାରି ବର୍ଷର। ଦିନେ ମାଡ଼ଗାଳି ସହି ସହି ଆଉ ଏ ଘରେ ସ୍ୱାମୀ ପାଖରେ ନରହି ପିଲାଟିକୁ ଧରି ନିଜ ଘରକୁ ଆସି ରହିଲା। ପାର ମା’ର କୌଣସି କାର୍ଯ୍ୟ ନଥିଲା। ସେ ବି କୌଣସି ପ୍ରକାର ଝିଅକୁ ଜ୍ୱାଇଁକୁ ବୁଝାଇ ସୁଝାଇ ପାରିଲା ନାହିଁ। ପୂର୍ବରୁ ଜ୍ୱାଇଁକୁ ଅନେକ ବାର ବୁଝାସୁଝା କଲେ ମଧ୍ୟ ଜ୍ୱାଇଁ କେବେ ବାଟକୁ ଆସିପାରି ନାହାଁନ୍ତି।

ଏବେ ପାର ଶାଶୁଘର ଛାଡ଼ି ନିଜ ଘରେ ଅଛି। ନୀତିଶ ପୂର୍ବ ପରି ମଦ ନିଶାରେ ସବୁବେଳେ ଚୁର ହୋଇ ରହୁଛି। ଦିନେ କାମ କଲେ ତା’ପର ଦିନ କାମ ବନ୍ଦ। ସେ ଅର୍ଥ ସରିବା ପରେ ଯାହା ଅନ୍ୟ କଥା। ଦୋକାନରେ ଏତେତେଣେ ଖାଇ ମଦ ପିଇ ଶୋଇଯାଏ। ପାରକୁ ଫେରାଇ ଆଣିବା ପାଇଁ ମଧ୍ୟ ଯାଉ ନାହିଁ। ଏହିପରି ଏକ ମାସ ଗଲା। ପାର ଚାହିଁ ରହିଥିଲା ତା’ ସ୍ୱାମୀ ନୀତିଶ ଆସି ତାକୁ ଫେରାଇ ନେବ। ସେ ଆଶା ଆକାଶ କଇଁଆ ହୋଇଗଲା।

ନୀତିଶ ଥରେ ମଦ ପିଇ ଆସି ପାର ଘରେ ପହଞ୍ôଚଗଲା। ମଦ ନିଶାରେ ଟଳୁଥାଏ। ପାଦ ଠିକ୍‌ରେ ପକାଇ ପାରୁ ନ ଥାଏ। ମୁହଁରେ ଖରାପ ଭାଷା। ପାର ଡରି ଯାଇଛି। ଏଣୁ ତେଣୁ ଭାଷା ଶୁଣି ପାର ମା’ ମଧ୍ୟ ଅତିଷ୍ଠ। ଶେଷରେ ପାରମା ଅନେକ କଥା କହିଲା ପରେ ଯେତେବେଳେ କଥା ଗୁରୁତର ହେଲା ସେତେବେଳେ ପାରମା ବାଧ୍ୟ ହୋଇ ଛାଞ୍ଚୁଣି ଧରିଲା।

ପାହାର ଖାଇ ନୀତିଶର ହୋସ୍ ଆସିଲା। ତା’ପରେ ବାଧ୍ୟ ହୋଇ ନୀତିଶ ଛାଡ଼ି ଚାଲିଗଲା। ପାର ବସି କାନ୍ଦି କାନ୍ଦି ଭାଗ୍ୟକୁ ନିନ୍ଦୁଥିଲା। ପାରମା ପାରର ଲୁହ ପୋଛିଦେଇ କାନ୍ଦି କାନ୍ଦି କହୁଥିଲା ପାରଲୋ ତୋ ଭାଗ୍ୟଟା ଆଉ ସ୍ୱାମୀ ବୋଲି ହାତ ଧରିଆ ମୋ ଭାଗ୍ୟ ପରି ଆକାଶ କଇଁଆ। ଏକଥା ଶୁଣି ପାର କାନ୍ଦି କାନ୍ଦି କହୁଥିଲା ତୁ ତାଙ୍କୁ ଛାଞ୍ଚୁଣିରେ ପିଟିବା କ’ଣ ଠିକ୍‌? ତୋର କଣ ହିତାହିତ ଜ୍ଞାନ ଲୋପ ପାଇଗଲାଣି ବୋଉ। ତୁଟା ମା’ ନା ରାକ୍ଷସୁଣୀ। ଆଗକୁ ନାହିଁ କି ପଛକୁ ନାହିଁ ତୋର ଆଉ ମୋର ଏକମାତ୍ର ସାହା ସେ ମଦୁଆ ହେଲେ ବି ମଣିଷନା।

ସେ ଯେଉଁ ଭାଷାରେ ଗାଳି ଦେଲେ ଆଉ ଏଠି ଯେ କାଣ୍ଡକାରଖାନା କଲା ତୋତେ ଦେଖାଗଲା ତ। ମୁଁ କ’ଣ କରିଥାନ୍ତି? ତୁ ଯଦି ଏମିତି ଭାବୁଛୁ ତେବେ ତୁ ତା’ ସଙ୍ଗରେ ନ ଯାଇ ଏଠି ରହିଛୁ କାହିଁକି?

ପାର ଭାବୁଛି, “”ମା’ ଯେଉଁ ଭଳି କାର୍ଯ୍ୟ କଲା ଏହା ନିଶ୍ଚିତ ଅକାର୍ଯ୍ୟ ଏବଂ ତାହା କେବେ କେହି କରନ୍ତି ନାହିଁ। ପାର ତା’ ମା’ ପାଖରୁ ନାସ୍ତିକ ବାଣୀ ଶୁଣି ମର୍ମାହତ। ତା’ପରେ ସେ ତା’ର ସ୍ୱାମୀ କେଉଁଠାକୁ ଗଲେ ପଛେ ପଛେ ଗଲା। ଯେଉଁ ସାଇକେଲଟି ଆଣିଥିଲେ ତାହା ତାଙ୍କ ଦାଣ୍ଡରେ ଅଛି। ତା’ପରେ ପାର ଖୋଜିବାକୁ ଗଲେ କି ତା’ର ସ୍ୱାମୀ କେଉଁଠାକୁ ଗଲେ। ସ୍ୱାମୀ ମଦୁଆ ହେଲେ ବି ସ୍ୱାମୀ। ସେ ଯାହା କଲେ ବି କେବେ କେଉଁ ସ୍ତ୍ରୀ ଚାହେଁ ନାହିଁ କି ମରି ହଜିଯାଉ। ପାର କିଛି ବାଟ ଗଲାପରେ ଦେଖିଲା ତା’ ସ୍ୱାମୀ ନୀତିଶ ରାସ୍ତାକଡ଼ରେ ପଡ଼ିଛନ୍ତି, କହୁଛନ୍ତି? ଏତେ ସାହସ, ମୋତେ ବାଡ଼େଇବ, ମୁଁ ସହିବି ନା ଏ ଜୀବନ ରଖି କିଛି ଲାଭ ନାହିଁ। ପାର ଉଠେଇବା ପାଇଁ ଯାଉଥିଲା। ନୀତିଶ କହିଲେ ନା ମୋତେ ଛୁଉଁନା ତୁ ମୋର କେହି ନୁହେଁ କି ମୁଁ ତୋର କେହି ନୁହଁ। ଯା, ତୋ ମା’ ପାଖକୁ, ମୋର କେହି ନାହାଁନ୍ତି ଯେତେ ପାଖକୁ ଗଲେ ମଧ୍ୟ ନୀତିଶ ଦୂରଦୂର୍ ମାର୍ ମାର୍ କଲା। ତା’ପରେ ଅନ୍ୟ ଲୋକମାନେ ମଧ୍ୟ ଆସିଲେ। ପାର ତା’ ପୁଅକୁ ନେଇ ମା’ ପାଖକୁ ନଯାଇ ସ୍ୱାମୀ ସହିତ ଯିବାକୁ କହିବାରୁ ପାର ଘରକୁ ଯାଇ ପୁଅକୁ ଧରି ଆସିଲା ଏବଂ ସ୍ୱାମୀକୁ ନେଇ ନିଜ ସ୍ୱାମୀ ଘରକୁ ଗଲା। ସେହିଦିନଠାରୁ ପାର ନୀତିଶ ପାଖରେ ରହିଲା। ଏହିପରି ସ୍ୱାମୀ ସ୍ତ୍ରୀ ରହିଲେ। ତା’ପରର କଥା ନୀତିଶ ଏବଂ ପାର ସ୍ୱାମୀର ମଦ ନିଶା ଛାଡ଼ିବା ପାଇଁ ପାର କହିଲା ତୁମେ ମଦ ଖାଇ ଯେଉଁଭଳି କାଣ୍ଡ କାରଖାନା କରୁଛ ତାହା ଭଲ ହେଉଛି। କ’ଣ କଲେ ତୁମେ ମଦ ଛାଡ଼ିବ? ତୁ ଯଦି ତୋ ମା’ ପାଖକୁ ଜମା ଯିବୁ ନାହିଁ। ମଲେ ବି ନୁହେଁ, ତେବେ ମୁଁ ମଦ ଛାଡ଼ିବି।

ଠିକ୍ ଅଛି ଆଜି ଆମେ ନିୟମ କରିବା ତୁମେ ମଦ ଛାଡ଼ିବ ଆଉ ମୁଁ ମୋର ସାହାଭରସା ମା’କୁ ଛାଡ଼ିବି। ତୁମେ ଯଦି ମଦ ଛାଡ଼ି ରହିପାରିବ ତେବେ ମା’କୁ ମୁଁ ନ ଛାଡ଼ି ପାରିବି କାହିଁକି?

ଏହିପରି ଭାବରେ ନିୟମ କରି ଦୁହେଁ ରହିଲେ, କିଛିଦିନ ଗଲା। ନୀତିଶ ବାଟକୁ ଆସିଲା। ମଦ ଅଭ୍ୟାସ ଛାଡ଼ିଲା। କାମ ଧନ୍ଦା ମଧ୍ୟ କଲା। ଅନେକ କଷ୍ଟ ହେଲେ ମଧ୍ୟ ସ୍ତ୍ରୀ କଥାରେ ନିଜ ଜିଦ୍‌ରେ ଅଟଳ ରହି ନୀତିଶ କିଛିଦିନ ମଦ ଛାଡ଼ିଲା ସତ୍ୟ କିନ୍ତୁ ନିଜର ଅଭ୍ୟାସ ପ୍ରତି ଦୁର୍ବଳତା ମନରେ ଥାଏ।

ସାଙ୍ଗ ମେଳରେ ନୀତିଶ ଥରେ ଯେତେ ମନା କଲେ ମଧ୍ୟ ମଦ ପିଇବା ପାଇଁ ବାଧ୍ୟ ହେଲେ। ଅନେକ ଦିନ ପିଇ ନଥିଲେ ଏଣୁ ନିଶାଟା ଧରିନେଲା। ଯେତେ ଚେଷ୍ଟା କଲେ ମଧ୍ୟ ନିଶାଟା ଖସିଲା ନାହିଁ। ବାଧ୍ୟ ହୋଇ ଅନେକ ସମୟ ଅପେକ୍ଷା ପରେ ଘରକୁ ଫେରିଲା। ଯାହାକି ପାର ପାଖରେ ଧରା ପଡ଼ିଲା। ପାର ମଧ୍ୟ ଭୁଲ କରି ମା’ ପାଖକୁ ଯିବ ବୋଲି ଜିଦ୍ ଧରିଲା। ନୀତିଶ ଆଗେ ଜିଦ୍‌ରୁ ଓହରି ଥିବାରୁ ଯୁକ୍ତି ହେଲା। ତାହା ଶେଷରେ ଝଗଡ଼ାର ରୂପ ନେଲା। ନୀତିଶ ଝଗଡ଼ାକୁ ଆଗକୁ ନେଇ ବାଡ଼େଇବା ପାଇଁ ପଛେଇଲା ନାହିଁ। ପାର ମଧ୍ୟ ଠେଲା ପେଲାରେ ନୀତିଶକୁ ପେଲି ଦେବାରୁ ନୀତିଶ ବାଡ଼େଇ ହେଲେ। ତଳେ ପଡ଼ିଲେ। ମୁଣ୍ଡ ଫାଟିଲା। ଫଳରେ କଥାଟା ଗୁରୁତର ହେଲା। ନୀତିଶ ନିଜ ନୀତି ଆଦର୍ଶରୁ ଓହରି ଥିବାରୁ ଏବଂ ସ୍ତ୍ରୀକୁ ଆଗେ ବାଡ଼େଇଥିବାରୁ ଫଳଟା ଓଲଟା ହେଲା। ତା’ପରେ ପାର ମାଡ଼ ଖାଇ ମଧ୍ୟ ନୀତିଶର ସେବାରେ ଲାଗିଗଲା। ସବୁଗୁଡ଼ିକ ଅଜାଣତରେ ହୋଇଥିବାରୁ ଦୋଷ ନୀତିଶ ଦେଖି ପାରୁ ନାହିଁ, ପୁଣି ରାତିଟା। ପ୍ରାଥମିକ ଚିକିତ୍ସାରେ ସେଦିନ ରାତି ବିତିଲା। ତା’ପରେ ମେଡ଼ିକାଲ ନେଲା ପାର। ମୁଣ୍ଡରେ ଆଘାତ ଲାଗିଥିବାରୁ ପରୀକ୍ଷା କରାଗଲା। ଷ୍ଟିଚ୍ ହେଲା। ବେଶି କିଛି କ୍ଷତି ନହୋଇଥିବାରୁ ଚିକିତ୍ସା ପରେ ଘରକୁ ଫେରିଲେ।

ପାରମା’ ରୋଗାକ୍ରାନ୍ତ ହୋଇ ବିଛଣା ଧରିଲା। ଖବର ପାଇଲା ପାର। ସ୍ୱାମୀର ମୁଣ୍ଡ ଫଟା ସାଙ୍ଗକୁ ବାରଣ ନଯିବା ପାଇଁ। ସେଦିନ ରାତିରେ ପୁନର୍ବାର ଝଗଡ଼ା ହେଲା। ସେଦିନ ରାତିରେ ମଧ୍ୟ ପାରମାର ଶେଷ ଅବସ୍ଥା। ଖବର ଆସିଲା। ଜଣେ ଲୋକ ଆସି ଖବର ଦେଲା। ବୁଢ଼ି କ୍ଷମା ମାଗି ସଙ୍ଗେ ସଙ୍ଗେ ପହଞ୍ôଚବାକୁ ଖବର ପଠାଇଛି ତୁରନ୍ତ ଯିବା ପାଇଁ ମଧ୍ୟ ଡାକିଛି।

ପାର ସ୍ୱାମୀର ଗୋଡ଼ ଧରି ଭୁଲ ମାଗିଲା ମା’ର ଶେଷ ଅବସ୍ଥାରେ ପହଞ୍ôଚବା ପାଇଁ ଅନୁରୋଧ କଲା। ସବୁ କଥା ଭୁଲି ନୀତିଶ ଓ ପାର ପହଞ୍ôଚଲେ ପାରମା ପାଖରେ। ବୁଢ଼ିର ଶେଷ ଅବସ୍ଥା। ନିର୍ମାଲ୍ୟ ପାଣି ଦେଉ ଦେଉ ବୁଢ଼ି ଆଖି ଖୋସିଦେଲା। ବୁଢ଼ି ଚିରନିଦ୍ରାରେ ଶୋଇ ଗଲା। ପାରର କାନ୍ଦଣା ସ୍ୱର ଶୁଭିଲା।

ମା! ମା! ମା!

ମୋତେ ଛାଡ଼ି ଚାଲିଗଲୁ। ମୋତେ ଏକା କରି ଚିରନିଦ୍ରାରେ ଶୋଇଗଲୁ। ମୁଁ ଅଭାଗିନି ପାର ବଞ୍ଚିବ କିପରି?

ମା! ଥରେ କଥା କହ।

ପାରର କାନ୍ଦଣାରେ ପଡ଼ିଶା ଲୋକ ରୁଣ୍ଡ ହୋଇଗଲେ। ପାରର ମା’ ଛଡ଼ା ଆଉ କେହି ନାହାଁନ୍ତି। ସେ ଚିରନିଦ୍ରାରେ ଏବଂ ସ୍ୱାମୀ ମଦୁଆ। ପୁଅ ମାତ୍ର ୪ ବର୍ଷର ଆଉ ଆଗକୁ ପଛକୁ କେହି ନାହାଁନ୍ତି। ପାର ଜନ୍ମ ହେବାର ଦୁଇବର୍ଷ ପରେ ବାପା ଚାଲି ଯାଇଥିଲେ। ତା’ପରେ ପାର ଓ ନୀତିଶ ବୁଢ଼ିର ଶେଷକୃତ ସମ୍ପନ୍ନ ପାଇଁ ଯୋଗାଡ଼ କଲେ। ବୁଢ଼ିର ଏକମାତ୍ର ଉତ୍ତରାଧିକାରୀ ପାର। ବୁଢ଼ିର ଯାହା ଅଛି ତାହା ଭୋଗ କରିବ ପାର ଏକମାତ୍ର ଉତ୍ତରାଧିକାରୀ ଭାବରେ। ଅପଣମାନଙ୍କୁ ଏହି odia gapa story କିପରି ଲାଗିଲା ଆମକୁ contact form ରେ ଜାଣନ୍ତୁ।

ଏହିପରି ଅନେକ odia gapa story ପଢିବାପାଇଁ ତଳେ ଦିଆଯାଇଥିବା link କୁ click କରନ୍ତୁ ।

chatra o rajaniti odia essay, gandhi jayanti odia rachana, Swain Flu ସ୍ଵାଇନ୍ ଫ୍ଲୁ | Influenza (ଏଚ୍1 ଏନ୍1) ରୋଗ ସମ୍ପର୍କରେ କିଛି ଜାଣିବା କଥା

Leave a Comment