odia grammar samasa

lets discuss about odia grammar samasa – ଚଳାନ୍ତୁ ଜାଣିବା ସମାସ କଣ? ଏହାର ପ୍ରକାର୍ଭେଦ, ଏବଂ କେତେ ପ୍ରକାର ସମାସ। ନିମ୍ନରେ “ସମାସ”ର ସମ୍ପୂର୍ଣ ବିବରଣୀ ପ୍ରଦାନ କରାଗଲା।

ସମାସ (odia grammar samasa)

ଯେତେବେଳେ ଜଣେ ଆଉ ଜଣକୁ ଉପଦେଶ ଦିଏ, ପରାମର୍ଶ ଦିଏ ବା ସାଧାରଣରେ ଭାଷଣ, ପ୍ରବଚନ ଆଦି ଦିଏ, ସେତେବେଳେ କହୁଥିବା କଥାକୁ ଓ କିଛି ଲେଖିଲାବେଳେ ଲେଖୁଥିବା ଘଟଣାକୁ ଯଥାସମ୍ଭବ ଶ୍ରୁତିମଧୁର, ରୁଚିପୂର୍ଣ୍ଣ କରି ପ୍ରକାଶ କରିବାକୁ ଚେଷ୍ଟା କରିଥାଏ। ଏତେବେଳେ ପରସ୍ପର ସମ୍ପର୍କ ରକ୍ଷା କରିଥିବା ଏକାଧିକ ପଦକୁ ମଧ୍ୟ ସଂକ୍ଷିପ୍ତ କରି ଏକପଦରେ ପ୍ରକାଶ କରାଯାଇଥାଏ। ଏହାଦ୍ବାରା ସମାନ ଅର୍ଥ ସୂରୂଇ ବାକ୍ୟରେ ସଂକ୍ଷିପ୍ତତା ପ୍ରକାଶ ପାଏ। ବ୍ୟାକରଣରେ ଏଇ ଧରଣର ଉକ୍ତି ସଂକ୍ଷେପକୁ “ସମାସ” ବୋଲି ଅଭିହିତ କରାଯାଇଛି। ଉଦାହରଣ-

(1) ବଜାରର ଜିନିଷ – ବଜାର ଜିନିଷ।

(2) ତୁଣ୍ଡର କଥା – ତୁଣ୍ଡକଥା।

(3) ରାଜ୍ୟର ଖବର – ରାଜ୍ୟଖବର।

(4) ଘଣ୍ଟାର ଶବ୍ଦ – ଘଣ୍ଟାଶବ୍ଦ।

(5) ଭାତ, ଡାଲି ଓ ତରକାରି – ଭାତ-ଡାଲି-ତରକାରି।

READ MORE : saraswati puja odia essay, english to odia translation, Top 10 Online Earn Money Tips in ODIA 2023

ଉପରୋକ୍ତ ବାକ୍ୟରୁ ‘ର’ ଉଠିଯାଇ ‘ର’ର ପୂର୍ବ ଓ ପର ଶବ୍ଦର ସମନ୍ବୟରେ ଉକ୍ତି ସଂକ୍ଷେପଣ କରାଯାଇଛି। ଏହି ଉଭୟ ଶବ୍ଦ ବା ପଦର ଯେଉ ମିଳନ ଘଟିଲା ଓ ସେଥିରେ ଯେଉ ପଦ ସୃଷ୍ଟି ହେଲା- ତାହାକୁ ବ୍ୟାକରଣର ନିୟମାନୁସାରେ କୁହାଯାଏ – ‘ସମସ୍ତ ପଦ’। ସମାସ ପୂର୍ବରୁ ଓ ପରେ ରହିଥିବା ପଦକୁ ‘ପୂର୍ବ ପଦ’ ଓ ‘ପର ପଦ’ବୋଲି କୁହାଯାଏ। ସମାସରେ ମିଶିଥିବା ପଦଗୁଡ଼ିକୁ ପୃଥକ୍Ù କରାଗଲେ ତାହାହୁଏ ‘ସମସ୍ୟମାନ ପଦ’। ଅର୍ଥ।ତ୍- ଯେଉ ପଦମାନଙ୍କୁ ସମାସଦ୍ବାରା ଏକ ପଦରେ ପରିଣତ କରାଯାଏ, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ‘ସମସ୍ୟମାନ ପଦ’ ବୋଲି କୁହାଯାଏ। ସମାସ କ୍ଷେତ୍ରରେ ସମସ୍ତ ପଦର ଅର୍ଥକୁ ପ୍ରକାଶ କରୁଥିବା ବାକ୍ୟ, ଅର୍ଥ।ତ୍Ù – ସମାସ ଅନ୍ତର୍ଗତ ପଦମାନଙ୍କର ପରସ୍ପର ଅନ୍ବୟ ଜାଣିବା ପାଇଁ ଯେଉ ବାକ୍ୟ ବା ପଦବିନ୍ୟାସ କରାଯାଏ ତାହାକୁ ବିଗ୍ରହବାକ୍ୟ, ବ୍ୟାସବାକ୍ୟ ବା ସମାସ ବାକ୍ୟ ବୋଲି ଅଭିହିତ କରାଯାଏ।

‘ସମାସ’ କରିବା କ୍ଷେତ୍ରରେ କେତେକ ସାଧାରଣ ନିୟମ ପରିଦୃଷ୍ଟ ହୁଏ। ବାକ୍ୟରେ ସମାସ ନ କରିବା ଦୋଷାବହ ନୁହଁେ ମାତ୍ର ସମାସ କରାଗଲାବେଳେ କେତେକ ନିୟମ ପ୍ରତି ଧ୍ୟାନ ଦିଆଯିବା ବାଞ୍ଛନୀୟ।

(1)          ସମସ୍ତ ପଦ ଅନ୍ତର୍ଗତ ପଦମାନଙ୍କ ମଧ୍ୟରେ ସନ୍ଧିର ସମ୍ଭାବନା ଥିଲେ ସେଠାରେ ସନ୍ଧି କରାଯିବା ବିଧେୟ। ତେଣୁ ଏଠାରେ ସନ୍ଧି ଯୋଗ୍ୟତା ବଳରେ ସମାନ ହୁଏ। ଯଥା-

               ଶ୍ବଶୁରର ଆଳୟ = ଶ୍ବଶୁରାଳୟ। ଏଠାରେ ‘ଶ୍ବଶୁରାଳୟ’ ହେଲା ସମସ୍ତ ପଦ। ଶ୍ବଶୁର + ଆଳୟ = ଏହି ରୂପେ ସନ୍ଧିହୋଇ ଶ୍ବାୁରାଳୟ ହେଲା। ମାତ୍ର ଯେଉଠି ସନ୍ଧିଯୋଗ ସମାସ ଶ୍ରୁତିମଧୁର ହୁଏନାହିଁ ସେଠି ସନ୍ଧିଯୋଗେ ‘ସମାସ’ କରିବା ଅନୁଚିତ।

(2)          ବିଭକ୍ତି ହେଲାପରେ ମଧ୍ୟ ସମାସ ହୁଏ। ଯଥା- ‘ଆମ୍ବର ଟାକୁଆ’। ଏହା ସମାସରେ ହୁଏ ‘ଆମ୍ବଟାକୁଆ’। ଏଠାରେ ‘ଆମ୍ବର’ କହିଲେ ଷଷ୍ଠୀ ବିଭକ୍ତି  ବୁଝାଏ। ମାତ୍ର ଆମ୍ବଟାକୁଆ କହିଲେ ଷଷ୍ଠୀ ବିଭକ୍ତିର ଚିହ୍ନ ‘ର’ ଏଠାରେ ଲୋପ ହେଲା। ତେଣୁ ବିଭକ୍ତି ଲୋପରେ ଏଠାରେ ‘ସମାସ’ ହେଲା ବୋଲି କୁହାଯିବ।

(3)          ତତ୍ସମ, ତଦ୍Ùଭବ, ଦେଶଜ ଓ ବୈଦେଶିକ ଶବ୍ଦମାନଙ୍କର ମିଳନରେ ଓଡ଼ିଆ ଭାଷାରେ ତିନିପ୍ରକାର ‘ସମାସ’ ସୃଷ୍ଟି ହୋଇଥିବାର ଲକ୍ଷ୍ୟ କରାଯାଏ। ଯଥା-

(କ)        ତତ୍ସମ ଶବ୍ଦ ସଙ୍ଗେ ତତ୍ସମ ଶବ୍ଦର ମିଳନରେ ଯେଉ ‘ସମାସ’ର ସୃଷ୍ଟି ହୁଏ ତାହାକୁ ‘ସଂସ୍କୃତ ସମାସ’ ପ୍ରାୟ କୁହାଯାଏ। ଯଥା- କୁମ୍ଭକାର, ନୀଳୋତ୍ପଳ, ପୀତାମ୍ବର।

(ଖ)       ତତ୍ସମ ଶବ୍ଦ ସହିତ ଅନ୍ୟପ୍ରକାରର ଶବ୍ଦର ମିଳନରେ ସୃଷ୍ଟିହୁଏ ‘ମିଶ୍ର ସମାସ’। ଯଥା- ନୀଳକଇଁ, ରୂନ୍ଦବଦନ, ଗୋଳାଚନ୍ଦନ, ଘନ କାଳିଆ।

(ଗ)       ସମସ୍ୟମାନ ଶବ୍ଦମାନଙ୍କ ଭିତରୁ କେହି ଯଦି ତତ୍ସମ ହୋଇନଥାନ୍ତି ତେବେ ତାହା ‘ବିଶୁଦ୍ଧ ଓଡ଼ିଆ ସମାସ’ ହୁଏ। ଯଥା- କଳାମାଣିକ, ରୂନ୍ଦମୁହୀଁ, ନୀଳକଇଁ, ଘରବୁଡ଼ା, ପୋଡ଼ାହାଣ୍ଡି, ଘୋଡ଼ାମୁହାଁ।

ଏସବୁ ବ୍ୟତିରେକେ ‘ସମାସ’କୁ ମୁଖ୍ୟତଃ ଛଅ ଭାଗରେ ବିଭକ୍ତ କରାଯାଏ।

ସମାସର ପ୍ରକାରଭେଦ:

ସମାସ ଛ’ ପ୍ରକାରର। ସେସବୁ ହେଲେ-

(1) ତତପୁରୁଷ ସମାସ

(2) କର୍ମଧାରୟ ସମାସ

(3) ଦ୍ବିଗୁ ସମାସ

(4) ଦ୍ବନ୍ଦ୍ବ ସମାସ

(5) ବହୁବ୍ରୀହି ସମାସ।

(6) ଅବ୍ୟୟୀଭାବ ସମାସ।

ଏତଦ୍Ùଭିନ୍ନ ‘ନିତ୍ୟ ସମାସ’ ଓ ‘ଅଲୁକ୍Ù ସମାସ’କୁ ମଧ୍ୟ ଓଡ଼ିଆ ସମାସ ଭିତରେ ଗଣନା କରାଯାଏ।

ତତପୁରୁଷ ସମାସ:

ଯେଉ ସମାସରେ ଉତ୍ତର ପଦର ଅର୍ଥ ପ୍ରଧାନ ହୋଇଥାଏ, ତାହାକୁ ତତ୍Ù୍Ùପୁରୁଷ ସମାସ କୁହାଯାଏ। ଅର୍ଥ।ତ୍Ù – ସମାସର ବିଗ୍ରହବାକ୍ୟରେ କେତେକ ବିଭକ୍ତିଯୁକ୍ତ ପଦ ଥାଏ। ସମାସରେ ପୁଣି ପୂର୍ବପଦ ଓ ପରପଦ ରହିଥାଏ। ଯେଉ ସମାସର ବିଗ୍ରହ ବାକ୍ୟରେ ପରପଦ ବା ଉତ୍ତର ପଦ ମୁଖ୍ୟ ହୋଇଥାଏ ଓ ପୂର୍ବପଦ ପ୍ରଥମାବିଭକ୍ତି ବ୍ୟତୀତ ଅନ୍ୟ ଯେକୌଣସି ବିଭକ୍ତିଯୁକ୍ତ ହୋଇଥାଏ ସେଠି ତତ୍Ùପୁରୁଷ ସମାସ ହୁଏ। ଉଦାହରଣ-

କାକରରେ ସିକ୍ତ = କାକରସିକ୍ତ।

ଏଠାରେ ‘କାକର’ ପୂର୍ବପଦ ଓ ‘ସିକ୍ତ’ ଉତ୍ତରପଦ ବା ପରପଦ। କାକରଠାରୁ ‘ସିକ୍ତ’ ଏଠାରେ ଅଧିକ ଗୁରୁତ୍ବପୂର୍ଣ୍ଣ। ପୂର୍ବପଦ ‘କାକର’ ଅପେକ୍ଷା ପରପଦ ‘ସିକ୍ତ’ ପଦଟିରେ ପ୍ରାଧାନ୍ୟ ଲିଭିଥିବାରୁ ଏଠାରେ ତତ୍Ùପୁରୁଷ ସମାସ ହୋଇଛି।

ପୂର୍ବପଦର ବିଭକ୍ତି ଅନୁଯାୟୀ ତତ୍Ùପୁରୁଷ ସମାସ ଛ’ ପ୍ରକାରର। ଯଥା-

(କ) ଦ୍ବିତୀୟା ତତ୍Ùପୁରୁଷ

(ଖ) ତୃତୀୟା ତତ୍Ùପୁରୁଷ

(ଗ) ଚତୁର୍ଥୀ ତତ୍Ùପୁରୁଷ

(ଘ) ପଞ୍ଚମୀ ତତ୍Ùପୁରୁଷ

(ଙ) ଷଷ୍ଠୀ ତତ୍Ùପୁରୁଷ

(ଚ) ସପ୍ତମୀ ତତ୍Ùପୁରୁଷ

ଏତଦ୍Ùଭିନ୍ନ (ଛ) ନଞ୍Ù ତତ୍Ùପୁରୁଷ ଓ

(ଜ) ଉପପଦ ତତ୍Ùପୁରୁଷ – ଭାବେ ଅନ୍ୟ ଦୁଇଟି ତତ୍Ùପୁରୁଷ ସମାସ ଆମ ବ୍ୟାକରଣରେ ପ୍ରଚଳିତ ଅଛି। ଏଇହେତୁ କେତେକ ମଧ୍ୟ ତତ୍Ùପୁରୁଷ ସମାସକୁ ଉପରକ୍ରମରେ ଆଠଟି ଭାଗରେ ବିଭକ୍ତ କରିଥାନ୍ତି। ନିମ୍ନମତେ ତତ୍Ùପୁରୁଷ ସମାସର ଉପରୋକ୍ତ ପ୍ରକାରଭେଦକୁ ବିଶ୍ଳେଷଣ କରାଯାଇଥାଏ-

(କ) ଦ୍ବିତୀୟା ତତପୁରୁଷ : 

ଦ୍ବିତୀୟା ତତ୍Ùପୁରୁଷ ସମାସରେ ପୂର୍ବପଦରୁ ଦ୍ବିତୀୟା ବିଭକ୍ତିକୁ ଲୋପ କରାଯାଇଥାଏ। ଫଳରେ ପରପଦର ପ୍ରାଧାନ୍ୟ ସୂଚିତ ହୁଏ। ଏଇ ଧରଣର ସମାସରେ- ଗତ, ପ୍ରାପ୍ତ, ଶ୍ରିତ, ଅତୀତ, ପତିତ, ଆପନ୍ନ ଆଦି ପରପଦ ରୂପେ ବ୍ୟବହୃତ ହୋଇଥାଏ।

ଯଥା- ଗୃହକୁ ଆଗତ – ଗୃହାଗତ

               ଶରଣକୁ ଆପନ୍ନ – ଶରଣାପନ୍ନ

               ଧନକୁ ପ୍ରାପ୍ତ – ଧନପ୍ରାପ୍ତ

               ଦେହକୁ ଅତୀତ – ଦେହାତୀତ

               ହସ୍ତରଗତ – ହସ୍ତଗତ

ବ୍ୟାପ୍ତି ଅର୍ଥରେ ମଧ୍ୟ ଦ୍ବିତୀୟା ତତ୍Ùପୁରୁଷ ହୁଏ। ଉଦାହରଣ-

କ୍ଷଣକାଳବ୍ୟାପୀ ସ୍ଥାୟୀ = କ୍ଷଣସ୍ଥାୟୀ

ବର୍ଷକଯାଏଁ ଭୋଗ୍ୟ = ବର୍ଷଭୋଗ୍ୟ

ଚିରକାଳବ୍ୟାପୀ ଦୁଖ = ଚିରଦୁଖ

ଚିରଦିନବ୍ୟାପୀ ଶତ୍ରୁ = ଚିରଶତ୍ରୁ

(ଖ) ତୃତୀୟା ତତପୁରୁଷ:

ପୂର୍ବପଦରୁ ତୃତୀୟା ବିଭକ୍ତିର ଲୋପହେଲେ ଯେଉ ତତ୍Ùପୁରୁଷ ସମାସ ହୁଏ; ତାହାକୁ ‘ତୃତୀୟା ତତ୍Ùପୁରୁଷ ସମାସ’ କୁହାଯାଏ। ଯଥା-

କୀଟ ଦ୍ବାରା ଦଷ୍ଟ = କୀଟଦଷ୍ଟ

ସର୍ପଦ୍ବାରା ଦଂଷ୍ଟ୍ର = ସର୍ପଦଂଷ୍ଟ୍ର

ଅଗ୍ନି ଦ୍ବାରା ଦଗ୍Ùଧ = ଅଗ୍ନି ଦଗ୍ଧ

ଗୃହ ଦ୍ବାରା ହୀନ = ଗୃହହୀନ

ଧନ ଦ୍ବାରା ହୀନ = ଧନହୀନ

ଜଳ ଦ୍ବାରା ଆର୍ଦ = ଜଳାର୍ଦ

ହାତ ଦ୍ବାର କଟା = ହାତକଟା

ରାଜାଙ୍କ ଦ୍ବାରା ମତ = ରାଜମତ

ଶୀତ ଦ୍ବାରା ଋତୁ (ପୀଡ଼ିତ) = ଶୀତାର୍ତ୍ତ

(ଗ) ଚତୁର୍ଥୀ ତତପୁରୁଷ:

ପୂର୍ବପଦରୁ ଚତୁର୍ଥୀ ବିଭକ୍ତିର ଲୋପ ହେଲେ ଯେଉ ତତ୍Ùପୁରୁଷ ସମାସ ହୁଏ, ତାହାକୁ ‘ଚତୁର୍ଥୀ ତତ୍Ùପୁରୁଷ ସମାସ’ କୁହାଯାଏ।

ଯଥା-ଦେବକୁ ଅର୍ପିତ = ଦେବାର୍ପିତ

               ପିତୃଙ୍କୁ ଶ୍ରାଦ୍ଧ = ପିତୃଶ୍ରାଦ୍ଧ

               ଦେବକୁ ଦତ୍ତ = ଦେବଦତ୍ତ

               ପୁତ୍ର ନିମିତ୍ତ ଶୋକ = ପୁତ୍ରଶୋକ

               ରଙ୍ଗ ପାଇଁ ମଞ୍ଚ = ରଙ୍ଗମଞ୍ଚ

               ମାତୃ ନିମିତ୍ତ ସୁଖ = ମାତୃସୁଖ

               ପିଇବା ପାଇଁ ପାଣି = ପିଇବା ପାଣି

(ଘ) ପଞ୍ଚମୀ ତତପୁରୁଷ :

ପୂର୍ବପଦରୁ ପଞ୍ଚମୀ ବିଭକ୍ତିର ଲୋପ ଘଟିଲେ ଯେଉ ତତ୍Ùପୁରୁଷ ସମାସ ହୁଏ, ତାହାକୁ ‘ପଞ୍ଚମୀ ତତ୍Ùପୁରୁଷ ସମାସ’ କୁହାଯାଏ। ଯଥା-

ସମାଜରୁ ଚ୍ୟୁତ = ସମାଜଚ୍ୟୁତ

ଶାପରୁ ମୁକ୍ତ = ଶାପମୁକ୍ତ

ରୋଗରୁ ମୁକ୍ତ = ରୋଗମୁକ୍ତ

ଜନ୍ମରୁ ଅନ୍ଧ = ଜନ୍ନାନ୍ଧ

ଗୋଠରୁ ଖଣ୍ଡିଆ = ଗୋଠଖଣ୍ଡିଆ

ପଙ୍କରୁ ଜାତ = ପଙ୍କଜାତ

ଗଛରୁ ତୋଳା = ଗଛତୋଳା

ବନ୍ଧନରୁ ମୁକ୍ତ = ବନ୍ଧନମୁକ୍ତ

ବିଦେଶରୁ ବାହୁଡ଼ା = ବିଦେଶବାହୁଡ଼ା

(ଙ) ଷଷ୍ଠୀ ତତପୁରୁଷ:

ପୂର୍ବପଦରେ ଥିବା ଷଷ୍ଠୀ ବିଭକ୍ତିର ଲୋପ ଘଟିଲେ ଯେଉ ତତ୍Ùପୁରୁଷ ସମାସ ହୁଏ ତାହାକୁ ‘ଷଷ୍ଠୀ ତତ୍Ùପୁରୁଷ ସମାସ’ କୁହାଯାଏ। ଯଥା-

କୁଳର କଳଙ୍କ = କୁଳକଳଙ୍କ

ରାଜାଙ୍କର ପୁତ୍ର = ରାଜପୁତ୍ର

ଯଜ୍ଞର ଧର୍ମ = ଯଜ୍ଞଧର୍ମ

ଦେବଙ୍କର କର୍ମ = ଦେବକର୍ମ

କୂପର ଜଳ = କୂପଜଳ

ଗାଭୀର ଦୁଗ୍ଧ = ଗାଭୀଦୁଗ୍ଧ

ବୃକ୍ଷର ଶାଖା = ବୃକ୍ଷଶାଖା

ଷଷ୍ଠୀ ତତ୍Ùପୁରୁଷରେ ‘ମଧ୍ୟ’, ‘ଅର୍ଦ୍ଧ’ ପ୍ରଭୃତି କେତେକ ପଦ ଓ ଶ୍ରେଷ୍ଠାର୍ଥକ ‘ରାଜା’ ଶବ୍ଦ ସମସ୍ତ ପଦର ପୂର୍ବରେ ରହେ। ଉଦାହରଣ-

ଚନ୍ଦ୍ରର ଅର୍ଦ୍ଧ = ଅର୍ଦ୍ଧଚନ୍ଦ୍ର

ରାତ୍ରର ମଧ୍ୟ = ମଧ୍ୟରାତ୍ର

ହଂସମାନଙ୍କର ରାଜା = ରାଜହଂସ

ପଥମାନଙ୍କର ରାଜା = ରାଜପଥ

ନଈର ମଝି = ମଝିନଈ

‘ଷଷ୍ଠୀ’ ତତ୍Ùପୁରୁଷ ସମାସରେ କେତେକେସ୍ଥଳେ ସ୍ତ୍ରୀଲିଙ୍ଗବାଚକ ଶବ୍ଦ ପୁଂଲିଙ୍ଗବାଚକ ଶବ୍ଦର ଆକାର ଧାରଣ କରିଥାଏ। ଯଥା-

କୁକ୍Ùଟୀର ଅଣ୍ଡ = କୁକୁଟାଣ୍ଡ

ଛାଗୀର ଦୁଗ୍Ùଧ = ଛାଗଦୁଗ୍ଧ

ହଂସୀର ଡିମ୍ବ = ହଂସଡିମ୍ବ

ମାଈଛେଳିର ଦୁଧ = ଛେଳିଦୁଧ

ପୁନଶ୍ଚ ‘ଅହନ୍Ù’ ଏବଂ ‘ରାତ୍ରି’ ଶବ୍ଦ ସହିତ ‘ମଧ୍ୟ’, ‘ପୂର୍ବ’ ଆଦି କେତେକ ଶବ୍ଦର ତତ୍Ùପୁରୁଷ ସମାସ ହେଲେ ‘ମଧ୍ୟ’, ‘ପୂର୍ବ’ ଆଦି ଶବ୍ଦ ପୂର୍ବପଦରେ ପରିଣତ ହୁଏ। ‘ଅହନ୍Ù’ ଶବ୍ଦର ଉପଧାସ୍ବର ଏବଂ ‘ରାତ୍ରି’ ଶବ୍ଦର ଅନ୍ୟ ଇ କାରର ଲୋପ ହୁଏ। ଯଥା-

ଅହର ମଧ୍ୟ = ମଧ୍ୟାହ୍ନ

ଅହର ପୂର୍ବ = ପୂର୍ବ।ହଣ

ରାତ୍ରିର ଅର୍ଦ୍ଧ = ଅର୍ଦ୍ଧରାତ୍ର

ରାତ୍ରିର ଶେଷ = ଶେଷରାତ୍ର

ଆମେ ସାଧାରଣତଃ କହିବାବେଳେ – ଅର୍ଦ୍ଧରାତ୍ରି, ଶେଷରାତ୍ରି ଆଦି କହିଥାଉ।

(ଚ) ସପ୍ତମୀ ତତ୍Ùପୁରୁଷ:

ପୂର୍ବପଦରେ ଥିବା ସପ୍ତମୀ ବିଭକ୍ତିର ଲୋପ ହେବା ସହିତ ଯେଉ ତତ୍Ùପୁରୁଷ ସମାସ ହୁଏ, ତାହାକୁ କୁହାଯାଏ ‘ସପ୍ତମୀ ତତ୍Ùପୁରୁଷ’ ସମାସ। ଯଥା-

ଶାସ୍ତ୍ରରେ ନିପୁଣ = ଶାସ୍ତ୍ରନିପୁଣ

ବିଦ୍ୟାରେ ନିପୁଣ = ବିଦ୍ୟାନିପୁଣ

ରଣରେ ପଟୁ = ରଣପଟୁ

ସଂଖ୍ୟାରେ ଗରିଷ୍ଠ = ସଂଖ୍ୟାଗରିଷ୍ଠ

ବାକ୍Ùରେ ପଟୁ = ବାକ୍Ùପଟୁ

ବଣରେ ଭୋଜି = ବଣଭୋଜି

ନଈରେ ପହଁରା = ନଈପହଁରା

କାର୍ଯ୍ୟରେ ଦକ୍ଷ = କାର୍ଯ୍ୟଦକ୍ଷ

(ଛ) ନଞ୍Ù ତତ୍Ùପୁରୁଷ:

ପରପଦର ପ୍ରାଧାନ୍ୟ ଥାଇ ‘ନ’ (ସଂସ୍କୃତ ‘ନଞ୍Ù’) ବା ନାସ୍ତିଅର୍ଥକ ପଦସହିତ ଅନ୍ୟପଦର ସମାସ ହେଲେ ତାହାକୁ ‘ନଞ୍Ù ତତ୍Ùପୁରୁଷ ସମାସ’ କୁହାଯାଏ। ଏହି ସମାସର ପରପଦରେ ପ୍ରଥମେ ବ୍ୟଞ୍ଜନ ବର୍ଣ୍ଣ ଥିଲେ ‘ନ’ ସ୍ଥାନରେ ‘ଅ’ ହୋଇଥାଏ ଏବଂ ସ୍ବରବର୍ଣ୍ଣ ଥିଲେ ‘ନ’ ସ୍ଥାନରେ ‘ଅନ୍Ù’ ହୁଏ। ଯଥା-

ନ ଅଭିଜ୍ଞ = ଅନଭିଜ୍ଞ

ନ ଆମୟ = ଅନାମୟ

ନ ଆବିଳ = ଅନାବିଳ

ନ ଆଗତ = ଅନାଗତ

ନ ଉନ୍ନତ = ଅନୁନ୍ନତ

ନ ଉର୍ବର = ଅନୁର୍ବର

ସ୍ଥଳବିଶେଷରେ ନଞ୍Ù ତତ୍Ùପୁରୁଷ ସମାସରେ ‘ଅନୁ’ ‘ଅଣୁ’ ଆକାର ଧାରଣ କରିଥିବାର ଦେଖାଯାଏ। ଯଥା-

ଅଣହଳଦିଆ, ଅଣସୋରିଷ, ଅଣହେଳା, ଅଣଲେଓଟା, ଅଣବାହୁଡ଼ା।

ପରପଦର ଆଦ୍ୟରେ ସ୍ବରବର୍ଣ୍ଣ ଥିଲେ କେତେକ ସ୍ଥଳେ ବିକଳ୍ପରେ ‘ନ’ର ପରିବର୍ତ୍ତନ ମଧ୍ୟ ହୋଇନଥାଏ। ଯଥା-

ନାତିଦୀର୍ଘ, ନାତିଦୂର, ନାତିବିଳମ୍ବ।

ପୁନଶ୍ଚ – ଅନଟନ, ଅନବନାଭ ଆଦି କେତେକ ଶବ୍ଦରେ ‘ଅନ’ ମଧ୍ୟ ଥିବାର ଲକ୍ଷ୍ୟ କରାଯାଏ।

(କ) ଉପପଦ ତତ୍Ùପୁରୁଷ:

କୌଣସି କୌଣସି ପଦ ନିର୍ମ।ଣ କରିବା ପାଇଁ ‘ଧାତୁ’ର ପୂର୍ବରେ ଅନ୍ୟ ଏକ ପଦ ଥାଏ। ସେହି ପଦକୁ ‘ଉପପଦ’ କୁହାଯାଏ। ଉପପଦ ସହିତ କ୍ରିୟାନିଷ୍ପନ୍ନ ଅନ୍ୟ ପଦର ଯେଉ ସମାସ ହୁଏ, ତାହାକୁ କୁହାଯାଏ – ‘ଉପପଦ ତତ୍Ùପୁରୁଷ ସମାସ’। ଏମାନଙ୍କ ସହିତ ଧାତୁର ସମାସ କରିବା କ୍ଷେତ୍ରରେ ସମାସ ହୋଇଥିବା ଶେଷପଦଟି କୃଦନ୍ତ ହୋଇଥାଏ। ଯଥା-

ଶଯ୍ୟାରେ ଶୋଇଛି ଯେ ସେ = ଶଯ୍ୟାଶାୟୀ

ମଧୁପାନ କରେ ଯେ ସେ = ମଧୁପ, ମଧୁପାୟୀ

ସୁଖ ଦିଏ ଯେ ସେ = ସୁଖଦ, ସୁଖଦାୟୀ

ମଣିଷ ଖାଏ ଯେ ସେ = ମଣିଷଖିଆ

ଧନୁ ଧାରଣ କରିଛି ଯେ ସେ = ଧନୁର୍ଦ୍ଧର

ନିଶାରେ ଚରେ ଯେ ସେ = ନିଶାଚର

ମିଥ୍ୟା ଭାଷେ (କହେ) ଯେ ସେ = ମିଥ୍ୟାଭାଷୀ

ଜଳକୁ ଧାରଣ କରେ ଯେ ସେ = ଜଳଧର

ଚକ୍ରକୁ ଧାରଣ କରେ ଯେ ସେ = ଚକ୍ରଧର (ଚକ୍ରଧାରୀ)

କାନରେ କହେ ଯେ ସେ = କାନକୁହା

କଳ୍ପନାରେ ଜୀଏ ଯେ ସେ = କଳ୍ପଜୀବୀ

ବୁଦ୍ଧିରେ ଜୀଏ ଯେ ସେ = ବୁଦ୍ଧିଜୀବୀ

ବହୁ ଭୋଜନ କରେ ଯେ ସେ = ବହୁଭୋଜି

ନିତ୍ୟ ସମାସ

ସମସ୍ତ ପଦରେ ଥିବା ମାତ୍ର ଦୁଇଗୋଟି ପଦରୁ ନେଇ ଗଠିତ ସମାସକୁ ନିତ୍ୟ ସମାସ କୁହାଯାଏ। ‘ନିତ୍ୟସମାସ’କୁ କେତେକ ବ୍ୟାକରଣବିତ୍Ù ତତ୍Ùପୁରୁଷ ସମାସର ଅନ୍ତର୍ଭୁକ୍ତ କରିଥାନ୍ତି। ‘ନିତ୍ୟସମାସ’ ପୁଣି ଦୁଇଭାଗରେ ବିଭକ୍ତ। ଯଥା-

(କ) ଅସ୍ବପଦବିଗ୍ରହ ନିତ୍ୟ ସମାସ

(ଖ) ଅବିଗ୍ରହ ନିତ୍ୟ ସମାସ

ଯାହାର ସ୍ବପଦମାନଙ୍କର ବିଗ୍ରହ ନହୋଇ ଅନ୍ୟ ପଦର ସହାୟତାରେ ସମାସ ହୁଏ ତାହାକୁ କୁହାଯାଏ – ‘ଅସ୍ବପଦ ବିଗ୍ରହ ନିତ୍ୟ ସମାସ’ ଯଥା-

ଦ୍ବିଜଙ୍କ ନିମିତ୍ତ = ଦ୍ବିଜାର୍ଥ

ପାନ ନିମିତ୍ତ = ପାନାର୍ଥ

ଦାନ ନିମିତ୍ତ = ଦାନାର୍ଥ

ଯାହାର ସ୍ବପଦମାନଙ୍କର ଆଦୌ ବିଗ୍ରହ ହୁଏ ନାହିଁ, ଯଦି ହୁଏ ତେବେ ସେଥିରୁ କୌଣସି ଅର୍ଥସୂଚିତ ହୁଏନାହିଁ ତାହାକୁ କୁହାଯାଏ – ‘ଅବିଗ୍ରହ ନିତ୍ୟ ସମାସ’। ଯଥା-

କୃଷ୍ଣସର୍ପ (କାଳୀୟନାଗ ଭିନ୍ନ ଅନ୍ୟ କାହାକୁ ବୁଝାଏ ନାହିଁ)।

ଦ୍ବିରେଫ (ଭ୍ରମର ଭିନ୍ନ ଆଉ କାହାକୁ ବୁଝାଏ ନାହିଁ।)

ଅଲୁକ୍ ସମାସ

ସାଧାରଣତଃ ଦେଖାଯାଏ ଯେ, ସମାସ ହେଲେ ସମସ୍ତ ପଦରେ ସଦସ୍ୟମାନ ପଦମାନଙ୍କରେ ବିଭକ୍ତିଚିହ୍ନ ଲୋପ ହୋଇଥାଏ। ଏ ପ୍ରକାର ସମାସକୁ କୁହାଯାଏ ‘ଲୁକ୍Ù ସମାସ’। କିନ୍ତୁ ତତ୍Ùପୁରୁଷ ସମାସରେ କେତେକ ସ୍ଥଳେ ପୂର୍ବପଦସ୍ଥିତ ବିଭକ୍ତିର ଲୋପ ହୋଇନଥାଏ। ଏ ପ୍ରକାର ସମାସକୁ ‘ଅଲୁକ୍Ù ସମାସ’ କୁହାଯାଏ। ଯଥା-

ଯୁଧି (ଯୁଦ୍ଧରେ) ସ୍ଥିର = ଯୁଧିଷ୍ଠିର

ବନେ (ବନରେ) ଚରେ = ବନେଚର (ବିଚରଣ କରେ)

ପରାତ୍Ù (ଶ୍ରେଷ୍ଠଠାରୁ) ପର (ଶ୍ରେଷ୍ଠ) = ପରାତ୍ପର

ଭ୍ରାତୁ (ଭାଇର) ପୁତ୍ର = ଭ୍ରାତୃଷ୍ପୁତ୍ର

ଅନ୍ତେ (ସମୀପରେ) ବାସକରେ ଯେ = ଅନ୍ତେବାସୀ

କର୍ମଧାରୟ ସମାସ

ତତ୍Ùପୁରୁଷ ସମାସରେ ଦୁଇଟି ପଦ ଯଦି ଗୋଟିଏ ବସ୍ତୁକୁ ବୁଝାଏ, ତେବେ ସେଇ ଦୁଇ ପଦର ମିଳନକୁ ‘କର୍ମଧାରୟ ସମାସ’ କୁହାଯାଏ। କର୍ମଧାରୟ ସମାସରେ ସମସ୍ତ ପଦରେ ପର ପଦର ଅର୍ଥ ହିଁ ପ୍ରାଧାନ୍ୟ ପାଇଥାଏ। ପ୍ରଧାନତଃ କର୍ମଧାରୟ ସମାସରେ ବିଶେଷ୍ୟ ଏବଂ ବିଶେଷଣ ପଦର ବ୍ୟବହାର ହୁଏ।

ଉଦାହରଣ- ‘ଧଳା ଲୁଗା’ ଏଠାରେ ‘ଧଳା ଅଟେ ଲୁଗା’ର ସମାସ ହୋଇଛି। ଏଠାରେ ‘ଧଳା’ ପୂର୍ବପଦ ଓ ‘ଲୁଗା’ ପରପଦ। ମାତ୍ର ‘ଧଳା’ ଏକ ରଙ୍ଗବିଶେଷ ଓ ‘ଲୁଗା’ ଏକ ବସ୍ତ୍ରବିଶେଷ। କିନ୍ତୁ ଯେତେବେଳେ ‘ଧଳାଳୁଗା’ କୁହାଯାଏ, ସେତେବେଳେ ଲୁଗାର ଏକ ସ୍ବତନ୍ତ୍ର ରଙ୍ଗକୁ ହିଁ ସୂଚାଏ। ଏଠାରେ ପୂର୍ବପଦଠାରୁ ପରପଦର  ଗୁରୁତ୍ବ ଅଧିକ ହେବାରୁ କର୍ମଧାରୟ ସମାସ ହେଲା।

କର୍ମଧାରୟ ସମାସ ବିଭିନ୍ନ ଭାଗରେ ବିଭକ୍ତୀକୃତ। ଯଥା-

(କ) ପୂର୍ବପଦ ବିଶେଷଣ ଓ ପରପଦ ବିଶେଷ୍ୟରେ କର୍ମଧାରୟ:

ଏହି ଧରଣର ‘ସମାସ’ରେ ପୂର୍ବପଦ ବିଶେଷଣ ହୋଇଥାଏ ଓ ପରପଦରେ ବିଶେଷ୍ୟ ଥାଇ ସମାସ ହୁଏ। ଯଥା-

ପୂର୍ଣ୍ଣ ଅଟେ ଚନ୍ଦ୍ର = ପୂର୍ଣ୍ଣଚନ୍ଦ୍ର

ବୃଦ୍ଧ ଅଟେ ଲୋକ = ବୃଦ୍ଧଲୋକ

ସଫା ଅଟେ ଲୁଗା = ସଫାଲୁଗା

ଲୁଣି ଅଟେ ମାଛ = ଲୁଣିମାଛ

ଫୁଟା ଅଟେ ମାଠିଆ = ଫୁଟାମାଠିଆ

ନୀଳ ଅଟେ ଆକାଶ = ନୀଳଆକାଶ

କର୍ମଧାରୟ ସମାସରେ ପୂର୍ବପଦ ସ୍ତ୍ରୀଲିଙ୍ଗବାଚକ ଶବ୍ଦ ହୋଇଥିଲେ ସମସ୍ତ ପଦରେ ଏହା ପୁଂଲିଙ୍ଗବାଚକ ଶବ୍ଦ ହୁଏ। ଯଥା-

ପ୍ରିୟା ଅଟେ ପତ୍ନୀ = ପ୍ରିୟପତ୍ନୀ

ପୁଷ୍ପିତା ଅଟେ ଲତା = ପୁଷ୍ପିତଲତା

ଧୀରା ଅଟେ ମତି = ଧୀରମତି

ଅଧୀରା ଅଟେ ନାୟିକା = ଅଧୀରନାୟିକା

(ଖ) ପୂର୍ବପଦ ବିଶେଷଣ ଓ ପରପଦ ବିଶେଷଣରେ କର୍ମଧାରୟ:

କର୍ମଧାରୟ ସମାସରେ ବିଶେଷଣ ପୂର୍ବପଦରେ ଥାଏ। ମାତ୍ର କେତେକ ସ୍ଥଳରେ ପରପଦରେ ମଧ୍ୟ ବିଶେଷଣ ଥାଏ। ଏ କ୍ଷେତ୍ରରେ ପୂର୍ବପଦ ବିଶେଷଣ ଓ ପରପଦ ବିଶେଷଣରେ କର୍ମଧାରୟ ସମାସ ହୁଏ। ଯଥା-

ରୁଦ୍ର ଅଟେ ସୁନ୍ଦର = ରୁଦ୍ରସୁନ୍ଦର (ଯେ ରୁଦ୍ର ସେ ସୁନ୍ଦର)

ଭୀମ ଅଟେ କାନ୍ତ = ଭୀମକାନ୍ତ (ଯେ ଭୀମ ସେ କାନ୍ତ)

ଅତି ଅଟେ ଲମ୍ବ = ଅତିଲମ୍ବ

ପରମ ଅଟେ ରମଣୀୟ = ପରମରମଣୀୟ

ଅତି ଅଟେ ଦୁଷ୍ଟ = ଅତିଦୁଷ୍ଟ

(ଗ) ପୂର୍ବପଦ ବିଶେଷ୍ୟ ଓ ପରପଦ ବିଶେଷ୍ୟରେ କର୍ମଧାରୟ:

ପୂର୍ବପଦ ବିଶେଷ୍ୟ ଓ ପରପଦ ବିଶେଷ୍ୟ ଥିଲେ ଏ କ୍ଷେତ୍ରରେ ମଧ୍ୟ କର୍ମଧାରୟ ସମାସ ହୁଏ। ଯଥା-

ଯେ ରାଜା ସେ ଋଷି = ରାଜର୍ଷି

ଯେ ବିପ୍ର ସେ ଋଷି = ବିପ୍ରର୍ଷି

ଯେ ବ୍ରହ୍ମ ସେ ଋଷି = ବ୍ରହ୍ମର୍ଷି

ଦେବ ଅଟେ ଋଷି = ଦେବର୍ଷି

ଯେ ନର ସେ ସିଂହ = ନରସିଂହ (ନର ଅଟେ ସିଂହ)

ରାଜା ଅଟେ ନର = ନରରାଜ

(ଘ) ପୂର୍ବପଦ ବିଶେଷ୍ୟ ଓ ପରପଦ ବିଶେଷଣରେ କର୍ମଧାରୟ:

ପୂର୍ବପଦ ବିଶେଷ୍ୟ ଓ ପରପଦ ବିଶେଷଣରେ ମଧ୍ୟ କର୍ମଧାରୟ ସମାସ ହୁଏ। ଯଥା-

ଉତ୍ତମ ଅଟେ ପୁରୁଷ = ପୁରୁଷୋତ୍ତମ

ନର ଅଟେ ଶ୍ରେଷ୍ଠ = ନରଶ୍ରେଷ୍ଠ

ଏତଦ୍Ùଭିନ୍ନ କର୍ମଧାରୟ ସମାସରେ ‘ମହତ୍Ù’ ଶବ୍ଦ ପୂର୍ବପଦ ରୂପେ ରହିଥିଲେ ତାହା ସ୍ଥାନରେ ‘ମହା’ ହୋଇଥାଏ। ସ୍ତ୍ରୀଲିଙ୍ଗରେ ‘ମହାନ୍Ù’ ମଧ୍ୟ ‘ମହତୀ’ ହୋଇଥାଏ। ଯଥା-

ମହାନ୍Ù ଅଟେ ସାଗର = ମହାସାଗର

ମହାନ୍Ù ଅଟେ ଦେଶ = ମହାଦେଶ

ମହାନ୍Ù ଅଟେ ପୁରୁଷ = ମହାପୁରୁଷ

ମହାନ୍Ù ଅଟେ ଆକାଶ = ମହାକାଶ

ମହାନ୍Ù ଅଟେ ବୃକ୍ଷ = ମହାବୃକ୍ଷ

ମହତୀ ଅଟେ ଅଷ୍ଟମୀ = ମହାଷ୍ଟମୀ

ମହତୀ ଅଟେ ସତୀ = ମହାସତୀ

ମହତୀ ଅଟେ ନାରୀ = ମହାନାରୀ

ପୁନଶ୍ଚ କର୍ମଧାରୟ ସମାସରେ ‘ଅନ୍ୟ’ ଶବ୍ଦ ସ୍ଥାନରେ ‘ଅନ୍ତର’ ଶବ୍ଦ ହୋଇଥାଏ। ଏଠାରେ ‘ଅନ୍ତର’ ପରପଦ ରୂପେ ବ୍ୟବହୃତ ହୋଇଥାଏ। ଯଥା-

ଅନ୍ୟଦେଶ = ଦେଶାନ୍ତର

ଅନ୍ୟଭାବ = ଭାବାନ୍ତର

ଅନ୍ୟରୂପ = ରୂପାନ୍ତର

ଅନ୍ୟଗ୍ରାମ = ଗ୍ରାମାନ୍ତର

ଅନ୍ୟଭାଷା = ଭାଷାନ୍ତର

ଅନ୍ୟଧର୍ମ = ଧର୍ମ।ନ୍ତର

ଅନ୍ୟଜନ୍ମ = ଜନ୍ମାନ୍ତର

ପୁଣି ପୂର୍ବକାଳ ଓ ଉତ୍ତର କାଳକୁ ଇଙ୍ଗିତ କଲେ ‘ତ’ ପ୍ରତ୍ୟୟ ଥିବା ପଦ ଦୁଇଟିର କର୍ମଧାରୟ ସମାସ ହୁଏ। ଯଥା-

ପୂର୍ବେ ଯାତ ପରେ ଆୟାତ = ଯାତାୟାତ

ପୂର୍ବେ ସୁପ୍ତ ପରେ ଉତ୍Ùଥିତ = ସୁପ୍ତୋଥିତ

(ଙ) ରୂପକ କର୍ମଧାରୟ ସମାସ:

ରୂପକ କର୍ମଧାରୟ ସମାସରେ ଉପମାନ ଓ ଉପମେୟ ଅଭିନ୍ନ ରୂପେ ପ୍ରତିପାଦିତ ହୁଅନ୍ତି। ଏହାକୁ ‘ଅଭେଦ କର୍ମଧାରୟ’ ବୋଲି ମଧ୍ୟ କୁହାଯାଏ। ଉଦାହରଣ- “ସ୍ତ୍ରୀ ରତ୍ନ”

ଏଠାରେ ‘ସ୍ତ୍ରୀ ହେଉଛି ‘ରତ୍ନ’। ସ୍ତ୍ରୀକୁ ରତ୍ନ ରୂପେ ବିବେଚନା କରାଯାଇଛି। ସ୍ତ୍ରୀ ଓ ରତ୍ନ ମଧ୍ୟରେ କୌଣସି ଭେଦନାହିଁ; ଅର୍ଥ।ତ୍Ù ଏ ଉଭୟର ଅଭେଦ କଳ୍ପନା କରାଯାଇଥିବାରୁ ଏଠାରେ ଉପମେୟ ଓ ଉପମାନ ଅଭିନ୍ନ ରୂପ ଦର୍ଶ।ଇ ରୂପକ କର୍ମଧାରୟ ସମାସରେ ପରିଣତ ହୋଇଛନ୍ତି। ଏପରି ଅଭେଦ କଳ୍ପନାରେ ରୂପକ କର୍ମଧାରୟ ସମାସ ହିଁ ହୋଇଥାଏ। ଯଥା-

ଦୁଖ ରୂପକ ଅର୍ଣ୍ଣବ = ଦୁଖାର୍ଣ୍ଣବ

ଶୋକ ରୂପକ ଅଗ୍ନି = ଶୋକାଗ୍ନି

ଅଜ୍ଞାନ ରୂପକ ଅନ୍ଧକାର = ଅଜ୍ଞନାନ୍ଧକାର

ମୋହ ରୂପକ ନିଦ୍ରା = ମୋହନିଦ୍ରା

ମାତୃ ରୂପିଣୀ ଦେବୀ = ମାତୃଦେବୀ

ହୃଦୟ ରୂପକ ହାର = ହୃଦୟହାର

(ଚ) ଉପମିତ କର୍ମଧାରୟ ସମାସ:

ଯାହା ବିଷୟରେ କୁହାଯାଏ ତାହା ‘ଉପମେୟ’। ମାତ୍ର ଯେଉ ପ୍ରସିଦ୍ଧ ଓ ଅଧିକ ଗୁଣ ବିଶିଷ୍ଟ ବସ୍ତୁ ସହିତ ଉପମେୟର ତୁଳନା କରାଯାଏ, ତାହାକୁ କୁହାଯାଏ ‘ଉପମାନ’। ସମାସରେ ‘ଉପମେୟ’ ପୂର୍ବପଦ ଓ ‘ଉପମାନ’ ପରପଦ ହେଲେ ସେଠି ‘ଉପମିତ କର୍ମଧାରୟ ସମାସ’ ହୁଏ।

ଉଦାହରଣ – ମୁଖଟି ଚନ୍ଦ୍ର ପରି।

ଏଠାରେ ମୁଖ ହେଉଛି ଉପମେୟ, କାରଣ ମୁଖ ବିଷୟରେ କୁହାଯାଉଛି। ଏହି ମୁଖର ଶୋଭା ବର୍ଣ୍ଣନା କରିବାକୁ ଯାଇଁ ମୁଖଠାରୁ ଅଧିକ ଶୋଭା ଓ ଲାବଣ୍ୟ ପରିପୂର୍ଣ୍ଣ ଚନ୍ଦ୍ରକୁ ମୁଖ ସହିତ ତୁଳନା କରାଯାଇଛି। ତେଣୁ ଏଠାରେ ‘ଚନ୍ଦ୍ର’ ଉପମାନ। ଉପମେୟ ‘ମୁଖ’ ଏଠାରେ ପୂର୍ବପଦ ଓ ଉପମାନ ‘ଚନ୍ଦ୍ର’ ପରପଦ ହେବାରୁ ଏଠାରେ ଉପମିତ କର୍ମଧାରୟ ସମାସ ହେଲା। ଅନ୍ୟ କେତେକ ଉଦାହରଣ-

ଅଧର ବିମ୍ବପରି = ଅଧରବିମ୍ବ

ପାଦ ପଦ୍ମପରି = ପାଦପଦ୍ମ

ଅଧର ପଲ୍ଲବ ପରି = ଅଧରପଲ୍ଲବ

ନର ଇନ୍ଦ୍ର ପରି = ନରେନ୍ଦ୍ର

(ଛ) ଉପମାନ କର୍ମଧାରୟ ସମାସ:

ଗୋଟିଏ ବାକ୍ୟରେ ସମୟେ ସମୟେ କେତେକ ସାଦୃଶ ପରିଲକ୍ଷିତ ହୋଇଥାଏ। ଗୋଟିକୁ ଅନ୍ୟଟି ସହିତ ତୁଳନା କରାଯାଇଥାଏ। ଅଳଙ୍କାର ଶାସ୍ତ୍ରରେ ଏହାକୁ କୁହାଯାଏ ‘ଉପମା’। ‘ଉପମା’ରେ ଉପମାନ, ଉପମେୟ ଏବଂ ଉପମା ବା ସାଦୃଶ୍ୟବାଚକ ଶବ୍ଦ ଥାଏ। ଅନ୍ୟ ଅର୍ଥରେ କହିଲେ- ଯେଉ ସମାସରେ ଉପମାନ ଓ ଉପମେୟର ସାଧାରଣ ଧର୍ମବାଚକ ଶବ୍ଦ ସହିତ ଉପମାବାଚକ ଶବ୍ଦର ସମସା ହୁଏ, ସେତେବେଳେ ତାହା ‘ଉପମାନ କର୍ମଧାରୟ ସମାସ ହେଲା ବୋଲି ବୁଝାଯିବ। ଏପରି ସମାସର ସମସ୍ତ ପଦରେ ଉପମାନବାଚକ ପଦଟି ପୂର୍ବରେ ରହିଥାଏ। ଯଥା- ‘ଚନ୍ଦ୍ରବଦନ’ (ଚନ୍ଦ୍ର ପରି ବଦନ)।

ଏଠାରେ ବଦନ (ମୁହଁ)ଟି କିପରି ପ୍ରଶ୍ନ କରାଗଲେ, ଉତ୍ତର ମିଳେ ଚନ୍ଦ୍ର ପରି ବଦନ। ଅର୍ଥ।ତ୍Ù ବଦନ ସହିତ ଚନ୍ଦ୍ର ତୁଳନୀୟ ହୋଇଛି ଏଠାରେ। ‘ପରି’ ଏଠାରେ ସାଦ୍ୟୃବାଚକ ଶବ୍ଦ।

କର୍ମଧାରୟ ସମାସରେ ଉପମେୟ ନଥାଇ ଉପମାନ ସହିତ ସାଦୃଶ୍ୟ ଶବ୍ଦ ଗୁଡ଼ିକ ପରପଦରୂପେ ବ୍ୟବହୃତ ହୋଇଥାଏ।

ଯଥା-     ତୁଷାର ପରି ଧବଳ = ତୁଷାରଧବଳ

               ଘନପରି ଶ୍ୟାମ = ଘନଶ୍ୟାମ

               ନବନୀତ ପରି କୋମଳ = ନବନୀତ କୋମଳ

               ବଜ୍ରପରି କଠିନ = ବଜ୍ରକଠିନ

               ଚନ୍ଦନ ପରି ଶୀତଳ = ଚନ୍ଦନଶୀତଳ

(ଞ) ମଧ୍ୟପଦଲୋପୀ କର୍ମଧାରୟ:

ଏତାଦୃଶ ସମାସରେ ସମସ୍ତ ପଦରୁ ମଝିପଦଟିକୁ ଲୋପ କରାଯାଇଥିବାରୁ, ଏହାକୁ କୁହାଯାଏ ମଧ୍ୟମପଦଲୋପୀ କର୍ମଧାରୟ ସମାସ।

ଯଥା-     ସିଂହଚିହ୍ନିତ ଦ୍ବାର = ସିଂହଦ୍ବାର

               ବାଲିମିଶା ମାଟି = ବାଲିମାଟି

               ସୁନାରେ ତିଆରି ମୁଦି = ସୁନାମୁଦି

               ଦ୍ବି ଅଧିକଦଶ = ଦ୍ବାଦଶ

               ନଡ଼ିଆ ନାମକ ଗଛ = ନଡ଼ିଆଗଛ

               ଦହିମିଶା ଚୂଡ଼ା = ଦହିଚୂଡ଼ା

               ବନଜାତ ଅଗ୍ନି = ବନାଗ୍ନି

               ପିତ୍ତଳରେ ଗଢ଼ା ମୂର୍ତ୍ତି = ପିତ୍ତଳମୂତ୍ତିର୍ି

               ହିମାଳୟ ନାମକ ପର୍ବତ = ହିମାଳୟ ପର୍ବତ

               ବୈତରଣୀ ନାମକ ନଦୀ = ବୈତରଣୀ

               କଟକ ନାମକ ନଗରୀ = କଟକ ନଗରୀ

               ବିଶ୍ବାମିତ୍ର ନାମକ ଋଷି = ବିଶ୍ବାମିତ୍ର ଋଷି

କର୍ମଧାରୟ ସମାସର ଆଉ ଗୋଟିଏ ରୂପ:

1।     ସ୍ବରବର୍ଣ୍ଣ ପରେ ଥିଲେ କର୍ମଧାରୟ ସମାସରେ ‘କୁ’ ସ୍ଥାନରେ ଅନେକ ସ୍ଥଳେ ‘କତ୍Ù’ ଆଦେଶ ହୋଇଥାଏ।

               ଯଥା- ସୁ ଆ୍ରୂର = ସଦାଚାର

                              କୁ ଆ୍ରୂର = କଦାରୂର

                              କୁ ଆକାର = କଦାକାର

2।     କର୍ମଧାରୟ ସମାସ ନିଷ୍ପନ୍ନ ସମସ୍ତ ପଦରେ କେତେକ ସ୍ଥଳେ ପୂର୍ବପଦ ବିକଳ୍ପରେ ପରେ ବସେ।

               ଯଥା- ଏକ ବର୍ଷ = ଏକବର୍ଷ, ବର୍ଷକ (ବର୍ଷକେ)

               ଏକ ଜଣ = ଏକଜଣ, ଜଣକ (ଜଣେକ)

3।     ‘ପୁରୁଷ’ ଶବ୍ଦ ପରେ ଥିଲେ କର୍ମଧାରୟ ସମାସରେ ‘କୁ’ ସ୍ଥାନରେ ବିକଳ୍ପନରେ ‘କା’ ହୁଏ।

               ଯଥା- କୁ-ପୁରୁଷ = କୁପୁରଷ (କାପୁରୁଷ)

4।     କର୍ମଧାରୟ ସମାସରେ ସଖା (ସଖିନ୍Ù) ଶବ୍ଦର ‘ଆକାର’ ସ୍ଥାନରେ ‘ଅକାର’ ହୋଇଥାଏ।

               ଯଥା- ପ୍ରିୟ ସଖା = ପ୍ରୟିସଖ

5।     ପୁଣି – ‘ଅନ୍ୟ ଶବ୍ଦ ଥିଲେ ତାହା ‘ଅନ୍ତର’କୁ ରୂପାନ୍ତର ଲଭିଥାଏ।  

               ଯଥା-     ଅନ୍ୟ ଗୃହ = ଗୃହାନ୍ତର

                              ଅନ୍ୟ ଦେଶ = ଦେଶାନ୍ତର

                              ଅନ୍ୟ ନାମ = ନାମାନ୍ତର

                              ଅନ୍ୟ ଭାଷା = ଭାଷାନ୍ତର

                              ଅନ୍ୟ ଗ୍ରାମ = ଗ୍ରାମାନ୍ତର

                              ଅନ୍ୟ ଧର୍ମ = ଧର୍ମ।ନ୍ତର

ବହୁବ୍ରୀହି ସମାସ

ଯେଉ ସମାସରେ ସମସ୍ତ ପଦ ସମସ୍ୟମାନ ପଦମଧ୍ୟରୁ କାହାରିକୁ ନବୁଝାଇ ସେହି ଅର୍ଥ ବିଶିଷ୍ଟ ଅନ୍ୟଗୋଟିଏ ବସ୍ତୁକୁ ବୁଝାଏ, ତାହାକୁ କୁହାଯାଏ ‘ବହୁବ୍ରୀହି ସମାସ’। ଏହି ସମାସରେ ସମସ୍ୟମାନପଦର କାହାରି ପ୍ରଭାବ ରହେନାହିଁ, ଅଥଚ ଅନ୍ୟପଦର ଅର୍ଥପ୍ରାଧାନ୍ୟ ରହିଥାଏ।

ଯଥା- ‘ଚକ୍ର ପାଣିରେ ଯାହାର’ = ଚକ୍ରପାଣି।

ଏଠାରେ ‘ଚକ୍ର’ ପୂର୍ବପଦ ଏବଂ ‘ପାଣି’ ପରପଦ। କିନ୍ତୁ ଏକ ଦୁଇପଦର ସମାସ ହେବାଦ୍ବାରା ଦୁଇଟିର କୌଣସି ଅର୍ଥ ଆସୁନାହିଁ। ଅଥଚ ଏହି ଦୁଇଟି ପଦର ସମନ୍ବୟରେ ‘ଚକ୍ରପାଣି’ ହେବାଦ୍ବାରା ଏହା ଶ୍ରୀକୃଷ୍ଣଙ୍କୁ ହିଁ ବୁଝାଉଛି। ଅର୍ଥ।ତ୍Ù – ଏହିଠାରେ ‘ଚକ୍ରପାଣି’ ହେଲା ଅନ୍ୟପଦ ଓ ଏହାର ଅର୍ଥପ୍ରଧାନ୍ୟ ହେଉଛି।

ଅନୁରୂପ ଉଦାହରଣ କେତୋଟି ହେଲା-

ପୀତ ଅଟେ ଅମ୍ବର ଯାହାର = ପୀତାମ୍ବର (ଶ୍ରୀକୃଷ୍ଣ)

ଦଶ ଆନନ ଯାହାର = ଦଶାନନ (ରାବଣ)

ତ୍ରିଲୋଚନ ଯାହାର = ତ୍ରିଲୋଚନ (ଶିବ)

ଚନ୍ଦ୍ରଚୂଡ଼ାରେ ଯାହାର = ଚନ୍ଦ୍ରଚୂଡ଼ (ଶିବ)

ବୀଣା ପାଣିରେ ଯାହାର = ବୀଣାପାଣି (ସରସ୍ବତୀ)

1।     ପୁନଶ୍ଚ – ବହୁବ୍ରୀହି ସମାସରେ ପରପଦ ସ୍ତ୍ରୀଲିଙ୍ଗବାଚକ ଶବ୍ଦ ହୋଇଥିଲେ ପୂର୍ବବର୍ତ୍ତୀ ସ୍ତ୍ରୀଲିଙ୍ଗବାଚକ ଶବ୍ଦ ପୁଂଲିଙ୍ଗବାଚକ ଶବ୍ଦର ଆକାର ଧାରଣ କରିଥାଏ। ପରପଦ ଆକାରାନ୍ତ ସ୍ତ୍ରୀଲିଙ୍ଗ ହୋଇଥିଲେ ତାହା ମଧ୍ୟ ଆକାରାନ୍ତ ଯୁକ୍ତ ହୁଏ।

ଯଥା-     କୃତାବିଦ୍ୟା ଯାହାର = କୃତବିଦ୍ୟା

               ତୀକ୍ଷ୍Ùଣା ବୁଦ୍ଧି ଯାହାର = ତୀକ୍ଷ୍Ùଣବୃଦ୍ଧି

               ସ୍ଥିତାପ୍ରଜ୍ଞ ଯାହାର = ସ୍ଥିତାପ୍ରଜ୍ଞ

               ଦୃଢ଼ପ୍ରତିଜ୍ଞା ଯାହାର = ଦୃଢ଼ପ୍ରତିଜ୍ଞା

2।     ବହୁବ୍ରୀହି ସମାସରେ ଜାତ, ସଂଜ୍ଞ ବା ସ୍ବାଙ୍ଗବାଚକ ଈକାରନ୍ତ ଶବ୍ଦର ସ୍ତ୍ରୀଲିଙ୍ଗ ଯଦି ପୂର୍ବପଦ ହୋଇଥାଏ, ତେବେ ତାହାର ସମସ୍ତ ପଦରେ ‘ପୁଂଲିଙ୍ଗ’ ହେବନାହିଁ।

               ଯଥା- ଦତ୍ତାଭାର୍ଯ୍ୟ (ଦତ୍ତାଭାର୍ଯ୍ୟ। ଯାହାର)

               ଗଙ୍ଗାଭାର୍ଯ୍ୟ (ଗଙ୍ଗାଭାର୍ଯ୍ୟ। ଯାହାର)

               ଅନୁରୂପଭାବେ = ବ୍ରାହ୍ମଣଭାର୍ଯ୍ୟ, ଶୁଦ୍ରାଭାର୍ଯ୍ୟ।

               ପୁଣି – ଉକାରାନ୍ତ ଶବ୍ଦ ଥିଲେ ସ୍ତ୍ରୀଲିଙ୍ଗର ପୁଂଲିଙ୍ଗ ହେବନାହିଁ।

               ଯଥା- ବାମୋରୁଭାର୍ଯ୍ୟ।

3।     ବହୁବ୍ରୀହି ସମାସରେ ‘ଅକ୍ଷି’ ଶବ୍ଦ ‘ଅକ୍ଷ’ ହୁଏ।

               ଯଥା-     ବିରୂପ ଅକ୍ଷି ଯାହାର = ବିରୂପାକ୍ଷ

                              ଆୟତ ଅକ୍ଷି ଯାହାର = ଅୟତାକ୍ଷ

                              ସହସ୍ର ଅକ୍ଷି ଯାହାର = ସହସ୍ରାକ୍ଷ

                              ବିଶାଳ ଅକ୍ଷି ଯାହାର = ବିଶାଳାକ୍ଷ

4।     ବହୁବ୍ରୀହି ସମାସରେ ଚେତସ୍Ù, ତେଜସ୍Ù, ମନସ୍Ù, ଯଶସ୍Ù ଆଦି ଅସ୍Ùଭାଗାନ୍ତ ଶବ୍ଦ ଥିଲେ, ‘ସ୍Ù’ର ଲୋପ ହୁଏ ଓ ଶେଷ ‘ଅ’କାର ‘ଆକାରରେ’ ପରିଣତ ହୁଏ। ପୁଣି କେତେକ ସ୍ଥଳେ ଅସ୍Ùଭାଗାନ୍ତ ଶବ୍ଦର ବିକଳ୍ପରେ ‘କ’ର ମଧ୍ୟ ଆଗମ ହୁଏ।

               ଯଥା- ଉଦାର ଚେତଃ ଯାହାର – ଉଦାରଚେତ

                              ମହାନ୍Ù ତେଜଃ ଯାହାର – ମହାତେଜା

                              ଅନ୍ୟ ମନଃ ଯାହାର – ଅନ୍ୟମନା, 

                              ଅନ୍ୟମନସ୍କ (ଏଠାରେ ‘କ’ ଆଗମ ଘଟିଛି)

                              ବିପୁଳ ଯଶଃ ଯାହାର – ବିପୁଳଯଶା

5।     ବହୁବ୍ରୀହି ସମାସରେ ‘ନାମନ୍Ù’ ଶବ୍ଦର ବିକଳ୍ପରେ ‘କ’ର ଆଗମ ହୁଏ। 

               ଉଦାହରଣ – ରାମଚନ୍ଦ୍ର ନାମ ଯାହାର – ରାମଚନ୍ଦ୍ରନାମା, ରାମଚନ୍ଦ୍ରନାମକ।

6।     ବହୁବ୍ରୀହି ସମାସରେ କେତେକ ଅକାରାନ୍ତ, ଇକାରାନ୍ତ ଓ ଋକାରାନ୍ତ ପଦ ପରେ ‘କ’ର ଆଗମ ହୁଏ।

               ଯଥା-     ନଦୀ ମାତା ଯାହାର = ନଦୀମାତୃକ

                              ଦେଶ ମାତା ଯାହାର = ଦେଶମାତୃକ

                              ସ୍ତ୍ରୀ ସହିତ ବର୍ତ୍ତମାନ ଯେ = ସସ୍ତ୍ରୀକ

                              ଦ୍ବିପତ୍ନୀ ଯାହାର = ଦ୍ବିପତ୍ନୀକ

                              ନାହିଁ ଅର୍ଥ ଯହିଁରେ = ନିରର୍ଥକ

                              ନାହିଁ ପୁତ୍ର ଯାହାର = ଅପୁତ୍ରିକ, ଅପୁତ୍ରକ

                              ବିଗତପତ୍ନୀ ଯାହାର = ବିପତ୍ନୀକ

7।     ବହୁବ୍ରୀହି ସମାସରେ ପରପଦ ‘ଧନୁଷ୍Ù’ ହୋଇଥିଲେ ତାହା ‘ଧନ୍ବାନ୍Ù’ରେ ପରିଣତ ହୋଇ ପ୍ରଥମା ବିଭକ୍ତିରେ ‘ଧନ୍ବା’ ପଦ ଧାରଣ କରିଥାଏ।

               ଯଥା-     ପିନାକ ଧନୁ ଯାହାର = ପିନାକଧନ୍ବା। (ପିନାକଧନୁ)

                              ପୁଷ୍ପ ଧନୁ ଯାହାର = ପୁଷ୍ପଧନ୍ବା। (ପୁଷ୍ପଧନୁ)

8।     ବହୁବ୍ରୀହି ସମାସର ଯଦି ପରପଦରେ ‘କାୟା’ ଥାଏ, ତେବେ ‘ସମସ୍ତ ପଦ’ରେ ତାହା ‘କାନି’ ପଦକୁ ରୂପାନ୍ତର ଲଭେ।

               ଯଥା- ଯୁବତୀ ଜାୟା ଯାହାର = ଯୁବଜାନ

9।     ବହୁବ୍ରୀହି ସମାସରେ ଯଦି ପରପଦରେ ‘ନାଭି’ ଶବ୍ଦ ଥାଏ, ତେବେ ସମସ୍ତ ପଦରେ ତାହା ‘ନାଭ’ରେ ପରିଣତ ହୁଏ।

               ଯଥା-     ଊର୍ଣ୍ଣନାଭିରେ ଯାହାର = ଉର୍ଣ୍ଣନାଭ

                              ପଦ୍ମନାଭିରେ ଯାହାର = ପଦ୍ମନାଭ

                              ଶଙ୍ଖନାଭିରେ ଯାହାର = ଶଙ୍ଖନାଭ

10।    ଏତଦ୍Ùଭିନ୍ନ ‘ବହୁବ୍ରୀହି’ର ପଦଗତ ବ୍ୟବହାର ଯୋଗୁଁ ଏହାକୁ କେତେକ ଭାଗରେ ବିଭକ୍ତ ମଧ୍ୟ କରାଯାଇଥାଏ। ଯଥା-

(କ)    ବ୍ୟତିହାର ବହୁବ୍ରୀହି:

ବହୁବ୍ରୀହି ସମାସରେ ଯେଉଠି ପୂର୍ବପଦ ଓ ପରପଦ ଏକାଠି ମିଶି ମିଶ୍ରିତ ପଦରେ କଳହ ଓ ଯୁଦ୍ଧର ସୂଚନା ଦିଅନ୍ତି ସେଠି ବ୍ୟତିହାର ବହୁବ୍ରୀହି ହୁଏ। ଏତାଦୃଶ ସମାସରେ ପୂର୍ବପଦ ‘ଆକାରାନ୍ତ’ ଓ ପରପଦ ‘ଇକାରାନ୍ତ’ ହୋଇଥାଏ।

ଯଥା-     ବାଡ଼ିରେ ବାଡ଼ିରେ ଯେଉ ଯୁଦ୍ଧ ହୁଏ = ବାଡ଼ାବାଡ଼ି

               ଠେଙ୍ଗାରେ ଠେଙ୍ଗାରେ ଯେଉ ଯୁଦ୍ଧ ହୁଏ = ଠେଙ୍ଗାଠେଙ୍ଗି

               ହାତରେ ହାତରେ ଯେଉ ଯୁଦ୍ଧ ହୁଏ = ହାତାହାତି

ଉପରୋକ୍ତ ପଦରେ ବାଡ଼ି ଓ ବାଡ଼ି, ଠେଙ୍ଗା ଓ ଠେଙ୍ଗା, ହାତ ଓ ହାତ ପରସ୍ପର ବିରୋଧ ଭାବାପନ୍ନ ହୋଇଥିବା ହେତୁ ଏଠାରେ ଏହି ପଦଗୁଡ଼ିକ ବ୍ୟତିହାର ବହୁବ୍ରୀହି ସମାସ ହେଲା। ଅନୁରୂପ ଭାବେ ‘ବ୍ୟତିହାର ବହୁବ୍ରୀହି’ ସମାସର କେତୋଟି ଉଦାହରଣ ହେଲା-

ମରାମରି, ବକାବକି, ପିଟାପିଟି, ଧରାଧରି

କଷାକଷି, ବୋଲାବୋଲି, କୁହାକୁହି, ହଣାହଣି,

କଟାକଟି, ଠେଲାଠେଲି, ମୁହାଁମୁହିଁ, ରୂହାଁରୂହିଁ।

(ଖ) ଉପମିତ ବହୁବ୍ରୀହି ବା ମଧ୍ୟପଦଲୋପୀ ବହୁବ୍ରୀହି:

ଯେଉ ବହୁବ୍ରୀହି ସମାସରେ ଉପମାନବୋଧକ ପଦର ଲୋପ ହୋଇଥାଏ (ହୁଏ) ତାହାକୁ ମଧ୍ୟପଦଲୋପୀ ବା ଉପମିତ ବହୁବ୍ରୀହି ସମାସ ବୋଲି କୁହାଯାଏ।

ଯଥା-     ଚିଲର ଆଖିପରି ଆଖି ଯାହାର = ଚିଲଆଖି

               ସିଂହର କଟିପରି କଟି ଯାହାର = ସିଂହକଟି

               ପିକର ବଚନ ପରି ବଚନ ଯାହାର = ପିକବଚନା

               ଗଜର ଗମନପରି ଗମନ ଯେଉ ନାରୀର = ଗଜଗମନା

               କୁରଙ୍ଗନୟନ ପରି ନୟନ ଯାହାର = କୁରଙ୍ଗନୟନା

               ଘୋଡ଼ାମୁହଁ ପରି ମୁହଁ ଯାହାର = ଘୋଡ଼ାମୁହଁ

“ମଧ୍ୟମପଦଲୋପୀ ବହୁବ୍ରୀହି” ସମାସରେ ପରିଣାମ ବା ମୂଲ୍ୟବାଚକ ଶବ୍ଦର ଉତ୍ତର ‘ଈ’, ଇଆ ପ୍ରତ୍ୟୟ ହୁଏ। ଯଥା-

ପାଞ୍ଚସେର ପରିମାଣ ଯାହାର = ପାଞ୍ଚସେରିଆ

ଆଠହାତ ପରିମାଣ ଯାହାର = ଆଠହାତୀ (ଆଠହାତିଆ)

(ଗ) ନିଷେଧାର୍ଥକ ବା ନଞ୍ଜର୍ଥକ ବହୁବ୍ରୀହି:

ଯେଉଠି ପରପଦର ଆଦ୍ୟରେ ସ୍ବରବର୍ଣ୍ଣ ଓ ବ୍ୟଞ୍ଜନ ଥାଏ ସେଠି ନଞ୍ଜ ସ୍ଥାନରେ ଯଥାକ୍ରମେ ‘ଅ’ ଏବଂ ‘ଅନ୍Ù’ ହେଲେ ତାହାକୁ ନିଷେଧାର୍ଥକ ବା ନଞ୍ଜର୍ଥକ ବହୁବ୍ରୀହି କୁହାଯାଏ। ଅର୍ଥ।ତ୍Ù – ବହୁବ୍ରୀହି ସମାସରେ ପରପଦର ଆଦ୍ୟରେ ସ୍ବରବର୍ଣ୍ଣ ଥିଲେ ‘ନ’ (ନଞ୍ଜ) ସ୍ଥାନରେ ‘ଅନ’ ଏବଂ ବ୍ୟଞ୍ଜନବର୍ଣ୍ଣ ପରେ ଥିଲେ ‘ନ’ ସ୍ଥାନରେ ‘ଅ’ ହୁଏ। ଏହାକୁ ନଞ୍ଜର୍ଥକ ବା ନିଷୋଧାର୍ଥକ ବହୁବ୍ରୀହି କୁହାଯାଏ।

ଯଥା-     ନାହିଁ ତନୁ ଯାହାର = ଅତନୁ

               ନାହିଁ ଅନ୍ତ ଯାହାର = ଅନନ୍ତ

               ନାହିଁ ଗାଧ ଯାହାର = ଅଗାଧ

               ନାହିଁ ଆଦି ଯାହାର = ଅନାଦି

ଅନୁରୂପଭାବେ – ଅତଳ, ଅସୀମ, ଅଲଣା।

କେତେକ ସ୍ଥଳେ ‘ନିଷେଧାର୍ଥକ ବହୁବ୍ରୀହି’ରେ ନଞ୍ଜ୍Ù ଅର୍ଥରେ ନିର, ନି, ବି, ଅଣ୍Ù ପ୍ରଭୃତି ଲାଗେ। ଯଥା-

ନାହିଁ ଭୟ ଯାହାର = ନିର୍ଭୟ (ନିର୍Ù)

ନାହିଁ ଶଙ୍କା ଯାହାର = ନିଶଙ୍କ (ନିଃ)

ବିଗତ ହୋଇଛି ଧନ ଯାହାର = ବିଧବା

ନାହିଁ ବାବୁ ଯାହାର = ଅଣବାବୁଆ

ଅନ୍ୟାନ୍ୟ – ନିର୍ମମ, ନିଃଶସ୍ତ୍ର, ବିପତ୍ନୀକ।

(ଘ) ସହାର୍ଥକ ବହୁବ୍ରୀହି ବା ତୁଲ୍ୟଯୋଗେ ବହୁବ୍ରୀହି:

ଅନ୍ୟପଦ ସହିତ ‘ସହ’ ଶବ୍ଦ ଯୋଗରେ ଯେଉ ବହୁବ୍ରୀହି ସମାସ ହୁଏ, ତାହାକୁ ‘ସହାର୍ଥକ ବହୁବ୍ରୀହି’ ବା ‘ତୁଲ୍ୟଯୋଗେ ବହୁବ୍ରୀହି’ ସମାସ ବୋଲି କୁହାଯାଏ। ଏ କ୍ଷେତ୍ରରେ ‘ସହ’ ଶବ୍ଦ ‘ସ’ ଆକାର ଧାରଣକରେ ବା ‘ସହ’ର ବିକଳ୍ପ ରୂପେ ‘ସ’ ହୁଏ।

ଯଥା-     ପରିବାର ସହିତ ବର୍ତ୍ତମାନ = ସପରିବାର

               ଧବ ସହିତ ବର୍ତ୍ତମାନ = ସଧବା

               ଦୟା ସହିତ ବର୍ତ୍ତମାନ = ସଦୟ

ଅନୁରୂପଭାବେ – ସସୈନ୍ୟ, ସାଶ୍ରୁ, ସାନନ୍ଦ, ସସମ୍ମାନ, ସବିନୟ, ସଶ୍ରଦ୍ଧ, ସଲଜ୍ଜ।

11।    ବହୁବ୍ରୀହି ସମାସରେ ‘ସମାନ’ ଶବ୍ଦ ପୂର୍ବପଦରୂପେ ବ୍ୟବହୃତ ହୋଇଥିଲେ ‘ସମାନ’ ସ୍ଥାନରେ ‘ସ’ ହୁଏ।

               ଯଥା-     ସମାନ ତୀର୍ଥ (ଗୁରୁ) ଯାହାର = ସତୀର୍ଥ

                              ସମାନ ଗୋତ୍ର ଯାହାର = ସଗୋତ୍ର

                              ସମାନ ବର୍ଣ୍ଣ ଯାହାର = ସବର୍ଣ୍ଣ

                              ସମାନ ପତି ଯାହାର = ସପତ୍ନୀ

               ଅନୁରୂପଭାବେ – ସପକ୍ଷ, ସରୂପ, ସୋଦର।

12।    ବ୍ୟାକରଣ ଶାସ୍ତ୍ର ଅନୁସାରେ ନିମ୍ନୋକ୍ତ ପଦଗୁଡ଼ିକୁ ବହୁବ୍ରୀହି ସମାସର ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥାଏ। ଯଥା-

               ଅଷ୍ଟ ଅଙ୍ଗ ବକ୍ର ଯାହା = ଅଷ୍ଟାବକ୍ର

               ସୁ (ସୁଂଦର) ହୃଦ୍Ù ଯାହାର = ସୁହୃଦ

               ତିନି ମୁହାଁଣ ମିଳିଅଛି ଯହିଁରେ = ତିନିମୁହାଁଣୀ

               ଏକ ବାଗ ଯାହାର = ଏକବାଗିଆ

               ନାହିଁ ହିସାବ ଯାହାର = ବେହିସାବୀ

               ନାହିଁ ହୋସ୍Ù ଯାହାର = ବେହୋସ୍Ù

               ତାର ନାହିଁ ଯହିଁରେ = ବେତାର

               କୁତ୍ସିତ ଆକାର ଯାହାର = କଦାକାର

               ନାହିଁ କାର (କାର୍ଯ୍ୟ) ଯାହାର = ବେକାର

               ରୂରି ବାହୁ ଯାହାର = ଚଉବାହା

13।    କେତେକ ସ୍ଥଳେ ବହୁବ୍ରୀହି ଓ ତତ୍Ùପୁରୁଷ ସମାସରେ ଉଭୟ ସମାସରେ ଉଭୟ ସମାସବୋଧକ ଶବ୍ଦ ଦେଖିବାକୁ ମିଳିଥାଏ। ମାତ୍ର ବାକ୍ୟରେ ତା’ର ବ୍ୟବହାର ଅନୁସାରେ ତାହା ବହୁବ୍ରୀହି କି ତତ୍Ùପୁରୁଷ ସମାସ ତାହା ନିର୍ଣ୍ଣୟ କରାଯାଇଥାଏ।

               ଯଥା-     (କ) ଦେବଙ୍କର ଶତ୍ରୁ = ଦେବଶତ୍ରୁ (ତତ୍Ùପୁରୁଷ)

                              (ଖ) ଦେବଶତ୍ରୁ ଯାହାଙ୍କାର = ଦେବଶତ୍ରୁ (ବହୁବ୍ରୀହି)

ଦ୍ବିଗୁ ସମାସ

ଯେଉ କର୍ମଧାରୟ ସମାସରେ ସଂଖ୍ୟାବାଚକ ଶବ୍ଦ ପୂର୍ବରେ ଥାଏ ଓ ସମସ୍ତ ପଦ ସମଷ୍ଟିକୁ ବୁଝାଉଥାଏ ତାହାକୁ ଦ୍ବିଗୁ ସମାସ କୁହାଯାଏ।

ଯଥା-     ଷଡ଼ରିପୁଙ୍କ ସମାହାର = ଷଡ଼ରିପୁ

               ପଞ୍ଚ ଅମୃତର ସମାହାର = ପଞ୍ଚାମୃତ

               ରୂରି ମୁହାଣର ସମାହାର = ଚଉମୁହାଣୀ

ଅନୁରୂପଭାବେ – ସପ୍ତର୍ଷି, ପଞ୍ଚବଟୀ, ତ୍ରିଫଳା, ତ୍ରିବେଣୀ, ତ୍ରିଯାମ, ଦ୍ବି ପ୍ରହର, ଅଷ୍ଟପଦୀ, ଚଉପଦୀ, ପଞ୍ଚଗବ୍ୟ।

ଦ୍ବିଗୁ ସମାସରେ ସମସ୍ତ ପଦରେ ସ୍ଥଳବିଶେଷରେ ‘ଆ’କାର, ‘ଈ’ କାର ପ୍ରଭୃତିର ଯୋଗ ହୋଇଥାଏ।

ଦ୍ବିଗୁ ସମାସକୁ ତିନି ଭାଗରେ ବିଭକ୍ତ କରାଯାଏ। ଯଥା- ତଦ୍ଧିତାର୍ଥ ଦ୍ବିଗୁ, ସମାହାର ଦ୍ବିଗୁ ଓ ଉତ୍ତର ପଦର ଦ୍ବିଗୁ।

ତଦ୍ଧିତାର୍ଥ ଦ୍ବିଗୁ :

ଏତାଦୃଶ ସମାସରେ ପୂର୍ବପଦରେ ସଂଖ୍ୟାବାଚକ ବିଶେଷଣ ଥାଏ ଓ ତଦ୍ଧିତ ଅର୍ଥରେ ଏହା ଅବ୍ୟୟ ପଦ ସହିତ ସଂଯୁକ୍ତ ହେଲେ ତଦ୍ଧିତାର୍ଥ ଦ୍ବିଗୁ ହୁଏ।

ଯଥା-     ଦଶହାତ ସମାହାର = ଦଶହାତିଆ (ଇଆ ପ୍ରତ୍ୟୟ)

               ଷଡ଼ମାତାଠାରୁ ଜାତ = ଷାଣ୍ମାତୁର  (ଅଣ୍Ùପ୍ରତ୍ୟୟ)

ସମାହାର ଦ୍ବିଗୁ:

ପୂର୍ବ ପଦରେ ସଂଖ୍ୟାବାଚକ ବିଶେଷଣ ଥାଇ ପରପଦ ବିଶେଷ୍ୟ ସହିତ ଏଇ ସମାସର ସୃଷ୍ଟି ହୋଇଥାଏ। ଏଥିରେ ‘ଇ’ କାରାନ୍ତ ଓ ‘ଆ’ କାରାନ୍ତ ସ୍ଥଳବିଶେଷରେ ହୋଇଥାଏ।

ଯଥା-     ତିନିଫଳର ସମାହାର = ତ୍ରିଫଳା (‘ଆ’ କାରାନ୍ତ)

               ସାତ ଅହର ସମାହାର = ସପ୍ତାହ (‘ଆ’ କାରାନ୍ତ)

               ସପ୍ତଋଷିଙ୍କ ସମାହାର = ସପ୍ତର୍ଷି (‘ଇ’ କାରାନ୍ତ)

               ପଞ୍ଚବଟର ସମାହାର = ପଞ୍ଚବଟୀ (‘ଈ’ କାରାନ୍ତ)

ଉତ୍ତର ପଦ ଦ୍ବିଗୁ:

ଯେଉ ସମାସରେ ପୂର୍ବପଦରେ ସଂଖ୍ୟାବାଚକ ବିଶେଷଣ ଓ ବହୁପଦ ଥାଏ, ତାହାକୁ ଉତ୍ତର ପଦ ଦ୍ବିଗୁ  ବୋଲି କୁହାଯାଏ।

ଯଥା-     ତ୍ରିଲୋକର ପତି = ତ୍ରିଲୋକପତି

               ତିନି ଭୁବନର ନାଥ = ତ୍ରିଭୁବନନାଥ

ତିନି, ଲୋକର, ପତି – ଏଠାରେ ଉତ୍ତର ପଦ ‘ପତି’ର ପ୍ରାଧାନ୍ୟ ଅନୁଭୂତ। ଅନୁରୂପ ଭାବେ – ‘ତିନି, ଭୁବନର ନାଥ’, ଏଠାରେ ଉତ୍ତର ପଦ ‘ନାଥ’ର ମଧ୍ୟ ପ୍ରାଧାନ୍ୟ ଉପଲବ୍ଧ। ଏହା ପୂର୍ବରୁ ତିନି, ଭୁବନ ଏଇପରି ଅନ୍ୟ ଦୁଇଗୋଟି ପଦ ଏଥିରେ ମିଶିକରିଅଛି। ତେଣୁ ଏଠାରେ ଏହା ‘ଉତ୍ତର ପଦ ଦ୍ବିଗୁ ସମାସ’ ହେଲା।

ଦ୍ବନ୍ଦ୍ବ ସମାସ

ଦୁଇ ବା ତତୋସଧିକ ପଦ ମିଶି ଏକ ପଦ ହେଲେହେଁ ପ୍ରତ୍ୟେକ ପଦର ଅର୍ଥପ୍ରାଧାନ୍ୟ ଯେଉ ସମାସରେ ରହେ, ତାହାକୁ କହନ୍ତି ଦ୍ବନ୍ଦ୍ବ ସମାସ। ଯଥା-

ଧନମାନ, ଗାଡ଼ିଘୋଡ଼ା, ଫୁଲଫଳ। ଏଇ ଏକାଧିକ ପଦ ମିଶି ଏକ ପଦ ହେଲେହେଁ ପ୍ରତ୍ୟେକ ପଦର ଅନ୍ତର୍ଗତ ପ୍ରାଧାନ୍ୟ ଅନୁଭୂତ ହୁଏ। କୌଣସି ପଦର ପ୍ରାଧାନ୍ୟ ଅନ୍ୟ ପଦଠାରୁ କମ୍Ù ହେଉଥିବାର ଜଣାଯାଏ ନାହିଁ। ଅନୁରୂପ ଭାବେ-

କାଳି ଓ କଲମ = କାଳିକଲମ

ଖାତା ଓ ବହି = ଖାତାବହି

ପ୍ୟାଣ୍ଟ ଓ ଜାମା = ପ୍ୟାଣ୍ଟଜାମା

ବିକା ଓ କିଣା = ବିକାକିଣା

ବନ୍ଧା ଓ ଛନ୍ଦା = ବନ୍ଧାଛନ୍ଦା

ବେଶ ଓ ଭୂଷା = ବେଶଭୂଷା

ସୁର ଓ ଅସୁର = ସୁରାସୁର

କୀଟ ଓ ପତଙ୍ଗ = କୀଟପତଙ୍ଗ

ଯିବା ଓ ଆସିବା = ଯିବାଆସିବା

କଥା ଓ ବାର୍ତ୍ତ। = କଥାବାର୍ତ୍ତ।

ହରି ଓ ହର = ହରିହର

ଧର୍ମ।ର୍ଥ ଓ କାମ = ଧର୍ମ।ର୍ଥକାମ

ସତ ଓ ମିଛ = ସତମିଛ

ଲେଖା ଓ ପଢ଼ା = ଲେଖାପଢ଼ା

ଦାସ ଓ ଦାସୀ = ଦାସଦାସୀ

ଭରଣ ଓ ପୋଷଣ = ଭରଣପୋଷଣ

ସାନ ଓ ବଡ଼ = ସାନବଡ଼

ରାଜା ଓ ରାଣୀ = ରାଜାରାଣୀ

ଭଲ ଓ ମନ୍ଦ = ଭଲମନ୍ଦ

ହସ ଓ କାନ୍ଦ = ହସକାନ୍ଦ

ନୂଆ ଓ ପୁରୁଣା = ନୂଆପୁରୁଣା

ଦ୍ବଦ୍ବ ସମାସରେ ବ୍ୟାସବାକ୍ୟରେ ‘ଓ’, ‘ଏବଂ’, ‘ତଥା’ ପ୍ରଭୃତି ସଂଯୋଜକ ଅବ୍ୟୟର ବ୍ୟବହାର ଘଟିଥାଏ।

ପୁନଶ୍ଚ ନିମ୍ନୋକ୍ତ କେତେକ ସ୍ଥଳେ ଦ୍ବନ୍ଦ୍ବ ସମାସରେ ମଧ୍ୟ ସମାହାର ଅର୍ଥ ପ୍ରକାଶ ପାଇଥାଏ। ଏଗୁଡ଼ିକୁ ସମାହାର ଦ୍ବନ୍ଦ୍ବ ଭାବେ କେତେକ ଗ୍ରହଣ କରିଥା’ନ୍ତି। ଏଠାରେ ଏହା ଉଲ୍ଲେଖଯୋଗ୍ୟ ଯେ ଦ୍ବିଗୁ ଓ ସମାହାର ଦ୍ବନ୍ଦ୍ବ ଉଭୟ ସମାହାର ପ୍ରକାଶ କରୁଥିଲେହେଁ ଦ୍ବିଗୁ ସମାସରେ ପୂର୍ବପଦ ସଂଖ୍ୟାବାଚକ ଥାଏ, ମାତ୍ର ସମାହାର ଦ୍ବନ୍ଦ୍ବରେ ସେପରି ହୁଏ ନାହିଁ। ସମାହାର ଅର୍ଥ ପ୍ରକାଶକାରୀ। କେତେକ ସମାହାର ଦ୍ବନ୍ଦ୍ବ ହେଲା-

ଗାଡ଼ି ଓ ଘୋଡ଼ା (ଗାଡ଼ିଘୋଡ଼ା) – ଗାଡ଼ି ଓ ଘୋଡ଼ାର ଏକତ୍ର ସମାହାର।

ଧୋତି ଓ ଚଦର (ଧୋତିଚଦର) – ଧୋତି ଓ ଚଦରର ଏକତ୍ର ସମାହାର।

ପାନ, ଗୁଆ ଓ ଚୂନ (ପାନଗୁଆଚୂନ) – ପାନ, ଗୁଆ ଓ ଚୂନର ଏକତ୍ର ସମାହାର।

ଏହି ସବୁ ସମସ୍ତ ପଦ ଏକବଚନ ହେଉନଥିବାରୁ ଏଠାରେ ସମାହାର ଦ୍ବିଗୁ ନହୋଇ ଏହା ‘ସମାହାର ଦ୍ବନ୍ଦ୍ବ ସମାସ’ ହୋଇଛି।

ପୁଣି ନିମ୍ନୋକ୍ତ କେତେକ ପଦ ମଧ୍ୟ ଦ୍ବନ୍ଦ୍ବ ସମାସ ଦ୍ବାରା ନିଷ୍ପନ୍ନ ହୋଇଛି।

ଯଥା-     ଜାୟା ଓ ପତି = ଦମ୍ପତି (ଜାୟାପତି)

               ଅହନ୍Ù ଏବଂ ରାତ୍ରି = ଅହୋରାତ୍ର

               ଅହନ୍Ù ଏବଂ ନିଶା = ଅହର୍ନିଶ

               ପର ଓ ପର = ପରସ୍ପର

               କୁଶ ଓ ଲବ = କୁଶୀଲବ

ଦ୍ବନ୍ଦ୍ବ ସମାସର କେତେକ ସ୍ଥଳେ ମାନ୍ୟବ୍ୟକ୍ତି ପୂର୍ବପଦରେ ରହିଲେ ସମାସ ଘଟିଥାଏ।

ଯଥା- ଶିଷ୍ୟ ଓ ଗୁରୁ = ଗୁରୁଶିଷ୍ୟ

               ପୁତ୍ର ଓ ପିତା = ପିତାପୁତ୍ର

ପୁନଶ୍ଚ ଦ୍ବନ୍ଦ୍ବ ସମାସର କେତେକ କ୍ଷେତ୍ରରେ ପୂର୍ବପଦ ଓ ଉତ୍ତରପଦ ଉଭୟ ବିଶେଷଣରେ ସମାସ ହୁଏ।

ଯଥା-     କଳା ଓ ଧଳା = କଳାଧଳା

               ବଙ୍କା ଓ ସିଧା = ବଙ୍କାସିଧା

ଅବ୍ୟୟୀଭାବ ସମାସ

ଯେଉ ସମାସରେ ପୂର୍ବପଦ ଅବ୍ୟୟ ହୋଇଥାଏ ଓ ସେହି ଅବ୍ୟୟର ଅର୍ଥ ମୁଖ୍ୟରୂପେ ଅନୁଭୂତ ହୁଏ, ତାହାକୁ ଅବ୍ୟୟୀଭାବ ସମାସ କୁହାଯାଏ। କେତେକ ନିର୍ଦ୍ଦିଷ୍ଟ ଅର୍ଥରେ ଅବ୍ୟୟୀଭାବ ସମାସ ହୁଏ। ସାଦୃଶ୍ୟ, ସାମୀପ୍ୟ, ଅଭାବ, ବୀପ୍Ùସା, ପଶ୍ଚାଦର୍ଥ କାରକ, ପର୍ଯ୍ୟନ୍ତ, ଯୋଗ୍ୟତା, ଅନତିକ୍ରମ୍ୟ, ଆତିଶଯ୍ୟ ଆଦି ଅର୍ଥରେ ଅବ୍ୟୟୀଭାବ ସମାସ ହୋଇଥାଏ।

1।     ସାଦୃଶ୍ୟ ବା ହୀନ ଅର୍ଥରେ:

ବନର ସଦୃଶ – ଉପବନ

ମୂର୍ତ୍ତିର ସଦୃଶ – ପ୍ରତିମୂର୍ତ୍ତି

ଦ୍ବୀପର ସଦୃଶ – ଉପଦ୍ବୀପ

କଥାର ସଦୃଶ – ଉପକଥା

ଭାଷାର ସଦୃଶ – ଉପଭାଷା

ଜୀବିକାର ସଦୃଶ – ଉପଜୀବିକା

ଗ୍ରହର ସଦୃଶ – ଉପଗ୍ରହ

2।     ସାମୀପ୍ୟ ଅର୍ଥରେ:

କୂଳର ସମୀପ – ଉପକୂଳ

କଣ୍ଠର ସମୀପ – ଉପକଣ୍ଠ

ପଦର ସମୀପ – ଉପପଦ

3।     ଅଭାବ ଅର୍ଥରେ:

ବିଘ୍ନର ଅଭାବ – ନିର୍ବିଘ୍ନ

ଦ୍ବନ୍ଦ୍ବର ଅଭାବ – ନିର୍ଦ୍ବନ୍ଦ୍ବ          

ହିସାବର ଅଭାବ – ବେହିସାବ

କସୁର୍Ùର ଅଭାବ – ବେକସୁର

ବନ୍ଦୋବସ୍ତର ଅଭାବ – ବେବନ୍ଦୋବସ୍ତ

ଭିକ୍ଷାର ଅଭାବ – ଦୁର୍ଭିକ୍ଷ

ଜନର ଅଭାବ – ନିର୍ଜନ

4।     ବୀପ୍Ùସା ଅର୍ଥରେ (ପୁନଃପୁନଃ):

ଘରକୁ ଘର – ପ୍ରତିଘର

କଥାକୁ କଥା – ପ୍ରତିକଥା

ଦିନକୁ ଦିନ – ପ୍ରତିଦିନ

କ୍ଷଣକୁ କ୍ଷଣ – ପ୍ରତିକ୍ଷଣ (ଅନୁକ୍ଷଣ)

ଥରକୁ ଥର – ପ୍ରତିଥର

ମାସକୁ ମାସ – ପ୍ରତିମାସ

5।     ପଶ୍ଚାତ୍Ù ଅର୍ଥରେ:

ପଶ୍ଚାତ୍Ùଗମନ – ଅନୁଗମନ

ପଶ୍ଚାତ୍Ùଧାବନ – ଅନୁଧାବନ

ପଶ୍ଚାତ୍Ùକରଣ – ଅନୁକରଣ

ପଶ୍ଚାତ୍Ùଚିନ୍ତନ – ଅନୁଚିନ୍ତନ

ପଶ୍ଚାତ୍Ùସନ୍ଧାନ – ଅନୁସନ୍ଧାନ

6।     କାରକ ଅର୍ଥରେ:

ଅଧିକାର କରି – ଅଧ୍ୟାତ୍ମ

ଅନୁରୂପଭାବେ ଅଧିଭୃତ, ଅଧିଦୈବ।

7।     ପର୍ଯ୍ୟନ୍ତ ଅର୍ଥରେ (ବ୍ୟାପ୍ତି ଅର୍ଥରେ):

କଣ୍ଠପର୍ଯ୍ୟନ୍ତ – ଆକଣ୍ଠ

ମରଣ ପର୍ଯ୍ୟନ୍ତ – ଆମରଣ

ବାଳକଠାରୁ ବୃଦ୍ଧପର୍ଯ୍ୟନ୍ତ – ଆବାଳବୃଦ୍ଧ

ସାଗର ପର୍ଯ୍ୟନ୍ତ – ଅସାଗର

ଚଣ୍ଡାଳଠାରୁ ବ୍ରାହ୍ମଣ ପର୍ଯ୍ୟନ୍ତ – ଆଚଣ୍ଡାଳବ୍ରାହ୍ମଣ

ମୂଳଠାରୁ ଆରମ୍ଭକରି ଚୂଳପର୍ଯ୍ୟନ୍ତ – ଆମୂଳଚୂଳ

8।     ଯୋଗ୍ୟତା ଅର୍ଥରେ:

କୂଳର ଯୋଗ୍ୟ – ଅନୁକୂଳ

ରୂପର ଯୋଗ୍ୟ – ଅନୁରୂପ

9।     ଅନତିକ୍ରମ୍ୟ ଅର୍ଥରେ:

କାମକୁ ଅତିକ୍ରମ ନକରି – ଯଥାକାମ

ଶକ୍ତିକୁ ଅତିକ୍ରମ ନକରି – ଯଥାଶକ୍ତି

ବିଧିକୁ ଅତିକ୍ରମ ନକରି – ଯଥାବିଧି

କ୍ରମକୁ ଅତିକ୍ରମ ନକରି – ଯଥାକ୍ରମ

10।    ଆତିଶଯ୍ୟ ଅର୍ଥରେ:

ଅତିଶୟ ଘଞ୍ଚ – ନିଘଞ୍ଚ

ଅତିଶୟ ବଦ୍ଧ – ନିବଦ୍ଧ

ଅତିଶୟ ପୀଡ଼ିତ – ନିପୀଡ଼ିତ

11।    ବୈପରୀତ୍ୟ ଅର୍ଥରେ:

ପକ୍ଷର ବିପରୀତ – ପ୍ରତିପକ୍ଷ (ବିପକ୍ଷ)

କୂଳର ବିପରୀତ – ପ୍ରତିକୂଳ

ବାଦୀର ବିପରୀତ – ପ୍ରତିବାଦୀ (ବିବାଦୀ)

12।    ବ୍ୟାପ୍ତି ଅର୍ଥରେ:

ଦିନଯାକ – ସାରାଦିନ (ଦିନସାରା)

ରାତିଯାକ – ସାରାରାତି (ରାତିସାରା)

ଜୀବନଯାକ – ସାରାଜୀବନ (ଜୀବନସାରା)

13।    କ୍ଷୁଦ୍ରାର୍ଥରେ:

କ୍ଷୁଦ୍ରଗ୍ରହ – ଉପଗ୍ରହ

କ୍ଷୁଦ୍ରବିଭାଗ – ଉପବିଭାଗ

14।    ଆରମ୍ଭ ଅର୍ଥରେ:

ଗଙ୍ଗାଠାରୁ ଆରମ୍ଭ କରି – ଆଗଙ୍ଗା

ବାଲ୍ୟଠାରୁ ଆରମ୍ଭ କରି – ଆବାଲ୍ୟ

ପାମରଠାରୁ ଆରମ୍ଭ କରି – ଆପାମର

15।    ସମ୍ମୁଖ ଅର୍ଥରେ (ଅତିକ୍ରାନ୍ତ ଅର୍ଥରେ):

ମାନବକୁ ଅତିକ୍ରାନ୍ତ କରି – ଅତିମାନବ

ପିତାମହଙ୍କର ପିତା – ପ୍ରପିତାମହ

ପୌତ୍ତ୍ରର ପୁତ୍ର – ପ୍ରପୌତ୍ତ୍ର

ଅନୁଶୀଳନୀ

1।     ସମାସ କାହାକୁ କୁହାଯାଏ? ସମାସର ପ୍ରକାର ଭେଦ ଦର୍ଶ।ଅ।

2।     ସମସ୍ତ ପଦ ଓ ସମସ୍ୟମାନ ପଦର ସ୍ବରୂପ ଦର୍ଶ।ଇ ଉଭୟଙ୍କ ମଧ୍ୟରେ କି ପାର୍ଥକ୍ୟ ନିହିତ ଦର୍ଶ।ଅ।

3।     ନିମ୍ନୋକ୍ତ ପଦମାନଙ୍କର ବ୍ୟାସବାକ୍ୟ ସହିତ ସମାସ ନିର୍ଦ୍ଧ।ରଣ କର।

               ଦିଗମ୍ବର, ସପ୍ତାହ, ନରପଶୁ, ପତିବ୍ରତା, ଅମନୁଷ୍ୟ, ବିପତ୍ନୀକ, ସହୋଦର, ନିରାନନ୍ଦ, କୁକ୍Ùକୁଟାଣ୍ଡ, ବିରୂପ, ଅନାଦି, ତତ୍ତ୍ବଦର୍ଶୀ, ଅଧରାତି, ମଝିନଈ, ସୋଦର, ତ୍ରିଫଳା, ରାଜହଂସ, ଘୃତାଘ୍ନ, ପଦ୍ମାକ୍ଷ, ବକଧାର୍ମିକ, ପିନାକଧନ୍ବା, ସଶିଷ୍ୟ।

4।     ନିମ୍ନୋକ୍ତ ପଦମାନଙ୍କର ବିଗ୍ରହ ବାକ୍ୟ ସହିତ ସମାସ ନିରୂପଣ କର।

               ପଞ୍ଚବଟୀ, ତନ୍ତବୁଣା, ନୀଳୋତ୍ପଳ, ଅନୁଗମନ, ବୀଣାପାଣି, ପଦ୍ମପାଦ, ଜନ୍ମାନ୍ଧ, ସୂଚୀଭେଦ୍ୟ, ଅଙ୍ଗରାଗ, ଅନୁକରଣ, ଅନୁଗମନ।

5।     ନିମ୍ନଲିଖିତ ସମାସଗୁଡ଼ିକର ଉଦାହରଣ ସହ ସ୍ବରୂପ ନିର୍ଦ୍ଧ।ରଣ କର।

               (କ) ଅବ୍ୟୟୀଭାବ

               (ଖ) ଦ୍ବନ୍ଦ୍ବ

               (ଗ) ତତ୍Ùପୁରୁଷ

               (ଘ) ଦ୍ବିଗୁ

               (ଙ) କର୍ମଧାରୟ

               (ଚ) ମଧ୍ୟପଦଲୋପୀ କର୍ମଧାରୟ

               (ଛ) ସମାହାର ଦ୍ବିଗୁ

6।     ଅର୍ଥଭେଦରେ ଗୋଟିଏ ପଦ କିପରି କର୍ମଧାରୟ ବା ବହୁବ୍ରୀହି ସମାସ ହୁଏ, ଦୁଇଟି ଲେଖାଏଁ ଉଦାହରଣ ଦେଇ ବୁଝାଇ ଦିଅ।

7।     ନିମ୍ନୋକ୍ତ ପଦଗୁଡ଼ିକ ମଧ୍ୟରେ କେଉ ପାର୍ଥକ୍ୟ ନିହତ ତାହାର କାରଣ ଦର୍ଶ।ଅ।

ପାଦପଦ୍ମ  ମୁଖଚନ୍ଦ୍ର

ପଦ୍ମପାଦ  ଚନ୍ଦ୍ରମୁଖ

ଅସ୍ତ୍ରାଘାତ ମାତୃପିତା

ଅସ୍ତ୍ରାହତ  ମାତାପିତା

ଗାଡ଼ିଘୋଡ଼ା           ଧବଳକମଳ

ଘୋଡ଼ାଗାଡ଼ି           କମଳଧବଳ

8।     ସମାସଦ୍ବାରା ନିମ୍ନୋକ୍ତ ପଦ ସମୂହକୁ ଏକପଦରେ ପ୍ରକାଶ କର।

               ଅନ୍ୟ ଗ୍ରାମ, ବିମ୍ବପରି ଅଧର ଯେଉ ନାରୀର, ବିଗତ ହୋଇଛି ପତ୍ନୀ ଯାହାର, ସମାଜରୁ ଚ୍ୟୁତ, ନାହିଁ ଆ୍ରୂର ଯାହାର, ତରୁ ଓ ଲତାଦ୍ବାରା ସମାଚ୍ଛନ୍ନ, ଯେ ଭୀମ ସେ କାନ୍ତ, ଅଶ୍ବଆରୋହଣ କରେ ଯେ, ଉତ୍କଳର ରାଜା, ନୁହେଁ ଅତି ଦୀର୍ଘ, ଦୂରକୁ ଦେଖେ ଯେ, ରାଧା ଓ କୃଷ୍ଣ, ପଞ୍ଚଇନ୍ଦ୍ରିୟ ସମାହାର, ମହାନ୍Ù ଅଟେ ବୀର, ଶୋକଦ୍ବାରା ଆର୍ତ୍ତ, ଜାୟା ଓ ପତି, ମଧୁପାନ କରେ ଯେ, ଅନ୍ୟଦେଶ।

9।     ଉପମାନ କର୍ମଧାରୟ ଓ ରୂପକ କର୍ମଧାରୟ ମଧ୍ୟରେ ଯେଉ ପ୍ରଭେଦ ପରିଲକ୍ଷିତ ତାହାକୁ ନିର୍ଦ୍ଦଶେ କର।

10।    ମଧ୍ୟପଦଲୋପୀ ବହୁବ୍ରୀହି ଓ ମଧ୍ୟପଦଲୋପୀ କର୍ମଧାରୟ ସମସାର ସ୍ବରୂପ ନିର୍ଦ୍ଧ।ରଣ କର।

11।    ସମାହାର ଦ୍ବନ୍ଦ୍ବ ଓ ସମାହାର ଦ୍ବିଗୁ ମଧ୍ୟରେ ପାର୍ଥକ୍ୟକୁ ପ୍ରକାଶ କର।

12।    ସମାହାର ଦ୍ବିଗୁରେ ନିମ୍ନୋକ୍ତ ପଦମାନଙ୍କର କି ପ୍ରକାର ପରିଣତି ହେବ ଦର୍ଶ।ଅ।

               ପଞ୍ଚବଟର ସମାହାର

               ସାତ ଅହର ସମାହାର

               ତିନି ବେଣୀର ସମାହାର

               ତିନି ଫଳର ସମାହାର

               ପଞ୍ଚମୁଖର ସମାହାର

13।    ଉପମାନ କର୍ମଧାରୟରେ ନିମ୍ନୋକ୍ତ ପଦମାନଙ୍କର ବିଶ୍ଳେଷଣ କିପରି ହେବ ଦର୍ଶ।ଅ।

               ଘନଶ୍ୟାମ, ତୁଷାରଧବଳ, ବଜ୍ରକଠିନ, ଚନ୍ଦନଶୀତଳ, ନବନୀତ କୋମଳ।

Leave a Comment