odia kahani

କଥା ରହିଲା (odia kahani)

ଚଳାନ୍ତୁ ଆଜି ଏକ ନୂଆ odia kahani ପଢିବା। ଏହି odia kahani ର ଆରମ୍ଭ ହେଉଛି – ଟ୍ରେନ୍ ଷ୍ଟେସନରେ ଅଟକିଗଲା। ଲୋକମାନେ ଫଟାଫଟ୍ ଓହ୍ଲେଇ ପଡ଼ିଲେ। ଚାହୁଁ ଚାହୁଁ କମ୍ପାର୍ଟମେଣ୍ଟ ଖାଲି। ସୁପ୍ରିୟା ଚାରି ଆଡ଼କୁ ଅନାଉଛି। ପାଖରେ ବସିଥିବା ଲୋକ ପଦାକୁ ଗଲେଣି। ଟ୍ରେନ୍‌ରୁ ବୁଲା ବିକାଳି ଚା, ଚେନାଚୁର୍‌, ଝାଲମୁଢ଼ି ବାଲା ଓହ୍ଲେଇ ଗଲେଣି। ସୁପ୍ରିୟା ଏକା ବସିଛି। ଜଣେ କ୍ଲିବ ନୁହେଁ କି ପୁରୁଷ ନୁହେଁ। ସମାଜରେ ଏମାନଙ୍କର ସ୍ୱତନ୍ତ୍ର ପରିଚୟ ଥାଏ। ପୂର୍ବେ ଏମାନେ ଅବହେଳିତ ଥିଲେ ଏବେ ଏମାନେ ଅବହେଳିତ ନୁହଁନ୍ତି। ଏ ବ୍ୟକ୍ତି ହେଉଛନ୍ତି ଚମ୍ପକ। ଅଙ୍ଗ ହଲେଇ ହଲେଇ ଆସି ସୁପ୍ରିୟା ପାଖରେ ବସି ପଡ଼ିଲା। ସୁପ୍ରିୟା ମୁହଁକୁ ଚାହିଁଲା। ଦେଖିଲା ସୁପ୍ରିୟା କାନ୍ଦୁଛି, ଆଖିରେ ଲୁହ, ଲୁହ ଆଖିରୁ ପୋଛିଦେଲା ଏବଂ କହିଲା, “ମୋ ନା ଚମ୍ପା। ତୁ କାନ୍ଦୁଛୁ? ଲୁହପୋଛି ଦେଲା ଏବଂ କହିଲା, “କାନ୍ଦୁଛୁ କାହିଁକି? ଜୀବନ ଯୁଦ୍ଧରେ ହାରିଯାଇଛୁ। ନା, ଆଲୋ ଏ ଦୁନିଆରେ ଜିତିଲାବାଲା କେତେ ଜଣ? ସମସ୍ତେ କେବଳ ଜିନିଷବାଲା ଜଣେ ଜଣେ ଏକା। କାନ୍ଦ ବନ୍ଦ କର। ଚାଲ ମୋ ସାଙ୍ଗରେ। ତୁ ମୁଁ ଦୁହେଁ ରହିବା। ତୋର କିଛି କରିବାର ନାହିଁ। ମୁଁ ରୋଜଗାର କରିବି। ତୁ ଘରେ ରହିବୁ, ରୋଷେଇ କରିବୁ। ଦୁହେଁ ଖାଇବା, ରହିବା, ମଜା କରିବା। କେହି କହିବାକୁ ନାହିଁ କି ଦେଖିବାକୁ ନାହିଁ। ଚାଲ।

ସୁପ୍ରିୟାର ନିରବତା ଦେଖି ଚମ୍ପା କହିଲା ଆଲୋ ମୋ ଘର ଏଠି ନୁହେଁ। ମୋ ଘର ବରହ୍ମପୁର। ମୁଁ ଆସି ଏ ବମ୍ବେରେ ତିନିବର୍ଷ ହେବ ରହି ଆସୁଛି। ଘର ଭଡ଼ା ନେଇଛି। ତୁ ଜାଣିଛୁ ନା! ତୋ’ ପରି ଗୋଟେ ଲଡ଼୍‌କି ଆସି ମୋ ପାଖରେ ରହିଲା। କିଛିଦିନ ପରେ ଗୋଟେ ଟୋକା ସଙ୍ଗେ ନଟ୍‌ପଟ୍ ହୋଇ ଚାଲିଗଲା। ଚାଲ ମୋ ପାଖରେ ରହିବୁ ସୁବିଧା ଦେଖି ତୁବି ଚାଲିଯିବୁ। ତୋ ଇଚ୍ଛା, ତୋତେ ମୁଁ ବାଧ୍ୟ କରିବି ନାହିଁ। କାରଣ ଆମର ନା କିଏ ଅଛି ଆପଣା ନା ପର, ଏ ଦୁନିଆଟା ସାରା ଆମର ସମସ୍ତେ ନିଜର।

ସୁପ୍ରିୟା ଜାଣିଲା କି ଠାକୁର ନିଶ୍ଚିତ ବଡ଼ ଲୋକ। ସେ ଅବାଟୋଇକି ବାଟ ଦେଖାନ୍ତି। କାହାକୁ କେଉଁଠି ରଖିବେ ସବୁ ତାଙ୍କର ଇଚ୍ଛା। ସୁପ୍ରିୟା ଜାଣିଲା ସେ ଏବେ ବମ୍ବେରେ ପହଞ୍ôଚଛି। ତା’ର ନିଜର କେହି ନାହିଁ କି ଚିହ୍ନା ଜଣା ନାହିଁ। ଯେ ଆସିଛନ୍ତି ସେ ତା’ ପାଇଁ ଦେବଦୂତ। ସୁପ୍ରିୟା ଭାବିଲା ଆଗକୁ ଯାହା ହେବ ତାହା ନିଶ୍ଚିତ ଭଗବାନଙ୍କର ଇଚ୍ଛା।

ଚାଲ କହି ଚମ୍ପାର ପଛେ ପଛେ ଚାଲିଲା ସୁପ୍ରିୟା।

ଚମ୍ପା ଗୋଟେ ବଡ଼ କୋଠାର ୨ୟ ମହଲାରେ ଗୋଟେ ଘର ଭଡ଼ା ନେଇଛି। ଗୋଟିଏ ବଖରାରେ ରୋଷେଇ ଖାଇବା ଓ ଶୋଇବା। ଅନ୍ୟ ସ୍ଥାନରେ ଲାଟିନ୍ ବାଥ୍‌ରୁମ୍ ଆଟାଜ। ସୁପ୍ରିୟା ଯାଇ ପହଞ୍ôଚଗଲା। ଦୁଇଜଣ ଚଳିବାରେ କୌଣସି ଅସୁବିଧା ନାହିଁ। ସୁପ୍ରିୟାକୁ ବହୁତ ଭୋକ ହେଉଥିଲା। ବାଟରେ ହୁଏତ କିଛି ଖାଇଥାନ୍ତା କିନ୍ତୁ ସଙ୍ଗରେ ଚମ୍ପା ଥିଲା। ଚମ୍ପା ପଛେ ପଛେ ସେ ଚାଲିଥିଲା। ସୁପ୍ରିୟା କହିବା ପୂର୍ବରୁ ଚମ୍ପା କହିଲା। ଭୋକ ହେଉଥିବ! ପାଉଁରୁଟି ଆଉ କ୍ଷୀର ଖାଇନେବା।

ଏହା ପରେ ଦୁହେଁ ପାଉରୁଟି କ୍ଷୀର ଖାଇନେଲେ। ସେତେବେଳକୁ ରାତି ପ୍ରାୟ ୧୦ଟା ହେବ। ଦୁହେଁ ଖାଇ ଶୋଇଗଲେ। ପରଦିନ। ସୁପ୍ରିୟା ଟିକେ ଟାୟାଡ଼୍ ଥିଲା। ସେ ଉଠିବା ପୂର୍ବରୁ ଚମ୍ପା ଉଠି ନିତ୍ୟକର୍ମ ସାରି ସଜବାଜ ହୋଇ ସାରିଛି।

ହଁ ଶୁଣ! ମୁଁ ଫେରୁ ଫେରୁ ସେଇ ରାତି ଦଶ ହେବ। ମୁଁ ତେଣେ ଖାଇନେବି। ସବୁ ରୋଷେଇ ଜିନିଷ ଅଛି। ଯାହା ଦରକାର ମୁଁ ଫେରିଲେ ଆଣିବି ତୁ ଖାଇ ପିଇ ଏଇଠି ଥିବୁ। ଘର କବାଟ ଦେଇ ଦେଇଥିବୁ। ହଉ ଥା ମୁଁ ଆସୁଛି।

ତୁମେ କିଛି ଖାଇବ ନାହିଁ?

ନା! ମୁଁ ତେଣେ ଖାଇଦେବି। କହି ହସିହସି ଚମ୍ପା ଚାଲିଲା। ସୁପ୍ରିିୟା ଦେଖୁଛି। ଚମ୍ପାର ଚାଲି ଆଉ କଥା ବହୁତ ସୁନ୍ଦର। ଯାହାକି ଗୋଟେ ସୁନ୍ଦରୀ ନାରୀ ପାଖରେ ବି ନାହିଁ। ମନେମନେ ହସିଲା ସୁପ୍ରିୟା ଆଉ ଉଠି ସବୁ ଜିନିଷ ତକ ତଲାସି ନେଲା। ସୁପ୍ରିୟା ଯାହା ଜାଣିଲାକି ସବୁ ଜିନିଷ ଠିକ୍‌ଠାକ୍ ଅଛି ଚଳିବାର ଅସୁବିଧା ନାହିଁ। ସୁପ୍ରିୟାର ଚିନ୍ତା ଦୂର ହେଲା। ସେ ବିଭିନ୍ନ ପ୍ରକାର ଚିନ୍ତାରେ ଥିଲା, ତାହା ଠାକୁରେ ଦୂର କଲେ। ଯାହାହେଉ ସୁପ୍ରିୟାର ସ୍ୱାମୀ କାମରୁ ଫେରି ଜାଣିଲେ ଚିଠି ପଢ଼ିଲେ ସୁପ୍ରିୟାଙ୍କ ବିଷୟରେ ଜାଣି ସେ ନିଶ୍ଚିତ ହେଲେ ଏବଂ ନିଜ କାର୍ଯ୍ୟରେ ରହିଲେ।

ଚମ୍ପା ଦେଖିବାକୁ ଗୋଟେ ସୁନ୍ଦରୀ ଝିଅ ପରି। ଦେଖିଲେ କେହି ତାକୁ ବାରିପାରିବେ ନାହିଁ। ଚମ୍ପା କେବଳ ଅଣ୍ଟା ହଲେଇ ମୁଖଭାଙ୍ଗି ଅନାଇଲେ ଟୋକାଏ ୧୦ଟି ଟଙ୍କା ବଢ଼େଇ ଦିଅନ୍ତି। ସେ କାହାକୁ ମାଗେ ନାହିଁ। କେବଳ କଟାକ୍ଷ ଚାହାଣୀରେ  ଭେଳି ଯା’ନ୍ତି ସମସ୍ତେ। ତାଙ୍କ ସଙ୍ଗରେ ଚମ୍ପାର ରୋଜଗାର ଅଧିକାର। ତା’ପରେ କେହି ଯଦି ଟଙ୍କାଟିଏ ମାଗି ନିଏ ତେବେ ସେ ବ୍ୟକ୍ତି ୧୦୦, ୨୦୦ ଏପରି କି ପାଞ୍ଚସହ ହଜାର ଅଯାଚିତ ଭାବରେ ଦାନ ଦେଇ ଆଶୀର୍ବାଦ ନେଇଥାନ୍ତି। ଏପରି ରୋଜଗାରରେ ଅନ୍ୟକୁ ସାହାଯ୍ୟ ଦେଇ ନିଜେ ଚଳି ପ୍ରାୟ ଦଶ ଲକ୍ଷରୁ ଅଧିକ ଚମ୍ପାର ବ୍ୟାଙ୍କ ବାଲାନ୍ସ। ଦିନ ସାରା ଚମ୍ପା ଟ୍ରେନ୍‌ରେ ଯାଏ ଆସେ। ଡବାକୁ ଡବା ବୁଲୁଥାଏ। ସେହି ଟ୍ରେନ୍‌ରେ ଖାଇବା, ରେଷ୍ଟନେଚର କଲ୍ ଇତ୍ୟାଦି। ଏମିତି ଯେଉଁଦିନ ଥକିପଡ଼େ ତା’ ପରଦିନ ଚମ୍ପା ନଯାଇ ତା’ ରୁମ୍‌ରେ ରେଷ୍ଟ ନିଏ। ସେଦିନ ଚମ୍ପା ଘରକୁ ବେଳାବେଳି ଫେରିଲା। ସୁପ୍ରିୟା ମଧ୍ୟାହ୍ନରେ ରୋଷେଇ କରି ବଳକା ରଖିଛି ରାତିରେ ଖାଇବା ପାଇଁ। ଚମ୍ପା ମଧ୍ୟ କିଛି ଖାଦ୍ୟ ନେଇ ଆସିଲା। ଦୁହେଁ ଖାଇଲେ ଏବଂ ହସୁଖୁସିରେ ଶୋଇଗଲେ। ସେଦିନ ଚମ୍ପା ଶୋଇବାରେ ସୁପ୍ରିୟା ବିଷୟରେ ଜାଣିବାକୁ ଇଚ୍ଛା କଲା। ସେ ଜାଣିବାକୁ ଚାହିଁଲା ସୁପ୍ରିୟାର ଘରବାହୁଡ଼ା କଥା ଆଉ ଜୀବନରେ କ’ଣ ପାଇଁ ସେ ତା’ର ସ୍ୱାମୀକୁ ଛାଡ଼ି ଏଠି ପହଞ୍ôଚ ଅଛି। ସୁପ୍ରିୟା ସବୁ କଥା କହି ଚାଲିଥାଏ ଆଉ ଚମ୍ପା ତା’ କଥା ସବୁ ଶୁଣି ଚାଲିଥାଏ।

ସୁପ୍ରିୟାର କଥା ସରିଲା। ସେତେବେଳକୁ ରାତି ବାର। କିଛି ମନ୍ତବ୍ୟ ଦେବା ପୂର୍ବରୁ ଚମ୍ପା କହିଲା “”ହଉ ଥାଉ, ତାପରେ ପରେ ଆମେ କଥା ହେବା, ଏବେ ଶୋଇବା, କାଲି ମୁଁ ଯିବି ନାହିଁ, କାଲି ଆମିଷ ବାରି ତୋର ବରାଦରେ ଆମେ ରୋଷେଇ କରି ଖାଇ କେବଳ ଟିଭି ଦେଖି ସମୟ ବିତେଇବା। ଆଜିର କଥା ଏତିକିରେ ଥାଉ। କଥା ରହିଲା କାଲିକୁ ଏବେ ନିଦ୍ରା ଦେବୀଙ୍କୁ ପ୍ରାର୍ଥନା କରିବା।

ଏହି odia kahani ରୁ ଆପଣମାନେ କଣ ଶିକ୍ଷା ପାଇଲେ ଆମକୁ ଜଣାନ୍ତୁ ହେଲେ ଆମେ ଆହୁରି ପ୍ରେରଣଦାୟକ odia kahani ଅପଣମାଙ୍କ ପାଇଁ ଆଣିପରିବୁ।

ଏହିପରି ଆହୁରି odia kahani, odia kahani bhramana kahani, odia kahani mythology, odia kahani devotional, funny odia kahani, sad odia kahani, ଓଡିଆ ଭ୍ରମଣ କାହାଣୀ odia kahani bhraman buy this book too.

For more stories please read these articles odia gapa story, 13 Festivals in 12 Months | A Celebration of Odisha’s Rich Culture, odisha gk pdf 2023, odisha festival

କଥା ରହିଲା – ୨ (odia kahani)

ଏହା odia kahaniର ଦ୍ବିତୀୟ ଭାଗ। ଚଳାନ୍ତୁ odia kahani ଦ୍ବିତୀଯ ଭାଗକୁ ଆରମ୍ଭ କରିବା। କଥା ରହିଲା। କଥା ସରିନଥିଲା। ଯାହା ଥିଲା ତାହା ଆଜିପାଇଁ। ଚମ୍ପା ଆଉ ସୁପ୍ରିୟା ସେଦିନ ମଟନ ଆଣି ରାନ୍ଧି ବାଢ଼ି ଖାଇଲେ ଏବଂ ଟିଭି ଦେଖୁଥାନ୍ତି। ସେଦିନ ସେମାନେ ହିନ୍ଦୀର ଗୋଟିଏ ସିରିଏଲ୍ ଦେଖୁଥିଲେ। ଚମ୍ପା ସୁପ୍ରିୟାକୁ ଓଡ଼ିଆରେ ବୁଝାଉ ଥାଏ ଯେଉଁଠି ସୁପ୍ରିୟା ବୁଝିପାରୁ ନଥାଏ। ସିରିଏଲ୍‌ଟି ଥିଲା କଥା ରହିଲା। ଏହା ଥିଲା ଏହିପରି ଏକ ଗଳ୍ପ!!!

ଅନୁଭବ ଭଲ ପାଇଲା ଅନନ୍ୟାକୁ। ଏମାନଙ୍କର ଭଲ ପାଇବା ଆରମ୍ଭ ହେଲା କଲେଜ କ୍ୟାରିଅରରୁ। ଅନନ୍ୟା ଥିଲା ବ୍ରାହ୍ମଣ ପରିବାରର ଝିଅ। ଅତ୍ୟନ୍ତ ସୁନ୍ଦରୀ ଅନନ୍ୟା। ଅନେକ ଟୋକାଙ୍କର ଆଖି ଥିଲା ତା’ ଉପରେ। କଲେଜ ପ୍ରବେଶ କଲା ମାତ୍ରେ ପିଲାଙ୍କଠାରୁ ଲେକ୍‌ଚର ପର୍ଯ୍ୟନ୍ତଙ୍କ ଆଖି ଲାଗିରହେ ଅନନ୍ୟା ଉପରେ। ସମସ୍ତଙ୍କୁ ବାଦ୍ ଦେଇ ଅନନ୍ୟା ଭଲ ପାଇଲା ଅନୁଭବକୁ। ଭଲ ପାଇବାରେ ଜାତି ଧର୍ମ କିଛିବି ବାଧକ ନୁହେଁ। ଅନୁଭବ ଥିଲା ଖଣ୍ଡାୟତ ପରିବାରର। କଥାଟା ଆସ୍ତେ ଆସ୍ତେ ହାଟରୁ ଆରମ୍ଭ ହୋଇ ବାଟ ଘାଟରେ ପଡ଼ିଲା। ସମସ୍ତେ ଜାଣିଲେ। ଟୁପୁରୁ ଟାପୁର ମଧ୍ୟ ହେଲେ। ଧିରେଧିରେ ଉଭୟ ପରିବାର ଲୋକ ମଧ୍ୟ ଜାଣିଲେ। ଅନୁଭବ ପିତା ଜଣେ ବିଶିଷ୍ଟ ଶିଳ୍ପପତି। ଅନୁଭବ କୋଟିପତି ପରିବାରର। ଅନନ୍ୟା ଜଣେ ସାଧାରଣ ପରିବାରର। ଅନନ୍ୟାର ବାପା ଜଣେ ସାଧାରଣ ପୂଜକ। ଅନନ୍ୟାକୁ ମିଶାଇ ତିନି ଭଉଣୀ। ଅନନ୍ୟା ସର୍ବ କନିଷ୍ଠ। ତା’ ତଳକୁ ସାନ ଭାଇଟିଏ। ବଡ଼ ଭଉଣୀର ବିବାହ ସରିଛି। ପିତାଙ୍କର ସ୍ୱଳ୍ପ ରୋଜଗାରରେ ସେ ମାଟ୍ରିକ ପରେ ଅନନ୍ୟାକୁ କଲେଜ ପଢ଼ାଇବା ପାଇଁ ଚାହୁଁ ନଥିଲା। ଅନନ୍ୟାର ଜିଦ୍ ଯୋଗୁଁ କଲେଜରେ ଆଡ଼୍‌ମିସନ କରାଯାଇଛି। ତା’ପରେ ଅନନ୍ୟା ତା’ର ପ୍ରେମ ଜାଲରେ ପକାଇଛି ଅନୁଭବକୁ। ଅନୁଭବ କଲେଜକୁ ଆସେ ବୁଲେଟ ଧରି। ତା’ର ସାଙ୍ଗ ସାଥି ସମସ୍ତେ ତା’ ପଛରେ ଥା’ନ୍ତି। କାରଣ ଅନୁଭବହିଁ ସମସ୍ତଙ୍କ ପିଛାରେ ଅର୍ଥ ଖର୍ଚ୍ଚ କରିବାରେ କୌଣସି କଥାରେ ବା କାମରେ ମନା ନଥାଏ। ସେହି କଲେଜ ପିକ୍‌ନିକ୍‌ରୁ ହିଁ ଅନନ୍ୟାର ଭଲପାଇବା ଆରମ୍ଭ ହୋଇଥିଲା।

ପ୍ରଥମେ ଅନନ୍ୟା ଅର୍ଥାଭାବରୁ ମନା କରିଥିଲା। ତା’ ସହିତ ପାଞ୍ଚଜଣ ଝିଅ ଓ ଚାରିଜଣ ପୁଅବି ନାସ୍ତିକବାଣୀ କହିବାରୁ ଏମାନଙ୍କ ଅର୍ଥ ଭରଣା କରି ଥିଲା ଅନୁଭବ। ତା’ପରେ ଅନନ୍ୟା ସହିତ ଅନ୍ୟମାନେ ଅନୁଭବର ଅନୁଗତ୍ୟ ହେବା ସ୍ୱାଭାବିକ। ଅନନ୍ୟା ପ୍ରତି ଢଳିବାରେ ସାଙ୍ଗମାନେ ସୁରାକ ନେଉଥିଲେ। ଅନନ୍ୟାର ଠାଣିମାଣି ମଧ୍ୟ ଆକୃଷ୍ଟ କରିଥିଲା ଅନୁଭବକୁ। ଭଲ ପାଇବାର ଦିଗଟା ଆଗେଇ ଚାଲିଲା।

ସେଦିନ ଅନନ୍ୟା ଅନୁଭବକୁ ଏକୁଟିଆ ପାଇ ଥିଲା। ନିଜ ପରିବାର ସମ୍ପର୍କରେ ଏବଂ ନିଜ କଥା ବଖାଣି ଥିଲା ଅନନ୍ୟା। ଅନୁଭବକୁ ବିବାହର ପ୍ରସ୍ତାବ ଦେଇଥିଲା। ବିବାହ ପ୍ରସଙ୍ଗରେ ଅନୁଭବ ପ୍ରଥମେ ହଡ଼ବଡ଼େଇ ଯାଉଥିଲା। କଥା ହେବା ସମୟରେ ନିରବ ରହିଥିଲେ କିଛି ସମୟ ଅନୁଭବ। ନିଜ କଥା ଭାବି ଚାଲିଥିଲେ। ସମ୍ଭ୍ରାନ୍ତ ପରିବାରର ଥିଲା ଅନୁଭବ। ପିତା ଜଣେ ଶିଳ୍ପପତି ଏବଂ ସେ ଥିଲେ ଅଲଗା ଜାତିର।

ହଠାତ୍ ଅନନ୍ୟା କହିଲା “”ମୋ କଥା’ ହେଲେ ଫେରାଇ ନେଉଛି। ତୁମେ ଚାନ୍ଦ ହେଲେ ମୁଁ ନୀଳ କଇଁ। ଚାନ୍ଦ ସହିତ ନୀଳ କଇଁର ଭାବ କ’ଣ ସତରେ ସମ୍ଭବ ହେବ?

ହଁ ହବ। ସମୟର ତାଳେ ତାଳେ ଆମକୁ ଯିବାକୁ ହେବ। ମୁଁ କଥା ଦେଉଛି କି ନିଶ୍ଚିତ ଭାବେ ତୁମ କଥା ରହିବ। କିଛି ଦିନପରେ ସେ ସମୟ ପର୍ଯ୍ୟନ୍ତ ତୁମକୁ ଅପେକ୍ଷା କରିବାକୁ ହେବ। ଆଜି ମୁଁ କଥା ଦେଲି ଆଉ କଥା ରହିଲା। ସୁପ୍ରିୟା ଓ ଚମ୍ପା ଫିଲ୍ମଟିକୁ ଦେଖୁଛନ୍ତି। ମଝିରେ ମଝିରେ ଚମ୍ପା ବୁଝାଇ ଦେଉଛି। କଥା ଦେଲା ଅନୁଭବ ଅନନ୍ୟାକୁ ଏତିକିରେ ଫିଲ୍ମଟି ବନ୍ଦ ହେଲା। ଲାଇନ୍ ଚାଲିଗଲା। ଦୁହେଁ ହତାସ୍‌ରେ ଅନେଇଥାନ୍ତି ପରସ୍ପରକୁ। ଚମ୍ପା ସୁପ୍ରିୟାକୁ ଅନାଇ କହିଲା, “”ଏମିତି କେତେ ତୋ ଭଳି କଥା ଦେଲେଣି। ତୁ ତ ସ୍ୱାମୀକୁ ଛାଡ଼ି ଏଠାରେ ରହିଛୁ। ଏମିତି ଦିନ ଆସିବ ତୋ ସ୍ୱାମୀକୁ ମୁଁ ତୋ ପାଖରେ ପହଞ୍ଚାଇଦେବି।

ନା। ତାହା ସମ୍ଭବ ନୁହେଁ।

ଅସମ୍ଭବ ବୋଲି କିଛି ନାହିଁ। ତୁ ତାଙ୍କୁ ଛାଡ଼ିବୁ ସେ ତୋତେ ଛାଡ଼ି ନାହାଁନ୍ତି। ମଣିଷର ମନ ଘଡ଼ି ଘଡ଼ିକି ପରିବର୍ତ୍ତନ। ଯେ ପର ସେ ବି ନିଜର ହେବ। ଆଉ ଯେ ନିଜର ସେ ମଧ୍ୟ ପର ହେବା କୌଣସି ବିଚିତ୍ର ନୁହେଁ।

ସେ ଏଠିକି ଆସିବେ କିପରି?

ଏବେ ମଧ୍ୟ ତୁ ହୁଣ୍ଡି ଅଛୁ। ମୋତେ ତୁ ଜାଣିପାରୁ ନାହୁଁ ଅନେକ ଲୋକଙ୍କୁ ମୁଁ ପ୍ରତିଦିନ ଭେଟେ। ସେମାନେ ମଧ୍ୟ ମୋତେ ସେମାନଙ୍କ ଅସୁବିଧା କଥା କୁହନ୍ତି। ତାହା ସମାଧାନ ମଧ୍ୟ ହୁଏ। ତା’ପରେ କିଛି ଦିନ ପରେ ସେ ମଧ୍ୟ ମୋତେ ମୋଟା ଅର୍ଥ ଦିଅନ୍ତି। ମୁଁ ତ ପ୍ରତିଦିନ ହଜାର ହଜାର ଲୋକଙ୍କୁ ଭେଟିଥାଏ। ତୋ ସ୍ୱାମୀତ ଏ ଭାରତବର୍ଷ ଭିତରେ ଅଛନ୍ତି। ସେ ମୋତେ ନଭେଟିବେ ବୋଲି ଭାବୁଛୁ କାହିଁକି। କଥା ରହିଲା ସେ ନିଶ୍ଚିତ ମୋ ହାବୁଡ଼ରେ ଆସିବେ। ଯଦି ସେ ମୋ ହାବୁଡ଼ରେ ପଡ଼ନ୍ତି ତେବେ ତୁ କଥା ଦେ ମୁଁ ତାଙ୍କୁ ତୋ ସହିତ ମିଶାଇ ଦେବି। ତୁ ତାଙ୍କୁ ଗ୍ରହଣ କରିବୁ।

ହଁ, ଗ୍ରହଣ କରିବି ଯଦି ତାଙ୍କର ମୋ ପ୍ରତି ମମତା, ସ୍ନେହ, ସୁହାଗ ଥାଏ।

ନିଶ୍ଚିତ ତାହାହିଁ ହେବ। କିନ୍ତୁ ତୁ ମୋତେ କଥା ଦେବାକୁ ହେବ। ଯେତେ ଦିନ ଯାଉଛି ଯାଉ ଯେଉଁଦିନ ମୁଁ ପାଇବି ତୋ ପାଖେ ହାଜର କରାଇବି କେତେ ଦିନ ଯାଉଛି ଯାଉ। ତୁ ମୋତେ କଥା ଦେ ତୋ ମନର ମଣିଷ ତୋତେ ମିଳିଲେ ତୋର ପ୍ରଥମ ସନ୍ତାନ ମୋର।

ସୁପ୍ରିୟା ଭାବୁଛି ଏ ଚମ୍ପା ଅସମ୍ଭବ କଥା କହୁଛି। ସେ ତ ସାରା ଜୀବନ ପରିବାର ଓ ତା’ର ପ୍ରେମିକାକୁ ଛାଡ଼ି ଏଠି ଅଛି। ଚମ୍ପା ତା’ ସହିତ ମଜାକ୍ କରୁଛି। ତା’ର ନିରବତା ଦେଖି ଆଉ ଆଶ୍ଚର୍ଯ୍ୟ ହେବାର ଦେଖି ଚମ୍ପା କହିଲା। ଆଶ୍ଚର୍ଯ୍ୟ ହୋଇ ମତେ ଅନେଇଛୁ ନା ନିଶ୍ଚିତ ତୋତେ ମୁଁ ତୋ ଲୋକ ସହିତ ଭେଟାଇଦେବି। ସେ ନିଶ୍ଚିତ ଖୋଜି ଖୋଜି ଆସିବ। ମୋ କଥା ମୁଁ ରଖିବି ତୋ କଥା ତୁ ଦେ।

ସୁପ୍ରିୟା ଭାବୁଛି କଥା ଦେଲେ ମନ୍ଦ କ’ଣ? ଦେଖାଯାଉ ଏ ଚମ୍ପା କ’ଣ କରୁଛି।

“”ସୁପ୍ରିୟା କଥା ଦେଲା।”

ହଁ ମୁଁ କଥା ଦେଲି।

ଗୋଟେ ମନ ଖୋଲା ହସ ହସିଲା ଚମ୍ପା।

ତୁ ମୋର ଆଉ ମୁଁ ତୋର କହି ଚମ୍ପା ସୁପ୍ରିୟାକୁ କୁଣ୍ଢାଇ ପକାଇଲା।

ତା’ପରେ ସେମାନେ ଖାଇପିଇ ରହିଲେ। ଯାହା ହେଉ ଚମ୍ପା ତା’ର ନିତ୍ୟ କାର୍ଯ୍ୟରେ ବାହାରି ଯାଏ। ସୁପ୍ରିୟା ତା’ର ସେ ଘରେ ସବୁ କାମ ସାରି ଟିଭି ଦେଖେ। ବାହାରକୁ ବାହାରିବା ମଉକା ନାହିଁ। କାହା ସହିତ ଦେଖା କରିବା କଥା ହେବା ପାଇଁ ଚମ୍ପା ମନା କରିଛି। ସୁପ୍ରିୟା ଭାବୁଛି ଚମ୍ପା ନିଶ୍ଚିତ ଜଣେ ଭଲ ମଣିଷ ବେଶି କିଛି ଚମ୍ପା ବିଷୟରେ ଜାଣି ନାହିଁ। ସୁପ୍ରିୟା ତା’ ବିଷୟରେ ପଚାରିଲେ ଚମ୍ପା ଚିଡ଼ିଯାଏ। କେବେ ହେଲେ ସେ ତା’ ପରିବାର ଘର ବା ଅନ୍ୟ କାହା କଥା କହେ ନାହିଁ। ସେଦିନ ଚମ୍ପା କହିଲା “”ତୁ ଜାଣିଛୁ ନା ଏ ପୁରୁଷ ଗୁଡ଼ା ଭାରି ଦଗାଦିଆ। ସେମାନେ କେବଳ ଫୁଲରୁ ମହୁ ଚାଖିବା ଜାଣନ୍ତି। ଫୁଲକୁ ଜାଣନ୍ତି ନାହିଁ। ସେମାନଙ୍କର ବିଚାର ଶକ୍ତି ଥିଲେ ମଧ୍ୟ ବେଳେବେଳେ ସେମାନେ ନାରୀର ରୂପ ନିଆଁରେ ପଡ଼ି ଛଟପଟ ହୁଅନ୍ତି। ଆଉ ଜାଣିଛୁ ନା କେତେକ ଆତ୍ମହତ୍ୟା କରନ୍ତି। ଏହା କହି ଚମ୍ପା ଜିଭ କାମୁଡ଼ି ପକେଇଲା।

ହଁ ତୋ ଲୋକ କେବେ ହେଲେ ଆତ୍ମ ହତ୍ୟା କରିବ ନାହିଁ। ମୁଁ ସିଓର୍। ଆରେ ରହ ଦେଖ ସେ ଖୋଜି ଖୋଜି ଆସି ପହଞ୍ôଚବ। ନିଶ୍ଚିତ। ସେଦିନ ସୁପ୍ରିୟା କଥାଟାକୁ ଯେପରି ହେୟ ଜ୍ଞାନରେ ମନରେ ରଖି କିଛି କହି ନଥିଲା।

ସୁପ୍ରିୟା କହିଲା “”ତୋ ବିଷୟରେ କିଛି କହିବି, କହିବୁ ନା ପଚାରିବୁ?”

ନା କେବଳ ଜାଣିବି?

ହଉ ପଚାର। କହ କ’ଣ ଜାଣିବାକୁ ଚାହୁଁଛୁ।

ସୁପ୍ରିୟା କହିଲା “”ସତରେ ଚମ୍ପା ତୁ ବାସ୍ତବରେ ସୁନ୍ଦରୀ ତୋ ରୂପ ନିଆଁରେ ମୁଁ ତ ଜଳିଯାଉଛି। ଆଚ୍ଛା କେହି ଟୋକା କ’ଣ ତୋ ପିଛା କରି ନାହାଁନ୍ତି? ଗାମ୍ଭୀର୍ଯ୍ୟ ସ୍ୱରରେ ଚମ୍ପା କହିଲା “ଅନେକ ଅନେକ। କିନ୍ତୁ ମୁଁ ସେ ସୁଯୋଗ ଦେଇନାହଁ। ଏବେ ଗୋଟେ ଟୋକା ଗୋଡ଼େଇ ଗୋଡ଼େଇ ଏ ଗେଟ୍ ପର୍ଯ୍ୟନ୍ତ ଆସିଥିଲା। ତୋ ଆସିବାର ଦୁଇ ଦିନ ପୂର୍ବରୁ। ମୁଁ କ’ଣ କଲି ଜାଣିଛୁ ଚଟ୍ କରି ଗେଟ୍ ଦେଇ ଦେଲି। ପରେ ସେ ଗେଟ୍ ଖୋଲି ମୋ ରୁମ୍ ପର୍ଯ୍ୟନ୍ତ ଆସିଲା। ମୁଁ ଜାଣି ପାରି କବାଟ ବନ୍ଦ କଲି। ସେ କବାଟ ବାଡ଼େଇ ବାଡ଼େଇ ନେଉଟି ଗଲା। ଏମାନେ ନିଜର ଗୁଣକୁ ଚରିତାର୍ଥ କରିବାକୁ ଚାହିାଁନ୍ତି। ଅର୍ଥଲୋଭ ଦେଖାନ୍ତି। ପରେ ଏମାନେ ଏତେ ଦଗାଦିଆ ଯେ ତୁ ଭାବିପାରିବୁ ନାହିଁ। ତୁ ତୋ କଥାରୁ କ’ଣ ଜାଣିଲୁ? ଚମ୍ପା କଥାରେ ସୁପ୍ରିୟା ଏକମତ ହେଲା। ସତରେ କ’ଣ ଏ ନାରୀ ଜାତିଟା ପୁରୁଷର ବିଳାସ ସାମଗ୍ରୀ?

ତା’ପରେ ଚମ୍ପା କହିଲା, “”ଗୋଟେ ଟୋକା ମୋତେ ଅତ୍ୟନ୍ତ ଭଲ ପାଇବସିଥିଲା। ସବୁଦିନ ମୋତେ ଦେଖା କରେ। ମୋତେ ଭଲ ଭଲ ଜିନିଷ ଖାଇବାକୁ ଦିଏ। ପାର୍କରେ ମଧ୍ୟ ଘଣ୍ଟା ଘଣ୍ଟା ଧରି ଆମେ ବସୁ। ବହୁତ ସମୟ ଆମେ ଦୁହେଁ ବିତାଉ। ଅନେକ କଥା ହେବୁ ସେ ମଧ୍ୟ ଏମିତି ଭଲପାଏ କି ଦଣ୍ଡେ ନ ଦେଖିଲେ ପାଗଳ। ସତରେ ତା’ ଜାଲରେ ମୁଁ ପଡ଼ିଗଲି। ତା’ର କୌଣସି କଥାକୁ ମୁଁ ଏଡ଼େଇ ପାରିଲି ନାହିଁ। ମୋ ପିଛାରେ ସେ ଅନେକ ଅର୍ଥ ଖର୍ଚ୍ଚ କଲା। କାହିଁକି ବା ସେ ମୋ ପଛରେ ପଡ଼ିଛି ମୁଁ ଜାଣି ପାରୁନଥିଲି। ମୁଁ କେବଳ ହସ ଖୁସିରେ ମଜା କରୁଥିଲୁ। ଏହା ଯେ ତାହା ପାଇଁ କ୍ଷତି କରାଇ ପାରେ ମୁଁ ଜାଣି ପାରିନଥିଲି।

ସେଦିନ ତା’ ମଦର ମୋତେ ଭେଟି ସବୁ କଥା କହିଲେ ଆଉ ମୋତେ ଅନୁରୋଧ କରି କହିଲେ ତୁମେ ମୋ ପୁଅକୁ ଫେରାଇ ଦିଅ। କାନି ପତେଇ ସେ ଭିକ ମାଗିଲେ। ମୁଁ କଥା ଦେଲି ଫେରାଇ ଦେବି।

ତା’ପରେ ମୁଁ ବଦଳିଗଲି। ତାକୁ ଢ଼ୋ ଗଳାରେ କହିଲି। ତା’ପରେ ତାକୁ ସବୁ ପ୍ରକାରେ ବୁଝାଇଲି। ସେ କିନ୍ତୁ ବୁଝିବା ଅବସ୍ଥାରେ ନଥିଲା। ତା’ପରେ ପରେ ମୋର କ୍ରୂର ରୂପ କଥା ତାକୁ ଅତିଷ୍ଠ କଲା। ସେ ଥରେ ପଚାରିଲା ତା’ ପାଇଁ ଏ ବ୍ୟବହାର? ମୁଁ ସବୁ କଥା କହିଲି ସେ ବୁଝିଗଲା। ଆଉ କଥା ଦେଲା ସେ ମୋତେ ଛାଡ଼ିବ ଆଉ ଭୁଲିବ ନାହିଁ। ତା’ପରେ ସେ ବିବାହ କଲା। ଏବେ ସେ ପୁଅର ବାପ। ତୁ ନିଶ୍ଚିତ ତାକୁ  ଦେଖିବୁ। ସେ ବେଳେବେଳେ ଏଠିକୁ ଆସେ। ଉଭୟ ଆସନ୍ତି ତାଙ୍କ ପୁଅକୁ ମଧ୍ୟ ନେଇ କରି ଆସନ୍ତି। ତାକୁ ନଦେଖିଲେ ତୁ ବିଶ୍ୱାସ କରିବୁ ନାହିଁ। ସେଦିନ ସେଇ ପିଲା ତା’ର ସ୍ତ୍ରୀ ସହିତ ଆସିଲେ। ସେଦିନ ସେମାନଙ୍କୁ ଦେଖି ସୁପ୍ରିୟା ବୁଝିନେଲା। ଏମାନଙ୍କ ଭାବ। ସେଦିନ ମଉଜି ମଜଲିସ୍‌ରେ ଖିଆପିଆ ଚାଲିଲା। ଚମ୍ପାର ଗୋଡ଼ ତଳେ ଲାଗୁନଥାଏ। ଚମ୍ପା ଏମିତି ଭାବ ଦେଖାଇ ଥାଏ ଯେପରି ସେ ସ୍ତ୍ରୀଲୋକ ନୁହେଁ ଚମ୍ପାର ସ୍ୱାମୀ ଆଉ ପୁଅ। ସତରେ ଚମ୍ପା ଠାଣି ମାଣିରେ କଥାରେ ଭାବରେ ଅସମ୍ଭବ ପ୍ରକାର ଯାଦୁଅଛି। ପରକୁ ଆପଣାର କରିବାର ଭାବ ଯେମିତି ଠାକୁର ତା’ ଅଙ୍ଗ ପ୍ରତ୍ୟଙ୍ଗ, କଥାରେ ଚାହାଁଣିରେ ଭରିଦେଇଛନ୍ତି। ଚମ୍ପାକୁ ଦେଖିଲେ ଯେ କେହିବି କହିବ ଏ ଗୋଟେ ଝିଅ। କୌଣସି ସୁନ୍ଦରୀ ଲଳନା ଠାରୁ ଚମ୍ପା କମ୍ ନୁହେଁ। ଖିଆପିଆ ଭାବନାବ ପରେ ସେମାନେ ଚାଲିଗଲା ପରେ ଚମ୍ପା ଗୁମ୍ ସୁମ୍‌ରେ ବସିଥାଏ। କିଛି ସମୟ ବିତିଗଲା। ସୁପ୍ରିୟା ମଧ୍ୟ ଚମ୍ପାକୁ କିଛି କହୁନଥାଏ।

ତୁ ଜାଣିଛୁନା ସୁପ୍ରିୟା ଏ ପିଲାଟି ଏମାନଙ୍କର ଭବିଷ୍ୟତ। ଠାକୁରେ ତାକୁ ଲମ୍ବା ଆୟୁଷ ଦେଇଥାନ୍ତୁ ମୋ ଲୋକର ସ୍ତ୍ରୀ ଆଉ ପିଲାର ମା’ ହୋଇ ପାରିବ ନାହିଁ କାରଣ ତା’ର ଗର୍ଭାଶୟରେ ସମସ୍ୟା ଥିବାରୁ ତାହା କଟାଯାଇଛି। ଆଉ ପିଲାଟିର ଦଶବର୍ଷ ପର୍ଯ୍ୟନ୍ତ  ମାରକ ଦଶା ଅଛି। ଏ ବି କଥା ଦେଇଛି “ଏ ପୁଅ ମୋର, ମୋ ଶେଷ ଅନ୍ତେଷ୍ଟିକ୍ରିୟା କରିବାର ସେ ଓ ତା’ ସ୍ତ୍ରୀ କଥା ଦେଇଛନ୍ତି। ଚମ୍ପା କାନ୍ଦି ପକାଇଲା, ସମସ୍ତେ ମୋତେ କଥା ଦେଉଛନ୍ତି। ଏ ସବୁ କଥା ରହିପାରିବ ତ? ଠାକୁରେ ସବୁ ତମର ଇଚ୍ଛା।

ଧନ୍ୟ ଏ ଚମ୍ପା। ପରୋପକାର ସ୍ୱର୍ଗାୟ ବୋଲି ଚମ୍ପା ଭଲ ଭାବରେ ବୁଝିଛି। ସୁପ୍ରିୟା ଭାବୁଛି, ସତରେ ଏ ଚମ୍ପା ନିଶ୍ଚିତ କୌଣସି ଦେବୀ। ଏ ଅବସ୍ଥାରେ ଏ ଦୁଃଖି, ଦରିଦ୍ର, ଅସହାୟମାନଙ୍କର ଉଦ୍ଧାର କର୍ତ୍ତା ଭାବେ ଏଠାରେ ଅଛନ୍ତି। ସୁପ୍ରିୟା ଏସବୁ ଦେଖି ନିଜ କଥା ଭୁଲି ଯାଇ କେବଳ ଚମ୍ପାର ଭାବ ନାବକୁ ହିଁ ଦେଖୁଛି। ଭଗବାନଙ୍କର ଲୀଳା ବଡ଼ ବିଚିତ୍ର। ସେ କାହାକୁ କ’ଣ କରନ୍ତି, କାହାକୁ କେଉଁଠି ନେଇ ପହଞ୍ଚାନ୍ତି କେବଳ ସେହିଁ ଜାଣନ୍ତି। ଚମ୍ପାକୁ ଏପରି ସୁନ୍ଦର ରୂପ ଦେଇ କ୍ଲିବ କରିବାର ମାନେ ନିଶ୍ଚିତ କିଛି ଅଛି। ଠାକୁରଙ୍କର ଇଚ୍ଛା ପାଖରେ ମଣିଷ ଖାଲି ନୁହେଁ ଏ ପୃଥିବୀ, ପ୍ରକୃତି, ପରିବେଶ, ଜୀବଜନ୍ତୁ ସବୁକିଛି ବନ୍ଧା ପଡ଼େ। ତାଙ୍କର ମାୟା କୋହି ନେଇ ପାୟା।

ଚମ୍ପା ଓ ସୁପ୍ରିୟା ଗୋଟିଏ ଜାଗାରେ ରହିବାର ଏକବର୍ଷ ହୋଇଗଲାଣି।

ସେଦିନ ଚମ୍ପା ସୁପ୍ରିୟାକୁ କହୁଥାଏ। ଜାଣିଚୁନା ମଝିରେ ତୋ କଥା ମୋ ସାଙ୍ଗ କହୁଥିଲା। କି ପେପରରେ ବାହାରିଥିଲା। ତୁ ଦେଖୁନୁ ସବୁଦିନେ ମୁଁ ପେପର ଦେଖେ। ମୋ ଦୁର୍ଭାଗ୍ୟ ଯେ ସେହିଦିନ ଖବର କାଗଜ ମୁଁ ଦେଖିନାହିଁ। ଏଠି ଓଡ଼ିଆ ପେପର ମିଳିବା ଟିକେ କଷ୍ଟ ହୋଇପଡ଼େ। ହିନ୍ଦୀ, ଇଂରାଜୀ ପେପର ମିଳିବାରେ ଅସୁବିଧା ନାହିଁ। ହଉ ଦେଖିବା କ’ଣ ହେଉଛି। ମୋ ସାଙ୍ଗକୁ କହିଛି ସେ ପେପରଟି ଆଣିବା ପାଇଁ ସେ ତାରିଖଟି ସେ ମନେ ରଖିପାରି ନାହିଁ। ଖୋଜିବା ପାଇଁ କହିଛି। ଦେଖାଯାଉ ତୋର ମୋର ଯଦି ଧର୍ମ ବଳ ଥାଏ ତେବେ ନିଶ୍ଚିତ ତାହା ମିଳିପାରେ। ଆଚ୍ଛା ଆମର ଆଡ଼୍ରେସ୍ ସହ ତୁ ଏଠି ଅଛୁ ବୋଲି ପେପରରେ ଦେଇ ଦେବା?

ନା! କିଛି ନ ଜାଣି ଆମେ ଆଗୁଆ ତଥ୍ୟ ଦେବା ପାଇଁ ମୁଁ ଜମା ଭଲ ବୋଲି ମନେ କରୁନାହୁଁ।

ଠିକ୍ ଭାବିଛୁ! କିଛି ଦିନ ଯାଉ। ଯଦି ତୋ ଲୋକର ହାବଭାବ ପରଖିବା ପରେ ଯାହା କରିବା। ସେଦିନର ବାର୍ତ୍ତାଳାପ ଏତିକିରେ ରହିଥିଲା। ଦୁହେଁ ସେଦିନ ଖାଇ ପିଇ ବିଛଣା ଧରିଥିଲେ।

ଏକ ବର୍ଷ କାଳ ରହଣି ଭିତରେ କୌଣସି ଦିନ ଏମାନଙ୍କ ମଧ୍ୟରେ ବଚସା ବା କୌଣସି ଅଭାବ ନଥିଲା। ଖାଇ ପିଇ ମଉଜ ମଜ୍‌ଲିସ୍‌ରେ ଚମ୍ପା ସହିତ ସୁପ୍ରିୟା ଦିନଗୁଡ଼ିକ ବିତେଇ ଥିଲା।

ସେଦିନ ଚମ୍ପା ଫେରିଲା ଖୁବ୍ ଶୀଘ୍ର। ମୁଖ ଭଙ୍ଗିରେ ବିରକ୍ତିର ଭାବ। ମନରେ ଅଶାନ୍ତି। ସୁପ୍ରିୟା ଦେଖି ଭାବି ନେଲା ନିଶ୍ଚିତ କିଛି ହୋଇଛି ବା କା’ ସଙ୍ଗରେ ବିଗଡ଼ା ହୋଇଛି।

ଚମ୍ପା! କ’ଣ ହୋଇଛି। କି ମନ ଭଲ ନଥିଲା ପରି ମନେ ହେଉଛି।

କିଛି ନ କହି ଚମ୍ପା ବେଡ଼୍ ଉପରେ ପଡ଼ି ଗଲା। ଗୋଟେ ଦୀର୍ଘ ନିଃଶ୍ୱାସ ଛାଡ଼ିଲା। କିଛି ସମୟ ଗୁମ୍‌ସୁମ୍। ସୁପ୍ରିୟା ଅନ୍ୟ କିଛି ନ ପଚାରି ନିରବ ଥିଲା।

ବଡ଼ ଅଜବ ଟୋକା। ମୋତେ ଧରି କହୁଛି ତୁମ ବିନା ମୁଁ ବଞ୍ôଚ ପାରିବି ନାହିଁ। ଯେତେ ପ୍ରକାର ବାଧା ଦେଲେ ବି ମୋ ପଛେ ପଛେ ସେ ଗୋଡ଼େଇ ଗୋଡ଼େଇ ଆସିଲା। ଶେଷରେ ପୋଲିସରେ ଦେବାକୁ ବାଧ୍ୟ ହେଲି।

ସୁପ୍ରିୟା ଭାବୁଥିଲା, ସତରେ ଚମ୍ପାର ଠାଣିମାଣି ହିଁ ଟୋକାଙ୍କୁ ପାଗଳ କରିବା ବିଚିତ୍ର ନୁହେଁ। ସେ ଭୁଲ କ’ଣ ଚମ୍ପାର ନା କୌଣସି ସୁନ୍ଦରୀ ଝିଅର। ଏ ତ ଭଗବାନଙ୍କର ସୃଷ୍ଟି।

“”ଯାହାକୁ ଯାହା କରିଛି ଦଇବ।

ତାହାକି କେବେ ଅନ୍ୟଥା ହୋଇବ।”

ସେଦିନ ଚମ୍ପା ନିଜକୁ ଶାନ୍ତ କରି ଶୋଇଗଲା। ଚମ୍ପା ଯେ ଏତେ ରାଗି ସୁପ୍ରିୟା ତାହାର ପ୍ରମାଣ ଅନେକ ଥର ପାଇଛି। ମଣିଷ ଭିତରେ ଯିଏ ଶାନ୍ତ ସେବି ଅଶାନ୍ତ। ଯେ ସରଳ ତା’ଠାରେ ମଧ୍ୟ ଜଟିଳତା ଅଛି। ମଣିଷ ମନର ଗତି ପବନର ଗତି ଠାରୁ ଅଧିକ। ମଣିଷ ବେଳେବେଳେ ଅନ୍ୟ କାହା ପାଇଁ ନୁହେଁ ନିଜ ଦୋଷରୁ ଅସୁବିଧାର ସମ୍ମୁଖୀନ ହୋଇଥାଏ। ସାମାନ୍ୟ ଭୁଲ ପାଇଁ ସାରା ଜୀବନ ଅନୁତାପ କରିବାକୁ ହୋଇଥାଏ। ମଣିଷ ଭୁଲ କଲା ବେଳେ ତା’ର ହିତାହିତ ଜ୍ଞାନ ଆସି ନଥାଏ। ସେ ଯେତେବେଳେ ଭୁଲ କରେ ବା କହେ ତାକୁ ଭାରି ଖୁସି ଲାଗେ। ନିଜର ଭୁଲ ପାଇଁ ଅନ୍ୟ ଉପରେ ଦୋଷ ଲଦିବା ମଣିଷର ଅଭ୍ୟାସ। କିନ୍ତୁ ମଣିଷ ନିଜ ଭୁଲ କେବେ ସ୍ୱୀକାର କରେ ନାହିଁ। ସେ ସ୍ୱୀକାର କରେ, ଭାବେ, ଜାଣେ ସେ ଭୁଲ ପୁନର୍ବାର କରିବାରେ ସେ ସଚେତନ ହୋଇଥାଏ। ଚମ୍ପା ପାଖରେ ରହି ସୁପ୍ରିୟା ନିଜର ଭୁଲକୁ ମନେ ପକେଇ ଅନୁତାପ କରେ।

ସେଦିନ ବସି ବସି ଭାବୁଛି ସୁପ୍ରିୟା ତା’ର କ’ଣ ସବୁ ହୋଇଗଲା। ଯାହାହେଉ ସେ ଚମ୍ପା ପାଖରେ ରହି ଉଦ୍ଧାର ପାଇ ଯାଇଛି। ଜୀବନର ସୁଖ, ଶାନ୍ତି ପଛରେ ଗୋଡ଼େଇ ସେ ହାରିଯାଇଛି। ସାଙ୍ଗ ହୋଇ ଦୁଇଜଣ ଘରୁ ପଳାତକ ସାଜିଥିଲେ। ମନ୍ଦିରରେ ବିବାହ କରି ସ୍ୱାମୀ ବରଣ କରି ସିନ୍ଦୂର ପିନ୍ଧିଲେ। ଜଣଙ୍କର ସିନ୍ଦୂର ତା’ ପାଇଁ କାଳ ହେଲା। ତା’ ସ୍ୱାମୀ ତାକୁ ବିକ୍ରିକରି ଜହ୍ଲାଦ ହାତରେ ଅର୍ଥ ଲୋଭି ପୁରୁଷ ସାଜିଲା। ରୁପାଲିକୁ ଅର୍ଥ ଲୋଭରେ ଟେକି ଦେଇ ଗୋବିନ୍ଦ ଦୁବେଇ ଚାଲିଯାଇଛି। ଭୟରେ ତା’ ପାଇଁ ତାହା ହୋଇପାରେ ବୋଲି ଭାବି ସୁପ୍ରିୟା ଅନ୍ତର ହୋଇ ଚମ୍ପା ପାଖରେ ରହିଛି।

ସେଦିନ ଫଟୋ ସହିତ ଗୋବିନ୍ଦର ନିଧନ କଥା ପେପରରେ ବାହାରିଛି। ଦୁବେଇରେ ଓଡ଼ିଆ ଯୁବକର ମୃତ୍ୟୁ। କଳରେ କାମ କରୁଥିବା ସମୟରେ ମେସିନ୍‌ରେ ଚାପି ହୋଇ ମୃତ୍ୟୁ। ଚମ୍ପା ପେପରଟି ଧରି ଆସି ପହଞ୍ôଚଲା। ସୁପ୍ରିୟାକୁ ଫଟୋ ସହିତ ଦେଖାଇଲା। ଏହି ଫଟୋ ଗୋବିନ୍ଦ ବୋଲି ଲେଖାଯାଇଛି। ଏହିତ ସେହି ଲୋକ ଯେ ନାରୀ ମାଂସ ଲୋଭି କାମାନ୍ଧ। ସୁପ୍ରିୟା ଦେଖିଲା ଗୋବିନ୍ଦ ଦୁବାଇରେ ମେସିନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଛି। ଏହା ନିଶ୍ଚିତ ତା’ ସଙ୍ଗରେ ଅଭିଶାପର ଫଳ ସୁପ୍ରିୟା ସବୁ କଥା ଜାଣି ଦୀର୍ଘ ନିଃଶ୍ୱାସଟିଏ ମାରିଲା। ଆଖିରୁ ଝରିଗଲା ଅନେକ ଲୁହ। ଈଶ୍ୱରଙ୍କ ଉଦ୍ଦେଶ୍ୟର ପ୍ରଣତି ବାଢ଼ି ସେ ରହିଲା।

ଚମ୍ପାବତୀର ଦୃଢ଼ ଧାରଣା ସୁପ୍ରିୟାର ଲୋକ ନରେନ୍ଦ୍ର ନିଶ୍ଚିତ ଆସିବ ଆଉ ସେ ନିଶ୍ଚିତ ତାକୁ ଭେଟିବ। ନରେନ୍ଦ୍ରର ଫଟୋ ଚମ୍ପା ରଖିଛି ଏବଂ ତା’ର ଚେହେରା ମୁଖ ତା’ର ମନେ ରହି ଯାଇଛି। ନରେନ୍ଦ୍ର ଗୋବିନ୍ଦର କଥା ପେପରରୁ ଜାଣିଲେ ଯେ ଗୋବିନ୍ଦ ତା’ର କଲାକର୍ମ ଭୋଗିଛି… ତା’ ଭୁଲ ପାଇଁ ଠାକୁର ତାକୁ ଦଣ୍ଡ ଦେଇଛନ୍ତି। କିନ୍ତୁ ସୁପ୍ରିୟା ତା’ଠାରୁ ଅନ୍ତର ହୋଇଛି। ତାକୁ ସେ ଖୋଜିବ ଆଉ ଯେତେ କଷ୍ଟ ହେଉ ପଛେ ସେ ଅପେକ୍ଷା କରିବ। ତା’ ବିବେକକୁ ସେ ଦୃଢ଼ କରିବ। ଅବିବେକି ସେ କେବେ ହେବ ନାହିଁ। ଯାହା ପାଇଁ ସେ ଘର, ପରିବାରକୁ ଛାଡ଼ି ଖେଳୁ ଖେଳୁ ନିଜର କରିଛି ସେ ହିଁ ତା’ର ଜୀବନ ସାଥି ହେବ ସାରା ଜୀବନ ପାଇଁ। ଏହି ଭାବନାରେ ନରେନ୍ଦ୍ର ଥାଏ ଏବଂ ମନେ ମନେ ସେ ଖୋଜୁଥାଏ। ସୁପ୍ରିୟା ତାକୁ ଛାଡ଼ିଯିବାର କିଛିବର୍ଷ ବିତିଗଲାଣି।

ରୁପାଲି ଗୋବିନ୍ଦ ଖବର ପାଇଁ ସେଦିନ ଖୁସି ହୋଇଥିଲା ଏଇଥିପାଇଁ ଯେ ଗୋବିନ୍ଦ ତା’ ପ୍ରତି ଯେଉଁ ଅପକର୍ମ କରିଛି ତାହା ଫଳ ସେ ପାଇଛି। ହେଲେ ସେ ଯେଉଁ ବାଟରେ ବାଧ୍ୟ ହୋଇ ପାଦ ଦେଲା ତା’ର ତ ମୁକ୍ତି ନାହିଁ। ମନରେ ଦମ୍ଭ ଓ ସାହସ ଭରି କେବଳ ବଡ଼ ନିଃଶ୍ୱାସଟେ ନେଇ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଣତି ବାଢ଼ିଲା ରୁପାଲି।

ନରେନ୍ଦ୍ର ସେଦିନ ଟ୍ରେନ୍‌ରେ ଯାତ୍ରା କଲା ବମ୍ବେ। ଟ୍ରେନ୍‌ରେ ଯିବାବେଳେ ସେ ଭାବୁଥିଲା। ସେ ନିଶ୍ଚିତ ସୁପ୍ରିୟାର ସନ୍ଧାନ ପାଇବ।

ମଣିଷ ବେଳେବେଳେ ନିଜକୁ ପରିବର୍ତ୍ତନ କରିଥାଏ। ସେ ଯଦି କିଛି ଅସୁବିଧାରେ ପଡ଼େ, ବା ଦେଖି ଶୁଣି ମଧ୍ୟ ପରିବର୍ତ୍ତନ କରିଥାଏ। ମଣିଷ ଏ ଦୁନିଆରେ ଭିନ୍ନ ଭିନ୍ନ। ରୂପରେ ଓ ପ୍ରକୃତିରେ ଅଲଗା ଅଲଗା। ନରେନ୍ଦ୍ର ଓ ଗୋବିନ୍ଦ ଭିନ୍ନ ଭିନ୍ନ ପ୍ରକୃତିର ମଣିଷ। ଗୋବିନ୍ଦ ଯାହା ନରେନ୍ଦ୍ର ତାହା ନୁହେଁ। ନରେନ୍ଦ୍ର ଗୋବିନ୍ଦ ଠାରୁ ଭଲ ପ୍ରକୃତିର। ଯାହା ହେଉ ମନରେ ଅନେକ ଆଶା ଆକାଂକ୍ଷା ନେଇ ଚାଲିଛି ନରେନ୍ଦ୍ର। ଚମ୍ପାର ମନ ସେଦିନ ଭଲ ଥାଏ। ଚମ୍ପା ସେଦିନ ସୁପ୍ରିୟାକୁ କହିଲା, “”ଆଜି ମୋତେ କାହିଁ ଟିକେ ଅଲଗା ଅଲଗା ଲାଗୁଛି। ସତରେ ସୁପି ଯେଉଁ ଦିନ କିଛି ପାଇବା ବା ଜାଣିବା ଥାଏ ସେଦିନ ସକାଳୁ ସକାଳୁ ସଜ୍ୟା ତ୍ୟାଗ ପରେ ଜଣାପଡ଼େକି, ଦିନଟି ଦିନଟି କିପରି କଟିବ। ତା’ ପରେ ଚମ୍ପା ପ୍ରତିଦିନ ପରି ସଜବାଜ ହୋଇ ବାହାରି ପଡ଼ିଲା। ଘରୁ ବାହାରି ସେ ଷ୍ଟେସନ ପର୍ଯ୍ୟନ୍ତ ଗଲାବେଳେ, ବାଟରେ ବଜରଙ୍ଗବାଲି ମନ୍ଦିର ପଡ଼େ। ସେଠାରେ ଜଣେ ସନ୍ନ୍ୟାସୀ ରୁହନ୍ତି। ତାଙ୍କୁ ଏବଂ ଠାକୁରଙ୍କୁ ଚମ୍ପା ଷାଷ୍ଟାଙ୍ଗ ପ୍ରଣିପାତରେ ଯାଇଥାଏ। ସେଦିନ ପ୍ରଣିପାତ କଲାବେଳେ ସନ୍ନ୍ୟାସୀ ଆଶୀର୍ବାଦ ଢାଳି ଥିଲେ “”ତବ ଇଚ୍ଛା ପୂର୍ଣ୍ଣ ହେଉ।”

ଟ୍ରେନ୍‌ରେ ଡବାପରେ ଡବା ବୁଲିବା ଏମାନଙ୍କର କାମ। ଅନ୍ୟମାନେ ମାଗନ୍ତି। କିନ୍ତୁ ଚମ୍ପା କୌଣସି ପରିସ୍ଥିତିରେ କାହାକୁ ମାଗେନା କେବଳ ତା’ର ଚାହାଣି, ହସହସ  ମୁହଁ, ଚାଲିରେ କି ଯାଦୁ ଥାଏ। କେହିବି ଆକୃଷ୍ଟ ନ ହୋଇ ରହିପାରେ ନାହିଁ। ନଦେବା ଲୋକର ପକେଟରୁ ବାହାରି ଆସେ ଦଶ, କୋଡ଼ିଏ, ପଚାଶ ଅର୍ଥ ଅନ୍ୟ କେହି ବି ଜାଣିଥିବା ବ୍ୟକ୍ତି କିଛି ପଚାରି ବୁଝି ମୋଟା ଅର୍ଥ ଦାନ ଦେଇଥାନ୍ତି। କେହି କେହି ଟଙ୍କାଟି ମାଗି ନେଇ ପାଞ୍ଚ ସାତ ହଜାର ମଧ୍ୟ ଦେଇଥାନ୍ତି ନିଜର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନିମନ୍ତେ।

ଚାଲୁ ଚାଲୁ ନଜର ପଡ଼ିଲା ନରେନ୍ଦ୍ର ଉପରେ। ଚମ୍ପା ଅଟକିଗଲା। ମନେପକାଇଲା ଫଟୋରୁ ସେଇ ମୁହଁଟିକୁ ଏବଂ ତା’ପରେ ପାଖକୁ ଯାଇ କହିଲା, “”ଆପଣ ନରେନ୍ଦ୍ର ବାବୁ କି?”

ହଁ!!!

ଠିକ୍ ଅଛି! ଆପଣ ଷ୍ଟେସନରେ ରହିବେ ଆପଣଙ୍କ ଲୋକ ମୋ ପାଖରେ ଅଛନ୍ତି ଆପଣ ପାଇଯିବେ। ତାହାହିଁ ହେଲା। ଚମ୍ପା ସେଦିନ ଭେଟାଇ ଦେଲା ନରେନ୍ଦ୍ରକୁ ସୁପ୍ରିୟା ପାଖରେ। ତିନିଜଣଙ୍କର ସେଦିନ ଆନନ୍ଦର ସୀମା ନଥିଲା। ନରେନ୍ଦ୍ର ଓ ସୁପ୍ରିୟା ସେଦିନ ଚମ୍ପାର ପାଦ ତଳେ ପଡ଼ି ଯାଇଥିଲେ। କେହି କିଛି କହିବା ପୂର୍ବରୁ ଚମ୍ପା କହିଥିଲା। ସୁପ୍ରିୟାକୁ ମନେ ଅଛିତ? ତୁ ମୋତେ କଥା ଦେଇଥିଲୁ। ମୋ କଥା ମୁଁ ରଖିଲି ଏବେ ପାଳି ତୋ କଥା ତୁ ରଖିବୁ।

ମନେମନେ ହସିଲା ସୁପ୍ରିୟା। ସୁପ୍ରିୟା ଭାବୁଛି। ଚମ୍ପା ନିଶ୍ଚିତ ଜଣେ ଭଲ ମଣିଷ, ପରୋପକାରୀ ଏବଂ ଜଣେ ଅନ୍ୟକୁ ସାହାଯ୍ୟ ସହାନୁଭୂତି ଦେଇଥିବା ମଣିଷ। ଚମ୍ପା ସେଦିନ ସୁପ୍ରିୟାକୁ ଏବଂ ନରେନ୍ଦ୍ରକୁ କହିଥିଲା, “”ଆଜି ତୁମେ ବସି କଥାବାର୍ତ୍ତା ହୁଏ ଦିନ ସାରା। ଖାଇ, ପିଇ ଭଲରେ ଥିବ। କହି କହି ଚାଲିଲା ଚମ୍ପା ତା’ନିଜ କାର୍ଯ୍ୟରେ।

ନରେନ୍ଦ୍ର ସୁପ୍ରିୟାକୁ ପଚାରିଲା “”ଚମ୍ପା ଦିଦି, କ’ଣ କଥା ଥିଲା ବୋଲି କହୁଥିଲେ।”

ଆମର ପ୍ରଥମ ସନ୍ତାନ ତା’ର ବୋଲି ସେ କଥା ରଖିଛନ୍ତି।

ନରେନ୍ଦ୍ର ଭାବୁଥିଲେ ଚମ୍ପା କୌଣସି ଜଣେ ସୁନ୍ଦରୀ ଝିଅଠାରୁ କମ୍ ନୁହେଁ। ଠାକୁରଙ୍କର ଇଚ୍ଛା ଅଦ୍ଭୁତ। ଠାକୁରେ ସମସ୍ତ ସୌନ୍ଦର୍ଯ୍ୟ ଭରିଦେଇ ଚମ୍ପାକୁ କ୍ଲିବ କରିଛନ୍ତି ସବୁ ତାଙ୍କର ଇଚ୍ଛା।

ଚମ୍ପାର ଅନୁକମ୍ପାରେ ନରେନ୍ଦ୍ର ସେହିଠାରେ ଏକ ଘର ଭଡ଼ା ନେଇ ଅଲଗା ରହିଲେ। ଚମ୍ପା ସହିତ ସ୍ନେହ ବନ୍ଦନ ଅତୁଟ ରହିଲା। ନରେନ୍ଦ୍ର ସେହିଠାରେ ରହି କମ୍ପାନୀ କାର୍ଯ୍ୟ କରି ଚଳିଲେ। ସୁଖର ସଂସାର ରଥ ଚକ ଗଡ଼ି ଗଡ଼ି ଚାଲିଲା। ପାଖାପାଖି ଚମ୍ପାର ରୁମ୍ ପାଖରେ ଏମାନେ ରୁମ୍ ନେଇଥାନ୍ତି। ପରସ୍ପରର ସମସ୍ୟା ବୁଝିବାରେ କୌଣସି ଅସୁବିଧା ହେଉ ନଥାଏ। ସ୍ନେହ, ସହାନୁଭୂତିରେ କୌଣସି ଦିନ ଏମାନଙ୍କ ମଧ୍ୟରେ ଅସୁବିଧା ହୋଇନଥାଏ। ଗୋଟିଏ ପରିବାରର ମଣିଷ ଭଳି ଏମାନେ ଚଳିଥାନ୍ତି। ଏ ଦୁହିଁଙ୍କୁ ମିଶେଇବାରେ ଏ ଦୁହେଁ ଯେତିକି ଖୁସି ନୁହଁନ୍ତି ବେଶି ଖୁସି ଚମ୍ପା। ଚମ୍ପା ସବୁବେଳେ ଏ ଦୁହିଁଙ୍କର ଭଲମନ୍ଦ ବୁଝେ। ସୁପ୍ରିୟାକୁ ନିଜର ସାନ ଭଉଣୀ ଭଳି ସ୍ନେହ ଦେଇଥାଏ। ଏବେ ନରେନ୍ଦ୍ର ମଧ୍ୟ ଚମ୍ପାକୁ ବହୁତ ଭଲପାଏ। ନାନୀ ବୋଲି ଡାକି ଦେଲେ ଚମ୍ପାର ମନ କୁଣ୍ଢେମୋଟ ହୋଇଥାଏ। ସେ କହେ ଖାଲି ନାନୀ ଡାକିଲେ ମୁଁ ଖୁସି ହୋଇ ଫୁଲି ଫାଟିଯିବି ନାହିଁ। ମୋର ଦରକାର କଥା ଦେଇ କଥା ନ ରଖିଲେ ସେ ମଣିଷ ମଣିଷ ନୁହେଁ। ଏ କଥାରେ ଦୁହେଁ କେବଳ ପରସ୍ପରକୁ ଅନାଇ ମୁରୁକି ହସା ମାରନ୍ତି।

କେତେ ଦିନ ଗଲା ପରେ ସୁପ୍ରିୟା ସନ୍ତାନର ମା’ ହେବା ପାଇଁ ହେଲା। ଚମ୍ପା ଏବଂ ନରେନ୍ଦ୍ର ସୁପ୍ରିୟାର କେୟାର ଠିକ୍ ଭାବେ ନେଲେ। ସନ୍ତାନ ଜନ୍ମ ହେବାର ସମୟ ହୋଇଗଲା। ମେଡ଼ିକାଲରେ ସୁପ୍ରିୟା ଏକ ପୁତ୍ର ସନ୍ତାନ ଜନ୍ମ ଦେଲା। ସେ ସମୟରେ ଚମ୍ପା ମଧ୍ୟ ଉପସ୍ଥିତ ଥିଲା। ସେଦିନ, ସୁପ୍ରିୟାର ହୋସ ଆସିବା ପରେ ଚମ୍ପା ହାତକୁ ଟେକି ଦେଲା ତା’ ପୁଅକୁ ସୁପ୍ରିୟା।

କହିଲା, “”ନାନୀ କଥା ଦେଇ ମୁଁ କଥା ରଖିଲି ଏ ପୁଅ ତୁମର।”

ଆଖି ଛଳ ଛଳରେ ଚମ୍ପା କହିଲା ଠିକ୍ ଅଛି। ତୋ କଥା ମୁଁ ରଖିଲି। ଆଉ ପିଲା ତୋ ପାଖରେ ରହିଲା। ତା’ର ସମସ୍ତ ଦାୟିତ୍ୱ ତୁ ନେବୁ। ଆଉ ତା’ର ଭବିଷ୍ୟତ ପାଇଁ ଆଜି ଠାରୁ ତା’ ନାଁରେ ମୁଁ ଦଶଲକ୍ଷ ଟଙ୍କା ଜମା ଦେଇଦେବି। ସେ ବଡ଼ ହୋଇ ଭଲ ମଣିଷ ହେବ। ବହୁତ ପାଠ ପଢ଼ିବ। କେବଳ ଏତିକି ସେ କରିବ ମୁଁ ମଲାବେଳେ ମୋ ଦେହରେ ନିଆଁ ଟିକେ ଦେବ। ଆଉ ମୋ ପାଇଁ ସେ ଶୁଦ୍ଧ ହେବ। କଥା ଦେ କଥା ଦେ।

କଥା ଦେଲି, ଆଉ କଥା ମଧ୍ୟ ରଖିବି।

ଓଡ଼ିଶାରେ ବିଭିନ୍ନ publisher ଅଛନ୍ତି ଯେଉଁମାନେ odia kahani ଅନେକ ବହୀ ଚାପିଛନ୍ତି, ସେଠୀ ମଧ୍ୟରୁ ମନୋଜ ଦାସଙ୍କ ଦ୍ଵାରା ଲିଖିତ abolkara odia kahani ଅନ୍ୟତମ, ଏଠାରେ କ୍ଲିକ କରି ଆପଣ କିଣିପାରିବେ। ଆହୁରି ଅନେକ odia kahani ଆପଣମାନେ https://ritikart.com/ ରୁ ମଧ୍ୟ କିଣିପାରିବେ ଓ odia kahani ପଢିପାରିବେ।

For more stories please read these articles gandhi jayanti odia rachana, Aladdin O Kuhuka Dipa Odia Book, dia story book, odia gapa story ଅନ୍ୟତମ

Leave a Comment