ସ୍ଵଚ୍ଛ ଭାରତ ଯୋଜନା odia language odia essay (Swacchh Bharat Yojana)
ଉପକ୍ରମ :
ସ୍ଵଚ୍ଛ ଭାରତ ଅଭିଯାନ ହେଉଛି ଭାରତ ସରକାରଙ୍କ ଏକ ଜାତୀୟ କାର୍ଯ୍ୟକ୍ରମ, ଯେଉଠାରେ 4041 ବିଧିବଦ୍ଧ ସହର, ଗଳି, ରାସ୍ତା ଓ ପରିବେଶର ସଫେଇ ତଥା ନିର୍ମଳ କରିବା ହେଉଛି ଲକ୍ଷ୍ୟ।
ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ଦାସ ମୋଦି, ନିଜେ ସଫେଇ କରିବା ସହିତ ଜାତୀୟ ପିତା ମହାତ୍ମାଗାନ୍ଧିଙ୍କ ଜନ୍ମ ଦିବସରେ ଅର୍ଥ।ତ୍ ଅକ୍ଟୋବର 2 ତାରିଖ 2014ରେ ନୂଆ ଦିଲ୍ଲୀର ରାଜଘାଟଠାରୁ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ହେଉଛି, ଭାରତବର୍ଷରେ ଏକ ଐତିହାସିକ ସ୍ଵଚ୍ଛତା କାର୍ଯ୍ୟକ୍ରମ ଯେଉଠାରେ 3 ମିଲିୟନ ସରକାରୀ କର୍ମରୂରୀ, ସ୍କୁଲ ତଥା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ 09 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କରିଥିଲେ ଯିଏ କି ଏହି କାର୍ଯ୍ୟକ୍ରମକୁ ଜାତିର ପିତା ମହାତ୍ମାଗାନ୍ଧିଙ୍କ 150 ତମ ଜନ୍ମ ଦିବସରେ ଶ୍ରଦ୍ଧାପୂର୍ବକ ସାମିଲ ହେବା ପାଇଁ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଥିଲେ।
ସ୍ଵଚ୍ଛଭାରତ ଯୋଜନାରେ କେତୋଟି ମୁଖ୍ୟ ଦିଗ ରହିଛି, ସେଗୁଡ଼ିକ ହେଲା- (1) ଦାରିଦ୍ର ସୀମାରେଖାତଳେ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ପାଇଖାନା ନିର୍ମ।ଣ, (2) ପ୍ରଚଳିତ ମୁକ୍ତ ପାଇଖାନାକୁ ସ୍ଵଳ୍ପ ମୂଲ୍ୟଯୁକ୍ତ ପାଇଖାନାରେ ପରିବର୍ତ୍ତନ କରିବା, (3) ମହିଳାଙ୍କ ପାଇଁ ପାଇଖାନା ଓ ଗାଧୁଆଘରର ସୁବିଧା ମୁଖ୍ୟତଃ ଗ୍ରାମାଞ୍ଚଳରେ ପାଣିକଳ ଓ ପାଇପ ମଟର ବ୍ୟବସ୍ଥା ସହିତ ସ୍ଵଚ୍ଛତା ପାଇଁ ପାଇଖାନାଘର, ଗାଧୁଆଘର ତଥା ପିଇବା ପାଣିର ବ୍ୟବସ୍ଥା ଯାହାକି ଗ୍ରାମପଞ୍ଚାୟତର ତଦାରଖରେ ଚାଲିବ, (4) ଗ୍ରାମାଞ୍ଚଳରେ ଡ୍ରେନ୍, ସୋକେଜଫିଟସ୍, ବର୍ଜୟବସ୍ତୁର ପରିଚାଳନା ଉପରେ ଗୁରୁତ୍ଵ ଦେବା, (5) ପରିବେଶର ସୁରକ୍ଷା ସହିତ, ଉତ୍ତମ ସ୍ବାସ୍ଥ୍ୟ ଉପରେ ଗୁରୁତ୍ଵ ଦେବା।
ସ୍ଵଚ୍ଛ ଭାରତ ଅଭିଯାନର ଉଦ୍ଦେଶ୍ୟ :
ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି 02 ଅକ୍ଟୋବର 2019 ସୁଦ୍ଧା ସମଗ୍ର ଭାରତବର୍ଷକୁ ପ୍ରତ୍ୟେକ କ୍ଷେତ୍ରରେ ପରିଷ୍କାର, ପରିଚ୍ଛନ୍ନ ତଥା ବୃକ୍ଷରୋପଣ, ସାମାଜିକ ପବିତ୍ରତା, ସାମାଜିକ ସ୍ଥିରତା ଓ ପରିବେଶର ଉନ୍ନତି ସହିତ ଜାତିର ଜନକଙ୍କ 150ତମ ଜନ୍ମ ଜୟନ୍ତୀରେ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା। ଏହି ଅଭିଯାନରେ ମୋଟ ବାଆଷଠୀ ହଜାର କୋଟି ଟଙ୍କାର ଖର୍ଚ୍ଚ ଆକଳନ କରାଯାଇଛି। ଏହି ଯୋଜନାରେ ଜାତୀୟତାଭାବ ଉଦ୍ରେକ କରିବା ସହିତ ରାଜନୀତି ମୁକ୍ତ କରାଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବରେ ଖର୍ଚ୍ଚର ଭରଣା କରିବା ସହିତ ସାମଗ୍ରିକ ବିକାଶ ଉପରେ ଗୁରୁତ୍ଵ ଦିଆଯାଇଛି।
ଜାତିର ଜନକ ମହାତ୍ମାଗାନ୍ଧି ସର୍ବଦା ସ୍ଵଚ୍ଛତା ଉପରେ ଗୁରୁତ୍ଵ ଦେଉଥିଲେ। ଏହାକୁ ଦୃଷ୍ଟିରେ ରଖି 2019 ମସିହା ସୁଦ୍ଧା ସମଗ୍ର ଭାରତବର୍ଷକୁ ସ୍ଵଚ୍ଛ ଓ ସୁସ୍ଥ କରିବା ଏହାର ମୁଖ୍ୟ ଲକ୍ଷ୍ୟ।
ସହରାଞ୍ଚଳ ପାଇଁ ସ୍ଵଚ୍ଛ ଭାରତ ଅଭିଯାନ :
ସାମଗ୍ରିକ ବିକାଶ କ୍ଷେତ୍ରରେ ସ୍ଵଚ୍ଛତା ଏକ ଗୁରୁତ୍ଵପୂର୍ଣ୍ଣ ଉପାଦାନ। ଏହାକୁ ଗୁରୁତ୍ଵ ଦେଇ ସହରାଞ୍ଚଳରେ ବାସକରୁଥିବା 1କୋଟି 4 ଲକ୍ଷ (ଏକ କୋଟି ଚାରି ଲକ୍ଷ) ପରିବାରକୁ, 2ଲକ୍ଷ 5 ହଜାର ଗୋଷ୍ଠୀଙ୍କୁ ପକ୍କା ପାଇଖାନାଗାର ଯୋଗାଇବା ଓ 2 ଲକ୍ଷ 6 ହଜାର ସମୂହ (ଜନସାଧାରଣ) ପାଇଖାନା ତଥା ବର୍ଜୟ ବସ୍ତୁର ପରିଚାଳନା ସୁବିଧା ଯୋଗାଇବା ତଥା ପରିବେଶର ସୁରକ୍ଷା କରିବା। ଯେଉଠାରେ ବ୍ୟକ୍ତିଗତ ତଥା ପାରିବାରିକ ଅସୁବିଧା ରହିଛି ସେଠାରେ ସମୂହ ପାଇଖାନା କରିବା ମୁଖ୍ୟତଃ ଜନସଂଖ୍ୟା ଅବସ୍ଥିତି ଅଞ୍ଚଳରେ ଗୁରୁତ୍ଵ ଦିଆଯାଇଛି।
ଏହି ସ୍ଵଚ୍ଛତା ଅଭିଯାନ ମାଧ୍ୟମରେ ପର୍ଯ୍ୟଟନସ୍ଥଳି, ବଜାର ଅଞ୍ଚଳ, ବସ୍ ରହିବା ସ୍ଥାନ, ରେଲବେଷ୍ଟେସନ ଇତ୍ୟାଦି ଜନସାଧାରଣ ବ୍ୟବହାର କରୁଥିବା ଅଞ୍ଚଳରେ ଶୌଚାଳୟ ଓ ପାଇଖାନା କରିବା ସହିତ ସାମଗ୍ରିକ ପରିଷ୍କାର, ପରିଚ୍ଛନ୍ନ ରଖିବା। ଏହି ଯୋଜନା ପାଞ୍ଚବର୍ଷ (5 ବର୍ଷ) ମଧ୍ୟରେ ଚାରି ହଜାର ଚାରିଶହ ଏକ (4,401) ସହର ଲାଗୁ ହେବା ଥିଲା ଅନ୍ୟ ଏକ ଲକ୍ଷ୍ୟ। ଏହି ସ୍ଵଚ୍ଛତା ଅଭିଯାନକୁ କାର୍ଯ୍ୟକାରୀ କରିବା ପାଇଁ ବାଷଠି ହଜାର ନଅ କୋଟି ଟଙ୍କା ଖର୍ଚ୍ଚ କରିବାର ଯୋଜନା କରାଯାଇଛି। କେନ୍ଦ୍ର ସରକାର ସ୍ଵତନ୍ତ୍ର ଆର୍ଥିକ ସାହାଯ୍ୟ ମାଧ୍ୟମରେ ରାଜ୍ୟ ସରକାରମାନଙ୍କୁ ଚଉଦ କୋଟି ଏକ ଶହ ପଞ୍ଚଷଠି ଟଙ୍କା ଯାହାକି 7,366 (ସାତ ହଜାର ତିନି ଶହ ଛଅଷଠି) ବର୍ଜୟ ବସ୍ତୁ ପରିଚାଳନା ଟ 4,165କୋଟି ବ୍ୟକ୍ତିଗତ ପାଇଖାନା ଜନସାଧାରଣଙ୍କ ମଧ୍ୟରେ ସଚେତନତା ପାଇଁ ଟ 1,828ଙ୍କା (1,828) କୋଟି ଟଙ୍କା ଖର୍ଚ୍ଚ କରିବା ଓ ଗୋଷ୍ଠୀଗତ ଶୌଚାଳୟ ପାଇଁ ଟ 655 କୋଟି (ଛଅ ଶହ ପଞ୍ଚାବନ କୋଟି) ଟଙ୍କାର ଲକ୍ଷ୍ୟ ରଖାଯାଇଛି।
ଗ୍ରାମାଞ୍ଚଳରେ ସ୍ଵଚ୍ଛ ଭାରତ ଯୋଜନା :
ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ନିର୍ମ।ଣ ଭାରତ ଅଭିଯାନକୁ ସ୍ଵଚ୍ଛ ଭାରତ ଅଭିଯାନକୁ ପରିବର୍ତ୍ତନ କରାଯାଇଛି। ଏହି ଯୋଜନାର ଲକ୍ଷ୍ୟ ହେଉଛି 5 ବର୍ଷ ମଧ୍ୟରେ ଭାରତକୁ ଏକ ମୁକ୍ତ ତଥା ସ୍ଵଚ୍ଛତା ରାଷ୍ଟ୍ର ଗଠନ କରିବା। ଏହି ଅଭିଯାନ ମାଧ୍ୟମରେ 1 ଲକ୍ଷ 34 ହଜାର କୋଟି ଟଙ୍କା ଗ୍ରାମାଞ୍ଚଳରେ 11କୋଟି 11 ଲକ୍ଷ ଶୌଚାଳୟ ପ୍ରତିଷ୍ଠା କରିବାର ଲକ୍ଷ୍ୟ ରଖାଯାଇଛି। ଗ୍ରାମାଞ୍ଚଳରେ ବର୍ଜୟ ବସ୍ତୁର ସୁପରିଚାଳନା ତଥା ଆଧୁନିକ ଜ୍ଞାନ କୌଶଳର ବିନିଯୋଗ କରି ତାହାକୁ ଅର୍ଥଯୁକ୍ତ ଓ ଶକ୍ତିର ବିକାଶରେ ରୂପାନ୍ତରିତ ଓ ଜୈବ ରସାୟନରେ ପରିଣତ କରିବା। ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ, ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ଏହି ଅଭିଯାନ କାର୍ଯ୍ୟକାରିତାରେ ସାମିଲ କରିବା ସହିତ ସଫଳ ନେତୃତ୍ଵ ସୃଷ୍ଟି କରିବାର ଆବଶ୍ୟକତାକୁ ଗ୍ରହଣ କରିବା ଓ ସମାଜର ବିକାଶ କରିବା।
ଗ୍ରାମାଞ୍ଚଳରେ ଗୋଟିଏ ଶୌଚାଳୟ ପାଇଁ ଟ 10,000 ରୁ ଟ 12,000 ଟଙ୍କା ବ୍ୟବସ୍ଥା କରିବା ସହିତ, ପାଣି ଗଚ୍ଛିତ କରିବା ତଥା ହସ୍ତପ୍ରଖ୍ୟାଳନ ସାମିଲ କରିବା। ଏଠାରେ ସୂଚନା ଦିଆଯାଇପାରେ କି କେନ୍ଦ୍ର ସରକାର ତାଙ୍କର ଅଂଶଧନ ଭାବରେ ଟ 9,000 ଓ ରାଜ୍ୟ ସରକାର ଟ 3,000 ଯୋଗାଇଦେବେ। ଉତ୍ତରପୂର୍ବ।ଞ୍ଚଳ ରାଜ୍ୟ ତଥା ଜାମ୍ମୁ କାଶ୍ମୀର ପରି ସ୍ଵତନ୍ତ୍ର ରାଜ୍ୟ ତାଲିକାଭୁକ୍ତ ଅଞ୍ଚଳରେ କେନ୍ଦ୍ର ସରକାର ଟ 10,800ଙ୍କା ଓ ରାଜ୍ୟ ସରକାର ଟ 1,200ଙ୍କା ବ୍ୟବସ୍ଥା କରିବାର ଲକ୍ଷ୍ୟ ରହିଛି।
ସ୍ଵଚ୍ଛ ଭାରତ ଓ ସ୍ଵଳ୍ପ ବିଦ୍ୟାଳୟ ଅଭିଯାନ :
ଭାରତ ସରକାରଙ୍କ ମାନବ ସମ୍ବଳ ମନ୍ତ୍ରଣାଳୟ 25 ସେପ୍ଟେମ୍ବର, 2014 ଠାରୁ 31 ଅକ୍ଟୋବର 2014 ପର୍ଯ୍ୟନ୍ତ ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ସଂଗଠନ ମାଧ୍ୟମରେ ସ୍ଵଚ୍ଛ ଭାରତ-ସ୍ଵଚ୍ଛ ବିଦ୍ୟାଳୟ ଅଭିଯାନର ସଫଳତା ପାଇଁ ଗୁରୁତ୍ଵ ଦେବା ସହିତ ସ୍ଵତନ୍ତ୍ର ପିରିୟଡ଼ (ସମୟ ନିର୍ଘଣ୍ଟ) କରାଯାଇଛି।
ବିଦ୍ୟାଳୟରେ ସ୍ଵଚ୍ଛତା ବିଷୟରେ ଆଲୋଚନା ଓ ସମବେତ ବିତର୍କ ବ୍ୟବସ୍ଥା ତତ୍ ସହିତ ଜାତିର ପିତା ମହାତ୍ମାଗାନ୍ଧି ନୀତି ତଥା ଆଦର୍ଶ କିପରି ସ୍ଵଚ୍ଛତା ସହିତ ଜଡ଼ିତ ତଥା ସ୍ଵଚ୍ଛତା ଓ ସ୍ବାସ୍ଥ୍ୟ ପରସ୍ପର ପରିପୂରକ ଏକା ଉପରେ ଶିକ୍ଷା ପ୍ରଦାନ କରିବା ଏବଂ ଉପଯୁକ୍ତ ବ୍ୟକ୍ତିତ୍ଵ ସୃଷ୍ଟିର ଲକ୍ଷ୍ୟ ରଖାଯାଇଛି।
ଶ୍ରେଣୀ ଗୃହକୁ ପରିଷ୍କାର, ବିଜ୍ଞାନଗାର, ଲାଇବ୍ରେରୀ ବିଦ୍ୟାଳୟ ପରିସରରେ ଥିବା ମହାନ ବ୍ୟକ୍ତିଙ୍କ ମୂର୍ତ୍ତି ଓ ସେମାନଙ୍କ ବିଷୟରେ ଆଲୋଚନା, ଶୌଚାଳୟର ପରିଷ୍କାର, ଉପଯୁକ୍ତ ପିଇବା ପାଣିର ବ୍ୟବସ୍ଥା, ବିଦ୍ୟାଳୟର ରୋଷେଇ ଘର, ଖେଳପଡ଼ିଆ, ବିଦ୍ୟାଳୟର ବଗିରୂ ଇତ୍ୟାଦିକୁ ସ୍ଵଚ୍ଛତା ଆଣିବା ତଥା ଏହି ବିଷୟରେ ରଚନା ଲିଖନ, ତର୍କ, ଚିତ୍ରାଙ୍କନ ପ୍ରତିଯୋଗିତା ମାଧ୍ୟମରେ ସ୍ଵଚ୍ଛତା ଓ ସ୍ବାସ୍ଥ୍ୟର ଗୁରୁତ୍ଵ ଏବଂ ଏହି ଉଦ୍ଦେଶ୍ୟରେ ପିଲାମାନଙ୍କ କ୍ୟାବିନେଟ୍ ମନ୍ତ୍ରଣାଳୟ ଗଠନ କରି ତଦାରଖ କରିବା।
ମାନବ ସମ୍ବଳ ମନ୍ତ୍ରଣାଳୟ ତରଫରୁ ପ୍ରତ୍ୟେକ ବିଦ୍ୟାଳୟରେ ସ୍ଵଚ୍ଛତା ଓ ଉତ୍ତମ ସ୍ବାସ୍ଥ୍ୟ ପାଇଁ ପ୍ରତି ସପ୍ତାହରେ ଅଧଘଣ୍ଟା ବିଦ୍ୟାଳୟ ପରିସରର ସ୍ଵଚ୍ଛତା ପାଇଁ କାର୍ଯ୍ୟ କରିବା ଯେଉଥିରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ତଥା ଆଞ୍ଚଳିକ ଗୋଷ୍ଠୀର ନେତୃତ୍ଵକୁ ସାମିଲର ଗୁରୁତ୍ଵ ଦିଆଯାଇଛି। ପ୍ରତ୍ୟେକ ବିଦ୍ୟାଳୟରେ ଉତ୍ତମ ସ୍ବାସ୍ଥ୍ୟ ତଥା ସ୍ଵଚ୍ଛତା ପାଇଁ ଚଳଚ୍ଚିତ୍ର, ମଡ଼େଲ ଅଭିନୟ ତର୍କ ଓ ବିତର୍କ ତଥା ରଚନା ଓ ଚିତ୍ରାଙ୍କନ ମାଧ୍ୟମରେ ସଚେତନତାର ଗୁରୁତ୍ଵ ଦିଆଯାଇଛି।
ରାଷ୍ଟ୍ରୀୟ ସ୍ଵଚ୍ଛତା କୋଷ :
ଭାରତ ସରକାରଙ୍କ ତରଫରୁ ସ୍ଵଚ୍ଛ ଭାରତ କୋଷ ଗଠନ କରାଯିବା ସହିତ ପ୍ରତ୍ୟେକ ବ୍ୟକ୍ତି ଓ ଜନହିତୈଷୀ ଅନୁଷ୍ଠାନଗୁଡ଼ିକୁ ଏକ କର୍ପୋରେଟ ସାମାଜିକ ଦାୟିତ୍ଵ ପାଣ୍ଠି ଗଠନ ଓ 2019 ସୁଦ୍ଧା ସ୍ଵଚ୍ଛ ଭାରତ ଗଠନର ଲକ୍ଷ୍ୟ ରଖାଯାଇଛି। ଏହି ସଂଚିତପାଣ୍ଠିର ଲକ୍ଷ୍ୟ ହେଉଛି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସ୍ଵଚ୍ଛତା ତଥା ସ୍ବାସ୍ଥ୍ୟକର ପରିବେଶ ଉପରେ ଗୁରୁତ୍ଵ ଦେବା। ଏହି କୋଷର ପାଣ୍ଠି ସ୍ଵଚ୍ଛତା କ୍ଷେତ୍ରରେ ସାମଗ୍ରିକ ସାହାଯ୍ୟ ପାଇଁ କାର୍ଯ୍ୟ କରୁଥିବା ଅନୁଷ୍ଠାନ ତଥା ବିଭାଗ ଗୁଡ଼ିକୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବା ଓ ଯେଉ ବ୍ୟକ୍ତି, ଅନୁଷ୍ଠାନ ତଥା କର୍ପୋରେଟ କ୍ଷେତ୍ର ଏଥିରେ ଦାନ କରୁଥିତ୍ବା ଅର୍ଥକୁ କରମୁକ୍ତର ଲକ୍ଷ୍ୟ ରଖାଯାଇଛି।
ଶେଷକଥା :
ଶେଷରେ ଏତିକି କୁହାଯାଇ ପାରେ କି ସର୍ବୋପରି ସ୍ଵଚ୍ଛ ଭାରତ ଯୋଜନା ଏକ ମହାନ ଅଭିଯାନ ତଥା ମହାନ ଦୃଷ୍ଟି ଯେଉଠାରେ ପ୍ରତ୍ୟେକ ଜନସାଧାରଣ ଉତ୍ସାହର ସହିତ ସାମିଲ ହେବା ଓ ଅନେକ ଆବଶ୍ୟକତାକୁ ପୂରଣ କରିପାରିବା। ଏହା ସମାଜର ବ୍ୟାପକ ସମସ୍ୟାକୁ ସମାଧାନ କ୍ଷେତ୍ରରେ ଏକ ଦୃଷ୍ଟାନ୍ତମୂଳକ ଅଭିଯାନ- “ସ୍ଵଚ୍ଛ ଭାରତ ଅଭିଯାନ।”
ବେଟି ବଚାଓ, ବେଟି ପଢ଼ାଅ ଯୋଜନା odia language odia essay (Beti bachao Beti Badhao)
ଉପକ୍ରମ :
“ମା’ ହେଲେ ପାଠୋଇ, ଦେଶଯିବ ଆଗେଇ।”
ଉପାଦାନ :
ପ୍ରତ୍ୟେକ ଝିଅ, ସମାଜର ଏକ ଗୁରୁତ୍ଵପୂର୍ଣ୍ଣ ଉପାଦାନ। ଶିଶୁ କନ୍ୟାର ବିକାଶରେ ଦେଶର ପ୍ରକୃତ ବିକାଶ ହୋଇଥାଏ। ପିତୃକୈନ୍ଦ୍ରିକ ସମାଜରେ ଶିଶୁ କନ୍ୟାର ଅବହେଳା, ସମଗ୍ର ସମାଜକୁ ଧ୍ସଂ ଆଡ଼କୁ ଟାଣି ନିଏ। ଏହି ଦୃଷ୍ଟିରୁ ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ଦାସ ମୋଦି, ଭାରତବର୍ଷରେ ମାନବ ସମ୍ବଳର ବିକାଶ କ୍ଷେତ୍ରରେ ବେଟି ବଚାଓ, ବେଟି ପଢ଼ାଅ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା 100 କୋଟି ଟଙ୍କାରେ ପ୍ରାରମ୍ଭିକ ଅବସ୍ଥାରେ ଆରମ୍ଭ ହୋଇଥିଲା। ପରବର୍ତ୍ତି ଅବସ୍ଥାରେ ବିଭିନ୍ନ କ୍ଷେତ୍ରରେ କରପର୍ସ ପାଣ୍ଠିଦ୍ଵାରା ଏହାର ଉପଯୁକ୍ତ ବିନିଯୋଗ ତଥା କାର୍ଯ୍ୟକାରିତା ଉପରେ ଗୁରୁତ୍ଵ ଦିଆଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସମାଜରେ ଅବହେଳିତ ତଥା ଅନଗ୍ରସର ଗରିବ ଶିଶୁକନ୍ୟାମାନଙ୍କର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ବିକାଶ। ଆମ ରାଷ୍ଟ୍ରର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟିଲି ଯଥାର୍ଥରେ ଦର୍ଶ।ଇ ଥିଲେ ଯେ ଶିଶୁକନ୍ୟାର ବିକାଶ ପାଇଁ ବିଭିନ୍ନ କ୍ଷେତ୍ରରେ ଆବଶ୍ୟକତା ରହିଛି। ଭାରତୀୟ ସମାଜରେ ଲିଙ୍ଗଗତ ବ୍ୟବସ୍ଥା ଓ ଏହାର ଉପଯୁକ୍ତ ତଥା ନିର୍ଦ୍ଦିଷ୍ଟ ସଚେତନତା ସହିତ, ସ୍ବାଧୀନ ଭାବରେ କାର୍ଯ୍ୟକାରିତା ହେବା ଆବଶ୍ୟକ। ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥାର କାର୍ଯ୍ୟସୂଚୀରେ ଲିଙ୍ଗଗତ ଶିକ୍ଷାର ବ୍ୟବସ୍ଥା ହେବା ନିତାନ୍ତ ଆବଶ୍ୟକତା। ଏଠାରେ ଉଲ୍ଲେଖ କରାଯାଇପାରେ ନିର୍ଭୟା ପାଣ୍ଠିରେ ଏହି ବ୍ୟବସ୍ଥାର ସଦୁପଯୋଗ ପାଇଁ ନିର୍ଦ୍ଦଶେ ରହିଛି।
ଶିଶୁ କନ୍ୟା ତଥା ନାରୀମାନଙ୍କର ବିକାଶ ତଥା ସଶସ୍ତ୍ରୀକରଣ ପାଇଁ ସ୍ଵଳ୍ପ ସଞ୍ଚୟ ବ୍ୟବସ୍ଥା ପ୍ରଚଳନ ହେବା ଆବଶ୍ୟକ। ଯେଉଠାରେ ନାରୀ ଶିକ୍ଷା ପାଇଁ ଟ14,389 କୋଟି ଟଙ୍କାର ବ୍ୟବସ୍ଥା ରହିଛି ଏବଂ 150 କୋଟି ଟଙ୍କାର ନାରୀମାନଙ୍କ ସୁରକ୍ଷା ପାଇଁ ରହିଛି।
ଏଠାରେ ନିର୍ଦ୍ଦିଷ୍ଟ ଭାବରେ ଆଲୋଚନା କରାଯାଇ ପାରେ କି, ସାଧାରଣ ଜନତା ମଧ୍ୟରେ କେତେକାଂଶରେ ଏହି ସ୍ଵଳ୍ପ ଅର୍ଥରେ ନିର୍ମିତ ପାଣ୍ଠି ଓ ଏହାର ବିନିଯୋଗ ଉପରେ ପ୍ରଶ୍ନ ରହିଛି, ତଥାପି ଏହା ନିଶ୍ଚିତ ଯେ, ଲିଙ୍ଗଗତ ବୈଷମ୍ୟ ଦୂରୀକରଣରେ ଏକ ମାଇଲ୍ ଖୁଣ୍ଟ ସଦୃଶ। ବିଶିଷ୍ଟ ସମାଜବିଜ୍ଞାନୀ ସାବୁ ଜର୍ଜ ଯିଏ କି 30 ବର୍ଷ ଧରି ନାରୀ ସଶସ୍ତ୍ରୀକରଣ ଉପରେ କାର୍ଯ୍ୟ କରିଛନ୍ତି, ତାଙ୍କ ମତରେ କେବଳ ଆର୍ଥିକ ଅନୁଦାନ ମାଧ୍ୟମରେ ଏହାର ସମାଧାନ ହୋଇ ପାରିବ ନାହିଁ, ତେଣୁ ଏପରି କ୍ଷେତ୍ରରେ ବ୍ୟାପକ ସଚେତନତା ଓ କଠୋର ଦଣ୍ଡ ବିଧାନର ଆବଶ୍ୟକତା ରହିଛି, ଯାହାକି ବେଟି ବଚାଓ ଓ ବେଟି ପଢ଼ାଓ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ। ବିଶିଷ୍ଟ ସମାଜସେବୀ ସୁବାସ ମେଳାପୁକାରଙ୍କ ମତରେ ଲିଙ୍ଗଗତ ବୈଷମ୍ୟ ତଥା ଏକତା ପ୍ରତିଷ୍ଠା କେବଳ ତୃଣମୂଳ ସ୍ତର ଅର୍ଥ।ତ୍ ପଞ୍ଚାୟତ ସ୍ତରରୁ ଜନସଚେତନତା ତଥା ଅଂଶଗ୍ରହଣ ମାଧ୍ୟମରେ କରାଯାଇପାରିବ। ହିମାଚଳ ପ୍ରଦେଶରେ କନ୍ୟା ଶିଶୁମାନଙ୍କ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବା ସମୟରେ ପ୍ରକାଶ ପାଇଛି ଯେ ସମାଜର ପ୍ରଗତି ସହିତ ଉପଯୁକ୍ତ ପରିବେଶର ସମ୍ପର୍କ ପରି କନ୍ୟା ଶିଶୁମାନଙ୍କ ବିକାଶରେ ପ୍ରତିବଦ୍ଧତାର ଦରକାର ଅଛି।
ଲିଙ୍ଗଗତ ସମାନତା ଓ ସମ୍ମାନ ବିଦ୍ୟାଳୟ ସ୍ତରରୁ ଶିକ୍ଷା ଦେବା ଆବଶ୍ୟକ ଓ ଏଥି ସହିତ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଉପଯୁକ୍ତ ଭାବରେ କନ୍ୟା ଓ ବାଳକ ମାଧ୍ୟମରେ ସମାନତା ଦେବା ଆବଶ୍ୟକ। କେବଳ ଦ୍ଵାରକୁ ଦ୍ଵାର ପ୍ରଚାର କଲେ ହେବନି ବରଂ ଏଥିପାଇଁ କେବଳ ରାଜପଥକୁ ଏକ ଆଦର୍ଶ ଭାବରେ ଗ୍ରହଣ କରାଯାଇପାରେ। ସେଠାରେ ଆଇନ ଓ ପ୍ରଶାସନ ଶିଶୁ କନ୍ୟା ତଥା ନାରୀମାନଙ୍କ କ୍ଷେତ୍ରରେ ଏକ ସଫଳତାର ସୋପାନରେ ପହଞ୍ଚିଛି ।
ବେଟୀ ବଚାଓ ଓ ବେଟୀ ପଢ଼ାଓ ଅଭିଯାନର ସଫଳତା ଲିଙ୍ଗଗତ ଏକତା ତଥା ଶିଶୁକନ୍ୟା ଓ ନାରୀମାନଙ୍କର ଆତ୍ମନିର୍ଭରଶୀଳତା ଆମର ସାମାଜିକ ସ୍ବୀକୃତି ଉପରେ ନିର୍ଭର କରୁଛି। ଏଠାରେ କେତୋଟି ଦିଗ ଉପରେ ଗୁରୁତ୍ଵ ଦେଲେ ସମସ୍ୟାର ତୁରନ୍ତ ସମାଧାନ ସହିତ ନିରନ୍ତର ବିକାଶ ହୋଇପାରନ୍ତା।
ଶେଷକଥା :
ନାରୀମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଶିଶୁ କନ୍ୟାମାନଙ୍କ ପ୍ରତି ଆଦର, ସୁରକ୍ଷା ତଥା ପରିବହନ ଓ ଗମନାଗମନରେ ଶୃଙ୍ଖଳା ଉପରେ ଗୁରୁତ୍ଵ ଦେବା ଆବଶ୍ୟକ। ଶେଷରେ ଏତିକି କୁହାଯାଇପାରେ କି ଶିଶୁକନ୍ୟା ହସିଲେ ସମଗ୍ର ସମାଜ ହସିବ।
ପ୍ରଧାନମନ୍ତ୍ରୀ ଜନଧନ ଯୋଜନା odia language odia essay (PM JanDhan Yojana)
ଉପକ୍ରମ :
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେତୋଟି ଗୁରୁତ୍ଵପୂର୍ଣ୍ଣ ଯୋଜନା ମଧ୍ୟରୁ ଜନଧନ ଯୋଜନା ଅନ୍ୟତମ। ରାଜସ୍ଵ ଅଭିବୃଦ୍ଧି ମାଧ୍ୟମରେ ଜନସାଧାରଣଙ୍କ ବିକାଶ ଏହାର ମୁଖ୍ୟ ଉଦ୍ଦେଶ୍ୟ। ପ୍ରତ୍ୟେକ ଜନସାଧାରଣ ଯେପରି ସର୍ବନିମ୍ନ ଆବଶ୍ୟକତାରୁ ବଞ୍ଚତ୍ତ ନ ହୁଏ ତଥା ଜୀବନବ୍ୟାପି ସୁରକ୍ଷିତ ରହିବାର ଲକ୍ଷ୍ୟ ନେଇ 28 ଅଗଷ୍ଟ 2014 ମସିହାରେ ଐତିହାସିକ ପ୍ରଧାନମନ୍ତ୍ରୀ ଧନଜନ ଯୋଜନାର ଶୁଭାରମ୍ଭ ହୋଇଥିଲା। କେନ୍ଦ୍ରରେ ଗଠିତ ଗଣତାନ୍ତ୍ରିକ ସାମୁଖ୍ୟ ପ୍ରତ୍ୟେକ ପରିବାରରେ ବ୍ୟାଙ୍କ ଏକାଉଣ୍ଟ ଖୋଲିବା ଓ ଆର୍ଥିକ ବିକାଶରେ ସମସ୍ତଙ୍କ ସହଯୋଗ କାମନା କରିଥିଲା।
ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଦିଲ୍ଲୀଠାରେ ଏହାର ଶୁଭାରମ୍ଭ କରିଥିଲେ। ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଭୋପାଳରେ, କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ନାଗପୁରଠାରେ, କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଚେନ୍ନାଇଠାରେ, କେନ୍ଦ୍ର ରସାୟନ ମନ୍ତ୍ରୀ ଅନନ୍ତ କୁମାର ବେଙ୍ଗାଲୁରଠାରେ ଏବଂ କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଳାସ ପାଶବାନ ପାଟନାଠାରେ ଏହି ଐତିହାସିକ ଯୋଜନାର ଶୁଭାରମ୍ଭ କରିଥିଲେ।
ଜନଧନ ଯୋଜନାର ମୁଖ୍ୟ ଲକ୍ଷ୍ୟ :
ଜନଧନ ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ସମସ୍ତ ଜନସାଧାରଣଙ୍କୁ ବ୍ୟାକିଙ୍ଗ୍ ସୁବିଧା ଯୋଗାଇ ଦେବା ସହ ଜୀବନ ବୀମାର ସୁବିଧା ଦେବା। ଏହି ଯୋଜନାର ଶୁଭାରମ୍ଭରେ ଗୋଟିଏ ଦିନରେ 1କୋଟି ବ୍ୟାଙ୍କ ଏକାଉଣ୍ଟ ଖୋଲିବା ଲକ୍ଷ୍ୟ ରଖାଯାଇଥିଲା। ଆମ ଦେଶର ପ୍ରିୟ ପ୍ରଧାନମନ୍ତ୍ରୀ ମୋବାଇଲ ବ୍ୟାକିଙ୍ଗ୍ ସୁବିଧା ସହିତ ପ୍ରତ୍ୟେକଙ୍କ ମଧ୍ୟରେ ଇଣ୍ଟରନେଟ୍ ଆର୍ଥିକ ଦେଣନେଣ ସୁବିଧା ପ୍ରଦାନ କରିବା ଏହି ଯୋଜନାର ଅନ୍ୟତମ ଉଦ୍ଦେଶ୍ୟ ଅଟେ। ଜନଧନ ଯୋଜନାର ସ୍ଵତନ୍ତ୍ର ଲୋଗ ଉନ୍ମୋଚନ କରିବା ସହିତ ଗ୍ରାମ ଓ ସହରରେ ଯେଉମାନଙ୍କର ନାହିଁ ସେମାନଙ୍କୁ ବ୍ୟାକିଙ୍ଗ ସୁବିଧା ଦେବା ଏହାର ଲକ୍ଷ୍ୟ।
ଜାତୀୟ ମିସନ ପ୍ରତିଷ୍ଠା ସହିତ ଆର୍ଥନୀତିକ ବ୍ୟବସ୍ଥାକୁ ଯୋଗ କରିବା ଓ 7 କୋଟି 50 ଲକ୍ଷ ଲୋକଙ୍କୁ ବା ପରିବାରକୁ ଏହି ଯୋଜନାରେ ସାମିଲ କରିବା ସହିତ ଭାରତବର୍ଷରେ ସମସ୍ତ ପରିବାରକୁ ଜାତୀୟ ସଞ୍ଚୟ ଯୋଜନା କାର୍ଯ୍ୟରେ ସାମିଲ କରିବା ଏହାର ମୁଖ୍ୟ ଲକ୍ଷ୍ୟ।
ପ୍ରଧାନମନ୍ତ୍ରୀ ଧନଜନ ଯୋଜନାର ମୁଖ୍ୟ ବୈଶିଷ୍ଟ୍ୟ :
ଏହି ଯୋଜନାର ପ୍ରଥମ ପର୍ଯ୍ୟ।ୟ 2014 ମସିହା ଅଗଷ୍ଟ ମାସ 28 ତାରିଖରେ ଆରମ୍ଭ ହୋଇ 2015 ମସିହା ଅଗଷ୍ଟ ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲା। ଜନଧନ ଯୋଜନାର ଦ୍ବିତୀୟ ପର୍ଯ୍ୟ।ୟ 2015 ମସିହା ଠାରୁ 2018 ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲା। ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ମାଇକ୍ରୋବୀମା ଯୋଜନା, ପେନସନ ଯୋଜନା ଓ ସ୍ବାବଲମ୍ବନ ବ୍ୟବସ୍ଥା କାର୍ଯ୍ୟ କରିବା। ଆଧାର ନମ୍ବର ସହିତ ବ୍ୟାଙ୍କ ଆକାଉଣ୍ଟ ଯୋଗ କରିବା ସହିତ ଟ.5000/- (ପାଞ୍ଚ ହଜାର ଟଙ୍କା ମାତ୍ର) ଯୋଗାଇବା ଏହାର ଉଦ୍ଦେଶ୍ୟ ଥିଲା। ଏହି ଯୋଜନାର ସଫଳ କାର୍ଯ୍ୟକାରିତା ନେଇ ନିୟୁ ଇଣ୍ଡିଆ ଇନସୁରାନ୍ସ, ନ୍ୟାସନାଲ ଇନସୁରାନ୍ସ, ୟୁନାଇଟେଡ଼ ଇନସୁରାନ୍ସ ଓ ଓରିଏଣ୍ଟାଲ ଇନସୁରାନ୍ସ ତଥା ଐଊଋଉ ଇତ୍ୟାଦି ଅର୍ଥନୈତିକ ସଂସ୍ଥା କାର୍ଯ୍ୟ କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଜନଧନ ଯୋଜନା, ଏକ ଲୋକପ୍ରିୟ କାର୍ଯ୍ୟକ୍ରମ ଭାବରେ ଭାରତୀୟ ସମାଜରେ ଆଦୃତ ହେବା ସହିତ ପୂର୍ବ ସଂଯୁକ୍ତ ପ୍ରଗତିଶୀଳ ସରକାର ଠାରୁ ଏକ ଭଲ ଯୋଜନା ଭାବରେ କାର୍ଯ୍ୟ କରୁଛି। ରବିଶଙ୍କର ପ୍ରସାଦଙ୍କ ଭାଷାରେ ଏହି ଯୋଜନା ବ୍ୟାକିଙ୍ଗ୍ ତଥା ଅର୍ଥନୈତିକ ଦେଣନେଣ କ୍ଷେତ୍ରରେ ସାକ୍ଷରତା ଆଣିଛି। ପୂର୍ବରୁ କଣଉ ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସହଜ ନଥିଲା କିନ୍ତୁ ଏହି ଯୋଜନାରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସହିତା ଏକ ଲକ୍ଷ ବୀମା ସୁବିଧା ରହିଛି। ଅନ୍ୟ ପକ୍ଷରେ 6ମାସ ଏକାଉଣ୍ଟ ଠିକ୍ ଭାବରେ ଚାଲିଲେ, ଟ. 5000 (ପାଞ୍ଚହଜାର ଟଙ୍କା) ଖକ୍ଟବଦ୍ଭ ବ୍ୟବସ୍ଥା ରହିଛି।
ପ୍ରଧାନମନ୍ତ୍ରୀଙ୍କ ଜନଧନ ଯୋଜନାରେ ବହୁତ କିଛି ଭଲଗୁଣ ରହିଛି। ସେଗୁଡ଼ିକ ହେଲା ଶୂନ ଟଙ୍କାରେ Bank Account ଖୋଲାଯାଇପାରିବା। ଏକାଉଣ୍ଟ ଖୋଲିବା ସହିତ ଏକ କିଟ୍ ମିଳିଥାଏ। ଯେଉଥିରେ ଚେକବୁକ୍, ଅର୍ଥନୈତିକ ଦେଣନେଣ ଶିକ୍ଷା ପୁସ୍ତକ ଓ ପାଶବୁକ୍ ରହିଥାଏ। ଏହି ଯୋଜନାରେ ଏକାଉଣ୍ଟ ହୋଲଡରଙ୍କୁ ଟ 30,000 (ତିରିଶ ହଜାର ଟଙ୍କାର ଜୀବନ ବୀମା) ଯେଉମାନେ 1915 ମସିହା ଜାନୁୟାରୀ ମାସ 26 ତାରିଖ ସୁଦ୍ଧା ପାସବୁକ୍ ଖୋଲିଥାନ୍ତି ଓ ଦୁର୍ଘଟଣା ବୀମା ଏକ ଲକ୍ଷ ମିଳିଥାଏ। 2018 ମସିହାରେ ଟ. 5,000 ଉଠାଣ ସହିତ ଅନ୍ୟ ସୁବିଧା ତଥା ଦୁର୍ନୀତିମୁକ୍ତ ଭାରତ ଗଠନରେ ସହାୟକ ହୋଇଛି।
ଏକାଉଣ୍ଟ ଖୋଲିବା ପାଇଁ ଆବଶ୍ୟକ ପ୍ରମାଣପତ୍ର : ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ବ୍ୟାଙ୍କ ଏକାଉଣ୍ଟ ଖୋଲିବା ପାଇଁ, ବ୍ୟକ୍ତିର ସ୍ଥାୟୀ ଓ ବର୍ତ୍ତମାନ ବାସ କରୁଥିବା ଠିକଣା ଆବଶ୍ୟକ। ଏଥିପାଇଁ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଜଈଓ) ର ସୂଚନା ଅନୁଯାୟୀ ଆଧାରକାର୍ଡ଼, ପ୍ୟାନକାର୍ଡ଼, ଭୋଟର ପରିଚୟ ପତ୍ର, ରେସନ କାର୍ଡ଼, ଡି.ଏଲ୍.କାର୍ଡ଼ (ଡ୍ରାଇଭିଂ ଲାଇନେସନ୍ସ କାର୍ଡ଼) ମଧ୍ୟରୁ ଗୋଟିଏ ବା ଆବଶ୍ୟକ ହେଉଥିତ୍ବା ପ୍ରମାଣପତ୍ର ତତ୍Ù ସହିତ ଦୁଇଟି ପାଶ୍Ùପୋର୍ଟ ସାଇଜ ଫଟୋ ଆବଶ୍ୟକ। ଏଠାରେ ପ୍ରକାଶ କରାଯାଇପାରେ କି ଆବଶ୍ୟକ ପ୍ରମାଣ ପତ୍ର ନଥାଇ ବ୍ୟାଙ୍କ୍ ଏକାଉଣ୍ଟ ଖୋଲାଯାଇପାରେ, ଯେଉଥିରେ ନିଜ ଦସ୍ତଖତ ସହିତ ଦୁଇଟି ପାଶପୋର୍ଟ ଫଟୋ ତତ୍ ସହିତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସାମନାରେ ଟିପ ବା ଦସ୍ତଖତ ସହିତ ଗୋଟିଏ ବର୍ଷପାଇଁ ସ୍ମଲ ଏକାଉଣ୍ଟ (Small Account) ଭାବରେ କାର୍ଯ୍ୟକରିବ।
ଏହାର କିଛି ଅପକାରିତା ରହିଛି, ଯାହାକି ଏହି ଯୋଜନା ପାଇଁ ପ୍ରଶ୍ନ ଆହ୍ବାନ କରେ। ଅର୍ଥବିଶାରଦଙ୍କ ମତରେ ଏଥିରେ ଥିବା ବୀମା ବ୍ୟବସ୍ଥା ଓ ରିହାତି କରଦାତାଙ୍କ ଉପରେ ପ୍ରଭାବ ପକାଇଥାଏ।
ଶେଷକଥା :
ଶେଷରେ ଏତିକି ଆଲୋଚନା କରାଯାଇପାରେ କି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ଜନଧନ ଯୋଜନା ହେଉଛି ଏକ ଐତିହାସିକ କାର୍ଯ୍ୟକ୍ରମ, ଯାହା ମାଧ୍ୟମରେ ଗରିବ ଓ ଧନୀର ଦୂରତା କମିବା ସହିତ, ଗ୍ରାମ ସାହୁକାର, ଲାଭଖୋର ବ୍ୟକ୍ତି ତଥା ବ୍ୟବସାୟ ଓ ଦୁର୍ନୀତିମୁକ୍ତ ଭାରତ ଗଠନରେ ସହାୟକ ହୋଇଛି।
ଯୋଗ odia language odia essay (Yoga)
ଉପକ୍ରମ :
ଯୋଗର ଆରମ୍ଭ ସମ୍ପର୍କରେ ଗୀତା ଗ୍ରନ୍ଥରୁ ସୂଚନା ମିଳିଥାଏ। ପାତଞ୍ଜଳ ଯୋଗ ପରମ୍ପରା ଅନୁସାରେ ଶେଷନାଗଙ୍କୁ ଯୋଗର ପ୍ରାରମ୍ଭକର୍ତ୍ତ। ରୂପେ ଗଣାଯାଏ। ସର୍ବ ପ୍ରଥମେ ଯୋଗର ପ୍ରାଣାୟମ ଅଙ୍ଗର ଉତ୍ପତ୍ତି ହୋଇଥିଲା। ‘ଯୋଗ’ ଶବ୍ଦ ‘ଯୁଜ୍’ ଧାତୁରୁ ସ୍ପଷ୍ଟ। ‘ଯୋଗ’ର ଆକ୍ଷରିକ ଅର୍ଥ ଯୋଗ କରିବା ବା ଯୋଡ଼ିବା। ଯୋଗ ମଣିଷର ଜୀବନକୁ ସନ୍ତୁଷ୍ଟ, ସନ୍ତୁଳିତ, ସମନ୍ବିତ, ସଂଯମ, ଶାଣିତ କରିପାରେ। ବ୍ୟକ୍ତିର ମାନସିକ ଚେତନାକୁ ଜାଗ୍ରତ କରି ପାଶବିକତାଠାରୁ ଦୂରେଇ ରଖିବାକୁ ସମର୍ଥ ହୋଇଥାଏ। ଯୋଗର ଉତ୍ପତ୍ତି ପ୍ରାଚୀନ ସମୟରେ, ଯାହାକି ଭାରତର ଯୋଗୀମାନଙ୍କ ଦ୍ଵାରା ହୋଇଥିଲା। ବୈଦିକ ସାହିତ୍ୟର ‘ଆରଣ୍ୟକ’ ଭାଗରୁ ପ୍ରୟୋଗାତ୍ମକ ଯୋଗର ସୂତ୍ରପାତ ହୋଇଥିଲା। ଏହା ସଂସ୍କୃତ ଶବ୍ଦରୁ ଉତ୍ପତ୍ତି ଗୋଟିଏ ଅର୍ଥ “ଯୋଡ଼ିବା” ଅନ୍ୟ ଅର୍ଥଟି “ଅନୁଶାସନ”। ଯୋଗର ଅଭ୍ୟାସ ଶରୀର ଏବଂ ମସ୍ତିଷ୍କର ସମନ୍ବିତରେ ହୋଇଥାଏ। ଯୋଗ ଦ୍ଵାରା ହିଁ ଦୀର୍ଘ ଜୀବନ ଲାଭ କରାଯାଇପାରେ। ଯେଉମାନେ ଯୋଗୀ ବା ଯୋଗାଭ୍ୟାସ କରନ୍ତି କେବଳ ସେଇମାନେ ହିଁ କହିପାରିବେ ଯୋଗର ପ୍ରକୃତ ସଂଜ୍ଞା। ସମ୍ପୂର୍ଣ୍ଣ ଜ୍ଞାନ ଲାଭ ନ କରି ଯୋଗାଭ୍ୟାସ କରିବା ଲାଭଦାୟକ ହୋଇନପାରେ।
ଯୋଗର ଆବଶ୍ୟକତା :
ବିଶ୍ବବ୍ରହ୍ମାଣ୍ଡ ସୃଷ୍ଟି ପଞ୍ଚତତ୍ତ୍ବର। ଚେତନାର ଉତ୍ସରଣ, ଏହି ପଞ୍ଚତତ୍ତ୍ବରୁ। ଯୋଗାଭ୍ୟାସ ମାଧ୍ୟମରେ ସାଧକ-ସାଧିକାମାନେ ନିଜସ୍ଵ ଚେତନାକୁ ବ୍ରହ୍ମାଣ୍ଡ ଚେତନା ସହିତ ଯୋଡ଼ିଥାନ୍ତି। ଜୀବ ପରମ, ଆତ୍ମା-ପରମାତ୍ମାଙ୍କ ମିଳନ ଘଟିଥାଏ। ମନ, ବିବେକ ଏକ ହୋଇଥାଏ। ଯୋଗାଭ୍ୟାସ ଦ୍ଵାରା ସ୍ଥୂଳ ଶରୀର ତ୍ୟାଗ କରି ଆତ୍ମା ବିଶ୍ବବହ୍ମାଣ୍ଡ ଭ୍ରମଣ କରିପାରିବ। ଜ୍ଞାନ ଆହରଣ କରିପାରେ। “ଯୋଗ କର୍ମସୁ କୌଶଳମ୍” – ଏହାର ଅର୍ଥ ଯୋଗଦ୍ଵାରା କର୍ମ କରିବାର ଯଥାର୍ଥ କୌଶଳ ଶିକ୍ଷା କରିବାକୁ ମିଳିଥାଏ। କର୍ମ ହେଉ କିମ୍ବା ଜ୍ଞାନ ହେଉ ଯୋଗ ଏକ ସାଧନା। ଏହା ସିଦ୍ଧ ହେବା ମାତ୍ରେ ମଣିଷ ସବୁ କ୍ଷେତ୍ରରେ ବିଜୟୀ ହୋଇଥାଏ।
ଯୋଗର ବିଭିନ୍ନ ଆସନ :
ଯୋଗାସନ ଚିକିତ୍ସା ଯେତେ ସହଜ, ସରଳ, ସାଧାରଣ ବୋଲି ମନେ ହେଉଥିଲେ ମଧ୍ୟ ପ୍ରଥମେ ସେ ଏ ସମ୍ପର୍କରେ ବିଶେଷ ଜ୍ଞାନ ଆହରଣ କରିବା ଆବଶ୍ୟକ। ମନଇଚ୍ଛା ନିଷ୍ପତ୍ତି ନେଇ ରୋଗ ଉପଶମ ପାଇଁ ଯୋଗାସନ ଅଭ୍ୟାସ କରିବା ଆଦୌ ଉଚିତ ନୁହେଁ ଉପଯୁକ୍ତ ଯୋଗାଚାର୍ଯ୍ୟ ବା ଯୋଗ ବିଶେଷଜ୍ଞ ତଥା ଚିକିତ୍ସକ ପରାମର୍ଶକ୍ରମେ ନିର୍ଦ୍ଦିଷ୍ଟ ଯୋଗାସନ ଅଭ୍ୟାସ କରିବା ଆବଶ୍ୟକ। ଆସନ ଅଭ୍ୟାସ କରିଦେଲେ ଯେ ରୋଗ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଯିବ ତାହା ଭାବିବା ଭୁଲ୍। ଏଥି ସହିତ ଉପଯୁକ୍ତ ଆହାର, ବିଶ୍ରାମ, ପଥ୍ୟ, ଜୀବନଚର୍ଯ୍ୟ। ପ୍ରତି ଦୃଷ୍ଟି ଦିଆଯିବା ଦରକାର। ଯୋଗର ବିଭିନ୍ନ ଆସନଗୁଡ଼ିକ ହେଲା- ସୂର୍ଯ୍ୟ ନମସ୍କାର, ପଦ୍ମାସନ, ବଦ୍ଧପଦ୍ମାସନ, ସୁଖାସନ, ଭ୍ରଷ୍ଟାସନ, ଜାନୁଶିରାସନ, ବ୍ରଜାସନ, ଶୁପ୍ତ ବଜ୍ରାସନ, ତୁଳାସନ, କୁକ୍କୁଟାସନ, ସିଦ୍ଧାସନ, ଜ୍ଞାନମୁଦ୍ରାସନ, ବ୍ରହ୍ମଜ୍ଞଳୀ ଆସନ, ଗୋରକ୍ଷା ଆସନ, ଗୋମୁଖାସନ, ଅର୍ଦ୍ଧମତ୍ସେନ୍ଦ୍ରାସନ, ଧନୁରାକର୍ଷଣ ଆସନ, ପଶ୍ଚିମୋତ୍ତାସନ, ବକାସନ, ଅଞ୍ଜନେୟାସନ, ଅର୍ଦ୍ଧକୂର୍ମ।ସନ, କମର ଚକ୍ରାସନ, ମଣ୍ଡକଆସନ, ସିଂହାସନ, ହଳାସନ, ନୌକାସନ, ମତ୍ସ୍ୟାସନ, ଶବାସନ, ସର୍ପ।ସନ, ମୟୂରାସନ, ବିହଙ୍ଗାସନ ଗରୁଡ଼ାସନ, ନଟରାଜଆସନ, ଶୀର୍ଷ।ସନ, ଉତ୍କଟାସନ, ବୃକ୍ଷାସନ, ପ୍ରାଣାସନ, ବୀରାସନ, ସମର୍ପଣ ଆସନ ପରି ଅନେକ ଆସନ ରହିଛି।
ଶରୀର ଅଛି ମାନେ ରୋଗ ତ ନିଶ୍ଚିତ ହେବ। ତେବେ ଆମେ ନିତ୍ୟ ସାବଧାନ ରହିପାରିଲେ ଯୋଗାଭ୍ୟାସ କଲେ ସୁସ୍ଥ ନୀରୋଗ ରହିପାରିବା ଏଥିରେ ସନ୍ଦେହ ନାହିଁ। ବିଭିନ୍ନ ରୋଗର ଉପଶମ ଭିନ୍ନ ଭିନ୍ନ ଆସନ ଦ୍ଵାରା ସମ୍ଭବ। ଉପଯୁକ୍ତ ଯୋଗ ସାଧକଙ୍କ ସହିତ ପରାମର୍ଶ କରି ରୋଗମୁକ୍ତି ପାଇଁ ଆସନ ଯଥାବିଧି ଅଭ୍ୟାସ କରିବା ଆବଶ୍ୟକ। ଏଥିପାଇଁ ଯଥେଷ୍ଟ ଧୈର୍ଯ୍ୟ ଓ ଆତ୍ମବିଶ୍ବାସ ରହିବା ଉଚିତ। ଜଣେ ନିଜର ସୁବିଧାନୁସାରେ ସେଗୁଡ଼ିକ ଅଭ୍ୟାସ କରି ଉପକୃତ ହୋଇପାରିବ।
ଖାଲିପେଟରେ ଶରୀର ହାଲୁକା ଥିବା ଅବସ୍ଥାରେ ଯୋଗାସନ କରିବା ଆବଶ୍ୟକ। ଶ୍ରଦ୍ଧା ଓ ବିଶ୍ବାସର ସହିତ କଲେ ନିଶ୍ଚିତ ଉପକାର ମିଳିଥାଏ। ନିଶାଦ୍ରବ୍ୟ ସେବନ କରିବାଠାରୁ ଦୂରେଇ ରହିବା ଦରକାର। ଯେତେ ଭଲ ଖାଦ୍ୟ ଖାଇଲେ, ଯେତେ ପ୍ରକାର ଆସନ, ପ୍ରାଣାୟାମ କଲେ ସୁଦ୍ଧା ବ୍ରହ୍ମଚର୍ଯ୍ୟ ପାଳନ ନ କଲେ ଜଣେ ସମ୍ପୂର୍ଣ୍ଣ ସୁସ୍ଥ, ନୀରୋଗ ରହିପାରିବ ନାହିଁ। ପ୍ରଥମେ ପଦ୍ମାସନରେ ବସି କିଛି ସମୟ ଶ୍ବାସ ପ୍ରଶ୍ବାସରେ ବ୍ୟାୟାମ କରିବ। ତା’ପରେ ଅନ୍ୟ ଆସନ କରାଯାଇ ପାରିବ। ବ୍ୟାୟାମ ଶେଷରେ ଶବାସନ ଓ ସମର୍ପଣାସନ କରିବା ଏକାନ୍ତ ଆବଶ୍ୟକ।
ଯୋଗର ନିୟମ :
ଯୋଗାସନ ଅଭ୍ୟାସ ନିୟମିତ ବିଧିବ୍ୟବସ୍ଥା ଅନୁସାରେ କରିବା ଉଚିତ। ସାଧାରଣତଃ ସକାଳେ ଜଳଖିଆ ଖାଇବା ଆଗରୁ ଯୋଗାଭ୍ୟାସ କରିବା ଦରକାର। ସନ୍ଧ୍ୟାରେ ପେଟ ଖାଲିଥିବା ଅବସ୍ଥାରେ କରାଯାଇପାରିବ। ଖାଇବା ତିନି ଚାରି ଘଣ୍ଟା ପରେ ଆସନ ଅଭ୍ୟାସ କରିବାକୁ ହେବ। ଆସନ ଅଭ୍ୟାସର ଅଧଘଣ୍ଟାଏ ପରେ ବିଶୁଦ୍ଧ ଜଳ, ଫଳରସ ପାନ କରିବା ଆବଶ୍ୟକ। ଯୋଗ ସାଧନ ସମୟରେ ନୀରବତା ଅବଲମ୍ବନ କରିବା ଦରକାର। ଯୋଗାସନ ସମୟରେ ଯଥାସମ୍ଭବ ଢିଲା ପୋଷାକ ପିନ୍ଧିବା ଦରକାର। ସମସ୍ତେ ସବୁପ୍ରକାର ଆସନ, ପ୍ରାଣାୟାମ ଆଦି ଅଭ୍ୟାସ କରିବା ସମ୍ଭବ ହୋଇ ନ ପାରେ। ଲୋକର ବଳ, ବୟସ, ଅବସ୍ଥା, ଓଜନ, ଅନୁସାରେ କିଏ କେଉ ଆସନ ଅଭ୍ୟାସ ସହଜରେ କରିପାରିବେ ତାହା ଦେଖିବାକୁ ପଡ଼ିଥାଏ। ପ୍ରଥମ ଅବସ୍ଥାରେ ପୂର୍ଣ୍ଣମାତ୍ରାରେ ଅଭ୍ୟାସ କରି ନ ପାରିଲେ ଧୀରେ ଧୀରେ ସମୟ ବଢ଼ାଇ ଯୋଗ ସାଧନା କରାଯାଇ ପାରିବ। ପ୍ରତି ସପ୍ତାହରେ ଗୋଟିଏ ଲେଖାଏଁ ଆସନ ଅଭ୍ୟାସ କରିବା ଆବଶ୍ୟକ। ଯୋଗ ସାଧକ ପାଇଁ ସର୍ବଦା ସାତ୍ତ୍ବିକ ଖାଦ୍ୟ ହିଁ ଶ୍ରେୟସ୍କର।
ଯୋଗର ଉପକାରିତା :
ଯୋଗାସନ ଦ୍ଵାରା ଶାରୀରିକ ଓ ମାନସିକ ଶକ୍ତିକୁ ନିୟନ୍ତ୍ରଣ କରିବାରେ ସହାୟତା ମିଳିଥାଏ। ରକ୍ତ ସଞ୍ଚାଳନ ସ୍ବାଭାବିକ ଅବସ୍ଥାରେ ରହେ ଯାହା ଦ୍ଵାରା କ୍ଳାନ୍ତି ବିଷର୍ଣ୍ଣତା ଦୂରୀଭୂତ ହୋଇପାରେ। ଶ୍ବାସନ କ୍ରିୟା, ଫୁସଫୁସ୍ ସଚଳ ହୁଏ। ରକ୍ତ ଶୋଧନ କ୍ରୟା ଚଞ୍ଚଳ ହୁଏ। ଶରୀରକୁ ଅଧିକ ଅମ୍ଳଜାନ ପ୍ରବେଶ କରେ, ହୃଦୟ ଶକ୍ତିଶାଳୀ ହୁଏ। ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ବାହାରିଯାଏ। ଜଠରାଗ୍ନି ପ୍ରଜ୍ଜ୍ବଳିତ ହୁଏ ଓ କ୍ଷୁଧା ବଢ଼େ। କୋଷ୍ଠକାଠିନ୍ୟ ଦୂରହୁଏ, ସ୍ନାୟୁ ମଣ୍ଡଳ ଅଧିକ ସକ୍ରୟି ହୁଏ। ମସ୍ତିଷ୍କକୁ ଅଧିକ ଶକ୍ତି ମିଳେ, ବିଚାରଶକ୍ତି ଶୁଦ୍ଧ ହୁଏ, ମାନସିକ ଶାନ୍ତି ମିଳେ। ପାଚନ ତନ୍ତ୍ର ଶୁଦ୍ଧ ହୁଏ, ଯକୃତ, ପିତ୍ତକୋଷ, ପ୍ଲୀହା ଦୋଷ ନିବାରିତ ହୁଏ ଏବଂ ଶରୀର କ୍ଲାନ୍ତିଯୁକ୍ତ ହୁଏ। ମଣିଷ ସୁସ୍ଥ, ନୀରୋଗ ଓ ଦୀର୍ଘଜୀବୀ ହୁଏ।
ଏକ ଶାନ୍ତ ନିର୍ମଳ ବାୟୁ ଚଳାଚଳ କରୁଥିବା କୋଠରୀରେ ବସି ନିଜର ଆଖପାଖର ଧ୍ବନି ଶୁଣନ୍ତୁ। ଧୀରେ ଧୀରେ ସେଇ ତରଙ୍ଗକୁ ନିଜ ଶରୀର ସହିତ ଯୋଡ଼ି ଏମିତି ଅନୁଭବ କରନ୍ତୁ ଯେପରି ହୃଦୟର ସ୍ପନ୍ଦନ ଶୁଣାଯିବ। ଏହା ମାନସିକ ଉଦବିଗ୍ନତାକୁ ଶାନ୍ତ କରି ପାରିବ। ସକାରାତ୍ମକ ଚିନ୍ତାଧାରାକୁ ଆପଣାଇ ତାକୁ ପ୍ରାଣବାୟୁ ସହିତ ମିଶାଇବାକୁ ହେବ। ଏହାଫଳରେ ଦୃଢ଼ ଆତ୍ମବିଶ୍ବାସ ସୃଷ୍ଟି ହେବ। ଯେତେବେଳେ ହୃଦୟରୂପୀ ପକ୍ଷୀ କୋଉଠି ଶାନ୍ତି ପାଉନଥିବ ସେତେବେଳେ ତାକୁ ଧ୍ୟାନରୂପୀ ଶାନ୍ତି ଛାଇରେ ଆଶ୍ରୟ ଦେଲେ ପରମ ତୃପ୍ତି ମିଳିପାରେ।
ଶେଷକଥା :
ଆଜିର ଆଧୁନିକ ବିଜ୍ଞାନ ପ୍ରଯୁକ୍ତି ଯୁଗରେ ସ୍ବାସ୍ଥ୍ୟ ଓ ଚିକିତ୍ସା କ୍ଷେତ୍ରରେ ଅନେକ ପ୍ରଗତି ସାଧିତ ହୋଇଥିଲେ ମଧ୍ୟ ମଣିଷ ସବୁ କିଛିରୁ ନୀରସ୍ତ୍ର ହୋଇ ପୁଣିଥରେ ଆୟୁର୍ବଦେ ଓ ଯୋଗ ପ୍ରତି ମୁହାଁଇଛି। ଆଧୁନିକ ଜ୍ଞାନ କୌଶଳ ମଣିଷକୁ ଚରମ ସୁଖ ପ୍ରଦାନ କରିବାକୁ ସକ୍ଷମ ହୋଇଥିଲେ ବି କାଣିଚାଏ ମାନସିକ ଶାନ୍ତି ଦେବାରେ ବିଫଳ ହୋଇଛି। ଯୋଗ ଓ ଆୟୁର୍ବଦେର ସମନ୍ବୟରେ ଯେଉ ସଫଳତା ପ୍ରାପ୍ତ ହୋଇପାରିଛି ତାହାରି ଉପରେ ଭିତ୍ତିକରି ଏବେ ସମଗ୍ର ବିଶ୍ବର ବହୁ ରାଷ୍ଟ୍ରରେ ଯୋଗ ଶିକ୍ଷା କେନ୍ଦ୍ର ଖୋଲାଗଲାଣି। ଯୋଗ ଓ ସ୍ବାସ୍ଥ୍ୟ ପରସ୍ପର ପରିପୂରକ। ବହୁ ପ୍ରାଚୀନ କାଳରୁ କୁହାଯାଇ ଆସିଛି ଯେ “ଅନ୍ନବିହୁନେ ହଂସ ହାନି, ଯୋଗ ସାଧିବା କାହା ଘେନି।” ଶରୀର ଅନ୍ନମୟ। ଏହାର ପୁଷ୍ଟି ଓ ତୃଷ୍ଟି ସାଧନ ହିଁ ଜୀବନର ପ୍ରଥମ କର୍ତ୍ତବ୍ୟ। ବିଶ୍ବଯୋଗ ଦିବସ ଜୁନ 21 ତାରିଖରେ ପାଳନ କରାଯାଏ। ବିଶ୍ବ ଯୋଗ ଦିବସ 2015 ମସିହାରୁ ସମଗ୍ର ବିଶ୍ବରେ ପାଳନ କରାଯାଉଛି।
କରୋନା ମହାମାରୀ ବା କୋଭିଡ଼-19 odia language odia essay (Covid-19 Odia Essay)
ଉପକ୍ରମ :
ଭୂତାଣୁ ଜନିତ ରୋଗ ‘ନଭେଲ କରୋନା’ ବା କୋଭିଡ଼୍-19 କବଳରେ ଏବେ ସାରା ବିଶ୍ବ। ଚୀନ ଉହାନ୍ ସହରରୁ ସଂକ୍ରମିତ ଏହି ରୋଗ ବିଶ୍ବକୁ କବଳିତ କରିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁ .ଏଚ୍. ଓ) ଏହାକୁ ମହାମାରୀ ଘୋଷଣା କରିସାରିଛି। ଭାରତ ସରକାର ଏହାକୁ ଜାତୀୟ ବିପତ୍ତି ଦର୍ଶ।ଇଛନ୍ତି। ଓଡ଼ିଶା ସରକାର ଏହାକୁ ମଧ୍ୟ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି। କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। ମହାମାରୀ ରୋଗ ଆଇନ 1897ର ଧାରା 2, 3 ଏବଂ 4 ଅଧୀନରେ ଓଡ଼ିଶା ସରକାରଙ୍କ ପକ୍ଷରୁ ‘ଦ ଓଡ଼ିଶା କୋଭିଡ଼୍-19 ନିୟମାବଳୀ 2020’ ଜାରି କରାଯାଇଛି। ସଚେତନତା ହିଁ ନିୟନ୍ତ୍ରଣର ଏକମାତ୍ର ଉପାୟ। ସଂକ୍ରମିତ ବ୍ୟକ୍ତିଙ୍କୁ ଏକମାତ୍ର ଉପଚାର ଏକୁଟିଆ ଘରେ ରୁହନ୍ତୁ ଓ ଅନ୍ୟମାନଙ୍କ ସହ ମିଶନ୍ତୁ ନାହିଁ। ପରିଷ୍କାର ଓ ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଏହାଦ୍ଵାରା ଅଧିକ ସଂକ୍ରମଣକୁ ରୋକିହେବ। ସଂକ୍ରମଣର ଦୁଇ ସପ୍ତାହ (କ୍ବାରେଣ୍ଟାଇନ୍ ପିରିୟଡ଼୍) କେବଳ ଫଳ ଓ ନୁଡୁଲ୍ ଖାଇବାକୁ ପରାମର୍ଶ। ଯେଉମାନଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମ୍, ବିଶେଷକରି ବୟସ୍କ ଓ ଶିଶୁ ଏଥିପ୍ରତି ଅଧିକ ଯତ୍ନବାନ ହେବା ଉଚିତ।
ବିଶ୍ବରେ ଦ୍ରୁତ ଗତିରେ ବ୍ୟାପୁଥିବା କରୋନା ଭୂତାଣୁ ସଂକ୍ରମଣ ସମଗ୍ର ମାନବ ସମାଜ ପାଇଁ ଏକ ପ୍ରମୁଖ ଆହ୍ବାନ ଭାବରେ ଉଭା ହୋଇଛି। ଏହି ରୋଗର ସଫଳ ପ୍ରତିରୋଧ ପାଇଁ ପ୍ରତ୍ୟେକ ସ୍ତରରେ ସମ୍ମିଳିତ ପ୍ରଚେଷ୍ଟା ଆବଶ୍ୟକ।
ନିଜକୁ ଓ ନିଜ ପରିବାରର ସଦସ୍ୟଙ୍କୁ ଏହି ମହାମାରୀଠାରୁ ସୁରକ୍ଷିତ ରଖିବା ପାଇଁ ଆମ ସମସ୍ତଙ୍କୁ ବ୍ୟକ୍ତିଗତ ସ୍ତରରେ ପ୍ରତିବଦ୍ଧ ଓ ପାରିବାରିକ ସ୍ତରରେ ଦାୟିତ୍ଵ ସମ୍ପନ୍ନ ହେବାକୁ ପଡ଼ିବ। ଏଥିରେ ଆମକୁ ବ୍ୟକ୍ତିଗତଭାବରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ ବା କୌଣସି ପରିବାରକୁ ତ୍ୟାଗ ସ୍ବୀକାର କରିବାକୁ ପଡ଼ିପାରେ। ମାତ୍ର ଅସାଧାରଣ ପରିସ୍ଥିତିରେ ଆମ୍ଭମାନଙ୍କଠାରୁ ଅସାଧାରଣ ପ୍ରଦର୍ଶନର ଆବଶ୍ୟକ ପଡ଼ିଥାଏ।
ସାମାଜିକ ଜନସମାଗମରେ ଲୋକଙ୍କଠାରୁ ଦୂରେଇ ରହିବା ହେଉଛି କରୋନା ଭୂତାଣୁ ସଂକ୍ରମଣ ରୋକିବାର ସବୁଠାରୁ ଫଳପ୍ରଦ ଉପାୟ। ଆମେ ସମସ୍ତେ ଧାର୍ମିକ, ବିବାହ, ବ୍ରତ ଆଦି ସାମାଜିକ ଜନସମାଗମଠାରୁ ଦୂରରେ ରହିବା ଉଚିତ। ଘର ଭିତରେ ରହିବା ଜନଗହଳିକୁ ବର୍ଜନ କରିବା ଓ ଅନ୍ୟମାନଙ୍କ ସହ ମିଳାମିଶାକୁ କମ କରିବା ଏ ରୋଗର ଆଶଙ୍କାକୁ ଯଥେଷ୍ଟ ପରିମାଣରେ ହ୍ରାସ କରାଯାଇପାରେ।
ବାରମ୍ବାର ହାତ ଧୋଇବା ଆଉ ଏକ ଗୁରୁତ୍ଵପୂର୍ଣ୍ଣ ଉପାୟ। ଆମେ ସମସ୍ତେ ନିଜେ ବ୍ୟକ୍ତିଗତ ସ୍ତରରେ ଏହା କରିବା ସହିତ ଅନ୍ୟମାନଙ୍କୁ ଏହା କରିବା ପାଇଁ ପ୍ରବର୍ତ୍ତ।ଇବା ଆବଶ୍ୟକ।
COVID ର ପୂରାନାମ :
CO for Corona
VI for Virus
D for Disease
ଲକ୍ଷଣ :
ଜ୍ବର, ଶୁଖିଲା କାଶ, ମାଂସପେଶୀରେ ଯନ୍ତ୍ରଣା, କ୍ଲାନ୍ତି, ମୁଣ୍ଡବ୍ୟଥା, ଗଳାରେ ଯନ୍ତ୍ରଣା, ନାକରୁ ପାଣି ଗଡ଼ିବା, ପତଳାଝାଡ଼ା, ବାନ୍ତି, ନିଃଶ୍ବାସ ପ୍ରଶ୍ବାସରେ ବାଧା।
ସଂକ୍ରମଣର ପ୍ରାଥମିକ ଲକ୍ଷଣ : ନାକରୁ ପାଣି ଗଡ଼ିବା, ଛିଙ୍କ ଓ ଗଳାରେ ଯନ୍ତ୍ରଣା। 1-14 ଦିନ ମଧ୍ୟରେ ସଂକ୍ରମଣର ଲକ୍ଷଣ ଜଣାପଡ଼ି ନଥାଏ। ପରବର୍ତ୍ତୀ ପର୍ଯ୍ୟ।ୟରେ ଏହା ଧୀରେ ଧୀରେ ଜଟିଳ ସମସ୍ୟା ସୃଷ୍ଟି କରେ।
କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ଉପାୟ :
- ଘରେ ରୁହନ୍ତୁ। ଜରୁରୀ କାମ ନଥିଲେ ବାହାରକୁ ଯାଆନ୍ତୁ ନାହିଁ।
- ଯେତେବେଳେ ବି ବାହାରକୁ ଯାଉଛନ୍ତି, ମୁହଁରେ ମାସ୍କ ନିଶ୍ଚୟ ଲଗାନ୍ତୁ।
- ହାଟ, ବଜାର, ଅଫିସ ବା ଟ୍ରାଫିକ୍ ସବୁଠାରେ ସାମାଜିକ ଦୂରତା ରକ୍ଷା କରନ୍ତୁ। କାରଣ ଆମ ପାଖରେ କିଏ କରୋନା ପଜିଟିଭ ଅଛି, ତାହା ଆମେ ଜାଣିପାରିବା ନାହିଁ।
- ନିଜ ଲୋକ କିଏ କୋଭିଡ୍ ହସ୍ପିଟାଲକୁ ଯାଉ, ଏହା କେହି କେବେ ରୂହିଁବେ ନାହିଁ। ତେଣୁ ଘରକୁ ଫେରିବା ପରେ ଭଲ ଭାବରେ ସାବୁନରେ 20 ସେକେଣ୍ଡ ପର୍ଯ୍ୟନ୍ତ ନିଶ୍ଚୟ ହାତ ଧୂଅନ୍ତୁ।
- 65 ବର୍ଷରୁ ଅଧିକ ବୟସର ଲୋକ, ଗୁରୁତର ରୋଗରେ ପୀଡ଼ିତ ଲୋକ, ଗର୍ଭବତୀ ମହିଳା ଏବଂ 10 ବର୍ଷରୁ କମ୍ ବୟସର ପିଲାଙ୍କୁ କେବେ ବି ବାହାରକୁ ଛାଡ଼ନ୍ତୁ ନାହିଁ।
- ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।
- ସର୍ବସାଧାରଣ ସ୍ଥାନରେ ଛେପ, ଖଙ୍କାର ପକାନ୍ତୁ ନାହିଁ।
- ଆଖି, ନାକ ଏବଂ ପାଟିକୁ ସ୍ପର୍ଶ କରନ୍ତୁ ନାହିଁ।
- ଯଦି ଆପଣ ଜ୍ବର, କାଶ କିମ୍ବା ଶ୍ବାସକ୍ରୟାରେ କଷ୍ଟ ଅନୁଭବ କରନ୍ତି ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ଏବଂ ଡାକ୍ତରଖାନାକୁ ଯିବା ସମୟରେ ମାସ୍କ ବ୍ୟବହାର କରନ୍ତୁ।
- ଜନଗହଳି ସ୍ଥାନଠାରୁ ଦୂରେଇ ରୁହନ୍ତୁ।
ଉପସଂହାର :
ବିଶ୍ବ ମହାମାରୀ କରୋନା ଯେପରି ଆମେରିକା, ବ୍ରାଜିଲ, ଭାରତ, ଋଷିଆ, ପେରୁ, ସ୍ପେନ, ଚିଲି, ବ୍ରିଟେନ, ମେକ୍ସିକୋ, ଇଟାଲି ଆଦି ଦେଶକୁ ବହୁଳଭାବରେ ପ୍ରଭାବିତ କରିଛି ଏବଂ ଏହି ଦେଶଗୁଡ଼ିକରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ାଇ ରୂଲିଛି। ମହାମାରୀ କରୋନା ଯଦି ଏହିପରି ଜାରି ରହେ ତେବେ ବିଶ୍ବରେ ଦେଖାଦେଇଥିବା କେତେକ ମହାମାରୀକୁ ଟପିଯିବ।
ବୈପ୍ଳବିକ ତଥା ଯୁଗାନ୍ତକାରୀ ଅଧ୍ୟାୟ ସୃଷ୍ଟି କରିଥିଲେ। ‘ଇଚଚ’ ଗୁଡ଼ିକର ପ୍ରଚଳନ, ନୀତିନିୟମ, ସଟଡାଉନ୍, ଲକ୍Ùଡାଉନ୍ ବ୍ୟବସ୍ଥା, ପୋଲିସ, ପ୍ରଶାସନର ପରିରୂଳନା ‘କରୋନା’ ବିପକ୍ଷରେ ଆମକୁ ସଫଳତା ଦେଇଥିଲା।
- ବିଭିନ୍ନ ରାଜ୍ୟରେ “କସକ୍ଷକ୍ଷ ଉକ୍ଟକ୍ସକ୍ଟଦ୍ଭବ ଇଭଷସଚ୍ଚବଦ୍ଭ” ଆରମ୍ଭ କରାଯାଇଥିଲା। “ଆୟୁଷ କବଚ”, “ମାସ୍କ”, “ଇଚଚଝ” ଆଦିର ବ୍ୟବସ୍ଥା ଏହାକୁ କେତେକାଂଶରେ ଜନସାଧାରଣଙ୍କ ମଧ୍ୟରେ ସଞ୍ଜିବନୀ ଭଳି କାର୍ଯ୍ୟ କରିଥିଲା।
- ମହାରାଷ୍ଟ୍ର ସରକାର “ମେରା ପରିବାର ମେରୀ ଜିମମେବାରୀ ଅଭିଯାନ” ଆରମ୍ଭ କରିଥିବା ବେଳେ ଆନ୍ଧ୍ରପ୍ରଦେଶ ସରକାର “ଉଙଠଓଊ ଚଐଇଜଗଇ ଇଚଚ” ଲଞ୍ଚ କରିଥିଲେ। ପଞ୍ଜାବ ସରକାର “ଉଙଠଇ ଇଚଚ” ଲଞ୍ଚ କରି ଦେଶରେ ଚହଳ ପକାଇଥିଲେ। ଅତ୍ୟନ୍ତ ଜରୁରୀ ବ୍ୟବସ୍ଥା ଯଥା ତୀର୍ଥଯାତ୍ରା, ରେଳଯାତ୍ରା, ବିଦେଶ ମାତ୍ରା ନିମନ୍ତେ “ଜଞ-ଚଉଜ” ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିଲା।
- ସରକାରଙ୍କ ସଟଡାଉନ୍, ଲକଡାଉନ୍ ବ୍ୟବସ୍ଥା ଫଳରେ ଭାରତ ଭଳି ଜନବହୁଳ ରାଷ୍ଟ୍ରରେ ଜନସଂଖ୍ୟାର ମୃତ୍ୟୁକୁ ହ୍ରାସ କରାଯାଇପାରିଥିଲା। ବହୁ ବିଶିଷ୍ଟ ବ୍ୟକ୍ତି ବିଭିନ୍ନ କ୍ଷେତ୍ରରୁ କରୋନା ଭଳି ମହାମାରୀ ପାଇଁ ଅକାଳରେ ଆମ ଗହଣରୁ ସବୁଦିନ ପାଇଁ ରୂଲିଯାଇଥିଲେ।
କରୋନା ଭୂତାଣୁ / କୋଭିଡ୍ ନିମନ୍ତେ ପ୍ରତିଷେଧକ ବ୍ୟବସ୍ଥା :
- ମାସ୍କ ବ୍ୟବସ୍ଥା, ଦୂରତା, ଲକଡାଉନ୍, ସଟଡାଉନ୍ ମଧ୍ୟରେ କରୋନା ପାଇଁ ଏକ ବ୍ରହ୍ମାସ୍ତ୍ର ସାବ୍ୟସ୍ତ ହୋଇଥିଲା। ଟୀକା ବା ଭାକସିନ୍, ସିରମ ଇନଷ୍ଟିଚ୍ୟୁଟ ତରଫରୁ କୋଭିଡ୍ ଟୀକା ବ୍ୟବସ୍ଥାର ପ୍ରଚଳନ ହେବାରୁ କୋଭିସିଲ୍ଡ ଓ କୋଭାକ୍ସିନ୍ ନାମକ ଟୀକା କରୋନା ରୂପକ ରାକ୍ଷସକୁ ପ୍ରତିହତ କରିବାରେ ସଫଳ ସାବ୍ୟସ୍ତ ହୋଇଥିଲା। ତା’ଛଡ଼ା ରୁଷିଆ ତରଫରୁ ସ୍ଫୁଟନିକ-ଭି, ଭଳି ଟୀକା କରୋନା ପାଇଁ ବିଶ୍ବବାସୀଙ୍କ ନିମନ୍ତେ ଏକ ହୃଦସ୍ପନ୍ଦନର ପ୍ରାଣରୂପେ ଉଭା ହୋଇଥିଲା।
- କରୋନା ଭାଇରସର ଅସ୍ତିତ୍ଵ ବା କାୟା ଲୋପ ପାଇବା ବେଳକୁ ତା’ର ଏକ ଧରମ ଭାଇ ‘ଓମିକ୍ରିନ୍’ ଭୂତାଣୁ ଦକ୍ଷିଣ ଆଫ୍ରିକାରୁ ଦୁଇ ବ୍ୟକ୍ତିଙ୍କ ମାଧ୍ୟମରେ ଭାରତକୁ ଧସେଇ ପଶିଆସିଥିଲା। ତେବେ ସରକାରଙ୍କ ସତର୍କତା, ଗାଇଡଲାଇନ୍, ମାସ୍କ, ଟୀକାକରଣ, ସୁରକ୍ଷିତ ବ୍ୟବସ୍ଥା, ବୈଜ୍ଞାନିକମାନଙ୍କ ପ୍ରଚେଷ୍ଟା ଏହାକୁ ଅକାମୀ କରିଦେଇଥିଲା।
- ପ୍ରଥମରୁ ଲୋକମାନଙ୍କୁ ସଚେତନ କରାଇ, ବ୍ୟବସ୍ଥା ମଧ୍ୟରେ ରଖି ଭାରତ ସରକାର ଶୃଙ୍ଖଳିତ ଉପାୟରେ କରୋନା ବିପକ୍ଷରେ ଲଢ଼ି ଏକ ଯୁଗାନ୍ତକାରୀ ଅଧ୍ୟାୟ ସୃଷ୍ଟି କରିଥିଲା।