odia letter writing

Here you will find different formats of odia letter writing like, odia letter writing to a friend about the celebration of Utkal Divas in school, odia letter writing to a friend about picnic, odia letter writing to a friend about holiday, odia letter writing to a friend about village exhibition, odia letter writing to a younger sister, odia letter writing to principal and many more.

ତୁମ ବିଦ୍ୟାଳୟରେ ଉତ୍କଳ ଦିବସ କିପରି ପାଳନ କଲ ବର୍ଣ୍ଣନା କରି ବନ୍ଧୁଙ୍କ ନିକଟକୁ ପତ୍ର ଲେଖ। odia letter writing to friend about Utkal Divas in School

ବାସୁଦେବପୁର

୫ ଅଗଷ୍ଟ, ୨୦୨୩

ପ୍ରିୟ କାଳିନ୍ଦୀ,

ମୋର ଶୁଭେଚ୍ଛା ଗ୍ରହଣ କରିବୁ । ମଉସା, ମାଉସୀଙ୍କୁ ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଇଦେବୁ । କାଲି ତୋ ପତ୍ର ପାଇ ଜାଣିଲି ଯେ ତୁମ ବିଦ୍ୟାଳୟରେ ଏବର୍ଷ ଉତ୍କଳ ଦିବସ ବଡ଼ ଧୂମ୍‌ଧାମରେ ପାଳିତ ହୋଇଛି । କବିତା ପାଠରେ ତୁ ପ୍ରଥମ ପୁରସ୍କାର ପାଇବା କଥା ଜାଣି ବଡ଼ ଆନନ୍ଦ ଲାଗିଲା । ଆମ ବିଦ୍ୟାଳୟରେ ମଧ୍ୟ ଚଳିତ ବର୍ଷ ଉତ୍କଳ ଦିବସଟି ବହୁ ଉତ୍ସାହ ଓ ଉଦ୍ଦୀପନା ଭିତରେ ପାଳିତ ହେଲା । ରଙ୍ଗିନ୍ କାଗଜ, ଆମ୍ବପତ୍ର ତାଳ ଓ ଦେବଦାରୁ ପତ୍ରରେ ସଜ୍ଜିତ ଆମ ବିଦ୍ୟାଳୟ ବେଶ୍ ସୁନ୍ଦର ଦେଖାଯାଉଥିଲା । ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ପ୍ରଭାତରୁ “ବନ୍ଦେ ଉତ୍କଳ ଜନନୀ” ଗାନ କରି ପ୍ରଭାତ ଫେରି କରିଥିଲେ । ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ହୋଇଥିଲା । ମୁଁ କବିତା ପାଠ ଓ ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲି । ଶୁଣି ଖୁସି ହେବୁ ମୁଁ ଦୁଇଟି ଯାକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲି । ସନ୍ଧ୍ୟାରେ ସଭା ହେଲା। ଉତ୍କଳ ସମ୍ମିଳନୀର ବୟୋଜ୍ୟେଷ୍ଠ ପୁରୁଣା ସଭ୍ୟ ମୃତ୍ୟୁଞ୍ଜୟ ମହାପାତ୍ରଙ୍କର ସାରଗର୍ଭକ ଭାଷଣ ଆମମାନଙ୍କୁ ମୁଗ୍ଧ କରିଥିଲା । ତାଙ୍କ ବକ୍ତୃତାରେ ସେ କୁଳବୃଦ୍ଧ ମଧୁସୂଦନ, କୃଷ୍ଣଚନ୍ଦ୍ର ଗଜପତି ଦେବ, ଉତ୍କଳମଣି ଗୋପବନ୍ଧୁ ଓ ସେନାପତି ଫକୀର ମୋହନଙ୍କର ନୂତନ ଓଡ଼ିଶା ପ୍ରଦେଶ ଗଠନ ବିଷୟରେ ଥିବା ସେମାନଙ୍କର ଅବଦାନ ବିଷୟରେ ଅନେକ ତଥ୍ୟ ପରିବେଷଣ କଲେ । ଖରସୁଆଁ ଓ ଷଢ଼େଇକଳା ଏବେ ମଧ୍ୟ ଓଡ଼ିଶାରୁ ବିଚ୍ଛିନ୍ନ ହୋଇ ରହିଛି । ପୂର୍ଣ୍ଣାଙ୍ଗ ଉତ୍କଳପ୍ରଦେଶ ଗଠନ ପାଇଁ ଛାତ୍ର ସମାଜ ଓ ଯୁବ ସଂପ୍ରଦାୟ ସେମାନଙ୍କର ପ୍ରୟାସ ଜାରି ରଖିବାପାଇଁ ମହାପାତ୍ର ମହାଶୟ ଉଦ୍‌ବୋଧନ ଦେଇଥିଲେ ।

।। ଇତି।।

ତୋର ସାଙ୍ଗ

ଟୁକୁନା

ଠିକଣା
ପ୍ରେରକ/ପ୍ରେରିକା………………. ଗ୍ରାହକ ଟିକଟ
ଶ୍ରୀ/ଶ୍ରୀମତୀ ………………….. ଶ୍ରୀଯୁକ୍ତ………………………..
ଗ୍ରାମ………………………… ଗ୍ରାମ…………………………..
ପୋଷ୍ଟ………………………. ପୋଷ୍ଟ………………………….
ଭାୟା ………………………. ଭାୟା ………………………….
ଜିଲ୍ଲା……………………….. ଜିଲ୍ଲା…………………………..
ପିନକୋଡ଼୍‌………………….. ପିନକୋଡ଼………………………

ଗୋଟିଏ ବଣଭୋଜିର ବର୍ଣ୍ଣନା କରି ନିଜ ସାଙ୍ଗ ନିକଟକୁ ଏକ ପତ୍ର ଲେଖ। odia letter writing to friend about picnic

ପୁରୀ

୦୭/୧୨/୨୦୨୩

ପ୍ରିୟ ତନ୍ମୟ,

ମୋର ଶୁଭେଚ୍ଛା ଗ୍ରହଣ କରିବୁ ଓ ମଉସା ମାଉସୀଙ୍କୁ ମୋର ବିନମ୍ର ପ୍ରଣାମ ଜଣାଇଦେବୁ । କୁନୁ ଓ ମୁନୁଙ୍କୁ ମୋର ସ୍ନେହାଶିଷ ଜଣାଉଛି । ଏବେ କେତେଦିନ ତଳେ ମୁଁ ଓ ମୋର ସାଙ୍ଗମାନେ ଗୋଟିଏ ବଣଭୋଜି କରିବାପାଇଁ ଯାଇଥିଲୁ ନନ୍ଦନକାନନ । ସେଠାରେ ଯେତେ ଆନନ୍ଦ ମୁଁ ଠୁଳ କରିଥିଲି, ତୋ ଚିଠି ପାଇବାର ଆନନ୍ଦ ତାକୁ ବଳିଗଲା । ଏବେ ସେ ବଣଭୋଜିର ଏକ ବର୍ଣ୍ଣନା ଦେଉଛି ।
ଆମେ ପ୍ରାୟ ୩୦ ଜଣ ପିଲା ଆମର ୭ ଜଣ ଶିକ୍ଷକଙ୍କ ସହିତ ନନ୍ଦନକାନନକୁ ଏକ ବଣଭୋଜି କରିବାପାଇଁ ଯାଇଥିଲୁ । ସାଙ୍ଗରେ ଡାଲି, ଚାଉଳ, ପନିପରିବା, ତେଲ, ଲୁଣ, ମସଲାମସଲି, କାଠ ଏବଂ ଖିରି ପାଇଁ ବାସନା ଚାଉଳ ସାଙ୍ଗରେ ନେଇଥିଲୁ । ହଣ୍ଡା, ହାଣ୍ଡି, ଡେକ୍‌ଚି, କରେଇ ଓ ଅନ୍ୟାନ୍ୟ ରନ୍ଧନପାତ୍ର ମଧ୍ୟ ସବୁ ମନେ ପଳାଇ ନେଇଥିଲୁ । ଗୋଟିଏ ସତରଞ୍ଜି, ଜଣେ ଫଟୋଗ୍ରାଫର୍ ଏବଂ ଜଣେ ରାନ୍ଧୁଣିଆଙ୍କୁ ମଧ୍ୟ ଆମ ଦଳରେ ସାମିଲ୍ କରିଥିଲୁ । ଏକ ବଣର ସାମ୍ରାଜ୍ୟ ଭିତରୁ ଆନନ୍ଦର ରତ୍ନ ଲୁଣ୍ଠନ କରି ଆଣିବାପାଇଁ ଏହା ଥିଲା ଆମର ଏକ ସଦର୍ପ ଅଭିଯାନ ।
ରିଜର୍ଭ ବସ୍‌ରେ ଚଢ଼ି ସକାଳ ୭ଟାରେ ଆମେ ସମସ୍ତେ ଚାଲିଲୁ ନନ୍ଦନକାନନ । ସେଠାରେ ନାନାଦି ହିଂସ୍ରଜନ୍ତୁ, ବିଭିନ୍ନ ଜାତିର ପଶୁପକ୍ଷୀ, ହ୍ରଦ ଓ ପୁଷ୍ପୋଦ୍ୟାନ ଦେଖିସାରି ଆରମ୍ଭ କଲୁ ରନ୍ଧାରନ୍ଧିର ବ୍ୟାପାର । ସରୁ ଅରୁଆ ଅନ୍ନ, ଡାଲମା, ଗୋଟିଏ ମିଶାମିଶି ତରକାରୀ, ଟମାଟୋ ଖଟା ଏବଂ ଖିରି ପ୍ରସ୍ତୁତ କରାଯିବାର ଯୋଜନା ଚାଲିଲା । କେହିକେହି ଖେଳିଲେ, କେହିକେହି ରେଡ଼ିଓ ଶୁଣିଲେ, କେହି କେହି ବୁଲାବୁଲିରେ ଲାଗିଲେ ଏବଂ ଅନ୍ୟ କେତେକ ରାନ୍ଧୁଣିଆକୁ କାମରେ ସାହାଯ୍ୟ କଲେ । ଖୁବ୍ ମଜା ଲାଗିଲା । ନନ୍ଦନକାନନ ଯେତେ ଦେଖିଲେ ବି ନୂଆପରି ଲାଗିଲା ।
ଖାଇବସିଲା ବେଳେ ବେଶ୍ ହସଖୁସି ମଜାମଜଲିସ୍ ଚାଲିଲା । ସାମ୍ମାନେ ତାଙ୍କ ବୟସର ଉଚ୍ଚ ଉପତ୍ୟକା ଉପରୁ ଆମ ଶିଶୁମାନଙ୍କ ଗହଣକୁ ସତେ ଯେମିତି ଶିଶୁ ହୋଇ ଓହ୍ଲାଇ ଆସିଲେ । ଅନ୍ନ, ବ୍ୟଞ୍ଜନ, ସବୁକିଛି ସୁସ୍ୱାଦୁ ହୋଇଥିଲା । ତରକାରିଟା ଟିକେ ଲୁଣି ହୋଇଥିଲେ ମଧ୍ୟ ପାଟିକୁ ବେଶ୍ ସୁଆଦିଆ ଲାଗିଲା । ତା’ପରେ ଆସିଲା ଫେରିବାର ବେଳ । କ୍ଳାନ୍ତ ଶ୍ରାନ୍ତ ଅବସ୍ଥାରେ ସମସ୍ତେ ଫେରିଲୁ । ରାଜ୍ୟ ଜୟ ପରେ ବିଜୟୀ ସୈନ୍ୟଦଳ ଘରକୁ ଫେରିବାରେ ଯେଉଁ କ୍ଲାନ୍ତି ଅନୁଭବ କରନ୍ତି, ଆମ ମନକୁ ସେହିପରି ଆନନ୍ଦ ଓ କ୍ଳାନ୍ତି ଆଚ୍ଛନ୍ନ କରି ରଖିଥିଲା ।

।। ଇତି।।

ତୋରସାଥୀ

ଗୌତମ

ଠିକଣା
ପ୍ରେରକ/ପ୍ରେରିକା………………. ଗ୍ରାହକ ଟିକଟ
ଶ୍ରୀ/ଶ୍ରୀମତୀ ………………….. ଶ୍ରୀଯୁକ୍ତ………………………..
ଗ୍ରାମ………………………… ଗ୍ରାମ…………………………..
ପୋଷ୍ଟ………………………. ପୋଷ୍ଟ………………………….
ଭାୟା ………………………. ଭାୟା ………………………….
ଜିଲ୍ଲା……………………….. ଜିଲ୍ଲା…………………………..
ପିନକୋଡ଼୍‌………………….. ପିନକୋଡ଼………………………

ଖରାଛୁଟିରେ ତୁମ ଘରକୁ ବୁଲି ଆସିବା ପାଇଁ ଅନୁରୋଧ ଜଣାଇ ସାଙ୍ଗ ପାଖକୁ ପତ୍ର ଲେଖ। odia letter writing to friend about holiday

ଶମସରପୁର
ତା ୨୨.୦୬.୨୦୨୩
ପ୍ରିୟ ରାଜେଶ,

ଶୁଭେଚ୍ଛା ନେବ । ମଉସା, ମାଉସୀ ଓ ଅନ୍ୟାନ୍ୟ ଗୁରୁଜନମାନଙ୍କୁ ମୋର ଭକ୍ତି ଜଣାଇଦେବ । ତୁମ ଚିଠି ପାଇ ଆନନ୍ଦିତ ହେଲି । ତୁମେ ମଉସାଙ୍କ ସହିତ ପାରାଦ୍ୱୀପ ଯାଇ ବୁଲି ଆସିଲ ଜାଣି ଖୁସି ଲାଗିଲା । ଏତେ ନିକଟରୁ ଜାହାଜ ଦେଖି ତୁମେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଥିବ । ତେବେ ମୋର ଗୋଟିଏ ଅନୁରୋଧ ରଖିବ । ଆସନ୍ତା ଖରାଦିନ ଛୁଟିରେ ତୁମେ ଆମ ଘରକୁ ଆସିବ । ଆମେ ଜଳୌକା ପାହାଡ଼ ବୁଲିଯିବା । ତା’ପରେ ଚଣ୍ଡୀଖୋଲର ମହାବିନାୟକ ମନ୍ଦିର ଦେଖିବାକୁ ଯିବା । ଆମ୍ଭେମାନେ ସମସ୍ତେ ଏଠାରେ ଭଲରେ ଅଛୁ । ତୁମେ ସମସ୍ତେ ସେଠାରେ ଭଲରେ ଥିବ।

।। ଇତି।।

ତୁମର ପ୍ରିୟ ସାଙ୍ଗ

ଅଶୋକ

ଠିକଣା
ପ୍ରେରକ/ପ୍ରେରିକା………………. ଗ୍ରାହକ ଟିକଟ
ଶ୍ରୀ/ଶ୍ରୀମତୀ ………………….. ଶ୍ରୀଯୁକ୍ତ………………………..
ଗ୍ରାମ………………………… ଗ୍ରାମ…………………………..
ପୋଷ୍ଟ………………………. ପୋଷ୍ଟ………………………….
ଭାୟା ………………………. ଭାୟା ………………………….
ଜିଲ୍ଲା……………………….. ଜିଲ୍ଲା…………………………..
ପିନକୋଡ଼୍‌………………….. ପିନକୋଡ଼………………………

ତୁମେ ଦେଖିଥିବା ଏକ ପ୍ରଦର୍ଶନୀର ବର୍ଣ୍ଣନା କରି ସାଙ୍ଗ ନିକଟକୁ ପତ୍ର ଲେଖ । odia letter writing to friend about exhibition

ଅସୁରେଶ୍ୱର

୫ ଅକ୍ଟୋବର, ୨୦୨୩

ପ୍ରିୟ ଅରବିନ୍ଦ,

ମୋର ସ୍ନେହପୂର୍ଣ୍ଣ ସଦିଚ୍ଛା ନେବୁ । ମଉସା, ମାଉସୀ ଓ ବୁବୁ-ଟୁବୁଙ୍କୁ ମୋର ସ୍ନେହାଶିଷ ଜଣାଇଦେବୁ । ଗଲା ମାସର ଶେଷ ସପ୍ତାହରେ ଆମ ଏଠାକାର ଅସୁରେଶ୍ୱର ବଜାରର ନିକଟବର୍ତ୍ତୀ ଅଞ୍ଚଳରେ କୃଷି ଓ ପଶୁପାଳନ ବିଭାଗ ତରଫରୁ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଏହା ଦେଖି ମୁଁ ଏତେ ଖୁସି ହୋଇଯାଇଥିଲି ଯେ ସେ ବିଷୟରେ ତୋତେ ନ ଜଣାଇ ରହିପାରୁନାହିଁ ।
ପ୍ରଦର୍ଶନୀଟି ଏକ ବିସ୍ତୃତ ଆମ୍ବତୋଟା ଭିତରେ ଅନୁଷ୍ଠିତ ହୋଇଥିଲା । ବିଜୁଳି ଆଲୁଅରେ ସଜା ହୋଇ ପ୍ରାନ୍ତରଟି ଜଣାପଡ଼ୁଥିଲା ସତେ ଯେମିତି ସେଠାରେ ଦେବରାଜ ଇନ୍ଦ୍ରଙ୍କର ସଭା ବସିଛି! ନାନା ଜାତିର ଉନ୍ନତମାନର ପନିପରିବା ଓ କୃଷିଜାତ ଦ୍ରବ୍ୟସବୁ ପ୍ରଦର୍ଶିତ ହୋଇଥିଲା । ଗୋଟିଏ କଖାରୁ ଗୋଟିଏ ବିରାଟ ବୋଝଭଳି ହୋଇଥିଲା ଏବଂ ଗୋଟିଏ ବାଇଗଣ ବୋଲି ଭାବି ପାରିଲି ନାହିଁ । ବହୁ ଉନ୍ନତମାନର ଗୋ-ମହିଷିଆଦି ପଶୁ ସେଠାକୁ ଅଣା ହୋଇଥିଲେ ଏବଂ ବହୁ କୃଷକ ଓ ପଶୁପାଳକଙ୍କୁ ପୁରସ୍କାର ବିତରଣ କରାଯାଇଥିଲା; କିନ୍ତୁ ଦୁଃଖର କଥା ଗାଁ ଗହଳରୁ ଆସିଥିବା କେହି ହେଲେ କୃଷକ ବା ଗୋ-ମହିଷିଆଦି ପାଳନକାରୀ ବ୍ୟକ୍ତି ପୁରସ୍କାର ପାଇଲେ ନାହିଁ । ସେସବୁ ପୁରସ୍କାର ବଡ଼ ବଡ଼ିଆମାନଙ୍କ ପାଖକୁ ଗଲା । ସେ ଯାହାହେଉ, ଏପରି ପ୍ରଦର୍ଶନୀ ସରକାରୀ କର୍ମଦକ୍ଷତାର ପ୍ରଚାର କରିବାରେ ସହାୟକ ହୋଇଥିଲା ।
ଆଶକରେ ତୁ ୨/୩ ଦିନ ପାଇଁ ଆମ ଏଠାକୁ ଆସିବୁ । ମୋ ମାଆ ତୋତେ ବହୁତ ଖୋଜୁଛନ୍ତି ।

।। ଇତି ।।

ତୋର ସାଙ୍ଗ

ଅରିନ୍ଦମ

ଠିକଣା
ପ୍ରେରକ/ପ୍ରେରିକା………………. ଗ୍ରାହକ ଟିକଟ
ଶ୍ରୀ/ଶ୍ରୀମତୀ ………………….. ଶ୍ରୀଯୁକ୍ତ………………………..
ଗ୍ରାମ………………………… ଗ୍ରାମ…………………………..
ପୋଷ୍ଟ………………………. ପୋଷ୍ଟ………………………….
ଭାୟା ………………………. ଭାୟା ………………………….
ଜିଲ୍ଲା……………………….. ଜିଲ୍ଲା…………………………..
ପିନକୋଡ଼୍‌………………….. ପିନକୋଡ଼………………………

ତୁମର ପରୀକ୍ଷା ପ୍ରସ୍ତୁତି ବିଷୟରେ ଜଣାଇ ସାନ ଭଉଣୀ ନିକଟକୁ ଏକ ପତ୍ର ଲେଖ । odia letter writing to younger sister.

ଏଣ୍ଡର

ତା ୭/୪/୨୦୨୩

କଲ୍ୟାଣୀୟା ବର୍ଷା,

ମୋର ସ୍ନେହାଶିଷ ଗ୍ରହଣ କରିବୁ । ନନା ଓ ବୋଉଙ୍କୁ ମୋର ସଭକ୍ତି ପ୍ରଣାମ ଜଣାଇ ଦେବୁ । ମୁଣ୍ଡ ଉପରେ ପଞ୍ଚମଶ୍ରେଣୀ ବୃତ୍ତି ପରୀକ୍ଷାର ଖଣ୍ଡା ଝୁଲୁଥିବାରୁ ଅନେକ ଦିନ ହେଲା ତୋ ପାଖକୁ ଚିଠି ଦେଇପାରିନାହିଁ । ସେଥିପାଇଁ ମନବ୍ୟସ୍ତ କରିବୁ ନାହିଁ । ତୋ ଭାଇନା ଚିଠି ଲେଖିବାରେ କେମିତି ଧୂରନ୍ଧର ତା’ତ ତୁ ଜାଣୁ । ସେ ଯାହା ହେଉ, ପରୀକ୍ଷା ପାଇଁ ମୁଁ କେମିତି ପ୍ରସ୍ତୁତ ହେଉଛି, ସେ ବିଷୟରେ ତୋତେ ଟିକେ ସୂଚନା ଦେଉଛି ।
ମୁଁ ଏବେ ରାତି ୩ଟାରୁ ଉଠି ପଢ଼ାପଢ଼ିରେ ଲାଗିଯାଇଛି । ଦିନକୁ ପ୍ରାୟ ୯/୧୦ଘଣ୍ଟା ପରିଶ୍ରମ କରୁଛି । ସବୁ ବିଷୟରେ ଭଲ ନମ୍ବର ରଖିବି ବୋଲି ଆଶା ।

।। ଇତି ।।

ତୋର ଭାଇନା

ପ୍ରକାଶ

ବିଦ୍ୟାଳୟର ପୁସ୍ତକାଗାରରୁ ବହି ଯୋଗାଇ ଦେବା ପାଇଁ ପ୍ରଧାନ ଶିକ୍ଷକଙ୍କୁ ଦରଖାସ୍ତ ଲେଖ ।

ମାନନୀୟ,

ଶ୍ରୀଯୁକ୍ତ ପ୍ରଧାନ ଶିକ୍ଷକ, ପୁରୁଷୋତ୍ତମପୁର, ଉ.ପ୍ରା. ବିଦ୍ୟାଳୟ, କଟକ ।

(ମହୋଦୟ …………………………. ସମୀପେଷୁ)

(ଶ୍ରେଣୀ ଶିକ୍ଷକଙ୍କ ଜରିଆରେ)

ମହାଶୟ,

ନିବେଦନର ଅଭିପ୍ରାୟ ଏହି କି ଯେ, ମୁଁ ଶ୍ରୀ ଅମୀୟ କିଶୋର ସ୍ୱାଇଁ, ରୋଲ ନଂ ୫, ପଞ୍ଚମ ଶ୍ରେଣୀର ଜଣେ ଛାତ୍ର ଅଟେ । ଆମର ପାରିବାରିକ ଅସ୍ୱଚ୍ଛଳତା ହେତୁ ମୁଁ ଏ ବର୍ଷ ସାହିତ୍ୟ, ଗଣିତ ଓ ବ୍ୟାକରଣ ବହି କିଣିପାରି ନାହିଁ । ମୋର ବାପା ଜଣେ ସାଧାରଣ କୃଷକ ହୋଇଥିବାରୁ ସେ ଏଥିପାଇଁ ଆର୍ଥିକ ସମ୍ବଳ ଯୋଗାଡ଼ କରିବାକୁ ଅସମର୍ଥ ।

ଏଣୁ ବିନୀତ ପ୍ରାର୍ଥନା କରେ କି, ଆମ ସ୍କୁଲ ପାଠାଗାରରୁ ଉପରଲିଖିତ ବହିଗୁଡ଼ିକ ମୋତେ ଯୋଗାଇ ଦେଲେ ମୋର ପଢ଼ାପଢ଼ିରେ ସହାୟକ ହେବ ।

READ MORE : odia application format, odia application, children’s day speech in odia, paribesa surakhya odia essay

Leave a Comment