ଚଳାନ୍ତୁ ଆଜି ଏକ odia story book ପଢିବା। ଓଡିଆ ଭାଷାରେ ଲିଖିତ ଏକ କାଳ୍ପନିକ ବା ଅଣ-କାଳ୍ପନିକ କାହାଣୀ । ଏହି କାହାଣୀଗୁଡିକ ସାଧାରଣତ odia story book, ଓଡିଆ ସଂସ୍କୃତି ଏବଂ ସାତିହ୍ୟକୁ ପ୍ରତିଫଳିତ କରିଥାଏ ଏବଂ ଓଡିଆ ଲୋକଙ୍କ ମନ ଏବଂ ହୃଦୟକୁ ଚିତ୍ରଣ କରିଥାଏ। odia story book ବା ଓଡିଆ ଗପା କଥା ଉଭୟ ଶିଶୁ ଏବଂ ବୟସ୍କଙ୍କ ପାଇଁ ଚିତ୍ତାକର୍ଷକ ଏବଂ ପ୍ରେରଣାଦାୟକ।
କୁପୁତ୍ର (odia story book)
ମଣିଷର କୁଅଭ୍ୟାସ ମଣିଷକୁ ବିପଦ ଆଡ଼କୁ ଟାଣିନିଏ। ତାହା ରୋଗ ହେଉ ବା ଦୁର୍ଘଟଣା ହେଉ। ଶେଷରେ ମଣିଷ ମୃତ୍ୟୁକୁ ଆମନ୍ତ୍ରଣ କରିଥାଏ। ମଣିଷ ନା ତା’ର କୁ ଅଭ୍ୟାସ ଛାଡ଼େ ନା ବନ୍ଦ କରେ। ବାରମ୍ବାର ସମସ୍ୟା ଆସିଲେ ମଧ୍ୟ ତାକୁ ଆଡ଼େଇ ଦେଇ ପୁନର୍ବାର ସେହି କୁଅଭ୍ୟାସ ଆପଣେଇ ଥାଏ। ସେ ବାବଦରେ ଅନେକଙ୍କଠାରୁ ସଚେତନତାର ବାଣୀ ଶୁଣିଲେ ମଧ୍ୟ ସେ ସେ କଥାକୁ ମାନି ନଥାଏ। ବର୍ତ୍ତମାନର ମଦ କେତେ ପରିବାରକୁ ଉଚ୍ଛନ୍ନ କରିଛି, କେତେକଙ୍କୁ ମରଣ ମୁହଁକୁ ଟାଣି ନେଇଛି ତାହା ତ ସମାଜର ବାସ୍ତବ ଚିତ୍ର। ଗାଁଠାରୁ ସହର ଚାରିଆଡ଼େ କେବଳ ସେହି ଗୋଟିଏ ଦୃଶ୍ୟ ସମସ୍ତଙ୍କ ଆଖି ସାମ୍ନାକୁ ଆସିଥାଏ। ସରକାର ମଦ ଲାଇସେନ୍ସ ଦେଇ ଭଲ ଅର୍ଥ ମଧ୍ୟ ପାହାନ୍ତି। ବିହାରରେ ମଦ ବନ୍ଦ ହୋଇଥିବା ସ୍ଥଳେ ଓଡ଼ିଶାରେ ତା’ର ପ୍ରଭାବ ବହୁଳ ଭାବରେ ଦେଖାଯାଏ। କେବଳ ବିବାହ ନୁହେଁ ଯାନିଯାତ୍ରା, ପର୍ବପର୍ବାଣୀ, ଏମିତି କି ଆନନ୍ଦରେ ବା ଦୁଃଖରେ ସବୁଠାରେ ମଦର ଆବଶ୍ୟକତା ଅପରିହାର୍ଯ୍ୟ। ମଦ ଆଉ ଅନ୍ୟ ନିଶା ତାହା ଆଟାଜ୍ମେଣ୍ଟ ଜୀବନ ପାଇଁ ଅତନ୍ତ୍ୟ ଆବଶ୍ୟକ ଜିନିଷ ହୋଇଥାଏ। ମଦ ମଣିଷର ଜୀବନକୁ ମୃତ୍ୟୁ ମୁଖକୁ ଟାଣି ନେଲେ ମଧ୍ୟ ଅଭ୍ୟାସ କେବେ ବନ୍ଦ ହୋଇପାରେ ନାହିଁ। ମଣିଷ ଥରେ ତା’ଅଭ୍ୟାସରେ ପରିଣତ କଲେ ଆଉ ଛାଡ଼ିବା ସମ୍ଭବପର ହୋଇ ନଥାଏ। ଅନେକ ଦୁର୍ଘଟଣାର ଶିକାର ହେଲେ ମଧ୍ୟ ମଣିଷ ସଚେତନ ହୋଇପାରେ ନାହିଁ। ଯେଉଁ ପରିବାରରେ ଏପରି ଲୋକ ଥାଏ ତାହା ସେ ପରିବାର ପାଇଁ ବୋଝ ଉପରେ ନଳିତା ବିଡ଼ା। ପରିବାର ଲୋକମାନେ ପ୍ରତି ମୁହୂର୍ତ୍ତରେ ବିପଦର ସାମ୍ନା କରିଥାନ୍ତି। ଏହିପରି ଏକ ପରିବାର। ବାପା ମଦନ ମୋହନ ବରାଳ ତାଙ୍କର ଛଅ ଝିଅ ଗୋଟିଏ ମାତ୍ର ପୁଅ। ପୁଅ ନରୋତ୍ତମ– ନର ମଧ୍ୟରେ ଉତ୍ତମ ନାମ ହେଲେ ମଧ୍ୟ ନର ମଧ୍ୟରେ ଅତ୍ୟନ୍ତ ଅମାନୁଷିକ ବ୍ୟବହାର। ଧନେଶ୍ୱର ନାମ ଗରିବ ପରି, ନରୋତ୍ତମ କାର୍ଯ୍ୟରେ ବ୍ୟବହାରରେ ଅତି ରୁକ୍ଷ ଥାନ୍ତି। ସବୁବେଳେ ପାଟିରେ ଖରାପ ଭାଷା କାର୍ଯ୍ୟରେ ମଧ୍ୟ ଅତ୍ୟନ୍ତ ଖରାପ ହୋଇଥାନ୍ତି। ପୁଅର ବିବାହ ସରିଛି, ଦୁଇଝିଅ ଜନ୍ମ ନେଇଛନ୍ତି। ନରୋତ୍ତମ ବିବାହ ପୂର୍ବରୁ ମଦର ଆଶ୍ରୟ ନେଇଛନ୍ତି। ବିବାହ ଅତି କଷ୍ଟରେ ଏବଂ ଯେଉଁଠି ହେଲା ତାହା ନରୋତ୍ତମଙ୍କର ପସନ୍ଦ ନୁହେଁ। ଏଣୁ ବିବାହ ପରେ ପ୍ରତିଦିନ ମଦ ପିଇବା ଅଭ୍ୟାସରେ ପରିଣତ ହୋଇଛି। ସବୁବେଳେ ଅକଥା କହିବା ଅଭ୍ୟାସ। ପିଲାଟା ପିଇଦେଲେ ଅକଥା ପାଟିରୁ ବାହାରେ। ପରମୁହୂର୍ତ୍ତରେ ନିଶା ଛାଡ଼ିଗଲେ ସବୁ ଭଲ। ଯେପରିକି କିଛି ସେ କରିନାହିଁ କି କହି ନାହିଁ। ଗୋଟିଏ ପୁଅ ହେତୁ ବାହାରେ ବା ପଡ଼ିଶାରେ ପୁଅ କଥା ବାପା ମା’ କିଛି କୁହନ୍ତି ନାହିଁ। ପୁଅ ପାଇଁ ଯେତେ ବ୍ୟବସ୍ଥା ଗ୍ରହଣ କଲେ କିଛି କାମ ଦିଏ ନାହିଁ। ଏପରି କି ମଦ ଛାଡ଼ିବା ପାଇଁ ଔଷଧ ଦିଅନ୍ତି ତାହା ମଧ୍ୟ କିଛି କାମ ଦେଇପାରେ ନାହିଁ। ନିଶା ଥିଲା ବେଳେ କଣ କହେ ତା’ପରେ ଭୁଲି ଯାଏ। କ’ଣ କହିଛି ନ କହିଛି କିଛି ମନେ ନଥାଏ। ସାଙ୍ଗ ସାଥି ବା ଅନ୍ୟମାନେ ଯେତେ ଗାଳି ଗୁଲଜ କଲେ ବା ବୁଝାଇଲେ ତାହା କୌଣସି କାମରେ ଆସେ ନାହିଁ। ପିଲାଟି ପ୍ରାଇଭେଟ୍ରେ କାମ କଲେ ମଧ୍ୟ ସେ ଅର୍ଥରେ ପିଇବା ସାର ହୋଇଥାଏ। ପୁଅର ଏପରି କାର୍ଯ୍ୟ ପାଇଁ ବାପାମା’ ପୁଅକୁ ଛାଡ଼ି ବୋହୂ ଉପରେ ଦୋଷ ଲଦି ଦିଅନ୍ତି। ବୋହୂ ବିଚରା ସବୁ ସହିଗଲେ ମଧ୍ୟ କିଛି ଜବାବ ଦେଇପାରେ ନାହିଁ। ପୁଅ ନ ଥିଲାବେଳେ ଶାଶୁ ବୋଉଙ୍କ ମଧ୍ୟରେ ବଚସା ହୁଏ। ପୁଅ କଥା ନେଇ ବୋହୂ ମଧ୍ୟ ଜବାବ ଦିଏ। ପୁଅ ଘରକୁ ଫେରିଲେ ଅତି ମଦ ନିଶାରେ ଥାଏ ତେବେ ପୁଅ ନିଜ ସ୍ତ୍ରୀ ଉପରେ ମାଡ଼ ଦିଏ। ବୋହୂ ମାଡ଼ ଖାଇ କବାଟ କିଳି ରହେ। ଅନେକ ଥର ଆତ୍ମହତ୍ୟା ପାଇଁ ମଧ୍ୟ ସୁଯୋଗ ଖୋଜେ। ତା’ପରେ ଯାହା ତାହା ହୋଇ ରହିଯାଏ।
ବାପା ବେଳେବେଳେ ମନ୍ତବ୍ୟ ଦିଅନ୍ତି। ବୋହୂଟା ମୋର ଖରାପ ପଡ଼ିଗଲା। ବୋହୂ କେତେଥର ମଧ୍ୟ ବାପ ଘରକୁ ରାଗିକି ଗଲାଣି ପୁନର୍ବାର ଶ୍ୱଶୂର ବୁଝାଇ ସୁଝାଇ ଘରକୁ ଆଣନ୍ତି। ପରେ ମଧ୍ୟ ସେହି ଏକା କଥା ହୋଇଥାଏ।
ଏହିପରି ମାଡ଼ଗାଳି ଶୁଣି ଶୁଣି ବୋହୂ ଆଉ ସହିବାର ସାହସ ହରାଇ ବସିଲା। ଶେଷରେ ଆତ୍ମହତ୍ୟାର ସିଦ୍ଧାନ୍ତ ନେଇଗଲା। ସେଦିନ ଏହିପରି ମାଡ଼ ଗାଳିପରେ ବୋହୂଟି ନଖାଇ ରହିଲା। ସମସ୍ତେ ଖାଇ ପିଇ ଶୋଇ ଥାନ୍ତି। ସ୍ୱାମୀ ମଦ ନିଶାରେ କାଣ୍ଡକାରନାମା କରି ଶୋଇ ଗଲାଣି। ପିଲା ଦୁଇଟି ମଧ୍ୟ ଶୋଇ ଗଲେ। ଶାଶୁ ଶ୍ୱଶୂର ଶୋଇଗଲେ। ଶେଷରେ ନିରୋଳା ଦେଖି ବୋହୂ ଫ୍ୟାନ୍ରେ ରସି ଲଗାଇ ଆତ୍ମହତ୍ୟା କଲା। ସକାଳୁ ସମସ୍ତେ ଦେଖିଲେ ସବୁ ଶେଷ। ଗୋଟିଏ ଯୁଗର ଅବସାନ ହେଲା। ତା’ପରେ ବୋହୂଟିର ବାପା ଆଉ ଭାଇ ବିଭିନ୍ନ ପ୍ରକାର କେସ୍ କଲେ। ପୂର୍ବରୁ ଥାନାରେ ମଧ୍ୟ ଏ ବାବଦରେ କେସ୍ ହୋଇଥିଲା। ସ୍ୱାମୀ ଆଉ ମଦ ପିଇବ ନାହିଁକି ଗାଳିମାଡ଼ ଦେବ ନାହିଁ ବୋଲି କହିଥିଲା ଓ ଲେଖିଦେଇଥିଲା। ଏହା ପରେ ଏପରି ଘଟଣା ପାଇଁ ସ୍ୱାମୀ ଜେଲ ଗଲେ ଶ୍ୱଶୂର ମଧ୍ୟ ଜେଲ ଯାଇ ଜେଲରେ ରହିଲେ। ତା’ପରେ ଶାଶୁ ମଧ୍ୟ ଯୌତୁକ ନିର୍ଯାତନାରେ ଜେଲ ଗଲେ। ଜେଲରେ ଥାଇ ସବୁ ସମସ୍ୟାର ସମାଧାନ ହେଲା। ପୁତ୍ର ମଣି ନରୋତ୍ତମ ନାମର ଅପବ୍ୟବହାର କରି ଜେଲ ଜୀବନ ବିତାଇଲେ। ତା’ପରେ ସେ ମଦ ମଧ୍ୟ କିଛିଦିନ ପାଇଁ ଛାଡ଼ିଲେ। ତା’ପରର ଘଟଣା।
ଜେଲରେ ଥାଇ ପିତା ବ୍ୟବସ୍ଥା କଲେ ମୁକୁଳିବା ପାଇଁ। ଆଉ ନରୋତ୍ତମ ମଧ୍ୟ ମୁକୁଳିଲେ ସତ୍ୟ କେସ୍ କିନ୍ତୁ ଚାଲୁ ରହିଲା। ପିଲାମାନଙ୍କର ଦାୟିତ୍ୱ ବୁଝିବେ ବୋଲି ପ୍ରତିଶ୍ରୁତି ଦେଲେ। ଘରକୁ ଆସି ସେ ମଧ୍ୟ ବେଶି ବେଶି ମଦ ପିଇଲେ। କିଛିଦିନ ଅନ୍ତେ ପିତା ସ୍ୱର୍ଗବାସୀ ହେଲେ। ଜମି ଜମା ଥାଏ। ମା’ ପେନ୍ସନ୍ ମଧ୍ୟ ପାଇଲେ। ସେଥିରେ ପରିବାର ଚଳାଇ ଅବଶିଷ୍ଟ ଅର୍ଥ ମଧ୍ୟ ପିଇବାରେ ବ୍ୟୟ କରୁଥାନ୍ତି ନରୋତ୍ତମ। ନରୋତ୍ତମ ନାମରେ ଅପକର୍ମ। ବେଶି ବେଶି ମଦ ପିଇ କାଣ୍ଡ କାରଖାନା କରି ଚାଲିଥାନ୍ତି। ପିଲାମାନେ ମା’ଛେଉଣ୍ଡ ହୋଇଥାନ୍ତି। ବାପା ମଦ୍ୟପ। ପିଲାମାନଙ୍କର ଯତ୍ନର ଅଭାବ। ଗାଁ ପଡ଼ିଶା ସମସ୍ତେ ମୁଖରେ କହୁଥାନ୍ତି ନରୋତ୍ତମ ହିଁ କୁପୁତ୍ର।
ଆପଣମାନେ ଏଠାରେ odia story book purchase କରିପାରିବେ। click here
For more stories please read these articles odia gapa story, 13 Festivals in 12 Months | A Celebration of Odisha’s Rich Culture, odisha gk pdf 2023, odisha festival
ଘର ଜ୍ଵାଇଁ (odia story book)
ମନରେ ଆଶାଭରସା ରଖି ଜୀବନକୁ ବଞ୍ଚାଇବାର ପ୍ରୟାସ ଜାରି ରଖିବା ମନୁଷ୍ୟର କର୍ତ୍ତବ୍ୟ ଭାବି ସବୁ ଦୁଃଖକୁ ସହିଯାଇ ଆଖି ଲୁହକୁ ପିଇଯାଉଥିବା ମଣିଷ ଯେମିତି ଭାବୁଥିଲା କି ଲୁହ ପିଉନାହିଁ ପିଉଛି ନିଜର ଆଶା ଆକାଂକ୍ଷା ଆଉ ଅପେକ୍ଷା କରି ରହିଛି ଜୀବନର ଆସ୍ଥା, ଆଶ୍ୱାସନା ଦମ୍ଭ ଭାବି ହେଉଛି ଛାଡ଼ିଯାଇ ଥିବା ଆଉ ହରାଇ ଦେଇଥିବା ସମୟ ସ୍ୱରୂପ କେତେକ କାଳ ରୁପି କେତେକ ଯନ୍ତ୍ରଣା ଜର୍ଜରିତ, ସମୟର ମୂଲ୍ୟବୋଧ।

ଦୁଃଖର ଅନ୍ତ ନାହିଁ କି ଶାନ୍ତିର ଦେଖା ନାହିଁ। କର୍ମ ପଥରେ ଅଗ୍ରସର ହେଉଥିବା ମଣିଷଟି କର୍ମ କରି କରି ଥକି ପଡ଼ିଲେବି ଶାନ୍ତି କାହିଁ। ସେ ମଣିଷଟି ଶାନ୍ତି ଖୋଜିବାରେ ନିଜର କର୍ମ ଜାରି ରଖିଛି। ଆଶା ତ ଅସୁମାରି। କେବଳ ଆଶାରେ ବଞ୍ôଚବା ସାର। ଆଶା ରଖିଛି ବୋଲି ତ ବଞ୍ôଚଛି ବୋଲି କହୁଛି କିଶୋର।
କିଶୋର ପିଲାବେଳୁ ଦୁଃଖୀ। ବାପାମା ଅକର୍ମଣ୍ୟ। ବୟସ ୩୦ ଛୁଇଁଲା। ପାଠଘରେ ଶୂନ। କେବଳ ଅକ୍ଷର ଚିହ୍ନିଛି। ତାକୁ ୧୦ବର୍ଷ ବେଳେ ବାପା ଗୋଡ଼ ହାତଭାଙ୍ଗି ଘରେ ବସିଲେ। ମା’ ପର ପାଇଟି କରି କ୍ଷୀଣ ଶରୀର ନେଇ କେତେ କାଳ ବା ଚାଲିଥାନ୍ତା? ସେବି ରୋଗର ଶିକାର ହୋଇ ଘରେ ପଡ଼ି ରହିଲା। କିଶୋର ଏବେ ବି କିଶୋର। ପିଲାଳିଆମି ଛାଡ଼ି ନାହିଁ କି ବୟସ୍କ ଭାବେ କୌଣସି ଦାୟିତ୍ୱ ନେଇ ଘର ଚଳାଇବାରେ ସକ୍ଷମ ହୋଇପାରୁ ନାହିଁ। ଦିନେ ଖାଇଲେ ଦିନେ ଉପାସ। କେତେ କାଳ କେବଳ କଥାରେ ଆଶାରେ ରହିପାରିବ। ରାଜନୈତିକ ଦଳ ନେତାମାନେ ଘର ଦେଖିଛନ୍ତି। ବାପାମାକୁ ଦେଖି ଆହା କେତେ ଦୁଃଖ ବୋଲି ସମବେଦନା ଜଣାଇଛନ୍ତି। ଏହା ଛଡ଼ା ଅନ୍ୟ କିଛି ପାଇ ନାହିଁ କିଶୋର। କେବଳ ରାସନ କାର୍ଡ଼ରେ ଚାଉଳ ଗଣ୍ଡା ପାଏ। ବାପା ମା ଭତ୍ତା ଟଙ୍କାରେ ଘର କଷ୍ଟେ ମଷ୍ଟେ ଚାଲେ। ଯଦି କିଏ କିଶୋରକୁ କାମକୁ ଡାକେ ତେବେ ସେ ଅର୍ଥ କେବେଳ କିଶୋରର ହାତ ଖର୍ଚ୍ଚ ହିଁ ହୋଇଥାଏ। ଅନେକ ଲୋକ, ଅନେକ କଥା କହୁଥିଲା ବେଳେ କିଶୋର ବାପାମାଙ୍କୁ ଛାଡ଼ି ଅନ୍ୟତ୍ର କାମ କରିବାକୁ ଯାଇପାରେ ନାହିଁ। ସେ ଘର ଛାଡ଼ିଲେ ବାପାମା ଖାଇବାକୁ ନପାଇ କେବେଳ ମରଣ ଛଡ଼ା ଅନ୍ୟ କିଛି ନୁହେଁ। ସେଥିପାଇଁ କିଶୋର ଘରେ ରହି କେବଳ ନେତାମାନଙ୍କ କଥା ଶୁଣି ଶୁଣି ଆଶା ଆଶାରେ ବଞ୍ôଚବାକୁ ହୋଇଥାଏ।
ଏବେ ଭାଗ ଚାଷ କରିବା ପାଇଁ ଜମିର ଅଭାବ ନାହିଁ। ମୁଣ୍ଡ ଟେକିବାକୁ ହେଲେ କେବଳ ନିଜର ଉଦ୍ୟମ ହିଁ ଆବଶ୍ୟକ। କିଶୋର ମନେ ମନେ ସଂକଳ୍ପ ନେଲା ସବୁ କଥା ବାଦ୍ ଦେଇ କେବଳ ଜମି ଆଣି ଚାଷ କରିବ। ଚାଷ ହିଁ ବାସ। ତାହାହିଁ ହେଲା ଚାଷ କରିବା। ଘରେ ରୋଷେଇ କରି ବାପାମାଙ୍କୁ ଖାଇବାକୁ ଦେବା ସବୁକାମ କରିବାକୁ ପଡ଼େ। ସମୟ କ୍ରମେ କିଶୋର ନିଜର ସ୍ଥିତି ମଜବୁତ୍ କଲା। ଫସଲ ଅମଳ କରି ଦି’ ପଇସା ହାତେଇଲା। ଘର ବଦଳେଇବା ପାଇଁ ଚେଷ୍ଟା କଲା। ସରକାରଙ୍କର ଯୋଜନା ଅନୁଯାୟୀ ଘର ଖଣ୍ଡେବି କଲା। ତା’ପରେ ବାପାଙ୍କର ଦେହାନ୍ତ ହେଲା। ପରେ ପରେ ମା’ ମଧ୍ୟ ଆଖି ବୁଜିଲା। କିଶୋର ଭାଙ୍ଗି ପଡ଼ିଲା। ଘରେ ସେ ଏକା। ଯାହା ପାଇଁ ସେ ଖଟି ଖାଦ୍ୟ ଯୋଗାଡ଼ କରି ଆହାର ଦେଇ ବାପାମାଙ୍କୁ ବଞ୍ଚେଇବାକୁ ଚାହିଁଲା ଦଇବ ତାଠୁଁ ବାପାମାକୁ ଛଡ଼ାଇ ନେଲେ। କେତେକ ଆଶା ଆଶ୍ୱସନାରେ ସେ ଦୁହିଁଙ୍କର ଶୁଦ୍ଧିକ୍ରିୟା କରିସାରି ଦମ୍ ନେଲା କିଶୋର। ମଣିଷ ଜୀବନ କେବଳ ଏହି ସମସ୍ୟା ବହୁଳ ବୋଲି ମନକୁ ବୁଝାଇ କେବଳ କର୍ମ ହିଁ ସାର ବୋଲି ଭାବିନେଲା। ଦିନେ ସେ ଖାଇବାକୁ ଠିକ୍ ସେ ପାଇ ନଥିଲା। ପରେ ଖାଦ୍ୟ ହେଲା ପରେ ଖାଇବାକୁ ଲୋକ ନାହାଁନ୍ତି। ଜୀବନକୁ ବଞ୍ଚାଇବାକୁ କର୍ମହିଁ ସାର ବୋଲି ସ୍ଥିର କରି ନେଲା କିଶୋର। ମଣିଷ ଏ ଦୁନିଆରେ ସମୟର ଦାସ। ସମୟର ଚକା ଭଉଁରିରେ ମଣିଷ କେତେବେଳେ ଯେ କେଉଁଠାରେ ଉପନୀତ ହୁଏ ତାହା କେବଳ ଦଇବ ହାତରେ। କାହାକୁ କେମିତି ରଖିବ ତାହା ତା’ର ହିଁ ବିଚାର ହୋଇଥାଏ। ଏ ମଣିଷ କେବଳ ନିଶ୍ଚିତ ମାତ୍ର। ସଂସାରରେ ଏବେ କିଶୋର ଏକା। ତା’ପାଇଁ କାହାର ମଧ୍ୟ ଦରଦ ନାହିଁ। ବନ୍ଧୁବାନ୍ଧବ ମଧ୍ୟ କେହି ନାହାଁନ୍ତି କି ତାହାପାଇଁ ସହାୟତାର ହାତ ବଢ଼ାଇବା ପାଇଁ।
ଅନେକ ଲୋକ ତାକୁ ପରାମର୍ଶ ଦିଅନ୍ତି କି ହାତକୁ ଦି’ହାତ ହେବା ପାଇଁ; କିନ୍ତୁ କେହି ହେଲେ ବି କିଛିବି କରନ୍ତି ନାହିଁ। କିଶୋର ଭାବେ ସେ ହାତକୁ ଦି’ହାତ ହେବ ହେଲେ ତାହା ହାତ ଧରିବ କିଏ? କିଏ ଏ ସବୁ ପାଇଁ ଯୋଗାଡ଼ କରିବ? କିଛିବି ହୋଇପାରେ ନାହିଁ।
ସେଦିନ ଥିଲା ଜାଗର। କିଶୋର ସେଦିନ ଶିବ ମନ୍ଦିରକୁ ଯାଇଥାଏ। ସନ୍ଧ୍ୟା ସମୟ, ସମସ୍ତେ ଦୀପ ଲଗାଇ ଆରାଧନା କରୁଛନ୍ତି। କିଶୋର ମଧ୍ୟ ଦୀପଟି କିଣି ଶଙ୍କରଙ୍କୁ ଆରାଧନା କଲା। ବାସୁଆ ପଛରେ ଦୀପ ଷ୍ଟାଣ୍ଡ। ଆଗରେ ଅନେକ ସ୍ତ୍ରୀଲୋକମାନେ ଥା’ନ୍ତି। ହଠାତ୍ ଷ୍ଟାଣ୍ଡଟି ଢଳି ପଡ଼ିଲା। ସମସ୍ତେ ଆରାଧନା କରୁଛନ୍ତି। ହଠାତ୍ ଦୀପ ଷ୍ଟାଣ୍ଡ ଢଳି ପଡ଼ିବାରୁ ସମସ୍ତେ ଆଗେଇଗଲେ। ଜଣଙ୍କ ଲୁଗାରେ ନିଆଁ ଲାଗିଗଲା। ସିଲ୍କି ଲୁଗା ହୋଇଥିବାରୁ ନିଆଁ ଜଳିଲା। ସମସ୍ତେ ଆଡ଼େଇ ଗଲେ। କିଶୋର ଆଡ଼େଇ ଯାଉଥିଲା। ଝିଅଟି ଲୁଗା ଟଣାଟଣି କରୁଛି ହେଲେ ନିଆଁ ଲିଭୁ ନାହିଁ। କିଶୋର ନିଜର ସାର୍ଟ ଖୋଲି ଝିଅକୁ ତଳକୁ ପକାଇ ଦେଇ ଗଡ଼ାଇ ଦେଲା। ନିଆଁ ଲିଭିଲା। ଝିଅଟିର କେତେ ଜାଗା ପୋଡ଼ିଛି। ଲୁଗାଟି ନଷ୍ଟ। କେବଳ ଦେହରେ ବ୍ଲାଉଜ୍ ଆଉ ସାୟା। କିଶୋର ସେବା କରିବାରୁ ଅନ୍ୟମାନେ ଭାବିନେଲେ ଏ ବୋଧେ ଏ ଝିଅର ସମ୍ପର୍କୀୟ। ତେଣୁ ଅନ୍ୟମାନେ କୌଣସି ରିକ୍ସ ନେଲେ ନାହିଁ। ପାଖରେ ଥିବା ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା କରିବାକୁ କିଶୋର ନେଇଗଲା। ଡାକ୍ତର ପୋଡ଼ିଥିବା ଜାଗାରେ ମଲମ ଲଗାଇ ଦେଲେ। ଔଷଧ ମଧ୍ୟ ଦେଲେ। ତା’ପରେ…
ଝିଅଟିର ନାମ ନମିତା। ବୟସ ୨୯। ଘରେ କେବଳ ମା’ଟିଏ। ବାପା ଅନେକ ଦିନରୁ ସ୍ୱର୍ଗବାସୀ। କିଛି ଜମି ଅଛି। ଭାଗ ଚାଷରୁ ଯେତିକି ମିଳେ ମା’ଝିଅ ଚଳିଯାନ୍ତି। କେହି ଦାୟିତ୍ୱ ନେଉ ନଥିବାରୁ ଝିଅଟି ବିବାହ କରିପାରିନାହିଁ। ମା’ର ଇଚ୍ଛା, କେହି ଯଦି ମିଳେ ତେବେ ଘର ଜ୍ୱାଇଁ କରି ରଖିବାର ଇଚ୍ଛା। ସେମିତି ଏପର୍ଯ୍ୟନ୍ତ କେହି ମିଳି ନାହାନ୍ତି। ଏଣୁ ନମିତା ବିବାହ କରି ନପାରି ରହିଯାଇଛି। ଆଜି ବୋଉର କଥା ଅନୁଯାୟୀ ଶିବ ଆରାଧନା ପାଇଁ ଆଗଭରେ ବାହାରି ଯାଇଥିଲା। ଏମିତି ଅବସ୍ଥା ହେବ ବୋଲି ସେ କେବେ ଭାବି ନଥିଲା। ନମିତା କିଶୋରକୁ ଆଗରୁ ଦେଖିଛି। କିଶୋର ମଧ୍ୟ ଏମିତି ଆଗରୁ ଦେଖିଛି; କିନ୍ତୁ ପରିଚୟ କେହି କାହାର ଜାଣି ନାହାନ୍ତି। ନମିତା କିଶୋର ସାର୍ଟଟି ବାହାର କରି ପୋଡ଼ି ଯାଇଥିବା ଶାଢ଼ିଟି ଘୋଡ଼ାଇ ହେଲା। କିଶୋର ପରିଚୟ ଜାଣିଲା ପରେ ଘରେ ଛାଡ଼ି ଦେବା ପାଇଁ ନେଇଗଲା। ଘରେ ଆଗରୁ ମା’ ଖବର ପାଇଁ ସାରି ଥିଲା। ଶିବ ମନ୍ଦିରଟି ନମିତା ଘର ପାଖରୁ ମାତ୍ର ୧ କିଲୋମିଟର। କିଶୋରର ଘର ମନ୍ଦିର ପାଖରୁ ବିପରୀତ ଦିଗରେ ୩ କିଲୋମିଟର ଯାହା ହେଉ ଔଷଧପତ୍ର ଓ ନମିତାକୁ ଧରି ଘରେ ପହଞ୍ôଚଲେ କିଶୋର। ମା’ ବୁଢ଼ି କିଶୋର ଓ ନମିତାକୁ ଦେଖି କାନ୍ଦିଲେ। ଆଉ ନମିତା ମଧ୍ୟ କହିଲା କି ଏହି ଭାଇଙ୍କ ଯୋଗୁଁ ମୁଁ ରକ୍ଷା ପାଇଲି। କେହିବି ମୋତେ ରକ୍ଷା କରିବାକୁ ଆସିଲେ ନାହିଁ। ଏ ଦୁର୍ଘଟଣା କାହିଁକି ଯେ ହେଲା ଏବେ ସୁଦ୍ଧା ବି ମୁଁ ବୁଝିପାରୁ ନାହିଁ।
ମା’ କହିଲେ “”ଏ ହେଉଛି ସେ ଜଟାଧାରୀର ଦାଉ। କାହିଁକି ଯେ ସେ ଆମ ସାଙ୍ଗରେ ଦାଉ ସାଜୁଛି ତାହା ତାହାଙ୍କୁ ହିଁ ଜଣା। ତା’ପରେ ମା’ ବୁଢ଼ି ଭାବି ଚାଲିଲେ କି ଝିଅ କଥା ସବୁ ଶୁଣିଲେ। ପୁଅଠାରୁ ସବୁ କଥା ବୁଝିନେଲେ। ମା’ ଜାଣିଲେ କିଶୋର ଘରକୁ ଏକା। ଏହିଠାରେ ରାତ୍ରି ଭୋଜନ ସାରି ଘରକୁ ଯିବା ପାଇଁ ମା’ କହିଲେ। ତା’ପରେ ରାତ୍ରି ଖାଦ୍ୟ ପ୍ରସ୍ତୁତି ଚାଲିଲା। ନମିତାର କେତେ ଜାଗାରେ ଫୋଟକା ହୋଇଛି। ହାତ ଏବଂ ଗୋଡ଼ରେ ପୋଡ଼ା ଦାଗ। ଔଷଧ ଲଗାଯାଇଛି ଯନ୍ତ୍ରଣା ମଧ୍ୟ ହେଉଛି। ମା’ ରୋଷେଇରେ ବ୍ୟସ୍ତ। ନମିତା କିଶୋରର ପରିଚୟ ଜାଣି ସାରିଲାଣି କିଶୋର ଅବିବାହିତ। ନମିତାର ଇଜ୍ଜତ ରକ୍ଷା କରିଛି କିଶୋର। ଏଣୁ ଯାହା ପାଇଁ ଇଜ୍ଜତ ରକ୍ଷା ପାଇଛି ସେ ହିଁ ଏ ଇଜ୍ଜତର ଅଧିକାରୀ ବୋଲି ବାବା ଭୋଳା- ନାଥଙ୍କର ଇଚ୍ଛା ବୋଲି ନମିତା ଭାବୁଛି। ମା’ ମଧ୍ୟ ରୋଷେଇ କଲାବେଳେ ସେହି କଥା ଭାବି ହେଉଛନ୍ତି କିଶୋରର କେହି ନାହାନ୍ତି। କେବଳ ଘର ଖଣ୍ଡେ। ସବୁ କଥା ମା ବୁଝି ସାରିଲେଣି। କଥାରେ କଥାରେ ମା’ କହି ସାରିଲେଣି କି ତୁମେ ମୋର ପୁଅ। ଜ୍ୱାଇଁ କହି ଜିଭ କାମୁଡ଼ି ପକେଇ ସାରିଲେଣି। ଏକଥା ନମିତା ଶୁଣି ସାରିଲାଣି। କିଶୋର ମଧ୍ୟ ଶୁଣି ସାରିଲାଣି।
ତା’ପରେ….
କିଶୋର ନମିତାର ପୋଡ଼ା ଭଲ ହେବାଯାଏ ଦେଖାଶୁଣା କଲା। ଭଲ ମଧ୍ୟ ବୁଝିଲେ। ତା’ପରେ କିଶୋର ନମିତାକୁ ବିବାହ କରି ଘର ଜ୍ୱାଇଁଆ ଭାବେ ରହିଲେ। ଯାହାର ପରିବାର ପ୍ରତି କର୍ତ୍ତବ୍ୟବୋଧ ସରିଯାଇଥାଏ। ଆଶା ଭରସା ନଥାଏ। ସୁଖ ଶାନ୍ତିରେ ସହାବସ୍ଥାନ କରିବା ଅସମର୍ଥବୋଧ କରେ। ଘର ସଂସାର ବାନ୍ଧିବା ପାଇଁ ସେହି ବ୍ୟକ୍ତି ଘରଜ୍ୱାଇଁ ହୋଇ ରହିଥାଏ। କିଶୋରର ବାପାମା ତାକୁ ଛାଡ଼ି କେଉଁଦିନରୁ ସ୍ୱର୍ଗର୍ବାସୀ। ନମିତାର ମଧ୍ୟ ସେହିଭଳି ଅବସ୍ଥା। ବାପା ନାହାନ୍ତି। ମା’ ବୁଢ଼ି କିଂକର୍ତ୍ତବ୍ୟବିମୂଢ଼ ସାହା ଭରସା କେହି ନାହାଁନ୍ତି। ଈଶ୍ୱର ବଡ଼ଲୋକ। ନମିତା ତା’ ମା’ ଭାବୁଥିବା, ଆଶା କରିଥିବା ଜ୍ୱାଇଁଟିଏ କିଶୋରକୁ ପାଇ ଘର ଜ୍ୱାଇଁ ଭାବେ ଗ୍ରହଣ କଲେ। କିଶୋର ମଧ୍ୟ ଘରଜ୍ୱାଇଁ ହୋଇଗଲେ ସବୁଦିନ ପାଇଁ। ଭଲରେ ହେଉ ବା ମନ୍ଦରେ, ମଣିଷ ଘରଜ୍ୱାଇଁ ହୋଇଥାଏ। ଏଥିଲା କିଶୋରର ଘରଜ୍ୱାଇଁ ହେବାର କଥା।
For more stories please read these articles gandhi jayanti odia rachana, Aladdin O Kuhuka Dipa Odia Book