ଆଜି ଆମେ ଏଠାରେ ଜାଣିବା odisha festival ବିଷୟରେ, ଆମ ଓଡ଼ିଶାରେ କେତେ ପ୍ରକାର ପର୍ବ ପର୍ବାଣି ପାଳିତ ହୁଏ ଏବଂ odisha festival ଯେ ଖାଲି ଓଡ଼ିଶା ରେ ନୁହେଁ ସାରା ବିଶ୍ବରେ ବିଖ୍ୟାତ ତାହା ଆମେ ଆଜି ଜାଣିବା। odisha festival ଆମ ଓଡିଆ ବାସୀଙ୍କ ପାଇଁ କେତେ ଯେ ମହତ୍ୱପୂର୍ଣ ତାହା ଆମେ ଆଜି ସମୀକ୍ଷା କରିବା।
odisha festival ଓଡ଼ିଶାର ବାରମାସରେ ତେର ପର୍ବ
ଓଡ଼ିଆରେ ଗୋଟିଏ ପ୍ରବାଦ ଅଛି – “ଓଡ଼ିଶାର ବାରମାସରେ ତେର ପର୍ବ।” ଏହି କଥାରୁ ଜଣାଯାଏ ଯେ, ଓଡ଼ିଶାର ପ୍ରତିବର୍ଷ ଅନେକ ପର୍ବ ପାଳିତ ହୁଏ। odisha festival (ଉତ୍କଳ ବା ଓଡ଼ିଶାର ପର୍ବପର୍ବାଣୀ) ସାଧାରଣତଃ ଧର୍ମ ଓ ପୌରାଣିକ ଉପାଖ୍ୟାନର ଭିତ୍ତି ଉପରେ ପ୍ରତିଷ୍ଠିତ। ଉତ୍କଳୀୟମାନଙ୍କୁ ପର୍ବପର୍ବାଣୀ ବହୁ ଆମୋଦ ଦେଇଥାଏ, ତାହା ସହିତ ବହୁ ଶିକ୍ଷା ମଧ୍ୟ ଦେଇଥାଏ। କେଉଁ ପର୍ବ କେବେ ଓ କେଉଁ କାରଣରୁ ସୃଷ୍ଟି ହୋଇଥିଲା ତାହା କହିବା ସହଜ ନୁହେଁ। କେତେକ ପର୍ବପର୍ବାଣୀ ସୃଷ୍ଟି ହୋଇଛି କୃଷି ସଭ୍ୟତାକୁ ନେଇ। କୃଷକମାନଙ୍କର ଜୀବନଧାରା ସହିତ ବିଭିନ୍ନ ପର୍ବଗୁଡ଼ିକ ସଂଶ୍ଳିଷ୍ଟ। କେତେ ପର୍ବର ସୃଷ୍ଟି ଆଧ୍ୟାତ୍ମିକ ଭାବର ପ୍ରସାର ଓ ପ୍ରତିଷ୍ଠା ପାଇଁ। କେତେ ପର୍ବ ବିଭିନ୍ନ ଦେବଦେବୀଙ୍କ ମହାତ୍ମ୍ୟ ପ୍ରଖ୍ୟାପନ ପାଇଁ ସୃଷ୍ଟି ହୋଇଛି। ଆହୁରି କେତେକ ପର୍ବ ପୌରାଣିକ ବିଷୟ ଆଧାରିତ। କେତେକ ମଧ୍ୟ ସ୍ୱାସ୍ଥ୍ୟ ସମ୍ପର୍କିତ। ନାନା ଉଦ୍ଦେଶ୍ୟ ନେଇ ପର୍ବପର୍ବାଣୀ ସୃଷ୍ଟି ହୋଇଥିଲେ ହେଁ ସେସବୁର ମୁଖ୍ୟ ଉଦ୍ଦେଶ୍ୟ ସରଳ ଧର୍ମ ବିଶ୍ୱାସ ସୃଷ୍ଟି କରିବା ଏବଂ ଜନସାଧାରଣଙ୍କ ଭିତରେ ପବିତ୍ର ଭାବ ଜାଗ୍ରତ କରିବା। ସରଳତା, କର୍ତ୍ତବ୍ୟ ପରାୟରତା, ଏକନିଷ୍ଠତା, ପରାର୍ଥ-ପରାୟଣତା, ସତ୍ୟ, ଧର୍ମ, ନ୍ୟାୟ, ବିଶ୍ୱାସ ଓ ଭ୍ରାତୃଭାବ ପ୍ରତିଷ୍ଠା ହେଉଛି ପର୍ବପର୍ବାଣୀଗୁଡ଼ିକର ଲକ୍ଷ୍ୟ।
odisha festival ଓଡ଼ିଶାର ପର୍ବପର୍ବାଣୀ ମଣିଷର ଦୈନନ୍ଦିନର କର୍ମ କ୍ଳାନ୍ତ ଜୀବନକୁ ଉପଭୋଗ ମୁଖର କରାଏ। ବର୍ଷ-ମାସ-ଦିନ-ଦଣ୍ଡ, କରି ମଣିଷ କର୍ମରେ ଲାଗିଥାଏ। ବଞ୍ଚିବା ପାଇଁ ଖାଦ୍ୟ, ବସ୍ତ୍ର, ବାସଗୃହ, ସାମାଜିକ ପ୍ରତିଷ୍ଠା ଆଦି ପାଇଁ ସେ ସଂଗ୍ରାମ କରେ। ଦିନଯାଏ ରାତି ହୁଏ ପୁଣି ରାତି ଯାଇ ହୁଏ ଦିନ। ସେ କାମକରି ଚାଲେ। ସେଇ ଗୋଟିଏ ପ୍ରକାର କାମ। ଭଲ କରି ବଞ୍ଚିବା ପାଇଁ, ଟିକେ ସୁସ୍ଥିରେ ରହିବା ପାଇଁ କାମ। ଏହି କର୍ମମୁଖର ଜୀବନ ପ୍ରବାହକୁ ପର୍ବପର୍ବାଣୀଗୁଡ଼ିକୁ ଦେଇଥାଏ ସାମାନ୍ୟ ବିଶ୍ରାମ। ମାସ-ଋତୁ ଭେଦରେ ମଣିଷର ଆବଶ୍ୟକତା ଓ ଉତ୍ପାଦନ ଆଦିକୁ ନେଇ ପାଳିତ ହେଉଥାଏ ପର୍ବପର୍ବାଣୀ। ଫଳରେ ନିଜର ଐତିହ୍ୟ ପରମ୍ପରା ଓ ସଂସ୍କୃତି ସମ୍ପର୍କରେ ଉପଯୁକ୍ତ ଜ୍ଞାନ ମିଳିଥାଏ।
ଉତ୍କଳୀୟ ମଣିଷ ଏହିସବୁ ପର୍ବପର୍ବାଣୀ odisha festival ପ୍ରତି ଏତେ ଆସକ୍ତ ହୋଇ ପଡ଼ିଛି ଯେ ବର୍ଷ ସାରା ପାଳନ କରିଛି ଅଗଣିତ ପର୍ବ। ଏପରିକି ପ୍ରତ୍ୟେକ ଦିନ-ମାସ ଓ ବର୍ଷ ମଧ୍ୟ ହୋଇ ଉଠିଛି ପର୍ବମୟ। ଆମର କଥା ଅଛି ବାରମାସରେ ତେରପର୍ବ। ବୈଶାଖ ଠାରୁ ଚୈତ୍ର ପର୍ଯ୍ୟନ୍ତ ସବୁ ମାସରେ ପର୍ବ ପାଳନ। ତହିଁରୁ ତେର ପର୍ବ ପ୍ରଧାନ। ଅନ୍ୟ ଅର୍ଥରୁ ବର୍ଷର ଦିନ ବା ମାସ ସଂଖ୍ୟା ଯେତିକି ପର୍ବ ସଂଖ୍ୟା ସବୁବେଳେ ତହିଁରୁ ଗୋଟିଏ ଅଧିକ। ବୈଶାଖ ମାସରୁ ବର୍ଷ ଆରମ୍ଭ ହୁଏ। ପ୍ରଥମେ ଆରମ୍ଭ ହୁଏ ମହାବିଷୁବ ସଂକ୍ରାନ୍ତିରୁ। ଶୈବ, ଶାକ୍ତ ସୌର ଓ ତାନ୍ତ୍ରିକ ସବୁ ଧର୍ମର ଉପାସନାର ଦିନ ଏହି ସଂକ୍ରାନ୍ତି। ପ୍ରବଳ ଗ୍ରୀଷ୍ମ ତାପରୁ ରକ୍ଷା ପାଇବା ପାଇଁ ଶୀତଳ ଉପଚାର ମାନ ଏହି ପର୍ବର ବିଧାନ ମଧ୍ୟରେ ଅନ୍ତର୍ଭୁକ୍ତ। ଶିବଲିଙ୍ଗ, ବୃନ୍ଦାବତୀ ଉପରେ ବସୁଧାରା ଦିଆଯାଏ। ଲୋକେ ପଣା ସେବନ କରନ୍ତି। ପାଟୁଆମାନେ ତାନ୍ତ୍ରିକତାର ଚିହ୍ନ ସ୍ୱରୂପ ନିଆଁରେ ଚାଲନ୍ତି। ପାଣିରେ ବୁଡ଼ନ୍ତି। କଣ୍ଟାରେ ଫୋଡ଼ି ହୁଅନ୍ତି। ଖଣ୍ଡା ଓ କାଣ୍ଡ ଉପରେ ଶୁଅନ୍ତି। ଏହି ମାସର ଅନ୍ୟ ପର୍ବଗୁଡ଼ିକ ହେଲା ଅକ୍ଷୟ ତୃତୀୟା ଓ ଚନ୍ଦନ ପୂର୍ଣ୍ଣିମା। ସବୁ ଶୀତଳତାର ପର୍ବ। ବୈଶାଖ ପରେ ଜ୍ୟେଷ୍ଠ ମାସ। ଶୀତଳ ଷଷ୍ଠୀ, ସାବିତ୍ରୀ ବ୍ରତ ଓ ଦେବସ୍ନାନ ପୂର୍ଣ୍ଣିମା ଏଇ ମାସରେ ଶ୍ରେଷ୍ଠ ପର୍ବ। ଗ୍ରୀଷ୍ମତାପର ଆତିଶଯ୍ୟରୁ ଶେଷରେ ଦେବତାଙ୍କୁ ସ୍ନାନ କରାଇ ଦିଆଯାଏ। ଦେବ ଦେବ ଜଗନ୍ନାଥଙ୍କୁ ସ୍ନାନ ମଣ୍ଡପକୁ ଆଣି ସ୍ନାନ କରାଯାଏ। ଜ୍ୟେଷ୍ଠ ମାସ ପରେ ଆଷାଢ଼ ମାସ ଆସେ। ଆଷାଢ଼ର ପ୍ରଥମ ଅସରାରେ ପୁରିଉଠେ ମହୀ। ଆକାଶରେ ଘୋଟିଯାଏ କଳାହାଣ୍ଡିଆ ମେଘ। ଶୁଷ୍କ ଧୂଳିମଳିନ ମାଟି ଉପରେ ପ୍ରଥମ ବର୍ଷର ସ୍ପର୍ଶ ଆଣେ ଏକ ଅପୂର୍ବ ପୁଲକ। ମାଟି ପୁଲକି ଉଠେ। ଭରା-ଯୌବନରେ ମାତି ଉଠେ ବସୁନ୍ଧରା। ଆଷାଢ଼ର ଆରମ୍ଭ ହୁଏ ରଜ ପର୍ବରୁ। ନବଯୌବନ ମଣ୍ଡିତ ବସୁନ୍ଧରା ହୁଏ ରଜୋବତୀ। ତେଣୁ ନବୀନା ଯୁବତୀମାନଙ୍କ ପାଇଁ ହୁଏ ଅସ୍ପୃଶ୍ୟ। ସେମାନେ ଗୋଡ଼ରେ ଗୁଆ ଖୋଳ ବା କଦଳୀ ପାଟୁକାର ଜୋତା ମାଡ଼ନ୍ତି। ପୋଡ଼ପିଠା ଖାଇ ଦୋଳି ଖେଳନ୍ତି। ତୋଟା ବଗିଚା ଉଲୁସି ଉଠେ ସେମାନଙ୍କର ଦୋଳି ଗୀତରେ। ଆଷାଢ଼ ମାସର ସର୍ବଶ୍ରେଷ୍ଠ ପର୍ବ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା।
odisha festival କହିବାକୁ ଗଲେ ଓଡ଼ିଶାର ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ। ଭଗବାନ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ପହଣ୍ଡି କରି ତିନି ରଥକୁ ଅଣାଯାଏ। ତା’ପରେ ସେବକ ଓ ଭକ୍ତଗଣ ଏହି ରଥକୁ ଟାଣି ଟାଣି ନିଅନ୍ତି। ନବଦିନ ପରେ ପଡ଼େ ବାହୁଡ଼ା ଯାତ୍ରା। ଦେବତାମାନେ ପୁଣି ଫେରି ଆସନ୍ତି ଶ୍ରୀମନ୍ଦିରକୁ। ଭାରତ ଓ ଭାରତ ବାହାରୁ ଲକ୍ଷ ଲକ୍ଷ ଲୋକ ପୁରୀକୁ ଆସନ୍ତି ଜଗନ୍ନାଥଙ୍କ ରଥଯାତ୍ରାରେ ଭାଗନେବା ପାଇଁ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନ ଯଥା– ବାରିପଦା, କେନ୍ଦ୍ରାପଡ଼ା, କେନ୍ଦୁଝର, ଆଠଗଡ଼, ଢେଙ୍କାନାଳ, ବ୍ରହ୍ମପୁର, ଛତ୍ରପୁର ପ୍ରଭୃତି ସ୍ଥାନରେ ମଧ୍ୟ ରଥଯାତ୍ରା ହୁଏ। ଗାଁ ଗଣ୍ଡାରେ ଚପଳମତି ବାଳକ ବାଳିକାମାନେ ମଧ୍ୟ ଛୋଟ ଛୋଟ ରଥ କରି ସେଥିରେ ଛୋଟ ଜଗନ୍ନାଥ ମୂର୍ତ୍ତିଙ୍କୁ ବସାଇ ରଥଯାତ୍ରା କରନ୍ତି। ଏହି ମାସରେ ହେରାପଞ୍ଚମୀ, କାଦୁଆ ମଙ୍ଗଳବାର ଓ ହରିଶୟନ ପ୍ରଭୃତି ପର୍ବ ପାଳନ କରାଯାଏ। ଆଷାଢ଼ ପରେ ଆସେ ଧାରା ଶ୍ରାବଣ। ଚିତାଲାଗି ଅମାବାସ୍ୟ ଓ ଗହ୍ମାପୂର୍ଣ୍ଣିମା ଏହି ମାସର ପ୍ରଧାନ ପର୍ବ। ନୂଆ ଧାନରେ ଚିତଉପିଠା କରି କୃଷକ ଗୃହିଣୀ ନଈ ପୋଖରୀରେ ପକାନ୍ତି। ପାଣି ଭିତରେ କ୍ଷତିକାରକ ଜୀବ ଗେଣ୍ଡା, କୋଚିଆ, ମାଛ-କଇଁ ଆଦିଙ୍କ ପାଇଁ ଏହି ପୂଜା। ଗହ୍ମା ପୂର୍ଣ୍ଣିମାରେ ଗୋରୁ ପୂଜା, ପବିତ୍ରା ରୋପଣ ଓ ରକ୍ଷାବନ୍ଧନ ହୋଇଥାଏ। ଗାଈ ବଳଦଙ୍କୁ ଗାଧୋଇ ଦେଇ କୃଷକ ପିଠା ଜାଉ ଖୁଆଇ ପୂଜା କରେ। ଭଉଣୀ ଭାଇ ହାତରେ ସୁରକ୍ଷା ପାଇଁ ରାକ୍ଷୀ ବନ୍ଧନ କରେ।
ଶ୍ରାବଣ ପରେ ଭାଦ୍ରବ ମାସ। ଏ ମାସରେ ପଡ଼େ ହରିଜନ୍ମ, ଗଣେଶ ଚତୁର୍ଥୀ, ସୁନିଆ, ଅନନ୍ତ ବ୍ରତ ଓ ଇନ୍ଦୁ ପୂର୍ଣ୍ଣିମା। ଭାଦ୍ର-କୃଷ୍ଣପକ୍ଷ ଅଷ୍ଟମୀରେ ଜନ୍ମ ହୋଇଥିଲେ କୃଷ୍ଣ। ବହୁ ତପସ୍ୟାରେ ଯଶୋଦା ପାଇଲା ପୁଅଟିଏ। ପୁତ୍ର କାମନା କରି ଏ ଦିନ ବିବାହିତା ମହିଳାମାନେ କରନ୍ତି ଜନ୍ମାଷ୍ଟମୀ ବ୍ରତ। ବିଦ୍ୟାଳୟ, ମହାବିଦ୍ୟାଳୟ ମାନଙ୍କରେ ପାଳିତ ହୁଏ ଗଣେଶ ଚତୁର୍ଥୀ। ବିଦ୍ୟାଦାତା, ବିଘ୍ନବିନାଶନ ଗଣେଶଙ୍କୁ ଭକ୍ତି ସହକାରରେ ପୂଜା କରନ୍ତି ବିଦ୍ୟାର୍ଥୀ ଗଣ। ସୁନିଆ ପୂର୍ବ କାଳର ଜମିଦାରୀ ପ୍ରଥା, ରାଜାଙ୍କ ସୁନିଆ ଭେଟି କଥା ମନେ ପକାଏ ଶେଷରେ ଇନ୍ଦୁ ପୂର୍ଣ୍ଣିମା ଓ ଭାଗବତ ଜନ୍ମ। ଜଗନ୍ନାଥ ଦାସଙ୍କ ଭାଗବତକୁ ପୂଜା କରାଯାଏ। ଗାଁ ଗାଁରେ ଥିବା ଭାଗବତ ଗାଦିରେ ହୁଏ କ୍ଷୀରି ଖେଚେଡ଼ିର ଭାଗବତ ବଢ଼ା। ସରଳ ନିଷ୍ପାପ ପଲ୍ଲୀବାସୀଙ୍କ ମନ ପବିତ୍ର ଭାଗବତ ଚିନ୍ତାରେ ପ୍ଲାବିତ ହୁଏ।
ଭାଦ୍ରବ ପରେ ଆଶ୍ୱିନମାସ। ଆଶ୍ୱିନର ପର୍ବପର୍ବାଣୀଗୁଡ଼ିକ ହେଲା ଯୁତିଆଷ୍ଟମୀ, ମହାଳୟା, ଦୁର୍ଗାଷ୍ଟମୀ, ଦଶହରା ଏବଂ କୁମାରୋତ୍ସବ। ଯୁତିଆଷ୍ଟମୀରେ ପୁତ୍ରପ୍ରାପ୍ତି ନିମିତ୍ତ ଗ୍ରାମୀଣ ବିବାହିତା ମହିଳାମାନେ ବ୍ରତପାଳନ କରନ୍ତି। ମହାଳୟାରେ ପିତୃ ପୁରୁଷଙ୍କ ଶ୍ରାଦ୍ଧ ଦିଆଯାଏ। ନିଜର ପତି, ପୁତ୍ରଙ୍କ ସୁରକ୍ଷା ପାଇଁ ମହିଳାମାନେ କରନ୍ତି ଦୁର୍ଗାଷ୍ଟମୀ ବ୍ରତ। ଶେଷରେ ଦଶହରା। କଟକ ସହରରେ ଦଶହରା ଏକ ବଡ଼ ପର୍ବରୂପେ ପାଳିତ ହୁଏ। ଶହ ଶହ ଦୁର୍ଗା, ହରପାର୍ବତୀ ମେଢ଼ ତିଆରି ହୋଇ ଦଶହରା ଦିନ ହୁଏ ଭସାଣି ଉତ୍ସବ। ଉତ୍କଳର ସାମରିକ ପର୍ବ ଭାବରେ ମଧ୍ୟ ଏହି ଦିନଟି ପ୍ରସିଦ୍ଧ। ପୂର୍ବ କାଳରେ ପାଇକ ବାହିନୀ ଏହି ଦିନଠାରୁ ସେମାନଙ୍କର ଯୁଦ୍ଧ ପ୍ରସ୍ତୁତି ଆରମ୍ଭ କରୁଥିଲେ। କୁମାର ପୂର୍ଣ୍ଣିମାରେ କୁମାରୀମାନେ ପୁଚି ଖେଳନ୍ତି। କୁମାର ବ୍ରତ ପାଳନ କରନ୍ତି। ବୃନ୍ଦାବତୀ ନିକଟରେ ଚନ୍ଦ୍ରପୂଜା କରି କୁମାରୀ ବ୍ରତର ପୂର୍ତ୍ତି ଘଟାନ୍ତି। ଆଶ୍ୱିନ ପରେ ପଡ଼େ କାର୍ତ୍ତିକମାସ। ପବିତ୍ର ପୁଣ୍ୟ ମାସ ଭାବରେ କାର୍ତ୍ତିକ ପ୍ରସିଦ୍ଧ। ଭକ୍ତି ପୂତ ଚିତ୍ତରେ ନରନାରୀ ପ୍ରତ୍ୟହ ପ୍ରଭାତରେ କାର୍ତ୍ତିକ ସ୍ନାନ କରନ୍ତି। କାର୍ତ୍ତିକ ଅମାବାସ୍ୟାରେ ପଡ଼େ ଦୀପାବଳି ଓ ଶେଷରେ କାର୍ତ୍ତିକ ପୂର୍ଣ୍ଣିମା। ପୂର୍ଣ୍ଣମା ଦିନ ପ୍ରଭାତରୁ ହୁଏ ନୌକାଭସା ଉତ୍ସବ, ଅତୀତର ନୌବାଣିଜ୍ୟକୁ ମନେ ପକାଇ ଏହି ପୂର୍ଣ୍ଣିମାକୁ ମଧ୍ୟ କୁହାଯାଏ ରାସ ପୂର୍ଣ୍ଣିମା। ରାଧା-କୃଷ୍ଣଙ୍କର ଯୁଗଳ ମୂର୍ତ୍ତିକୁ ରାସ ମଣ୍ଡପରେ ରଖି ପାଳନ କରାଯାଏ ରସୋତ୍ସବ।
କାର୍ତ୍ତିକ ପରେ ମାର୍ଗଶୀର ମାସ। କ୍ଷେତର ପାଚିଲା ଧାନ ଅମଳ ହେଉଥାଏ। କୃଷ୍ଣଙ୍କର ଘରବାଡ଼ି ପୂରିଯାଇଥାଏ ଧାନରେ। ଧନ ଧାନ୍ୟର ଦେବୀଙ୍କ ପୂଜା କରେ କୃଷକ ଗୃହିଣୀ। ପଡ଼େ ଲକ୍ଷ୍ମୀପୂଜା। ଏତଦ୍ ବ୍ୟତୀତ ପ୍ରଥମାଷ୍ଟମୀ ଓ ପଣ୍ଡୁ ପୂର୍ଣ୍ଣିମା ମଧ୍ୟ ପାଳିତ ହୁଏ। ପୌଷ ମାସରେ ଶାମ୍ବଦଶମୀ, ବକୁଳ ଅମାବାସ୍ୟ, ମକର ସଂକ୍ରାନ୍ତି, ଧନୁଯାତ୍ରା ଓ ଦେବାଭିଷେକ ପାଳିତ ହୁଏ। ଶାମ୍ବଦଶମୀରେ ସୂର୍ଯ୍ୟପୂଜା କରାଯାଏ। ମକର ସଂକ୍ରାନ୍ତି ଏବଂ ଧନୁଯାତ୍ରା ପଶ୍ଚିମ ଓଡ଼ିଶାର ଏକ ପ୍ରଧାନ ପର୍ବ। ଦେବାଭିଷେକ ପୂର୍ଣ୍ଣିମା ଦିନ ଜଗନ୍ନାଥଙ୍କ ଅଭିଷେକୋତ୍ସବ ପାଳନ କରାଯାଏ। ଜଗନ୍ନାଥ-ବଳଭଦ୍ର ଓ ସୁଭଦ୍ରା ସୁନା ବେଶରେ ସଜ୍ଜିତ ହୁଅନ୍ତି।
ମାଘ ମାସରେ ସରସ୍ୱତୀ ପୂଜା, ମାଘ ସପ୍ତମୀ ଓ ଅଗ୍ନିତ୍ସୋବ ପୂର୍ଣ୍ଣିମା ପାଳିତ ହୁଏ। ଏତଦ୍ ବ୍ୟତୀତ ମାଘ ଶୁକ୍ଳ ଏକାଦଶୀରେ ଓଳାଶୁଣୀ ଗୁମ୍ଫାଯାତ୍ରା; ଚତୁର୍ଦ୍ଦଶୀରେ ଜୋରନ୍ଦା ମେଳା ଆଦି ଆଞ୍ଚଳିକ ପୂର୍ବାନୁଷ୍ଠାନ ମଧ୍ୟ ହୋଇଥାଏ। ମାଘ ପରେ ଫଗୁଣ। ବସନ୍ତ ଋତୁର ଅମାବାସ୍ୟ। ଶିବ ଚତୁର୍ଦ୍ଦଶୀ ବା ଜାଗର ଅମାବାସ୍ୟା ଓ ଦୋଳପର୍ବ ଏହିମାସରେ ପଡ଼େ। ରାତ୍ର ଉଜାଗର ରହି ଲୋକେ ଭକ୍ତିପୂତ ଚିତ୍ତରେ ଶିବମନ୍ଦିରରେ ଜାଗର ଜାଳନ୍ତି। ଦୋଳପୂର୍ଣ୍ଣିମା ଏକ ଆନନ୍ଦର ଦିନ। ଲୋକେ ଅବିର ଓ ରଙ୍ଗ ପିଚକାରୀ ମାରି ଆମୋଦ ପ୍ରମୋଦରେ ମାତିଯାଆନ୍ତି। ଭଗବାନ ରାଧାକୃଷ୍ଣଙ୍କୁ ଦୋଳ ବିମାନରେ ବସାଇ ଗୀତ ଗାଇ ଗାଁ ଗାଁ ବୁଲନ୍ତି। ଶେଷରେ ଆସେ ଚୈତ୍ରମାସ। ଅଶୋକାଷ୍ଟମୀ, ଶ୍ରୀରାମ ନବମୀ ଓ ଚୈତ୍ର ପୂର୍ଣ୍ଣିମା ଏହି ମାସରେ ପଡ଼େ। ରାମନବମୀ ବ୍ରତ ଓଡ଼ିଶାବାସୀ ଏକାନ୍ତ ଭକ୍ତି ସହକାରେ ପାଳନ କରନ୍ତି। ଚୈତ୍ର ପୂର୍ଣ୍ଣିମାରେ କୈବର୍ତ୍ତ ସଂପ୍ରଦାୟର ଲୋକେ ଘୋଡ଼ାକୁ ସଜାଇ ବୀରବେଶରେ ନାଚି ନାଚି ବୁଲନ୍ତି। ଏହି ଦିନଟି ମଧ୍ୟ ଉତ୍କଳର ନୌବାଣିଜ୍ୟର ସ୍ମୃତି ବହନ କରିଥାଏ। ଏହିପରି ଭାବରେ ବାର ମାସରେ ତେରପର୍ବ ପାଳିତ ହୁଏ।
ଭକ୍ତିପ୍ରାଣ ଉତ୍କଳବାସୀ ସପ୍ତାହର ସବୁ ଦିନକୁ ମଧ୍ୟ ଗୋଟିଏ ଗୋଟିଏ ପର୍ବଦିନ ଭାବରେ ପାଳନ କରନ୍ତି। ରବିବାର ଦିନ ରବିନାରାୟଣ ବ୍ରତ, ସୋମବାର ଶିବଙ୍କ ଉପାସନା, ମଙ୍ଗଳବାର ମା’ ମଙ୍ଗଳାଙ୍କ ପୂଜା, ବୁଧବାର ବୁଧେଇ ଓଷା, ଗୁରୁବାର ଲକ୍ଷ୍ମୀପୂଜା, ଶୁକ୍ରବାର ସନ୍ତୋଷୀମାତା ବ୍ରତ ଓ ଶନିବାର ଦିନ ଶନିପୂଜା ତଥା ମେଳା କରାଯାଏ। ଏଥିରୁ ଉତ୍କଳୀୟମାନଙ୍କର ଭକ୍ତି ଭାବର ସ୍ପଷ୍ଟ ପରିଚୟ ମିଳେ।
ଉତ୍କଳ ବା ଆଧୁନିକ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ଏଠାରେ ଅନେକ ଲୋକ କୃଷି ଉପରେ ନିର୍ଭର କରି ଜୀବନ ଧାରଣ କରନ୍ତି। ତେଣୁ ଉତ୍କଳର ପର୍ବପର୍ବାଣୀ ଗୁଡ଼ିକ ସବୁ କୃଷି ଦ୍ୱାରା ନିୟନ୍ତ୍ରିତ। ବୈଶାଖଠାରୁ ଆରମ୍ଭ କରି ଚୈତ୍ର ପର୍ଯ୍ୟନ୍ତ ଯେତେ ପର୍ବ ପାଳିତ ହୁଏ ସବୁ କୃଷି ଉପରେ ନିର୍ଭର କରି। ଅକ୍ଷୟତୃତୀୟା ଠାରୁ କୃଷିକର୍ମ ଆରମ୍ଭ ହୁଏ। ତା’ପରେ ରଜପର୍ବ ଓ ଭୂମିପୂଜା, ଗହ୍ମାପୂର୍ଣ୍ଣିମା, ଗର୍ଭଣାସଂକ୍ରାନ୍ତି, ପ୍ରଥମାଷ୍ଟମୀ, ଲକ୍ଷ୍ମୀପୂଜା ଆଦି ସବୁ କୃଷିଭିତ୍ତିକ। କୃଷକର ଉତ୍ପାଦନ, ତା’ର ଅବସର, ତା’ର ଆନନ୍ଦ, ଉତ୍ସବ ଆଦିକୁ ନେଇ ପର୍ବପର୍ବାଣୀର ସୃଷ୍ଟି।
ଓଡ଼ିଶାର ପର୍ବପର୍ବାଣୀ ଉପରେ ଜଗନ୍ନାଥଙ୍କ ପ୍ରଭାବ ଅଧିକ। ଜଗନ୍ନାଥଙ୍କ ଚନ୍ଦନଯାତ୍ରା, ଦେବସ୍ନାନ, ଗୁଣ୍ଡିଚା, ବାହୁଡ଼ା, ଚିତାଲାଗି, ଝୁଲଣ, ଦେବଶୟନ, ଦେବୋତ୍ଥାପନ, ଦଶହରା, ରାସପୂର୍ଣ୍ଣିମା, ପଣ୍ଡୁ ପୂର୍ଣ୍ଣିମା, ଦେବାଭିଷେକ, ଦୋଳଯାତ୍ରା ଆଦି ଉପରେ ଜଗନ୍ନାଥଙ୍କ ଅନେକ ପ୍ରଭାବ ରହିଛି। ଜଗନ୍ନାଥଙ୍କୁ କେନ୍ଦ୍ରକରି ଉତ୍କଳୀୟ ସଭ୍ୟତା ଓ ସଂସ୍କୃତିର ବିକାଶ ହୋଇଥିବାରୁ ଜଗନ୍ନାଥଙ୍କ ପ୍ରଭାବ ଉତ୍କଳୀୟ ସାଂସ୍କୃତିକ ଜୀବନରେ ସୁସ୍ପଷ୍ଟ।
ଉତ୍କଳୀୟ ଜନଜୀବନ ଉପରେ ପର୍ବପର୍ବଣୀର ପ୍ରଭାବ ଅସୀମ। ପର୍ବପର୍ବାଣୀ ପାଳନ ଫଳରେ ଲୋକ ମନରେ ଧର୍ମ ବିଶ୍ୱାସ ଜାଗ୍ରତ ହୁଏ। ପରସ୍ପର ମଧ୍ୟରେ ଈର୍ଷା, ଦ୍ୱେଷ, ପରଶ୍ରୀକାତରତା ଆଦି ଲୋପପାଏ। ପୂଜା କଥାମାନ ପାଠ କରିବା ଫଳରେ ଲୋକେ ପାପ, ପୁଣ୍ୟର ବିଚାର କରି ଶିଖନ୍ତି। ପୁଣି ପର୍ବାନୁଷ୍ଠାନରୁ ସାମାଜିକ ସହାବସ୍ଥାନ ମଧ୍ୟ ବୃଦ୍ଧି ହୁଏ। ପର୍ବପର୍ବାଣୀ ଯୋଗୁଁ ଗୋଷ୍ଠୀ ଓ ଜାତି କନ୍ଦଳ ଲୋପପାଏ। ସମାଜରେ ସୁଖ, ଶାନ୍ତି ବିରାଜମାନ କରେ। ସର୍ବୋପରି ପର୍ବପର୍ବାଣୀ ପାଳନ ଫଳରେ ଲୋକମାନସରେ ସହୃଦୟତା, ଔଦାର୍ଯ୍ୟ, ସଚେତନତା ଓ ଦୈବୀ ନିର୍ଭରଶୀଳତା ଆଦି ଭାବରେ ବିକାଶ ଘଟିଥାଏ।
ନିମ୍ନରେ କେତୋଟି ମୁଖ୍ୟ odisha festival (ପର୍ବ) ବିଷୟରେ ଆଲୋଚନା କରାଗଲା–
ଆହୁରି ପଢନ୍ତୁ : odisha festivalgandhi jayanti odia rachana, ganesh puja odia essay ଗଣେଶ ପୂଜା, chatra o rajaniti odia essay, air pollution essay in odia pdf
ରଜପର୍ବ odisha festival
ରୌଦ୍ର ଗ୍ରୀଷ୍ମଋତୁକୁ ବିଦାୟ ଦେଇ ଆଗମନ କରେ odisha festivalର ବର୍ଷା ଋତୁ। ବର୍ଷାଜଳ ପାଇ ଉତ୍ତପ୍ତ ପୃଥିବୀ ଶାନ୍ତ ହୁଏ। ଠିକ୍ ଏହି ସମୟରେ କୃଷି କାର୍ଯ୍ୟର ଶୁଭ ଦେବାପାଇଁ ଆବିର୍ଭାବ ହୁଏ ରଜପର୍ବ। ଜ୍ୟେଷ୍ଠ ମାସର ଶେଷ ଦିନଠାରୁ ଆଷାଢ଼ ମାସର ଦ୍ୱିତୀୟ ଦିନ ପର୍ଯ୍ୟନ୍ତ ତିନିଦିନ ଧରି ରଜପର୍ବ ପାଳନ କରାଯାଏ। ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ରଜସଂକ୍ରାନ୍ତି, ଶେଷ ଦିନକୁ ଭୂମି ଦହନ କହନ୍ତି।
ରଜପର୍ବ ପାଳନ କରିବାକୁ ଲୋକେ ଆଗରୁ ପ୍ରସ୍ତୁତ ହୋଇଥାଆନ୍ତି। ଏହି ପର୍ବରେ ସମସ୍ତେ ଆନନ୍ଦରେ ଖାଇପିଇ ଦୋଳି ଖେଳି କୌତୁକରେ ଦିନ କାଟନ୍ତି। ଏହି ସମୟରେ ଲୋକେ କୌଣସି କାମଧନ୍ଦା କରନ୍ତି ନାହିଁ। ସେଥିଲାଗି ଆଗରୁ ଚାଉଳ, ପନିପରିବା, ତେଲ ମସଲା, ପାଚିଲା ଆମ୍ବ, ପଣସ ଇତ୍ୟାଦି ସଂଗ୍ରହ କରି ରଖିଥାନ୍ତି। ଘରଦ୍ୱାର ଲିପିପୋଛି ପରିଷ୍କାର କରି ଦେଇଥାନ୍ତି। ଲୁଗାପଟା ମଧ୍ୟ ପରିଷ୍କାର କରିଥାଆନ୍ତି। ପିଠା ପାଇଁ ଚୁନା କରନ୍ତି। ଦାନ୍ତକାଠି, ଭଙ୍ଗାଗୁଆ, ମସଲା, ଗୁଣ୍ଡି ପ୍ରଭୃତି ପ୍ରସ୍ତୁତ କରି ରଖିଥାନ୍ତି। ଦୋଳି ଖେଳିବା ପାଇଁ ଗଛରେ ଦୋଳି ବନ୍ଧା ହୋଇଥାଏ।
ରଜ ତିନିଦିନ ଲୋକେ ମହା ଆନନ୍ଦର ସହିତ ଜୀବନ କାଟନ୍ତି। ପହିଲି ରଜର ପୂର୍ବଦିନ ପୋଡ଼ପିଠା ପ୍ରଧାନ ପିଠା ରୂପେ ଗଣ୍ୟ ହୁଏ। ଏହି ପିଠା ମଧ୍ୟ ଜଗନ୍ନାଥ ମନ୍ଦିରରେ ଭୋଗ ହେବାର ଦେଖାଯାଏ। ପ୍ରତ୍ୟେକ ଘରେ ପିଠା କ୍ଷୀରି ଆଦି ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ ହୁଏ। ପହିଲି ରଜଦିନ ଲୋକେ ସକାଳୁ ଉଠି ସ୍ନାନସାରି ପରିଷ୍କାର ପୋଷାକ ପିନ୍ଧନ୍ତି। ପିଲାମାନେ ନାନାରଙ୍ଗର ନୂଆ ପୋଷାକ ପିନ୍ଧନ୍ତି। ଘରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଖାଇ ଖେଳରେ ମାତନ୍ତି। ଏହି ପର୍ବରେ ଅବିବାହିତ ପୁଅ ଓ ଝିଅମାନଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଝିଅମାନେ ଏହି ସମୟରେ ଖାଲି ପାଦରେ ଭୂମି ଉପରେ ଚାଲନ୍ତି ନାହିଁ। ଗୁଆ ଗଛର ଖୋଳପାରେ ଜୋତା ତିଆରି କରି ପିନ୍ଧନ୍ତି। ଏହି ପର୍ବରେ ଦୋଳି ଖେଳ ଏକ ପ୍ରଧାନ ଖେଳ। ଗାଁ ଶେଷ ମୁଣ୍ଡ ବରଗଛ ଓ ଗାଁ ଦାଣ୍ଡମାନଙ୍କରେ ଦୋଳି ଲାଗିଥାଏ। ଏହି ଖେଳରେ ଝିଅମାନେ ବେଶି ଭାଗ ନିଅନ୍ତି। ଦୋଳି ଖେଳରେ ନାନା ଗୀତ ସ୍ୱରରେ ଗାଁ କମ୍ପିଉଠେ। ବାଳକ ଓ ଯୁବକମାନେ ଡୁଡୁ, ବୋହୂଚୋରୀ, ବାଗୁଡ଼ି ପ୍ରଭୃତି ଖେଳନ୍ତି। ବୟସ୍କ ଲୋକମାନେ ତାସ, ପଶା ଓ ଲୁଡ଼ୁ ଖେଳନ୍ତି। କେଉଁଠି ନାଟ କେଉଁଠି ଦାସକାଠିଆ ହେଉଥାଏ। କେତେକ ଗ୍ରାମରେ ନାମକୀର୍ତ୍ତନ ଅଷ୍ଟପ୍ରହରୀ କରାଯାଏ। ମନ୍ଦିରକୁ ଲୋକେ ଯାଇ ଦେବତା ଦର୍ଶନ କରନ୍ତି। ଏହି ସମୟରେ ବନ୍ଧୁବାନ୍ଧବମାନଙ୍କୁ ଦିଆନିଆ କରାଯାଏ। ଏହିପରି ଲୋକେ ମହା ଆନନ୍ଦରେ ରଜପର୍ବ କାଟନ୍ତି।
ସମୟ କାହାକୁ ଅପେକ୍ଷା ନକରି ଗଡ଼ିଚାଲେ। ଚାହୁଁ ଚାହୁଁ ସୁଖରେ ରଜ ତିନି ଦିନ ଶେଷ ହୁଏ। ଶେଷ ରଜ ପରଦିନ ଭୂମି ଦାହ ସକାଳୁ ବସୁମାତାଙ୍କୁ ପୂଜା କରାଯାଏ। ସ୍ତ୍ରୀ ଲୋକମାନେ ସ୍ନାନ ସାରି ଅଗଣା ମଝିରେ ଲିପାପୋଛା କରି ଏକ ପିଢ଼ା ଉପରେ ଲଙ୍ଗଳ ଲୁହା, ଶିଳପୁଆ ଓ ନଡ଼ିଆ ରଖନ୍ତି। ଏହା ଉପରେ ହଳଦୀ ପାଣି ଢାଳି ପୂଜା କରନ୍ତି। ଏହାକୁ ବସୁମତୀ ସ୍ନାନ କହନ୍ତି।
odisha festival ଓଡ଼ିଶାର ପର୍ବ ଓ ପର୍ବାଣି ବିଷୟରେ ଏଠାରେ click କରି ଆହୁରି ଜାଣନ୍ତୁ
ରଥଯାତ୍ରା odisha festival
ଶ୍ରୀକ୍ଷେତ୍ର ପୁରୀରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ବହୁ ପ୍ରାଚୀନ କାଳରୁ ହୋଇ ଆସୁଛି। odisha festival କହିବାକୁ ଗଲେ ରଥଯାତ୍ରା ଅନ୍ୟତମ। ତେବେ ପ୍ରଥମେ କିଏ କେଉଁ ସମୟରେ ଏଯାତ୍ରା ଆରମ୍ଭ କଲେ ତାହା କହିବା କଠିନ। ପୁରାଣର କିମ୍ବଦନ୍ତୀ ଅନୁଯାୟୀ ରାଜା ଇନ୍ଦ୍ରଦ୍ୟୁମ୍ନ ସ୍ୱପ୍ନାଦିଷ୍ଟ ହୋଇ ନୀଳମାଧବଙ୍କୁ ସନ୍ଧାନ କଲେ। ସେ ପୁରୁଷୋତ୍ତମରେ ଆକାଶଛୁଆଁ ଦେଉଳ ତିଆରି କଲେ। କିନ୍ତୁ ନୀଳମାଧବଙ୍କୁ ସ୍ୱଶରୀରେ ଆଣି ନପାରି ପ୍ରକାରନ୍ତରେ ମନ୍ଦିରରେ ଜଗନ୍ନାଥ ବିଗ୍ରହ ପ୍ରତିଷ୍ଠା କଲେ। ଶେଷରେ ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ ଗୁଣ୍ଡିଚାଙ୍କ ଇଚ୍ଛାରେ ହେଲା ରଥଯାତ୍ରା ବା ଗୁଣ୍ଡିଚା ଯାତ୍ରା। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ବିଗ୍ରହକୁ ରଥରେ ବସାଇ ଦାରୁ ଦେବତାଙ୍କ ଜନ୍ମଭୂମି ମହାଦେବ ଆଡ଼କୁ ନିଆଯାଉଥିଲା। ସେଠାରେ ନବଦିନ ରହି ସେ ପୁଣି ସ୍ୱମନ୍ଦିରକୁ ଫେରି ଆସୁଥିଲେ। କିନ୍ତୁ ଏହି କାହାଣୀର କିଛି ଐତିହାସିକ ସତ୍ୟତା ନାହିଁ। ତେବେ ଇତିହାସ ଗବେଷକମାନଙ୍କ ମତରେ ବହୁ ପ୍ରାଚୀନ କାଳରୁ ଏହି ଯାତ୍ରା ପ୍ରଚଳିତ। ଏଥିରେ ବୌଦ୍ଧ, ଶୈବ, ସୌର ଓ ଭୈରବ ଧର୍ମର ପ୍ରଭାବ ପଡ଼ିଛି। ବୌଦ୍ଧ ଧର୍ମରେ ରଥଯାତ୍ରା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଥିଲା। ବୌଦ୍ଧ ଶାସ୍ତ୍ରର ଆତ୍ମାକୁ ଏକ ଦିବ୍ୟରଥ ଭାବରେ ପରିକଳ୍ପନା କରାଯାଇଛି। ବୁଦ୍ଧତ୍ୱ ପ୍ରାପ୍ତି ପୂର୍ବରୁ ଗୌତମଙ୍କ ରଥଯାତ୍ରା ଓ ପରେ ବୌଦ୍ଧ ଜ୍ଞାନର ପରିପ୍ରଚାର ପାଇଁ ରଥଯାତ୍ରାକୁ ଭିତ୍ତି କରି ବୌଦ୍ଧ ଧର୍ମରେ ରଥଯାତ୍ରା ବିଧାନ କରାଯାଇଥାଏ। ଫାହିୟାନ ତାଙ୍କର ଭାରତ ଭ୍ରମଣ କାଳରେ ଏହିପରି ବୌଦ୍ଧ ତ୍ରିରତ୍ନର ରଥଯାତ୍ରା ଦେଖିଲେ। ଏତଦ୍ ବ୍ୟତୀତ ନେପାଳର ପଶୁପତିନାଥ, କୋଣାର୍କର ସୂର୍ଯ୍ୟ ଓ ଭୁବନେଶ୍ୱରର ଲିଙ୍ଗରାଜ ପାଖରେ ରଥଯାତ୍ରା ଅନୁଷ୍ଠିତ ହେଉଥିଲା। ଏସବୁର ରଥଯାତ୍ରାର ପ୍ରାଚୀନତା ଓ ପ୍ରଭାବ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିଥାଏ। ତେବେ ଜଗନ୍ନାଥଙ୍କ ଯାତ୍ର ଏସବୁ ଯାତ୍ରାରୁ ପ୍ରଭାବିତ ହୋଇଥିଲା ବା ଜଗନ୍ନାଥଙ୍କ ଠାରୁ ଅନ୍ୟମାନେ ପ୍ରଭାବିତ ହୋଇଥିଲେ ତାହା ଆଜିର ବିବଦମାନ ବିଷୟ।
ରଥଯାତ୍ରା ପାଇଁ ପ୍ରସ୍ତୁତିର ଶୁଭାରମ୍ଭ ହୁଏ ମାଘ ଶୁକ୍ଳ ପଞ୍ଚମୀ ବା ଶ୍ରୀପଞ୍ଚମୀ ଦିନ ଠାରୁ। ସେହିଦିନ ଠାରୁ ରଥ ନିର୍ମାଣ ପାଇଁ କାଠ ସଂଗ୍ରହ ଆରମ୍ଭ ହୁଏ। ବୈଶାଖ ମାସ ଅକ୍ଷୟ ତୃତୀୟା ଦିନ ପୂଜା ଅର୍ଚ୍ଚନା ଶେଷ ହୋଇ ରଥ ନିର୍ମାଣ ଆରମ୍ଭ କରାଯାଏ। ରଥଯାତ୍ରାରେ ମୋଟ ତିନିଗୋଟି ରଥ ବ୍ୟବହୃତ ହୁଏ। ରଥ ତିନୋଟିର ଉଚ୍ଚତା, ଆୟତନ, ଚକ ସଂଖ୍ୟା ପରସ୍ପର ଠାରୁ ଭିନ୍ନ। ଜଗନ୍ନାଥଙ୍କ ରଥଟି ସବୁଠାରୁ ବଡ଼। ଏହା ପ୍ରାୟ ୨୩ ହାତ। ପାଞ୍ଚହାତ ପରିଧିର ଷୋଳ ଗୋଟି ଚକ ଏଥିରେ ଲାଗିଥାଏ। ରଥର ନାମ ନନ୍ଦିଘୋଷ। ସାରଥି ମାତଳୀ। ଅଶ୍ୱ ଶୁକ୍ଳ ବର୍ଣ୍ଣ। ରଥ ପୀତବସ୍ତ୍ରରେ ଆଚ୍ଛାଦିତ ହୋଇଥାଏ। ଶିଖର ପ୍ରଦେଶରେ ଗରୁଡ଼ ବା ଚକ୍ର ରହିଥାଏ। ବଳଭଦ୍ରଙ୍କ ରଥରେ ଲାଗିଥାଏ ସାଢ଼େ ଚାରିହାତ ବିଶିଷ୍ଟ ଚଉଦ ଗୋଟି ଚକ। ରଥର ଉଚ୍ଚତା ବାଇଶି ହାତ। ରଥର ନାମ ତାଳଧ୍ୱଜ। ସାରଥି ସୁଦ୍ୟୁମ୍ନ। ଅଶ୍ୱବର୍ଣ୍ଣ କୃଷ୍ଣ। ନୀଳ ଲୋହିତ ବର୍ଣ୍ଣ ବସ୍ତ୍ରରେ ଆବୃତ୍ତ ଥାଏ ଏହି ରଥ। ଦେବୀ ସୁଭଦ୍ରାଙ୍କ ରଥର ଉଚ୍ଚତା ଏକୋଇଶ ହାତ। ଏଥିରେ ଲାଗିଥାଏ ଚାରିହାତ ପରିଧିର ବାରଗୋଟି ଚକ। ରଥର ନାମ ଦେବଦଳନ ବା ଦର୍ପ ଦଳନ। ସାରଥି ଅର୍ଜ୍ଜୁନ। ରଥ କୃଷ୍ଣ ଲୋହିତ-ବର୍ଣ୍ଣର ବସ୍ତ୍ରରେ ଆବୃତ୍ତ ଥାଏ। ଏହି ରଥଗୁଡ଼ିକର ନିର୍ମାଣ କାର୍ଯ୍ୟ ଆଷାଢ଼ ମାସ କୃଷ୍ଣପକ୍ଷ ଅମାବାସ୍ୟା ଦିନକୁ ପ୍ରାୟ ସରିଯାଇଥାଏ। ଅମାବାସ୍ୟା ପରଦିନ ହୁଏ ନେତ୍ରୋତ୍ସବ। ରଥରେ ନେତ ବନ୍ଧାଯାଏ। ପୁରୀ ଓ ନିକଟବର୍ତ୍ତୀ ଅଞ୍ଚଳର ବିଭିନ୍ନ ଜାତିର ବହୁଲୋକେ ଏକ ବିଶାଳ ରଥ ନିର୍ମାଣରେ ଭାଗ ନେଇଥାନ୍ତି। ରଥ ନିର୍ମିତ ହୋଇ ସାରିବା ପରେ ସେଗୁଡ଼ିକୁ ନେଇ ଶ୍ରୀମନ୍ଦିର ସମ୍ମୁଖରେ ରଖାଯାଏ। ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି ବା ଶ୍ରୀଗୁଣ୍ଡିଚାଦିନ ରଥଯାତ୍ରା ଆରମ୍ଭ ହୁଏ। ପ୍ରଥମେ ମନ୍ଦିର ଭିତରେ ଦିଅଁମାନଙ୍କର ଯାବତୀୟ ପ୍ରକାରର ପୂଜାକର୍ମ ସମାପନ ହୁଏ। ପୂଜା ଶେଷରେ ସେବକମାନେ ଠାକୁରମାନଙ୍କୁ ପହଣ୍ଡି କରି ରଥ ଉପରକୁ ଆଣନ୍ତି। ଏହି ସମୟର ଦୃଶ୍ୟ ଏକାନ୍ତ ମନୋରମ। ବହୁ ଦର୍ଶକ ଟିକେଟ କରି ମନ୍ଦିର ଭିତରେ ପଶି ପହଣ୍ଡି ଦର୍ଶନ କରନ୍ତି। ଠାକୁରଙ୍କୁ ବୀର ବେଶରେ ସଜାଇ ଦିଆଯାଇଥାଏ। ସେନାପଟାରେ ଭିଡ଼ି ବାନ୍ଧି ଦିଆଯାଇଥାଏ। ମୁଣ୍ଡରେ ବୀରର ମୁକୁଟ ପରି ବନ୍ଧାଯାଇଥାଏ ଟାହିଆ। ଢଳି ଢଳି ଠାକୁରମାନେ ଅତି ସୁନ୍ଦର ଭାବରେ ଜନଗହଳି ଅତିକ୍ରମ କରି ଆସୁଥା’ନ୍ତି ରଥ ଉପରକୁ। ପ୍ରଥମେ ଆସନ୍ତି ସୁଦର୍ଶନ। ସେ ଠାକୁରମାନଙ୍କର ରକ୍ଷକ। ତତ୍ପରେ ସୁଭଦ୍ରା। ଶେଷରେ ବଳଭଦ୍ର ଓ ଜଗନ୍ନାଥ। ଜଗନ୍ନାଥଙ୍କ ପହଣ୍ଡି ହୁଏ ସବୁଠାରୁ ଅଧିକ ଚିତ୍ତାକର୍ଷକ। ପହଣ୍ଡି ଚାଲୁଥିବା ବେଳେ କିଛି ଅଘଟଣ ଘଟିଲେ ବା କିଛି କଥାରେ ଅଭାବ ହେଲେ ଜଗନ୍ନାଥଙ୍କ ଦାରୁ ଆଉ ଉଠେ ନାହିଁ। ରାଜା ଅଧିଆ ପଡ଼ନ୍ତି। ସ୍ୱପ୍ନାଦେଶ ହୁଏ। ଶେଷରେ ଜଗନ୍ନାଥ ଉଠନ୍ତି ରଥ ଉପରକୁ। ପହଣ୍ଡି ସେବା ପରେ ଆରମ୍ଭ ହୁଏ ଛେରାପହଁରା। ଏହି ଦୃଶ୍ୟ ଦେଖିବା ପାଇଁ ଲକ୍ଷ ଲକ୍ଷ ରୁଣ୍ଡୀଭୂତ ଜନତା ବ୍ୟାକୁଳ ହୋଇ ପଡ଼ନ୍ତି। ଉତ୍କଳର ଗଜପତି ରାଜା ନିଜେ ସୁନାବେଣ୍ଟର ଖଡ଼ିକା ଧରି ଚନ୍ଦନ / ସୁବାସିତ ଜଳ ପକାଇ ରଥ ପରିଷ୍କାର କରନ୍ତି। ସେ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା। ତାଙ୍କର ପ୍ରଥମ ସେବକ। ନିଜେ ସକଳ ଶକ୍ତିର ଅଧିକାରୀ ହୋଇ ମଧ୍ୟ ସେ ଆଦର୍ଶ ସ୍ଥାପନ ପାଇଁ ରଥ ପରିଷ୍କାର କରନ୍ତି। ଛେରା ପହଁରା ପରେ ରଥ ଉପରେ ବନ୍ଧା ଯାଇଥିବା ଚାର ସବୁକୁ ଫିଟାଇ ଦିଆଯାଏ। ରଥରେ ଶକ୍ତ ଓ ଲମ୍ବ ରସିମାନ ବାନ୍ଧି ଦିଆଯାଏ। ନଗରୀର ମୁଖ୍ୟ ଶାସକଙ୍କ ଆଦେଶ ମାତ୍ରେ ଲକ୍ଷ ଲକ୍ଷ ସମବେତ ଭକ୍ତିପ୍ରାଣ ଜନତା ଏହି ରଥଗୁଡ଼ିକୁ ଟାଣି ଟାଣି ଗୁଣ୍ଡିଚା ମନ୍ଦିର ଆଡ଼କୁ ନେଇ ଯାଆନ୍ତି। ହରିବୋଲ ହୁଳୁହୁଳି ଧ୍ୱନିରେ ଗଗନ ପବନ ମୁଖରିତ ହେଉଥାଏ। ସେବକ ଗଣ ରଥ ଉପରେ ଦଣ୍ଡାୟମାନ ହୋଇ ବିଭିନ୍ନ ଭାବଭଙ୍ଗୀ ଦେଖାଇ ଘଣ୍ଟ ଓ ଘଣ୍ଟା ଆଦି ବାଦନ କରୁଥା’ନ୍ତି। କାହାଳିଆ କାହାଳି ବଜାଉଥାଏ। ଡାହୁକ ଆଗରେ ବସି ଛାଟଧରି ରଥଗୀତ ଗାଉଥାଏ। ଭକ୍ତମାନେ ନଡ଼ିଆ, କଦଳୀ, ଫଳ ଓ ଟଙ୍କା ପଇସା ରଥ ଉପରକୁ ଫିଙ୍ଗୁଥା’ନ୍ତି। ମହା ଆନନ୍ଦରେ ରଥଗୁଡ଼ିକ ଟଣାହୋଇ ଯାଉଥାଏ ବଡ଼ ଦାଣ୍ଡରେ। ଆଗେ ଯାଏ ବଳଭଦ୍ରଙ୍କ ରଥ। ତା’ପରେ ଦେବୀ ସୁଭଦ୍ରା। ଆଉ ଶେଷରେ ଯାଆନ୍ତି ଜଗତର ନାଥ ଜଗନ୍ନାଥ।
ପଥ ମଧ୍ୟରେ କେତେ ପ୍ରକାରର ପୂଜା ଅର୍ଚ୍ଚନା କରାଯାଏ। ଶେଷରେ ଶ୍ରୀଗୁଣ୍ଡିଚା ପରଦିନ ଠାକୁରମାନଙ୍କୁ ରଥରୁ ଓହ୍ଲାଇ ଗୁଣ୍ଡିଚା ମନ୍ଦିରର ମହାବେଦୀ ଉପରକୁ ନିଆଯାଏ। ସେଠାରେ ଠାକୁରମାନେ ବାହୁଡ଼ା ଦଶମୀଯାଏ ଅବସ୍ଥାନ କରନ୍ତି। ଗୁଣ୍ଡିଚା ମନ୍ଦିରରେ ଠିକ୍ ଶ୍ରୀମନ୍ଦିର ପରି ନୀତିକାନ୍ତି ବଢ଼ାଯାଏ। ବାହୁଡ଼ାଦିନ ଅନୁରୂପ ଉପାୟରେ ଦିଅଁମାନେ ରଥ ଉପରକୁ ଆସନ୍ତି। ରଥ ଟଣାଯାଇ ଆସେ ପୁଣି ଶ୍ରୀମନ୍ଦିରକୁ। କିନ୍ତୁ ଗୁଣ୍ଡିଚା ଯାତ୍ରାର ଉତ୍ସାହ ଉଦ୍ଦୀପନା ଏଥିରେ ନଥାଏ। ଦୂରଦୂରାନ୍ତରରୁ ଆସିଥିବା ଭକ୍ତଗଣ ପ୍ରାୟ ଏତେବେଳକୁ ପ୍ରତ୍ୟାବର୍ତ୍ତନ କରି ସାରିଥା’ନ୍ତି। ଦଶମୀ ପରଦିନ ପଡ଼େ ଏକାଦଶୀ। ଏଦିନ ରଥରେ ଦିଅଁମାନଙ୍କୁ ସୁନାବେଶ କରାଯାଏ। ସୁନାର ହାତ, ଗୋଡ଼, ମୁକୁଟ ଆଦି ଲଗାଇ ଦିଆଯାଏ। ଦିଅଁମାନେ ଏହି ବେଶରେ ଖୁବ୍ ସୁନ୍ଦର ଦେଖାଯାଆନ୍ତି। ସର୍ବଶେଷରେ ଠାକୁରମାନଙ୍କୁ ପହଣ୍ଡି କରି ମନ୍ଦିର ଭିତରକୁ ଅଣାଯାଏ। କିନ୍ତୁ ଜଗନ୍ନାଥଙ୍କ ମନ୍ଦିର ପ୍ରବେଶ ବେଳକୁ ମନ୍ଦିରର ଦ୍ୱାର ବନ୍ଦହୋଇ ଯାଇଥାଏ। ମା’ ଲକ୍ଷ୍ମୀ କ୍ରୁଦ୍ଧ ହୋଇ ମନ୍ଦିର ପ୍ରବେଶ ଦ୍ୱାରକୁ ସଖୀମାନଙ୍କ ଦ୍ୱାରା ରୁଦ୍ଧ କରି ଦେଇଥା’ନ୍ତି। ସେଠି ଜଗନ୍ନାଥଙ୍କ ସହ ଲକ୍ଷ୍ମୀଙ୍କର ବଚସା ହୁଏ। ଭାଇଭଉଣୀଙ୍କୁ ନେଇ ରଥଯାତ୍ରା କରିବାକୁ ଯାଇଥିବାରୁ ଗୃହିଣୀ ଲକ୍ଷ୍ମୀ ହୋଇଥା’ନ୍ତି ବିବ୍ରତ। ଭିତର ପଟରୁ ଦଳେ ସେବକ ପ୍ରଶ୍ନ କରନ୍ତି ଲକ୍ଷ୍ମୀଙ୍କ ପକ୍ଷ ସମର୍ଥନ କରି। ସେମାନେ ସବୁ ଦେଶଦାସୀ। ବାହାରପଟ ପଣ୍ଡାମାନେ ଜଗନ୍ନାଥଙ୍କ ପକ୍ଷଧରି ଉତ୍ତର ଦିଅନ୍ତି। ଶେଷରେ ପ୍ରଭୁ ଦୋଷ ସ୍ୱୀକାର କରନ୍ତି। ମନ୍ଦିରଦ୍ୱାର ଫିଟିଯାଏ। ଦେବତା ଗୃହପ୍ରବେଶ କରନ୍ତି। ରତ୍ନସିଂହାସନର ରତ୍ନବେଦୀ ଉପରେ ଚତୁର୍ଦ୍ଧା ମୂର୍ତ୍ତି ଧାରଣ କରି ଉପବେଶନ କରନ୍ତି।
ଏହି ରଥଯାତ୍ରା ସମୟରେ ବେଳେ ବେଳେ ନବକଳେବର ହୋଇଥାଏ। ଦିଅଁମାନେ ସେମାନଙ୍କର ପୁରୁଣା ଘଟତ୍ୟାଗ କରି ନୂଆ ଶରୀରରେ ପ୍ରବେଶ କରନ୍ତି। ସଂସାରର ଜରା/ମୃତ୍ୟୁ ଆଦିକୁ ଦୈବୀ ସ୍ତରରେ ମଧ୍ୟ ସ୍ୱୀକୃତି ଦେବାପାଇଁ ଏହି ବ୍ୟବସ୍ଥା କରାଯାଇଛି। ଯେଉଁବର୍ଷ ଆଷାଢ଼ ମାସରେ ମଳମାସ ପଡ଼େ ସେହିବର୍ଷ ନବକଳେବର ହୁଏ। ଠାକୁରମାନଙ୍କ ପାଇଁ ସର୍ବଲକ୍ଷଣଯୁକ୍ତ ନିମ୍ବଦାରୁ ସଂଗ୍ରହ କରାଯାଏ। ପୁଣି ଠାକୁରମାନଙ୍କ ଇଚ୍ଛାରେ ସ୍ୱପ୍ନାଦିଷ୍ଟ ହେବାରୁ ହୋଇଥାଏ। ପୁଣି ନୂଆ ମୂର୍ତ୍ତି ନିର୍ମିତ ହୁଅନ୍ତି ନୂଆ ଦାରୁରେ। ବିଜୟ ଅମାବାସ୍ୟ ଦିନ ନୂତନ ମୂର୍ତ୍ତିଙ୍କୁ ମନ୍ଦିର ଭିତରକୁ ନିଆଯାଏ। ପୁରାତନ ମୂର୍ତ୍ତିଙ୍କ ମଧ୍ୟରୁ ବ୍ରହ୍ମଙ୍କୁ ଆଣି ନୂତନ ମୂର୍ତ୍ତି ମଧ୍ୟରେ ସଂସ୍ଥାପନ କରାଯାଏ। ପ୍ରତିଷ୍ଠା କରି ସେହି ମୂର୍ତ୍ତିଙ୍କୁ ମନ୍ଦିରର ରତ୍ନବେଦୀରେ ବସାଯାଏ। ପୁରାତନ ମୂର୍ତ୍ତିମାନଙ୍କୁ କୋଇଲି ବୈକୁଣ୍ଠରେ ପୋତି ଦିଆଯାଏ। ସେହି ନୂତନ ମୂର୍ତ୍ତିମାନେ ଏଣିକି ବିବିଧ ଯାତ୍ରାରେ ଭାଗ ନିଅନ୍ତି।
ଜଗନ୍ନାଥଙ୍କର ଏହି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମନ୍ୱୟର ପ୍ରତୀକଯାତ୍ରା ଭାବରେ ସୁବିଦିତ। ଏହାକୁ ଅନ୍ୟ ଅର୍ଥରେ ପତିତପାବନ ଯାତ୍ରା ବୋଲି କୁହାଯାଏ। ପରବର୍ତ୍ତୀ ସମୟରେ ସମାଜର ଶୂଦ୍ରମାନଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ନିଷେଧ କରାଗଲା। ସମାଜର ସେଇ ନିଷ୍ପେଷିତ, ଦଳିତ ଶ୍ରେଣୀର ଲୋକଙ୍କର ଉଦ୍ଧାର ନିମିତ୍ତ ପ୍ରଭୁ ଜଗନ୍ନାଥ ନିଜେ ପଦାକୁ ବାହାରି ଆସିଲେ। ନିଜେ ବୀରବେଶ ଧାରଣ କରି ରଥ ଉପରେ ବସି ଦୁଃଖୀ ରଙ୍କିଙ୍କୁ ଦର୍ଶନ ଦେଲେ। ପୁରାଣରେ ବର୍ଣ୍ଣିତ ଅଛି ରଥ ଉପରେ ଯିଏ ଥରେ ଜଗନ୍ନାଥଙ୍କୁ ଦେଖିବ ତା’ର ଆଉ ପୂର୍ନଜନ୍ମ ହେବନାହିଁ। ସେ ଭବସଂସାରରୁ ଉଦ୍ଧାର ପାଇଯିବ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁଜାତି ଓ ସଂପ୍ରଦାୟର ଲୋକେ ଏହି ଯାତ୍ରାରେ ଭାଗ ନିଅନ୍ତି। ବିଶ୍ୱନିୟନ୍ତା ପ୍ରଭୁ ଜଗନ୍ନାଥଙ୍କ ନିକଟରେ କେହି ବଡ଼ ସାନ, ଉଚ୍ଚ ନୀଚ ନାହାନ୍ତି। ରାଜା ପ୍ରଜାର ଭେଦ ଏଠାରେ ନାହିଁ। ନିଜେ ରାଜା ମଧ୍ୟ ଏଠାରେ ସେବକ। ଏପରିକି ସେ ସାଜନ୍ତି ଚାଣ୍ଡାଳ। ରଥ ପରିଷ୍କାରକ। ସାମ୍ୟ, ମୈତ୍ରୀ ଓ ପ୍ରୀତିର ପ୍ରତୀକ ଏଇ ରଥଯାତ୍ରା। ସମନ୍ୱୟର ପ୍ରତୀକ ଏଇ ରଥଯାତ୍ରା।
ଦଶହରା ପର୍ବ odisha festival

ଆଶ୍ୱିନମାସ ଶୁକ୍ଳପକ୍ଷ ଦଶମୀ ତିଥିରେ odisha festival ଦଶହରା ପର୍ବ ପଡ଼େ। ଶରତଋତୁ ବିରାଜମାନ କରିଥାଏ ଧରାପୃଷ୍ଠରେ। ଶରତର ରାଜତ୍ୱରେ ଚତୁର୍ଦ୍ଦିଗ ହୋଇଥା’ନ୍ତି ଶୁଭ୍ରମୟ। ଆକାଶର ଧଳାବାଦଲ। ନଦୀ-ପୁଷ୍କରିଣୀରେ ସ୍ୱଚ୍ଛ ଶୁଭ୍ର ଜଳରାଶି, ପଠା ପଡ଼ିଆରେ ଶୁଭ୍ର କାଶତଣ୍ଡୀ ଫୁଲ, ହ୍ରଦମାନଙ୍କରେ ଦଳ ଦଳ ରାଜହଂସଙ୍କ ସ୍ୱଚ୍ଛ ବିହାର ଆଉ କ୍ଷେତରେ ପକ୍ୱ ଧାନ୍ୟର ବିଭୋର ବିଭୂତି। ସବୁଠାରୁ ଆକର୍ଷଣୀୟ ହୋଇଥାଏ ଶାରଦୀୟ ଚନ୍ଦ୍ର ଜ୍ୟୋତ୍ସ୍ନା। ବୃଷ୍ଟିପାତ କମିଯାଇଥାଏ। ଶୀତ ଅନୁଭୂତ ହୋଇ ନଥାଏ। ସମଗ୍ର ପରିବେଶରେ ଭରି ରହିଥାଏ ଏକ ଅପୂର୍ବ ମାଦକତା। ଶରତର ଏହି ଅନନ୍ତ ଶୁଭ୍ରତା ମଧ୍ୟରେ ଧରାବକ୍ଷକୁ ଅବତରି ଆସନ୍ତି ମା’ ଦୁର୍ଗତିନାଶିନୀ ଦୁର୍ଗା।
odisha festival ଦଶହରା ପର୍ବ ପାଳନର ପ୍ରାଚୀନତା ସର୍ବବାଦୀ ସମ୍ମତ। କେଉଁ ପ୍ରାଗୈତିହାସିକ ଯୁଗରେ ଉତ୍ପାଦିକା ଶକ୍ତିର ପ୍ରତୀକ ଭାବରେ ମାତୃଦେବୀମାନଙ୍କର ଉପାସନା କରାଯାଉଥିଲା। କ୍ଷେତରେ ଭରପୂର ଶସ୍ୟକୁ ଦେଖି କୃଷିଭିତ୍ତିକ ସଭ୍ୟତାର ଆଦିମ ମଣିଷ ଉତ୍ପାଦନର ଦେବୀଙ୍କୁ ଆଡ଼ମ୍ବର ସହକାରେ ପୂଜା କରୁଥିଲା। ତା’ର ସନ୍ତୋଷ ପାଇଁ ଦେଉଥିଲା ଛାଗ, ମହିଷି, ମେଷ ଓ ଅନ୍ୟ କେତେକ ନିରୀହ ପଶୁବଳି। କାଳକ୍ରମେ ଆସିଲା ପୌରାଣିକ ଯୁଗ। ମଣିଷର ଏଇ ମାତୃଶକ୍ତି ଉପାସନା ସହିତ ଯୋଡ଼ି ଦିଆଗଲା କେତେ ପୌରାଣିକ କାହାଣୀ। ମହିଷାସୁର ସ୍ୱର୍ଗ ରାଜ୍ୟରେ ଉତ୍ପାତ କଲା। ଦେବତାମାନଙ୍କୁ ସେମାନଙ୍କ ସୁଖ ସମ୍ଭୋଗରୁ ବଞ୍ôଚତ କଲା। ସୁଖୀ ଦେବତାମାନେ ଦରିଦ୍ର ନିଃସ୍ୱ ହୋଇ ବୁଲିଲେ। ଶେଷରେ ଦେବଶକ୍ତି ଏକତ୍ରିତ ହୋଇ ପରମ ପୁରୁଷ ବିଷ୍ଣୁଙ୍କ ସ୍ତୁତିକଲେ। ବିଷ୍ଣୁ ପ୍ରସନ୍ନ ହେଲେ ଏବଂ ଦୁର୍ଗା ରୂପରେ ଜନ୍ମ ହୋଇ ମହିଷାସୁରକୁ ବିନାଶ କଲେ। ତାହା ସମ୍ଭବ ହୋଇଥିଲା ଏଇ ଦିନ। ତେଣୁ ସ୍ମୃତିର ପରିଧିରେ ଆଜି ପାଳିତ ହେଉଛି ଦୁର୍ଗାପୂଜା। ଉଲ୍ଲିଖିତ ପୌରାଣିକ କିମ୍ବଦନ୍ତୀରେ ପରବର୍ତ୍ତୀ କାଳରେ ସଂଯୋଜିତ ରାମଙ୍କର ଦୁର୍ଗାପୂଜାର କିମ୍ବଦନ୍ତୀ ଏକାନ୍ତ ବଳିଷ୍ଠ। ରାମାୟଣର ବର୍ଣ୍ଣନାନୁଯାୟୀ ଦୁର୍ଗାପୂଜାର ବିଧି ବସନ୍ତ ଋତୁରେ। ଦେବୀ ଆନନ୍ଦ ଓ ଉନ୍ମାଦର ଅଧିକାରିଣୀ। କିନ୍ତୁ ଅକାଳ ବୋଧନରେ ଦେବୀଙ୍କୁ ଆରାଧନା କରାଯାଇଥିଲା ଶରତ ଋତୁରେ। ଦୈବୀ ଶକ୍ତିର ଅଧିକାରୀ ରାବଣ ବଧ ପାଇଁ ସନ୍ଧି ଉପୁଜିଲା। ଏହି ସନ୍ଧିରୁ ଉପାୟ ପାଇବା ପାଇଁ ଭଗବାନ ରାମ ଦେବୀ ଦୁର୍ଗାଙ୍କୁ ପୂଜାକଲେ। ବର୍ଣ୍ଣିତ ଅଛି ଦେବୀ ଶ୍ରୀରାମଙ୍କ ଭକ୍ତି ପରୀକ୍ଷା ନେବାପାଇଁ ୧୦୮ ପଦ୍ମ ଫୁଲ ମଧ୍ୟରୁ ଗୋଟିକୁ ଲୁଚାଇ ଦେଲେ। ରାମ ପୂଜା କରୁଥିବା ବେଳେ ୧୦୮ ପଦ୍ମ ସ୍ଥାନରେ ଗୋଟିଏ କମ୍ ଦେଖି ତୀର ମୁନରେ ନିଜର ଆଖି ତାଡ଼ି ଦେବାକୁ ବସିଲେ। ଦୁର୍ଗା ପ୍ରସନ୍ନ ହେଲେ। ରାମଚନ୍ଦ୍ରଙ୍କୁ ବର ଦେଲେ। ଶେଷରେ ଘୋର ଯୁଦ୍ଧ ହେଲା। ସେହି ଯୁଦ୍ଧରେ ରାବଣର ବିନାଶ ହେଲା। ରାମ ମହାନନ୍ଦରେ ବିଜୟାଦଶମୀ ବା ଦଶହରା ପର୍ବ ପାଳନ କରିଥିଲେ। ମହାଭାରତ ଯୁଦ୍ଧରେ ଅର୍ଜ୍ଜୁନ ମଧ୍ୟ ଶତ୍ରୁ ଉପରେ ବିଜୟ ସାଧନ ନିମିତ୍ତ ବିଜୟାଦଶମୀରେ ଦେବାଦୁର୍ଗାଙ୍କୁ ଉପାସନା କରିଥିବାର ପୌରାଣିକ ପ୍ରସିଦ୍ଧି ରହିଛି।
odisha festival ଦଶହରା ଏକ ସାମରିକ ପର୍ବଭାବରେ ବିଦିତ। ଦେବୀ ଦୁର୍ଗା ବୀରତ୍ୱ ଓ ଯୁଦ୍ଧର ଦେବୀ। ତେଣୁ ତାଙ୍କ ଉପାସନା ପୂର୍ବକ ବିଜୟାଦଶମୀ ଠାରୁ ପୂର୍ବେ ଉତ୍କଳୀୟ ଗଜପତିମାନେ ଆରମ୍ଭ କରୁଥିଲେ ଯୁଦ୍ଧଯାତ୍ରା। ରାଜଗୁରୁ ବର୍ଦ୍ଧନ ମହାପାତ୍ରଙ୍କ “ଦୁର୍ଗୋତ୍ସବ ଚନ୍ଦ୍ରିକା” ନାମକ ଗ୍ରନ୍ଥରେ ଉତ୍କଳୀୟ ମତରେ ଦୁର୍ଗା ପୂଜାର ବ୍ୟାପକ ବର୍ଣ୍ଣନା ରହିଛି। ଧାତୁ ବା ପ୍ରସ୍ତର ନିର୍ମିତ ଦେବୀମୂର୍ତ୍ତିଙ୍କ ନିକଟରେ ଉପଯୁକ୍ତ ପୂଜା ଅର୍ଚ୍ଚନା କରି ଖଣ୍ଡାୟତ ପାଇକମାନେ ଆରମ୍ଭ କରୁଥିଲେ ସେମାନଙ୍କର ସାମରିକ ପ୍ରସ୍ତୁତି। ଦଶହରା ପଡ଼ିଆରେ ଏକତ୍ରିତ ହୋଇ ସେମାନେ ଦେଖାଉଥିଲେ ସେମାନଙ୍କର କୌଶଳ। ଓଡ଼ିଶାର ପୁରପଲ୍ଲୀରେ ପାଇକ ବସତିମାନଙ୍କରେ ଆଜିସୁଦ୍ଧା ଏଇ ସୁପ୍ରାଚୀନ ପରମ୍ପରାର କିୟଦଂଶ ଦେଖିବାକୁ ମିଳେ। ପାଇକମାନେ ଖଣ୍ଡାପୂଜା ଓ ପାଇକ ଆଖଡ଼ାରେ ଦିନଟିଏ ହେଲେ ବି ମାତିଉଠନ୍ତି।
ଓଡ଼ିଶାର ପ୍ରାଚୀନ ସହର କଟକରେ ଦଶହରାର ଆଡ଼ମ୍ବର ସର୍ବାଧିକ। ଦୁର୍ଗା ଓ ହରପାର୍ବତୀଙ୍କ ମୃଣ୍ମୟ ପ୍ରତିମା ନିର୍ମିତ ହୋଇ ମହାଡ଼ମ୍ବରରେ ପୂଜିତ ହୁଅନ୍ତି। ଅବଶ୍ୟ ଦିନେ କଟକର ଏଇ ଦୁର୍ଗା ପୂଜାରେ ପ୍ରାଚୀନ ସାମରିକ ପରମ୍ପରା ସୁସ୍ପଷ୍ଟ ଥିଲା। କଟକ ଥିଲା ଉତ୍କଳର ରାଜଧାନୀ ସହର। ବାରବାଟିର ଦୁର୍ଗ ମଧ୍ୟରେ ରହିଥିଲା ନବତଳ ରାଜପ୍ରାସାଦ। ସେନା, ସୈନ୍ୟ, ହସ୍ତୀ, ଅଶ୍ୱ, ପଦାତିକ ଆଦି ସମସ୍ତେ ଥିଲେ ଏଇଠାରେ। ଦଶହରା ଉତ୍ସବ ପାଳିତ ହେଉଥିଲା ବାରବାଟିର ଗଡ଼ଚଣ୍ଡୀ ଓ ନଗର ମଧ୍ୟସ୍ଥ ପ୍ରାକ୍କୋଟକ ଚଣ୍ଡୀ (ଆଜିକାଲିର କଟକଚଣ୍ଡୀ)ଙ୍କ ମନ୍ଦିରରେ। ସେହି ପୁରାତନ ପ୍ରଥାର ସାମାନ୍ୟତମ ସୂଚନା ଆଜିକାଲି କଟକଚଣ୍ଡୀ ଓ ଗଡ଼ଚଣ୍ଡୀଙ୍କ ଷୋଡ଼ଶ ପୂଜା ଏବଂ ବେଶରୁ ଜଣାଯାଏ। କିନ୍ତୁ କଟକ ସହର ସାରା ଆଜି ବଙ୍ଗୀୟ ମତରେ ମୃଣ୍ମୟୀ ଦେବୀଙ୍କୁ ଉପାସନା କରାଯାଉଛି। ତା’ର ପ୍ରଭାବରେ କେତେକ ଗ୍ରାମାଞ୍ଚଳରେ ମଧ୍ୟ ଦୁର୍ଗା ପୂଜାରେ ଅନୁରୂପ ବିଧି ପାଳିତ ହେଉଛି। ଅବଶ୍ୟ ସେ ସବୁ ସ୍ଥାନରେ ବଙ୍ଗୀୟମାନେ ରହିଛନ୍ତି। ଏହି ଦୁର୍ଗା ପୂଜାରେ ଦୁର୍ଗାମୂର୍ତ୍ତି ଦଶଭୁଜା। ତଳେ ମହିଷାସୁର। ଦେବୀଙ୍କ ହସ୍ତର ଶୂଳ ମହିଷାର ବକ୍ଷ ଭେଦ କରିଥାଏ। ଦୁଇ ପାଶ୍ୱର୍ରେ ଥା’ନ୍ତି ଗଣେଶ, କାର୍ତ୍ତିକ ଏବଂ ଲକ୍ଷ୍ମୀ, ସରସ୍ୱତୀ। ମେଢ଼ର ଉପରେ ଶିବ ଓ ତାଙ୍କ ସହଚରଗଣ। ଜନ୍ମାଷ୍ଟମୀ ଦିନଠାରୁ ଦୁର୍ଗାମୂର୍ତ୍ତି ନିର୍ମାଣ ନିମିତ୍ତ ମୃତ୍ତିକା ସଂଗ୍ରହ କରାଯାଏ। କାରଣ ସେହିଦିନ ଦୁର୍ଗା ପ୍ରଥମ କରି ବିଜୁଳି କନ୍ୟା ରୂପେ ଧରାବତରଣ କରିଥିଲେ। ଜନ୍ମାଷ୍ଟମୀ ଠାରୁ ମହାଳୟା ମଧ୍ୟରେ ମୂର୍ତ୍ତି ନିର୍ମାଣ ସମାପ୍ତ ହୁଏ। ମହାଳୟା ଦିନ ଖଡ଼ି ଚଢ଼ାଯାଏ। ତା’ପରେ ମୂର୍ତ୍ତିଗୁଡ଼ିକରେ ରଙ୍ଗ ଦିଆଯାଏ। ଷଷ୍ଠୀଦିନ ଦେବୀଙ୍କ ଚକ୍ଷୁଦାନ କରାଯାଏ ଓ ପୂଜା ଆରମ୍ଭ ହୁଏ। ଷଷ୍ଠୀ ପରେ ସପ୍ତମୀ ଓ ଅଷ୍ଟମୀରେ ମହାସମାରୋହରେ ପୂଜା କରାଯାଏ। ଅଷ୍ଟମୀ ପୂଜାର ଅନ୍ୟନାମ ମହାଷ୍ଟମୀ ପୂଜା। ଏହି ଦିନ ସନ୍ଧିୂପଜା କରାଯାଇଥାଏ। ରାବଣ ବଧ ପାଇଁ ସନ୍ଧି ଉପୁଜିଥିବାରୁ ରାମଚନ୍ଦ୍ର ଦେବୀଙ୍କର ପୂଜା କରିଥିଲେ। ସନ୍ଧିପୂଜା ସମାପ୍ତ ହେବା ପରେ କେତେକ ସ୍ଥାନରେ ଦେବୀଙ୍କ ନିକଟରେ ବଳି ପ୍ରଦାନ କରାଯାଏ। କିନ୍ତୁ ଜନ ସଚେତନତା ଜାତ ହେବାରୁ ଏଇ ବଳିପ୍ରଥା ଏବେ ଅନେକ ସ୍ଥାନରୁ ଉଠିଗଲାଣି। ଦଶମୀ ଦିନ ଦେବୀଙ୍କୁ ବିସର୍ଜନ କରାଯାଏ। କଟକ ସହରରେ ଏଇ ଦିନ ହୁଏ ଭସାଣି ଉତ୍ସବ। ସବୁ ଦେବୀ ମେଢ଼କୁ ଉଦ୍ୟୋକ୍ତାମାନେ ମହାସମାରୋହରେ ନେଇ କାଠଯୋଡ଼ା ନଦୀର ଦେବୀଗଡ଼ାରେ ବିସର୍ଜନ କରନ୍ତି। ସହର ଓ ସହର ଉପାନ୍ତରୁ ବହୁ ଜନତା ଏହି ମନୋରମ ଉତ୍ସବକୁ ଉପଭୋଗ କରନ୍ତି। କଟକ ପରି କଲିକତା ସହରରେ ସବୁଠାରୁ ବଡ଼ ଧରଣର ଦୁର୍ଗା ପୂଜା କରାଯାଇଥାଏ।
odisha festival ଓଡ଼ିଶାର ଗାଁ ଗହଳରେ ଦୁର୍ଗାପୂଜା ବଡ଼ ଜାକଜମକରେ ପାଳିତ ହୁଏ। ଦଶହରାକୁ ଗ୍ରାମବାସୀଗଣ ଏକ ବୃତ୍ତିଭିତ୍ତିକ ପର୍ବ ଭାବରେ ପାଳନ କରନ୍ତି। ସବୁ ଜାତିର ଲୋକେ ସେମାନଙ୍କ ବୃତ୍ତିଗତ ସରଞ୍ଜାମମାନଙ୍କୁ ପୂଜା କରନ୍ତି। ବ୍ରାହ୍ମଣ ପୋଥି ପୂଜା କରେ। କ୍ଷତ୍ରିୟ ଖଣ୍ଡା, ତେଲି ଘଣା, ତନ୍ତୀ କଣ୍ଡା, ବାରିକ ମୁଠି, ଧୋବା କୁରାଢ଼ୀ, ଚମାର କଟୁରୀ ଆଦିକୁ ସଜ ବସାନ୍ତି। ଦଶହରା ଦିନ ସଜ ଉଠିବା ପରେ ଗ୍ରାମର ସାମନ୍ତ ଜମିଦାରମାନଙ୍କ ଘରକୁ ଭେଟି ପାଇଁ ଯାଆନ୍ତି। ଆଜିକାଲି ସମାଜରେ ଜମିଦାରୀ ପ୍ରଥା ନଥିଲେ ମଧ୍ୟ ଭେଟିର ବ୍ୟବସ୍ଥା ତଥାପି ରହିଛି।
ଦଶହରାକୁ ଲୋକେ ମଉଜ ମଜଲିସ୍ରେ କଟାଇ ଦିଅନ୍ତି। ସରକାର ଏହି ଦିନଗୁଡ଼ିକୁ ଛୁଟିଦିନ ଭାବରେ ଘୋଷଣା କରିଥା’ନ୍ତି। ଦୂର ସହରମାନଙ୍କରେ ସରକାରୀ ବା ବେସରକାରୀ ଚାକିରୀରେ ଥିବା ଲୋକେ ଘରକୁ ଫେରିଆସନ୍ତି। ସ୍କୁଲ, କଲେଜ ସବୁ ଛୁଟି ହୋଇ ଯାଇଥାଏ। ଘରେ ନାନା ପ୍ରକାରର ପିଠା ପଣା ତିଆରି ହୁଏ। ଗାଁ ଗଣ୍ଡାରେ ଲୋକେ ଆନନ୍ଦ ଉତ୍ସବ ପାଇଁ ନାଚ, ପାଲା, ଦାଶକାଠିଆ ଓ ଅପେରାମାନ କରାନ୍ତି। ବ୍ୟବସାୟୀମାନେ ଦଶହରାକୁ ସେମାନଙ୍କର ନୂଆ ଖାତା ପୂଜା କରିଥାନ୍ତି। ଧନୀ ଦରିଦ୍ର ନିର୍ବିଶେଷରେ ସବୁ ଶ୍ରେଣୀର ଲୋକଙ୍କ ପାଇଁ ଦଶହରା ଏକ ଉତ୍ସବ ଦିନ ଭାବରେ ବିବେଚିତ ହୋଇଥାଏ।
ଦୀପାବଳୀ ପର୍ବ odisha festival

କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟ ତିଥିରେ odisha festival ଦୀପାବଳୀ ପର୍ବ ପଡ଼େ। ପୁରାଣ ଓ ଇତିହାସରେ ଏହି ପର୍ବର ଏକ ସୁପ୍ରାଚୀନ ପରମ୍ପରା ରହିଛି। ପୁରାଣ ବର୍ଣ୍ଣନାନୁସାରେ ଚତୁର୍ଦ୍ଦଶ ବର୍ଷ ବନବାସ ପରେ ରାମ ରାବଣକୁ ବଧ କରି ଅଯୋଧ୍ୟାକୁ ଫେରି ଆସିଥିଲେ। ଏହି କାର୍ତ୍ତିକ କୃଷ୍ଣ ଅମାବାସ୍ୟା ଦିନ ହୋଇଥିଲା ତାଙ୍କର ଅଭିଷେକୋତ୍ସବ। ଅଯୋଧ୍ୟାବାସୀ ତେଣୁ ମହାଆନନ୍ଦରେ ଆଲୋକ ଜାଳି, ଆତସବାଜି ଫୁଟାଇ ଏହି ଦିନଟିକୁ ଉତ୍ସବ ମୁଖର କରିଥିଲେ। ମହାଭାରତ ବର୍ଣ୍ଣନାନୁଯାୟୀ ଏଇଦିନ କୃଷ୍ଣ ନାରକାସୁରକୁ ବଧ କରି ଷୋଳ ସହସ୍ର କନ୍ୟାଙ୍କୁ ମୁକ୍ତ କରିଥିଲେ। ସେହି ସ୍ମୃତିରେ ଦ୍ୱାରକାବାସୀ ଦିନଟିକୁ ମହାସମାରୋହରେ ପାଳନ କରିଥିଲେ। ଭଗବତୀ ମହାକାଳୀଙ୍କ ଉଦ୍ଦେଶ୍ୟରେ ମଧ୍ୟ ପର୍ବଟି ପାଳିତ ହୁଏ। ମହିଷାସୁରର ନିଧନ ପରେ ଦେବୀ ଦୁର୍ଗା କ୍ରୁଦ୍ଧିତ ହୋଇ ମର୍ତ୍ତ୍ୟର ସବୁ ଅସୁରକୁ ବିନାଶ କଲେ। ତତ୍ପରେ ସେ ଚାହିଁଲେ ସ୍ୱର୍ଗ ଭୂମିକୁ। କ୍ରୋଧରେ ତାଙ୍କ ଶରୀର ସେତେବେଳେ ଧାରଣ କରିଥାଏ କୃଷ୍ଣ ବର୍ଣ୍ଣ। ଦେବତାମାନେ ମହାକାଳୀ ରୂପଦେଖି ତ୍ରସ୍ତ ହେଲେ। ଶିବ, ଦେବୀଙ୍କୁ ଶାନ୍ତି କରିବା ପାଇଁ ତାଙ୍କର ଯାତ୍ରା ପଥରେ ଶୋଇଗଲେ। ଦେବତାମାନେ ମିଳିତ ହୋଇ ଭକ୍ତିପୂତ ଚିତ୍ତରେ ଏଇ କାର୍ତ୍ତିକ ଅମାବାସ୍ୟା ତିଥିରେ ଦେବୀଙ୍କୁ ପୂଜା କରିଥିଲେ। ଅନ୍ୟ ଏକ ବର୍ଣ୍ଣନାନୁଯାୟୀ ଏହିଦିନ ଧନଲକ୍ଷ୍ମୀ ପୂଜା କରାଯାଇଥାଏ। ଦାନବ ରାଜା ବଳୀ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତିନିପୁର ଜୟକରି ମା’ ଲକ୍ଷ୍ମୀଙ୍କୁ ଆଣି ପାତାଳରେ ବନ୍ଦୀକରି ରଖିଥିଲେ। ଲକ୍ଷ୍ମୀଙ୍କ ପ୍ରସାଦରୁ ସେ ହୋଇଥିଲେ ମହାଦାନୀ। କିନ୍ତୁ ଦିନେ ଭଗବାନ ବିଷ୍ଣୁ ବାମନ ମୂର୍ତ୍ତି ଧାରଣ କରି ବଳୀକୁ ତିନିପାଦ ଭୂମି ଦାନ ମାଗିଲେ। ଏକ ପାଦରେ ଆକାଶ ଓ ଏକ ପାଦରେ ପୃଥିବୀକୁ ନେଇ ତୃତୀୟ ପାଦ ପାଇଁ ବଳୀକୁ ଚାହିଁବାରୁ ମହାଦାନୀ ବଳୀ ତାଙ୍କର ମଥା ଦେଖାଇ ଦେଇଥିଲେ। ତ୍ରିବିକ୍ରମ ମୂର୍ତ୍ତି ଧାରଣ କରି ବାମନ ବଳୀକୁ ପାତାଳକୁ ଚାପିଦେଲେ। ବଳୀର ପତନ ପରେ ମହାଲକ୍ଷ୍ମୀ ମୁକ୍ତି ପାଇଲେ। ଦେବତାମାନେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ସ୍ୱର୍ଗପୁରକୁ ନେଇଥିଲେ। ପୁଣି ବଳୀ ପାତାଳରେ ରହି ଦୁଃଖୀ ହେବ ବୋଲି ତା’ର ପତ୍ନୀ ଓ ଗୁରୁ ବାମନଙ୍କୁ ପ୍ରାର୍ଥନା କରିବାରୁ, ସେ ଏଇ କାର୍ତ୍ତିକ ଅମାବାସ୍ୟା ରାତ୍ରିରେ ଆସି ପୃଥିବୀ ଭ୍ରମଣ କରିପାରିବେ ବୋଲି ବର ଦେଲେ। ତେଣୁ ଲୋକେ ମହାରାଜ ବଳୀଙ୍କ ଆଗମନ ପାଇଁ ଏହିପରି ଦୀପାବଳୀ ପାଳନ କରୁଥିଲେ। ଉତ୍ତର ଭାରତରେ ଲୋକେ ଏହିଦିନ ଯମ ଓ ଧନ୍ୱନ୍ତରୀ ପୂଜା କରିଥା’ନ୍ତି। ଆଦିବାସୀମାନେ ପର୍ବତ ଓ ଶ୍ମଶାନରେ ସାରା ରାତି ଦୀପ ଜଳାନ୍ତି।
ପୁରାଣପରି ଏହି ମହାନ୍ odisha festival ପର୍ବପାଇଁ କେତେକ ଐତିହାସିକ ପୃଷ୍ଠଭୂମି ମଧ୍ୟ ରହିଛି। ଶଙ୍କରାଚାର୍ଯ୍ୟ ଦୀପାବଳୀ ପର୍ବରେ ମୃତଦେହ ମଧ୍ୟରେ ପ୍ରବେଶ କରି ପୁନର୍ଜୀବନଲାଭ କରିଥିଲେ। ଶିଷ୍ୟମାନେ ଏଥିରେ ଆନନ୍ଦିତ ହୋଇ ଦୀପାବଳୀ ପାଳନ କରିଥିଲେ। ଜୈନଧର୍ମରୁ ଚର୍ତୁବିଂଶ ତୀର୍ଥଙ୍କର ମହାବୀର ଏହିଦିନ ନିର୍ବାଣ ଲାଭ କରିଥିଲେ। ପୁଣି ଗୁରୁଗୋବିନ୍ଦ ସିଂହ ଗୋଆଲିଅର ଦୁର୍ଗରୁ ତାଙ୍କର ସହଯୋଗୀଙ୍କ ସହତ ଏହି ଦିନ ମୁକ୍ତ ହୋଇଥିଲେ। ସେଥିପାଇଁ ଜୈନ ଓ ଶିଖ୍ଧର୍ମ ପର୍ବଟିକୁ ଆଲୋକର ପର୍ବ ଭାବରେ ପାଳନ କରାଯାଇଥାଏ। ଓଡ଼ିଶା ପାଇଁ ଏଇ ପର୍ବର ଏକ ସୁପ୍ରାଚୀନ ଐତିହ୍ୟ ରହିଛି। ଓଡ଼ିଶା ଦିନେ ଥିଲା ନୌବାଣିଜ୍ୟରେ ବିଶ୍ୱ ବିଦିତ। ଜାଭା, ବୋର୍ଣ୍ଣିଓ, ସିଂହଳ, ସୁମାତ୍ରା ପ୍ରଭୃତି ଦ୍ୱୀପରୁ ବାଣିଜ୍ୟ କରି ସାଧବ ପୁଅମାନେ ବୋଇତ ନେଇ ଆଷାଢ଼ ମାସରେ ଫେରି ଆସୁଥିଲେ। କାର୍ତ୍ତିକ ପୂର୍ଣ୍ଣିମା ଦିନଠାରୁ ସେମାନଙ୍କର ଯାତ୍ରା ଆରମ୍ଭ ହେବାକଥା। ଏଥି ନିମିତ୍ତ ପ୍ରସ୍ତୁତି ପର୍ବ ଆରମ୍ଭ ହୁଏ ଦୀପାବଳୀର ପର ଶୁକ୍ଳ ପ୍ରତିପଦ ଦିନଠାରୁ। ତେଣୁ ବଣିଜାରଗଣ ମହାସମାରୋହରେ ଦୀପାବଳୀ ଦିନଟିକୁ ପାଳନ କରୁଥିଲେ। ଏ ଦିନଟି ପିତୃପୂଜା ନିମିତ୍ତ ମଧ୍ୟ ପ୍ରସିଦ୍ଧ। ମୃତ ପିତୃପିତା, ଜ୍ଞାତି କୁଟୁମ୍ବଙ୍କ ଉଦ୍ଦେଶ୍ୟରେ ଏହିଦିନ ଗୟାଶ୍ରାଦ୍ଧ କରାଯାଏ। ସେମାନଙ୍କ ଉଦ୍ଦେଶ୍ୟରେ ଆଲୋକ ଦେଖାଇ ମୁକ୍ତିପାଇଁ ପ୍ରାର୍ଥନା କରାଯାଏ–
“ବଡ଼ ବଡ଼ୁଆ ହୋ
ଅନ୍ଧାରରେ ଆସ।
ଆଲୁଅରେ ଯାଅ, ଗଙ୍ଗା ଯା’, ଗୟା ଯା’,
ବାଇଶି ପାହାଚରେ ଗଡ଼ଗଡ଼ଉ ଥାଆ।”
ଚତୁର୍ଦ୍ଦିଗରେ ଅଗ୍ନିଜାଳିବା ଦ୍ୱାରା ଅନେକ ଫସଲ କ୍ଷୟକାରୀ କୀଟପତଙ୍ଗ ମୃତ୍ୟୁବରଣ କରନ୍ତି। ଫଳରେ କ୍ଷେତର ପାଚିଲା ଫସଲର ସୁରକ୍ଷା ହୁଏ। ସର୍ବୋପରି ଦୀପାବଳୀ ଏକ ସ୍ୱାସ୍ଥ୍ୟ ସଚେତନତାର ପର୍ବଭାବରେ ବିଦିତ। ଖତଗଦାରେ କାଉଁରିଆ ଜାଳି ନିଆଁ ଲଗାଇବା ଫଳରେ ଅନେକ ରୋଗ ସୃଷ୍ଟିକାରୀ ଜୀବାଣୁ ମୃତ୍ୟୁବରଣ କରନ୍ତି। ଏଦିନ ଚତୁର୍ଦ୍ଦିଗ ପରିଷ୍କାର ପରିଚ୍ଛନ୍ନ ହୋଇଥାଏ। ପୁଣି ଆତସବାଜି ଫଟାଇବା ଦ୍ୱାରା ସାରା ପରିବେଶରେ ଗନ୍ଧକର ଧୂଆଁ ଖେଳିଯାଇ ଥାଏ। ଯାହାକି ଲୋକମାନଙ୍କ ଦେହରେ ବାଜି ଏକ ରାସାୟନିକ ପ୍ରକ୍ରିୟା ସୃଷ୍ଟି କରେ ଫଳରେ କୌଣସି ପ୍ରକାରର ଚର୍ମରୋଗ ହୋଇ ନଥାଏ। ଏହିସବୁ ଦୃଷ୍ଟିରୁ ଦେଖିଲେ ଦୀପାବଳୀ ପର୍ବର ଏକ ସୁପ୍ରାଚୀନ ବଳିଷ୍ଠ ପରମ୍ପରା ରହିଛି। ଯାହାକି ଲୋକମାନସରେ ଉଭୟ ସାଂସ୍କୃତିକ ଓ ସାମାଜିକ ସ୍ତରରେ ବିଶେଷ ପ୍ରଭାବ ବିସ୍ତାର କରିଛି।
odisha festival ଦୀପାବଳୀ ପର୍ବ ଲୋକେ ମହାସମାରୋହରେ ପାଳନ କରନ୍ତି। ଧନୀ ନିର୍ଦ୍ଧନ ନିର୍ବିଶେଷରେ ସବୁ ଶ୍ରେଣୀର ହିନ୍ଦୁ ଲୋକେ ନିଜର ଶକ୍ତି ମୁତାବକ ଦୀପଟିଏ ଜାଳି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଗୟାଶ୍ରାଦ୍ଧ କରିଥାନ୍ତି। ଧନିକ ଶ୍ରେଣୀର ଲୋକେ ସେମାନଙ୍କ ଗୃହାଙ୍ଗନକୁ ଆଲୋକମାଳାରେ ସଜ୍ଜିତ କରନ୍ତି। ନାନାପ୍ରକାରର ଆତସବାଜି ଆଣି ଫୁଟାଇଥାନ୍ତି। ଗୟା ଶ୍ରାଦ୍ଧ ପାଇଁ କଦଳୀ, ନଡ଼ିଆ, କନ୍ଦ (ଗୁଡ଼), କ୍ଷୀର, ଆଖୁ, ଅଦା, ମରିଚ ଓ ଅଟା ମିଶାଇ ଏକ ସୁସ୍ୱାଦୁ ନୈବେଦ୍ୟ ପ୍ରସ୍ତ୍ୁତ କରାଯାଏ। ଗୃହକର୍ତ୍ତା ଆପଣାର ଘର ଦୁଆରେ ପିତୃପୁରୁଷମାନଙ୍କୁ ଆହ୍ୱାନ କରନ୍ତି। ପଣସପତ୍ର ବା କଦଳୀ ପତ୍ରରେ ସ୍ୱତନ୍ତ୍ର ଭାବରେ ସବୁ ପିତୃ ପିତାମହଙ୍କ ପାଇଁ ଗୋଟିଏ ଗୋଟିଏ କରି ପିଣ୍ଡ ବଢ଼ାଯାଏ। ଶେଷରେ ପୂଜା କରାଯାଇଥିବା କାଉଁରିଆକୁ ଧରି ନିଆଁ ଲଗାଇ ବାହାରକୁ ନିଆଯାଏ। ଗ୍ରାମର ଉପାନ୍ତ ବା ଗୃହର ବାହାରେ ଏକକୋଣରେ କିଛି ଗୋମୟ ଉପରେ କାଉଁରିଆକୁ ରଖି ଦିଆଯାଏ। ବଡ଼ବଡ଼ିଆ (ପିତୃପୁରୁଷ)ଙ୍କ ଉଦ୍ଦେଶ୍ୟରେ ସେଠାରେ ଗୃହକର୍ତ୍ତା ସ୍ମରଣ କରନ୍ତି। ତତ୍ପରେ ସମସ୍ତେ ଫେରିଆସି ଦିଆଯାଇଥିବା ପିଣ୍ଡକୁ ପ୍ରସାଦ ଜ୍ଞାନରେ ସେବନ କରନ୍ତି। ଓଡ଼ିଶାରେ ସାମନ୍ତବଂଶୀୟ ଲୋକେ ଦୀପାବଳୀ ପରଦିନ ପ୍ରଭାତରୁ ଆପଣା ଘର ଦୁଆରେ ବୋଇତର ଚିତ୍ର ଅଙ୍କନ କରି ଘରର ସମସ୍ତ ବ୍ୟବହାର୍ଯ୍ୟ କଂସାବାସନ ଓ ଧାତୁଦ୍ରବ୍ୟକୁ ରଖନ୍ତି। ପୁରୀ ପାଖାପାଖି ଲୋକେ ସିଂହଦ୍ୱାର ପାଖକୁ ଯାଇ ବାଇଶି ପାହାଚରେ ଠିଆ ହୋଇ ବଡ଼ବଡ଼ୁଆ ଡାକନ୍ତି। କେତେକ ସ୍ଥାନରେ ଏହିଦିନ ମଧ୍ୟରାତ୍ରିରେ କାଳୀପୂଜା କରାଯାଏ। ବ୍ୟବସାୟୀମାନେ ସେମାନଙ୍କର ନୂତନ ବ୍ୟବସାୟ ଏହିଦିନଠାରୁ ଆରମ୍ଭ କରନ୍ତି। ପୁରାତନ ହିସାବ ପତ୍ରକୁ ତୁଟାଇ ପୁଣି ନୂଆ ଖାତାରେ ବ୍ୟବସାୟ ଆରମ୍ଭ ହୁଏ। ଅନେକ ପରସ୍ପରକୁ ଦୀପାବଳୀର ଅଭିନନ୍ଦନ ଦେଇଥା’ନ୍ତି।
ଦୋଳ ପର୍ବ odisha festival

ଫାଲ୍ଗୁନ ଶୁକ୍ଳ ଦଶମୀରୁ odisha festival ଦୋଳ ଆରମ୍ଭ ହୁଏ। ବସନ୍ତ ଋତୁ ବିରାଜମାନ କରିଥାଏ ଧରାବକ୍ଷରେ। ମୃଦୁ ମଳୟର ସ୍ପର୍ଶରେ ପୁଲିକ ଉଠୁଥା’ନ୍ତି କୀଟ, ପତଙ୍ଗ, ତରୁ, ଲତା, ପଶୁପକ୍ଷୀ ଓ ମଣିଷ। ଚତୁର୍ଦ୍ଦିଗରେ ଉନ୍ମାଦଭରା ଶୀହରଣ। ଚୂତ ବକୁଳର ମହକ ବହି ଆଣୁଥାଏ ମଳୟ ସମୀରଣ। ଆମ୍ର କୁଞ୍ଜରେ ଗାଉଥାଏ କୋଇଲି। ଦୂରର ପଳାଶ ଓ ଶିମୂଳି ଧାରଣ କରିଥା’ନ୍ତି ଅପୂର୍ବ ଅନୁରାଗ ବର୍ଣ୍ଣ। କେତେକୀ ଫୁଲର ମହକରେ ପୂରି ଉଠୁଥାଏ, ମନ, ପ୍ରାଣ। ଫଗୁ ଦଶମୀର ରାତିରେ ପ୍ରେମ ଓ ସୌନ୍ଦର୍ଯ୍ୟର ଦେବତା ରାଧାକୃଷ୍ଣ ଦୋଳ ବିମାନରେ ବସି ବାହାରନ୍ତି ପ୍ରଚାର କରିବାକୁ ପ୍ରେମର ମନ୍ତ୍ର। ପ୍ରଣୟର ସଙ୍ଗୀତ। ଆନନ୍ଦ ଓ ପୁଲକର ଭାବ।
କେଉଁ ପୌରାଣିକ କାଳରୁ ଆମ ସମାଜରେ odisha festival ଦୋଳପର୍ବ ପାଳିତ ହୋଇ ଆସୁଛି। ଗବେଷକମାନଙ୍କ ମତରେ ବୈଷ୍ଣବ ଧର୍ମର ପ୍ରଚାର ପରେ ଏହା ଅଧିକ ଲୋକପ୍ରିୟ ହୋଇପଡ଼ିଛି। କିନ୍ତୁ ପୂର୍ବରୁ ରାଜା ଓ ସାମନ୍ତମାନଙ୍କ ପରିବାରରେ ବସନ୍ତୋତ୍ସବ ରୂପରେ ଦୋଳପର୍ବ ପାଳିତ ହେଉଥିଲା। ସାମନ୍ତ ବଂଶର ଯୁବକ ଯୁବତୀମାନେ ଅବିର, ପନୀର, ରଙ୍ଗ ପିଚାକାରୀ ଆଦିରେ ବସନ୍ତୋତ୍ସବ ପାଳନ କରୁଥିଲେ। ତାହାପରେ ବୈଷ୍ଣବାୟିତ ହୋଇ ରାଧା-କୃଷ୍ଣଙ୍କ ପ୍ରେମ କଥା ସହ ସାମିଲ ହୋଇଯାଇଛି। ପୁରାଣମାନଙ୍କ ମତରେ କୃଷ୍ଣ ଓ ରାଧା ଏହି ସମୟରେ ବୃନ୍ଦାବନର କୁଞ୍ଜ ଦୋଳିରେ ବସନ୍ତରାସ ପାଳନ କରିଥିଲେ। ଆଜିର ଦୋଳପର୍ବ ତା’ର ସୂଚନା ମାତ୍ର। ନୃସିଂହ ପୁରାଣର ବର୍ଣ୍ଣନାନୁଯାୟୀ ହରିଣ୍ୟକଶିପୁର ଭଗିନୀ ‘ହୋଲିକା’ ପ୍ରହଲ୍ଲାଦକୁ କୋଳରେ ଧରି ନିଆଁରେ ପ୍ରବେଶ କରିଥିଲା। କିନ୍ତୁ ଦୈବୀ ମାୟାରୁ ହୋଲିକା ଜଳିଗଲା। ପ୍ରହଲ୍ଲାଦ ବଞ୍ôଚଗଲା। ସେହି ସ୍ମୃତିରେ ପାଳନ ହୁଏ ହୋଲି ପର୍ବ। ପାପର ବିନାଶ ଓ ପୁଣ୍ୟର ପ୍ରତିଷ୍ଠା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଅନ୍ୟ କେତେକ ପୁରାଣର ବର୍ଣ୍ଣନାନୁଯାୟୀ ଏହିଦିନ ପୁତନା ମୃତ୍ୟୁବରଣ କରିଥିଲା। କୃଷ୍ଣ ମେର୍ଦ୍ଦାସୁରକୁ ନିହତ କରିଥିଲେ। କାମଦେବ ମହାଦେବଙ୍କ କୋପନେତ୍ରରେ ପଡ଼ି ଜଳି ଯାଇଥିଲା। ସେହି ସ୍ମୃତିର ପ୍ରତିଫଳନ ଆଜିର ସମାଜର ଦୋଳପର୍ବ।
ଫଗୁ ଦଶମୀ ଠାରୁ ଦୋଳ ଆରମ୍ଭ ହୁଏ। ପ୍ରଥମେ ଭଗବାନ ଶ୍ରୀକୃଷ୍ଣଙ୍କୁ ଅବିର ଲାଗି କରାଯାଏ। ଏହି ଅବିର ପରେ ଗ୍ରାମବାସୀମାନଙ୍କ ମଧ୍ୟରେ ସ୍ନେହ ପ୍ରେମ ଓ ପ୍ରୀତିର ପ୍ରତୀକ ସ୍ୱରୂପ ଲଗାଇ ଦିଆଯାଏ। ରାଧା-କୃଷ୍ଣଙ୍କୁ ସୁନ୍ଦର ବେଶର ସଜ୍ଜିତ କରାଯାଇ ଦୋଳ ବିମାନରେ ବସାଯାଏ। ବିମାନକୁ ସୁନ୍ଦର କରି କପଡ଼ାରେ ସଜାଯାଏ। ସେଥିରେ ଫୁଲହାର ଓ ଆମ୍ବକଷି ଝୁଲାଇ ଦିଆଯାଏ। ଗୋପାଳମାନେ ସେହି ବିମାନକୁ କାନ୍ଧରେ ବହି ଗାଁରୁ ଗାଁ ବୁଲନ୍ତି। ପ୍ରଭୁ ନିଜେ ଭକ୍ତର ମନୋକାମନା ପୂର୍ଣ୍ଣ କରିବା ପାଇଁ ଓହ୍ଲାଇ ଆସନ୍ତି ରତ୍ନସିଂହାସନ ଉପରୁ ଭକ୍ତର ଗୃହ ସମ୍ମୁଖକୁ। ଭୋଗ ହୁଏ। ପଣା ପାଣି ପଇଡ଼ ଆଦିରେ ସେବା କରାଯାଏ। ରାଧା କୃଷ୍ଣଙ୍କୁ ଲାଗି କରାଯାଇ ଅବିର ଗୃହକର୍ତ୍ତାଙ୍କ ଠାରେ ବୋଳାଯାଏ।
ପ୍ରତ୍ୟେକ ଦିନ ରାତିରେ ମେଲଣ ହୁଏ। ବହୁ ସ୍ଥାନରୁ ବିମାନମାନେ ଆସି ଗୋଟିଏ ପଡ଼ିଆରେ ରୁଣ୍ଡ ହୁଅନ୍ତି। ଛତ୍ର, ତରାସ ଓ ରୋଷଣୀ ପଟୁଆରରେ ମେଲଣ ପଡ଼ିଆ ମୁଖରିତ ହୁଏ। ଠାକୁରମାନେ ବସିଯିବା ପରେ ଆରମ୍ଭ ହୁଏ ହୋଲିଗୀତ। ପାଲା ବା ଦାଶକାଠିଆ ମଧ୍ୟ ଅନୁଷ୍ଠିତ ହୋଇଥାଏ କେତେ ଜାଗାରେ। ଲୋକେ ଆନନ୍ଦରେ ଅବିର ବୋଳାବୋଳି ହୁଅନ୍ତି। ମେଲଣ ପଡ଼ିଆରେ ମଧ୍ୟ ବସିଥାଏ ଏକ ବଡ଼ ମେଳା। ହସଖୁସିରେ ରାତି ପାହିଯାଏ। ମେଲଣ ଭାଙ୍ଗେ। ଶେଷରେ ଠାକୁର ଫେରିଆସନ୍ତି ନିଜ ମନ୍ଦିରକୁ।
ପୂର୍ଣ୍ଣିମା ଦିନ ଠାକୁରେ ଖୁବ୍ ଶୀଘ୍ର ମେଲଣ ସାରି ଫେରି ଆସନ୍ତି। ମନ୍ଦିରର ଅଗ୍ନିକୋଣରେ ମେଣ୍ଢା ଘର ପୋଡ଼ି ହୁଏ। ପ୍ରଜ୍ଜ୍ୱଳିତ ଅଗ୍ନିକୁ କାନ୍ଧିଆମାନେ ସାତଥର ପରିକ୍ରମଣ କରନ୍ତି। ପରେ ପରେ ବିମାନକୁ ଦୋଳମଣ୍ଡପରେ ଝୁଲଣ ବେଦୀରେ ଝୁଲାଇ ଦିଆଯାଏ। ଠାକୁରେ ଦୋଳି ଖେଳନ୍ତି। ସେଠାରେ ଠାକୁରଙ୍କ ସମ୍ମୁଖରେ ଆସନ୍ତା ବର୍ଷର ନୂତନ ପାଞ୍ଜି ପାଠ କରାଯାଏ। ଜଗତର ହର୍ତ୍ତା, କର୍ତ୍ତା, ଭାଗ୍ୟ ବିଧାତାଙ୍କ ଆନନ୍ଦ ସମୟରେ ଗଣକ ରୂପରେ ବୃହସ୍ପତି ବିଶ୍ୱର ଭଲମନ୍ଦ ସମ୍ପର୍କରେ ଭବିଷ୍ୟତବାଣୀ ପ୍ରଦାନ କରନ୍ତି।
ଏହିଦିନ ରାତ୍ରିରେ ଗୋପାଳ ସଂପ୍ରଦାୟର ଦୋଳୋତ୍ସବ ପାଳିତ ହୁଏ। କୃଷ୍ଣ, ନନ୍ଦଗୋପାଳ ଘରେ ଜନ୍ମ ହୋଇଥିଲେ। ଗାଈ ଚରାଇ, ଦହି ଦୁଧର ବ୍ୟବସାୟ କରି ଶେଷରେ ସେ ଆସିଥିଲେ ଦ୍ୱାରକାକୁ। ସେହି କୃଷ୍ଣଙ୍କର ବସନ୍ତୋତ୍ସବ। ପ୍ରଣୟ ଓ ପ୍ରେମର ଦେବତାଙ୍କର ଆନନ୍ଦର ଉତ୍ସବ। ତାଙ୍କ ବଂଶଜ ଗୋପାଳମାନେ ତେଣୁ ଦୋଳପର୍ବକୁ ତାଙ୍କ ସଂପ୍ରଦାୟର ମୁଖ୍ୟ ପର୍ବଭାବରେ ଗ୍ରହଣ କରନ୍ତି। କଳସ ବୁଡ଼ାଇ ମହାଆନନ୍ଦରେ ଗାନ କରନ୍ତି ଲଉଡ଼ି ଗୀତ। କାଠିରେ କାଠିକୁ ବାଡ଼ାଇ ଗୋପାଳ ବେଶ ହୋଇ ଆରମ୍ଭ କରନ୍ତି ଲଉଡ଼ି ନାଚ।
ଦୋଳପୂର୍ଣ୍ଣିମାର ପରଦିନ ପାଳିତ ହୁଏ ହୋଲି ଉତ୍ସବ। ଭଳିକି ଭଳି ବେଶ ହୋଇ ଲୋକ ଖେଳନ୍ତି ରଙ୍ଗପିଚକାରୀ। କେବଳ ଓଡ଼ିଶା କାହିଁକି ସାରା ଭାରତରେ ଏହି ଦିନଟିରେ ହୋଲି ଉତ୍ସବ ପାଳନ କରାଯାଏ। ଅବିର ଓ ରଙ୍ଗରେ ସ୍ତ୍ରୀ-ପୁରୁଷ ନିର୍ବିଶେଷରେ ଯୁବକ ଯୁବତୀଗଣ ଖେଳିଥା’ନ୍ତି। ସେଥିରେ ନଥାଏ ଈର୍ଷା, ପରଶ୍ରୀକାତରତା ବା ହିଂସା ପ୍ରବଣତାର ଭାବ। ଚତୁର୍ଦ୍ଦିଗରେ ବ୍ୟାପି ଯାଇଥାଏ ଆନନ୍ଦର ଏକ ଅପୂର୍ବ ବାତାବରଣ। ଅବିର ରଙ୍ଗରେ ଯେପରି ରଞ୍ଜିତ ହୋଇଥାଏ ସବୁରି ଅନ୍ତର। ରାଧା କୃଷ୍ଣ ଓ ରୋଗର ଗୋପୀ ଗୋପାଳଗଣଙ୍କ ପୌରାଣିକ ସ୍ମୃତିଚାରଣ କରି ଆନନ୍ଦରେ ନଗର ଓ ଗ୍ରାମବାସୀଗଣ କରିଥା’ନ୍ତି ହୋଳିଖେଳ।
ସମାଜ ଉପରେ ଦୋଳପର୍ବର ଯଥେଷ୍ଟ ପ୍ରଭାବ ରହିଛି। ପ୍ରଥମତଃ ଦୈନନ୍ଦିନର କର୍ମ ଜଞ୍ଜାଳମୟ ଜୀବନକୁ ମାତ୍ର କେତେଦିନ ପାଇଁ ହେଲେହେଁ ଆନନ୍ଦମୁଖର କରିବାରେ ଏହି ପର୍ବର ସାର୍ଥକତା ସର୍ବବାଦୀ ସମ୍ମତ। ଲୋକେ ଭୁଲିଯାଆନ୍ତି ଆପଣାର ଅଭାବ, ଅନାଟନ, ହୀନମନ୍ୟତା ଇତ୍ୟାଦିଙ୍କୁ। ଈଶ୍ୱରଙ୍କ ସଂସାରରେ ସମସ୍ତେ ସମାନ। ସମସ୍ତଙ୍କର ସେଇ ଗୋଟିଏ ଲକ୍ଷ୍ୟ ଆନନ୍ଦର ସନ୍ଧାନ। ସେଠି ଜାତି ନାହିଁ। ବର୍ଣ୍ଣ ନାହିଁ। ଧନୀ ନାହିଁ। ନିର୍ଦ୍ଧନ ନାହିଁ। ସମସ୍ତେ ମଣିଷ। ସମସ୍ତେ ପରମେଶ୍ୱରଙ୍କ ସନ୍ତାନ ଏବଂ ସମସ୍ତେ ମଧ୍ୟ ଆନନ୍ଦର ଅଧିକାରୀ। ପୁନଶ୍ଚ ହୋଲିର ଅବିର ଓ ପିଚକାରୀ ଅନେକାଂଶରେ ସ୍ୱାସ୍ଥ୍ୟକର ମଧ୍ୟ। ଶୀତଋତୁରେ ଚର୍ମରୋଗର ଆକ୍ରମଣରୁ ଲୋକେ ବସନ୍ତ ସ୍ପର୍ଶ ସହ ଅବିର ଓ ରଙ୍ଗ ଖେଳରେ ରକ୍ଷା ପାଆନ୍ତି। ଏପରିକି ବସନ୍ତ ପରି ମାରାତ୍ମକ ସଂକ୍ରାମକ ରୋଗରୁ ମଧ୍ୟ ହୋଲି ସମାଜକୁ ରକ୍ଷା କରେ। ପ୍ରେମ ଓ ସୌନ୍ଦର୍ଯ୍ୟର ଏହି ହୋଲି ଉତ୍ସବ ସମାଜରେ ଭଲମନ୍ଦ, ଲାଭକ୍ଷତି ଗଣୁଥିବା ମଣିଷର ପ୍ରାଣ କନ୍ଦରକୁ ସୌନ୍ଦର୍ଯ୍ୟବୋଧର ପ୍ଲାବନରେ ପ୍ଲାବିତ କରେ। ବ୍ୟକ୍ତି ପ୍ରାଣରେ ଜାତ ହୁଏ ସୌନ୍ଦର୍ଯ୍ୟ ସଚେତନତା। ଜୀବନ ହୋଇଉଠେ ସହଜ, ସରଳ, ସ୍ୱଚ୍ଛଳ ଓ ଉପଭୋଗ ମୁଖର।
ଦୋଳପର୍ବ ଯଥାର୍ଥରେ ସମାଜର ମହୋପକାର ସାଧନ କରିଥାଏ। ଲୋକମାନସରେ ସ୍ନେହ ଓ ପ୍ରେମର ଭାବ ସୃଷ୍ଟି କରି ସମାଜରେ ସୌହାର୍ଦ୍ଦ୍ୟ ବୃଦ୍ଧି କରିଥାଏ। ଭକ୍ତିଭାବ ଓ ବୈଷ୍ଣବୀୟ ଆନନ୍ଦବୋଧର ସୃଷ୍ଟି ମଧ୍ୟ ଏହାର ଅନ୍ୟତମ ଦାନ। ଲୋକମାନସରେ ଜୀବାତ୍ମା ଓ ପରମାତ୍ମା ବା ପ୍ରକୃତି ଓ ପୁରୁଷଙ୍କର ମିଳନର ଭାବ ସୃଷ୍ଟି କରିଥାଏ ଏହି ବସନ୍ତୋତ୍ସବ। ଜଗତରେ ପ୍ରଚାରିତ ହୁଏ ପ୍ରେମର ବାଣୀ। ମଣିଷ ଜୀବନ ଯେ କେବଳ କର୍ମ ଓ ସାଧନ ପାଇଁ ନୁହେଁ, ସେଥିରେ ଆନନ୍ଦ ଓ ବିଷାଦର ଏକ ମଧୁର ସମନ୍ୱୟ ରହିଛି, ଏହାର ସୁସ୍ପଷ୍ଟ ପରିପ୍ରକାଶ ଦୋଳପର୍ବ। ଦୋଳପର୍ବ ବୟଗତ ବୃଦ୍ଧ ମନରେ ଜଗାଏ ଭକ୍ତିଭାବ। ଯୁବକ ମନଲୋକରେ ବୋଳିଦିଏ ଅବିରର ରଙ୍ଗ। ପରିବେଶ ସାରା ଭରିଦିଏ ଅପୂର୍ବ ଉନ୍ମାଦନା। ଜୀବନକୁ ସମ୍ମୁଖୀନ ହେବାପାଇଁ ଦିଏ ସାହସ ଓ ଉତ୍ସାହ। ତେଣୁ ସମସ୍ତ ପର୍ବପର୍ବାଣୀ ମଧ୍ୟରେ ଦୋଳପର୍ବର ସ୍ଥାନ ଉତ୍କଳୀୟ ସମାଜରେ ଅତୁଳନୀୟ।
ଆହୁରି ପଢନ୍ତୁ : odisha festivalTop 10 Online Earn Money Tips in ODIA 2023, ଗୁଗଲ ରୁ ଟଙ୍କା କିପରି ରୋଜଗାର କରିବେ। How to Earn Money from Google, Odia Calendar 2023 | ଓଡିଆ କ୍ୟାଲେଣ୍ଡର 2023 PDF, Artificial Intelligence in Odia ଆର୍ଟିଫ଼ିଶିୟାଲ ଇନ୍ଟେଲିଜେନ୍ସ ଶିଖନ୍ତୁ ଓଡିଆରେ