PCB has revoked Mohammad Haris’ NOC

Image Courtesy : indiatoday

ଇସ୍‌ଲାମାବାଦ: ନିଜ ଦେଶର ଖେଳାଳିଙ୍କୁ ବିଦେଶରେ ହଟହଟା କଲା ପାକିସ୍ତାନ। ପାକିସ୍ତାନ କ୍ରିକେଟର ବିଦେଶରେ ପହଞ୍ଚିବା ପରେ ଫେରିବା ପାଇଁ ଦେଲାନି ଫ୍ଲାଇଟ୍ ଟିକେଟ୍ ଓ ଏନ୍ଓସି। ପାକିସ୍ତାନର ଜଣେ ସାମ୍ବାଦିକ ପାକିସ୍ତାନ କ୍ରିକେଟ ବୋର୍ଡର ଏଭଳି ଲଜ୍ଜାଜନକ କାରନାମାର ଖୁଲାସା କରିଛନ୍ତି।

ପାକିସ୍ତାନର କ୍ରିକେଟ ବୋର୍ଡର ଏଭଳି ଲଜ୍ଜାଜନକ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ପାକ୍ କ୍ରିକେଟର ମହମ୍ମଦ ହାରିସ୍। ପାକିସ୍ତାନର ପ୍ରତିଷ୍ଠିତ ଖେଳ ସାମ୍ବାଦିକ ସାଦ ସାଦିକ ଏ ବିଷୟରେ ଖୁଲାସା କରି ସୋସିଆଲ୍ ମିଡିଆରେ ପୋଷ୍ଟ ଲେଖିଛନ୍ତି।

ସାଦିକଙ୍କ ସୂଚନା ଅନୁସାରେ, ପାକିସ୍ତାନ କ୍ରିକେଟ ବୋର୍ଡ ନିଜ ଦେଶର ଷ୍ଟାର ଖେଳାଳି ମହମ୍ମଦ ହାରିସଙ୍କ ଫ୍ଲାଇଟ୍‌ ଟିକେଟ୍‌ର ପଇସା ଦେଇ ନଥିଲେ। ଫଳରେ ତାଙ୍କୁ ବାଂଲାଦେଶରୁ ପାକିସ୍ତାନ ଆସିବାକୁ ସମସ୍ୟା ହୋଇଥିଲା। ଶେଷରେ ବାଂଲାଦେଶ ପ୍ରିମିୟର ଲିଗ୍‌ର ଫ୍ରାଞ୍ଚାଇଜ୍‌ ହ୍ୟାରିସ୍‌ଙ୍କ ପାଇଁ ଟିକେଟ୍ ବୁକ୍ କରି ତାଙ୍କୁ ପାକିସ୍ତାନ ପଠାଇଥିଲେ।  

ପଢ଼ନ୍ତୁ-ଶୋଏବ ଦେଇ ନାହାନ୍ତି ଛାଡପତ୍ର ! ସାନିଆ ଭାଙ୍ଗିଛନ୍ତି ସମ୍ପର୍କ, ଟେନିସ୍‌ ତାରକାଙ୍କ ବାପା କଲେ ଖୁଲାସା

ସାଦିକ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି “ବାଂଲାଦେଶରେ ବାଂଲାଦେଶ ପ୍ରିମିୟର ଲିଗ୍‌ରେ ଭାଗ ନେବାକୁ ମହମ୍ମଦ ହ୍ୟାରିସ୍ ପାକିସ୍ତାନ କ୍ରିକେଟ୍ ବୋର୍ଡରୁ ଏନଓସି ମାଗିଥିଲେ। ଜାନୁଆରୀ ୧୭ ତାରିଖରେ ହ୍ୟାରିସ୍ ବାଂଲାଦେଶ ଯିବାକୁ ଟିକେଟ କରିଥିଲେ। କିନ୍ତୁ ହ୍ୟାରିସ୍ ବାଂଲାଦେଶରେ ପହଞ୍ଚିବା ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏନଓସି ଦେବାକୁ ମନା କରିଦେଇଥିଲା। ହ୍ୟାରିସ୍ ପୂର୍ବରୁ ଦୁଇଟି ଲିଗ୍‌ରେ ଭାଗ ନେଇ ସାରିଛନ୍ତି ବୋଲି ପିସିବି ଦର୍ଶାଇଛି। କେବଳ ଏତିକି ନୁହେଁ, ପିସିବି ହ୍ୟାରିସଙ୍କ ପାଇଁ ରିଟର୍ନ ଫ୍ଲାଇଟ୍ ବୁକ୍ କରିବାକୁ ମଧ୍ୟ ମନା କରିଦେଇଛି। ଏହା ପରେ ବିପିଏଲ୍ ଫ୍ରାଞ୍ଚାଇଜ୍ ହ୍ୟାରିସ୍‌ଙ୍କ ପାଇଁ ଟିକେଟ୍ ବ୍ୟବସ୍ଥା କରିଥିଲା ​​ଏବଂ ସେ ଘରକୁ ଫେରିବାରେ ସଫଳ ହୋଇଥିଲେ।”

ପାକିସ୍ତାନର ଲିମିଟଡେ୍ ଓଭର ଫର୍ମାଟ୍‌ରେ ଅଛନ୍ତି ହ୍ୟାରିସ୍

ସୂଚନା ଥାଉକି, ମହମ୍ମଦ ହ୍ୟାରିସ୍ ପାକିସ୍ତାନ କ୍ରିକେଟ୍ ଦଳର ସୀମିତ ଓଭର ଫର୍ମାଟରେ ମ୍ୟାଚ୍ ଖେଳନ୍ତି। ହ୍ୟାରିସ୍ ଏପର୍ଯ୍ୟନ୍ତ ୬ଟି ଦିନିକିଆ ମ୍ୟାଚ୍ ଏବଂ ୯ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ହ୍ୟାରିସ୍ ପାକିସ୍ତାନ କ୍ରିକେଟ୍‌ର ଭବିଷ୍ୟତ ବୋଲି କୁହାଯାଉଛି।

Leave a Comment