Plea in Bombay HC against 22 January public holiday techguruodia


Image Courtesy : Stock Photo

ମୁମ୍ବାଇ ୨୦।୧: ଅଯୋଧ୍ୟାରେ ରାମ ମନ୍ଦିରର  ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ୨୨ ଜାନୁଆରୀକୁ ସର୍ବସାଧାରଣ ଛୁଟି ଘୋଷଣା କରିବା ନିମନ୍ତେ ମହାରାଷ୍ଟ୍ର ସରକାରଙ୍କ ନିଷ୍ପତ୍ତିକୁ ଏମଏନଏଲୟୁ, ଜିଏଲସି ଓ ଏନଆଇଆରଏମଏ  ଆଇନ ମହାବିଦ୍ୟାଳୟର ୪ ଜଣ ଛାତ୍ର ବମ୍ବେ ହାଇକୋର୍ଟରେ  ଚ୍ୟାଲେଞ୍ଜ କରିଛନ୍ତି। ଜଷ୍ଟିସ ଜି.ଏସ୍. କୁଲକର୍ଣ୍ଣି ଏବଂ ଜଷ୍ଟିସ ନୀଲା ଗୋଖଲେଙ୍କ ସ୍ୱତନ୍ତ୍ର ବେଞ୍ଚ ୨୧ ଜାନୁୟାରୀ ପୂର୍ବାହ୍ନ ସାଢେ ୧୦ଟାରେ ଏହି ଆବେଦନର ଶୁଣାଣି କରିବେ ବୋଲି ଜଣାପଡିଛି। 

ଏହି ଘଟଣାକ୍ରମ ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଅନେକ ରାଜ୍ୟରେ  ରାଜ୍ୟ ସରକାରମାନେ ଜାନୁଆରୀ ୨୨ ତାରିଖ ରେ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଅଥବା ଅଧାଦିନ  ଛୁଟି ଘୋଷଣା କରିଥିଲେ।  କେନ୍ଦ୍ର ସରକାରଙ୍କ ଡିପାର୍ଟମେଣ୍ଟ ଅଫ ପର୍ସନାଲ ଆଣ୍ଡ ଟ୍ରେନିଂ (ଡିଓପିଟି) ମଧ୍ୟ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ଦିନ କେନ୍ଦ୍ର ସରକାରୀ କାର୍ଯ୍ୟାଳୟରେ ଅଧା କାର୍ଯ୍ୟ ଦିବସ ଘୋଷଣା କରିଛନ୍ତି।

ମହାରାଷ୍ଟ୍ର ସରକାର ୨୨ ଜାନୁୟାରୀ ଶୁକ୍ରବାର ଦିନକୁ ରାଜ୍ୟରେ ଏକ ସର୍ବସାଧାରଣ ଛୁଟିଦିନ ଘୋଷଣା କରିଛନ୍ତି। ଏହି ଘୋଷଣା ଲାଗି ଭାରତର ଷ୍ଟକ୍ ମାର୍କେଟ ମଧ୍ୟ ବନ୍ଦ ରହିବ। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ଆଦେଶରେ କୁହାଯାଇଛି ଯେ ରାଜ୍ୟ ସରକାର ଜାନୁୟାରୀ୨୨ କୁ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ନିମନ୍ତେ ଏକ ଦିନିଆ ସାର୍ବଜନିକ ଛୁଟି ଦିବସ ଭାବେ ଘୋଷଣା କରୁଛନ୍ତି। ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଛୁଟିଦିନ ପ୍ରସ୍ତାବକୁ ସାଧାରଣ ପ୍ରଶାସନ ବିଭାଗ ଆଣିଛି ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସୋମବାର ଛୁଟିକୁ ସବୁଜ ସଙ୍କେତ ଦେବାକୁ ନିଷ୍ପତ୍ତି ନେଇଛନ୍ତି।  

ଜାନୁଆରୀ ୨୨ରେ ଅଧା ଅଥବା ଦନିକିଆ ଛୁଟି ଦିବସ ଭାବେ ଘୋଷଣା କରିଥିବା ରାଜ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ, ତ୍ରିପୁରା, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୋଆ, ହରିୟାଣା, ଓଡିଶା, ଉତ୍ତରାଖଣ୍ଡ, ଆସାମ ଓ ଗୁଜୁରାଟ ଆଦି ରାଜ୍ୟ ଅଛନ୍ତି । ସମ୍ବଦ୍ଧିତ  ରାଜ୍ୟସରକାର ମାନେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରୁ ଅଧିକାରୀମାନେ ବାଦ ନପଡନ୍ତୁ ସେଥି ପାଇଁ ଏହି ଛୁଟି ଘୋଷଣା କରିଛନ୍ତି।  ଏଣୁ ସାରା ଦିନ ଅଥବା ସାଢେ ୨ଟା ପର୍ଯ୍ୟନ୍ତ ଛୁଟି ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି। ।

ଅଯୋଧ୍ୟା ରାମମନ୍ଦିର ପ୍ରସାଦ ନାମରେ ମିଠେଇ ବିକ୍ରିକୁ ନେଇ Amazonକୁ ନୋଟିସ୍




Leave a Comment