PM inaugurates the Khelo India Youth Games techguruodia


ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଚେନ୍ନାଇରେ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ କେନ୍ଦ୍ର ସରକାର ୨୦୨୯ ୟୁଥ୍ ଅଲିମ୍ପିକ ଏବଂ ୨୦୩୬ ଅଲିମ୍ପିକ୍ସ ଖେଳ ଆୟୋଜନ ପାଇବା ପାଇଁ ପ୍ରୟାସ କରୁଛି ।

ଖେଲୋ ଇଣ୍ଡିଆ ଯୁଥ୍ ଗେମ୍ସର ଖେଳାଳିଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ଖେଳାଳିଙ୍କ ପାଇଁ ୟୁଥ୍ ଗେମ୍ସ ୨୦୨୪ ଆରମ୍ଭ କରିବା ଏହା ଏକ ଚମତ୍କାର ପ୍ରକ୍ରିୟା । ସାରା ଦେଶରୁ ଚେନ୍ନାଇ ଆସିଥିବା ସମସ୍ତ ଆଥଲେଟ୍ ଏବଂ ଖେଳ ପ୍ରେମୀଙ୍କୁ ଶୁଭେଚ୍ଛା ଜଣାଉଛି । ସମସ୍ତେ ମିଶି ଏକ ଭାରତ, ଶ୍ରେଷ୍ଠ ଭାରତର ବାସ୍ତବ ଭାବନାକୁ ପ୍ରଦର୍ଶିତ କରୁଛି ।

ପ୍ରଧାନମନ୍ତ୍ରୀ ମୋଦୀ ଖେଳର ଆମ୍ଭ ପୂର୍ବରୁ ପାରମ୍ପାରିକ ମଶାଲକୁ ପ୍ରଜ୍ୱଳିତ କରିଥିଲେ । ଏହି ଅବସରରେ ତାଙ୍କ ସହ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ, କେନ୍ଦ୍ର ଖେଳମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ ରହିଥିଲେ ।

ପିଏମ୍ ମୋଦୀ କହିଛନ୍ତି ଯେ ତାମିଲନାଡୁର ଆୟୋଜନ ଆପଣଙ୍କ ହୃଦୟ ଜିତି ନେବ । ଖେଲୋ ଇଣ୍ଡିଆ ଗେମ୍ସ ନିଶ୍ଚିତ ରୂପେ ଖେଳାଳିଙ୍କୁ ନିଜ କୌଶଳ ଦେଖାଇବାର ସୁଯୋଗ ପ୍ରଦାନ କରିବ । ସେମାନଙ୍କୁ ସାରା ଜୀବନ ଚାଲିବା ପାଇଁ ବନ୍ଧୁ କରିବାର ସୁଯୋଗ ମିଳିବ । ପିଏମ୍ କହିଛନ୍ତି ଯେ ଭବିଷ୍ୟତରେ ଭାରତର ଖେଳ ଉଦ୍ୟୋଗ ଏକ ଲକ୍ଷ କୋଟି ଟଙ୍କା ଯାଏ ପହଞ୍ଚିବ ।




Leave a Comment