Pran pratishtha no entry in Ayodhya from today only techguruodia


ଅଯୋଧ୍ୟା: ଆସନ୍ତା ୨୨ ତାରିଖରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏଥିପାଇଁ ସଜେଇ ହୋଇଛି ରାମନଗରୀ । ଏପଟେ ମନ୍ଦିର ପ୍ରତିଷ୍ଠା ପାଇଁ ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଲାଣି । ଏନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।  ସୁରକ୍ଷା ବାହିନୀ ରିହର୍ସଲ୍ କରିଥିବା ବେଳେ ଅଯୋଧ୍ୟାକୁ ଆଜିଠୁ ଲାଗିଛି ନୋ-ଏଣ୍ଟ୍ରି । ସେହିପରି ଶୁକ୍ରବାର ମଧ୍ୟ ରାତ୍ରିରୁ ଡାଇର୍ଭସନ ରାସ୍ତା ଖୋଲି ଦିଆଯାଇଛି । ଡାଇର୍ଭସନ ରାସ୍ତାରେ ଲକ୍ଷ୍ନୌ, ଗୌଣ୍ଡା, ବସ୍ତି, ଆମ୍ବେଦକରନଗର, ସୁଲତାନପୁର, ଅମେଠିରୁ ଅଯୋଧ୍ୟାକୁ ଆସୁଥିବା ଗାଡ଼ି ଗୁଡ଼ିକୁ ଭିନ୍ନ ଭିନ୍ନ ରାସ୍ତାରେ ଗନ୍ତବ୍ୟସ୍ଥଳକୁ ଛଡ଼ାଯିବ । ବାହାର ଲୋକଙ୍କ ପାଇଁ ଅଯୋଧ୍ୟାରେ ଲାଗିଛି ନୋ-ଏଣ୍ଟ୍ରି ବୋର୍ଡ । ଆସନ୍ତା ୩ଦିନ ପାଇଁ ବାହାର ଗାଡ଼ି ଓ ଲୋକଙ୍କୁ ସହର ଭିତରକୁ ପ୍ରବେଶ ମନା । କେବଳ ସ୍ଥାନୀୟ ଲୋକ ଯାତାୟାତ କରିପାରିବେ । ଏଥିରେ ସେମାନଙ୍କୁ ପରିଚୟ ପତ୍ର ଦେଖାଇବାକୁ ପଡ଼ିବ ।  

ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପରେ ଲକ୍ଷ୍ନୌରୁ ଅଯୋଧ୍ୟାକୁ ପ୍ରତିଦିନ ୮୦ବସ୍ ଯାତାୟାତ କରିବ । ଏହାଦ୍ବାରା ପ୍ରତିଦିନ ୪୦ ହଜାର ଶ୍ରଦ୍ଧାଳୁ ରାମନଗରୀ ଆସିପାରିବେ । ବସଷ୍ଟାଣ୍ଡରୁ ପ୍ରତି ୨୦ ମିନିଟରେ ଯାତ୍ରାଙ୍କ ପାଇଁ ବସ୍ ଉପଲବ୍ଧ ହେବ । ସେହିପରି ପ୍ରାଣ ପ୍ରତିଷ୍ଠା ଦିନ ଉତ୍ତରପ୍ରଦେଶ ରୋଡଓ୍ବେଜ୍ ଲକ୍ଷ୍ନୌରୁ  ଅଯୋଧ୍ୟାକୁ  ୮୦ ବସ୍ ଚାଲିବ । ଅଲମବାଗ, ଚାରବାଗ, କୈସରବାଗ ଏବଂ ଅବଧରୁ ବସ୍ ସେବା ଚାଲିବ । ଯାତ୍ରୀ ବସ୍ ଯାତାୟାତର ସମୟ ସାରଣୀର ଏଲଇଡି ସ୍କ୍ରିନ୍ ମାଧ୍ୟମରେ ଦେଖିପାରିବେ । ଶ୍ରଦ୍ଧାଳୁମାନେ ଯେପରି ଅସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ ଟୋଲ୍ ଫ୍ରି ନମ୍ବର 18001802877 ଦିଆଯାଇଛି ।  

ଅନ୍ୟପଟେ ଶ୍ରଦ୍ଧାଳୁଙ୍କ ପାଇଁ ବିମାନ ସେବାର ଆରମ୍ଭ ହୋଇଛି । ଶୁକ୍ରବାର ମହର୍ଷି ବାଲ୍ମିକୀ ଏୟାରପୋର୍ଟକୁ ମୁମ୍ବାଇ, କୋଲକାତା, ମହମ୍ମଦାବାଦ, ବେଙ୍ଗାଲୁରୁ ଓ ଦିଲ୍ଲୀରୁ ବିମାନ ଅଯୋଧ୍ୟାରେ ପହଞ୍ଚିଛି । ମାତ୍ର କୁହୁଡ଼ି ପାଇଁ ବିମାନସେବା ବିଳମ୍ବ ହୋଇଛି । ଏପଟେ ଅଯୋଧ୍ୟାରେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୋଲିସ ବିଭାଗ ପକ୍ଷରୁ ରିହର୍ସଲ୍ ହୋଇଛି ।  ସବୁ ସ୍ଥାନରେ ଚେକିଂ-ବ୍ଲକିଂ ଜାରି ରହିଛି । ଆଜିଠୁ ୩ଦିନ ଅଯୋଧ୍ୟାରେ ନୋ-ଏଣ୍ଟ୍ରି ଲାଗିଛି । ବାହାରୁ ଲୋକଙ୍କୁ ଅଯୋଧ୍ୟା ବାରଣ କରାଯାଇଛି । କେବଳ ଅଯୋଧ୍ୟା ଲୋଗ ପରିଚୟ ପତ୍ର ଦେଖାଇ ଯାତାୟାତ କରିପାରିବେ ।




Leave a Comment