Rahane struggles for 1 run in Ranji Trophy-prameyanews7 techguruodia


Image Courtesy : livehindustan

ନୂଆଦିଲ୍ଲୀ: ଭାରତୀୟ ଦଳରୁ ବାହାରେ ଥିବା ଆଜିଙ୍କ୍ୟ ରାହାଣେ ସଂପ୍ରତି ରଣଜୀ ଟ୍ରଫି ଜରିଆରେ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଚେଷ୍ଟା ଚଳାଇଛନ୍ତି। ମାତ୍ର ରଣଜୀରେ ମଧ୍ୟ ତାଙ୍କର ଖରାପ ଫର୍ମ ଜାରି ରହିଛି। ମୁମ୍ବାଇ ପକ୍ଷରୁ ରଣଜୀ ଖେଳୁଥିବା ରାହାଣେଙ୍କୁ ଏକ ରନ ପାଇଁ ବି ସଂଘର୍ଷ କରିବାକୁ ପଡ଼ୁଛି। ଏଥର ମଧ୍ୟ ସେ ଖାତା ଖୋଲି ପାରି ନାହାନ୍ତି। ଏହା ପୂର୍ବରୁ ଆନ୍ଧ୍ର ପ୍ରଦେଶ ବିପକ୍ଷ ମୁକାବିଲାରେ ସେ ଗୋଲଡେନ୍ ଡକ୍‌ର ଶିକାର ହୋଇଥିଲେ।

Also read- ୨୦୨୧ରେ କଙ୍ଗାରୁଙ୍କ ଗର୍ବ ଭାଙ୍ଗିଥିଲା ଟିମ୍‌ ଇଣ୍ଡିଆ, ଆଜିର ଦିନରେ ଇତିହାସ ରଚିଥିଲା ୟଙ୍ଗ୍ ବାହିନୀ

ମୁମ୍ବାଇ ରଣଜୀ ଟ୍ରଫି ୨୦୨୩-୨୪ରେ ନିଜର ପ୍ରଥମ ମ୍ୟାଚ୍‌ରେ ବିହାରକୁ ଇନିଂସ ଓ ୫୧ ରନରେ ହରାଇଥିଲା। ଆଜିଙ୍କ୍ୟ ରାହାଣେ ଏହି ମ୍ୟାଚ୍ ଖେଳି ନ ଥିଲେ। ଦଳ ଦ୍ଵିତୀୟ ମୁକାବିଲାରେ ଆନ୍ଧ୍ର ପ୍ରଦେଶକୁ ଭେଟିଥିଲା। ମୁମ୍ବାଇ ଦମଦାର ପ୍ରଦର୍ଶନ କରି ଦ୍ଵିତୀୟ ମ୍ୟାଚ୍‌କୁ ୧୦ ଓ୍ଵିକେଟ୍‌ରେ ଜିତି ନେଇଥିଲା। ପ୍ରଥମ ଇନିଂସରେ ନମ୍ବର-୩ରେ ବ୍ୟାଟିଂ ପାଇଁ ଓହ୍ଲାଇଥିବା ଅଧିନାୟକ ରାହାଣେ ପ୍ରଥମ ବଲ୍‌ରେ ନୀତିଶ ରେଡ୍ଡୀଙ୍କ ଶିକାର ହୋଇଥିଲେ। ଆଉ ଦ୍ଵିତୀୟ ଇନିଂସରେ ତାଙ୍କୁ ବ୍ୟାଟିଂ କରିବାକୁ ସୁଯୋଗ ମିଳି ନ ଥିଲା।

ସିଜିନର ତୃତୀୟ ମ୍ୟାଚ୍‌ରେ ଆଜି ମୁମ୍ବାଇ କେରଳକୁ ଭେଟିଛି। ଦଳ ୭ ଓ୍ଵିକେଟ୍ ହରାଇ ୧୮୮ ରନ କରିଛି। ଆଶା ଥିଲା ରାହାଣେ ଏହି ମ୍ୟାଚ୍‌ରେ କିଛି କମାଲ୍ କରିବେ। ମାତ୍ର ଏଥର ବି ରାହାଣେ ଗୋଲଡେନ ଡକର ଶିକାର ହୋଇଛନ୍ତି। ବାସିଲ ଥମ୍ପିଙ୍କ ପ୍ରଥମ ବଲ୍‌ରେ ସେ ଓ୍ଵିକେଟ୍ କିପର ସଞ୍ଜୁ ସାମସନଙ୍କୁ କ୍ୟାଚ୍ ଦେଇଥିଲେ। ଏବେ ଦେଖିବା ବାକି ରହିଲା ଯେ, ରାହାଣେ ଦ୍ଵିତୀୟ ଇନିଂସରେ ଖାତା ଖୋଲି ପାରୁଛନ୍ତି କି ନାହିଁ।




Leave a Comment