Republic Day,Panchayat representatives will be the special guests techguruodia


ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଗୌରବ ଉତ୍ସବ ଗଣତନ୍ତ୍ର ଦିବସ ପରେଡରେ ଚଳିତ ଥର ସାରା ରାଷ୍ଟ୍ରକୁ ଏକ ଭିନ୍ନ ଢଙ୍ଗରେ ଯୋଡ଼ିବା ପାଇଁ କେନ୍ଦ୍ର ସରକାର ଏକ ନୂଆ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ଅମୃତକାଳରେ ହେବାକୁ ଥିବା ଗଣତନ୍ତ୍ର ଦିବସ ସମାରୋହରେ ଗ୍ରାମ ପଞ୍ଚାୟତକୁ ମଧ୍ୟ ଭାଗୀଦରା କରାଯିବ । ଏଥିପାଇଁ ଦେଶର ସବୁ ପଞ୍ଚାୟତର ପ୍ରତିନିଧିଙ୍କୁ ସେମାନଙ୍କ ସ୍ୱାମୀ କିମ୍ୱା ପତ୍ନୀଙ୍କ ଆମନ୍ତ୍ରିତ କରାଯିବ ।

ଚଳିତ ବର୍ଷ ଗଣତନ୍ତ୍ର ଦିବସ ସମାରୋହରେ ବିଶିଷ୍ଟ ଅତିଥି ଭାବେ ନିଜ ନିଜ ପଞ୍ଚାୟତର ପ୍ରତିନିଧିତ୍ୱ କରିବେ । ଗଣତନ୍ତ୍ର ଦିବସରେ ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଆୟୋଜିତ ହେବାକୁ ଥିବା ଗୌରବଶାଳୀ ପରେଡର ଆୟୋଜନରେ ସାରା ଦେଶକୁ ଯୋଡ଼ିବା ପାଇଁ କିଛି ଭିନ୍ନ ପ୍ରୟାସ କରାଯାଉଛି । ପଞ୍ଚାୟତ ସ୍ତର ଯାଏ ସୁଶାସନ ପହଞ୍ଚିବା ପାଇଁ ପ୍ରତିବଦ୍ଧତା ରଖିଥିବା ମୋଦୀ ସରକାର ଏହି ରାଷ୍ଟ୍ରୀୟ ସ୍ତରୀୟ କାର୍ଯ୍ୟକ୍ରମ ମାଧ୍ୟମରେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସର ବାର୍ତ୍ତା ଦେବାକୁ ଚାହୁଁଛନ୍ତି ।

ପଢନ୍ତୁ: ଗଣତନ୍ତ୍ର ଦିବସ ପରେଡରେ ସ୍ଥାନ ପାଇବ ଓଡ଼ିଶା ପ୍ରଜ୍ଞାପନ ମେଢ, ମୁଖ୍ୟ ଶାସନ ସଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଚିଠି

ଗ୍ରାମ ପଞ୍ଚାୟତକୁ ଏହି ଆୟୋଜନରେ ସାମିଲ କରାଇବା ଦାୟିତ୍ୱ ପଞ୍ଚାୟତିରାଜ ମନ୍ତ୍ରଣାଳୟକୁ ଦିଆଯାଇଛି । ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି ଯେ କାର୍ଯ୍ୟକ୍ରମର ବ୍ୟବସ୍ଥା ଅନୁକୂଳ ଅତିଥିଙ୍କ ସଂଖ୍ୟାକୁ ନଜରରେ ରଖି ୨୫୦ ଗ୍ରାମ ପଞ୍ଚାୟତକୁ ଆମନ୍ତ୍ରିତ କରିବା ଲକ୍ଷ୍ୟ ରଖାଯାଇଛି । ସରପଞ୍ଚ ନିଜ ସହ ନିଜର ସ୍ୱାମୀ କିମ୍ୱା ପତ୍ନୀଙ୍କୁ ନେଇ ଆସିପାରିବେ । ରାଜ୍ୟଗୁଡିକୁ କୁହାଯାଇଛି ଯେ ଭଲ ପ୍ରଦର୍ଶନ କରିଥିବା ପଞ୍ଚାୟତର ପ୍ରତିନିଧି କିମ୍ୱା ବ୍ୟକ୍ତିଗତ ରୂପେ ପଞ୍ଚାୟତରେ ଭଲ କାର୍ଯ୍ୟ କରିଥିବା ସରପଞ୍ଚଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ଚିହ୍ନଟ କରି ନିମନ୍ତ୍ରଣ ପଠାଇବେ ।




Leave a Comment