Rohit Sharma opens up on T20 World Cup selection-PrameyaNews7 techguruodia


Image Courtesy : indiatoday

ନୂଆଦିଲ୍ଲୀ: ସରିଲା ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍। ଆଫଗାନିସ୍ତାନକୁ ଘରୋଇ ମାଟିରେ ୩-୦ରେ ଶିରିଜ୍ ହରାଇଲା ଭାରତ। ଟି-୨୦ ସିରିଜ୍ ସରିବା ପରେ ଏବେ  ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଛି। ଯାହା ୱେଷ୍ଟଇଣ୍ଡି ଓ ଆମେରିକାରେ ଖେଳାଯିବ।

ସବୁଠାରୁ ବଡ଼ ପ୍ରଶ୍ନ ହେଲା ବିଶ୍ୱକପ୍‌ ଖେଳାଳି ଚୟନ। କାହାକୁ ମଉକା ମିଳିବ କାହାକୁ ନା ତାହା କହିବା ମୁସ୍କିଲ। ଏନେଇ କ୍ୟାପ୍ଟେନ୍ ରୋହିତ ଶର୍ମାଙ୍କୁ ପଚାରିବାରୁ ସେ କହିଛନ୍ତି ଆମେ ସମସ୍ତଙ୍କୁ ଖୁସି କରିପାରିବୁ ନାହିଁ।

ଏନେଇ ରୋହିତ କହିଛନ୍ତି ଯେ ଟି-୨୦ ବିଶ୍ୱକପ୍ ପାଇଁ ଏପର୍ଯ୍ୟନ୍ତ ୧୫ ଜଣିଆ ଟିମ୍ ଚୟନ କରାଯାଇ ନାହିଁ। କିନ୍ତୁ ୮-୧୦ ଖେଳାଳି ଉପରେ ଆମେ ନଜରରେ ରଖିଛୁ। ପରିସ୍ଥିତି ଅନୁସାରେ ଆମେ ପ୍ଲେଇଂ ଇଲେଭେନ ଚୟନ କରିବୁ ବୋଲି ରୋହିତ କହିଛନ୍ତି।

ପଢ଼ନ୍ତୁ-ରିଙ୍କୁଙ୍କୁ ପ୍ରଂଶସା କଲେ କ୍ୟାପଟେନ୍‌ ରୋହିତ, କହିଲେ- ସେ ଜଣେ…

ରୋହିତ ଆହୁରି କହିଛନ୍ତି ଯେ ୱେଷ୍ଟ ଇଣ୍ଡିଜ୍ ପିଚ୍ ସ୍ଲୋ ରହିଛି। ଏହି ଅନୁସାରେ ଆମେ ପ୍ଲେଇଂ ଇଲେଭେନ ଚୟନ କରିବୁ। ଏନେଇ ମୁଁ କୋଚ ରାହୁଲ ଦ୍ରାଭିଡ଼ଙ୍କ ସହ କଥା ହୋଇଥିଲି। ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ କିଛି ଖେଳାଳି ଖେଳୁ ନଥିଲେ। ହେଲେ ସେମାନଙ୍କୁ ଟିମ୍‌ରେ ସାମିଲ୍ କରାଯାଇପାରେ। ତେବେ ସମସ୍ତଙ୍କୁ ସନ୍ତୁଷ୍ଟ କରାଯାଇପାରିବ ନାହିଁ ବୋଲି ରୋହିତ କହିଛନ୍ତି।

ରୋହିତ କହିଛନ୍ତି ଯେ ମୁଁ ମୋ କ୍ୟରିୟରରେ ଗୋଟିଏ କଥା ଶିଖିଛି ଯେ ସମସ୍ତଙ୍କୁ ଖୁସି ରଖିବା ସହଜ ନୁହେଁ। ଆପଣ ସମସ୍ତ ୧୫ ଖେଳାଳିଙ୍କୁ ଖୁସି କରିପାରିବେ ନାହିଁ। ଏହାପରେ, ୧୧ ଖେଳାଳିଙ୍କ ଚୟନ କଲା ବେଳେ ୧୧ ଖେଳାଳି ଖେଳନ୍ତି ଏବଂ ୪ ଜଣ ବେଞ୍ଚରେ ବସିଥାନ୍ତି। ସେମାନେ ମଧ୍ୟ ପଚାରନ୍ତି ଯେ ସେମାନଙ୍କୁ କାହିଁକି ଖେଳାଯାଉ ନାହିଁ? ତେଣୁ ଏହା ଅସମ୍ଭବ ବୋଲି ରୋହିତ କହିଛନ୍ତି। ଆଫଗାନିସ୍ତାନ ବିପକ୍ଷ୍ୟା ସିରିଜ୍ ବିଜୟ ପରେ ଟି-୨୦ ବିଶ୍ୱକପ୍‌ ପାଇଁ ସମ୍ଭାବ୍ୟ ଟିମ୍‌କୁ ନେଇ ପ୍ରଶ୍ନ କରିବାରୁ ଏପରି କହିଛନ୍ତି ରୋହିତ।




Leave a Comment